Gate Open - The Sakala

ସନ୍ଧ୍ୟା ସୁଦ୍ଧା ହୀରାକୁଦର ଖୋଲିବ ୨୨ ଗେଟ୍, ଏବେ ୧୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ
ଭୁବନେଶ୍ୱର: ବଢୁଛି ହୀରାକୁଦ ଡ୍ୟାମ୍‌ର ଜଳସ୍ତର । ସଂଧ୍ୟା ସୁଦ୍ଧା ହୀରାକୁଦର ଖୋଲିବ ୨୨ ଗେଟ୍ । ଏବେ ୧୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ସନ୍ଧ୍ୟା ବେଳକୁ ହୀରାକୁଦ ଡ୍ୟାମର ଆହୁରି ୮ଟି ଗେଟ୍ ଖୋଲାଯିବ । ସନ୍ଧ୍ୟା ସୁଦ୍ଧା ହୀରାକୁଦର ୨୨ ଗେଟ୍ ଦେଇ ହେବ ଜଳ ନିଷ୍କାସନ । ଏ ନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ହୀରାକୁଦକୁ ଇନଫ୍ଲୋ ବଢୁଥିବାରୁ ଅଧିକ ଗେଟ୍ ଖୋଲିବ ବୋଲି ସେ କହିଛନ୍ତି । ହୀରାକୁଦରୁ ଏବେ ପାଖାପାଖି ୨ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ୨୨ଟି ଗେଟରୁ ସାଢ଼େ ୩ ଲକ୍ଷ କ୍ୟୁସେକ ପାଣି ହୀରାକୁଦରୁ ଛଡ଼ାଯିବ । ଖଇରମାଳରେ ୫ ଲକ୍ଷ ୨୭ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଛି । ହୀରାକୁଦ ପାଣି ଆସିଲେ ପ୍ରାୟ ସାଢ଼େ ୭ ଲକ୍ଷ ପାଣି ପ୍ରବାହିତ ହେବ ବୋଲି ସୂଚନା ଦେଇଛିନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ।

ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ରାଉତ କହିଛନ୍ତି ଯେ ମୁଣ୍ଡଳୀରେ କାଲି ପାଣି ପିକ୍‌ରେ ଥିଲା। କାଲି ସନ୍ଧ୍ୟାରେ ସେଠାରେ ୮ ଲକ୍ଷ ୮୮ ହଜାର କ୍ୟୁସେକ ଜଳ ପ୍ରବାହିତ ହୋଇଥିଲା। ଏବେ ୮ ଲକ୍ଷ ୬୫ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଛି। କାଲି ସକାଳେ ଏହା ସାଢ଼େ ୭ ଲକ୍ଷ କ୍ୟୁସେକରୁ ତଳକୁ ଖସିବ। ଦୟା ନଦୀ ଓ କୁଶଭଦ୍ରାରେ ବନ୍ୟା ପାଣି ଆସିଛି। ବନ୍ୟା ଯୋଗୁଁ ମୋଟ ୭ଟି ଘାଇ ହୋଇଛି ବୋଲି ଯନ୍ତ୍ରୀ କହିଛନ୍ତି ।

ମୋଟ ୭ଟି ଗେଟ୍ ଦେଇ ହୀରାକୁଦରୁ ନିଷ୍କାସିତ ହେଉଛି ବନ୍ୟାଜଳ, ଆଜି ଖୋଲିବ ଆଉ ୧୩ଟି ଗେଟ୍
ସମ୍ବଲପୁର: ଖୋଲିଲା ହୀରାକୁଦ ଗେଟ୍ । ହୀରାକୁଦ ଜଳଭଣ୍ଡାରରୁ ଛଡାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ପ୍ରଥମେ ୭ନଂ ସ୍ଲୁଇସ୍ ଗେଟ୍ ଦେଇ ନିଷ୍କାସିତ ହୋଇଥିଲା ବର୍ଷର ପ୍ରଥମ ବନ୍ୟାଜଳ । ସକାଳ ୯ଟା ୩୦ ମିନିଟରେ ପୂଜାର୍ଚ୍ଚନା ପରେ ପ୍ରଥମ ପର୍ୟ୍ୟାୟରେ ୭ଟି ଗେଟ ଖୋଲାଯାଇଛି । ବର୍ତ୍ତମାନ ମୋଟ ୭ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ତେବେ ଆଜି ପର୍ଯ୍ୟାୟ କ୍ରମେ ୨୦ଟି ଗେଟ୍ ଖୋଲାଯିବା ନେଇ ସୂଚନା ଦେଇଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ ।

ସୂଚନା ଅନୁସାରେ, ଆଜି ୨୦ଟି ଗେଟ୍ ଖୋଲୁଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ଥିବାରୁ ନଦୀ କୂଳଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ଓ ଉଚ୍ଚ ସ୍ଥାନାନ୍ତର ହେବାକୁ ଡ୍ୟାମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସତର୍କ କରାଯାଇଛି । ଉପରମୁଣ୍ଡରେ ଲଗାଣ ବର୍ଷା କାରଣରୁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଡ୍ୟାମ ଖୋଲିବା ନେଇ ନିଷ୍ପତି ହୋଇଛି।

ଆଜି ହୀରାକୁଦ ଛାଡ଼ିବ ପ୍ରଥମ ବନ୍ୟାଜଳ, ସକାଳ ୯ଟାରେ ଖୋଲିବ ଗେଟ୍
ସମ୍ୱଲପୁର: ଆଜି ହୀରାକୁଦରୁ ପ୍ରଥମ ବନ୍ୟାଜଳ ଛଡ଼ାଯିବ। ବନ୍ଧର ଜଳ ନିୟନ୍ତ୍ରଣ ପାଇଁ ଏପରି ପଦକ୍ଷେପ ନିଆଯାଇଛି ବୋଲି ଡ୍ୟାମ୍‌ ମୁଖ୍ୟଯନ୍ତ୍ରୀ ସୁଶୀଲ କୁମାର ବେହେରା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ଗତ କିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଛି। ଉପରମୁଣ୍ଡ ଛତିଶଗଡ଼ରେ ମଧ୍ୟ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ପ୍ରବଳ ବର୍ଷା ହୋଇଛି। ତେଣୁ ହୀରାକୁଦ ଜଳ ଭଣ୍ଡାରକୁ ଜଳପ୍ରବାହ ବୃଦ୍ଧି ପାଇଛି। ପ୍ରତି ସେକେଣ୍ଡରେ ୨ଲକ୍ଷ ୯୪ ହଜାର ୧୧୨ ଘନଫୁଟ ଜଳ ପ୍ରବେଶ କରୁଛି। ଏବେ ଡ୍ୟାମର ଜଳସ୍ତର ୬୧୫ ଫୁଟ୍‌ ହୋଇସାରିଛି। ‌ତେଣୁ ରୁଲ୍‌‌କର୍ଭକୁ ଆଖି ଆଗରେ ରଖି ଆଜି ସକାଳ ୯ଟାରେ ହୀରାକୁଦ ଜଳଭଣ୍ଡାରର ପ୍ରଥମ ବନ୍ୟାଜଳ ମହାନଦୀରେ ଛଡ଼ାଯିବ। ଏଥିପାଇଁ ପୂର୍ବରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଯାଇଛି। ଏ ସଂପର୍କରେ ମହାନଦୀ ଯାଇଥିବା ତଳମୁଣ୍ଡର ସମସ୍ତ ଜିଲ୍ଲାପାଳଙ୍କୁ ଅବଗତ କରାଇ ଦିଆଯାଇଛି।