S warns G7 - The Sakala

ଇସ୍ରାଏଲ ବିରୋଧରେ ଇରାନର ବଡ଼ ଆକ୍ରମଣ ଯୋଜନା, ଜି-୭ ରାଷ୍ଟ୍ରଙ୍କୁ ସତର୍କ କରାଇଲା ଆମେରିକା
ନୂଆଦିଲ୍ଲୀ: ଇସ୍ରାଏଲ ବିରୋଧରେ ପ୍ରତିଶୋଧ ନେବାକୁ ପଣ କରିଥିବା ଇରାନ ବଡ଼ ଧରଣର ଆକ୍ରମଣ କରିବାକୁ ପ୍ରସ୍ତୁତି ଚଳାଇଛି। ସୋମବାର ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଇରାନ ଆକ୍ରମଣ ପାଇଁ ହିଜବୁଲ୍ଲା ଏବଂ ହୁତି ବିଦ୍ରୋହୀଙ୍କ ବ୍ୟତୀତ ରୁଷର ସହାୟତା ନେଇଛି। ଇତିମଧ୍ୟରେ ରୁଷିଆ ଗୁପ୍ତରେ ବହୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ସହ ଅନ୍ୟ ଯୁଦ୍ଧ ସରଞ୍ଜାମ ଇରାନକୁ ଯୋଗାଇ ସାରିଥିବା ଆନ୍ତର୍ଜାତିକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ସେପଟେ ଲେବାନନ ପଟୁ ହିଜବୁଲ୍ଲା ଆତଙ୍କବାଦୀ ଗତକାଲି ଠାରୁ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ ଆରମ୍ଭ କରିଥିଲା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଯେକୌଣସି ମୁହୂର୍ତ୍ତରେ ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରିବା ଆଶଙ୍କା ବଢିଛି। ଏଭଳି ସ୍ଥିତିରେ ଆମେରିକା ଜି-୭ ଗୋଷ୍ଠୀର ସହଯୋଗୀ ରାଷ୍ଟ୍ରମାନଙ୍କ ସହ ଆଲୋଚନା କରିଛି। ଆମେରିକା ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିନ୍କେନ ଭିଡିଓ କଲ୍ ଯୋଗେ ଜି-୭ ରାଷ୍ଟ୍ର ମୁଖ୍ୟମାନଙ୍କ ସହ ଆଲୋଚନା କରି ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରିବା ନେଇ ଆଲୋଚନା କରିଥିବା କୁହାଯାଇଛି। ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଜାତୀୟ ସୁରକ୍ଷା ଟିମ୍ ସହ ଆଲୋଚନା କରିଛନ୍ତି।

ଗୋଟିଏ ପଟେ ଇରାନ, ହିଜବୁଲ୍ଲା ଏବଂ ୟେମେନର ହୁତି ବିଦ୍ରୋହୀ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତି ଚଳାଇଥିଲା ବେଳେ ରୁଷ ଇରାନ ସହ ହାତ ମିଳାଇବା ଘଟଣା ଆମେରିକାକୁ ଚିନ୍ତିତ କରିଛି। ଏହାକୁ ନେଇ ମଧ୍ୟପ୍ରାଚ୍ୟ ଏକ ଭୀଷଣ ଯୁଦ୍ଧ କ୍ଷେତ୍ରକୁ ଠେଲି ହୋଇଯିବା ଆଶଙ୍କା ବଢିଛି। ସେପଟେ ଇରାନର ଯେକୌଣସି ଆହ୍ବାନକୁ ମୁକାବିଲା କରିବାକୁ ପ୍ରସ୍ତୁତ ରହିଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ବେଞ୍ଜାମିନ କହିଥିଲେ ହେଁ ତାଙ୍କର ସୁରକ୍ଷା ଲାଗି ନେତନ୍ୟାହୁଙ୍କ ସମେତ ତାଙ୍କ ମନ୍ତ୍ରିମଣ୍ଡଳର କେତେକ ପ୍ରମୁଖ ମନ୍ତ୍ରୀଙ୍କୁ ସୁଡ଼ଙ୍ଗ ଭିତରେ ସୁରକ୍ଷା କବଚ ମଧ୍ୟରେ ରଖାଯାଇଥିବା ସୂଚନା ମିଳିଛି।

ପୂର୍ବରୁ ଇରାନ କେବଳ ଡ୍ରୋନ ମାଧ୍ୟମରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଯାହାକୁ ଇସ୍ରାଏଲ ଜୋର୍ଡାନ ଆକାଶରେ ନିରସ୍ତ୍ର କରିବାକୁ ସକ୍ଷମ ହୋଇଥିଲା। ଏହାବ୍ୟତୀତ ଯେଉଁ କେତେକ ଡ୍ରୋନ ଇସ୍ରାଏଲ ଆକାଶରେ ପ୍ରବେଶ କରିଥିଲା ସେଗୁଡିକୁ ଇସ୍ରାଏଲ ସେନା ନିଜର ଅତ୍ୟାଧୁନିକ ଡୋମ କବଚ ବ୍ୟବସ୍ଥା ଦ୍ବାରା ପ୍ରତିହତ କରିଦେଇଥିଲା। କିନ୍ତୁ ଏଥର ଇରାନ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀଙ୍କ ଭଳି କିଛି ପ୍ରମୁଖ ନେତାଙ୍କୁ ନିଶାଣ କରିଛି। ଇସ୍ରାଏଲ ଯେଭଳି ହମାସ ନେତା ଇସ୍ମାଇଲ ହାନିଆଙ୍କୁ ଉଡାଇ ଦେଇଥିଲା ସେହି ଢଙ୍ଗରେ କ୍ଷେପଣାସ୍ତ୍ର ମାଡ଼ କରି ଏହି ନେତାମାନଙ୍କୁ ହତ୍ୟା କରିବାକୁ ଯୋଜନା କରିଛି। ତେଣୁ ଆକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ନେତନ୍ୟାହୁଙ୍କ ସମେତ ଅନ୍ୟ ନେତାମାନଙ୍କୁ ସୁଡ଼ଙ୍ଗ ମଧ୍ୟରେ ରଖାଯାଇଥିବା କୁହାଯାଇଛି। ଅନ୍ୟପଟେ ଇରାନର ଆକ୍ରମଣ ଯୋଜନାକୁ ନେଇ ସାରା ମଧ୍ୟପ୍ରାଚ୍ୟରେ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଲଢେଇରେ ସିରିଆ , ଲେବାନନ ସମେତ ଅନ୍ୟ କିଛି ଇସଲାମିକ ରାଷ୍ଟ୍ର ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ମଧ୍ୟପ୍ରାଚ୍ୟରେ ଉପୁଜିଥିବା ସଙ୍କଟ ସାରା ବିଶ୍ବକୁ ପ୍ରଭାବିତ କରିପାରେ ବୋଲି ସାମରିକ ବିଶେଷଜ୍ଞମାନେ ଆକଳନ କରିଛନ୍ତି।