BJD Team - The Sakala
ରାଇରଙ୍ଗପୁର ନାବାଳିକା ଗଣଦୁଷ୍କର୍ମ ଘଟଣା: ମେଡିକାଲରେ ପୀଡ଼ିତାଙ୍କୁ ଭେଟିବା ସହ ପୁଲିସର ଅବହେଳାକୁ ନେଇ ଗର୍ଜିଲା ବିଜେଡି ଟିମ୍
ବାରିପଦା:  ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୋଗ ସମଗ୍ର ରାଜ୍ୟକୁ ସ୍ତବ୍ଧ କରିଛି। ଏହି ଘଟଣା ରାଜ୍ୟରେ ମହିଳା ସୁରକ୍ଷା ଓ ଆଇନଶୃଙ୍ଖଳା ବ୍ୟବସ୍ଥାର ଅବନତିକୁ ପୁଣିଥରେ ପଦାରେ ପକାଇଛି। ଘଟଣା ପରେ ବିଜୁ ଜନତା ଦଳର ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ମୟୂରଭଞ୍ଜ-୨ ସଭାପତି ଡା ଦେବାଶିଷ ମାରାଣ୍ଡିଙ୍କ ନେତୃତ୍ୱରେ ହସ୍ପିଟାଲରେ ପହଞ୍ଚି ପୀଡ଼ିତା ଓ ତାଙ୍କ ପରିବାରକୁ ଭେଟି ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ।
ପୂର୍ବତନ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍, କାର୍ଯ୍ୟକାରୀ ସଭାପତି ରାଇସେନ୍ ମୁର୍ମୁ, ପୌରପରିଷଦର ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ, ଚକ୍ରଧର ହେମ୍ବ୍ରମ ବ୍ଲକ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ହେମ୍ବ୍ରମ, ଜିଲ୍ଲା ପରିଷଦ ସଚ୍ଚିଦାନନ୍ଦ ମହାନ୍ତ, ସ୍ଵରୁପ ବେହେରା, ଦୀପ୍ତିମାନ ବଳ,ସୁବାଷ ମଣ୍ଡଳ, ଛାତ୍ରନେତା ବିକାଶ ମହାନ୍ତ, ତନୁଜା ମହାନ୍ତଙ୍କ ସହିତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ । ରାଇରଙ୍ଗପୁର ଟାଉନ ଥାନାକୁ ଯାଇ ଆଇଆଇସି ଜ୍ୟୋତିପ୍ରକାଶ ସ୍ବାଇଁଙ୍କ ସହ ଆଲୋଚନା କରିଥିଲେ । ପରେ ବିଳମ୍ବ ଏତଲା ରେଜିଷ୍ଟ୍ରେସନ୍, ପୀଡିତାର ଡାକ୍ତରୀ ମାଇନା ୧୨ ଘଣ୍ଟା ବିଳମ୍ବ ନେଇ ନେତୃବୃନ୍ଦ ଅସନ୍ତୋଷ ପ୍ରକାଶ କରିଥିଲେ । ସବୁକିଛି ଅବଗତ ପରେ ପୁଲିସର ବିଳମ୍ବ କାର୍ଯ୍ୟାନୁଷ୍ଠାନରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ । ତୁରନ୍ତ ପିଡିକାଙ୍କୁ ନ୍ୟାୟ ଏବଂ ପୀଡିତା ସମେତ ପରିବାରକୁ ସୁରକ୍ଷା ଦେବା ପାଇଁ କହିଥିଲେ । ଦୁଷ୍କର୍ମ ଆସାମୀକୁ ତୁରନ୍ତ ଗିରଫ,  ପୀଡିତାକୁ ତୁରନ୍ତ ନ୍ୟାୟ ଏବଂ କ୍ଷତିପୂରଣ ନ ମିଳିଲେ ଖୁବଶିଘ୍ର ବିଜେଡି ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ଆନ୍ଦୋଳନକୁ ତୀବ୍ରତର କରିବ ବୋଲି ଆଇଆଇସିଙ୍କୁ ଚେତାବନୀ ଦେଇଥିଲେ ।
ପୀଡ଼ିତାଙ୍କ ପରିବାରର ଅଭିଯୋଗ ଅନୁଯାୟୀ, ନାବାଳିକାଙ୍କୁ ଅପହରଣ କରାଯାଇ ଦୁଷ୍କର୍ମ କରାଯିବା ପରେ ଗୁରୁତର ଅବସ୍ଥାରେ ଘର ନିକଟରେ ଛାଡ଼ି ଦିଆଯାଇଥିଲା। ବର୍ତ୍ତମାନ ସେ ରାଇରଙ୍ଗପୁର ଉପଖଣ୍ଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ମେଡିକାଲ୍ ଲିଗାଲ୍ କେସ୍ (MLC) ସମ୍ପର୍କରେ ପୁଲିସକୁ ସୂଚନା ଦିଆଯାଇଥିଲେ ମଧ୍ୟ ମାମଲା ରୁଜୁ କରିବାରେ ଅନାବଶ୍ୟକ ବିଳମ୍ବ କରାଯାଇଥିଲା। ଏହି ବିଳମ୍ବ ପୁଲିସର କାର୍ଯ୍ୟଦକ୍ଷତା ଓ ଆନ୍ତରିକତା ଉପରେ ଗୁରୁତର ପ୍ରଶ୍ନ ସୃଷ୍ଟି କରୁଛି। ଏଥିସହ ନାବାଳିକାଙ୍କ ସହମତି ସମ୍ପର୍କରେ ପୁଲିସର କିଛି ପ୍ରତିକ୍ରିୟାକୁ ବିଜେଡି ଦୃଢ଼ ଭାବେ ନିନ୍ଦା କରିଛି। ନାବାଳିକାଙ୍କ କ୍ଷେତ୍ରରେ ସହମତିର ପ୍ରସଙ୍ଗ ଉଠାଇବା ଆଇନଗତ ଏବଂ ନୈତିକ ଦୃଷ୍ଟିରୁ ଅଗ୍ରହଣଯୋଗ୍ୟ ବୋଲି ଦଳ ମତ ପ୍ରକାଶ କରିଛି।
