microplastics - The Sakala

ଆଶ୍ଚର୍ଯ୍ୟଜନକ ଖୁଲାସା: ପୃଥିବୀକୁ କିପରି ଗରମ କରୁଛି ପ୍ଲାଷ୍ଟିକର କ୍ଷୁଦ୍ର କଣିକା? ଜାଣନ୍ତୁ ନୂଆ ଗବେଷଣାର ତଥ୍ୟ
ପ୍ରଦୂଷଣର କାରଣ ପାଲଟିଥିବା ପ୍ଲାଷ୍ଟିକ୍ ଏବେ ପରିବେଶ ପାଇଁ ଆହୁରି ଭୟଙ୍କର ସାବ୍ୟସ୍ତ ହେଉଛି। କେବଳ ସମୁଦ୍ର, ନଦୀ ବା ମାଟି ନୁହେଁ, ବରଂ ବାୟୁମଣ୍ଡଳକୁ ମଧ୍ୟ ଏହା ପ୍ରଦୂଷିତ କରିବା ସହ ବିଶ୍ୱ ତାପମାତ୍ରା ବୃଦ୍ଧି ବା ଗ୍ଲୋବାଲ୍ ୱାର୍ମିଂର ନୂଆ କାରଣ ସାଜିଛି। ନିକଟରେ ହୋଇଥିବା ଏକ ନୂତନ ଗବେଷଣାରୁ ଜଣାପଡିଛି ଯେ, ବାୟୁମଣ୍ଡଳରେ ଭାସମାନ ମାଇକ୍ରୋପ୍ଲାଷ୍ଟିକ୍ (କ୍ଷୁଦ୍ର ପ୍ଲାଷ୍ଟିକ୍ କଣିକା) ସୂର୍ଯ୍ୟ କିରଣକୁ ଶୋଷି ପୃଥିବୀକୁ ଅଧିକ ଉତ୍ତପ୍ତ କରୁଛି।

ମାଇକ୍ରୋପ୍ଲାଷ୍ଟିକ୍ କ’ଣ?

ମାଇକ୍ରୋପ୍ଲାଷ୍ଟିକ୍ ହେଉଛି ପ୍ଲାଷ୍ଟିକର ଅତି କ୍ଷୁଦ୍ର କଣିକା ଯାହାର ଆକାର ୫ ମିଲିମିଟରରୁ କମ୍ ହୋଇଥାଏ। ବ୍ୟବହୃତ ପ୍ଲାଷ୍ଟିକ୍ ଆବର୍ଜନା, ପୋଷାକ, କସମେଟିକ୍ସ ଏବଂ ଟାୟାର୍ ଆଦି ନଷ୍ଟ ହୋଇ କିମ୍ବା ଘର୍ଷଣ ହୋଇ ଏହି କ୍ଷୁଦ୍ର କଣିକା ସୃଷ୍ଟି ହୁଏ। ବର୍ତ୍ତମାନ ଏହା ଆମ ପବନ, ପାଣି ଏବଂ ଆଖପାଖ ପରିବେଶରେ ସବୁଠି ବ୍ୟାପି ଗଲାଣି।

ରଙ୍ଗୀନ ପ୍ଲାଷ୍ଟିକ୍ ଅଧିକ ବିପଜ୍ଜନକ

'ନେଚର୍ କ୍ଲାଇମେଟ୍ ଚେଞ୍ଜ୍' ଜର୍ଣ୍ଣାଲରେ ପ୍ରକାଶିତ ଏହି ରିପୋର୍ଟ ଅନୁସାରେ, ସମସ୍ତ ମାଇକ୍ରୋପ୍ଲାଷ୍ଟିକ୍ ଏକାଭଳି କ୍ଷତିକାରକ ନୁହଁନ୍ତି। ଚୀନ୍‌ର ଫୁଦାନ୍ ୟୁନିଭରସିଟିର ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ଧଳା ବା ସ୍ୱଚ୍ଛ ପ୍ଲାଷ୍ଟିକ୍ ତୁଳନାରେ କଳା, ହଳଦିଆ, ନୀଳ ଏବଂ ନାଲି ରଙ୍ଗର ମାଇକ୍ରୋପ୍ଲାଷ୍ଟିକ୍ ସୂର୍ଯ୍ୟ କିରଣକୁ ୭୫ ଗୁଣ ଅଧିକ ଶୋଷଣ କରିଥାଏ। ତେଣୁ ରଙ୍ଗୀନ ପ୍ଲାଷ୍ଟିକ୍ କଣିକା ପୃଥିବୀର ତାପମାତ୍ରା ବୃଦ୍ଧି ଦିଗରେ ଏକ ବଡ଼ ବିପଦ ସୃଷ୍ଟି କରୁଛି।

