Karnataka - The Sakala
ବିଜେପି ନେତା ହତ୍ୟା ମାମଲା: ୬ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ, ୨୦୨୫ ଅକ୍ଟୋବରରେ ରୁଜୁ ହୋଇଥିଲା ଏଫଆଇଆର୍
କର୍ଣ୍ଣାଟକର କୋପ୍ପାଲ ଜିଲ୍ଲାରେ ଏକ ବର୍ବରୋଚିତ ହତ୍ୟାକାଣ୍ଡ ମାମଲାରେ କୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି। ବିଜେପି ଯୁବ ମୋର୍ଚ୍ଚା ନେତା ଭେଙ୍କଟେଶ କୁରୁବାରାଙ୍କ ହତ୍ୟା ମାମଲାରେ ଗଙ୍ଗାବତୀ ସ୍ଥିତ ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ କୋର୍ଟ ୬ ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ ପ୍ରତ୍ୟେକ ଦୋଷୀଙ୍କ ଉପରେ ୩ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଯାଇଛି, ଯାହା ପୀଡ଼ିତଙ୍କ ପରିବାରକୁ କ୍ଷତିପୂରଣ ଆକାରରେ ପ୍ରଦାନ କରାଯିବ।
ହତ୍ୟାକାଣ୍ଡର ପୃଷ୍ଠଭୂମି
ସୂଚନାଯୋଗ୍ୟ ଯେ, ଗତ ୮ ଅକ୍ଟୋବର ୨୦୨୫ ତାରିଖ ରାତିରେ ବିଜେପି ଯୁବ ମୋର୍ଚ୍ଚାର ନଗର ସଭାପତି ଥିବା ୩୧ ବର୍ଷୀୟ ଭେଙ୍କଟେଶ ନିଜ ସାଙ୍ଗମାନଙ୍କୁ ଭେଟି ବାଇକ୍‌ରେ ଘରକୁ ଫେରୁଥିଲେ। ଏହି ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁର୍ବୃତ୍ତମାନେ ଏକ କାର୍‌ରେ ଆସି ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲେ। ଭେଙ୍କଟେଶ ତଳେ ପଡ଼ିଯିବା ପରେ ଅଭିଯୁକ୍ତମାନେ ମାରଣାସ୍ତ୍ରରେ ତାଙ୍କୁ ନିର୍ମମ ଭାବେ ହାଣି ହତ୍ୟା କରିଥିଲେ। ଏହି ଘଟଣା ସେତେବେଳେ ସମଗ୍ର ରାଜ୍ୟରେ ତୀବ୍ର ରାଜନୈତିକ ଆଲୋଡ଼ନ ସୃଷ୍ଟି କରିଥିଲା। ଏହି ମାମଲାରେ ଅକ୍ଟୋବର ମାସରେ ହିଁ ପୋଲିସ ଏଫଆଇଆର୍ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
କୋର୍ଟଙ୍କ ରାୟ ଓ ଦୋଷୀଙ୍କ ତାଲିକା
ବିଚାରପତି ସଦାନନ୍ଦ ନାଗପ୍ପା ନାୟକ ଏହି ବହୁଚର୍ଚ୍ଚିତ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି। କୋର୍ଟ ଯେଉଁ ୬ ଜଣଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି ସେମାନେ ହେଲେ- ରବି ବସବରାଜ, ବିଜୟ ଓରଫ ମାଇଲାରୀ, ଧନରାଜ ଲକ୍ଷ୍ମଣରାଓ, ଭୀମ ଓରଫ ଭରତ, ସଲିମ ଏବଂ ଗଙ୍ଗାଧର ଗୌଲି। ଅନ୍ୟପକ୍ଷରେ ଉପଯୁକ୍ତ ପ୍ରମାଣ ଅଭାବରୁ ଅନ୍ୟ ୬ ଜଣ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
ପୋଲିସର ଦୃଢ଼ ତଦନ୍ତ
ଗଙ୍ଗାବତୀ ପୋଲିସ ଏହି ମାମଲାର ଅତି ସତର୍କତାର ସହ ତଦନ୍ତ କରି ମାତ୍ର ଦୁଇ ମାସ ମଧ୍ୟରେ ୯୨୭ ପୃଷ୍ଠା ସମ୍ବଳିତ ଏକ ସୁଦୃଢ଼ ଚାର୍ଜସିଟ୍ କୋର୍ଟରେ ଦାଖଲ କରିଥିଲା। ବୈଷୟିକ ପ୍ରମାଣ ଏବଂ ସାକ୍ଷୀଙ୍କ ବୟାନ ଆଧାରରେ ଦୋଷୀମାନଙ୍କୁ ସର୍ବୋଚ୍ଚ ଦଣ୍ଡ ମିଳିପାରିଛି ବୋଲି ପୋଲିସ ଅଧିକ୍ଷକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପୀଡ଼ିତଙ୍କ ପରିବାର ଏହି ନ୍ୟାୟିକ ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ଏହା ସମାଜରେ ହିଂସାତ୍ମକ ଅପରାଧ ବିରୋଧରେ ଏକ କଡ଼ା ବାର୍ତ୍ତା ଦେବ ବୋଲି ମତ ପ୍ରକାଶ ପାଇଛି।
ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...
