NIRF - The Sakala

ଏନଆଇଆରଏଫ ପକ୍ଷରୁ ୨୦୨୪ ବର୍ଷ ପାଇଁ ଦେଶର ଶ୍ରେଷ୍ଠ ମେଡିକାଲ କଲେଜ ମାନ୍ୟତା
ଭୁବନେଶ୍ୱର: ରାଜ୍ୟ ତଥା ସମଗ୍ର ପୂର୍ବ ଭାରତ ପାଇଁ ପୁଣିଥରେ ସଫଳତାର ଆନନ୍ଦ ଆଣିଦେଇଛି ଏମ୍‌ସ ଭୁବନେଶ୍ୱର। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ତାଲିକା (ଏନଆଇଆରଏଫ)ରେ ଏମ୍‌ସ ଭୁବନେଶ୍ୱରକୁ ଦେଶର ଶ୍ରେଷ୍ଠ ମେଡିକାଲ କଲେଜ ବର୍ଗରେ ୧୫ତମ ସ୍ଥାନ ମିଳିଛି। ଗତ ବର୍ଷ ଏହି ଜାତୀୟ ଅନୁଷ୍ଠାନ ଏନଆଇଆରଏଫ ତାଲିକାରେ ୧୭ତମ ସ୍ଥାନରେ ଥିଲା। ତେବେ ୨୦୨୨ରେ ୨୬ତମ ସ୍ଥାନ ହାସଲ କରିଥିବା ଏହି ଅନୁଷ୍ଠାନ ମାତ୍ର ଦୁଇ ବର୍ଷ ମଧ୍ୟରେ ଏଗାର ସୋପାନ ଉପରକୁ ଉଠି ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି। ଯାହାକି ଗୌରବର ବିଷୟ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଘୋଷଣା କରିଥିବା ୨୦୨୪ ବର୍ଷ ପାଇଁ ଏନଆଇଆରଏଫ ତାଲିକା ଅନୁସାରେ ଏମ୍‌ସ ଭୁବନେଶ୍ୱରକୁ ଓଡ଼ିଶାର ସର୍ବୋତ୍ତମ ମେଡିକାଲ୍ କଲେଜର ମାନ୍ୟତା ପ୍ରଦାନ କରିଛି। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସିଇଓ ଡ. ଆଶୁତୋଷ ବିଶ୍ବାସଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଏହି ଜାତୀୟ ଅନୁଷ୍ଠାନ ଭିତ୍ତିଭୂମି, ଶିକ୍ଷା, ରୋଗୀସେବା ଏବଂ ଗବେଷଣା ସମେତ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛି।

ଏହି ଅବସରରେ ଡ. ବିଶ୍ବାସ ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ତଥା ଏମ୍‌ସର ବିଶାଳ ପରିବାରକୁ ସେମାନଙ୍କର ଉତ୍ସର୍ଗୀକୃତ ମନୋଭାବ ତଥା କଠିନ ପରିଶ୍ରମ ପାଇଁ ହୃଦୟରୁ ଅଭିନନ୍ଦନ ଜଣାଇଛନ୍ତି। ରୋଗୀ ସେବା, ଗବେଷଣା ଏବଂ ଶିକ୍ଷାର ସାମଗ୍ରିକ ବିକାଶରେ ଏହି ଅନୁଷ୍ଠାନ ଉତ୍କର୍ଷର ନିରନ୍ତର ଅନୁସରଣ ଜାରି ରଖିବବୋଲି ଡ. ବିଶ୍ବାସ ମତବ୍ୟକ୍ତ କରିଛନ୍ତି।

ଶିକ୍ଷାଦାନ, ଶିକ୍ଷା ଏବଂ ସମ୍ବଳ (ଟିଏଲଆର), ଗବେଷଣା ଏବଂ ବୃତ୍ତିଗତ ଅଭ୍ୟାସ (ଆରପି), ସ୍ନାତକୋତ୍ତର ଫଳାଫଳ (ଜିଓ), ଆଉଟରିଚ୍ ଏବଂ ଇନକ୍ଲୁସିଭିଟି (ଓଆଇ) ଏବଂ ପିଅର ପର୍ସେପ୍‌ସନ (ପିପି) ଭଳି ପାଞ୍ଚଟି ମାପଦଣ୍ଡକୁ ଭିତ୍ତି କରି ଏହି ମାନ୍ୟତା ତାଲିକା ପ୍ରସ୍ତୁତ କରାଯାଇଛି। ଏକାଡେମିକ୍ ଏବଂ ବୃତ୍ତିଗତ ଉତ୍କର୍ଷ ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରି ଏମ୍ସ ଭୁବନେଶ୍ୱର ଚଳିତ ବର୍ଷ ୧୦୦ରୁ ୬୨.୯୭ ସ୍କୋର କରିଛି।

ଏକାଦଶ ବର୍ଷ ଅତିକ୍ରାନ୍ତ କରିଥିବା ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟ ସେବାରେ ଆଞ୍ଚଳିକ ଅସନ୍ତୁଳନ ଦୂର କରିବା ପାଇଁ ଥିବା ଲକ୍ଷ୍ୟ ପୂରଣ କରିବା ଦିଗରେ ଶତତ କାର୍ଯ୍ୟରତ।