ଗବେଷକଙ୍କ ମତ ଏବଂ ପ୍ରଭାବ

ଆମେରିକାର ଡ୍ୟୁକ୍ ୟୁନିଭରସିଟିର ପ୍ରଫେସର୍ ଡ୍ରୁ ସିଣ୍ଡେଲ୍ଙ୍କ ମତରେ, ବାୟୁମଣ୍ଡଳରେ ଥିବା ଏହି କଣିକାଗୁଡ଼ିକ ଏକ 'ୱାର୍ମିଂ ଏଜେଣ୍ଟ୍' ବା ତାପମାତ୍ରା ବୃଦ୍ଧିକାରୀ ଭାବେ କାମ କରୁଛନ୍ତି। ତାଙ୍କ ହିସାବ ଅନୁଯାୟୀ, ଗୋଟିଏ ବର୍ଷରେ ନିର୍ଗତ ହେଉଥିବା ମାଇକ୍ରୋପ୍ଲାଷ୍ଟିକ୍‌ର ପ୍ରଭାବ ପ୍ରାୟ ୨୦୦ଟି କୋଇଲା ଚାଳିତ ବିଦ୍ୟୁତ୍ କେନ୍ଦ୍ରରୁ ବାହାରୁଥିବା ଉତ୍ତାପ ସହ ସମାନ। ଏହି ପରିମାଣ ସାଧାରଣ ପ୍ରଦୂଷଣ ତୁଳନାରେ କମ୍ ମନେ ହେଉଥିଲେ ମଧ୍ୟ ଏହାକୁ କୌଣସି ପରିସ୍ଥିତିରେ ଅଣଦେଖା କରିହେବ ନାହିଁ କାରଣ ପ୍ଲାଷ୍ଟିକ୍ ଦଶନ୍ଧି ଦଶନ୍ଧି ଧରି ନଷ୍ଟ ହୁଏ ନାହିଁ।

ଭବିଷ୍ୟତ ପାଇଁ ବଡ଼ ଆହ୍ୱାନ

ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନ ମଡେଲରେ ମାଇକ୍ରୋପ୍ଲାଷ୍ଟିକ୍‌ରୁ ସୃଷ୍ଟି ହେଉଥିବା ଉତ୍ତାପକୁ ସାମିଲ କରାଯାଇ ନାହିଁ। ଭିଏନା ୟୁନିଭରସିଟିର ପ୍ରଫେସର୍ ଆଣ୍ଡ୍ରିଆସ୍ ଷ୍ଟୋଲ୍ଙ୍କ ଅନୁଯାୟୀ, ବାୟୁମଣ୍ଡଳରେ ମାଇକ୍ରୋପ୍ଲାଷ୍ଟିକର ପ୍ରଭାବ ମାପିବାର ଜ୍ଞାନକୌଶଳ ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ତେଣୁ ଏହାର ସଠିକ୍ ପ୍ରଭାବ ଆକଳନ କରିବା ନେଇ ଏବେ ମଧ୍ୟ ଅନିଶ୍ଚିତତା ରହିଛି। ତଥାପି ପରିବେଶ ଏବଂ ମାନବ ସ୍ୱାସ୍ଥ୍ୟ ପ୍ରତି ଥିବା ଦୀର୍ଘମିଆଦୀ ବିପଦକୁ ଦୃଷ୍ଟିରେ ରଖି ପ୍ଲାଷ୍ଟିକ୍ ଉତ୍ପାଦନ ଉପରେ ତୁରନ୍ତ ରୋକ୍ ଲଗାଇବା ନିହାତି ଜରୁରୀ ହୋଇପଡ଼ିଛି।

