Student elections - The Sakala
ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗ: ସରକାର କହୁଛି ଆମେ ସକାରାତ୍ମକ ଅଛୁ, ହେଲେ ହୋଇ ପାରୁନାହିଁ ନିର୍ବାଚନ...
ଭୁବନେଶ୍ବର: ପୁଣି ଉଠିଲା ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗ। ଛାତ୍ର ସଂସଦ ନିର୍ବାଚନ ହେବାର ଆବଶ୍ୟକତା ରହିଛି। ଏହା ଦ୍ୱାରା ପ୍ରଶାସନ ପାଖରେ ନିଜ ଅଧିକାର ଛାତ୍ରଛାତ୍ରୀ ରଖି ପାରିବେ ବୋଲି କଂଗ୍ରେସ ବିଧାୟକ ପବିତ୍ର ସାଉଁଟା କହିଛନ୍ତି।
ସେ ଆହୁରି ମଧ୍ଯ କହିଛନ୍ତି ଯେ, ସରକାରଙ୍କ କ୍ଷମତା ଅଛି ନିର୍ବାଚନ କରିବାର। ଗୋଟେ ଦସ୍ତଖତରେ ହେବ। ହେଲେ ଦୁଇ ଦୁଇ ଥର ସୁଯୋଗ ମିଳିବା ସତ୍ୱେ, ଛାତ୍ର ସଂସଦ ନିର୍ବାଚନ କରି ପାରିଲେ ନାହିଁ ସରକାର। ସେପଟେ କହୁଛନ୍ତି ସକାରାତ୍ମକ ଅଛନ୍ତି। ସକାରାତ୍ମକ କଣ ଭୁଆଁ ବୁଲାଇ ଚାଲିବ ଓ ନିର୍ବାଚନ ନ କରାଇବା। ବିଜେପିର ଛାତ୍ର ସଂଗଠନ ABVP ତ ଦୁର୍ନୀତିରେ ଲିପ୍ତ ଅଛନ୍ତି। ସରକାର ଯାହା କୁହନ୍ତି, ତାହା କରନ୍ତି ନାହିଁ। ଛାତ୍ର ସଂସଦ ନିର୍ବାଚନ ହେଲେ କଲେଜ ବିକାଶ ହେବ। ନ ହେଲେ ଶିକ୍ଷା ପଥଭ୍ରଷ୍ଟ ହୋଇଯିବ ବୋଲି କଂଗ୍ରେସ ବିଧାୟକ ପବିତ୍ର ସାଉଁଟା କହିଛନ୍ତି।
ଭୁବନେଶ୍ୱର: ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହେବାର ଆଶା ମଉଳି ଯାଉଛି। ସାଧାରଣତଃ ଦୁର୍ଗାପୂଜା ଛୁଟି ପୂର୍ବରୁ ନିର୍ବାଚନ ହେଉଥିବାବେଳେ ଏହି ପ୍ରକ୍ରିୟା ନିମନ୍ତେ ଅନ୍ୟୂନ ୩ ସପ୍ତାହ ଲାଗିଥାଏ। ତେଣୁ ହାତରେ ଆଉ ସମୟ ନ ଥିବାରୁ ଏ ବର୍ଷ ଛାତ୍ର ସଂସଦ ନିର୍ବାଚନ ହୋଇ ନପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। କ୍ଷମତାକୁ ଆସିଲେ ଛାତ୍ର ସଂସଦ ନିର୍ବାଚନ କରାଯିବ ବୋଲି ବିଜେପିର ଘୋଷଣା ପାଣିର ଗାର ପାଲଟିିବାକୁ ଯାଉଛି।
ଛାତ୍ର ସଂସଦ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବାର ଦୁଇଦିନ ପରେ ମତଦାତାଙ୍କ ଏକ ପ୍ରାଥମିକ ସୂଚୀ ପ୍ରକାଶ ପାଇଥାଏ। ମତଦାତା ସୂଚୀ ଉପରେ ଆପତ୍ତି ଅଭିଯୋଗ କରିବାକୁ ୩ଦିନ ସମୟ ଦିଆଯାଏ। ଏହା ପରଦିନ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଥାଏ। ମତଦାତା ସୂଚୀ ପ୍ରକାଶ ପରେ ଆଶାୟୀଙ୍କୁ ନାମାଙ୍କନ ପାଇଁ ୩ ଦିନ ସମୟ ମିଳେ। ଏହା ପରଦିନ ପ୍ରାର୍ଥିପତ୍ର ଯାଞ୍ଚ କରିବା ସହ ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରାଯାଏ। ଏହି କ୍ରମରେ ପ୍ରଚାର କରିବା ପାଇଁ ପ୍ରାର୍ଥୀମାନେ ୭ରୁ ୮ଦିନ ସମୟ ପାଇଥା’ନ୍ତି। ନିର୍ବାଚନ ସରିବା ପରେ ଫଳ ଘୋଷଣା ସହ ଉଚ୍ଚ ଶିକ୍ଷାନୁଷ୍ଠାନରେ ଦୁର୍ଗାପୂଜା ଛୁଟି ହୋଇଥାଏ। ଏହି ସମସ୍ତ ପ୍ରକ୍ରିୟା ପାଇଁ ପ୍ରାୟ ୩ ସପ୍ତାହ ଲାଗିଥାଏ। ଏଣୁ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ କରିବାକୁ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନ ଥିବାରୁ ନିର୍ବାଚନ ନ ହେବାର ଆଶଙ୍କା କ୍ରମଶଃ ଦୃଢ଼ୀଭୂତ ହେଉଛି।
ଉଚ୍ଚ ଶିକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଚଳିତ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ଘୋଷଣା କରିଥିଲେ। ଏହାକୁ ନେଇ ଉଚ୍ଚ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା। ନାମଲେଖା ଆରମ୍ଭ ହେଉହେଉ ବିଭିନ୍ନ ଛାତ୍ର ସଂଗଠନ ହେଲ୍ପଡେକ୍ସ, ଚାରା ରୋପଣ ଓ ବନ୍ଧୁ ମିଳନ ନାମରେ ସଂଗଠନ ସୁଦୃଢ଼ କରିବାକୁ ପ୍ରୟାସ ଆରମ୍ଭ କରିଥିଲେ। ହେଲେ ଏଫ୍‌ଏମ୍‌ କଲେଜ ଛାତ୍ରୀ ନିର୍ଯାତନା ଓ ଆତ୍ମଦାହ ଘଟଣା ଛାତ୍ର ସଂସଦ ନିର୍ବାଚନ ଉପରେ କଳା ବାଦଲ ଢାଙ୍କି ଦେଇଛି। ପୁନଶ୍ଚ ଆତ୍ମଦାହ ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଦୁଇଜଣ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) କାର୍ଯ୍ୟକର୍ତ୍ତାଙ୍କୁ କ୍ରାଇମ୍‌ବ୍ରାଞ୍ଚ ବାନ୍ଧିବା ଶାସକ ଦଳକୁ ଅଡ଼ୁଆରେ ପକାଇଛି। ପୁନଶ୍ଚ ବିଭିନ୍ନ ଶିକ୍ଷାନୁଷ୍ଠାନରେ ବହୁ ଅଧ୍ୟାପକଙ୍କ ବିରୋଧରେ ଛାତ୍ରୀ ନିର୍ଯ୍ୟାତନା ଅଭିଯୋଗ ଥିଲେ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ତାକୁ ଚାପି ଦେଇଥିବା ଅଭିଯୋଗ ଜଣା ପଡ଼ିବା ପରେ ଛାତ୍ରମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି ଓ ଛାତ୍ର ସଂସଦ ନିର୍ବାଚନ କରିବା ନେଇ ସରକାର ଆଉ ମୁହଁ ଖୋଲୁ ନାହାନ୍ତି। ଅପରପକ୍ଷରେ ଶିକ୍ଷାବର୍ଷକୁ ୫ମାସ ବିତିଥିଲେ ମଧ୍ୟ ଉଚ୍ଚ ଶିକ୍ଷା ବିଭାଗର ଶୈକ୍ଷିକ କ୍ୟାଲେଣ୍ଡର ପ୍ରକାଶ ପାଇ ନ ଥିବାରୁ ଛାତ୍ର ସଂସଦ ନିର୍ବାଚନ ଆଶା କ୍ଷୀଣ ହେଉଛି।
ଭୁବନେଶ୍ୱର: ‘‘ଛାତ୍ର ସଂସଦ ନିର୍ବାଚନ କରିବାକୁ ସରକାର ଗମ୍ଭୀରତାର ସହ ବିଚାର କରୁଛନ୍ତି। ଛାତ୍ରଛାତ୍ରୀଙ୍କ ହିତ ପାଇଁ ଏବଂ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେବେ।’’ କିଛି ଦିନ ତଳେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଏହି ଦୁଇଧାଡ଼ିଆ ମନ୍ତବ୍ୟ ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା। ସମ୍ପର୍କ ଯୋଡ଼ା ଅଭିଯାନ ଆରମ୍ଭ ହୋଇଥିଲା। ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌‌ରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ କରିଥିଲେ। କିନ୍ତୁ କିଛି ଦିନର ଉତ୍କଣ୍ଠା ଓ କାର୍ଯ୍ୟକ୍ରମ ପରେ ଏବେ ସବୁକିଛି ଶାନ୍ତ ପଡ଼ିଗଲାଣି। ନିର୍ବାଚନ ହେବ ନା ନାହିଁ, ଯଦି ହେବ, କେବେ ସରକାର ତାରିଖ ଘୋଷଣା କରିବେ; ଏହାକୁ ଛାତ୍ରଛାତ୍ରୀମାନେ ଅନେଇ ବସିଛନ୍ତି।
ସାଧାରଣତଃ ଦଶହରା ଛୁଟି ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ହୋଇଥାଏ। କିନ୍ତୁ ଛୁଟିକୁ ଆଉ ପ୍ରାୟ ୨ ମାସ (ଅକ୍ଟୋବର ୧୦) ବାକି ଥିବା ବେଳେ ଏଯାଏ ନିର୍ବାଚନର ସୋର ଶବ୍ଦ ନାହିଁ। ଏବର୍ଷ ନିର୍ବାଚନ ହେବା ଆଶା ନେଇ ଛାମୁଆ ଛାତ୍ର ସଂଗଠନଗୁଡ଼ିକ ଶିକ୍ଷାନୁଷ୍ଠାନରେ ବିଭିନ୍ନ କାର୍ଯ୍ୟକ୍ରମ କରୁଥିଲେ। ଏବେ ମଧ୍ୟ କିଛି କିଛି କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ହେଲେ ସେମାନଙ୍କ ମଧ୍ୟରେ ସେ ଉତ୍ସାହ ଆଉ ଦେଖିବାକୁ ମିଳୁନାହିଁ। ପୂର୍ବ ପ୍ରସ୍ତୁତିରେ ଶିଥିଳତା ଆସିଛି। ନାମଲେଖା ଚାଲିଥିଲେ ମଧ୍ୟ ହେଲ୍ପ-ଡେକ୍ସ ଆଉ ଦେଖାଯାଉନାହିଁ। ଚାରାରୋପଣ, ସ୍ୱାଗତ ସମ୍ବର୍ଦ୍ଧନା ପରି ବିଭିନ୍ନ କାର୍ଯ୍ୟକ୍ରମ ପୂର୍ବାପେକ୍ଷା କମ୍‌‌ ହେଉଛି ବା ହେଉନାହିଁ କହିଲେ ଚଳେ। ନିର୍ବାଚନ ହେଲେ ସମସ୍ତେ ପ୍ରସ୍ତୁତ ଅଛନ୍ତି ବୋଲି କହୁଥିଲେ ମଧ୍ୟ ବାସ୍ତବତା ଭିନ୍ନ କଥା କହୁଛି।
ଏଆଇଏସ୍‌‌ଏଫ୍‌‌ ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା କହିଛନ୍ତି, ଉଚ୍ଚଶିକ୍ଷା ମନ୍ତ୍ରୀ ନିର୍ବାଚନ କରିବାକୁ ହଁ କରୁନାହାନ୍ତି କିମ୍ବା ନା କହୁନାହାନ୍ତି। ପୂର୍ବରୁ ମଧ୍ୟ ସେମାନେ ନିର୍ବାଚନ ତାରିଖ ଘୋଷଣା କରିବାକୁ ଦାବି କରିଛନ୍ତି। ଅଗଷ୍ଟ ଶେଷ ସୁଦ୍ଧା ନିର୍ବାଚନ ତାରିଖ ଘୋଷଣା କରା ନଗଲେ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ସହ ପ୍ରତିଟି ସ୍ଥାନରେ ବିରୋଧ କରାଯିବ ବୋଲି କହିଛନ୍ତି। ସେହିପରି ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ରାଜ୍ୟ ସଭାପତି ତଥା ବିଧାୟକ ଦେବୀରଞ୍ଜନ ତ୍ରୀପାଠୀ କହିଛନ୍ତି, ଛାତ୍ର ସଂସଦ ନିର୍ବାଚନ କରିବାକୁ ସରକାର ଅନେକବାର ପ୍ରତିଶ୍ରୁତି ଦେଇଛନ୍ତି। ହେଲେ କେବେ ନିର୍ବାଚନ ହେବ ସେନେଇ ସ୍ପଷ୍ଟ ନକରି ଛାତ୍ରଛାତ୍ରୀଙ୍କ ସହ ସରକାର ପ୍ରତାରଣା କରୁଛନ୍ତି। ତୃଣମୂଳସ୍ତରରେ ଛାତ୍ରଛାତ୍ରୀଙ୍କ ସହ ଥିବାରୁ ନିର୍ବାଚନ ପାଇଁ ସବୁବେଳେ ପୂର୍ଣ୍ଣ ପ୍ରସ୍ତୁତ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ ନିର୍ବାଚନ ହେବା ନେଇ ଦୃଢ଼ ଆଶାବାଦୀ ଥିବା କହିଛନ୍ତି। ମେମ୍ବରସିପ୍‌‌ ଡ୍ରାଇଭ୍‌‌ ସହ କ୍ୟାମ୍ପସ୍‌‌ରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି। ଆଗକୁ ଏହାକୁ ଅଧିକ ବ୍ୟାପକ କରାଯିବ ବୋଲି ସେ କହିଛନ୍ତି।