Suryabanshi Suraj - The Sakala
କେଜିରୁ ପିଜି ମାଗଣା ଶିକ୍ଷା ବ୍ୟବସ୍ଥାକୁ ନେଇ ଆସିଲା SoP, ଆଡମିଶନ ବେଳେ ଦେଇଥିବା ଟଙ୍କା ଫେରସ୍ତ ପାଇବେ ପିଲା
ଭୁବନେଶ୍ୱର: ରାଜ୍ୟରେ ମାଗଣା କେଜିରୁ ପିଜି ଶିକ୍ଷା ବ୍ୟବସ୍ଥାକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି ଓଡ଼ିଶା ସରକାର। ଏହି ଯୋଜନାର ସୁପରିଚାଳନା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବିସ୍ତୃତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (SOP) ଜାରି କରାଯାଇଛି। ଏଥିରେ ଯୋଗ୍ୟତା, ଫି' ଫେରସ୍ତ ପ୍ରକ୍ରିୟା ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକର ଦାୟିତ୍ୱ ସମ୍ପର୍କରେ ସ୍ପଷ୍ଟ ସୂଚନା ଦିଆଯାଇଛି।
ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ଯେ, ଆର୍ଥିକ ଅନଟନ କାରଣରୁ ଯେପରି କୌଣସି ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ ନହୁଅନ୍ତି, ତାହା ନିଶ୍ଚିତ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ। କଲେଜଗୁଡ଼ିକ ଏହି ଯୋଜନା ଅଧୀନରେ ନିଜ ଇଚ୍ଛାରେ ଫି' ବୃଦ୍ଧି କରିପାରିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମ ପର୍ଯ୍ୟାୟ ଆଡମିଶନ ବେଳେ ଫି' ପ୍ରଦାନ କରିସାରିଛନ୍ତି, ସେମାନଙ୍କୁ ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ ମିଳିବ। ଷ୍ଟୁଡେଣ୍ଟ ଏକାଡେମିକ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (ସାମ୍ସ / SAMS) ଜରିଆରେ ଯେଉଁ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟାଯାଇଥିଲା, ସେହି ଆକାଉଣ୍ଟକୁ ସିଧାସଳଖ ଟଙ୍କା ଫେରସ୍ତ କରାଯିବ। ସରକାରଙ୍କ ପକ୍ଷରୁ କଲେଜଗୁଡ଼ିକୁ କିସ୍ତି ଆକାରରେ ଅର୍ଥ ପ୍ରଦାନ କରାଯିବ। ଆଡମିଶନ ପରେ ୧୦%, ଦ୍ୱିତୀୟ କିସ୍ତିରେ ୧୫% ଏବଂ ଅବଶିଷ୍ଟ ଅର୍ଥ ତିନୋଟି କିସ୍ତିରେ ୨୫% ଲେଖାଏଁ ପ୍ରଦାନ କରାଯିବ।
ଏହି ଯୋଜନାର ଲାଭ ଉଠାଇବାକୁ ହେଲେ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ୍ ମାଧ୍ୟମରେ ରେଗୁଲାର୍ ସ୍ନାତକ (UG) କିମ୍ବା ସ୍ନାତକୋତ୍ତର (PG) ପାଠ୍ୟକ୍ରମରେ ନାମ ଲେଖାଇଥିବା ଆବଶ୍ୟକ। ନାମଲେଖା କିମ୍ବା ପୁନଃ-ନାମଲେଖା (re-admission) କରୁଥିବା ଛାତ୍ରଛାତ୍ରୀମାନେ ଏଥିପାଇଁ ଯୋଗ୍ୟ ହେବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସର୍ବନିମ୍ନ ୭୫% ରହିବା ବାଧ୍ୟତାମୂଳକ। ବିଶେଷ ପରିସ୍ଥିତିରେ ଏହାକୁ ୬୫% ପର୍ଯ୍ୟନ୍ତ କୋହଳ କରାଯାଇପାରିବ। ଏହି ମାନଦଣ୍ଡ ପୂରଣ କରୁନଥିବା ଛାତ୍ରଛାତ୍ରୀ ଯୋଜନାର ଲାଭ ପାଇବେ ନାହିଁ। ଶିକ୍ଷାନୁଷ୍ଠାନର ଆଡମିଶନ ଏବଂ ରି-ଆଡମିଶନ ଫି' ସରକାର ବହନ କରିବେ, କିନ୍ତୁ ପରୀକ୍ଷା ଫି' ଛାତ୍ରଛାତ୍ରୀଙ୍କୁ ନିଜେ ଦେବାକୁ ପଡ଼ିବ।