କର୍ଣ୍ଣାଟକ: କର୍ଣ୍ଣାଟକ ସରକାର ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏକ ବଡ଼ ଏବଂ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ୧୬ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲଗାଯାଇଛି। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ବିଧାନସୌଧରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିବା ସମୟରେ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ପିଲାମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ମୋବାଇଲ୍ ନିଶା ଏବଂ ଏହାର କୁପ୍ରଭାବକୁ ରୋକିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି।
ସରକାରଙ୍କ କହିବା ଅନୁଯାୟୀ, ଅତ୍ୟଧିକ ମୋବାଇଲ୍ ଏବଂ ସୋସିଆଲ ମିଡିଆ ବ୍ୟବହାର ଯୋଗୁଁ ଛାତ୍ରଛାତ୍ରୀଙ୍କ ଏକାଗ୍ରତା କମୁଛି। ଏହା ସେମାନଙ୍କ ଶୋଇବା ଅଭ୍ୟାସ, ମାନସିକ ସ୍ୱାସ୍ଥ୍ୟ ଏବଂ ପାଠପଢ଼ା ଉପରେ ଗଭୀର ପ୍ରଭାବ ପକାଉଛି। କେବଳ ସେତିକି ନୁହେଁ, ପିଲାମାନେ ପରିବାର ଓ ସାଙ୍ଗସାଥୀଙ୍କ ସହ ସମୟ ବିତାଇବା ଏବଂ ଖେଳକୁଦରେ ଭାଗ ନେବା ବଦଳରେ ଡିଜିଟାଲ ଦୁନିଆରେ ହଜି ଯାଉଛନ୍ତି। ଏହି 'ଡିଜିଟାଲ ବିଭ୍ରାଟ'କୁ କମାଇବା ଏବଂ ପିଲାଙ୍କୁ ସୁସ୍ଥ ଅଭ୍ୟାସ ଆଡ଼କୁ ମୁହାଁଇବା ଏହି ନୀତିର ମୂଳ ଲକ୍ଷ୍ୟ।
ଏହା ପୂର୍ବରୁ ଫେବୃଆରୀ ୨୬ରେ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ମନ୍ତ୍ରୀ ମଧୁ ବାଙ୍ଗାରାପ୍ପା ସୂଚନା ଦେଇଥିଲେ ଯେ ସରକାର ଦୀର୍ଘ ଦିନ ଧରି ଏହି କଟକଣା ବିଷୟରେ ବିଚାର କରୁଥିଲେ। ଛାତ୍ରଛାତ୍ରୀ, ଅଭିଭାବକ ଏବଂ ବିଶେଷଜ୍ଞଙ୍କ ସହ ପରାମର୍ଶ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି। ମନ୍ତ୍ରୀ ବାଙ୍ଗାରାପ୍ପା କହିଛନ୍ତି ଯେ ଅନେକ ସମୟରେ ଅଭିଭାବକମାନେ ପିଲାଙ୍କୁ ଶାନ୍ତ ରଖିବା ପାଇଁ ହାତରେ ମୋବାଇଲ୍ ଧରାଇ ଦିଅନ୍ତି, ଯାହା ଫଳରେ ସେମାନେ ସୋସିଆଲ ମିଡିଆ ପ୍ରତି ଆକର୍ଷିତ ହୁଅନ୍ତି।
ଏହି ନୂତନ ନିୟମକୁ କାର୍ଯ୍ୟକାରୀ କରିବା ସହ ସଚେତନତା ସୃଷ୍ଟି ପାଇଁ ସରକାର ଏକ ଅଭିଯାନ ଆରମ୍ଭ କରିବେ। ଏହାର ନାମ ରହିଛି "ମୋବାଇଲ୍ ଫୋନ୍ ଦୂରେଇ ରଖନ୍ତୁ, ବହି ହାତକୁ ନିଅନ୍ତୁ"। ଏହି ଅଭିଯାନ ମାଧ୍ୟମରେ ପିଲାମାନଙ୍କୁ ପଢ଼ାପଢ଼ି, ଶାରୀରିକ ବ୍ୟାୟାମ ଏବଂ ଅଫଲାଇନ୍ କାର୍ଯ୍ୟକଳାପରେ ଅଧିକ ସମୟ ବିତାଇବାକୁ ଉତ୍ସାହିତ କରାଯିବ।
କର୍ଣ୍ଣାଟକ ବିଜୟପୁରାରେ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ: ଅଳ୍ପକେ ବର୍ତ୍ତିଲେ ପାଇଲଟ୍, ୨ ଆହତ
କର୍ଣ୍ଣାଟକର ବିଜୟପୁରା ଜିଲ୍ଲାରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଯାଇଛି। ଏଠାରେ ଏକ ଘରୋଇ ଟ୍ରେନିଂ ଏୟାରକ୍ରାଫ୍ଟ ବା ବିମାନ ଦୁର୍ଘଟଣାର ଶିକାର ହୋଇଛି। ଏହି ଦୁର୍ଘଟଣାରେ ବିମାନରେ ଥିବା ଦୁଇ ଜଣ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି।
ଚାଷ ଜମିରେ ଖସିପଡିଲା ବିମାନ
ପ୍ରାଥମିକ ସୂଚନା ଅନୁଯାୟୀ, ଉଡାଣ ସମୟରେ ଯାନ୍ତ୍ରିକ ତ୍ରୁଟି କିମ୍ବା ଅନ୍ୟ କୌଣସି କାରଣରୁ ବିମାନଟି ନିୟନ୍ତ୍ରଣ ହରାଇ ଏକ ଚାଷ ଜମିରେ ଖସି ପଡିଥିଲା। ବିମାନଟି ଜମିରେ ପିଟି ହେବା ଫଳରେ ଏହାର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି। ତେବେ ସୌଭାଗ୍ୟବଶତଃ ଏଥିରେ କୌଣସି ପ୍ରାଣହାନି ଘଟିନାହିଁ।
ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରିଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ପୋଲିସ ଓ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା, ସେ ନେଇ ବିମାନ ଚଳାଚଳ ବିଭାଗ ପକ୍ଷରୁ ଅଧିକ ତଦନ୍ତ କରାଯିବ ବୋଲି ଜଣାପଡିଛି।
କର୍ଣ୍ଣାଟକରେ ଭୟଙ୍କର ସଡକ ଦୁର୍ଘଟଣା; ବସ୍-ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ୧୨ ମୃତ
କର୍ଣ୍ଣାଟକ: କର୍ଣ୍ଣାଟକର ଚିତ୍ରଦୁର୍ଗରେ ଭୟଙ୍କର ସଡକ ଦୁର୍ଘଟଣା। ଏକ ବସ୍ ଏବଂ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବଡ଼ ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣାରେ ଅତି କମରେ ୧୨ ଜଣ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ଅନେକ ଯାତ୍ରୀ ଆହତ ହୋଇଛନ୍ତି। ଖବର ପାଇବା ପରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପହଞ୍ଚିଥିଲେ। ଦୀର୍ଘ ପ୍ରୟାସ ପରେ ନିଆଁକୁ ଆୟତ୍ତ କରାଯାଇଥିଲା।
ସୂଚନା ଅନୁସାରେ, ବୁଧବାର ବସଟି ବେଙ୍ଗାଲୁରୁରୁ ଶିବମୋଗା ଅଭିମୁଖେ ଯାତ୍ରା କରିଥିଲା। ରାତି ପ୍ରାୟ ୨:୩୦ ସମୟରେ କର୍ଣ୍ଣାଟକର ଚିତ୍ରଦୁର୍ଗରେ ପହଞ୍ଚିବା ମାତ୍ରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜାତୀୟ ରାଜପଥ ୪୮ରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ସହିତ ବସଟି ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ବସରେ ନିଆଁ ଲାଗିଯାଇଥିଲା । ଏକ ଜୋରଦାର ଶବ୍ଦ ଶୁଣି ସ୍ଥାନୀୟ ଲୋକମାନେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ଖବର ପାଇବା ପରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ଯାଇଥିଲେ। ଦୁର୍ଘଟଣାରେ ଅତି କମରେ ୧୨ ଜଣ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ଆହତଙ୍କ ସଂଖ୍ୟା ଅଧିକ ଥିବା ଜଣାପଡିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବସରେ ୩୨ ଜଣ ଯାତ୍ରୀ ଥିଲେ। ରାତି ସମୟ ଥିବାରୁ ପ୍ରାୟ ସମସ୍ତ ଯାତ୍ରୀ ଶୋଇଥିଲେ। ସମସ୍ତ ଆହତ ଯାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ । ମୃତାହତଙ୍କ ପରିବାରକୁ ସେ ସମବେଦନା ଜଣାଇଛନ୍ତି । ଆହତଙ୍କ ଚିକିତ୍ସାରେ ଯେପରି କୌଣସି ତ୍ରୁଟି ନୁହେଁ ସେନେଇ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆହୁରି ମଧ୍ୟ ମୃତକଙ୍କ ପରିବାରକୁ ୯ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା ହୋଇଛି ।
HMVP ଭୁତାଣୁ: ବେଙ୍ଗାଲୁରୁରେ ୨ ଆକ୍ରାନ୍ତ ଚିହ୍ନଟ ପରେ ମାସ୍କ ପିନ୍ଧିବାକୁ କର୍ଣ୍ଣାଟକ ସରକାରଙ୍କ ପରାମର୍ଶ
ବେଙ୍ଗାଲୁରୁ: ପୁଣି ଫେରିଲା ମାସ୍କ । ବେଙ୍ଗାଲୁରୁରେ ୨ ଏଚଏମପିଭି ସଂକ୍ରମିତ ଚିହ୍ନଟ ପରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଲେ କର୍ଣ୍ଣାଟକ ସରକାର।  ଗହଳି ସ୍ଥାନରେ ମାସ୍କ ପିନ୍ଧିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ମାସ୍କ ପିନ୍ଧିଲେ ସଂକ୍ରମଣ କମିବ ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏଚଏମପିଭି ଲକ୍ଷଣ ଥିଲେ ଗହଳି ସ୍ଥାନକୁ ଯିବା ବାରଣ କରାଯିବା ସହ ଛିଙ୍କ, କାଶ ବେଳେ ପାଟି ଓ ନାକ କଭର କରିବାକୁ ପରାମର୍ଶ ଦେଇଛନ୍ତି ସରକାର।
ବୈଜ୍ଞାନିକଙ୍କ ଚେତାବନୀ: ୨୦୪୦ ସୁଦ୍ଧା ସମୁଦ୍ରରେ ଲୀନ ହୋଇଯିବ ମାଙ୍ଗାଲୁରୁ, ଉଡୁପି !
