baleswar - The Sakala
ଶବ ସତ୍କାରରୁ ଫେରୁଥିଲେ, ନିଜେ ପାଲଟିଗଲେ ଶବ; ବନ୍ୟା ସ୍ରୋତରେ ଚାଲିଗଲା ଜୀବନ
ବାରିପଦା: ମୟୂରଭଞ୍ଜ ସୀମାନ୍ତ ବାଲେଶ୍ୱର ଜିଲ୍ଲା ଆମ୍ବୁଲକୁଡା ଗ୍ରାମରେ ବନ୍ୟା ପରିସ୍ଥିତି ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବନ୍ୟା ଜଳର ପ୍ରଖର ସ୍ରୋତରେ ଭାସିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ମଙ୍ଗଳବାର ରାତିରୁ ନିଖୋଜ ଥିବା ବୃଦ୍ଧଙ୍କ ମୃତଦେହ ଆଜି ବନ୍ୟା ଜଳ ଛାଡ଼ିବା ପରେ ଚଟାଣ ନିକଟରୁ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ସଦର ଥାନା ଅଧୀନ ଆମ୍ବୁଲକୁଡା ଗ୍ରାମର ଉମେଶ ପଣ୍ଡା ।
ସୂଚନା ମୁତାବକ, ଉମେଶ ଗତ ମଙ୍ଗଳବାର ଦିନ ନିଜର ଜଣେ ସମ୍ପର୍କୀୟଙ୍କ ଶବ ସତ୍କାର କରିବା ପାଇଁ ପୁରୀ ସ୍ୱର୍ଗଦ୍ୱାର ଯାଇଥିଲେ । ସେଠାରୁ କାର୍ଯ୍ୟ ସାରି ସେ ରାତିରେ ବସ ଯୋଗେ ଫେରିଥିଲେ । କଳମା ନିକଟରେ ବସରୁ ଓହ୍ଲାଇବା ପରେ ସେ ନିଜ ସାଇକେଲ ଧରି ଆମ୍ବୁଲକୁଡା ଅଭିମୁଖେ ବାହାରିଥିଲେ । ମାତ୍ର ସେହି ସମୟରେ କଳମା-ଆମ୍ବୁଲକୁଡା ରାସ୍ତାର ବାଙ୍କତିରା ନିକଟସ୍ଥ ଚଟାଣ ଉପରେ ବୁଢ଼ାବଳଙ୍ଗ ନଦୀର ବନ୍ୟାଜଳ ପ୍ରଖର ସ୍ରୋତରେ ପ୍ରବାହିତ ହେଉଥିଲା । ଘରକୁ ଫେରିବା ବାଟରେ ସେ ଏହି ବନ୍ୟା ପାଣିର ସ୍ରୋତରେ ଭାସିଯାଇଥିବା ଅନୁମାନ କରାଯାଉଛି । ଉମେଶ ରାତିରେ ଘରେ ନ ପହଞ୍ଚିବାରୁ ପରିବାର ଲୋକେ ବହୁତ ଚିନ୍ତିତ ହୋଇ ପଡ଼ିଥିଲେ ଏବଂ ବିଭିନ୍ନ ସ୍ଥାନରେ ତାଙ୍କୁ ଖୋଜାଖୋଜି କରିଥିଲେ । ଦୀର୍ଘ ସମୟ ଧରି ତାଙ୍କର କୌଣସି ପତ୍ତା ନ ମିଳିବାରୁ ସେ ବନ୍ୟା ଜଳରେ ଭାସିଯାଇଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଥିଲା । ଶେଷରେ ଆଜି ଚଟାଣ ଉପରୁ ବନ୍ୟା ଜଳ କମିବା ପରେ ସ୍ଥାନୀୟ ଲୋକେ ଚଟାଣ ପାର୍ଶ୍ୱରେ ତାଙ୍କର ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏହାପରେ ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା ସେଠାରୁ ମୃତଦେହ ଉଦ୍ଧାର କରିଥିଲେ ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉମେଶଙ୍କ ମୃତ୍ୟୁ ବନ୍ୟା ଜଳରେ ବୁଡ଼ି ହୋଇଛି ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ତାହା ପୁଲିସର ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ। ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ବାଲେଶ୍ୱରରେ ବନ୍ୟା ପରିସ୍ଥିତି ଜଟିଳ: ୧.୪୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ, ବିପଦ ସଙ୍କେତ ଉପରେ ଜଳକା ଓ ବୁଢ଼ାବଳଙ୍ଗ
ବାଲେଶ୍ୱର: ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଜିଲ୍ଲାର ଭୋଗରାଇ, ବସ୍ତା, ବାଲିଆପାଳ, ଜଳେଶ୍ୱର, ବାଲେଶ୍ୱର, ରେମୁଣା, ନୀଳଗିରି, ସୋର, ବାହାନଗା, ସିମୁଳିଆ, ଖାଇରା ଏବଂ ଉପଡ଼ା ଆଦି ପ୍ରାୟ ସମସ୍ତ ବ୍ଲକର ୧୫୧ଟି ଗ୍ରାମ ପଞ୍ଚାୟତ ଓ ୪୧୨ଟି ଗ୍ରାମ ବନ୍ୟା ଜଳ ଦ୍ୱାରା ପ୍ରଭାବିତ ହୋଇଛି। ଏହାସହ ୫ଟି ପୌରାଞ୍ଚଳର ୧୩୫ଟି ୱାର୍ଡ ମଧ୍ୟ ଜଳବନ୍ଦୀ ହୋଇପଡ଼ିଛି। ସରକାରୀ ଆକଳନ ଅନୁଯାୟୀ, ଜିଲ୍ଲାର ମୋଟ ୧,୪୨,୩୮୦ ଜଣ ଜନସାଧାରଣ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି।
ଜଳକା ଓ ବୁଢ଼ାବଳଙ୍ଗରେ ଜଳସ୍ତର ବୃଦ୍ଧି:
ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ମୁଖ୍ୟ ନଦୀ ଜଳକା ଏବଂ ବୁଢ଼ାବଳଙ୍ଗର ଜଳସ୍ତର ବିପଦ ସଙ୍କେତ ଡେଇଁ ବୃଦ୍ଧି ପାଉଛି। ଜଳକା ନଦୀର ବିପଦ ସଙ୍କେତ ୬.୫୦ ମିଟର ଥିବା ବେଳେ ଅପରାହ୍ନ ୨ ଟା ସୁଦ୍ଧା ଏହାର ଜଳସ୍ତର ୬.୮୪ ମିଟରରେ ବୃଦ୍ଧି ହୋଇ ସ୍ଥିର ରହିଛି। ସେହିପରି ବୁଢ଼ାବଳଙ୍ଗ ନଦୀର ବିପଦ ସଙ୍କେତ ୮.୧୩ ମିଟର ଥିବା ଦିନ ୨ଟା ସୁଦ୍ଧା ଏହା ୮.୬୦ ମିଟରରେ ପହଞ୍ଚି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।
ସ୍ଥାନାନ୍ତର ଓ ରିଲିଫ୍ ବ୍ୟବସ୍ଥା:
ବନ୍ୟା ବିପନ୍ନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ବ୍ୟାପକ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ମୋଟ ୨୬,୪୫୫ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିବା ବେଳେ ଆଜି ସୁଦ୍ଧା ୧୩,୭୮୩ ଜଣ (୬,୧୬୪ ଜଣ ପୁରୁଷ, ୬,୩୩୮ ଜଣ ମହିଳା ଓ ୧,୨୮୧ ଜଣ ଶିଶୁ) ବିଭିନ୍ନ ଆଶ୍ରୟସ୍ଥଳୀରେ ରହିଛନ୍ତି। ପ୍ରଶାସନ ପକ୍ଷରୁ ୧୩୮ଟି ମାଗଣା ରନ୍ଧା ଖାଦ୍ୟ କେନ୍ଦ୍ର/ରିଲିଫ୍ କେନ୍ଦ୍ର ଖୋଲାଯାଇଛି, ଯେଉଁଥିରେ ଆଜି ୧୦,୧୦୭ ଜଣ ହିତାଧିକାରୀଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଛି। ଏତଦ୍‌ବ୍ୟତୀତ ତୁରନ୍ତ ରିଲିଫ୍ ଭାବେ ୩୩.୫ କ୍ୱିଣ୍ଟାଲ ଚାଉଳ, ୪୫.୧ କ୍ୱିଣ୍ଟାଲ ଚୁଡ଼ା, ୯.୧୦ କ୍ୱିଣ୍ଟାଲ ମୁଢ଼ି, ୪.୫ କ୍ୱିଣ୍ଟାଲ ଗୁଡ଼/ଚିନି, ୧୪୩ଟି ପଲିଥିନ୍ ରୋଲ୍, ବିସ୍କୁଟ୍ ଓ ପାନୀୟ ଜଳ ବୋତଲ ବଣ୍ଟନ କରାଯାଇଛି।
ଘରଦ୍ୱାର ଓ ଗୋସମ୍ପଦ କ୍ଷତି:
ବନ୍ୟା ଯୋଗୁଁ ପ୍ରାୟ ୬୫୪ଟି ଘର କ୍ଷତିଗ୍ରସ୍ତ ହୋଇଛି। ଏଥିମଧ୍ୟରୁ ୮୪ଟି ପକ୍କା ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ୧୧୦ଟି ପକ୍କା ଘର ଗୁରୁତର, ୩୪୪ଟି କଚ୍ଛା ଘର ଆଂଶିକ ଏବଂ ୮୭ଟି ଗୋଶାଳା କ୍ଷତିଗ୍ରସ୍ତ ହୋଇଛି। ଗୋସମ୍ପଦ ମଧ୍ୟରେ ୨୦ଟି ପ୍ରାଣୀ ପ୍ରଭାବିତ ହୋଇଥିବା ବେଳେ ୯ଟି ପଶୁ (୧ଟି ବଡ଼ ଓ ୮ଟି ଛୋଟ)ଙ୍କର ମୃତ୍ୟୁ ଘଟିଛି। ପ୍ରାଣୀସମ୍ପଦ ସୁରକ୍ଷା ପାଇଁ ୨ଟି ଭ୍ରାମ୍ୟମାଣ ପଶୁଚିକିତ୍ସା ଦଳ ନିୟୋଜିତ ହେବା ସହ ୧୦ ଟନ୍ ଗୋ-ଖାଦ୍ୟ ବଣ୍ଟନ କରାଯାଇଛି। ତେବେ ସୌଭାଗ୍ୟବଶାତଃ କୌଣସି ମାନବୀୟ ଜୀବନହାନି ଘଟିନାହିଁ।
ଉଦ୍ଧାର, ଚିକିତ୍ସା ଓ ଯୋଗାଯୋଗ:
ଉଦ୍ଧାର କାର୍ଯ୍ୟ ପାଇଁ ମୋଟ ୨୧ଟି ଟିମ୍— ୯ଟି ଓଡ୍ରାଫ୍, ୧୨ଟି ଅଗ୍ନିଶମ ବାହିନୀ ଓ ୨ଟି ଏନଡିଆରଏଫ ଟିମ୍ ମୋତୟନ ଅଛନ୍ତି। ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ୫ଟି ମେଡିକାଲ ଟିମ୍ ନିୟୋଜିତ କରାଯାଇଛି। ରାସ୍ତାଘାଟ ବୁଡ଼ିଯିବା ଯୋଗୁଁ ୩୦ଟି ରାସ୍ତା ବାଧାପ୍ରାପ୍ତ ହୋଇଛି ଏବଂ ୧୫ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ବାଟରେ ପଡ଼ିଥିବା ୧୫ଟି ଉପୁଡ଼ା ଗଛ ଓ ଜଳବନ୍ଦୀ ରାସ୍ତା ସଫା କରି ଯାତାୟାତ ସ୍ୱାଭାବିକ କରିବା ପାଇଁ ୪ଟି ଜେସିବି ମେସିନ୍ ନିୟୋଜିତ କରାଯାଇ ସମ୍ପ୍ରତି ୧୦ଟି ରାସ୍ତା ଚଳାଚଳ ଉପଯୋଗୀ କରାଯାଇଛି। ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।
ବୁଢ଼ାବଳଙ୍ଗ ନଦୀରେ ବନ୍ୟା, ବାଲେଶ୍ବରର ୧୨ଟି ବ୍ଲକର ୩୫୭ଟି ଗାଁ ପ୍ରଭାବିତ