ଏହି ଯୋଜନାରେ ହଷ୍ଟେଲ ଫି' ସାମିଲ ନାହିଁ ବୋଲି ଏସଓପିରେ ସ୍ପଷ୍ଟ କରାଯାଇଛି। ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ନିଜ ଖର୍ଚ୍ଚ ନିଜେ ବହନ କରିବାକୁ ପଡ଼ିବ। ଏହା ସହିତ ସମସ୍ତ ପ୍ରକାର ପ୍ରଫେସନାଲ୍ କୋର୍ସଗୁଡ଼ିକୁ ମଧ୍ୟ ଏହି ମାଗଣା ଶିକ୍ଷା ଯୋଜନାରୁ ବାଦ୍ ଦିଆଯାଇଛି।
ଫି' ବୃଦ୍ଧି ଉପରେ ସରକାର କଡ଼ା କଟକଣା ଲଗାଇଛନ୍ତି। ଜ୍ଞାନୋଦୟ ଯୋଜନା ଅଧୀନରେ ଆସୁଥିବା ରାଜ୍ୟ ବିଶ୍ୱବିଦ୍ୟାଳୟ, ସରକାରୀ କଲେଜ ଏବଂ ଅନୁଦାନପ୍ରାପ୍ତ ବେସରକାରୀ କଲେଜଗୁଡ଼ିକ ନିୟମିତ ପାଠ୍ୟକ୍ରମ ପାଇଁ ଫି' ବୃଦ୍ଧି କରିପାରିବେ ନାହିଁ। କେବଳ ବିଶେଷ ପରିସ୍ଥିତିରେ ଶିକ୍ଷାନୁଷ୍ଠାନଗୁଡ଼ିକ ଫି' ପରିବର୍ତ୍ତନ ପାଇଁ ଫି' ରେଗୁଲେସନ୍ କମିଟି ନିକଟରେ ପ୍ରସ୍ତାବ ଦେଇପାରିବେ। ଏହି ଯୋଜନା ମାଧ୍ୟମରେ ଓଡ଼ିଶାରେ ଉଚ୍ଚଶିକ୍ଷାକୁ ଅଧିକ ସୁଲଭ ଏବଂ ସମସ୍ତଙ୍କ ପହଞ୍ଚରେ ରଖିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି।
ଦୂର ହେବ କେଜିରୁ ପିଜି ନାମଲେଖା ଦ୍ୱନ୍ଦ୍ୱ: ଆସିବ SOP, ଛାତ୍ରଛାତ୍ରୀଙ୍କ ସମସ୍ତ ଫି' ବହନ କରିବେ ସରକାର
ଭୁବନେଶ୍ୱର: ରାଜ୍ୟରେ କେଜିରୁ ପିଜି ନାମଲେଖା ପ୍ରକ୍ରିୟାକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଖୁବଶୀଘ୍ର ଦୂର ହେବ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ବା ଏସଓପି (SOP) ଜାରି କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ ଏହି ଏସଓପି ଆସିବା ପରେ ନାମଲେଖା ସମ୍ବନ୍ଧୀୟ ସମସ୍ତ ପ୍ରଶ୍ନର ଉତ୍ତର ମିଳିଯିବ ଏବଂ ପ୍ରକ୍ରିୟା ସରଳ ହେବ। ରାଜ୍ୟ ସରକାର ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସମସ୍ତ ନାମଲେଖା ଫି' ସମ୍ପୂର୍ଣ୍ଣ ଭାବେ ବହନ କରିବେ। ନିକଟରେ ହୋଇଥିବା କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ, ସରକାର ୬୬୨ ଏବଂ ୪୮୮ ବର୍ଗର କଲେଜଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇଦେବେ। ପୂର୍ବରୁ ଛାତ୍ରଛାତ୍ରୀମାନେ ଦେଉଥିବା ଫି' ବାବଦ ଅର୍ଥ ଏଣିକି ସରକାର ପ୍ରଦାନ କରିବେ।
ଏହି ସରକାରୀ ପାଣ୍ଠି ଦ୍ୱାରା କଲେଜ ପରିଚାଳନା, ଶିକ୍ଷକ ଓ କର୍ମଚାରୀଙ୍କ ଦରମା, ଉପକରଣ କ୍ରୟ ସମେତ ବିଦ୍ୟୁତ, ଫୋନ ଏବଂ ଇଣ୍ଟରନେଟ୍ ବିଲ୍ ଭଳି ଦୈନନ୍ଦିନ ଖର୍ଚ୍ଚ ତୁଲାଇବାରେ ସହାୟକ ହେବ। ମନ୍ତ୍ରୀ ଆହୁରି ମଧ୍ୟ ଘୋଷଣା କରିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ପାଇଁ ରି-ଆଡମିସନ ଫି' ମଧ୍ୟ ଛାଡ଼ କରାଯିବ। ତେବେ ଏହି ଯୋଜନା ସେଲ୍ଫ-ଫାଇନାନ୍ସିଂ କୋର୍ସ କିମ୍ବା ଘରୋଇ କଲେଜଗୁଡ଼ିକ ପାଇଁ ଲାଗୁ ହେବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।
