News - The Sakala
କରୁର ଗସ୍ତରେ ଭାବୁକ ହେଲେ ମୁଖ୍ୟମନ୍ତ୍ରୀ ବିଜୟ; ପୋଲିସ ଓ ବିରୋଧୀଙ୍କୁ କଲେ କଡ଼ା ସମାଲୋଚନା
ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ଶୁକ୍ରବାର ଦିନ ନିଜର ପ୍ରଥମ ସରକାରୀ ଗସ୍ତରେ କରୁର ପହଞ୍ଚିଛନ୍ତି। ଚଳିତ ବର୍ଷ ମେ' ମାସରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ କରୁର ଗସ୍ତ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାବପ୍ରବଣ ହେବା ସହ ଏହି ଘଟଣାରୁ ରାଜନୈତିକ ଫାଇଦା ଉଠାଇବା ପାଇଁ ଉଦ୍ୟମ କରୁଥିବା ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, "୨୦୨୫ କରୁର ଦଳାଚକଟାରେ ଆମେ ଆମ ଭଉଣୀମାନଙ୍କ ପିଲାମାନଙ୍କୁ ହରାଇଛୁ।"
ପୋଲିସର ଦାୟିତ୍ୱହୀନତା ଉପରେ ବର୍ଷିଲେ ବିଜୟ
ମୁଖ୍ୟମନ୍ତ୍ରୀ ବିଜୟ ଏହି ସମାବେଶରେ ଉଦବୋଧନ ଦେଇ ସେଦିନର ପୋଲିସ ବିଭାଗର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଘଟଣା ଦିନ ପୋଲିସ ତାଙ୍କୁ ପ୍ରବଳ ଭିଡ଼ ବିଷୟରେ କୌଣସି ସୂଚନା ଦେଇନଥିଲା କିମ୍ବା ସମାବେଶକୁ ବାତିଲ କରିବା ପାଇଁ କୌଣସି ପଦକ୍ଷେପ ନେଇନଥିଲା। ପେରମ୍ବଲୁର ପୋଲିସ ଭିଡ଼ ବଢୁଥିବା ନେଇ ସତର୍କ କରାଇଥିଲେ ମଧ୍ୟ କରୁର ପୋଲିସ ଏନେଇ ନିରବ ରହିଥିଲା। "ପୋଲିସ ପାଖରେ ସଭା ବାତିଲ କରିବାର ସମ୍ପୂର୍ଣ୍ଣ ଅଧିକାର ଥିଲା। ସେମାନେ ଆମକୁ ସତର୍କ କରାଇବା ପରିବର୍ତ୍ତେ ହାଇୱେରେ ଆମକୁ ଏସକର୍ଟ କରି ସଭାସ୍ଥଳକୁ ନେଇଥିଲେ। ମୁଁ ପୋଲିସ ଉପରେ ସମ୍ପୂର୍ଣ୍ଣ ଭରସା କରିଥିଲି, କିନ୍ତୁ ପ୍ରକୃତରେ କ'ଣ ଡ୍ରାମା ଚାଲିଥିଲା ତାହା ମୋତେ ଜଣା ନଥିଲା," ବୋଲି ସେ କ୍ଷୋଭ ପ୍ରକାଶ କରି କହିଛନ୍ତି। ଏତେ ବଡ଼ ଭିଡ଼ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦିଆଯାଇଥିଲା କି ନାହିଁ ଏବଂ ଏଥିପାଇଁ କିଏ ଦାୟୀ ବୋଲି ସେ ପ୍ରଶ୍ନ କରିଛନ୍ତି।
ଡିଏମକେ (DMK) ଉପରେ ରାଜନୀତି କରିବାର ଅଭିଯୋଗ
ଏହି ଅବସରରେ ସେ ପୂର୍ବତନ ଶାସକ ଦଳ ତଥା ବର୍ତ୍ତମାନର ପ୍ରମୁଖ ବିରୋଧୀ ଡିଏମକେ (DMK)କୁ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ କିଛି ଲୋକ ଏହି ଦୁଃଖଦ ଘଟଣାକୁ ନେଇ କେବଳ ନାଟକବାଜି କରୁଛନ୍ତି ଏବଂ ରାଜନୈତିକ ଫାଇଦା ହାସଲ କରିବାକୁ ଚେଷ୍ଟା କରୁଛନ୍ତି। ପୀଡ଼ିତ ପରିବାରକୁ ନ୍ୟାୟ ଦେବା ପରିବର୍ତ୍ତେ ସେମାନେ ଘଟଣାର ଦୋଷ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କ ଉପରେ ଲଦିବାକୁ ଚେଷ୍ଟା କରିଥିଲେ ବୋଲି ସେ ସମାଲୋଚନା କରିଛନ୍ତି।
ପୀଡ଼ିତଙ୍କ ପାଇଁ ସ୍ମୃତିପୀଠ ଓ ସରକାରୀ ଚାକିରି ପ୍ରଦାନ
ଗତ ସେପ୍ଟେମ୍ବର ୨୦୨୫ରେ ଟିଭିକେ ଦଳର ଏକ ରାଜନୈତିକ ସମାବେଶ ବେଳେ ଅତ୍ୟଧିକ ଭିଡ଼ କାରଣରୁ ଏହି ଦଳାଚକଟା ଘଟିଥିଲା, ଯେଉଁଥିରେ ୪୧ ଜଣ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଥିଲା ଏବଂ ଶତାଧିକ ଲୋକ ଆହତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଏହି ଗସ୍ତ ସମୟରେ ପୀଡ଼ିତ ପରିବାରଗୁଡ଼ିକୁ ଭେଟିବା ସହ ସେମାନଙ୍କୁ ସରକାରୀ ଚାକିରିର ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। କଳା ପୋଷାକ ପରିଧାନ କରିଥିବା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ନିଜ ଦଳ ତାମିଲାଗା ଭେଟ୍ରି କାଜାଗମ୍ (TVK) ପକ୍ଷରୁ କରୁରଠାରେ ମୃତକମାନଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତିପୀଠ ନିର୍ମାଣ କରାଯିବ। କାର୍ଯ୍ୟକ୍ରମ ଶେଷରେ ବିଜୟ ଏକ ରୋଡ୍ ସୋ' କରିଥିଲେ, ଯେଉଁଠାରେ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ରହି ତାଙ୍କୁ ହାତ ଯୋଡ଼ି ସ୍ୱାଗତ କରିଥିଲେ।
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ନା ହତ୍ୟା ଅସ୍ପଷ୍ଟ