ବାଲେଶ୍ବର: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ବର ବୁଢ଼ାବଳଙ୍ଗ ନଦୀରେ ପ୍ରଥମ ବନ୍ୟା। ବନ୍ୟା ଯୋଗୁଁ ବାଲେଶ୍ବର ଜିଲ୍ଲାର ସଦର ବ୍ଲକ୍ ର ବାଇଁଚା, ବୁଆଁଳ, ନଗ୍ରମ୍ , ସିନ୍ଧିଆ, ଗୋପୀନାଥପୁର, ପରିଖି, ବହାବଳପୂର୍ ପଞ୍ଚାୟତ ଏବେ ବନ୍ୟା ଘେରରେ। ସେହିପରି ସମୁଦାୟ ବାଲେଶ୍ବର ଜିଲ୍ଲାର ପ୍ରଥମ ବନ୍ୟାରେ ୧୨ ଟି ବ୍ଲକର ୯୫ ଟି ପଞ୍ଚାୟତ ର ୩୫୭ ଟି ଗାଁ ପ୍ରଭାବିତ ହୋଇଛି। ସେହିପରି ବନ୍ୟା ମୁକାବିଲା କରିବା ପାଇଁ ଓଡ଼୍ରାଫ୍ ସହ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଛି।
ସେପଟେ ବାଲେଶ୍ବର ସହର ଭିତରେ ପ୍ରବେଶ କରିଛି ବୁଢ଼ା ବଳଙ୍ଗ ନଦୀର ବନ୍ୟା ଜଳ । ପୌରପାଳିକା ଅଧୀନ ୨୪ନଂ ୱାର୍ଡରେ ଫସି ରହିଛନ୍ତି ଲୋକ । ଲୋକଙ୍କ ଘର ଆଗରେ ଅଣ୍ଟାଏ ଉଚ୍ଚର ବନ୍ୟା ପାଣି ଲହଡ଼ି ଭାଙ୍ଗୁଛି। ସେପଟେ ଅନେକ ଘରର ପ୍ରଥମ ମହଲା ବୁଡ଼ି ଯିବା ପର ଦ୍ବିତୀୟ ମହଲାରେ ଆଶ୍ରୟ ନେଇଛନ୍ତି ଲୋକ।
ଟ୍ରକ ଧକ୍କାରେ ମା ମୃତ-ପୁଅ ଆହତ, କ୍ଷତି ପୂରଣ ଦାବିରେ ଲୋକଙ୍କ ରାସ୍ତାରୋକ
ବସ୍ତା/ରୂପସା- ଭତ୍ତାଟଙ୍କା ନେଇ ମାଆ-ପୁଅ ଖୁସିରେ ଘରକୁ ଫେରୁଥିବା ବେଳେ ଏକଟ୍ରକ ଧକ୍ମାରେ ମାଆର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଭାବେ ଆହତ ହୋଇଛି। ସୁଚନା ଅନୁଯାୟୀ ବସ୍ତା ବ୍ଲକ ଗଡପଦା ପଞ୍ଚୟତ ପଶ୍ଚିମ ସିମୁଳିଆ ଗ୍ରାମର ଝାମ୍ପୁଡି ସିଂ ତାଙ୍କ ପୁଅ ସହିତ ସାଇକେଲ ଯୋଗେ ବ୍ୟାଙ୍କକୁ ଭତ୍ତା ଟଙ୍କା ନେବା ପାଇଁ ଆସିଥିଲେ। ଟଙ୍କା ନେଇ ଫେରୁଥିବା ବେଳେ ରୁପସା ଗେଟ ବଜାର ନିକଟରେ ଏକଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସାଇକେଲରେ ବସିଥିବା ଝାମ୍ପୁଡି ସିଂ ତଳେ ପଡ଼ିଯାଇଥିବା ବେଳେ ତାଙ୍କ ଉପରେ ଟ୍ରକ ମାଡ଼ି ଯାଇଥିଲା। ଘଟଣା ସ୍ଥଳରେ ଝାମ୍ପୁଡିର ମୃତ୍ୟୁ ହୋଇଥିବା ବେଳେ ପୁଅ କାଳିଚରଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି, ସ୍ଥାନୀୟ ଲୋକେ ଟ୍ରକ ଡ୍ରାଇଭରକୁ ଅଟକ ରଖିବା ସହିତ ଟ୍ରକ ଆଗରେ ଶବ ରଖି କ୍ଷତିପୂରଣ ଦାବିରେ ଧାରଣାରେ ବସିଛନ୍ତି, ଘଟଣାସ୍ଥଳରେ ରୁପସା ପୋଲିସ ପହଞ୍ଚି ବୁଝାସୁଝା କରୁଛି।
ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ଚନ୍ଦନେଶ୍ୱର ଶାଖାରେ ସଶସ୍ତ୍ର ଡକାୟତି, ୧୦ କୋଟିର ଅଳଙ୍କାର, ୪୯ଲକ୍ଷ ଟଙ୍କା ଲୁଟ୍‌
ଭୋଗରାଇ: ବ୍ୟାଙ୍କ କାରବାର ଚାଲିଥିବା ସମୟରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ତାଳସାରି ମେରାଇନ ଥାନା ଅନ୍ତର୍ଗତ ୫୭ନଂ ରାଜ୍ୟ ରାଜପଥ ସଂଲଗ୍ନ ଚନ୍ଦନେଶ୍ୱର-ଦୀଘା ସୀମାନ୍ତ ରାସ୍ତାର ବାଡସରିଷାଠାରେ ଥିବା ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ଚନ୍ଦନେଶ୍ୱର ଶାଖାରେ ସଶସ୍ତ୍ର ଡକାୟତି ହୋଇଛି। ବୁଧବାର ମଧ୍ୟାହ୍ନ ୧ଟା ୫ ମିନିଟ ସମୟରେ ଏହି ଡକାୟତି ହୋଇଥିଲା ବେଳେ ଏଥିରେ ୪୯ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ନଗଦ ଅର୍ଥ ଏବଂ ୨ କିଲୋଗ୍ରାମରୁ ଅଧିକ ଓଜନର ବନ୍ଧକ ସୁନା ଲୁଟ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ବ୍ୟକ୍ତିଗତ ଭାବେ ଲକର ଭଡ଼ା ନେଇ ସୁନା ଅଳଙ୍କାର ରଖିଥିବା ୯୦ଟି ଲକର ସମ୍ପୂର୍ଣ୍ଣ ଅକ୍ଷତ ରହିଥିବା ଜଣାପଡ଼ିଛି। ତେବେ ଏହି ବ୍ୟାଙ୍କ ଶାଖାରେ ବିପୁଳ ପରିମାଣର ଆର୍ଥିକ କାରବାର ହେବା ସହ ବିପୁଳ ପରିମାଣର ସୁନା ବନ୍ଧକ ରହୁଥିଲା।
