doctors strike - The Sakala

ଆନ୍ଦୋଳନରତ ଡାକ୍ତରଙ୍କୁ ବାଲେଶ୍ୱର ସିଡିଏମଓଙ୍କ ଅଲ୍ଟିମେଟମ: ୧୨ ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗ ନଦେଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଚାଲିଥିବା ଡାକ୍ତରଙ୍କ ଧର୍ମଘଟକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସ୍ଥାନୀୟ ପ୍ରଶାସନ। ଓଡ଼ିଶା ମେଡିକାଲ୍ ସର୍ଭିସେସ୍ ଆସୋସିଏସନ୍ (OMSA) ଡାକରାରେ ଆନ୍ଦୋଳନ କରୁଥିବା ସମସ୍ତ ଡାକ୍ତରଙ୍କୁ ଆସନ୍ତା ୧୨ ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗଦେବାକୁ ବାଲେଶ୍ୱର ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (CDMO) କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଧର୍ମଘଟ ପ୍ରତ୍ୟାହାର କରି ତୁରନ୍ତ ଡ୍ୟୁଟିରେ ଯୋଗ ନ ଦେଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରିଦିଆଯାଇଛି।

ଜୁଲାଇ ୩, ୨୦୨୬ ତାରିଖରେ ଜାରି କରାଯାଇଥିବା ଏକ ସରକାରୀ ପତ୍ରରେ ସିଡିଏମ୍ଓ ଚେତାବନୀ ଦେଇଛନ୍ତି ଯେ, ଯେଉଁ ଡାକ୍ତରମାନେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଡ୍ୟୁଟିରେ ଯୋଗ ନ ଦେବେ, ସେମାନଙ୍କ ବିରୋଧରେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ସଚିବଙ୍କ ନିର୍ଦ୍ଦେଶକ୍ରମେ ଅନୁପସ୍ଥିତ ଡାକ୍ତରଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ସୂଚନା ମିଳିଛି।

ଏହି ନିର୍ଦ୍ଦେଶନାମା ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡିଏମ୍ଓ ତଥା ଅଧୀକ୍ଷକ, ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ (SDH) ଏବଂ ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (CHC) ଗୁଡ଼ିକୁ ପଠାଯାଇଛି। ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ଏଡ଼ାଇବା ପାଇଁ ଯଥାଶୀଘ୍ର ଡ୍ୟୁଟିରେ ଯୋଗଦେବାକୁ ଏହି ପତ୍ର ମାଧ୍ୟମରେ ଡାକ୍ତରମାନଙ୍କୁ ନିବେଦନ କରାଯାଇଛି। ଧର୍ମଘଟରେ ସାମିଲ ଥିବା ସମସ୍ତ ଓଏମଏଚଏସ୍ (OMHS) କ୍ୟାଡର ଏବଂ ଅନ୍ୟାନ୍ୟ ଡାକ୍ତରମାନେ ତୁରନ୍ତ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ: ଆନ୍ଦୋଳନରେ ସାମିଲ ଡାକ୍ତରଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ, ବହିଷ୍କାର ହେବେ ଚୁକ୍ତିଭିତ୍ତିକ ଡାକ୍ତର
ସା (OMSA) ସଦସ୍ୟ, ଓଏମଏଚଏସ (OMHS) କ୍ୟାଡରର ଡାକ୍ତର ଏବଂ କିଛି ଚୁକ୍ତିଭିତ୍ତିକ ଡାକ୍ତର ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବର୍ଜନ କରିଛନ୍ତି। ଏହି ଧର୍ମଘଟ ଯୋଗୁଁ ସାଧାରଣ ଲୋକେ ଉପଯୁକ୍ତ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି।

କର୍ତ୍ତୃପକ୍ଷ ସମସ୍ତ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଡ୍ୟୁଟିରେ ଅନୁପସ୍ଥିତ ଥିବା ସମସ୍ତ ଓଏମଏଚଏସ (OMHS) କ୍ୟାଡର ଡାକ୍ତରଙ୍କ ଦରମା ସ୍ଥଗିତ ରଖାଯିବ। ଏହା ସହ ଯେଉଁ ଚୁକ୍ତିଭିତ୍ତିକ ଡାକ୍ତରମାନେ ଆନ୍ଦୋଳନ ଜାରି ରଖିବେ, ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯିବା ପରେ ଚାକିରିରୁ ବିଦା କରାଯିବ ବୋଲି ପତ୍ରରେ ସ୍ପଷ୍ଟ କରାଯାଇଛି। ସ୍ୱାସ୍ଥ୍ୟ ପରି ଅତ୍ୟାବଶ୍ୟକ ସେବାରେ କୌଣସି ପ୍ରକାର ବାଧା ସୃଷ୍ଟି କରାଯାଇପାରିବ ନାହିଁ ବୋଲି ସରକାର ନିଜର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗ ଆକ୍ସନ ଚିଠିକୁ ଜୁନିୟର ଡାକ୍ତର ଆସୋସିଏସନ୍‌ ବିରୋଧ କରିଛନ୍ତି । ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶନାମା ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛି ଜୁନିୟର ଡାକ୍ତର ଆସୋସିଏସନ୍‌ । ନଚେତ୍‌ ଆସନ୍ତାକାଲିଠାରୁ ୧ ଘଣ୍ଟା ଓପିଡିରେ ଚିକିତ୍ସା ସେବା ବନ୍ଦ ରଖିବା ସହ ପିଜି ଛାତ୍ରଛାତ୍ରୀ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନରେ ସାମିଲ ହେବେ ବୋଲି ଚେତାବନୀ ଦେଇଛି ଆସୋସିଏସନ୍‌ ।

କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାର ପ୍ରତିବାଦ, ଆଜି ଦେଶବ୍ୟାପୀ ଡାକ୍ତରଙ୍କ ଧର୍ମଘଟ
ନୂଆଦିଲ୍ଲୀ,: କୋଲକାତା ଆର୍‌. ଜି. କର ମେଡିକାଲ କଲେଜ ଓ ହସ୍‌ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶରେ ତୁମ୍ବିତୋଫାନ ସୃଷ୍ଟି କରିଛି। ଏହାକୁ ନେଇ ଦେଶର ବିଭିନ୍ନ ଅଞ୍ଚଳରେ ଡାକ୍ତରମାନେ ହରତାଳକୁ ଓହ୍ଲାଇଛନ୍ତି। କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ତଦନ୍ତ ଆରମ୍ଭ କରିଛି। ମେଡିକାଲ କଲେଜର ଅଧ୍ୟକ୍ଷ ଓ ବିଭାଗୀୟ ମୁଖ୍ୟଙ୍କୁ ଜେରା ଆରମ୍ଭ ହୋଇଛି। ଏହି କ୍ରମରେ ଭାରତୀୟ ଭେଷଜ ପରିଷଦ (ଇଣ୍ଡିଆନ ମେଡିକାଲ ଆସୋସିଏସନ-ଆଇଏମ୍‌ଏ) ଦେଶବ୍ୟାପୀ ଦିନିିକିଆ ଧର୍ମଘଟ ଡକରା ଦେଇଛି। ଶନିବାର ସକାଳ ୬ଟାରୁ ରବିବାର ସକାଳ ୬ଟା ପର୍ଯ୍ୟନ୍ତ ଏହି ଧର୍ମଘଟ ଚାଲିବ ଧର୍ମଘଟ କାଳରେ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବା ବନ୍ଦ ରହିବ ବୋଲି କୁହାଯାଇଛିି।

ଅନ୍ୟପକ୍ଷରେ ବୁଧବାର ବିଳମ୍ବିତ ରାତିରେ ଆର୍‌.ଜି. କର ହସ୍‌ପିଟାଲରେ ହୋଇଥିବା ହିଂସା ଘଟଣା ପରେ ଫେଡେରେସନ ଅଫ୍‌ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ (ଏଫ୍‌ଓଆର୍‌ଡିଏ) ପୁଣି ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଥିବା ଏଫ୍‌ଓଆର୍‌ଡିଏ ପୁଣିଥରେ ଆନ୍ଦୋଳନ ଘୋଷଣା କରିବା ଏବଂ ଆଇଏମ୍‌ଏର ଧର୍ମଘଟ ଡକରା ଫଳରେ ଆସନ୍ତାକାଲି ସମଗ୍ର ଦେଶରେ ରୋଗୀସେବା ଗୁରୁତର ଭାବେ ବ୍ୟାହତ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଡାକ୍ତରଖାନାରେ ହୋଇଥିବା ହିଂସାକାଣ୍ଡ ଉପରେ ଆଇଏମ୍‌ଏ ମଧ୍ୟ ପ୍ରଶ୍ନ ଉଠାଇଛି। ଆଇଏମ୍‌ଏ ଏହି ଜଘନ୍ୟ ଘଟଣାକୁ ଅତି କଡ଼ା ଭାଷାରେ ନିନ୍ଦା କରିଛି। ମୃତ ଡାକ୍ତରଙ୍କୁ ନ୍ୟାୟ ପ୍ରଦାନ, ଡାକ୍ତରମାନଙ୍କ ସୁରକ୍ଷା ନିମନ୍ତେ କେନ୍ଦ୍ରୀୟ ଆଇନ ପ୍ରଣୟନ, ଡାକ୍ତରଖାନାଗୁଡ଼ିକୁ ସୁରକ୍ଷିତ କ୍ଷେତ୍ର ଘୋଷଣା ଆଦି ଦାବିରେ ଆସନ୍ତାକାଲି ୨୪ ଘଣ୍ଟିଆ ଧର୍ମଘଟ କରିବାକୁ ଆଇଏମ୍‌ଏ ନିଷ୍ପତ୍ତି ନେଇଛି। ଆଇଏମ୍‌ଏ ଜାତୀୟ ସଭାପତି ଡା. ଆର୍‌. ଭି. ଅଶୋକନ୍‌ ଓ ଅବୈତନିକ ସମ୍ପାଦକ ଡା. ଅନୀଲ କୁମାର ଜେ. ନାୟକ ଏକ ମିଳିତ ବିବୃତିରେ କହିଛନ୍ତିି ଯେ ଡାକ୍ତରଖାନାର ସୁରକ୍ଷା ପ୍ରୋଟୋକଲ ଏୟାରପୋର୍ଟର ସୁରକ୍ଷା ପ୍ରୋଟୋକଲଠାରୁ କୌଣସି ଗୁଣରେ ନ୍ୟୂନ ନୁହେଁ। ତେଣୁ ଏହାକୁ ସୁରକ୍ଷିତ ଅଞ୍ଚଳ ଘୋଷଣା ସହ ସିସିଟିଭି ଲଗାଇବା, ସୁରକ୍ଷା କର୍ମୀ ମୁତୟନ ଆଦି ପ୍ରୋଟୋକଲ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେବା ଆବଶ୍ୟକ। ଡାକ୍ତରଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ନିୟମ ପ୍ରଣୟନର ମଧ୍ୟ ଆବଶ୍ୟକତା ରହିଛି। ଏହା ସହ କୋଲକାତା ଘଟଣାରେ ଅଭିଯୁକ୍ତଙ୍କୁ ଏକ ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ଦଣ୍ଡିତ କରିବା, ବର୍ବରତାର ଶିକାର ମୃତ ମହିଳା ଡାକ୍ତରଙ୍କ ପରିବାରକୁ ସମ୍ମାନଜନକ କ୍ଷତିପୂରଣ ରାଶି ପ୍ରଦାନ କରିବା ପାଇଁ ମଧ୍ୟ ଆଇଏମ୍‌ଏ ଦାବି କରିଛି।