man kIlled - The Sakala

ଅଣ୍ଟାରେ ଖୋସିଥିବା ମଦ ବୋତଲ ପେଟରେ ପଶି ଯୁବକଙ୍କ ମୃତ୍ୟୁ
ବାଲିଅନ୍ତା : ଅଣ୍ଟାରେ ମଦ ବୋତଲ ଖୋଲି ସ୍କୁଟରରେ ଯିବା ସମୟରେ ଦୁର୍ଘଟଣା ଘଟିବାରୁ ବୋତଲ ଭାଙ୍ଗି ନିଜ ପେଟରେ ପଶିଗଲା ଆଉ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଲା। ଏଭଳି ଅଘଟଣ ଘଟିଛି ଭୁବନେଶ୍ବର ଉପକଣ୍ଠସ୍ଥ ବାଲିଅନ୍ତା ଗ୍ରାମରେ। ମୃତକ ହେଉଛନ୍ତି ବାଲିଅନ୍ତା ଥାନା ଚାରିମାଣିଆ ପ୍ରଧାନ ସାହିର ଅପୁ ଖଟୁଆ ( ୩୬)। ଖବର ନେବାରୁ ଜଣାପଡ଼ିଛି ଯେ, ଅପୁ ପାଖରେ ଅଥବା କୌଣସି ଏକ ମଦ ଦୋକାନରୁ ମଦ କିଣି ବୋତଲ ଅଣ୍ଟାରେ ଖୋସି ସ୍କୁଟରରେ ଘରକୁ ଯାଉଥିଲା। ଗାଁ ନିକଟରେ ସ୍କୁଟରଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ସେ ତଳେ ପଡ଼ି ଯାଇଥିଲେ। ତଳେ ପଡ଼ିବା ସମୟରେ ମଦ ବୋତଲଟି ଭାଙ୍ଗି ତାଙ୍କ ପେଟରେ ପଶି ଯାଇଥିଲା। ଘଟଣା ସ୍ଥଳରେ ପ୍ରବଳ ରକ୍ତସ୍ରାବ ହୋଇଥିଲା। ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ଥାରେ ନିଆଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅପରପକ୍ଷେ ସଟଡାଉନ୍ ସମୟରେ ଅପୁ କେଉଁଠାରୁ ମଦ କିଣିଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।