ହେଲେ ବ୍ୟାଙ୍କ ପକ୍ଷରୁ ଏଠାରେ କୌଣସି ସଶସ୍ତ୍ର ସୁରକ୍ଷା ବ୍ୟବସ୍ଥା ରଖାଯାଇ ନ ଥିଲା। ଏପରିକି ବ୍ୟାଙ୍କର ସୁରକ୍ଷା ଆଲାର୍ମ ଘଣ୍ଟା ମଧ୍ୟ କିଛି ଦିନ ହେଲା ଅଚଳ ହୋଇପଡ଼ିଥିଲା। ଏଭଳି ଏକ ଅସୁରକ୍ଷିତ ବ୍ୟବସ୍ଥା ମଧ୍ୟରେ ବ୍ୟାଙ୍କ ଶାଖା ଦୀର୍ଘ ଦିନ ହେଲା ଚାଲିଆସୁଥିଲା ବେଳେ ଏହା ଏକ ସୁପରିକଳ୍ପିତ ଏବଂ ଯୋଜନାବଦ୍ଧ ଡକାୟତି ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।  ସୂଚନା ମୁତାବକ ବୁଧବାର ମଧ୍ୟାହ୍ନ ୧ଟା ୫ ମିନିଟ ସମୟରେ ୬ ଜଣ ଡକାୟତ ସାଧାରଣ ପୋଷାକରେ ଗ୍ରାହକ ସାଜି ବ୍ୟାଙ୍କ ଶାଖାରେ ପ୍ରବେଶ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ମୁହଁରେ ରୁମାଲ ବାନ୍ଧି ଥିଲା ବେଳେ ଅନ୍ୟ ଦୁଇଜଣ ମୁହଁରେ ମାସ୍କ ଲଗାଇଥିଲେ। ଜଣେ ମୁଖ୍ୟଫାଟକ ଭିତର ପଟେ ଜଗି ରହିଥିଲା ବେଳେ ଅନ୍ୟ ୫ଜଣ ଭିତରକୁ ପଶିଥିଲେ।
କେହି କିଛି ବୁଝିବା ପୂର୍ବରୁ ସେହି ସମୟରେ ବ୍ୟାଙ୍କରେ ଉପସ୍ଥିତ ଥିବା ୧୧ ଜଣ ମହିଳା ଓ ପୁରୁଷ ଖାତାଧାରୀ ଏବଂ ୭ ଜଣ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଓ ଭୁଜାଲି ମୁନରେ ଭୟଭୀତ କରାଇବା ସହ ସେମାନଙ୍କ ମୋବାଇଲ ଛଡ଼ାଇ ନେଇ ଗୋଟିଏ ଧଳା କନା ବ୍ୟାଗରେ ଭର୍ତ୍ତି କରିଥିଲେ। ଏହାସହିତ ଖାତାଧାରୀ ଓ କର୍ମଚାରୀମାନଙ୍କୁ ପୃଥକ ଭାବେ ଜଣେ ଜଣେ ବନ୍ଧୁକଧାରୀ ଡକାୟତ ସେହି କାର୍ଯ୍ୟାଳୟ ମଧ୍ୟରେ ଅଟକ ରଖିଥିଲେ। ବ୍ରାଞ୍ଚ ମ୍ୟାନେଜର ନୈନିତ ଖାଲକୋ ଓ କ୍ୟାସିୟର ବିକ୍ରମ ପ୍ରଧାନଙ୍କୁ ଚାପୁଡ଼ା ମାରି ଏବଂ ମୁଣ୍ଡରେ ବନ୍ଧୁକ ଲଗାଇ ଭୟଭୀତ କରାଇବା ସହ କ୍ୟାସଡ୍ରୟର, ଷ୍ଟ୍ରଙ୍ଗ ରୁମ ଓ ଲକର ଚାବି ଛଡାଇ ନେଇଥିଲେ। ଜଣେ ଡକାୟତ ଷ୍ଟ୍ରଙ୍ଗ ରୁମ ଚାବି ଖୋଲି ଭିତରେ ପ୍ରବେଶ କରିବା ସହିତ ସେଥିରେ ଥିବା ୨ କିଗ୍ରାରୁ ଅଧିକ ଓଜନର ବନ୍ଧକ ସୁନାକୁ ଦୁଇଟି ବଡ ଧଳା ଜରି ବ୍ୟାଗରେ ପୁରାଇ ବାହାରକୁ ବାହାରିଥିଲେ।
ସେହି ସମୟରେ ଜଣେ ଡକାୟତ କ୍ୟାସ ଲକର ଖୋଲି ସେଥିରୁ ୪୧ ଲକ୍ଷ ଟଙ୍କା ଓ ଅନ୍ୟ ଜଣେ କ୍ୟାସ ଡ୍ରୟର ଖୋଲି ସେଥିରୁ ୮ ଲକ୍ଷରୁ ଅଧିକ ନଗଦ ଟଙ୍କା ପୃଥକ ଦୁଇଟି ବଡ ନାଇଲନ ବ୍ୟାଗରେ ପୁରାଇଥିଲେ। ପରେ ସମସ୍ତ ଖାତାଧାରୀ ଏବଂ କର୍ମଚାରୀଙ୍କୁ ଷ୍ଟ୍ରଙ୍ଗ ରୁମ ଭିତରେ ପୁରାଇ ବାହାରୁ ବନ୍ଦ କରିଦେଇଥିଲେ ବୋଲି ଖାତାଧାରୀ ଉଦୟପୁର ଗ୍ରାମର ଜୟନ୍ତ ପଟ୍ଟାୟତ, କୃଷ୍ଣନଗର ଗ୍ରାମର ମୌସୁମୀ ଜେନା, ଚକପଦ୍ମପୁର ଗ୍ରାମର ଗୋଲକ ପ୍ରଧାନ, ନାଫରାଇ ଗ୍ରାମର ପ୍ରିୟଗୋପାଳ ସାମଲ, ଫୁଲବଣୀ ଗ୍ରାମର ପ୍ରକାଶ ଚାନ୍ଦ, ବିଚିତ୍ରପୁର ଗ୍ରାମର ଅଜୟ ପ୍ରଧାନ, ବ୍ୟାଙ୍କର ସୁନାରୀ ବାଡସରିଷା ଗ୍ରାମର ଅସିତ ରଣା ଓ ଜଳେଶ୍ୱରରୁ କୋରିଅର ନେଇ ଆସିଥିବା ସପନ ଦାସ ପ୍ରକାଶ କରିଛନ୍ତି। ଡକାୟତମାନଙ୍କୁ ଏହି ସମସ୍ତ କାର୍ଯ୍ୟ କରିବା ପାଇଁ ମାତ୍ର ୧୫ ମିନିଟ ସମୟ ଲାଗିଥିବା ସେମାନେ କହିଛନ୍ତି।
ତେବେ ଡକାୟତମାନେ ଯିବା ସମୟରେ ବ୍ୟାଙ୍କରେ ଲାଗିଥିବା ସିସିଟିଭି ହାର୍ଡଡିସ୍କ ଖୋଲି ନେଇଯାଇଥିବା ଏବଂ ଗୋଟିଏ କୋଣରେ ମୋବାଇଲ ଭର୍ତ୍ତି ବ୍ୟାଗ ରଖିଯାଇଥିବା ଦେଖିବାକୁ ମିଳିଛି। ଏହାସହିତ ମୁଖ୍ୟଫାଟକରେ ତାଲା ବନ୍ଦ କରି ଦୁଇଟି ନମ୍ୱର ବିହୀନ କଳା ରଙ୍ଗର ଆପାଚି ବାଇକରେ ସମସ୍ତ ୬ ଜଣ ଡକାୟତ ପଶ୍ଚିମବଙ୍ଗ ରାସ୍ତାରେ ଚାଲି ଯାଇଥିବା ସ୍ଥାନୀୟ ଏକ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଛି। ତେବେ ଷ୍ଟ୍ରଙ୍ଗ ରୁମ ମଧ୍ୟରେ ବନ୍ଦ ହୋଇ ରହିଥିବା ଖାତାଧାରୀ ସ୍ଥାନୀୟ ଚକପଦ୍ମପୁର ଗ୍ରାମର ଗୋଲକ ପ୍ରଧାନ କୌଶଳ କରି ନିଜର ଗୋଟିଏ ମୋବାଇଲକୁ ପିନ୍ଧିଥିବା ପ୍ୟାଣ୍ଟ ଭିତରେ ଲୁଚାଇ ଦେଇଥିଲେ। ସେ ସେହି ଫୋନ ଯୋଗେ ସ୍ଥାନୀୟ କିଛି ଦୋକାନୀ ସମେତ ତାଳସାରି ମେରାଇନ ଥାନା ପୁଲିସକୁ ଖବର ଦେଇଥିଲେ।