ନୂଆଦିଲ୍ଲୀ: ଆରବ ସାଗର ସମୁଦ୍ର ପତ୍ତନ ବେଳକୁ ବେଳ ବୃଦ୍ଧି ପାଉଥିବା ବେଳେ ଆଗାମୀ ଦିନରେ ଦେଶର ପଶ୍ଚିମ ଭାଗ ଉପକୂଳ ଅଞ୍ଚଳ ପାଇଁ ସୃଷ୍ଟି ହେବାକୁ ଯାଉଥିବା ବିପର୍ଯ୍ୟୟକୁ ନେଇ ବୈଜ୍ଞାନିକମାନେ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି। ପୂର୍ବରୁ ମୁମ୍ବାଇ ସମେତ ମହାରାଷ୍ଟ୍ରର କିଛି ଅଞ୍ଚଳ ସମୁଦ୍ର ଗର୍ଭରେ ଲୀନ ହେବାର ଆଶଙ୍କା ନେଇ ଚିନ୍ତାପ୍ରକଟ କରିଥିଲେ। ଏବେ ବେଙ୍ଗାଲୁରୁ କିଛି ବୈଜ୍ଞାନିକ ଦଳ କର୍ଣ୍ଣାଟକର ମାଙ୍ଗାଲୁରୁ ଏବଂ ଉଡୁପି ଉପକୂଳ ଅଞ୍ଚଳକୁ ନେଇ ଚେତାବନୀ ଜାରି କରିଛନ୍ତି। ୨୦୪୦ ସୁଦ୍ଧା ଏହି ଦୁଇଟି ଉପକୂଳ ଅଞ୍ଚଳର ୫ ପ୍ରତିଶତ ସ୍ଥଳଭାଗ ସମୁଦ୍ର ମଧ୍ୟରେ ଲୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି ସେମାନେ କହିଛନ୍ତି।
କର୍ଣ୍ଣାଟକର ମୋଟ ସାମୁଦ୍ରିକ ତଟ ସୀମା ଲମ୍ବ ପ୍ରାୟ ୩୬୦ କିମି ରହିଥିବା ବେଳେ ସେଥିମଧ୍ୟରୁ ଉଡୁପି ଜିଲ୍ଲାର ତଟ ସୀମା ୯୮ କିମି ରହିଛି। ସେହିପରି ଦକ୍ଷିଣ କନ୍ନଡ ଜିଲ୍ଲା ଅନ୍ତର୍ଭୁକ୍ତ ମାଙ୍ଗେଲୋର ଅଞ୍ଚଳର ତଟ ସୀମା ପ୍ରାୟ ୩୦ ରୁ ୩୫ କିମି ରହିଛି। ହେଲେ ବିଗତ କିଛି ବର୍ଷ ମଧ୍ୟରେ ଏହି ଦୁଇଟି ଅଞ୍ଚଳରେ ସମୁଦ୍ର ଯେଭଳି ସ୍ଥଳଭାଗୁ ଗ୍ରାସିବାରେ ଲାଗିଛି ତଦ୍ବାରା ୨୦୪୦ ସୁଦ୍ଧା ଏହି ଦୁଇଟି ଅଞ୍ଚଳର ୫ ପ୍ରତିଶତ ଭାଗ ସମୁଦ୍ର ମଧ୍ୟରେ ଲୀନ ହୋଇଯିବ ବୋଲି ବେଙ୍ଗାଲୁରୁସ୍ଥିତ ‘ସେଣ୍ଟର ଫର୍‌ ଷ୍ଟଡି ଅଫ୍‌ ସାଇନ୍ସ, ଟେକନୋଲୋଜି ଆଣ୍ଡ ପଲିସି’ର ବୈଜ୍ଞାନିକମାନେ କହିଛନ୍ତି। ବିଗତ ଦିନରେ ବିଭିନ୍ନ ସମୟରେ ସମୁଦ୍ର ଅଶାନ୍ତ ହୋଇପଡ଼ିବା ସହିତ ଏହି ଦୁଇଟି ଅଞ୍ଚଳର ଉପକୂଳ ଅଞ୍ଚଳକୁ ଜଳମଗ୍ନ କରିଛି। ଜଳବାୟୁ ପରିବର୍ତ୍ତନ ଏବଂ ସାମୁଦ୍ରିକ ତଟ ଅଞ୍ଚଳରେ ଜନବସତି ବୃଦ୍ଧି ପାଇବା ଏଭଳି ଘଟଣା ପାଇଁ ମୁଖ୍ୟତଃ ଦାୟୀ। ଏହି ଅଞ୍ଚଳର ସମୁଦ୍ର ପତ୍ତନ ଏବଂ ଏହାର ପରିସୀମା ପୂର୍ବରୁ ଯାହା ରହିଥିଲା ସେ ତୁଳନାରେ ଏବେ ସମୁଦ୍ର ଅଧିକାଂଶ ସ୍ଥାନରେ ସ୍ଥଳଭାଗକୁ ଗ୍ରାସି ସାରିଛି।
ଏହିକ୍ରମରେ ଆମାଗୀ କିଛି ବର୍ଷ ମଧ୍ୟରେ ଆହୁରି ଅଧିକ ସ୍ଥଳଭାଗ ସମୁଦ୍ର ମଧ୍ୟକୁ ଚାଲିଯିବ ବୋଲି ଏହି ସଂସ୍ଥାନର ଏକ ବୈଜ୍ଞାନିକ ଟିମ୍‌ ସେମାନଙ୍କ ଅନୁଧ୍ୟାନ ରିପୋର୍ଟରେ ଦର୍ଶାଇଛନ୍ତି। ସମୁଦ୍ର ପତ୍ତନ ବୃଦ୍ଧି ହେବା ଦ୍ବାରା ଆଗାମୀ ଦିନରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରି ଚେତାବନୀ ଜାରି କରିଛନ୍ତି। କେବଳ କର୍ଣ୍ଣାଟକର ଏହି ଦୁଇ ଅଞ୍ଚଳ ନୁହେଁ; କେରଳ, ଗୋଆ, ମହାରାଷ୍ଟ୍ର ତାମିଲନାଡୁ ଏବଂ ପଣ୍ଡିଚେରୀର ବିଭିନ୍ନ ଅଞ୍ଚଳ ସମୁଦ୍ର ମଧ୍ୟରେ ଲୀନ ହେବାର ଆଶଙ୍କା ରହିଛି ବୋଲି ବୈଜ୍ଞାନିକମାନେ କହିଛନ୍ତି। କେବଳ ମୁମ୍ବଇ, ପଣ୍ଡିଚେରୀ ଏବଂ ତାମିଲନାଡୁର ତୁତିକୋରିନ ଅଞ୍ଚଳର ୧୦ ଭାଗ ସମୁଦ୍ର ଦ୍ବାରା ଜଳମଗ୍ନ ହୋଇପାରେ ବୋଲି ଏହି ବୈଜ୍ଞାନିକ ଟିମ୍‌ ସେମାନଙ୍କ ରିପୋର୍ଟରେ ଦର୍ଶାଇଛନ୍ତି।
ବୋରୱେଲକୁ ଖସି ପଡିଲା ୨ ବର୍ଷର ଶିଶୁ,ଉଦ୍ଧାର କାର୍ଯ୍ୟ ଜାରି
ବେଙ୍ଗାଲୁରୁ: କର୍ଣ୍ଣାଟକ ତାଲୁକ ଜିଲ୍ଲାର ଲଚୟାନ ଗାଁରେ ଅଭାବନୀୟ ଘଟଣା ଘଟିଛି। ଏକ ବୋରୱେଲକୁ ଖସି ପଡିଛି ୨ ବର୍ଷର ଶିଶୁ। ପିଲାଟି ବୋରୱେଲର ୧୬ ଫୁଟ ଭିତରେ ଫସି ରହିଥିବା ଜଣାପଡିଛି। ଶିଶୁକୁ ଉଦ୍ଧାର ଲାଗି ଆରମ୍ଭ ହୋଇଛି ପ୍ରକ୍ରିୟା। କର୍ଣ୍ଣାଟକ ପୁଲିସ ସହ ଅନ୍ୟ ଟିମ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ବୋରୱେଲ ନିକଟରେ ଏକ ସମାନ୍ତରାଳ ଭାବେ ଆଉ ଏକ ଗାତ ଖୋଳାଯାଉଛି। ଶିଶୁକୁ ଉଦ୍ଧାର ଲାଗି ଜୋରଦାର ଉଦ୍ୟମ ଚାଲିଛି। ଘର ପାଖରେ ଏହି ବୋରୱେଲ ଥିବା ବେଳେ କୌଣସି କାରଣବଶତଃ ଶିଶୁଟି ଖସିପଡିଥିଲା। ବୋରୱେଲରୁ ଶିଶୁର କାନ୍ଦ ଶୁଭିବା ପରେ ଲୋକେ ଏ ବିଷୟରେ ଜାଣିଥିଲେ। ସକାଳ ସାଢେ ୬ଟାରୁ ଆରମ୍ଭ ହୋଇଛି ରେସକ୍ୟୁ ଅପରେସନ।
ISIS ଆତଙ୍କୀ ଷଡ଼ଯନ୍ତ୍ର ମାମଲାରେ ମହାରାଷ୍ଟ୍ର ଓ କର୍ଣ୍ଣାଟକର ୪୪ ସ୍ଥାନରେ NIAର ଚଢ଼ାଉ, ୧୩ ଗିରଫ
ନୂଆଦିଲ୍ଲୀ: ISIS ଆତଙ୍କୀ ଷଡ଼ଯନ୍ତ୍ର ମାମଲାରେ ଦେଶର ଦୁଇଟି ସ୍ଥାନରେ NIAର ଏକକାଳୀନ ଚଢ଼ାଉ । ମହାରାଷ୍ଟ୍ର ଓ କର୍ଣ୍ଣାଟକର ୪୪ ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ରେଡ୍ କରିଛି । ବର୍ତ୍ତମାନ ସୁଦ୍ଧା ଆଜି ୧୩ ଜଣ ଗିରଫ ହୋଇଥିବା ଜଣାପଡିଛି । ଇସଲାମିକ୍ ଷ୍ଟେଟ୍ ସହ ଲିଙ୍କ୍ ମାମଲାରେ ଏମାନଙ୍କୁ ପୁନେରୁ ଗିରଫ କରାଯାଇଛି ।
ସ୍ଥାନୀୟ ପୋଲିସ ସହାୟତାରେ ଚାଲିଛି ରେଡ୍ । କର୍ଣ୍ଣାଟକର ଗୋଟିଏ ସ୍ଥାନ, ପୁଣେର ଦୁଇଟି ଓ ଠାଣେ ଗ୍ରାମାଂଚଳର ୩୧ଟି ସ୍ଥାନରେ ରେଡ୍ ଚାଲିଛି । ଠାଣେ ସହରରେ ୯ଟି ସ୍ଥାନ ସହ ଭୟାନ୍ଦରରେ ଗୋଟିଏ ସ୍ଥାନରେ ଚଢ଼ାଉ । ଆଣ୍ଟି ଟେରର ସଂସ୍ଥାର ଅଧିକାରୀଙ୍କ ସହ ମହାରାଷ୍ଟ୍ର ଓ କର୍ଣ୍ଣାଟକ ପୋଲିସ ଏଥିରେ ହୋଇଛନ୍ତି ସାମିଲ । ଏହି ମାମଲାର ତଦନ୍ତ ବେଳେ ଏକ ବଡ଼ ଜଟିଳ ନେଟୱର୍କ କାମ କରୁଥିବା ଜାଣିବାକୁ ପାଇଥିଲା ଏନ୍‌ଆଇଏ। ଏହି ନେଟ୍‌ୱର୍କ ଦେଶର କିଛି ପ୍ରମୁଖ ସ୍ଥାନରେ ବଡ଼ ଧରଣର ବିସ୍ଫୋରଣ ଯୋଜନା କରିଥିଲା। ସେହିପରି ସେନାର କିଛି ଠିକଣାକୁ ଏହି ନେଟ୍‌ୱର୍କ ଟାର୍ଗେଟ କରିବାକୁ ଯୋଜନା କରୁଥିଲା। ଦେଶର କିଛି ପ୍ରମୁଖ ସେନା ଘାଟିର ଫଟୋ ଏହି ନେଟୱର୍କ ପାକିସ୍ତାନ ଓ ସିରିୟାକୁ ପଠାଇଥିବା ମଧ୍ୟ ଜଣାପଡ଼ିଛି। ଏହା ପରେ ଯୋଜନାବଦ୍ଧ ଭାବେ ଆଜି ଏନ୍‌ଆଇଏ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ପୂର୍ବରୁ ଏଭଳି ଚଢ଼ାଉ ହୋଇଥିବା ବେଳେ ଅନେକ ସନ୍ଦିଗ୍ଧ ଗିରଫ ହୋଇଥିଲେ ।
ବେଙ୍ଗାଲୁରୁରେ ଆୟକର ବିଭାଗର ଚଢ଼ାଉବେଳେ କଣ୍ଟ୍ରାକ୍ଟରଙ୍କ ଖଟ ତଳୁ ମିଳିଲା ନଗଦ ୪୨ କୋଟି ଟଙ୍କା
ବେଙ୍ଗାଲୁରୁ: କୋଟିଏ କି ଦୁଇ କୋଟି ନୁହେଁ, ରେଡବେଳେ ପୁରା ନଗଦ ୪୨ କୋଟି ଟଙ୍କା ଦେଖି ଅଧିକାରୀଙ୍କ ଆଖି ଟେରା ହୋଇଗଲା । କର୍ଣ୍ଣାଟକରେ ଆୟକର ବିଭାଗର ଚଢ଼ାଉବେଳେ କଣ୍ଟ୍ରାକ୍ଟରଙ୍କ ଘରୁ ଜବତ ହୋଇଛି ନଗଦ ୪୨ କୋଟି ଟଙ୍କା । ଏତେ ପରିମାଣର ଟଙ୍କାକୁ ଖଟ ତଳେ ପ୍ରାୟ ୨୩ଟି ପେଟିରେ ରଖିଥଲେ କଣ୍ଟ୍ରାକ୍ଟର । ଆୟକର ବିଭାଗ ଚଢ଼ାଉ ସମୟରେ ଏହି ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଛି। ଏହି ମାମଲାରେ ଆୟକର ବିଭାଗ ପକ୍ଷରୁ ପୂର୍ବତନ କାଉନସିଲର ଏବଂ ତାଙ୍କ ସ୍ୱାମୀଙ୍କୁ ପଚରାଉଚରା କରାଯାଉଛି। ସୂତ୍ରରୁ ପ୍ରକାଶ ଯେ ଏହି ନଗଦ ରାଶି ପାଞ୍ଚ ନିର୍ବାଚନୀ ରାଜ୍ୟରେ ଫଣ୍ଡିଙ୍ଗ୍‌ ପାଇଁ ସଂଗ୍ରହ କରାଯାଇଥିଲା।
