SIM Box - The Sakala

ରାଜଧାନୀରୁ ପୁଣି ସିମ୍ ବକ୍ସ ଠାବ, ୨ କେରଳ ଯୁବକ ଅଟକ
ଭୁବନେଶ୍ୱର: ପୁଣି ରାଜଧାନୀ ଭୁବନେଶ୍ୱରରୁ ଠାବ ହେଲା ସିମ୍ ବକ୍ସ । ପଟିଆ ଅଞ୍ଚଳରେ ଆଡ୍ଡା ଜମାଇଥିଲେ ସାଇବର ଠକ । ଖବର ପାଇବା ପରେ ସ୍ପେଶାଲ ସ୍କ୍ୱାଡ଼ ପକ୍ଷରୁ ଚଢ଼ାଉ । ଚନ୍ଦ୍ରଶେଖରପୁରର ଏକ ହଷ୍ଟେଲରୁ ଠାବ ହୋଇଛି ସିମ୍ ବକ୍ସ । ୧୨ଟି ସିମ୍ ବକ୍ସ ଜବତ ହୋଇଛି । ୨ ଜଣ କେରଳ ଯୁବକଙ୍କୁ ଅଟକ ରଖାଯାଇଛି । ଘଟଣାସ୍ଥଳରୁ ବହୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଓ ସନ୍ଦିଗ୍ଧ ମେସିନ ଜବତ କରିଛି ପୋଲିସ ।

ପୂର୍ବରୁ ଭୁବନେଶ୍ୱରର ଲକ୍ଷ୍ମୀସାଗରରୁ ଧରାପଡିଥିଲା ସିମ୍ ବକ୍ସ । ରାଜଧାନୀରେ ରହି ବାହାର ଦେଶର ଲୋକଙ୍କୁ ଚୂନ ଲଗାଉଥିଲେ ସାଇବର ଠକ । ଭଡାଘରେ ଚାଲିଥିଲା ରାକେଟ । ଭୁବନେଶ୍ୱରରୁ ଚାଇନାକୁ ଲମ୍ବିଛି ଚେର । ୨ ଅଟକ ଯୁବକଙ୍କ ଘର କେରଳ ବୋଲି ଜଣାପଡିଛି । ଚାଇନାର ହାର୍ଡୱେର ଓ ବାଂଲାଦେଶୀ ଆପ୍ଲିକେସନ ବ୍ୟବହାର ହେଉଥିଲା । ଆସାମ ର ବେନାମୀ ସିମ୍ କୁ ବ୍ୟବହାର କରାଯାଉଥିଲା । ଇଣ୍ଟରନ୍ୟାସନ୍ୟାଲ କଲ ଡାଇଭର୍ଟ କରି ନୂଆ ତରିକାରେ ସାଇବର ଠକେଇ କରୁଥିଲେ ଏ ଦୁଇ ଅଭିଯୁକ୍ତ । ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଏହି ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା ଚାଲିଥିବା ସୂଚନା ଦେଇଛି କମିଶନରେଟ ପୋଲିସ ।

ସିମବକ୍ସ ଜବତ ଘଟଣାରେ ସାଙ୍ଘାତିକ ଖୁଲାସା: ମାଷ୍ଟରମାଇଣ୍ଡ ଆସାଦୁର ଜମାନର ଫଟୋ ଜାରି କଲା କମିଶନରେଟ ପୋଲିସ
ଭୁବନେଶ୍ୱର: ସିମବକ୍ସ ଜବତ ଘଟଣାରେ ସାଙ୍ଘାତିକ ଖୁଲାସା । ମାଷ୍ଟରମାଇଣ୍ଡ ଆସାଦୁର ଜମାନର ଫଟୋ ଜାରି କଲା କମିଶନରେଟ ପୋଲିସ । ଖୁବଶୀଘ୍ର ଆସାଦୁର ଜମାନରକୁ ଧରିବା ପାଇଁ ସିବିଆଇ ଓ ଇଣ୍ଟରନେପୋଲର ସାହାଯ୍ୟ ନେବ କମିଶନରେଟ ପୋଲିସ । ବାଂଲାଦେଶ ଢାକାରେ ରହି ସେ ଚଳାଉଥିଲା ଆତଙ୍କି ନେଟୱର୍କ । ସଫ୍ଟୱେର କମ୍ପାନୀ ମାଲିକର ସୈତାନ ଦିମାଗ । ସ୍ମାର୍ଟ ସୁଇଚ ଜରିଆରେ ସ୍ମାର୍ଟ ଅପରେସନ । ଢାକାରେ ରହି ଭୁବନେଶ୍ବର ଓ ରାଞ୍ଚିରେ ସିମ ବକ୍ସ ସେଟଅପ ଅପରେଟ କରୁଥିଲା ଆସାଦୁର। ଏ ଦୁଇଟି ସ୍ଥାନକୁ ନଆସିଲେ ମଧ୍ୟ ସ୍ମାର୍ଟ ସୁଇଚ ଜରିଆରେ ପୁରା ନେଟୱର୍କକୁ କଣ୍ଟ୍ରୋଲ କରୁଥିଲା । ଢାକାରେ ଥିବା ଫ୍ୟାସନ ଟେକ୍ନୋଲୋଜି ଇଂଷ୍ଟିଚ୍ୟୁଟରୁ ପାଠ ପଢ଼ିଥିଲା ଆସାଦୁର ।

ଅନ୍ୟପଟେ ଆଜି ଗିରଫ ଅଭିଯୁକ୍ତ ରାଜୁ ମଣ୍ଡଳର ରିମାଣ୍ଡ ସରୁଛି । ୫ ଦିନିଆ ରିମାଣ୍ଡ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସ୍ପେଶାଲ ଟିମ ହାତରେ ଲାଗିଛି ।ପୋଲିସ ହାତରେ ସିଡ଼ିଆର ର ସାଙ୍ଘାତିକ ତଥ୍ୟ ଲାଗିଛି । ରାଜୁ ମଣ୍ଡଳକୁ NIA ଜେରା ବେଳେ ଆତଙ୍କି ଲିଙ୍କ ନେଇ ସୂଚନା ମିଳିଛି । ଏପରିକି ବିଦେଶରେ ରହୁଥିବା ଅଣ୍ଡରୱାର୍ଲଡ଼ ଡନଙ୍କୁ ମଧ୍ୟ ଏହି ସିମବକ୍ସରୁ କଲ୍ ଯାଇଛି । ଆଉ କିଛି ଆକ୍ଟିଭ ସିମର ସିଡ଼ିଆର ରିପୋର୍ଟ ମଧ୍ୟ ଖୁବଶୀଘ୍ର କମିଶନରେଟ ପୋଲିସର ହସ୍ତଗତ ହେବ । କିନ୍ତୁ ବାଂଲାଦେଶ ସହିତ ପାକିସ୍ତାନ ଓ ଚାଇନାକୁ କଲ ଯାଉଥିବା ପ୍ରମାଣ ମିଳିଛି । ରାଜୁର ଆକାଉଣ୍ଟ ଷ୍ଟେଟମେଣ୍ଟ ପୋଲିସ ହାତରେ ଲାଗିଛି । ରାଜୁର ରିମାଣ୍ଡ ଆଜି ଶେଷ ହେବା ପରେ ପୁଣି ଥରେ ୭ ଦିନିଆ ରିମାଣ୍ଡ ପାଇଁ ଆଜି କୋର୍ଟରେ ଆବେଦନ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା ।

ଚାଇନାରୁ ଗଳାବାଟ ଦେଇ ଓଡ଼ିଶା ଆସୁଛି ବେଆଇନ ସିମ୍‌‌ ବକ୍ସ; ଅନ୍ତର୍ଜାତୀୟ କଲ୍‌‌ଗୁଡ଼ିକୁ ଲୋକାଲ କଲ୍‌‌ରେ ପରିଣତ କରୁଛନ୍ତି ସାଇବର୍‌‌ ଠକ
ଭୁବନେଶ୍ୱର: ଲକ୍ଷ୍ମୀସାଗର ଥାନା ମହାଦେବ ନଗର ଏକ ଭଡ଼ା ଘରୁ ପୁଲିସ ୭ଟି ସିମ୍‌‌ ବକ୍ସ ଜବତ କରିବା ପରେ ରାଜଧାନୀରେ ବେଆଇନ୍‌‌ ଭାବେ ସିମ୍‌‌ ବକ୍ସ ବ୍ୟବହାର ହେଉଥିବା ସ୍ପଷ୍ଟ ହୋଇଛି। ଏଭଳି ସିମ୍‌‌ ବ୍ୟବହାର କରି ଆତଙ୍କବାଦୀଙ୍କୁ ଗୁପ୍ତ ଖବର ଦେବା ଏବଂ ସାଇବର୍‌‌ ଠକଙ୍କୁ ସହଯୋଗ କରୁଛନ୍ତି। ଏହି ସିମ୍‌‌ ବକ୍ସ ବ୍ୟବହାର କରି ବହୁ ପ୍ରି-ଆକ୍ଟିଭ୍‌‌ ସିମ୍‌‌ ପକାଇ ସାଇବର୍‌‌ ଠକ ଠକେଇ କରୁଛନ୍ତି। ଏଥିସହ ସହରରେ ଥିବା ଏକାଧିକ କଲ୍‌‌ ସେଣ୍ଟରରେ ମଧ୍ୟ ଏହାକୁ ବେଆଇନ୍‌‌ ଭାବେ ବ୍ୟବହାର କରାଯାଉଥିବା ଜଣାପଡ଼ିଛି। ଏହି ସିମ୍‌‌ ବକ୍ସ ରାଇନାରୁ ସିଧା ଗଳାବାଟ ଦେଇ ଓଡ଼ିଶା ଆସୁଛି। ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଜଙ୍ଗଲରୁ ୬ଜଣ ଗିରଫ ହେବା ପରେ ଏହି ସିମ୍‌‌ ବକ୍ସ ସମ୍ପର୍କରେ ପଦାକୁ ଆସିଥିଲା। ଏହି ମାମଲାର କ୍ରାଇମ୍‌‌ବ୍ରାଞ୍ଚ ତଦନ୍ତ ପରେ ଆଉ ଏକ ଦିଗ ପଦାକୁ ଆସିଥିଲା। ରାଜଧାନୀର ଏକାଧିକ କଲ୍‌‌ ସେଣ୍ଟର, ମାଟ୍ରିମୋନି ସାଇଟ୍‌‌ ଏବଂ ଲୋନ୍‌‌ଆପ୍‌‌ ସଂସ୍ଥାର ଅଧିକାରୀମାନେ ଏଭଳି ବେଆଇନ୍‌‌ ସିମ୍‌‌ ବକ୍ସକୁ ବ୍ୟବହାର କରୁଛନ୍ତି। ବିଶେଷକରି କଲ୍‌‌ ସେଣ୍ଟରରେ ବ୍ୟବହାର କରିବାର କାରଣ ହେଲା, ଏହା ମାଧ୍ୟମରେ ବିଭିନ୍ନ ଅନ୍ତର୍ଜାତୀୟ କଲ୍‌‌ଗୁଡ଼ିକୁ ଲୋକାଲ କଲ୍‌‌ରେ ପରିଣତ କରି କୋଟି କୋଟି ଟଙ୍କା ଠକେଇ କରୁଛନ୍ତି। ଏହି ସିମ୍‌‌ ବକ୍ସରେ ସାଢ଼େ ୩ ଶହ ସିମ୍‌‌ ପଡୁଥିବାରୁ ସାଇବର୍‌‌ ଠକେଇ ସହ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଉଛି।

ଲୋନ୍‌‌ ଆପ୍‌‌ ସେଣ୍ଟର୍‌‌ରେ ହେଉଛି ବ୍ୟବହାର

କେବଳ ମାଟ୍ରିମୋନି ସାଇଟ୍‌‌ ନୁହେଁ, ନିକଟରେ ଲୋନ୍‌‌ ଆପ ଠକମାନେ ଲୋକଙ୍କୁ ଲୋନ୍‌‌ ଦେଇ ବ୍ଲାକ୍‌‌ମେଲିଂ କରୁଛନ୍ତି। ସେମାନେ ମଧ୍ୟ ଏହି ସିମ୍‌‌ ବକ୍ସକୁ ବ୍ୟବହାର କରି ଏକାଧିକ ଲୋକଙ୍କୁ ଫୋନ୍‌‌ ଏବଂ ମେସେଜ୍‌‌ କରିପାରୁଛନ୍ତି। ଯଦି ପୁଲିସ ସିମ୍‌‌ବକ୍ସରେ ପଡ଼ିଥିବା ସିମ୍‌‌କୁ ଟ୍ରାକ୍‌‌ କରି ଧରିବାକୁ ଚେଷ୍ଟା କରନ୍ତି, ତେବେ ଧରିବା ସହଜ ହୋଇ ନ ଥାଏ। ଏହି ସିମ୍‌‌ଟି ଅନ୍ୟ ନାମରେ ଆସିଥିବା ବେଳେ ମୋବାଇଲ୍‌‌ ଭଲି ଏଥିରେ ଆଇଏମ୍‌‌ଆଇ ନମ୍ବର ଦେଖାଇ ନ ଥାଏ। ପୂର୍ବରୁ ମଧ୍ୟ କ୍ରାଇମ୍‌‌ବ୍ରାଞ୍ଚ ଏହା ଜାଣିପାରି ଚନ୍ଦ୍ରଶେଖରପୁର ଓ ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା କଲ୍‌‌ ସେଣ୍ଟର ଉପରେ ଚଢ଼ଉ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଆଉ ଚଢ଼ଉ ହେଉ ନ ଥିବାରୁ ଏଭଳି ବେଆଇନ୍‌‌ ସିମ୍‌‌ ବକ୍ସକୁ ଏକାଧିକ କଲ୍‌‌ ସେଣ୍ଟର ବ୍ୟବହାର କରୁଛନ୍ତି। ତେଣୁ ପୂର୍ବଭଳି ଚଢଉ କରିବା ପାଇଁ ଆଇଟି ବିଶେଷଜ୍ଞମାନେ ମତ ଦେଲେଣି। ବିଶେଷ କରି ବ୍ରହ୍ମପୁର, ପୁରୀ, ଭୁବନେଶ୍ୱର, ଗୋପାଳପୁରରେ ଏଭଳି ବେଆଇନ୍‌‌ ସିମ୍‌‌ ବକ୍ସ ବ୍ୟବହାର କରାଯାଉଛି।

କଲ୍‌‌ ସେଣ୍ଟରରେ ହେଉଛି ବ୍ୟବହାର

ବିଶେଷ କରି ଏକାଧିକ କଲ୍‌‌ ସେଣ୍ଟରରେ ବ୍ୟବହାର ହେଉଛି। ବିବାହ ମାଟ୍ରିମୋନି ସାଇଟ୍‌‌ର କଲ୍‌‌ ସେଣ୍ଟକୁ ଏକାଧିକ ଫୋନ୍‌‌ କଲ୍‌‌ ଦେଶ ଏବଂ ରାଜ୍ୟ ବାହାରୁ ଆସୁଛି। ସେମାନେ ଏହି ସିମ୍‌‌ ବକ୍ସ ମାଧ୍ୟମରେ ଅନ୍ତର୍ଜାତୀୟ କଲ୍‌‌ଗୁଡ଼ିକୁ ଲୋକାଲ କଲ୍‌‌ରେ ପରିଣତ କରି ଠକୁଛନ୍ତି। ଯେଉଁଥି ପାଇଁ କୋଟି କୋଟି ଟଙ୍କା ସେମାନେ ଠକେଇ କରୁଛନ୍ତି।

ଟେଲିକମ୍ପାନୀର କର୍ମଚାରୀଙ୍କ ଭିତିରି ହାତ

ଏହି ସିମ୍‌‌ ବକ୍ସ ବ୍ୟବହାର କରୁଥିବା ଠକମାନଙ୍କୁ ବିଭିନ୍ନ କମ୍ପାନୀରେ କାମ କରୁଥିବା କର୍ମଚାରୀମାନେ ସହଯୋଗ କରୁଛନ୍ତି। ସେମାନେ ଅର୍ଥ ଲୋଭରେ ଏକାଧିକ ପ୍ରି-ଆକ୍ଟିଭ୍‌‌ ସିମ୍‌‌ ଯୋଗାଉଛନ୍ତି। ଫଳରେ ସିମ୍‌‌ଟି ଏକାଧିକ ବ୍ୟକ୍ତିଙ୍କର ଜାଲ୍‌‌ ଦସ୍ତାବିଜ୍‌‌ ଦିଆଯାଇ କିଣାଯାଉଛି। କିଛି ଅର୍ଥ ଲୋଭରେ ଏହି ପ୍ରିଆକ୍ଟିଭ୍‌‌ ସିମ୍‌‌କୁ କମ୍ପାନୀର କେତେକ କର୍ମଚାରୀ ବିକ୍ରି କରୁଛନ୍ତି। ଫଳରେ ଏହି ପ୍ରି-ଆକ୍ଟିଭ୍‌‌ ସିମ୍‌‌ ମାଧ୍ୟମରେ ସାଇବର୍‌‌ ଠକ ଅନ୍ୟକୁ କେୱାଇସି ଅପଡେଟ୍‌‌ ଏବଂ ଅନ୍ୟାନ୍ୟ ଲୋଭନୀୟ ମେସେଜ୍‌‌ ପଠାଇ ଆକାଉଣ୍ଟ ଖାଲିକରି ଦେଉଛନ୍ତି। ତେଣୁ ପୁଲିସ ବିଭିନ୍ନ ଟେଲିକମ୍‌‌ ସଂସ୍ଥାକୁ ନୋଟିସ୍‌‌ କରି ଏନେଇ କଡ଼ା ପଦେକ୍ଷପ ନେବାକୁ କୁଆଯାଇଛି। ଯେଉଁମାନେ ଏଭଳି ପ୍ରି-ଆକ୍ଟିଭି୍‌‌ ସିମ୍‌‌ ବକ୍ରି କରୁଛନ୍ତି ତାଙ୍କୁ ଚାକିରିରୁ ବିଦା କରିବା ସହ ଥାନାରେ ମାମଲା ଦେବାକୁ କୁହାଯାଇଛି।

ମାଓବାଦୀ ସିମ୍‌‌ ବକ୍ସ ମାଧ୍ୟମରେ କରୁଛନ୍ତି କଥାବାର୍ତ୍ତା

୨୦୧୬ରେ ମସିହାରେ ବ୍ରହ୍ମପୁର ଅଞ୍ଚଳରେ ବେଆଇନ ସିମ୍‌‌ବକ୍ସ ଠାବ କରିଥିଲା ଗୋପାଳପୁର ଥାନା ପୁଲିସ। ଅପରାଧୀମାନେ ଏହି ସମ୍‌‌ବକ୍ସକୁ ବ୍ୟବହାର କରି ବ୍ୟବସାୟୀଙ୍କୁ ଦାଦାବଟି ମାଗୁଥିଲେ। ବିଦେଶରୁ ଫୋନ୍‌‌ କଲ୍‌‌ ଆସୁଥିବା କାରଣରୁ ପୁଲିସ ଅପରାଧୀ ପାଖରେ ପହଞ୍ଚି ପାରୁନି। କେବଳ ଏତିକି ନୁହେଁ ଆତଙ୍କବାଦୀମାନେ ଏବଂ ମାଓ ସଂଗଠନ ନେତାମାନେ ରାଜ୍ୟରେ ଥିବା ସେମାନଙ୍କ ସମର୍ଥକମାନଙ୍କ ସହ ସିମ୍‌‌-ବକ୍ସ ମାଧ୍ୟମରେ କଥା ହେଉଛନ୍ତି। ଯାହାକୁ ପୁଲିସ ସହଜରେ ଜାଣିପାରୁନି।