ସୂଚନା ପାଇ ତାଳସାରି ମେରାଇନ ଥାନା ଆଇଆଇସି ଚମ୍ପାବତି ସୋରେନ ଏବଂ ଚନ୍ଦନେଶ୍ୱର ପୁଲିସ ଫାଣ୍ଡି ଅଧିକାରୀ ବିଶ୍ୱନାଥ କର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ବ୍ୟାଙ୍କ ମୁଖ୍ୟ ଫାଟକର ତାଲା ଭାଙ୍ଗି ଭିତରେ ପ୍ରବେଶ କରିବା ସହିତ ଷ୍ଟ୍ରଙ୍ଗ ରୁମ ଖୋଲି ଅଟକ ଥିବା ବ୍ୟାଙ୍କ କର୍ମଚାରୀ ଓ ଖାତାଧାରୀମାନଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ଜଳେଶ୍ୱର ଏସଡିପିଓ ଦିଲ୍ଲୀପ କୁମାର ସାହୁ, ଭୋଗରାଇ ଥାନା ଆଇଆଇସି ପ୍ରଭଞ୍ଜନ ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ବେଳେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ବାଲେଶ୍ୱର ଏସପି ସାଗରିକା ନାଥ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ପରେ ଏସପି ସାଗରିକା ନାଥଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି ଏବଂ ଅତିଶୀଘ୍ର ସମ୍ପୃକ୍ତ ଡକାୟତମାନଙ୍କୁ ଖୋଜି ବାହାର କରି ଗିରଫ କରାଯିବ ବୋଲି ଆଇଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି।
ଏହାସହିତ ବାଲେଶ୍ୱରରୁ ସାଇଣ୍ଟିଫିକ ଟିମ ଓ ପୁଲିସ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ବାଲେଶ୍ୱର ଜୋନାଲ ଅଫିସରୁ ଏକ ୩ ଜଣିଆ ଅଧିକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଲୁଟ ଟଙ୍କା ଓ ସୁନାର ପ୍ରକୃତ ପରିମାଣ ଆକଳନ ଆରମ୍ଭ କରିଛନ୍ତି। ଏହି ଡକାୟତି ଘଟଣା ପ୍ରଚାରିତ ହେବା ମାତ୍ରେ ଏହି ବ୍ୟାଙ୍କରେ ସୁନା ବନ୍ଧକ ରଖି ଋଣ ନେଇଥିବା ଶତାଧିକ ଗ୍ରାହକ ବ୍ୟାଙ୍କ ଶାଖାରେ ପହଞ୍ଚି କିପରି ସେମାନଙ୍କ ସୁନା ଫେରି ପାଇବେ ସେ ନେଇ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି।
ଅନ୍ୟପକ୍ଷରେ ଗତ ୨୦୨୦ ସେପ୍ଟେମ୍ୱର ୧୩ ତାରିଖରେ ଜଳେଶ୍ୱର-ଚନ୍ଦନେଶ୍ୱର ୫୭ନଂ ରାଜ୍ୟ ରାଜପଥର ଭୋଗରାଇ ଥାନା ଅନ୍ତର୍ଗତ ଚୌକି ୟୁକୋ ବ୍ୟାଙ୍କ ଶାଖାରୁ ଠିକ ଏହି ଭଳି ସମାନ ଧରଣର ସଶସ୍ତ୍ର ଡକାୟତି ହୋଇଥିଲା ବେଳେ ଆଜି ପର୍ଯ୍ୟନ୍ତ ପୁଲିସ ଡକାୟତମାନଙ୍କୁ ଧରିବାରେ ବିଫଳ ହୋଇଛି। ତେବେ ଆଜିର ଏହି ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ଚନ୍ଦନେଶ୍ୱର ଶାଖା ଡକାୟତିରେ ଚୌକି ୟୁକୋ ବ୍ୟାଙ୍କ ଡକାୟତି ଗ୍ୟାଙ୍ଗ ସମ୍ପୃକ୍ତି ଥିବା ସାଧାରଣରେ ଆଲୋଚନା ହେଉଛି।
ବିବାହ କରିବାର ପ୍ରତିଶୃତି ଦେଇ ଦୁଷ୍କର୍ମ କଲା ପରେ ଯୁବତୀଙ୍କୁ ଫାଙ୍କି ଦେଲେ ଯୁବକ
ବାଲେଶ୍ୱର: ବିବାହ କରିବାର ପ୍ରତିଶୃତି ଦେଇ ଆଦିବାସୀ ଯୁବତୀଙ୍କ ସହିତ ଦୁଷ୍କର୍ମ କଲାପରେ ଫାଙ୍କିଦେଇ ଖସିଗଲା ଯୁବକ।  ଉପାୟ ନ ପାଇଁ  ଯୁବକଙ୍କ ବିରୁଦ୍ଧରେ ସହଦେବଖୁଣ୍ଟା ଥାନାରେ ଦୁଷ୍କର୍ମ ଅଭିଯୋଗ କଲେ ପୀଡିତା ଯୁବତୀ। ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ଡାକ୍ତର ମାଇନା କଲାପରେ ପୀଡିତା ଯୁବତୀଙ୍କ କୋର୍ଟରେ ୧୬୪ ଜମାନବନ୍ଦୀ ନେଇ କୋର୍ଟ ଚାଲାଣ କଲେ ବାଲେଶ୍ୱର ସହଦେବଖୁଣ୍ଟା ଥାନା ପୋଲିସ।
ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଭୀମପୁରା ଅଞ୍ଚଳର ଜଣେ ୨୦ ବର୍ଷୀୟା ଯୁବତୀଙ୍କ ସହିତ ସମ୍ପୃକ୍ତ ଅଞ୍ଚଳର ମାୟାଧର ମୁଦୁଲିଙ୍କ ପୁଅ ଖଗେନ୍ଦ୍ର ମୁଦୁଲି ଙ୍କ ସହିତ ପରିଚୟ ହେଇ ଥିଲା। ପରେ ଯୁବତୀଙ୍କୁ ବିବାହ କରିବାର ପ୍ରତିଶୃତି ଦେଇ ତା’ ସହିତ ବଳ ପୂର୍ବକ ଦୁଷ୍କର୍ମ କରିଥିଲା।ଏହାବାଦ ଯୁବତୀଙ୍କ ଅନିଚ୍ଛା ସତ୍ତ୍ୱେ ଖଗେନ୍ଦ୍ର ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିଲା। ତେବେ ଗତ୧୪/୦୩/୨୩ ତାରିଖ ରାତିରେ ଖଗେନ୍ଦ୍ର ତା ନିଜ ଘରକୁ ଡାକି ଯୁବତୀ ସହିତ ଶାରୀରିକ ସମ୍ପର୍କ ରଖିବା ପରେ ବିବାହ କରିବା ଲାଗି ଯୁବତୀ ଜିଦ ଧରିଥିଲେ। ସେଥିରେ ଉତକ୍ଷିପ୍ତ ହେଇ ଖଗେନ୍ଦ୍ର ଯୁବତୀଙ୍କୁ ନିସ୍ତୁକ ମାଡ ମାରିବା ସହିତ ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରିଥିଲା। ଯୁବକଙ୍କ ପରିବାର ଲୋକ ମଧ୍ୟ ପିଡିତା ଯୁବତୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଘରୁ ବାହାର କରିଦେଇ ଥିଲେ। ପରେ ଏହି ଘଟଣାର ସମାଧାନ କରିବା ପାଇଁ ଗ୍ରାମରେ ବୈଠକ ହେଇଥିଲା।ବୈଠକରେ ଉପସ୍ଥିତ ଭଦ୍ରବ୍ୟକ୍ତି ମାନଙ୍କ ଆଗରେ ଖଗେନ୍ଦ୍ର ଯୁବତୀଙ୍କୁ ବିବାହ କରିବ ନାହିଁ ବୋଲି ମନାକରି ଦେଇଥିଲେ।ଶେଷରେ ଅନ୍ୟନୋପାୟ ହେଇ ପିଡିତା ଯୁବତୀଙ୍କ ତରଫରୁ ଖଗେନ୍ଦ୍ର ବିରୁଦ୍ଧରେ ସହଦେବଖୁଣ୍ଟା ଥାନାରେ ଏତାଲା ଦିଆଯାଇଥିଲା।ସମ୍ପୃକ୍ତ ଥାନା କେଶନଂ-୧୦୩,ଧାରା ୪୧୭,୩୭୬(୨)(ଏନ),୩୨୩,୨୯୪,୫୦୬,୩(୧)(ଆର)(ଏସ) ୩୪ ଆଇପିସି ମୂଳେ ତଦନ୍ତ ପୂର୍ବକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ଗିରଫ କରି ପୁଲିସ ପକ୍ଷରୁ ଡାକ୍ତରମାଇନା କରିବା ସହିତ ପିଡିତା ଯୁବତୀଙ୍କ କୋର୍ଟରେ ୧୬୪ ଜମାନବନ୍ଦୀ ନିଆଯାଇ ଅଭିଯୁକ୍ତ ଖଗେନ୍ଦ୍ର  କୋର୍ଟ ଚାଲାଣ କରାଯାଇଛି। ହେଲେ ଅଭିଯୁକ୍ତଙ୍କ ତରଫରୁ ଜାମିନ ଆବେଦନ କରାଯାଇ ଥିଲା। ମାତ୍ର ଜାମିନ ଆବେଦନର ଶୁଣାଣି ପରବର୍ତ୍ତୀ ତାରିଖକୁ ମାନ୍ୟବର କୋର୍ଟ ଘୁଞ୍ଚାଇ ଦେଇଥିବା ଜଣାଯାଇଛି।
ଶୁଣିଲା ନାହିଁ ପୁଲିସ ଓ ଅବକାରୀ ବିଭାଗ: ବେଆଇନ ମଦ ଦୋକାନ ଭାଙ୍ଗିଲେ ଶତାଧିକ ମହିଳା
ଭୋଗରାଇ: ନିଶା କାରବାରର ହବ ପାଲଟିଛି ଭୋଗରାଇ। ଚୋରା ଓ ନକଲି ମଦ ସହିତ ଗଞ୍ଜେଇ ଓ ବ୍ରାଉନ‌ ସୁଗାର ବେପାର ଖୁଲମଖୁଲା ଚାଲିଛି। ଛକ ବଜାର ଓ ଗାଁ ଗହଳିରେ ଥିବା ଛୋଟ ଛୋଟ ପାନ ଓ ତେଜରାତି ଦୋକାନରେ ଏସବୁ ନିଶା ଦ୍ରବ୍ୟ ସହଜରେ ଏବଂ ୨୪ ଘଣ୍ଟିଆ ଉପଲବ୍ଧ ହେଉଛି। ସବୁ ଜାଣିଶୁଣି ପୁଲିସ ଓ ଅବକାରୀ ବିଭାଗ ଚୁପ୍ ବସିଛି। ଏଭଳି ସ୍ଥିତିରେ ନିଶା ସେବନ କରି ଘରର ପୁରୁଷ ମାନେ ମହିଳାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଛନ୍ତି। ସାମାଜିକ ବ୍ୟବସ୍ଥା ଓ ଚଳଣି ସମ୍ପୂର୍ଣ୍ଣ ବିଗିଡି ଯାଇଛି। ବିଭିନ୍ନ ସ୍ଥାନରେ ମଦ ବେପାରକୁ ବିରୋଧ କରିବା ଆରମ୍ଭ ହୋଇଥିଲା ବେଳେ କମର୍ଦ୍ଦା ଥାନା ମହାଗବ ପଞ୍ଚାୟତ ଅନ୍ତର୍ଗତ ଚାନ୍ଦକୁସୁମୀ ଗାଁରେ ଦୀର୍ଘଦିନ ଧରି ବେଆଇନ ଭାବେ ମଦ ବିକ୍ରି କରୁଥିବା ଜନୈକ ବ୍ୟକ୍ତିଙ୍କ ତେଜରାତି ଦୋକାନ ଉପରେ ରବିବାର ସନ୍ଧ୍ୟାରେ ଶତାଧିକ ମହିଳା ସଂଘବଦ୍ଧ ଭାବେ ଚଢ଼ାଉ କରି ଭଙ୍ଗାରୁଜା କରିବା ସହିତ ଲକ୍ଷାଧିକ ଟଙ୍କାର ଦେଶୀ ଓ ବିଦେଶୀ ମଦ ରାସ୍ତାରେ ଢାଳି ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି।
ସୂଚନା ମୁତାବକ, ମହାଗବ ଛକ- ପ୍ରିୟବାଗ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ପାର୍ଶ୍ବ ଚାନ୍ଦକୁସୁମୀ ଗାଁର ଗୈାତମ ଦାସ (ଜ୍ଞାନ) ଦୀର୍ଘ ବର୍ଷ ହେଲା ନିଜ ଜମି ଉପରେ ଏକ ଆଜବେଷ୍ଟସ ଛାଉଣୀ ଘର କରି ତେଜରାତି ଓ ପାନ ଦୋକାନ କରିଛନ୍ତି। ତେବେ ବିଗତ ଦୁଇ ବର୍ଷ ହେଲା ସେଠାରେ ବେଆଇନ ଭାବେ ଦେଶୀ ଓ ବିଦେଶୀ ମଦ ବିକ୍ରି କରୁଛନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଅବକାରୀ ବିଭାଗ କୌଣସି କାର୍ଯ୍ଯାନୁଷ୍ଠାନ ଗ୍ରହଣ ନ କରିବାରୁ ଗତ ବର୍ଷ ସ୍ଥାନୀୟ ଲୋକେ ବାଧ୍ୟ ହୋଇ ତାଙ୍କ ଦୋକାନ ଭଙ୍ଗାରୁଜା କରିଥିଲେ। ଖବର ପାଇ କମର୍ଦ୍ଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ଚୋରା ମଦ ବେପାରୀ ଗୌତମ ଦାସଙ୍କୁ ଗିରଫ କରିଥିଲା ବେଳେ ସେ କୋର୍ଟରୁ ଜାମିନରେ ଆସିଥିଲା।
ତେବେ ପରବର୍ତ୍ତୀ ସମୟରେ ସେ ଲକ୍ଷାଧିକ ଟଙ୍କାର ଦେଶୀ ଓ ବିଦେଶୀ ମଦ ବେପାର ଆରମ୍ଭ କରିଥିଲା। ସ୍ଥାନୀୟ ଅଞ୍ଚଳରେ ମଦର ବନ୍ୟା ସୃଷ୍ଟି କରିବା ସହ ଭୋଗରାଇ ବ୍ଲକର ବିଭିନ୍ନ ସ୍ଥାନକୁ ମଦ ସପ୍ଲାଏ କରିଆସୁଛି। ଏଥିରେ ଉତକ୍ଷିପ୍ତ ହୋଇ ସ୍ଥାନୀୟ ଅଞ୍ଚଳର ମହିଳା ମାନେ ଏକତ୍ରିତ ହୋଇ ରବିବାର ସନ୍ଧ୍ୟାରେ ସଂପୃକ୍ତ ଦୋକାନ ଉପରେ ଚଢ଼ାଉ କରିବା ସହିତ ଭଙ୍ଗାରୁଜା କରିଥିଲେ। ଦୋକାନ ସମ୍ମୁଖ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହିତ ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ଦେଶୀ ଓ ବିଦେଶୀ ମଦ ବୋତଲକୁ ରାସ୍ତାରେ ଭାଙ୍ଗି ସେଥିରେ ନିଆଁ ଲଗାଇ ଦେଇଥିଲେ। ଦୀର୍ଘ ଦୁଇ ଘଣ୍ଟା ଧରି ଶତାଧିକ ମହିଳା ସଂଘବଦ୍ଧ ଭାବେ ଏଭଳି ଚଢ଼ାଉ ଜାରି ରଖିଥିବା ବେଳେ ଖବର ଲେଖା ପର୍ଯ୍ଯନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ଚଢାଉ ପୂର୍ବରୁ ସଂପୃକ୍ତ ଚୋରା ମଦ ବେପାରୀ ଗୌତମ ଦାସ ସେଠାରୁ ଖସିଯିବାରେ ସଫଳ ହୋଇଥିଲା ବେଳେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଲାଗି ରହିଛି।
ଲଗାଣ ବର୍ଷା ଯୋଗୁଁ ଦୁଇଦିନ ପର୍ଯ୍ଯଟନ ସ୍ଥଳକୁ ନଯିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ବାଲେଶ୍ୱର: ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଲଗାଣ ବର୍ଷା ଯୋଗୁଁ ଦୁଇଦିନ ପାଇଁ ବାଲେଶ୍ବରର ବିଭିନ୍ନ ପର୍ଯ୍ଯଟନ ସ୍ଥଳକୁ ନଯିବା ପାଇଁ କୁହାଯାଇଛି। ଲଘୁଚାପ ପ୍ରଭାବରେ ଆସନ୍ତାକାଲି ଅର୍ଥାତ ଶନିବାର ବାଲେଶ୍ୱର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରେଡ୍‌ ୱାର୍ଣ୍ଣାଂ ଜାରି କରାଯାଇଛି। ବର୍ଷାକୁ ଦୃଷ୍ଟିରେ ରଖି ଆଜି ଓ ଆସନ୍ତାକାଲି ଅର୍ଥାତ ଶନିବାର ଜିଲ୍ଲାର ବିଭିନ୍ନ ପର୍ଯ୍ଯଟନ କ୍ଷେତ୍ର ନଯିବା ପାଇଁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେ ନିର୍ଦ୍ଦେଶ ଦେଇଛନ୍ତି। ଚାନ୍ଦିପୁର, ତାଳସାରୀ, କଷାଫଳ, ଡଗରା ଓ ପଞ୍ଚଲିଙ୍ଗେଶ୍ୱରକୁ ନଯିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ବାଲେଶ୍ୱର ଜିଲ୍ଲାପାଳ।
ଭିଜିଲାନ୍ସ ଜାଲରେ ବାଲେଶ୍ବର ଯୋଗାଣ ଅଧିକାରୀଙ୍କ କାର୍ଯ୍ଯାଳୟର ଆଣ୍ଟି ସ୍ମଗ୍‌ଲିଂ ଗାର୍ଡ