ଆରଟି ନଗର ନିକଟ ଆତ୍ମାନନ୍ଦା କଲୋନୀସ୍ଥିତ ଏକ ଫ୍ଲାଟରେ ଏତେ ପରିମାଣର ଟଙ୍କା ଥିବାନେଇ କୌଣସି ବିଶେଷ ସୂତ୍ରରୁ ବିଭାଗ ସୂଚନା ପାଇଥିଲା। ଏହାପରେ ବିଭାଗୀୟ ଅଧିକାରୀମାନେ ସେଠାରେ ଚଢ଼ାଉ କରିବା ସମୟରେ ୪୨ କୋଟି ଟଙ୍କାର ନଗଦ ରାଶି ଜବତ କରିଥିଲେ। ତେବେ ଆମେ କହିରଖୁ କି, ଆସନ୍ତା କିଛି ଦିନ ମଧ୍ୟରେ ରାଜସ୍ଥାନ, ମିଜୋରାମ, ତେଲେଙ୍ଗାନା, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବାର ଅଛି। ଜବତ ହୋଇଥିବା ଏହି ଟଙ୍କା ସେଠାକୁ ଯିବାର ଥିଲା ବୋଲି ଆଶଙ୍କା କରାଯାଉଛି ।
କିଏ ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ? ଚାଲିଛି କଂଗ୍ରେସର ମାନସମନ୍ଥନ, ଚୂଡାନ୍ତ ନିଷ୍ପତ୍ତି ନେବେ ସଭାପତି ମଲିକାର୍ଜୁନ ଖଡଗେ
ବେଙ୍ଗାଲୁରୁ: କିଏ ହେବେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ । ଚୂଡାନ୍ତ ନିଷ୍ପତ୍ତି ନେବେ କଂଗ୍ରେସ ସଭାପତି ମଲିକାର୍ଜୁନ ଖଡଗେ ।କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ପରେ ଏବେ ସରକାର ଗଠନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ସୁଦ୍ଧା ନୂଆ ମନ୍ତ୍ରିମଣ୍ଡଳ ଗଠନ ହେବା ସହିତ ସେହି ଦିନ ହିଁ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ସୂଚନା ମିଳିଛି। ତେବେ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଏବେ ଦଳ ପାଇଁ ବଡ଼ ଆହ୍ବାନ ହୋଇଥିବା ବେଳେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ଏଥିପାଇଁ ତଜର୍ମା ଚାଲିଛି। ମହାରାଷ୍ଟ୍ର କଂଗ୍ରେସ ନେତା ସୁଶୀଲ ସିନ୍ଦେଙ୍କୁ କଂଗ୍ରେସ ହାଇକମାଣ୍ଡ ଭାବେ କର୍ଣ୍ଣାଟକକୁ ପଠାଇବା ସହିତ ବିଧାୟକ ଦଳ ନେତା ଚୟନ ପ୍ରକ୍ରିୟା ସୁରୁଖୁରରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ନେତା ଚୟନ ପାଇଁ ବିଧାୟକମାନଙ୍କ ମତଦାନ କରାଯାଇପାରେ ବୋଲି ମଧ୍ୟ ସୂଚନା ମିଳିଛି। ବିଧାୟକମାନଙ୍କ ମତାମତ ମିଳିବା ପରେ ମୁଖ୍ୟମନ୍ତ୍ରୀ ଚୟନ ନେଇ ଗାନ୍ଧୀ ପରିବାର ଶେଷ ନିଷ୍ପତ୍ତି ନେବେ ବୋଲି କୁହାଯାଉଛି।
ତେବେ ସବୁଠାରୁ ବଡ଼ କଥା ହେଲା ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୁଇ ପ୍ରମୁଖ ନେତା ସିଦ୍ଧରାମାୟା ଏବଂ ପିସିସି ସଭାପତି ଡ. ଡି କେ ଶିବକୁମାର ଏବେ ଦୌଡରେ ରହିଛନ୍ତି। ଦଳର ଅଦ୍ଭୁତପୂର୍ବ ବିଜୟ ପାଇଁ ଏହି ଦୁଇ ନେତାଙ୍କ ଭୂମିକା ଯଥେଷ୍ଟ ରହିଥିଲା ବେଳେ ଉଭୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ରହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ସିଦ୍ଧରାମାୟାଙ୍କ ପଲା ଭାରୀ ରହିଥିବା କୁହାଯାଉଥିବା ବେଳେ କଂଗ୍ରେସ ହାଇକମାଣ୍ଡ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଏକପ୍ରକାର ସ୍ଥିର କରିସାରିଥିବା କୁହାଯାଉଛି। ୭୫ ବର୍ଷୀୟ ସିଦ୍ଧରାମାୟା ଜଣେ ପଛୁଆ ବର୍ଗ ନେତା ଭାବେ ସଂଖ୍ୟାଲଘୁ ଏବଂ ଦଳିତ ଶ୍ରେଣୀର ନେତୃତ୍ବ ନେଇ ଚଳିତ ନିର୍ବାଚନରେ ନିଜର ପରାକାଷ୍ଠା ଦେଖାଇଛନ୍ତି। ନବ ନିର୍ବାଚିତ ବିଧାୟକମାନଙ୍କ ପକ୍ଷରୁ ୮୦ ରୁ ୯୦ ବିଧାୟକ ତାଙ୍କ ସପକ୍ଷରେ ରହିଥିବା କୁହାଯାଉଛି।
ସେପଟେ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ରହିଥିବା ଡି କେ ଶିବକୁମାରଙ୍କ ଭୂମିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ ରହିଛି। ଗାନ୍ଧୀ ପରିବାର ସହିତ ଅତ୍ୟନ୍ତ ଘନିଷ୍ଠ ରହି ଆସିଥିବା ୬୦ ବର୍ଷୀୟ ଶିବକୁମାରଙ୍କ ନେତୃତ୍ବ ଅନେକ ସମୟରେ ଦଳ ପାଇଁ ମହତ୍ତ୍ବପୂର୍ଣ୍ଣ ରହି ଆସିଥିଲା ବେଳେ ସେ ଭୋକାଲିଙ୍ଗା ସଂପ୍ରଦାୟରୁ ଆସିଥିବାରୁ ତାଙ୍କ ଭୂମିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ ରହିଆସିଛି। ତେଣୁ ଉଭୟଙ୍କ ମଧ୍ୟରୁ କାହାକୁ ଦଳ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଦେବ ତାହାକୁ ନେଇ କଂଗ୍ରେସ ଏବେ ଚିନ୍ତାରେ ପଡ଼ିଛି। ଦଳ କାହାକୁ ଦାୟିତ୍ବ ତାହା ତ’ ଭିନ୍ନ କଥା, କିନ୍ତୁ ଏହି ଦୁଇ ନେତାଙ୍କୁ ସେମାନଙ୍କ ସମର୍ଥକମାନେ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଏକପ୍ରକାର ପ୍ରତିଦ୍ବନ୍ଦ୍ବିତା ଆରମ୍ଭ କରିଦେଇଛନ୍ତି। ଯାହାକୁ ନେଇ ଏବେ କର୍ଣ୍ଣାଟକରେ ‘ପୋଷ୍ଟର ୱାର’ ଆରମ୍ଭ ହୋଇଯାଇଛି।
ସିଦ୍ଧରାମାୟା ଏବଂ ଶିବକୁମାରଙ୍କ ସମର୍ଥକମାନଙ୍କ ଦ୍ବାରା ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗାଯାଇ ସେମାନଙ୍କ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦର୍ଶାଯାଉଛି। ତେବେ ସିଦ୍ଧରାମାୟାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଦେଇ କଂଗ୍ରେସ କର୍ଣ୍ଣାଟକରେ ୩ ଉପମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ବିଭାଗରେ ଦାୟିତ୍ବ ଦେବାକୁ ଚିନ୍ତା କରୁଛି ବୋଲି କୁହାଯାଉଛି। ବିଶେଷକରି ଲିଙ୍ଗାୟତ, ଭୋକାଲିଙ୍ଗା ଏବଂ ଦଳିତ ଶ୍ରେଣୀର ଜଣେ ଜଣେ ନେତାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବ। ଏହିକ୍ରମରେ ଶିବ କୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ଦାୟିତ୍ବ ମିଳିପାରେ ବୋଲି କୁହାଯାଉଛି। କିନ୍ତୁ ଏହାକୁ ଶିବକୁମାର କେତେ ଦୂର ଗ୍ରହଣ କରୁଛନ୍ତି ତାହା ଦେଖିବାର ରହିଛି। କାରଣ ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଚୟନ ନେଇ କଂଗ୍ରେସ ବିଭିନ୍ନ ରାଜ୍ୟରେ ଭୁଲ ନିଷ୍ପତ୍ତି ନେଇଥିବାରୁ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିଛି। ପୂର୍ବରୁ ମଧ୍ୟପ୍ରଦେଶ,ରାଜସ୍ଥାନ ଏବଂ ପଞ୍ଜାବ ଭଳି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ଦଳ ବହୁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା ବେଳେ ଏବେ କର୍ଣ୍ଣାଟକରେ ସେଭଳି ଭୁଲ ନ ଦୋହରାଇବାକୁ ସତର୍କ ରହିଛି।
କର୍ଣ୍ଣାଟକରେ ବନ୍ଦ ହେଲା ଘୃଣାର ବଜାର: ରାହୁଲ ଗାନ୍ଧି
ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସର ବଡ ବିଜୟ। କଂଗ୍ରେସକୁ ବିଜୟ ମିଳିବା ପରେ ରାହୁଲ ଗାନ୍ଧିଙ୍କ ବୟାନ ସାମ୍ନାକୁ ଆସିଛି। ଏନେଇ କର୍ଣ୍ଣାଟକବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାହୁଲ ଗାନ୍ଧୀ। ଗରିବ ଜନତାଙ୍କ ସହଯୋଗ ହିଁ କଂଗ୍ରେସକୁ ବିଜୟୀ କରିଥିବା କହିଛନ୍ତି ରାହୁଲ। ଏହି ବିଜୟ କର୍ଣ୍ଣାଟକରେ ଘୃଣାର ବଜାରର ଅନ୍ତ ଘଟାଇଛି। ଖୋଲିଛି ହୃଦୟର ବଜାର। କର୍ଣ୍ଣାଟକରେ ଦ୍ବେଷଭାବର ଦୂର ହୋଇଛି ବୋଲି କହିଛନ୍ତି ରହୁଲ। ହୃଦୟ ଖୋଲି ନିର୍ବାଚନ ଲଢିଛି କଂଗ୍ରେସ। ବିଶେଷ କରି ପ୍ରଭାବଶାଳୀ ଓ ଗରିବ ଜନତାଙ୍କ ମଧ୍ୟରେ ଲଢେଇ ହୋଇଥିଲା।
ଗରିବ ଜନତାଙ୍କୁ ନେଇ କଂଗ୍ରେସ ନିର୍ବାଚନ ଲଢିଥିଲା। ଏହି ବିଜୟ ଗରିବ ଜନତାଙ୍କର ବୋଲି କହିଛନ୍ତି ରାହୁଲ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ କହିଛନ୍ତି ଯେ, ବିଜେପି ସରକାର ଏହାର କାର୍ଯ୍ୟକାଳରେ ଅନେକ ଖରାପ କାମ କରିଛି ସେଥିପାଇଁ କର୍ଣ୍ଣାଟକର ଲୋକମାନେ ଆମକୁ ଭୋଟ୍ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଏତେ ପ୍ରଚାର ପରେ ମଧ୍ୟ ଲୋକମାନେ କଂଗ୍ରେସକୁ ଭୋଟ୍ ଦେଇଛନ୍ତି। ଲୋକମାନେ ଆମର ପାଞ୍ଚଟି ପ୍ରତିଶ୍ରୁତି ଉପରେ ବିଶ୍ୱାସ କରିଛନ୍ତି।
ବେଙ୍ଗାଲୁରୁ: କର୍ଣ୍ଣାଟକରେ ରାହୁଲ ଗାନ୍ଧିଙ୍କ ଯୁବ କ୍ରାନ୍ତି ସମାବେଶ । କର୍ଣ୍ଣାଟକରେ ଯଦି କଂଗ୍ରେସ ସରକାରକୁ ଆସେ ତେବେ ଚାକିରି ପାଇ ନଥିବା ସମସ୍ତ ଗ୍ରାଜୁଏଟଙ୍କୁ ତିନି ବର୍ଷ ଯାଏଁ ପ୍ରତି ମାସକୁ ମିଳିବ ତିନି ହଜାର ଟଙ୍କା । କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପୂର୍ବରୁ ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏପରି ଘୋଷଣା କରିଛନ୍ତି । ସେହିପରି ଡିପ୍ଲୋମାଧାରୀମାନେ ମାସିକ ୧୫ ଶହ ଟଙ୍କା ଲେଖାଏ ପାଇବେ। ସେମାନଙ୍କୁ ମଧ୍ୟ ୨ ବର୍ଷ ଯାଏ ଏପରି ଭତ୍ତା ଯୋଗାଇ ଦିଆଯିବ। ଏହା ସହ ଲୋକଙ୍କୁ ମାଗଣା ବିଜୁଳି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ ।
ରାହୁଲ ଆହୁରି ମଧ୍ୟ କହିଛନ୍ତି କି ଭାରତ ଯୋଡ଼ ଯାତ୍ରା ବେଳେ ଯୁବବର୍ଗ ମୋ ପାଖକୁ ଆସିଥିଲେ, ସେମାନେ ବେରୋଜଗାର ଥିବା କହିଥିଲେ । ତେଣୁ ତାଙ୍କୁ ଭତ୍ତା ଆକାରରେ ଏହି ଟଙ୍କା ଦେବାକୁ କହିଛନ୍ତି ରାହୁଲ । ରାହୁଲ ଆହୁରି କହିଛନ୍ତି ଯେ, ଆମେ ୫ ବର୍ଷ ଭିତରେ ୧୦ ଲକ୍ଷ ଯୁବଗୋଷ୍ଠିଙ୍କୁ ଚାକିରି ଦେବୁ । ରାଜ୍ୟରେ ଖାଲି ପଡ଼ିଥିବା ୨.୫ ଲକ୍ଷ ପଦବୀ ପୂରଣ ହେବ । ବିପିଏଲ ତାଲିକାରେ ଥିବା ମହିଳାମାନେ ମାସକୁ ୩ ହଜାର ଟଙ୍କା ଏବଂ ପରିବାର ପିଛା ୧୦ କେଜି ଚାଉଳ ପାଇବେ । ସେମାନଙ୍କୁ ୨ ହଜାର ୟୁନିଟ ଯାଏ ମାଗଣା ବିଜୁଳି ବି ମିଳିବ ବୋଲି ରାହୁଲ ଗାନ୍ଧି ଘୋଷଣା କରିଛନ୍ତି ।