Weaver Bird - The Sakala

ଅସନ୍ତୁଳନ ପରିବେଶ ଓ ଜୈବ ବିବିଧତା ଯୋଗୁଁ ଆଜି ପ୍ରକୃତି କୋଳରୁ ନିଶ୍ଚିହ୍ନ ହେବାକୁ ବସିଲେଣି ବାଇଚଢ଼େଇ
କାମାକ୍ଷାନଗର(ରିତେଶ ବ୍ରହ୍ମ): ଚାଷୀ ଭାଇଟିଏ ହେଉ କିମ୍ୱା କବିର ସ୍ପର୍ଶରୁ ଆଜି ବହୁ ଦୂରରେ ବାଇଚଢ଼େଇ। କାହିଁ କେତେ ଆଦି ଅନାଦି କାଳରୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ବିଭିନ୍ନ ସମୟରେ ପ୍ରକୃତି ସହ ମନୁଷ୍ୟ ସମାଜକୁ ଏକ ଅଦୃଶ୍ୟ ଖିଅରେ ଯୋଡ଼ୁଥିବା ବାଇଚଢ଼େଇ ଏବେ ଦୂର ଦିଗବଳୟ ଭିତରେ। ଆଖି ଖୋଜୁଛି, ମନ ଡାକୁଛି, କିନ୍ତୁ ଆଉ ଦିଶୁନାହିଁ ବାଇଆ ବସାର ସୁମଧୁର ଛବି ଓ କୋଳାହଳ ତାଳବଣ। ପ୍ରକୃତିର ସହ ମନୁଷ୍ୟ ଯେତେବେଳେ ପ୍ରତିଯୋଗିତା ଭାବ ରଖି ଆଗକୁ ବଢ଼ୁଥାଏ ସେତେବେଳେ ପ୍ରକୃତି କୋଳରୁ ବାଇଚଢ଼େଇ ନିଶ୍ଚିହ୍ନ ହେବାକୁ ବସିଛନ୍ତି।

ବଦଳୁଛି ଦୁନିଆ ଆଉ ବଦଳୁଛି ସଭ୍ୟତା। ଅସନ୍ତୁଳନ ପରିବେଶ ଓ ଜୈବ ବିବିଧତା ମଧ୍ୟରେ ଏଠି ବିପଦରେ ବନ୍ୟଜନ୍ତୁଙ୍କ ଠାରୁ ଅନେକ ପ୍ରଜାତିର ଜୀବ। ଆଉ ତାହାରି ଭିତରେ ଇତିହାସର ମୁକସାକ୍ଷୀ ହୋଇରହିଛି ବାଇଚଢ଼େଇ। ଯେଉଁ ବାଇଚଢେଇର କିଚିରିମିଚିରି ଶବ୍ଦରେ ଫାଟିପଡୁଥିଲା ପରିବେଶ ତାହା ଏବେ ଦିନକୁ ଦିନ ଲୋପ ପାଇବାକୁ ବସିଲାଣି। ଗାଁ ଗଣ୍ଡାରେ ଦୂର ତାଳବଣରେ ଆଉ ଦିଶୁନାହିଁ ବାଇଚଢ଼େଇ ବସା କିମ୍ୱା ସେଇ ବସା ଭିତରେ ଓହଳି ରହିଥିବା ଶହ ଶହ ବାଇଚଢ଼େଇଙ୍କ ଚିତ୍ର। ସାମ୍ପ୍ରତିକ ପରିସ୍ଥିତିରେ ବିଶ୍ୱରେ ତାପମାତ୍ରାରେ ଅସ୍ଥିରତା ଓ ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ଆଜି ଭାଙ୍ଗି ଦେଇଛି ବାଇଚଢେଇର ବସା। ଯେଉଁ ବାଇଚଢ଼େଇ ଠାରୁ ଶିଖିବାକୁ ମିଳିଥାଏ ଯୌଥ ପରିବାରର ଚଳଣି ଆଉ ଝଡ଼ବତାସରେ ଦୃଢ ଭଳି ରହିବାର ବିରଳ ଶିକ୍ଷା।

ଗୋଟିଏ ପଟେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଓ ସାଧାରଣ ଜୀବନଶୈଳୀରେ ବୃହତ ପରିବର୍ତ୍ତନ ଆଜି ହଜାଇ ଦେଇଛି ବାଇଚଢ଼େଇ ସହ ରହିଥିବା ସ୍ମୁତି। ସାରା ବିଶ୍ୱ ଏବେ ସମୟ କ୍ରମରେ ଉଚ୍ଚ ବୈଷୟିକ ଜ୍ଞାନକୌଶଳକୁ କରାୟତ କରିବା ପାଇଁ ଆଉ ପାଦେ ଆଗରେ। ବିଶେଷ କରି ଯୋଗାଯୋଗ କ୍ଷେତ୍ରରେ ଅନ୍ୟ ବିକଶିତ ରାଷ୍ଟ୍ର ସହ ସମତୁଲ ହେବା ପାଇଁ ଭାରତ ଏବେ ପ୍ରତିଯୋଗିତାର ଶୀର୍ଷରେ। ଯୋଗାଯୋଗ କ୍ଷେତ୍ରରେ ସହଜ ଓ ସୁଗମ ହେବା ସହ ନୂଆ ପିଢ଼ିଙ୍କ ପାଇଁ ନୂତନ ଜ୍ଞାନକୌଶଳ ଉଦ୍ଭାବନ ପାଇଁ ହୁଏତ ବାଇଚଢ଼େଇ ଆଜି ଧ୍ୱଂସ ମୁଖରେ। ଗୋଟିଏ ପଟେ ଯୋଗାଯୋଗ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି କରିବାକୁ ଯାଇ ଆରମ୍ଭ ହୋଇଛି ୪ଜି ଆଉ ୫ଜି ଯୁଗ। ଆଉ ଏହି ନୂତନ କୌଶଳ ପାଇଁ ଜୈବମଣ୍ଡଳରେ ସୃଷ୍ଟି ହେଉଛି ରେଡିଏସନ। ଆଉ ଏହି ରେଡିଏସନର ତୀବ୍ରତା ଆଜି ଏତେ ପ୍ରଖର ଯେ ସାରା ବିଶ୍ୱରେ ଦେଖାଦେଇଛି ପ୍ରାକୃତିକ ବିପର୍ଯ୍ୟୟ ଆଉ ଏହି ବିପର୍ଯ୍ୟୟରେ ବଳି ପଡ଼ିଗଲେ ଆମ ସଂସ୍କୃତି, ପରମ୍ପରା ଓ କିମ୍ୱଦନ୍ତୀର ଗାଥା ବହନ କରୁଥିବା ବାଇଚଢେଇ ଓ ସେମାନଙ୍କ ବଂଶଧର। ଦ୍ରୁତ ଶିଳ୍ପାୟନ, ଯୋଗାଯୋଗ କ୍ଷେତ୍ରରେ ଅଭିବୃଦ୍ଧି, ନୂତନ ଜ୍ଞାନକୌଶଳର କ୍ଷମତା ଠାରୁ ଅଧିକ ବ୍ୟବହାର ସତେ ଯେମିତି ଦାଉ ସାଜିଛି ପ୍ରକୃତିର ଏକ ସୁନ୍ଦର ସୃଷ୍ଟି ବାଇଚଢ଼େଇ ଉପରେ।

କାମାକ୍ଷାନଗରର ସଙ୍ଗୀତା ମିଶ୍ର କୁହନ୍ତି ବାଇଚଢେଇ ଆଉ ଆମ ପିଲାଦିନ ମଧ୍ୟରେ ରହିଛି ଏକ ଅଲିଭା ସ୍ମୃତି। କିନ୍ତୁ ବର୍ତ୍ତମାନର ପରିବେଶ ଓ ଜଳବାୟୁ ଏତେ ବିଷାକ୍ତ ହୋଇଗଲାଣି ଯେ ବାଇଚଢେଇ ଭଳି ଗୋଟିଏ ଅତି କ୍ଷୁଦ୍ର ପକ୍ଷୀ ସେଥିରେ ବଞ୍ଚିରହିବା ବହୁ କଷ୍ଟ। ହୁଏତ ସେଥିପାଇଁ ଆଜି ଅନେକ ସ୍ଥାନରେ ବାଇଚଢେଇ ଦେଖିବାକୁ ମିଳୁ ନ ଥିବା ବେଳେ ତାହା କେବଳ ଛବି ବହିରେ ପୁରୁଣା ସ୍ମୃତିକୁ ତାଜା କରୁଛି।

ବିନୋଦ ବିହାରୀ ସେଠି କୁହନ୍ତି ଆଜିକୁ ଅନେକ ବର୍ଷ ପୂର୍ବେ କାମାକ୍ଷାନଗର ସହର ଓ ଆଖପାଖରେ ପ୍ରବଳ ବାଇଚଢେଇ ବସା ଦେଖିବାକୁ ମିଳୁଥିଲା। ମାତ୍ର ବର୍ତ୍ତମାନ ତାହା ପ୍ରାୟତଃ ବିଲୁପ୍ତ। ବାଇଚଢେଇକୁ ନେଇ ଓଡ଼ିଆ ଲୋକଙ୍କ ଭାବାବେଗ ଏବେ ବି ବଞ୍ଚିରହିଥିବା ବେଳେ ଜଙ୍ଗଲ ବିଭାଗ ଓ ସରକାରଙ୍କ ତରଫରୁ ବାଇଚଢେଇ ବଂଶର କିପରି ସୁରକ୍ଷା କରାଯାଇପାରିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯିବା ନିତ୍ୟାନ୍ତ ଆବଶ୍ୟକ।