ବିଜେଡି ଦାବି କରିଛି ଯେ, ଏହି ଘଟଣାର ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ କରାଯାଉ, ସମସ୍ତ ଦୋଷୀଙ୍କୁ ତୁରନ୍ତ ଗିରଫ କରାଯାଇ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ଏବଂ ପୀଡ଼ିତାଙ୍କୁ ଉପଯୁକ୍ତ କ୍ଷତିପୂରଣ ଓ ସମସ୍ତ ସରକାରୀ ସହାୟତା ତୁରନ୍ତ ପ୍ରଦାନ କରାଯାଉ।
ଏହି ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ଆଜି ରାଜ୍ୟ ବିଜେଡି ପ୍ରତିନିଧି ମଣ୍ଡଳୀ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ସୁଦାମ ମାରାଣ୍ଡି (ପୂର୍ବତନ ମନ୍ତ୍ରୀ), ବାସନ୍ତୀ ହେମ୍ବ୍ରମ (ପୂର୍ବତନ ମନ୍ତ୍ରୀ), ମିନତୀ ବେହେରା (ପୂର୍ବତନ ଅଧକ୍ଷ୍ୟ ମହିଳା କମିଶନ), ଭାରତୀ ସିଂ (କର୍ପୋରେଟର BMC), ପ୍ରୀତିନନ୍ଦ ରାଉତରାୟ (କର୍ପୋରେଟର BMC),ସାନଦ ମାରାଣ୍ଡି (ପୂର୍ବତନ ଉପ-ବାଚସ୍ପତି), ରାଜକିଶୋର ଦାସ (ପୂର୍ବତନ ବିଧାୟକ), ଗଣେଶ୍ୱର ପାତ୍ର (ପୂର୍ବତନ ବିଧାୟକ), ଶ୍ରୀନାଥ ସୋରେନ (ପୂର୍ବତନ ବିଧାୟକ), ମୟୂରଭଞ୍ଜ-୨ ସଭାପତି ଡ଼. ଦେବାଶିଷ ମାରାଣ୍ଡି, ରାଇସେନ୍ ମୁର୍ମୁ (ମୟୂରଭଞ୍ଜ-୨,କାର୍ଯ୍ୟକାରୀ ସଭାପତି), ଚକ୍ରଧର ହେମ୍ବ୍ରମ (ବ୍ଲକ ଅଧ୍ୟକ୍ଷ), ଅଭିଷେକ ପଟ୍ଟନାୟକ (ପୌରପରିଷଦର ପୌରାଧ୍ୟକ୍ଷ), ତନୁଜା ମହାନ୍ତ ଏବଂ ସ୍ଥାନୀୟ ନେତୃବୃନ୍ଦ ରାଇରଙ୍ଗପୁର ଗସ୍ତ କରି ପୀଡ଼ିତା ଓ ତାଙ୍କ ପରିବାର ସହ ଆଲୋଚନା ପରେ ଏସପି ବରୁଣ ଗୁଣ୍ଟୁପାଲ୍ଲୀଙ୍କୁ ଭେଟି ଆଲୋଚନା କରିଛନ୍ତି ଏବଂ ରିପୋର୍ଟ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିବେ ବୋଲି ଜଣାପଡିଛି ।
ଯାଜପୁରରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ, ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଏସପିଙ୍କୁ ଭେଟିଲା ବିଜେଡି ଟିମ୍
ଯାଜପୁର: ଯାଜପୁର ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଆଇନଶୃଙ୍ଖଳା ପରିସ୍ଥିତି । ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି ଅପରାଧ। ଅଣାୟତ୍ତ ହୋଇଛି ଲଘୁ ଖଣିଜ ସମ୍ପଦ ଲୁଟ୍। ପୋଲିସ ସରକାରୀ କଳର ହାତବାରିସୀ ସାଜି ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ବେଳେ ନିର୍ଦ୍ଦୋଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଛି। ଏସବୁକୁ ବିରୋଧ କରି ଆଜି ଯାଜପୁର ଏସପିଙ୍କୁ ଭେଟିଛନ୍ତି ବିଜୁ ଜନତା ଦଳର ପ୍ରତିନିଧି ଦଳ।
ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ଯାଜପୁର ବିଧାୟିକା ସୁଜାତା ସାହୁ, ବରୀ ବିଧାୟକ ବିଶ୍ବରଞ୍ଜନ ମଲ୍ଲିକ, ପ୍ରଣବ ପ୍ରକାଶ ଦାସ, ପ୍ରିତିରଞ୍ଜନ ଘଡ଼ାଇ, ପ୍ରଣବ କୁମାର ବଳବନ୍ତରାୟ ଓ ଜିଲ୍ଲା ବିଜେଡି ସଭାପତିଙ୍କ ସମେତ ବରିଷ୍ଠ ବିଜେଡି ନେତା ଏସପିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଯାଜପୁର ପୋଲିସ ତୁରନ୍ତ ଏଦିଗରେ ଦୃଷ୍ଟି ଦେଇ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ନଚେତ୍ ଆଗାମୀ ଦିନରେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ ବୋଲି ନେତାମାନେ ଚେତାବନୀ ଦେଇଛନ୍ତି ।
ମାଲକାନଗିରି ହିଂସା ଘଟଣା: ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କଲା ବିଜେଡି ଟିମ୍
ମାଲକାନଗିରି: ମାଲକାନଗିରିର ଦୁଇ ଗାଁ ମଧ୍ୟରେ ହିଂସା ଘଟଣା । ଏମଭି ୨୬ ଓ ରାଖେଲଗୁଡାରେ ପହଞ୍ଚି ସ୍ଥିତି ସମୀକ୍ଷା କଲେ ବିଜେଡିର ୭ ଜଣିଆ ତଥ୍ୟ ଅନୁସନ୍ଧାନକାରୀ ଦଳ। ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜେଡିର ଏହି ଟିମ ଘଟଣାସ୍ଥଳକୁ ଗସ୍ତ କରିଥିଲା। ତୃଣମୂଳ ସ୍ତରରେ ସ୍ଥିତି ଅନୁସନ୍ଧାନ କର ବିଜେଡି ସୁପ୍ରିମୋଙ୍କୁ ରିପୋର୍ଟ ଦେବ ଟିମ୍। ଏହି ଟିମରେ ଅଛନ୍ତି ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ପ୍ରଦୀପ ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ,ବିଜେଡି ନେତା ତଥା କେସିସି ବ୍ୟାଙ୍କ ସଭାପତି ଈଶ୍ୱର ପାଣିଗ୍ରାହୀ , ମାଲକାନଗିରିର ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ମାନସ ମାଡକାମି ଏବଂ ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକ। ମାଲକାନଗିରି ଜିଲ୍ଲାର ଆଦିବାସୀ ସମାଜ ଓ ବଙ୍ଗାଳୀ ସମାଜର କର୍ମକର୍ତ୍ତା, ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଛନ୍ତି ଟିମ। ଶାନ୍ତି ପ୍ରତିଷ୍ଠା ଲାଗି ଉଦ୍ୟମ ଚାଲିଛି ବୋଲି କହିଛନ୍ତି ଜିଲ୍ଲା ବିଜେଡି ସଭାପତି ମାନସ ମାଡକାମୀ।
ଭୁବନେଶ୍ୱର: ପୋଲାଭରମ୍‌‌ ପ୍ରକଳ୍ପ ପାଇଁ ଓଡ଼ିଶାର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ଫେରିବା ପରେ ବିଜେଡିର ପ୍ରତିନିଧି ଦଳ ସୋମବାର ସଂଧ୍ୟାରେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ଆନ୍ଧ୍ର ସରକାରଙ୍କର ଏହି ନଦୀ ବନ୍ଧ ପ୍ରକଳ୍ପ ପାଇଁ ଓଡ଼ିଶାର ଲୋକେ କିପରି କ୍ଷତିଗ୍ରସ୍ତ ହେବେ ଏବଂ ଭବିଷ୍ୟତରେ କେତେ ସମସ୍ୟା ଦେଖା ଦେବ ତାହାର ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିପରି ପ୍ରଭାବିତ ଲୋକଙ୍କ ମତାମତ ଏବଂ ସମସ୍ୟା ସମାଧାନ ସମ୍ପର୍କରେ ମଧ୍ୟ ଏଥିରେ ଉଲ୍ଲେଖ ରହିଛି। ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନେତୃତ୍ୱରେ ବିଜେଡିର ପ୍ରତିନିଧି ଦଳ ୭ ତାରିଖରେ କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରିଥିଲେ।
ଆଜି ରିପୋର୍ଟ ପ୍ରଦାନ କରି ନବୀନ ନିବାସରୁ ଫେରିବା ସମୟରେ ଶ୍ରୀ ନାୟକ କହିଛନ୍ତି ଯେ ପୋଲାଭରମ୍‌‌ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ମାଲକାନଗିରିର ଅନେକ ଲୋକ ବାସହରା ହୋଇଯିବେ। ଅନେକ ଗ୍ରାମ, ଜଙ୍ଗଲ, ଚାଷ ଜମି ଜଳମଗ୍ନ ହୋଇଯିବ। ମୋଟୁ ଏବଂ ପୋଡିଆ ବ୍ଲକ ଓଡ଼ିଶା ମାନଚିତ୍ରରୁ ଲିଭିଯିବ। ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ କାଳାତିପାତ କରୁଛନ୍ତି। ସେହି ଲୋକମାନେ କିପରି ଭାବେ ଥଇଥାନ ହେବେ ତାହାର କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଅପରପକ୍ଷେ ଏହି ପ୍ରକଳ୍ପ କିପରି ଶୀଘ୍ର ଶେଷ ହେବ ସେନେଇ କେନ୍ଦ୍ର ସରକାର ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ଅନୁଦାନ ଏବଂ ସହାୟତା ଦେବା ଓଡ଼ିଶାବାସୀଙ୍କ କଟା ଘା’ରେ ଚୂନ ଦେବା ସଦୃଶ ହୋଇଛି। ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ନ ଥିବା ସତ୍ତ୍ବେ ସେହି ଅଞ୍ଚଳରେ ପାଣି ମାଡି ଯାଇଛି। ଯଦି ପ୍ରକଳ୍ପ ସମ୍ପୂର୍ଣ୍ଣ ହୁଏ ତା ହେଲେ ସ୍ଥିତି ବହୁତ ଖରାପ ହେବ। ଆମ ରିପୋର୍ଟରେ ସମସ୍ତ ବିଷୟ, ବାସ୍ତବିକ ସ୍ଥିତି ସମ୍ପର୍କରେ ଉଲ୍ଲେଖ କରିଛୁ। ମାଲକାନଗିରିର ପ୍ରଭାବିତ ଲୋକଙ୍କ ସ୍ୱାର୍ଥ ପାଇଁ ବିଜେଡି ଲଢ଼େଇ କରୁଥିଲା ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ। ଓଡ଼ିଶାରୁ ଦିଲ୍ଲୀ ପର୍ଯ୍ୟନ୍ତ ଆମେ ନ୍ୟାୟ ପାଇଁ ସଂଗ୍ରାମ ଜାରି ରଖିବୁ ବୋଲି ଶ୍ରୀ ନାୟକ କହିଛନ୍ତି।
ସୂଚନାଯୋଗ୍ୟ ଯେ ପୋଲାଭରମ୍‌‌ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ନାହିଁ, କିନ୍ତୁ ମାଲକାନଗିରି ଜିଲ୍ଲାର ପୋଡିଆ ଓ ମୋଟୁ ବ୍ଲକରେ ସ୍ଥିତି ଅସମ୍ଭାଳ ହେଲାଣି। ପ୍ରକଳ୍ପ ଶେଷ ହେଲେ ବହୁ ଜଙ୍ଗଲ, ଚାଷ ଜମି, ଗ୍ରାମ ସବୁଦିନ ପାଇଁ ପାଣିର ଅତଳ ଗହ୍ୱରକୁ ଚାଲିଯିବ। ଏହି ଆଶଙ୍କାରେ ସ୍ଥାନୀୟ ବାସିନ୍ଦା ଦିନ ଗଣୁଛନ୍ତି। ପରିସ୍ଥିତିକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ, ଜନ ପ୍ରତିନିଧି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ହସ୍ତକ୍ଷେପ ପାଇଁ ଅନୁରୋଧ କରିଥିଲେ। ବାସ୍ତବ ସ୍ଥିତି ଅନୁଧ୍ୟାନ କରି ପ୍ରକଳ୍ପ ବନ୍ଦ ପାଇଁ ସେମାନେ ଶ୍ରୀ ପଟ୍ଟନାୟକଙ୍କୁ ନିବେଦନ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶକ୍ରମେ ଏକ ଫାକ୍ଟ ଫାଇଣ୍ଡିଂ ଟିମ୍‌‌ ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିଲେ।