Australia - The Sakala

ସମୁଦ୍ରରେ ୪ ଘଣ୍ଟା ପହଁରି ପରିବାରକୁ ବଞ୍ଚାଇଲେ ୧୩ ବର୍ଷର ବାଳକ
ଅଷ୍ଟ୍ରେଲିଆର ଜଣେ ୧୩ ବର୍ଷୀୟ ବାଳକ ନିଜର ଅଦମ୍ୟ ସାହସ ବଳରେ ପୂରା ପରିବାରକୁ ମୃତ୍ୟୁ ମୁଖରୁ ବଞ୍ଚାଇ ପାରିଛନ୍ତି। ସମୁଦ୍ର ମଝିରେ ଫସି ରହିଥିବା ନିଜ ମା’ ଏବଂ ଦୁଇ ସାନ ଭାଇଭଉଣୀଙ୍କ ଜୀବନ ବଞ୍ଚାଇବା ପାଇଁ ଏହି ବାଳକ ଜଣକ ଦୀର୍ଘ ୪ ଘଣ୍ଟା ଧରି ସମୁଦ୍ରରେ ପହଁରି କୂଳରେ ପହଞ୍ଚିଥିଲେ ଏବଂ ଉଦ୍ଧାରକାରୀ ଦଳକୁ ଖବର ଦେଇଥିଲେ।

ପୋଲିସ୍ ସୂଚନା ଅନୁଯାୟୀ, ପର୍ଥରୁ ଏହି ପରିବାର ଛୁଟି କାଟିବାକୁ ଆସିଥିଲେ। ଶୁକ୍ରବାର ଦିନ ସେମାନେ କାୟାକ୍ ଏବଂ ପ୍ୟାଡଲ୍ ବୋର୍ଡ ସାହାଯ୍ୟରେ ସମୁଦ୍ରକୁ ଯାଇଥିଲେ। କିନ୍ତୁ ହଠାତ୍ ପାଗ ଖରାପ ହେବା ସହ ପ୍ରବଳ ପବନ ଯୋଗୁଁ ସେମାନେ ସମୁଦ୍ର ଭିତରକୁ ଭାସି ଯାଇଥିଲେ। ପରିବାରର ସୁରକ୍ଷା ପାଇଁ ମା’ ଜୋଆନ୍ ଆପେଲବି (୪୭) ଏକ କଠିନ ନିଷ୍ପତ୍ତି ନେଇ ନିଜ ବଡ଼ ପୁଅ ଅଷ୍ଟିନ୍ ଆପେଲବିଙ୍କୁ ସାହାଯ୍ୟ ଆଣିବା ପାଇଁ କୂଳକୁ ପଠାଇଥିଲେ।

ଅଷ୍ଟିନ୍ ପ୍ରଥମେ ଏକ କାୟାକ୍‌ରେ କୂଳକୁ ଫେରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେଥିରେ ପାଣି ପଶିଯିବାରୁ ସେ ତାକୁ ଛାଡ଼ି ଦେଇଥିଲେ। ଏପରିକି ପହଁରିବାରେ ଅସୁବିଧା ହେଉଥିବାରୁ ସେ ନିଜର ଲାଇଫ୍ ଜ୍ୟାକେଟ୍ ମଧ୍ୟ କାଢ଼ି ଦେଇଥିଲେ। ପ୍ରାୟ ୪ କିଲୋମିଟର ଦୂରତା ଅତିକ୍ରମ କରି ସନ୍ଧ୍ୟା ୬ଟା ବେଳେ ସେ କୂଳରେ ପହଞ୍ଚି ତୁରନ୍ତ ସାହାଯ୍ୟ ମାଗିଥିଲେ। ଅଷ୍ଟିନ୍ କହିଛନ୍ତି ଯେ, "ଲହଡ଼ି ବହୁତ ବଡ଼ ଥିଲା, କିନ୍ତୁ ମୁଁ କେବଳ ପହଁରିବା କଥା ଚିନ୍ତା କରୁଥିଲି।"

ଅଷ୍ଟିନ୍ ଖବର ଦେବା ପରେ ଉଦ୍ଧାରକାରୀ ଦଳ ହେଲିକପ୍ଟର ଯୋଗେ ତଲାସୀ ଆରମ୍ଭ କରିଥିଲେ। ରାତି ପ୍ରାୟ ୮:୩୦ ସମୟରେ ମା’ ଏବଂ ଅନ୍ୟ ଦୁଇ ପିଲା (୧୨ ବର୍ଷର ଭାଇ ବ୍ୟୁ ଏବଂ ୮ ବର୍ଷର ଭଉଣୀ ଗ୍ରେସ୍)ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ସେତେବେଳକୁ ସେମାନେ କୂଳରୁ ପ୍ରାୟ ୧୪ କିଲୋମିଟର ଦୂରକୁ ଭାସି ଯାଇଥିଲେ। ପୋଲିସ୍ ଇନ୍ସପେକ୍ଟର ଜେମ୍ସ ବ୍ରାଡଲି ଅଷ୍ଟିନ୍‌ଙ୍କ ସାହସିକତାକୁ ପ୍ରଶଂସା କରି କହିଛନ୍ତି ଯେ, ତାଙ୍କ ଦୃଢ଼ ମନୋବଳ ଯୋଗୁଁ ଆଜି ତାଙ୍କ ପରିବାର ଜୀବିତ ଅଛି।

ଆଜିଠାରୁ ୫ ମ୍ୟାଚ୍‌ ବିଶିଷ୍ଟ ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିିରିଜ୍‌ ...
କାନବେରା:  ବିଶ୍ୱର ନଂ-୧ ତଥା ବିଶ୍ୱ ଚାମ୍ପିଅନ ଟିମ୍‌ ଭାରତ ଓ ନଂ-୨ ଟିମ୍‌ ତଥା ଆୟୋଜକ ଅଷ୍ଟ୍ରେଲିଆ ମଧ୍ୟରେ ବୁଧବାରଠାରୁ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଖେଳାଯିବ। ଏହା ପୂର୍ବରୁ ଦୁଇ ଦେଶ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଖେଳାଯାଇଥିଲା। ଏଥିରେ ଅଷ୍ଟ୍ରେଲିଆ ୨-୧ରେ ବିଜୟୀ ହୋଇଥିଲା। କିନ୍ତୁ ଟି-୨୦ ଫର୍ମାଟରେ ଭାରତର ଶକ୍ତି ଅଧିକ। ଏପରିକି ୨୦୦୮ ପରଠାରୁ ଅଷ୍ଟ୍ରେଲିଆରେ ଭାରତ ସିରିଜ୍‌ ହାରିନାହିଁ। ରେକର୍ଡ ଯାହା ହେଉ ପଛେ ଦଳର ତାରକା ବୋଲର ଯଶପ୍ରୀତ୍‌ ବୁମ୍‌ରା ଏହି ସିରିଜ୍‌ ଖେଳିବାକୁ ମନୋନୀତ ହୋଇଛନ୍ତି। ଏଣୁ ଭାରତର ଶକ୍ତି ବୃଦ୍ଧି ଘଟିଛି ଓ ଦଳର ସନ୍ତୁଳନକୁ ନେଇ ମ୍ୟାନେଜମେଣ୍ଟର ଚିନ୍ତା ମଧ୍ୟ ବଢ଼ିଛି। ଆସନ୍ତାବର୍ଷ ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବ ଟି-୨୦ ବିଶ୍ୱକପ୍‌। ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ନିଜକୁ ପ୍ରସ୍ତୁତ କରିନେବାକୁ ଉଭୟ ଦଳ ଯୋଜନାବଦ୍ଧ ଭାବେ ଉଦ୍ୟମ କରିବେ। ଏପରିକି ଦଳର ଦକ୍ଷତା, ସନ୍ତୁଳନ, ଦୁର୍ବଳତାକୁ ମଧ୍ୟ ସଜାଡ଼ିନେବାକୁ ଉଭୟ ଦଳ ଚେଷ୍ଟା କରିବେ। ଟି-୨୦ ଫର୍ମାଟରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ବିଶ୍ୱର ଟପ୍‌-୨ ଦଳ ହୋଇଥିବାରୁ ଏହି ସିରିଜ୍‌ର ପ୍ରତ୍ୟେକ ମ୍ୟାଚ୍‌ ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।

ଭାରତରେ ଖେଳାଯିବାକୁ ଥିବା ବିଶ୍ୱକପ୍‌ର ପିଚ୍‌ କିମ୍ବା ଭେନ୍ୟୁ ସହ ଅଷ୍ଟ୍ରେଲିଆର ପିଚ୍‌ର ବ୍ୟବହାର ସମ୍ପୂର୍ଣ୍ଣ ଭିନ୍ନ। କିନ୍ତୁ ଏବେ ସବୁ ଦଳର ନଜର ରହିଛି ବିଶ୍ୱକପ୍‌ ପୂର୍ବରୁ ନିଜର ଶ୍ରେଷ୍ଠ ଟିମ୍‌ ଚୟନ କରିବା। ଏହି ସିରିଜ୍‌ ଭାରତ ଓ ଅଷ୍ଟ୍ରେଲିଆକୁ ଶ୍ରେଷ୍ଠ ଦଳ ଚୟନ ଓ ଦଳର ସନ୍ତୁଳନ ସଜାଡିବାକୁ ବଡ଼ ସୁଯୋଗ ଦେଇଛି। ଉଭୟଙ୍କ ମଧ୍ୟରେ ଲଢେ଼ଇରୁ ଯେଉଁ ଫଳ ମିଳିବ ତାହା ନିଶ୍ଚିତପକ୍ଷେ ଲାଭଦାୟକ ହେବ। ଏହା ପୂର୍ବରୁ ଭାରତ ଟି-୨୦ ଫର୍ମାଟରେ ଏସିଆ କପ୍‌ ଖେଳି ଚାମ୍ପିଅନ ହୋଇଥିଲା। ଏଥିରେ ଦଳ ଅପରାଜେୟ ଥିଲାବେଳେ ଶ୍ରୀଲଙ୍କା ବିପକ୍ଷ ସୁପର-୪’ର ଏକ ମ୍ୟାଚ୍‌କୁ ବାଦ୍‌ ଦେଲେ ଅନ୍ୟ ସବୁଥିରେ ସହଜ ବିଜୟ ହାସଲ କରିଥିଲା। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଏକାଧିକ ପ୍ରତିଭାବାନ ଖେଳାଳି ଆଇପିଏଲ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ କରି ଅନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ ହୋଇଛନ୍ତି। ଭାରତ ନିକଟରେ ଏତେ ପ୍ରତିଭା ରହିଛି ଯେ ୧୫ ଜଣିଆ ହେଉ କିମ୍ବା ୧୧ ଜଣିଆ ଦଳ ଚୟନ କରିବା କଷ୍ଟକର।  ଟି-୨୦ ସିରିଜ୍‌ ଲାଗି ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କ ପ୍ରତ୍ୟାବର୍ତ୍ତନ ଦଳକୁ ଅଧିକ ମଜଭୁତ କରିଛି। ଅର୍ଶଦୀପ ସିଂହଙ୍କୁ ପାର୍ଟନର କରି ସେ ନିଶ୍ଚିତଭାବେ ଅଷ୍ଟ୍ରେଲୀୟ ବ୍ୟାଟରଙ୍କୁ ଅସୁବିଧାରେ ପକାଇବେ। ନିକଟରେ ସିଡନୀ ଦିନିକିଆରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ହର୍ଷିତ ରାଣା କିମ୍ବା ଶିବମ ଦୁବେ ପେସ୍‌ ବୋଲିଂ ଯୋଡି ବୁମ୍‌ରା-ଅର୍ଶଦୀପ୍‌ଙ୍କୁ ସାହାଯ୍ୟ କରିବେ। ଏସିଆ କପ୍‌ରେ ଭାରତ ସ୍ପିନରଙ୍କୁ ନେଇ ଚାମ୍ପିଅନ ହୋଇଥିଲା। ଅଷ୍ଟ୍ରେଲିଆ ବିପକ୍ଷରେ ସ୍ପିନରଙ୍କ ଭୂମିକା ଅଧିକ ନ ରହିଲେ ମଧ୍ୟ ଏମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ। ଦଳରେ ୪ଜଣ ସ୍ପିନରଙ୍କୁ ନିଆଯାଇଛି। ଅକ୍ଷର ପଟେଲ, କୁଲଦୀପ ଯାଦବ, ୱାଶିଂଟନ ସୁନ୍ଦର ଓ ବରୁଣ ଚକ୍ରବର୍ତ୍ତୀଙ୍କ ମଧ୍ୟରୁ ୨ଜଣ ଖେଳିବା ନିଶ୍ଚିତ।  ଦିନିକିଆରେ ଏମାନେ ଅଷ୍ଟ୍ରେଲିଆ ପିଚ୍‌ରେ ସଂଘର୍ଷ କରିଥିଲେ। ଟି-୨୦ରେ କିପରି ପ୍ରଦର୍ଶନ କରିବେ ତାହା ଉପରେ ଦଳର ସଫଳତା ନିର୍ଭର କରୁଛି। ଭାରତ ୨୦୨୪ରେ ବିଶ୍ୱକପ୍‌ ଜିତିବା ପରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଖେଳି ମାତ୍ର ୩ଟି ମ୍ୟାଚ୍‌ରେ ପରାଜିତ ହୋଇଛି। ଏହି ରେକର୍ଡ ବଜାୟ ରଖିବ ବୋଲି ଭାରତୀୟ ସମର୍ଥକ ଓ କର୍ମକର୍ତ୍ତା ଆଶା ରଖିବା ସ୍ୱାଭାବିକ୍‌।

ଖେଳ ଆରମ୍ଭ : ଅପରାହ୍ଣ ୧ଟା ୪୫ ମିନିଟ୍‌

ପ୍ରସାରଣ : ଷ୍ଟାର ସ୍ପୋର୍ଟ୍ସ ନେଟ୍‌ୱର୍କ, ଜିଓ ହଟ୍‌ଷ୍ଟାର

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଗତ ଦୁଇଟି ବିଶ୍ୱକପ୍‌ରେ ସଅଳ ବିଦାୟ ନେବା ସହ ସମସ୍ତଙ୍କୁ ନିରାଶ କରିଥିଲା। କିନ୍ତୁ ୨୦୨୪ ବିଶ୍ୱକପ୍‌ ପରେ ଦଳର ତାହାର ରଣନୀତି ଓ ଦୃଷ୍ଟିକୋଣରେ ପରିବର୍ତ୍ତନ ଆଣିଛି। ଯାହା ଫଳରେ ୧୧ଟି ମ୍ୟାଚ୍‌ ଖେଳି ମାତ୍ର ୨ଟିରେ ପରାଜିତ ହୋଇଛି। ମିଚେଲ ମାର୍ଶଙ୍କ ନେତୃତ୍ୱରେ ପାୱାର ହିଟରଙ୍କୁ କେବଳ ଦଳରେ ସ୍ଥାନ ମିଳିଛି। ଟ୍ରାଭିସ ହେଡ୍‌, ଜୋଶ ଇଂଲିଶ, କାମେରନ ଗ୍ରୀନ୍‌ (ଏହି ସିରିଜ୍‌ରେ ଖେଳୁନାହାନ୍ତି), ଟିମ୍‌ ଡେଭିଡ୍‌, ମିଚେଲ ଓଏନ୍‌ ଓ ଗ୍ଲେନ୍‌ ମ୍ୟାକ୍ସୱେଲ (ଶେଷ ୩ଟି ମ୍ୟାଚ୍‌ ଖେଳିବେ)ଙ୍କୁ ନେଇ ଦଳର ବ୍ୟାଟିଂ ଲାଇନ୍‌ ବେଶ ସଫଳ ହୋଇଛି। ମାର୍କସ ଷ୍ଟୋଇନିସଙ୍କ ନେତୃତ୍ୱରେ ଏକାଧିକ ଅଲରାଉଣ୍ଡର ଅଷ୍ଟ୍ରେଲିଆର ସଫଳତାରେ ଭାଗୀଦାରି ହେଉଛନ୍ତି।

ସମ୍ଭାବ୍ୟ ଦଳ
ଭାରତ- ଅଭିଷେକ ଶର୍ମା, ଶୁବମନ ଗିଲ୍‌, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ସଞ୍ଜୁ ସାମସନ (ୱିକେଟରକ୍ଷକ), ରିଙ୍କୁ ସିଂ, ଅକ୍ଷର ପଟେଲ, ଶିବମ ଦୁବେ/ ହର୍ଷିତ ରାଣା, କୁଲଦୀପ ଯାଦବ/ ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ, ଯଶ୍‌ପ୍ରୀତ୍‌ ବୁମ୍‌ରା।
ବେଞ୍ଚ- ୱାଶିଂଟନ ସୁନ୍ଦର, ନୀତୀଶ କୁମାର ରେଡ୍ଡୀ।

ଅଷ୍ଟ୍ରେଲିଆ - ମିଚେଲ ମାର୍ଶ (ଅଧିନାୟକ), ଟ୍ରାଭିସ ହେଡ୍‌, ଜୋଶ ଇଂଲିଶ (ୱିକେଟରକ୍ଷକ), ଟିମ୍‌ ଡେଭିଡ୍‌, ଜୋଶ ଫିଲିପ୍‌, ମିଚେଲ ଓଏନ, ମାର୍କସ ଷ୍ଟୋଇନିସ୍‌, ସିନ୍‌ ଆବଟ/ ଜାଭିୟର ବାର୍ଟଲେଟ, ନାଥାନ ଏଲିସ୍‌, ମ୍ୟାଟ କୁନେମାନ, ଜୋଶ ହାଜ୍‌ଲେଉଡ୍‌।
ବେଞ୍ଚ୍‌- ମାଥ୍ୟୁ ସର୍ଟ, ଜୋଶ ଫିଲିପ୍‌, ତନବୀର ସାଙ୍ଗା ଓ ବେନ୍‌ ଡ୍ୱାରଶୁଇସ୍‌।