କଟକ: ଥାନା କ୍ୱାର୍ଟର୍ସରୁ ମହିଳା IICଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଚାଉଳିଆଗଞ୍ଜ ଥାନାର ଇନ୍ସପେକ୍ଟର-ଇନ୍-ଚାର୍ଜ (ଆଇଆଇସି) ବିଉଟି ମହାନ୍ତିଙ୍କ ଝୁଲନ୍ତା ମୃତଦେହ ତାଙ୍କ ସରକାରୀ ବାସଭବନରୁ ଉଦ୍ଧାର କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳ ତଥା ପୋଲିସ ମହଲରେ ଶୋକର ଛାୟା ଖେଳାଇ ଦେଇଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛନ୍ତି ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ  । ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସହକର୍ମୀମାନେ ବାରମ୍ବାର ଫୋନ୍ କରିବା ସତ୍ତ୍ୱେ ଆଇଆଇସି ବିଉଟି ମହାନ୍ତି କୌଣସି ଉତ୍ତର ଦେଇନଥିଲେ। ଏହାପରେ ଥାନାର ଏକ ଟିମ୍ ତାଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲା। ବାରମ୍ବାର କବାଟ ବାଡ଼େଇବା ପରେ ମଧ୍ୟ ସେ କବାଟ ଖୋଲିନଥିଲେ। ଏହା ଦେଖି ବରିଷ୍ଠ ଅଧିକାରୀମାନଙ୍କୁ ତୁରନ୍ତ ଖବର ଦିଆଯାଇଥିଲା। ପୋଲିସ ଟିମ୍ ଘର ଭିତରେ ପ୍ରବେଶ କରି ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା।
ନାନୀଙ୍କ 'ଦି ପାରାଡାଇଜ୍‌'ରେ ରାଘବ ଜୁୟାଲଙ୍କ ଦମଦାର ଏଣ୍ଟ୍ରି: ଖଳନାୟକ 'ବିକ୍ରମ ମଲ୍ଲିକ' ଲୁକ୍ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ
ତେଲୁଗୁ ସିନେମାର ଲୋକପ୍ରିୟ ଅଭିନେତା ନାନୀ (Nani) ଙ୍କ ଆଗାମୀ ଆକ୍ସନ୍ ଡ୍ରାମା 'ଦି ପାରାଡାଇଜ୍' (The Paradise) କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି। ନିକଟରେ ଏହି ଫିଲ୍ମର ନିର୍ମାତାମାନେ ବଲିଉଡର ଲୋକପ୍ରିୟ କଳାକାର ତଥା ଡ୍ୟାନ୍ସର ରାଘବ ଜୁୟାଲ (Raghav Juyal) ଙ୍କ ଫାଷ୍ଟ ଲୁକ୍ ରିଲିଜ୍ କରିଛନ୍ତି। ଏହି ଫିଲ୍ମରେ ରାଘବ ଏକ ଭୟଙ୍କର ଖଳନାୟକ ବିକ୍ରମ ମଲ୍ଲିକ (Vikram Maalik) ଭୂମିକାରେ ନଜର ଆସିବେ। ତାଙ୍କର ଏହି ନୂଆ ଏବଂ ଭୟାନକ ଅବତାର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଫ୍ୟାନ୍ସ ବେଶ୍ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
କିପରି ରହିଛି ବିକ୍ରମ ମଲ୍ଲିକଙ୍କ ଲୁକ୍?
ଏସଏଲଭି ସିନେମାଜ୍ (SLV Cinemas) ଦ୍ୱାରା ଜାରି କରାଯାଇଥିବା ଏକ ଛୋଟ ଟିଜରରେ ରାଘବଙ୍କୁ ଏକ ଅନ୍ଧକାର ଏବଂ ବିପଜ୍ଜନକ ପରିବେଶରେ ଦେଖିବାକୁ ମିଳିଛି। ବର୍ଷା, ନିଆଁ ଏବଂ ଧ୍ୱଂସର ପୃଷ୍ଠଭୂମିରେ ସେ ବହୁତ ରାଗ ଏବଂ ଆକ୍ରମଣାତ୍ମକ ଅନ୍ଦାଜରେ ନଜର ଆସିଛନ୍ତି। ବେକରେ ମୋଟା ସୁନା ଚେନ୍, କୁଞ୍ଚିଆ କେଶ ଏବଂ ରୁକ୍ଷ ଚେହେରା ତାଙ୍କ ଚରିତ୍ରକୁ ଅଧିକ ଶକ୍ତିଶାଳୀ କରୁଛି। ସାଧାରଣତଃ କମେଡି ଭୂମିକାରେ ଅଭିନୟ କରୁଥିବା ରାଘବଙ୍କ ଏହି ପରିବର୍ତ୍ତନ ସମସ୍ତଙ୍କୁ ଚକିତ କରିଛି। ଭିଡିଓରେ ବରିଷ୍ଠ ଅଭିନେତା ତାନିକେଲା ଭରଣୀ (Tanikella Bharani) ଙ୍କ ଦମଦାର ଭଏସ୍-ଓଭର ରାଘବଙ୍କ ଚରିତ୍ରକୁ 'ଜଡାଲ ଜମାନା' (Jadal Jamana) ଦୁନିଆରେ ପରିଚିତ କରାଉଛି।
ଫ୍ୟାନ୍ସଙ୍କ ପ୍ରତିକ୍ରିୟା ଏବଂ ରାଘବଙ୍କ ପୋଷ୍ଟ
ନିଜର ଏହି ଲୁକ୍ ସେୟାର କରି ରାଘବ ଜୁୟାଲ ଇନଷ୍ଟାଗ୍ରାମରେ ଲେଖିଛନ୍ତି, "ଲମ୍ବା ଅପେକ୍ଷା ପରେ... ପେଶ୍ ହୈ ବିକ୍ରମ ମଲ୍ଲିକ! ନେନୁ ବସ୍ତୁନ୍ନାନୁ (ମୁଁ ଆସୁଛି!)। ଆଖିରେ ଶୈତାନିକ ସହର, ମୋ ନାମ ହିଁ ଭୟ ସୃଷ୍ଟି କରିବା ପାଇଁ ଯଥେଷ୍ଟ। ଛୋଟା ମଲ୍ଲିକ।" ରାଘବଙ୍କ ଏହି ପୋଷ୍ଟ ପରେ ପ୍ରଶଂସକଙ୍କ ପ୍ରତିକ୍ରିୟାର ସୁଅ ଛୁଟିଛି। ଜଣେ ୟୁଜର ଲେଖିଛନ୍ତି ଯେ, "'କିଲ୍' ପରେ ଏବେ ଏହି ଭିଲେନ୍ ଲୁକ୍... ସମ୍ପୂର୍ଣ୍ଣ ବିପଜ୍ଜନକ।" ଅନ୍ୟ ଜଣେ ଲେଖିଛନ୍ତି, "ସ୍କ୍ରିନ୍ ପ୍ରେଜେନ୍ସ ଏକଦମ୍ ନେକ୍ସଟ୍ ଲେଭଲ୍।"
କେବେ ରିଲିଜ୍ ହେବ 'ଦି ପାରାଡାଇଜ୍'?
ସୁପରହିଟ୍ ଫିଲ୍ମ 'ଦସରା' ପରେ ନିର୍ଦ୍ଦେଶକ ଶ୍ରୀକାନ୍ତ ଓଡେଲା (Srikanth Odela) ଏବଂ ନାନୀ ପୁଣିଥରେ ଏକାଠି କାମ କରୁଛନ୍ତି। ସୁଧାକର ଚେରୁକୁରୀଙ୍କ ପ୍ରଯୋଜନାରେ ନିର୍ମିତ ଏହି ହାଇ-ବଜେଟ୍ ଆକ୍ସନ୍ ଥ୍ରୀଲର୍ ଆସନ୍ତା ୨୧ ଅଗଷ୍ଟ (August 21) ରେ ସିନେମାଘରକୁ ଆସିବ। ଏହି ଫିଲ୍ମଟି ତେଲୁଗୁ, ହିନ୍ଦୀ, ତାମିଲ, କନ୍ନଡ, ମାଲାୟାଲମ, ବଙ୍ଗାଳୀ ସମେତ ଇଂରାଜୀ ଏବଂ ସ୍ପେନିଶ୍ ପରି ୮ଟି ଭାଷାରେ ବିଶ୍ୱବ୍ୟାପୀ ମୁକ୍ତିଲାଭ କରିବା ପାଇଁ ପ୍ରସ୍ତୁତ ହେଉଛି। ଫିଲ୍ମରେ ନାନୀ ଏବଂ ରାଘବଙ୍କ ମଧ୍ୟରେ ଥିବା ସାମ୍ନାସାମ୍ନି ଲଢ଼େଇ ଦେଖିବାକୁ ଦର୍ଶକେ ଉତ୍ସାହର ସହ ଅପେକ୍ଷା କରିଛନ୍ତି।
View this post on Instagram
A post shared by Raghav Juyal (@raghavjuyal)
ନୂଆଦିଲ୍ଲୀ: ମିଛ ଖବର ବା ଫେକ୍ ନ୍ୟୁଜ୍ ପରିବେଷଣ ଗଣତନ୍ତ୍ର ଓ ଆଇନ୍‌‌ ବ୍ୟବସ୍ଥା ପ୍ରତି ବିପଦ। ଏହାକୁ ରୋକିବା ଲାଗି ଠୋସ ଓ କଡ଼ା ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଗଣମାଧ୍ୟମ ସଂସ୍ଥା ଏଥିପାଇଁ ଫ୍ୟାକ୍ଟ ଚେକିଂ ବ୍ୟବସ୍ଥା କରନ୍ତୁ। ମିଛ ବା ଫେକ୍ ଖବର ପରିବେଷଣ କରୁଥିବା ଗଣମାଧ୍ୟମ ସଂସ୍ଥା ପାଇଁ ଦଣ୍ଡ ବ୍ୟବସ୍ଥା ମଧ୍ୟ ହେଉ। ସୂଚନା ଓ ପ୍ରଯୁକ୍ତିବିଦ୍ୟା ସଂକ୍ରାନ୍ତ ସଂସଦୀୟ କମିଟି ସରକାରଙ୍କୁ ଏଭଳି ସୁପାରିସ କରିଛି। କମିଟି ଏହାର ରିପୋର୍ଟ ଲୋକସଭା ବାଚସ୍ପତିଙ୍କୁ ଦେଇଛି ଏବଂ ସଂସଦର ଆଗାମୀ ଅଧିବେଶନରେ ଏସଂପର୍କରେ ସରକାର ବିଲ ଆଗତ କରିପାରନ୍ତି ବୋଲି ଖବର ମିଳିଛି।
କମିଟିର ଅଧ୍ୟକ୍ଷ ବିଜେପି ସାଂସଦ ନିଶିକାନ୍ତ ଦୁବେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସୁପାରିସ କମିଟି ବୈଠକରେ ସର୍ବସମ୍ମତକ୍ରମେ ଗୃହୀତ ହୋଇଛି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏହି ସୂଚନା ଦେଇ ସେ ଏକ ମିଥ୍ୟା ଖବରର କ୍ଲିପ୍ ମଧ୍ୟ ଲଗାଇଛନ୍ତି, ଯେଉଁଥିରେ ମିଥ୍ୟା ଖବର ଜରିଆରେ ସରକାରୀ ଦଳକୁ ଟା॥