ରାଜ୍ୟ କ୍ୟାବିନେଟ୍ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାକୁ ଅନୁମୋଦନ କରିବା ପରେ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ଆର୍ଥିକ ସଙ୍କଟ ନେଇ ଆଶଙ୍କା ପ୍ରକାଶ ପାଇଥିଲା। କାରଣ ଏହି କଲେଜଗୁଡ଼ିକ ନିଜର ଦୈନନ୍ଦିନ ଖର୍ଚ୍ଚ ପାଇଁ ମୁଖ୍ୟତଃ ଛାତ୍ରଛାତ୍ରୀଙ୍କ ଫି' ଉପରେ ନିର୍ଭର କରିଥାନ୍ତି। ବର୍ତ୍ତମାନ ସରକାର ସିଧାସଳଖ ପାଣ୍ଠି ଯୋଗାଇଦେବାକୁ ନିଷ୍ପତ୍ତି ନେଇଥିବାରୁ, କଲେଜ ପରିଚାଳନାରେ କୌଣସି ଅସୁବିଧା ହେବ ନାହିଁ ଏବଂ ଛାତ୍ରଛାତ୍ରୀମାନେ ପ୍ରକୃତରେ ମାଗଣା ତଥା ସୁବିଧାରେ ଉଚ୍ଚଶିକ୍ଷା ଲାଭ କରିପାରିବେ। ଖୁବଶୀଘ୍ର ଆସିବାକୁ ଥିବା ବିସ୍ତୃତ ଏସଓପି (SOP) ମାଧ୍ୟମରେ କଲେଜଗୁଡ଼ିକୁ କେବେ, କେତେ ଏବଂ କିପରି ପାଣ୍ଠି ପ୍ରଦାନ କରାଯିବ ସେ ନେଇ ସ୍ପଷ୍ଟ ଚିତ୍ର ମିଳିପାରିବ।
ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା: ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଉପରକୁ ଅଣ୍ଡାମାଡ଼..
ଭୁବନେଶ୍ବର: ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ବିଏଡ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶି ମୃତ୍ୟୁ ମାମଲାରେ କଂଗ୍ରେସ ବିରୋଧ ପ୍ରଦର୍ଶନ କରିଛି। ଛାତ୍ର କଂଗ୍ରେସ ଆଜି ସନ୍ଧ୍ୟାରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ୟ୍ୟବଂଶୀ ସୁରଜଙ୍କ ବାସଭବନ ଘେରିଛି।ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ଉତ୍ତେଜିତ ହୋଇଛି। ଛାତ୍ର କଂଗ୍ରେସର ସଦସ୍ୟମାନେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଉପରକୁ ଅଣ୍ଡା ମାଡ଼ କରିଛନ୍ତି। ଏଥି ସହିତ ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି। କଂଗ୍ରେସ ଘଟଣାର ନ୍ୟାୟିକ ତଦନ୍ତ ଦାବି ସହିତ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି।
ସୂଚନାଯୋଗ୍ୟ, କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଗତ ୧୨ ତାରିଖ ଶନିବାର ମଧ୍ୟାହ୍ନରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ପ୍ରଥମେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା । ଶରୀରର ୯୫ ପ୍ରତିଶତ ଅଂଶ ପୋଡ଼ି ଯାଇଥିବାବେଳେ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା । ଏକ ୧୦ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ୍ ୬୦ ଘଣ୍ଟା ଧରି ଦିଲ୍ଲୀ ଏମ୍ସର ବିଶେଷଜ୍ଞ ଦଳଙ୍କ ସହାୟତାରେ ନିରନ୍ତର ଯୋଗାଯୋଗରେ ରହି ଚିକିତ୍ସା କରାଯାଉଥିଲା । ହେଲେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି ।
‘ଉତ୍କଳ’ରେ ନାମଲେଖା ଜାଲିଆତି: ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ ସହ ଅଣ୍ଡାମାଡ଼ କଲା ଛାତ୍ର କଂଗ୍ରେସ
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ପଟ୍‌‌ ନାମଲେଖାରେ ଜାଲିଆତି ଅଭିଯୋଗରେ ଆଜି ଛାତ୍ର କଂଗ୍ରେସ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କ ବାସଭବନ ଘେରାଉ କରିଛି। ପ୍ରତିବାଦ ସହ ଘର ଉପରକୁ ଅଣ୍ଡା ମାଡ଼ କରିଛନ୍ତି କଂଗ୍ରେସ କର୍ମୀ । ରାଙ୍କ୍ ଆଧାରରେ ଛାତ୍ରଛାତ୍ରୀଙ୍କୁ ଆଡ଼ମିଶନ ଦେବା ପାଇଁ ଦାବି ରଖିଛି ଛାତ୍ର କଂଗ୍ରେସ ।
ସୂଚନା ଅନୁଯାୟୀ, ଲାଇବ୍ରେରୀ ଆଣ୍ଡ ଇନ୍‌‌ଫର୍‌‌ମେସନ୍‌‌ ସାଇନ୍ସ ବିଭାଗରେ ସ୍ପଟ୍‌‌ ନାମଲେଖା ପାଇଁ ୯ମ ସ୍ଥାନରେ ଥିବା ବିଜୟ କୁମାର ସାହୁଙ୍କୁ ବାଦ୍‌‌ ଦେଇ ୧୧ତମ ସ୍ଥାନରେ ଥିବା ଅନ୍ୟଜଣେ ଛାତ୍ରଙ୍କ ନାମଲେଖାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ବିରୋଧ କରି ପୂର୍ବରୁ ବିଶ୍ୱବିଦ୍ୟାଳୟରେ ଧାରଣା ଦେବା ସହ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ଛାତ୍ର କଂଗ୍ରେସ। ଏପରିକି କୁଳପତିଙ୍କ ନାମରେ ଥାନାରେ ଏତଲା ମଧ୍ୟ ଦିଆଯାଇଥିଲା। ପରେ ଉଚ୍ଚଶିକ୍ଷା ବିଭାଗ ସଚିବଙ୍କୁ ଭେଟିଥିଲା ରାଜ୍ୟ ଛାତ୍ର କଂଗ୍ରେସ । ହେଲେ କୌଣସି ତ୍ୱରିତ ପଦକ୍ଷେପ ନିଆଯାଉ ନ ଥିବାରୁ ସମ୍ପୃକ୍ତ ଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇପଡୁଥିବା ଛାତ୍ର କଂଗ୍ରେସ ଅଭିଯୋଗ କରିଛି। ଏହି ଅନିୟମିତତାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ପୀଡ଼ିତ ଛାତ୍ରଙ୍କ ତୁରନ୍ତ ନାମ ଲେଖାଇବାକୁ ଛାତ୍ର କଂଗ୍ରେସ ଦାବି କରିଛି।
ଭୁବନେଶ୍ୱର: ‘‘ଛାତ୍ର ସଂସଦ ନିର୍ବାଚନ କରିବାକୁ ସରକାର ଗମ୍ଭୀରତାର ସହ ବିଚାର କରୁଛନ୍ତି। ଛାତ୍ରଛାତ୍ରୀଙ୍କ ହିତ ପାଇଁ ଏବଂ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେବେ।’’ କିଛି ଦିନ ତଳେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଏହି ଦୁଇଧାଡ଼ିଆ ମନ୍ତବ୍ୟ ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା। ସମ୍ପର୍କ ଯୋଡ଼ା ଅଭିଯାନ ଆରମ୍ଭ ହୋଇଥିଲା। ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌‌ରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ କରିଥିଲେ। କିନ୍ତୁ କିଛି ଦିନର ଉତ୍କଣ୍ଠା ଓ କାର୍ଯ୍ୟକ୍ରମ ପରେ ଏବେ ସବୁକିଛି ଶାନ୍ତ ପଡ଼ିଗଲାଣି। ନିର୍ବାଚନ ହେବ ନା ନାହିଁ, ଯଦି ହେବ, କେବେ ସରକାର ତାରିଖ ଘୋଷଣା କରିବେ; ଏହାକୁ ଛାତ୍ରଛାତ୍ରୀମାନେ ଅନେଇ ବସିଛନ୍ତି।
ସାଧାରଣତଃ ଦଶହରା ଛୁଟି ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ହୋଇଥାଏ। କିନ୍ତୁ ଛୁଟିକୁ ଆଉ ପ୍ରାୟ ୨ ମାସ (ଅକ୍ଟୋବର ୧୦) ବାକି ଥିବା ବେଳେ ଏଯାଏ ନିର୍ବାଚନର ସୋର ଶବ୍ଦ ନାହିଁ। ଏବର୍ଷ ନିର୍ବାଚନ ହେବା ଆଶା ନେଇ ଛାମୁଆ ଛାତ୍ର ସଂଗଠନଗୁଡ଼ିକ ଶିକ୍ଷାନୁଷ୍ଠାନରେ ବିଭିନ୍ନ କାର୍ଯ୍ୟକ୍ରମ କରୁଥିଲେ। ଏବେ ମଧ୍ୟ କିଛି କିଛି କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ହେଲେ ସେମାନଙ୍କ ମଧ୍ୟରେ ସେ ଉତ୍ସାହ ଆଉ ଦେଖିବାକୁ ମିଳୁନାହିଁ। ପୂର୍ବ ପ୍ରସ୍ତୁତିରେ ଶିଥିଳତା ଆସିଛି। ନାମଲେଖା ଚାଲିଥିଲେ ମଧ୍ୟ ହେଲ୍ପ-ଡେକ୍ସ ଆଉ ଦେଖାଯାଉନାହିଁ। ଚାରାରୋପଣ, ସ୍ୱାଗତ ସମ୍ବର୍ଦ୍ଧନା ପରି ବିଭିନ୍ନ କାର୍ଯ୍ୟକ୍ରମ ପୂର୍ବାପେକ୍ଷା କମ୍‌‌ ହେଉଛି ବା ହେଉନାହିଁ କହିଲେ ଚଳେ। ନିର୍ବାଚନ ହେଲେ ସମସ୍ତେ ପ୍ରସ୍ତୁତ ଅଛନ୍ତି ବୋଲି କହୁଥିଲେ ମଧ୍ୟ ବାସ୍ତବତା ଭିନ୍ନ କଥା କହୁଛି।
ଏଆଇଏସ୍‌‌ଏଫ୍‌‌ ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା କହିଛନ୍ତି, ଉଚ୍ଚଶିକ୍ଷା ମନ୍ତ୍ରୀ ନିର୍ବାଚନ କରିବାକୁ ହଁ କରୁନାହାନ୍ତି କିମ୍ବା ନା କହୁନାହାନ୍ତି। ପୂର୍ବରୁ ମଧ୍ୟ ସେମାନେ ନିର୍ବାଚନ ତାରିଖ ଘୋଷଣା କରିବାକୁ ଦାବି କରିଛନ୍ତି। ଅଗଷ୍ଟ ଶେଷ ସୁଦ୍ଧା ନିର୍ବାଚନ ତାରିଖ ଘୋଷଣା କରା ନଗଲେ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ସହ ପ୍ରତିଟି ସ୍ଥାନରେ ବିରୋଧ କରାଯିବ ବୋଲି କହିଛନ୍ତି। ସେହିପରି ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ରାଜ୍ୟ ସଭାପତି ତଥା ବିଧାୟକ ଦେବୀରଞ୍ଜନ ତ୍ରୀପାଠୀ କହିଛନ୍ତି, ଛାତ୍ର ସଂସଦ ନିର୍ବାଚନ କରିବାକୁ ସରକାର ଅନେକବାର ପ୍ରତିଶ୍ରୁତି ଦେଇଛନ୍ତି। ହେଲେ କେବେ ନିର୍ବାଚନ ହେବ ସେନେଇ ସ୍ପଷ୍ଟ ନକରି ଛାତ୍ରଛାତ୍ରୀଙ୍କ ସହ ସରକାର ପ୍ରତାରଣା କରୁଛନ୍ତି। ତୃଣମୂଳସ୍ତରରେ ଛାତ୍ରଛାତ୍ରୀଙ୍କ ସହ ଥିବାରୁ ନିର୍ବାଚନ ପାଇଁ ସବୁବେଳେ ପୂର୍ଣ୍ଣ ପ୍ରସ୍ତୁତ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ ନିର୍ବାଚନ ହେବା ନେଇ ଦୃଢ଼ ଆଶାବାଦୀ ଥିବା କହିଛନ୍ତି। ମେମ୍ବରସିପ୍‌‌ ଡ୍ରାଇଭ୍‌‌ ସହ କ୍ୟାମ୍ପସ୍‌‌ରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି। ଆଗକୁ ଏହାକୁ ଅଧିକ ବ୍ୟାପକ କରାଯିବ ବୋଲି ସେ କହିଛନ୍ତି।