୧୯ରୁ ଭାରତର ଅଷ୍ଟ୍ରେଲିଆ ଅଭିଯାନ; ୩ ଦିନିକିଆ ଓ ୫ ଟି-୨୦ ଅନ୍ତର୍ଜାତୀୟ ମୁକାବିଲା...
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରେ ଅଷ୍ଟ୍ରେଲିଆ ଏବେ ଭାରତର ନୂଆ ପ୍ରତିଦ୍ୱନ୍ଦ୍ୱୀ। ଏକଦା ଅଷ୍ଟ୍ରେଲିଆକୁ ହରାଇବା ଭାରତ ଲାଗି କଷ୍ଟକର ହେଉଥିଲାବେଳେ ଏବେ ସ୍ଥିତି ଭିନ୍ନ ହୋଇଛି। ଅଷ୍ଟ୍ରେଲିଆ ମାଟିରେ ମଧ୍ୟ ଭାରତ ପ୍ରଭାବୀ ଖେଳ ପ୍ରଦର୍ଶନ କରିଛି। ଦୁଇଦେଶ ମଧ୍ୟରେ ଅନୁଷ୍ଠିତ ଦ୍ୱିପାକ୍ଷିକ ସିରିଜ୍‌ରେ ଅଷ୍ଟ୍ରେଲିଆର ବିଜୟ ପ୍ରତିଶତକୁ ପ୍ରତିହତ କରିବାରେ ଭାରତ ସମର୍ଥ ହୋଇ ନ ଥିଲେ ମଧ୍ୟ ଲଢ଼ୁଆ ଖେଳ ପ୍ରଦର୍ଶନ କରି ବେଶ ଲୋକପ୍ରିୟତା ହାସଲ କରିଛି। ଟେଷ୍ଟ ଓ ଟି-୨୦ ଫର୍ମାଟରେ ଉଭୟଙ୍କ ମଧ୍ୟରେ ଅଧିକ କଡ଼ା ମୁକାବିଲା ହୋଇଛି। ମୋଟାମୋଟି କହିବାକୁ ଗଲେ ଭାରତ ଓ ଅଷ୍ଟ୍ରେଲିଆ କ୍ରିକେଟ ଖେଳରେ ଏବେ ନୂଆ ପ୍ରତିଦ୍ୱନ୍ଦ୍ୱୀ ସାଜିଛନ୍ତି। ଦିନିକିଆ ବିଶ୍ୱକପ୍‌ ଫାଇନାଲ ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମଥର ଆସନ୍ତା ୧୯ରୁ ଏକ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଆରମ୍ଭ ହେବ। ଏହା ପରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ମଧ୍ୟ ଖେଳାଯିବ। ଏଥିଲାଗି ଉଭୟ ଦଳ ପ୍ରସ୍ତୁତି ଶେଷ କରିଥିଲେ ମଧ୍ୟ ଆହତ ସମସ୍ୟା ଯୋଗୁଁ ଅଷ୍ଟ୍ରେଲିଆର ନିୟମିତ ଅଧିନାୟକ ପ୍ୟାଟ କମିନ୍ସ ଏହି ସିରିଜ୍‌ରେ ଖେଳିବେ ନାହିଁ। ମିଚେଲ ମାର୍ଶ ଦଳର ନେତୃତ୍ୱ ନେବେ। ଉଭୟ ଦେଶ ମଧ୍ୟରେ ନେତୃତ୍ୱ କିଏ ନେଉଛି, କିଏ ଉପସ୍ଥିତ ବା ଅନୁପସ୍ଥିତ ରହୁଛି ତାହା ବଡ଼ କଥା ନୁହେଁ, ପଡ଼ିଆରେ କିଏ କେତେ ସଫଳ ହେଉଛି ତାହା ହେଉଛି ଗୁରୁତ୍ୱପୂର୍ଣ୍ଣ। ଏଭଳି ସ୍ଥିତିରେ ବିଶ୍ୱର ସବୁଠାରୁ ଅଭିଜ୍ଞ ଦୁଇ ଖେଳାଳି ଭାରତର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ସମ୍ଭବତଃ ଶେଷଥର ଲାଗି ଅଷ୍ଟ୍ରେଲିଆରେ ଖେଳିବେ। ଉଭୟ ଖେଳାଳି ଟେଷ୍ଟ ଓ ଟି-୨୦ ଫର୍ମାଟରୁ ଅବସର ନେଇସାରିଛନ୍ତି। ଏଣୁ ଏହି ସିରିଜ୍‌ ଉଭୟଙ୍କ ଲାଗି ଅଷ୍ଟ୍ରେଲିଆରେ ଶେଷ ସିରିଜ୍‌ ହେବ ଓ ଉଭୟ ଭାରତୀୟ ଦଳରେ ରହିବେ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହେବ। ସମସ୍ତ ଦୃଷ୍ଟି କୋଣରୁ ତର୍ଜମା କଲେ ଏହି ସିରିଜ୍‌ ଅଷ୍ଟ୍ରେଲିଆ ଅପେକ୍ଷା ଭାରତ ଲାଗି ବେଶ ମହତ୍ତ୍ୱ ରଖୁଛି। ରୋହିତ ଶର୍ମାଙ୍କ ସ୍ଥାନରେ ଶୁବମନ ଗିଲ୍‌ ଏବେ ଭାରତର ଉଭୟ ଟେଷ୍ଟ ଓ ଦିନିକିଆ ଅଧିନାୟକ ଦାୟିତ୍ୱରେ ରହିଛନ୍ତି।