ବିଷ ପାଲଟିଲାଣି ଖାଦ୍ୟ: କେଜିଏ ଲୁଣରେ ୯୦, ଚିନିରେ ୬୮ ଖଣ୍ଡ ମାଇକ୍ରୋପ୍ଲାଷ୍ଟିକ
ନୂଆଦିଲ୍ଲୀ: ମାଇକ୍ରୋପ୍ଲାଷ୍ଟିକକୁ ନେଇ ସାରା ବିଶ୍ବରେ ଚିନ୍ତା ବଢ଼ିବାରେ ଲାଗିଛି। ଏବେ ଏହାକୁ ନେଇ ବିଚଳିତ କରିବା ଭଳି ରିପୋର୍ଟ ପ୍ରକାଶ ପାଇଛି। ଭାରତରେ ବିକ୍ରି ହେଉଥିବା ପ୍ରତ୍ୟେକ ବ୍ରାଣ୍ଡର ଲୁଣ ଏବଂ ଚିନି ପ୍ୟାକେଟରେ ମାଇକ୍ରୋପ୍ଲାଷ୍ଟିକ ରହିଛି। ବ୍ରାଣ୍ଡ ଛୋଟ ହେଉ ଅବା ବଡ଼, ଖୁଚୁରା ହେଉ ଅବା ପ୍ୟାକେଟ ସବୁଥିରୁ ବିପଜ୍ଜନକ ମାଇକ୍ରୋପ୍ଲାଷ୍ଟିକ ମିଳିଛି। ମଙ୍ଗଳବାର ପ୍ରକାଶିତ ଏକ ଅଧ୍ୟୟନରେ ଏହି ଦାବି କରାଯାଇଛି। ‘ମାଇକ୍ରୋପ୍ଲାଷ୍ଟିକ ଇନ୍‌ ସଲ୍ଟ ଆଣ୍ଡ ସୁଗାର’ ନାମକ ଅଧ୍ୟୟନକୁ ‘ଟକ୍ସିକ୍ସ ଲିଙ୍କ୍‌’ ନାମକ ପରିବେଶ ଅନୁସନ୍ଧାନ ସଂଗଠନ ପ୍ରସ୍ତୁତ କରିଛି। ଏହି ସଂଗଠନ ଟେବଲ ସଲ୍ଟ, ରକ୍‌ ସଲ୍ଟ, ସମୁଦ୍ର ଲୁଣ ଏବଂ ସ୍ଥାନୀୟ ସହିତ ୧୦ ପ୍ରକାରର ଲୁଣ ଏବଂ ଅନ୍‌ଲାଇନ ତଥା ସ୍ଥାନୀୟ ବଜାରରେ କ୍ରୟ କରାଯାଇଥିବା ୫ ପ୍ରକାରର ଲୁଣ ଉପରେ ପରୀକ୍ଷା କରିଥିଲା। ଅଧ୍ୟୟନରୁ ଜଣାପଡ଼ିଛି ଯେ ଲୁଣ ଏବଂ ଚିନିର ସବୁ ନମୁନାରେ ଅଲଗା ଅଲଗା ପ୍ରକାରର ମାଇକ୍ରୋପ୍ଲାଷ୍ଟିକ ଥିଲା। ଏହା ମଧ୍ୟରେ ଫାଇବର, ପେଲେଟ୍ସ, ଫିଲ୍ମସ ଏବଂ ଫ୍ରେଗମେଣ୍ଟ୍ସ ସାମିଲ ରହିଥିଲା। ଏହି ମାଇକ୍ରୋପ୍ଲାଷ୍ଟିକର ଆକାର ୦.୧ ମିମିରୁ ୫ ମିମି ମଧ୍ୟରେ ଥିଲା। ଆୟୋଡିନ ଯୁକ୍ତ ଲୁଣରେ ସର୍ବାଧିକ ମାଇକ୍ରୋପ୍ଲାଷ୍ଟିକ ରହିଥିଲା।

ରିପୋର୍ଟ ଅନୁଯାୟୀ, ଲୁଣ କେଜି ପିଛା ୬.୭୧ରୁ ୮୯.୧୫ ଖଣ୍ଡ ପର୍ଯ୍ୟନ୍ତ ମାଇକ୍ରୋପ୍ଲାଷ୍ଟିକ ରହିଥିଲା। ଆୟୋଡିନ ଲୁଣରେ ଏହା ୮୯.୧୫ ଖଣ୍ଡ ଥିଲା। ସେହିପରି ପ୍ରାକୃତିକ ସୈନ୍ଧବ ଲୁଣରେ ସବୁଠାରୁ କମ୍‌ ୬.୭୦ ଖଣ୍ଡ ମାଇକ୍ରୋପ୍ଲାଷ୍ଟିକ ରହିଥିଲା। ସେହିପରି ଚିନି କେଜି ପିଛା ୧୧.୮୫ ରୁ ୬୮.୨୫ ଖଣ୍ଡ ମାଇକ୍ରୋପ୍ଲାଷ୍ଟିକ ମିଳିଥିଲା। ସାଧାରଣ ଚିନିରେ ଏହି ମାତ୍ରା ସର୍ବାଧିକ ରହିଥିଲା। ମାଇକ୍ରୋପ୍ଲାଷ୍ଟିକ ପରିବେଶ ଏବଂ ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ। ଏହି ଛୋଟ ପ୍ଲାଷ୍ଟିକ କଣିକା ଖାଦ୍ୟ, ପାଣି ଏବଂ ବାୟୁ ମାଧ୍ୟମରେ ଶୀରରେ ପ୍ରବେଶ କରିଥାଏ। କିଛି ଦିନ ତଳେ ମନୁଷ୍ୟ ଫୁସଫୁସ୍‌, ହୃତ୍‌ପିଣ୍ଡ, ମାଆ କ୍ଷୀର ଏବଂ ଗର୍ଭସ୍ଥ ଶିଶୁଠାରୁ ମାଇକ୍ରୋପ୍ଲାଷ୍ଟିକ ମିଳିଥିଲା। ଗତ ଅଧ୍ୟୟନରେ ଭାରତୀୟ ଦିନକୁ ୧୦.୯୮ ଗ୍ରାମ ଲୁଣ ଏବଂ ୧୦ ଚାମୁଚ ଚିନି ଖାଉଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଥିଲା।