Bamboo Artist - The Sakala

ବୁଡ଼ିଯିବ କି ‘ବାଉଁଶ’ ବେପାର; ଜୀବିକା ଛଡାଇ ନେଉଛି ବନ ବିଭାଗର କଟକଣା ତଥା ବଣୁଆ ହାତୀଙ୍କ ଆତଙ୍କ
ଅନୁଗୋଳ(ସଂଗ୍ରାମ ଦାସ): ଏହି ଲୋକମାନଙ୍କ ଏକମାତ୍ର ରୋଜଗାର ପନ୍ଥା ବାଉଁଶ ଗୁରୁଡ଼ା। ବାପ ଅଜା ଅମଳରୁ ସେମାନେ ବାଉଁଶରେ ଗୁରୁଡା ସମେତ ଅନେକ ସାମଗ୍ରୀ ବିକ୍ରିକରି ପରିବାର ପ୍ରତିପୋଷଣ କରନ୍ତି। କିନ୍ତୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯେତିକି ପରିଶ୍ରମ ଓ ଖର୍ଚ୍ଚ ହେଉଛି, ସେତିକି ରୋଜଗାର ହୋଇପାରୁନାହିଁ। ଫଳରେ ଅନେକ କାରିଗର ନିଜର କୌଳିକ ବୃତ୍ତି ଛାଡି ବାହାରକୁ ଯାଇ ମୂଲ ମଜୁରୀ ଲାଗୁଛନ୍ତି।

ବନ ବିଭାଗର କଟକଣା ତଥା ବଣୁଆ ହାତୀଙ୍କ ଆତଙ୍କ ବାଉଁଶ କାରିଗରଙ୍କ ଜୀବିକା ଛଡାଇ ନେଇଛି। ପୁରୁଷ ପୁରୁଷ ଧରି ବାଉଁଶରେ ବିଭିନ୍ନ ସାମଗ୍ରୀ ତିଆରି କରି ଜୀବିକାନିର୍ବାହ କରୁଥିବା କାରିଗର ଏବେ ବାଉଁଶ ନ ପାଇ ନିଜର କୌଳିକ ବୃତ୍ତି ଛାଡି ବାହାରକୁ ମୂଲ ମଜୁରୀ କରିବାକୁ ଯାଉଛନ୍ତି। ଅନୁଗୋଳ ଜିଲ୍ଲାରେ ଦେଖିବାକୁ ମିଳିଛି ଶହ ଶହ ବାଉଁଶ କାରୀଗରଙ୍କ ଏଭଳି ଦୁର୍ଦ୍ଦଶା।

ଅନୁଗୋଳ ଜିଲ୍ଲା ଜଙ୍ଗଲ ଭିତରେ ଏବଂ ଜଙ୍ଗଲ ଚତୁଃପାର୍ଶ୍ବରେ ଶତାଧିକ ଗାଁ ଅବସ୍ଥିତ। ତେଣୁ ଏହି ସବୁ ଗାଁର ଅଧିକାଂଶ ଲୋକ ଜଙ୍ଗଲ ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି। ବର୍ଷାଦିନ ପୂର୍ବରୁ ବ୍ୟାପକ ଚାରାରୋପଣ କରାଯାଏ। ତେଣୁ ଚାରାଗୁଡିକର ସୁରକ୍ଷା ପାଇଁ ବାଉଁଶରେ ତିଆରି ଗୁରୁଡ଼ା ବ୍ୟବହାର କରାଯାଏ। ଏହାକୁ ଦୃଷ୍ଟିରେ ରଖି ବହୁ ଲୋକ ଜଙ୍ଗଲରୁ ବାଉଁଶ ଆଣି ଗୁରୁଡ଼ା ତିଆରି କରନ୍ତି। ବିଶେଷ କରି ଜୁନ ମାସ ଆରମ୍ଭରୁ ଗୁରୁଡ଼ା ଆବଶ୍ୟକ ପଡ଼ିଥାଏ। ସେଥିପାଇଁ ମାର୍ଚ୍ଚ ମାସରୁ ହିଁ ଲୋକେ ଗୁରୁଡ଼ା ତିଆରି କରିବାରେ ଲାଗି ପଡ଼ନ୍ତି। ପରିବାରର ସମସ୍ତ ବୟସ୍କ ଲୋକ ଦୁର୍ଗମ ଜଙ୍ଗଲ ଭିତରକୁ ଯାଇ କାନ୍ଧରେ ବାଉଁଶ ବୋହି ଆଣନ୍ତି। ଏହା ପରେ ଘରର ମହିଳାମାନେ କାମରେ ଲାଗି ପଡନ୍ତି। ତେଣୁ ଗୁରୁଡ଼ା ତିଆରି କରିବାକୁ ସେମାନଙ୍କୁ ବହୁ କଷ୍ଟ ଓ ପରିଶ୍ରମ କରିବାକୁ ପଡ଼ିଥାଏ। ଏହାଛଡା ସବୁଠାରୁ ବଡ଼ କଥା ହେଉଛି ବାଉଁଶର ଅଭାବ। କାରଣ କେବଳ ଶାଳିଆ ବାଉଁଶରେ ହିଁ ଏହା ତିଆରି ହୁଏ। ଜଙ୍ଗଲ ବିଭାଗର କଟକଣା ଯୋଗୁ ଆଉ ସେମାନେ ବାଉଁଶ ପାଇଁ ଜଙ୍ଗଲକୁ ଯାଇପାରୁ ନାହାନ୍ତି। ଏହାଛଡ଼ା ହାତୀ ଆତଙ୍କ ଯୋଗୁଁ ଜଙ୍ଗଲ ଭିତରକୁ ଯିବା ଆଉ ଏକ ବାଧକ। ତେଣୁ ସେମାନେ କେବଳ ଗ୍ରାମ୍ୟ ଜଙ୍ଗଲ ଉପରେ ନିର୍ଭର କରନ୍ତି। ପର୍ଯ୍ୟାପ୍ତ ବାଉଁଶ ମିଳୁ ନାହିଁ। ଯାହା ମିଳୁଛି, ଗାଁକୁ କିଛି ଅର୍ଥ ଦେଇ କିଣିବାକୁ ପଡୁଛି। ଏସବୁ ଦୃଷ୍ଟିରୁ ଗୁରୁଡ଼ା ତିଆରି କରିବା ଏତେ ସହଜ ହେଉନାହିଁ। ତଥାପି ଅନ୍ୟ କୌଣସି କାମ ନ ଥିବାରୁ ବାଧ୍ୟହୋଇ ଜୀବନ ଜୀବିକା ପାଇଁ ଏହି କାମ କରୁଛନ୍ତି। ଦିନରେ ସର୍ବାଧିକ ୩ରୁ ୪ଟି ଗୁରୁଡ଼ା ତିଆରି କରିବା ସମ୍ଭବ ହୋଇପାରୁଛି। ସେମାନଙ୍କଠାରୁ ବାହାର ବେପାରୀମାନେ ଗୋଟିଏ ଗୁରୁଡ଼ା ୭୦ ରୁ ୮୦ ଟଙ୍କାରେ କିଣି ନେଉଛନ୍ତି। କିନ୍ତୁ ବୃକ୍ଷରୋପଣ କରୁଥିବା ସଂସ୍ଥାଙ୍କୁ ଗୋଟା ପିଛା ୧୦୦ରୁ ୧୨୦ ଟଙ୍କାରେ ବିକ୍ରି କରୁଛନ୍ତି। ତେଣୁ ଗରିବ ବାଉଁଶ କାରିଗରଟି କ୍ଷତି ସହୁଥିବା ବେଳେ ବେପାରୀ ମାଲାମାଲ ହେଉଛନ୍ତି।

ଅନୁଗୋଳ ଜିଲ୍ଲାରେ ପ୍ରତିବର୍ଷ ବର୍ଷାଦିନେ ଲକ୍ଷାଧିକ ଗୁରୁଡ଼ା ଆବଶ୍ୟକ ପଡେ। ଏହି ଆବଶ୍ୟକତାକୁ କେବଳ ଜଙ୍ଗଲ ନିକଟସ୍ଥ ଗାଁର ଲୋକେ ହିଁ ପୂରଣ କରିଥାଆନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ବିଭିନ୍ନ ମହିଳା ଗୋଷ୍ଠୀଙ୍କୁ ଗୁରୁଡ଼ା ବିକ୍ରି ପାଇଁ ପଞ୍ଜୀକରଣ କରାଯାଇଛି। ବନ ବିଭାଗଠାରୁ ଆରମ୍ଭ କରି ଯେଉଁ ବୃକ୍ଷ ରୋପଣକାରୀ ସଂସ୍ଥା ଗୁରୁଡ଼ା ଆବଶ୍ୟକ କରିବେ, କେବଳ ପଞ୍ଜିକୃତ ହୋଇଥିବା ଗ୍ରାମ୍ୟ କମିଟି ଏବଂ ମହିଳା ଗୋଷ୍ଠୀଙ୍କ ଠାରୁ ହିଁ ନିର୍ଦ୍ଧାରିତ ମୂଲ୍ୟ ଦେଇ କିଣିବେ। କିନ୍ତୁ ସେଥିପ୍ରତି କାହାର ନଜର ପଡୁନି। ଏହାଛଡା ଅନେକ ଅଣପଞ୍ଜିକୃତ ପରିବାର ଗୁରୁଡ଼ା ତିଆରି କରୁଛନ୍ତି। ତେଣୁ ସେମାନେ ବାଧ୍ୟହୋଇ ବାହାର ବେପାରୀଙ୍କୁ କମ୍‌‌ ଦାମରେ ବିକ୍ରି କରୁଛନ୍ତି। ବୟସ୍କ କାରିଗର ଘରେ ହାତବାନ୍ଧି ଭଙ୍ଗାଦଦରା ଝାଟିମାଟି କୁଡ଼ିଆରେ ଓଳିଏ ଖାଇ ଓଳିଏ ଉପାସରେ ରହି ଦିନ କାଟୁଛନ୍ତି। ପ୍ରତିବର୍ଷ ବାଉଁଶରେ ଗୁରୁଡ଼ା ତିଆରି କରି ହଜାର ହଜାର ଜଙ୍ଗଲ ଅଧିବାସୀ ଜୀବିକା ନିର୍ବାହ କରନ୍ତି। ତେଣୁ ବନ ବିଭାଗ ତରଫରୁ ବ୍ୟାପକ ଶାଳିଆ ବାଉଁଶ ରୋପଣ କରି ସେମାନଙ୍କୁ ଯୋଗାଇଦେଲେ, ସେମାନଙ୍କ ଜୀବିକାରେ ଉନ୍ନତି ଆସିପାରନ୍ତା। ଏଥିସହ ଉଚିତ ମୂଲ୍ୟ ପାଇବା ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କଲେ, ସେମାନେ ଆଉ କ୍ଷତି ସହିବେ ନାହିଁ।