ଚଳିତ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଅଷ୍ଟ୍ରେଲିଆରେ ଖେଳାଯିବ। ଏହି ସିରିଜ୍‌ର ପ୍ରଥମ ମୁକାବିଲା ପର୍ଥର ଫାଷ୍ଟ ପିଚ୍‌ରେ ଅକ୍ଟୋବର ୧୯ ତାରିଖ ବା ଆସନ୍ତା ରବିବାର ଖେଳାଯିବ। ଗୁବମନ ଗିଲ୍‌ଙ୍କ ନେତୃତ୍ୱରେ ଭାରତୀୟ ଦଳ ଏବେ ଅଷ୍ଟ୍ରେଲିଆରେ ପହଞ୍ଚିସାରିଛି। ପିଚ୍‌ ଓ ପରିବେଶ ସହ ଖାପ୍‌ ଖୁଆଇବା ପରେ ଲଢେ଼ଇ ଲାଗି ପ୍ରସ୍ତୁତ ହେବ। ଅଷ୍ଟ୍ରେଲିଆରେ ଭାରତ ଶେଷଥର ୨୦୧୮-୧୯ରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌କୁ ୨-୧ରେ ଜିତିଥିଲା। ଏହା ପରେ ଆଉ ଗୋଟିଏ ସିରିଜ୍‌ ଖେଳାଯାଇଛି ଓ ଏହାକୁ ଅଷ୍ଟ୍ରେଲିଆ ବିଜୟୀ ହୋଇଛି। ଏବେ ନୂଆ ଖେଳାଳିଙ୍କୁ ନେଇ ଭାରତୀୟ ଦଳ ଅଷ୍ଟ୍ରେଲିଆର ମୁକାବିଲା କରିବାକୁ ଯାଉଛି। ଅଷ୍ଟ୍ରେଲିଆ ଦଳରେ ସ୍ଥାନ ପାଇଥିବା ପ୍ରାୟ ସମସ୍ତ ଖେଳାଳି ଆଇପିଏଲ୍‌ରେ ଖେଳିଛନ୍ତି। ଏଣୁ ଉଭୟ ଦଳର ଖେଳାଳିମାନେ ପରସ୍ପର ଖେଳ ଓ ରଣନୀତି ସମ୍ପର୍କରେ ବେଶ ଅବଗତ ଅଛନ୍ତି। ଏଣୁ ପିଚ୍‌ ଓ ପରିବେଶକୁ ଭାରତୀୟ ଦଳ କିପରି ଖାପ୍‌ ଖୁଆଇବ ତାହା ଉପରେ ଖେଳର ସ୍ଥିତି ନିର୍ଭର କରୁଛି। ଶେଷଥର ଉଭୟଙ୍କ ମଧ୍ୟରେ ଏକ ସିରିଜ୍‌ ୨୦୨୩-୨୪ ସିଜନରେ ଭାରତରେ ଖେଳାଯାଇଥିଲା। ଘରୋଇ ମାଟିରେ ଭାରତ ଏହାକୁ ଜିତିବାରେ ସମର୍ଥ ହୋଇଥିଲା। ଏବେ ନୂଆ ଖେଳାଳି ଓ ନୂଆ ନେତୃତ୍ୱରେ ଏକ ଭିନ୍ନ ଲଢେ଼ଇ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।

ରୋହିତ, କୋହଲି ଓ ଗିଲ୍‌ଙ୍କ ଉପରେ ନଜର: ଚାମ୍ପିଅନ୍ସ ଟ୍ରଫି ପରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କର ଏହା ପ୍ରଥମ ପ୍ରତିଯୋଗିତାମୂଳକ କ୍ରିକେଟ ହେବ। ଏହି ଦୁଇ ଖେଳାଳି ଏବେ କେବଳ ଦିନିକିଆ ଫର୍ମାଟରେ ଅନ୍ତର୍ଜାତୀୟ କ୍ରିକେଟ ଖେଳୁଛନ୍ତି। ଦିନିକିଆ ବିଶ୍ୱକପ୍‌ ୨୦୨୭ରେ ଖେଳାଯିବ। ଏହା ମଧ୍ୟରେ ଟିମ୍‌ ସଜାଡିନେବାକୁ ସମସ୍ତ ଉଦ୍ୟମ କରିବ ଟିମ୍‌ ଇଣ୍ଡିଆ। ରୋହିତ ଓ କୋହଲିଙ୍କ ନେଇ ଭାରତ ବିଶ୍ୱକପ୍‌ ଖେଳିବ କିମ୍ବା ସେମାନଙ୍କୁ ବାଦ୍‌ ଦେବ ତାହାର ପୂର୍ବାନୁମାନ କରିବା କଷ୍ଟକର। କିନ୍ତୁ ଏହି ସିରିଜ୍‌ରୁ ସେମାନଙ୍କ ଭବିଷ୍ୟତ ସମ୍ପର୍କରେ ନିଶ୍ଚିତ କିଛି ସ୍ପଷ୍ଟ ସୂଚନା ମିଳିବ। ସେହିପରି ଶୁବମନ ଗିଲଙ୍କ ନେତୃତ୍ୱରେ ଭାରତ ଦିନିକିଆ ସିରିଜ୍‌ ଖେଳିବାକୁ ଯାଉଛି। ଇଂଲଣ୍ଡରେ ଟେଷ୍ଟ ଦଳର ନେତୃତ୍ୱ ନେଇ ଗିଲ ଉଭୟ ବ୍ୟାଟିଂ ଓ ନେତୃତ୍ୱରେ ବେଶ ସଫଳତା ଲାଭ କରିଥିଲେ। ଏବେ ଆଉ ଏକ ପରୀକ୍ଷାର ସମ୍ମୁଖୀନ ହୋଇଛନ୍ତି ଗିଲ୍‌। ଏଣୁ ଏହି ସିରିଜ୍‌ରେ ଭାରତର ୩ ତାରକା ଖେଳାଳିଙ୍କ ଉପରେ ନିଶ୍ଚିତ ନଜର ରହିବ।