େର୍ଗଟ କରାଯାଇଛି। ଏହାର ଉଦାହରଣ ଦେଇ ସେ କହିଛନ୍ତି ଯେ ଏହା ଏକ ଗୁରୁତର ପ୍ରସଙ୍ଗ ହୋଇଥିବାରୁ ଏହାକୁ ନିୟନ୍ତ୍ରଣ କରାଯିବାର ଆବଶ୍ୟକତା ରହିଛି। ଦୁବେ ‘ଏକ୍ସ’ରେ କହିଛନ୍ତି ଆହୁରି ଯେ ଭାରତକୁ ବାଂଲାଦେଶ, ନେପାଳ, ଶ୍ରୀଲଙ୍କା ଓ ଥାଇଲାଣ୍ଡରେ ପରିଣତ ହେବାକୁ ଦିଆଯିବ ନାହିଁ। ଲୋକମାନଙ୍କୁ ବିଭ୍ରାନ୍ତ କରିବା ଲାଗି ଯେଉଁମାନେ ରାଷ୍ଟ୍ର-ବିରୋଧୀ ଏଜେଣ୍ଡା ଚଳାଇଛନ୍ତି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାୁଷ୍ଠାନ ଗ୍ରହଣ କରାଯିବ। ଖବର ସତ୍ୟ ଉପରେ ଆଧାରିତ ହେବା ଜରୁରୀ।
ମିଳିଥିବା ରିପୋର୍ଟ ଅନୁଯାୟୀ ମିଥ୍ୟା ଖବର ପରିବେଷଣ କରୁଥିବା ଗଣମାଧ୍ୟମଗୁଡିକୁ ଏଥର ଜରିମାନା ଦେବାକୁ ହେବ। ଦେଶର ସମସ୍ତ ପ୍ରିଣ୍ଟ, ଇଲେକଟ୍ରୋନିକ ଏବଂ ଡିଜିଟାଲ ମିଡିଆ ପାଇଁ ଫାକ୍ଟ ଚେକିଂ ବ୍ୟବସ୍ଥା ବାଧ୍ୟତାମୂଳକ କରାଯିବାକୁ ସୁପାରିସ କରାଯାଇଛି। ସଂପାଦକ ଏବଂ ସଂପାଦକୀୟ ବିଭାଗର କଣ୍ଟେଣ୍ଟ ହେଡ୍‌ଙ୍କୁ ମିଥ୍ୟା ଖବର ପାଇଁ ଉତ୍ତରଦାୟୀ କରିବା ଲାଗି ରିପୋର୍ଟରେ କୁହାଯାଇଛି। ବିଫଳତା ପାଇଁ ସଂସ୍ଥାର ମାଲିକ ଓ ପ୍ରକାଶକଙ୍କୁ ମଧ୍ୟ ଦାୟୀ କରାଯାଉ। ସମ୍ବାଦପତ୍ର ଓ ଇଲେକଟ୍ରୋନିକ ଗଣମଧ୍ୟମ ଉପରେ ନଜର ରଖିବା ଲାଗି ଆଇନରେ ଆବଶ୍ୟକ ସଂଶୋଧନ କରାଯିବାର ମଧ୍ୟ ଆବଶ୍ୟକତା ରହିଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ପ୍ରସ୍ତୁତ କେଣ୍ଟଣ୍ଟକୁ ରୋକିବା ମଧ୍ୟ ଜରୁରି। ତେେବ ଗଣମାଧ୍ୟମ ଓ ଅନ୍ୟ ସଂସ୍ଥା ସହିତ ବ୍ୟାପକ ବିଚାର ଆଲୋଚନା କରାଯାଇ ସହମତି ଭିତ୍ତିରେ ଏଭଳି କଟକଣା କରାଯାଉ ବୋଲି ରିପୋର୍ଟରେ କୁହାଯାଇଛି।
ଭାରସାମ୍ୟ ହରାଇ ପୋଲରେ ଝୁଲି ରହିଛି ଆମ୍ବୁଲାନ୍ସ, ଅଟକାଇ ଦେଲା ଗଛ
ବାରିପଦା : ରୋଗୀ ଛାଡି ଫେରୁଥିଲା ଆମ୍ବୁଲାନ୍ସ, ହେଲେ ପୋଲ ଉପରୁ ୬୦ ଫୁଟ ତଳକୁ ଖସୁ ଖସୁ ଗଛରେ ବାଡେଇ ହୋଇ ଝୁଲି ରହିଛି ଆମ୍ବୁଲାନ୍ସ। କପ୍ତିପଦା ଥାନା ସୋନ ପୋଲରେ ଘଟିଛି ଏଭଳି ଘଟଣା।
ଉଦଳା ଥାନା ଶ୍ରୀଦାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୧୦୮ ଆମ୍ବୁଲାନ୍ସ କୁଆମରା ଅଞ୍ଚଳରୁ ରୋଗୀ ନେଇ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟକୁ ଯାଇଥିଲା। ବିଳମ୍ବିତ ରାତି ୨ଟାରେ ବାଲେଶ୍ୱରରେ ରୋଗୀଙ୍କୁ ଛାଡି ନୀଳଗିରି – କପ୍ତିପଦା ହୋଇ ଶ୍ରୀଦାମଚନ୍ଦ୍ରପୁର ଫେରୁଥିବା ବେଳେ ଭୋର ସମୟରେ ଭାରସାମ୍ୟ ହରାଇ ସୋନ ପୋଲରୁ ତଳକୁ ଖସି ଯାଇଥିଲା ଆମ୍ବୁଲାନ୍ସ। ସୌଭାଗ୍ୟବଶତଃ ଆମ୍ବୁଲାନ୍ସଟି ପୋଲରୁ ୬୦ ଫୁଟ ତଳକୁ ଖସୁଥିବା ବେଳେ ଏକ ବଡ଼ ଗଛରେ ବାଡେଇ ହୋଇ ଅଟକିବା ସହିତ ଝୁଲି ରହିଛି ଆମ୍ବୁଲାନ୍ସ। ଯାହାକି ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଆମ୍ବୁଲାନ୍ସର ୩ କର୍ମଚାରୀ। ଆମ୍ବୁଲାନ୍ସରେ ଡ୍ରାଇଭର ମଙ୍ଗଲ ଚରଣ ଟୁଡୁ, ହେଲ୍ପର ଏବଂ ଫାର୍ମାସିଷ୍ଟ ରହିଥିବା ବେଳେ କାହାରି କୌଣସି କ୍ଷତି ହୋଇନାହିଁ।
ବିହାରରେ ପୋଲ ଭୁଶୁଡ଼ିବା ଧାରାରେ ଲାଗୁ ନାହିଁ ବ୍ରେକ୍‌: ୩ୟ ଥର ଭୁଶୁଡ଼ିଲା ୧୭୧୦ କୋଟିର ପୋଲ
ପାଟନା: ବିହାରରେ ପୋଲ ଭୁଶୁଡ଼ିବାର ଧାରାରେ ବ୍ରେକ୍‌ ଲାଗୁ ନାହିଁ। ଏବେ ୧୭୧୦ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଅଗୁୱାନୀ-ସୁଲତାନଗଞ୍ଜ ପୋଲର କିଛି ଅଂଶ ଶନିବାର ଭୁଶୁଡ଼ି ଯାଇଛି। ଖମ୍ବ ୯ ଏବଂ ୧୦ ମଧ୍ୟରେ ଥିବା ଅଂଶ ନଦୀ ଗର୍ଭକୁ ଖସି ପଡ଼ିଛି। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି।
ଗତ ୯ ବର୍ଷ ହେଲା ଗଙ୍ଗା ନଦୀ ଉପରେ ୩.୧ କିମିର ଏହି ପୋଲ ନିର୍ମାଣ ଚାଲିଛି। ଏହା ପୂର୍ବରୁ ୨୦୨୨ ଏପ୍ରିଲ ୨୭ ଏବଂ ୨୦୨୩ ଜୁନ୍‌ ୪ରେ ଏହାର କିଛି ଅଂଶ ଭୁଶୁଡ଼ି ଯାଇଥିଲା। ୨୦୧୪ରୁ ଏହାର ନିର୍ମାଣ ଆରମ୍ଭ ହୋଇଥିଲେ ହେଁ ମାତ୍ର ୪୫ ପ୍ରତିଶତ କାମ ସରିଥିଲା। ଏହାକୁ ମିଶାଇ ଗତ ତିନି ବର୍ଷରେ ତିନୋଟି କେବୁଲ ପୋଲ ଭୁଶୁଡ଼ିଲାଣି। କେବଳ ଚଳିତ ବର୍ଷ ଜୁନ୍‌ ୧୮ରୁ ଏ ପର୍ଯ୍ୟନ୍ତ ବିହାରରେ ୧୨ଟି ପୋଲ ଭାଙ୍ଗି ଗଲାଣି। ଏହି ଘଟଣାକୁ ନେଇ ବିରୋଧୀ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏହା ଡବଲ୍‌ ଇଞ୍ଜିନ ସରକାରରେ ଚାଲିଥିବା ଦୁର୍ନୀତିର ପ୍ରକୃଷ୍ଟ ଉଦାହରଣ ବୋଲି କହିଛନ୍ତି।