Training camp - The Sakala

ଅଗଷ୍ଟ ୨୫ରେ ବିଜେଡି ବିଧାୟକଙ୍କ ପ୍ରଶିକ୍ଷଣ ଶିବିର, ନୂଆ ବିଧାୟକମାନଙ୍କୁ ଦିଆଯିବ ଟ୍ରେନିଂ
ଭୁବନେଶ୍ୱର: ଆରମ୍ଭ ହୋଇଛି ନୂଆ ବିଧାୟକଙ୍କ ପାଠଶାଳା। ଦୁଇ ଦିନିଆ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁ। ତେବେ ବିଜେଡି ଓ କଂଗ୍ରେସ ଏହି କାର୍ଯ୍ୟକ୍ରମକୁ ବୟକଟ କରିଛନ୍ତି। ଅଗଷ୍ଟ ୨୫ ତାରିଖ ରବିବାର ସକାଳ ୧୦ ଟାରେ ବିଜେଡି ବିଧାୟକଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ।  ଶଙ୍ଖ ଭବନରେ ନୂଆ ବିଧାୟକମାନଙ୍କୁ ଦିଆଯିବ ଟ୍ରେନିଂ।

ବରିଷ୍ଠ ବିଧାୟକମାନେ ନୂଆ ସଦସ୍ୟ ମାନଙ୍କୁ ବିଧାନସଭାର କାର୍ଯ୍ୟଶୈଳୀ ବାବଦରେ ପ୍ରଶିକ୍ଷଣ ଦିଆଯିବ।

ଆଜିକାର କାର୍ଯ୍ୟକ୍ରମ କୁ ଆମେ ବର୍ଜନ କରିଛୁ ବୋଲି ବିରୋଧୀ ଦଳର ଉପ ମୁଖ୍ୟ ସଚେତକ ପ୍ରତାପ ଦେବ କହିଛନ୍ତି । ଏହା ଆମ ଦଳର ନିଷ୍ପତି। ଆମେ କେବେ କୌଣସି ବ୍ୟକ୍ତି ବିଶେଷଙ୍କୁ ବିରୋଧ କରିନାହୁଁ। ଆମେ ପଦ ମର୍ଯ୍ଯାଦାର କଥା କହୁଛୁ। ମୁଖ୍ୟମନ୍ତ୍ରୀ କିମ୍ବା ବାଚସ୍ପତି ଉଦଘାଟକ ବା ମୁଖ୍ୟ ଅତିଥି ହେବା କଥା କହୁଛୁ। ପରମ୍ପରା ନୀତି ନିୟମ ବଦଳିବା କଥା ନୁହେଁ। ଆମେ କହିବା ପରେ ଏହି କାର୍ଯ୍ୟକ୍ରମ ଅତିଥି ତାଲିକା ପରିବର୍ତନ ହୋଇଛି। ହେଲେ ଏବେ ବି କେନ୍ଦ୍ର ମନ୍ତ୍ରୀ ମୁଖ୍ୟ ଅତିଥି ହେଇଛନ୍ତି। ଏହା ମୁଖ୍ୟମନ୍ତ୍ରୀ ପଦ ପ୍ରତି ଅବମାନନା। ଆଗାମୀ ପିଢୀ ପାଇଁ ନୀତି ନିୟମ ପରମ୍ପରା ବଦଳିବା ଉଚିତ ନୁହେଁ ବୋଲି ପ୍ରତାପ ଦେବ କହିଛନ୍ତି।

ସୂଚନା ଅନୁଯାୟୀ, ରାଜ୍ୟ ବିଧାନସଭାରେ ବିଧାୟକମାନଙ୍କ ପାଇଁ ଆୟୋଜିତ ହୋଇଛି ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଆଜିଠୁ ଆରମ୍ଭ ହୋଇଥିବା ବେଳେ ବିରୋଧୀ ଦଳ ନେତା କିମ୍ୱା ବିଜେଡିର କୌଣସି ବିଧାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନାହାନ୍ତି। ବିଧାନସଭା ପରିସରରେ ଏହି କାର୍ଯ୍ଯକ୍ରମରେ ସାଧାରଣ ବକ୍ତା ଭାବେ ଯୋଗ ଦେବା ମୁଖ୍ଯମନ୍ତ୍ରୀ ପଦର ମର୍ଯ୍ଯାଦା ହାନି କରୁଛି । ସଂଘୀୟ ବ୍ଯବସ୍ଥା ଅନୁସାରେ କେନ୍ଦ୍ରମନ୍ତ୍ରୀ ପାହ୍ଯାର ଉପରେ ରହିଥାଏ ମୁଖ୍ଯମନ୍ତ୍ରୀଙ୍କ ପାହ୍ୟା । ଏହି କାର୍ଯ୍ଯକ୍ରମରେ ମୁଖ୍ଯମନ୍ତ୍ରୀଙ୍କ ପଦ ମର୍ଯ୍ଯାଦା କେନ୍ଦ୍ରମନ୍ତ୍ରୀଙ୍କ ପରେ ରହିଛି  ବୋଲି ବିଜେଡ଼ି ଅଭିଯୋଗ କରିଛି।