ଦିନିକିଆ : ସକାଳ ୯ଟା
ଟି-୨୦  : ଅପରାହ୍ଣ ୧ଟା ୪୫ ମିନିଟ୍‌

ପ୍ରସାରଣ
ଷ୍ଟାର ସ୍ପୋର୍ଟ୍ସ ନେଟ୍‌ୱର୍କ, ଜିଓ ହଟ୍‌ଷ୍ଟାର

ଦିନିକିଆ ଦଳ: ଶୁବମନ ଗିଲ୍‌ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର (ଉପଅଧିନାୟକ), ଲୋକେଶ ରାହୁଲ, ଯଶସ୍ୱୀ ଜୟସ୍ୱାଲ, ନୀତୀଶ କୁମାର ରେଡ୍ଡୀ, ଧ୍ରୁବ ଜୁରେଲ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ୍‌ ସିରାଜ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା, ହର୍ଷିତ ରାଣା।

ଟି-୨୦ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁବମନ ଗିଲ୍‌ (ଉପଅଧିନାୟକ), ଅଭିଷେକ ଶର୍ମା, ତିଳକ ବର୍ମା, ସଞ୍ଜୁ ସାମସନ (ୱିକେଟରକ୍ଷକ), ନୀତୀଶ କୁମାର ରେଡ୍ଡୀ, ଶିବମ ଦୁବେ, ରିଙ୍କୁ ସିଂ, ଜିତେଶ ଶର୍ମା (ୱିକେଟରକ୍ଷକ), ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମ୍‌ରା, ଅର୍ଶଦୀପ ସିଂହ, ହର୍ଷିତ ରାଣା।

ସମସ୍ତ ପ୍ରକାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ
ସିଡନୀ: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ଅଧିନାୟକ ଆରୋନ ଫିଞ୍ଚ । ସମସ୍ତ ପ୍ରକାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି ଅଷ୍ଟ୍ରେଲିଆର ଟି-୨୦ ଦଳର ଅଧିନାୟକ ଆରୋନ ଫିଞ୍ଚ । ସେ ପୂର୍ବରୁ ଟେଷ୍ଟରୁ ଅବସର ଗ୍ରହଣ କରିଥିବା ବେଳେ ଗତବର୍ଷ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ । ଏବେ ସେ ଟି-୨୦ରୁ ମଧ୍ୟ ଅବସର ଘୋଷଣା କରିଛନ୍ତି। ଫିଞ୍ଚ ସନ୍ନ୍ୟାସ ନେଇ ବୟାନ ଜାରି କରିଛନ୍ତି, ‘ମୋତେ ଲାଗୁଛି କି ୨୦୨୪ରେ ହେବାକୁ ଥିବା ଟି୨୦ ବିଶ୍ୱକପ ଖେଳିପାରିବି ନାହିଁ । ତେବେ ଏବେ ସନ୍ନ୍ୟାସ ନେବାର ବିଲକୁଲ୍‌ ଠିକ୍‌ ସମୟ । ଆଉ ଟିମ୍‌ ନୂଆ ଖେଳାଳିଙ୍କୁ ସୁଯୋଗ ଦେଇ ବିଶ୍ୱକପ ପାଇଁ ପ୍ରସ୍ତୁତ କରିପାରିବେ ।

ଫିଞ୍ଚ ପାଞ୍ଚଟି ଟେଷ୍ଟ, ୧୪୬ଟି ଦିନିକିଆ ଏବଂ ୧୦୩ ଟି-୨୦ ମ୍ୟାଚ୍ ସହିତ ମୋଟ ୨୫୪ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଆରୋନ ଫିଞ୍ଚଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ଟିମ୍‌ ୨୦୨୧ରେ ଟି୨୦ ବିଶ୍ୱକପ ପ୍ରଥମ ଥର ଜିତିଥିଲା । ୨୦୧୫ରେ କଙ୍ଗାରୁ ଟିମ୍‌ ଦିନିକିଆ ବିଶ୍ୱକପ୍‌ ନିଜ ନାମରେ କରିଥିଲା। ସେଥିରେ ଫିଞ୍ଚଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।

ହକି ବିଶ୍ବକପ୍‌ ୨୦୨୩: ଦକ୍ଷିଣ ଆଫ୍ରିକାକୁ ୯-୨ ଗୋଲରେ ହରାଇଲା ଅଷ୍ଟ୍ରେଲିଆ
ଭୁବନେଶ୍ବର: ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଉଥିବା ପୁରୁଷ ହକି ବିଶ୍ୱକପର ଆଜିର ମ୍ୟାଚ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଅଷ୍ଟ୍ରେଲିଆ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗୋଲ ବର୍ଷା କରିଥିଲା। ଦକ୍ଷିଣ ଆଫ୍ରିକା ମାତ୍ର  ୨ଟିଗୋଲ ଦେବାକୁ ସକ୍ଷମ ହୋଇଥିବା ବେଳେ ଅଷ୍ଟ୍ରେଲିଆ ୯ଟି ଗୋଲ ଦେଇଥିଲା। ଫଳରେ ଷ୍ଟ୍ରେଲିଆ ୯ -୨ ରେ  ଦକ୍ଷିଣ ଆଫ୍ରିକା ଠାରୁ ଏହି ମ୍ୟାଚ ଜିତିନେଇଛି।

ମଝି ଆକାଶରେ ଦୁଇ ହେଲିକପ୍ଟର୍ ମଧ୍ଯରେ ଧକ୍କା: ୪ ମୃତ , ୩ ଗୁରୁତର
ସିଡ୍‌ନି: ଅଷ୍ଟ୍ରେଲିଆର ପର୍ଯ୍ଯଟନସ୍ଥଳୀ ‘ଗୋଲ୍‌ଡ୍‌ କୋଷ୍ଟ୍‌’ ଆକାଶରେ ଦୁଇଟି ହେଲିକପ୍ଟର୍‌ ପରସ୍ପର ସହିତ ଧକ୍କା ହେବାକୁ ୪ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଗୋଟିଏ ହେଲିକପ୍ଟର ସୁରକ୍ଷିତ ଭାବେ ଗୋଲ୍ଡ କୋଷ୍ଟର ମେନ୍ ବିଚ୍ ଅବତରଣ କରିଥିଲା। ଅନ୍ୟ ହେଲିକପ୍ଟରଟି କ୍ଷତିଗ୍ରସ୍ତ ହୋଇଛି।

ପୁଲିସ ସୂଚନା ଅନୁଯାୟୀ, ଲ୍ୟାଣ୍ଡିଂ କରୁଥିବା ବେଳେ ଦୁଇ ହେଲିକପ୍ଟର ମଧ୍ୟରେ ଧକ୍କା ହୋଇଥିଲା। କ୍ଷତିଗ୍ରସ୍ତ ହେଲିକପ୍ଟରଟି ଲ୍ୟାଣ୍ଡିଂ ସ୍ଥଳରୁ ବହୁ ଦୂରରେ ଖଣ୍ଡବିଖଣ୍ଡିତ ଅବସ୍ଥାରେ ପଡିଛି। ଏଥିରେ ହିଁ ୪ ଯାତ୍ରୀଙ୍କ ମୃତଦେହ ଥିବା ସହ ୩ ଜଣ ଗୁରୁତର ଥିଲେ। ପରେ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟିଥିବା ସ୍ଥାନ ସିୱର୍ଲ୍ଡ ଡ୍ରାଇଭକୁ ଯାତାୟତ କରୁଥିବା ସମସ୍ତ ରାସ୍ତାକୁ ବନ୍ଦ କରାଯାଇଛି।

ଚଳିତ T20 ବିଶ୍ବକପରେ ବାଧକ ସାଜିଛି ବର୍ଷା : ଗୋଟିଏ ଦିନରେ ବାତିଲ ହେଲା ଦୁଇଟି ମ୍ୟାଚ
ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଚଳିତ ଟି-୨୦ ବିଶ୍ଵ କପ୍‌ରେ ସବୁଠୁ ବଡ ବାଧକ ସାଜିଛି ବର୍ଷା । ବର୍ଷା କାରଣରୁ ଅନେକ ମ୍ୟାଚ୍‌ ବାତିଲ୍ ହୋଇ ସାରିଥିବା ବେଳେ କିଛି ମ୍ୟାଚ୍‌ରେ ପଏଣ୍ଟ ଭାଗ କରାଯାଇଛି। ଶୁକ୍ରବାର ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ହେବାକୁ ଥିବା ଦୁଇଟି ଯାକ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି । ଯାହାକି ଗ୍ରୁପ୍-୧ର ପଏଣ୍ଟ ଟେବୁଲକୁ ରୋଚକପୂର୍ଣ୍ଣ କରିଦେଇଛି । ତେବେ ଅନ୍ୟପଟେ ବର୍ଷା ଯୋଗୁଁ ମ୍ୟାଚ ବାତିଲ ହେଉଥିବାରୁ ଏକାଧିକ ଟିମର ସେମିଫାଇନାଲ ଯିବାର ଆଶା ଅଧୁରା ରହିପାରେ ବୋଲି କ୍ରିକେଟ୍ ବିଶେଷଜ୍ଞମାନେ ଆକଳନ କରିବା ଆରମ୍ଭ କଲେଣି ।

ସୂଚନାଯୋଗ୍ୟ, ଆଜି ମେଲବର୍ଣ୍ଣରେ ପ୍ରଥମେ ଆୟରଲ୍ୟାଣ୍ଡ-ଆଫଗାନିସ୍ତାନ୍ ଏବଂ ପରେ ଅଷ୍ଟ୍ରେଲିଆ-ଇଂଲଣ୍ଡ ଭିତରେ ମ୍ୟାଚ୍ ହୋଇଥାନ୍ତା । ହେଲେ ଏହି ଦୁଇଟି ଯାକ ମ୍ୟାଚ ବର୍ଷା ଯୋଗୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି । ସ୍ଥିତି ଏମିତି ଯେ, ଦୁଇଟି ଯାକ ମ୍ୟାଚର ଟସ୍ ମଧ୍ୟ ପଡିନଥିଲା । ତେଣୁ ଚାରୋଟି ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟରେ ସନ୍ତୁଷ୍ଟ ହେବାକୁ ପଡିଛି ।

ଆଜିର ଦ୍ଵିତୀୟ ମ୍ୟାଚ ଥିଲା ଚିରାଚରିତ ପ୍ରତିଦ୍ବନ୍ଦୀ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ । ଏହି ମ୍ୟାଚ ବେଳକୁ ବର୍ଷା ଛାଡ଼ିଯାଇଥିଲେ ବି ପଡ଼ିଆ ଓଦା ଥିବାରୁ ମ୍ୟାଚକୁ ବାତିଲ କରାଯାଇଥିଲା । ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ଥିଲା, କାରଣ ପୂର୍ବରୁ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ହାରି ସାରିଛନ୍ତି । ଅଷ୍ଟ୍ରେଲିଆ ନିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିବାବେଳେ ଇଂଲଣ୍ଡ ଏକ ବର୍ଷା ବାଧିତ ମ୍ୟାଚରେ ଆୟର୍ଲାଣ୍ଡଠାରୁ ଡିଏଲ୍ ନିୟମ ଅନୁସାରେ ପରାସ୍ତ ହୋଇଥିଲା । ଅବିଶ୍ରାନ୍ତ ବର୍ଷା ଯୋଗୁଁ ବଡ ବଡ ଦଳକୁ ଭୋଗିବାକୁ ପଡୁଛି ଏହାର ପରିଣାମ ।

ଟି-୨୦ ବିଶ୍ବକପ୍‌ ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଟିମ ଇଣ୍ଡିଆ; ଅକ୍ଟୋବର ୨୩ରୁ ପାକିସ୍ତାନ ବିରୋଧରେ ଆରମ୍ଭ କରିବ ବିଶ୍ୱକପ୍ ଅଭିଯାନ
ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୧୬ ରୁ ଆରମ୍ଭ ହେଉଛି ଟି-୨୦ ବିଶ୍ବକପ୍‌ ମହାକୁମ୍ଭ । ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଭାରତୀୟ ଟିମ୍‌ ଗୁରୁବାର ସକାଳୁ ସକଳୁ ଟି-୨୦ ବିଶ୍ବକପ୍‌ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିିଛି। ବିସିସିଆଇ ପକ୍ଷରୁ ଏନେଇ ଟ୍ବିଟରରେ ଏକ ଫଟୋ ପୋଷ୍ଟ କରି ସୂଚନା ଦିଆଯାଇଛି। ବିଶ୍ୱକପ୍ ମିଶନ୍କୁ ସଫଳ କରିବାକୁ ଅଷ୍ଟ୍ରେଲିଆରେ ପହଞ୍ଚିଛି ଟିମ ଇଣ୍ଡିଆ । ତେବେ ମୁମ୍ବାଇ ବିମାନ ବନ୍ଦରରୁ ଦଳ ସିଧା ଯାଇ ପର୍ଥରେ ପହଞ୍ଚିଛି । ବିଶ୍ୱକପରେ ଭାରତୀୟ ଟିମ୍ ସୁପର-୧୨ ଗ୍ରୁପର ଗ୍ରୁପ ୨ରେ ରହିଛି । ଯେଉଁଥିରେ ଟିମ୍ ଇଣ୍ଡିଆ ସହିତ ପାକିସ୍ତାନ, ସାଉଥ୍ ଆଫ୍ରିକା ଓ ବାଂଲାଦେଶ ରହିଛନ୍ତି । ତେବେ କ୍ୱାଲିଫାଇଙ୍ଗ ମ୍ୟାଚ୍ ପରେ ଆଉ ଦୁଇଟି ଟିମ୍ ଏହି ଗ୍ରୁପରେ ଯୋଗ ଦେବେ ।

ଟିମ୍ ଇଣ୍ଡିଆର ବିଶ୍ୱକପ୍ ଅଭିଯାନ ଅକ୍ଟୋବର ୨୩ରୁ ଆରମ୍ଭ ହେବ । ଯାହାକିି ପାକିସ୍ତାନ ବିରୋଧରେ ଖେଳିବ ଟିମ୍ ଇଣ୍ଡିଆ । ଦଳରେ ୧୫ନମ୍ବର ସ୍ଥାନରେ ଜସ୍‌ପ୍ରିତ ବୁମ୍‌ରାହ ରହିଥିଲେ, କିନ୍ତୁ ଅଷ୍ଟ୍ରେଲିଆ ଯିବା ପୂର୍ବରୁ ବୁମ୍‌ରାହଙ୍କ ପିଠିରେ ଆଘାତ ଲାଗିବା କାରଣରୁ ଦଳରୁ ବାଦ୍‌ ପଡ଼ିଥିଲେ। ବିସିସିଆଇ ବର୍ତ୍ତମାନ ସୁଦ୍ଧା ବୁମରାହଙ୍କ ବଦଳରେ କିଏ ଖେଳିବେ ସେନେଇ କୌଣସି ଘୋଷଣା କରିନଥିବାରୁ, ଫଟୋରେ ୧୫ଜଣଙ୍କ ବଦଳରେ ୧୪ଜଣ ଖେଳାଳୀଙ୍କୁ ଦେଖିବାକୁ ମିଳିଥିଲା। ଷ୍ଟାଣ୍ଡବାୟରେ ବିସିସିଆଇ ଶ୍ରେୟସ ଆୟର ଓ ମହମ୍ମଦ ସାମୀଙ୍କ ବଦଳରେ ଦୀପକ ଚହରଙ୍କୁ ରଖିଛନ୍ତି।

ଟିମ୍ ଇଣ୍ଡିଆର ବିଶ୍ୱକପ୍ ଦଳ: ରୋହିତ ଶର୍ମା (ଅଧିନାୟକ), କେ ଏଲ ରାହୁଲ (ଉପ-ଅଧିନାୟକ),ବିରାଟ କୋହଲି, ସୂର୍ଯ୍ୟକମାର ଯାଦବ, ଦୀପକ ହୁଡ୍ଡା, ରିଷଭ ପନ୍ତ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନୀ, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ ଓ ଅର୍ଶଦୀପ ସିଂହ

କରୋନା ମହାମାରୀ ସମୟରେ ଭାରତକୁ ସାହଯ୍ଯର ହାତ ବଢ଼ାଇଲେ ବିଦେଶୀ ଖେଳାଳି
ନୂଆଦିଲ୍ଲୀ: ସମଗ୍ର ଭାରତରେ ଏବେ କରୋନା ମହାମାରୀ ସହ ସଂଘର୍ଶ କରୁଛି। ପ୍ରତିଦିନ ୩ ଲକ୍ଷରୁ ଅଧିକ ସଂଖ୍ୟାରେ କରୋନା ସଂକ୍ରମିତ ଦେଶରୁ ଚିହ୍ନଟ ହେଉଛନ୍ତି। କରୋନାକୁ ନେଇ ସମସ୍ୟା ଏତେ ମାତ୍ରାରେ ବଢ଼ିଯାଇଛି ଯେ ପ୍ରସାଶନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଡାକ୍ତରଖାନାରେ ଅମ୍ଳଜାନ ଅଭାବ, ଡାକ୍ତରଖାନାରେ ଶଯ୍ୟା, ଡାକ୍ତର ଏବଂ କର୍ମଚାରୀଙ୍କ ଅଭାବ ହେତୁ ପ୍ରତିଦିନ ହଜାର ହଜାର ଲୋକଙ୍କର ମୃତ୍ୟୁ ହେଉଛି। ଏହାରି ମଧ୍ଯରେ ସାହାଯ୍ଯର ହାତ ବଢାଇଛନ୍ତି ଅଷ୍ଟ୍ରେଲିଆର ଖେଳାଳି ତଥା ବର୍ତ୍ତମାନ କୋଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ଖେଳୁଥିବା ପ୍ୟାଟ୍‌ କମିନ୍ସ। ସେ ୫୦ ହଜାର ଡଲାର ପ୍ରାଧାନମନ୍ତ୍ରୀଙ୍କ ପାଣ୍ଠିକୁ ଦାନ କରିଛନ୍ତି। ସେ ଦେଶରେ ଅକ୍ସିଜେନ ଅଭାବ ଦେଖାଦେଇଥିବା ନେଇ ଏହି ସହାଯ୍ଯ କରିଥିବା ଜଣାପଡ଼ିଛି।