ଜଳେଶ୍ୱର: ଭିଜିଲାନ୍ସ ଜାଲରେ ବାଲେଶ୍ବର ଜିଲ୍ଲାର ଖାଦ୍ୟ ଯୋଗାଣ ବିଭାଗର ଆଣ୍ଟି ସ୍ମଗ୍‌ଲିଂ ଗାର୍ଡ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଳେଶ୍ୱର ନୂଆବଜାର ସ୍ଥିତ ଜନାର୍ଦ୍ଦନ ପଲେଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଜନାର୍ଦ୍ଦନ ପଳେଇଙ୍କ ଜଳେଶ୍ୱରସ୍ଥିତ ବାସଭବନ, ନୂଆବଜାରସ୍ଥିତ କାର୍ଯ୍ଯାଳୟ, ନୂଆବଜାରସ୍ଥିତ ଚନ୍ଦନ ଢାବା, ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ପୈତୃକ ବାସଭବନ, ସମ୍ପର୍କୀୟଙ୍କ ଘର ସମେତ ରାଜ୍ୟର ୫ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଏହି ଚଢାଉରେ ଜଣେ ଏଡିସିନାଲ ଏସ୍ପି, ୪ ଜଣ ଡ଼ିଏସପି ଓ ୫ ଜଣ ଇନ୍ସପେକ୍ଟର ସାମିଲଥିବା ଜଣାପଡ଼ିଛି।
ପୋଖରୀରେ ବୁଡି ଜଣେ ନାବାଳିକା ମୃତ, ୨ ଗୁରୁତର
ଲଙ୍ଗଳେଶ୍ବର: ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ରେମୁଂ ଗ୍ରାମରେ ଗୋଧୋଇବା ବେଳେ ପୋଖରୀରେ ବୁଡି ଜଣେ ନାବାଳିକାର ମୃତ୍ଯୁ ଘଟିିଥିବା ବେଳେ  ଦୁଇ ଜଣ ଗୁରୁତର ହୋଇଛନ୍ତି।
ସୂଚନା ଅନୁଯାୟୀ, ରେମୁଂ ଗ୍ରାମର ବିଦ୍ୟାଧର ଜେନାଙ୍କ ପୂଅ ବାହାଘରରେ ଆଜି ରିସେପସନ ଥିବା ବେଳେ ତାଙ୍କ ଘରକୁ ବନ୍ଧୁ ବାନ୍ଧବ ଆସିଥିଲେ। ଘରେ ସମସ୍ତେ ଅନ୍ୟ କାର୍ଯ୍ଯରେ ବ୍ୟସ୍ତ ଥିଲାବେଳେ ୩ ଜଣ ନାବାଳିକା ଘର ନିକଟରେ ଥିବା ପୋଖରୀକୁ ଗୋଧୋଇବାକୁ ଚାଲି ଯାଇଥିଲେ। ଗୋଧୋଇବା ସମୟରେ ଅସାବଧାନତା ବଶତଃ ୩ଜଣ ଯାକ ପୋଖରୀରେ ବୁଡି ଯାଇଥିଲେ। ଘର ଲୋକେ ସେମାନଙ୍କୁ ଖୋଜାଖୋଜି କରି ନ ପାଇବାରୁ ନିକଟରେ ଥିବା ପୋଖରୀରେ ଭାସୁଥିବାର ଦେଖି ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଜଣକୁ ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଜଣ ଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଛି। ମୃତ ନାବାଳିକା ଜଣକ ବାଲିଆପାଳ ଥାନା ଅନ୍ତର୍ଗତ କାଠଶଗଡା ଗ୍ରାମର ଶ୍ରୀନିବାସ ପାତ୍ରଙ୍କ ଝିଅ ମନୋରମା ପାତ୍ର ( ୧୫)।
ବାଲେଶ୍ୱର: ଓଡ଼ିଶାର ଲକ୍ଷ ଲକ୍ଷ ମହିଳା ଆଜି ଆର୍ଥିକ ଓ ସାମାଜିକ ସ୍ତରରେ ସଶକ୍ତ ହୋଇଛନ୍ତି। ଗ୍ରାମାଞ୍ଚଳରେ ମହିଳାମାନେ ଆଉ ପରିବାରର ବୋଝ ହୋଇନାହାନ୍ତି। ନିଜେ ରୋଜଗାର କରି ନିଜ ପରିବାରର ଆର୍ଥିକ ମେରୁଦଣ୍ଡକୁ ଶକ୍ତ କରିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ସାମାଜିକ ଆନ୍ଦୋଳନରେ କର୍ଣଧାର ହୋଇପାରିଛନ୍ତି। ଏହା କେବଳ ସମ୍ଭବ ହୋଇଛି ଓଡିଶା ସରକାରଙ୍କ “ମିଶନ ଶକ୍ତି” ଯୋଜନା ଯୋଗୁଁ। ସେହିଭଳି ଏକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ହେଉଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଦାରୁହା ଗ୍ରାମର “ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ”। ଏହି ଗୋଷ୍ଠୀର ମହିଳା ମାନଙ୍କୁ “ମିଶନ ଶକ୍ତି” ବଞ୍ଚିବାର ରାହା ଦେଖାଇଛି। ଛେଳି ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହିତ ନିଜ ପରିବାରକୁ ଆର୍ଥିକ ସ୍ୱଚ୍ଛଳ କରିପାରିଛନ୍ତି ଏବଂ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି।
ପ୍ରକାଶଯେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଜରିଆରେ ଗତ ୨୦୦୭ ମସିହାରେ ଏହି ଗ୍ରାମର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ୧୦ଟି ପରିବାର ମହିଳାମାନେ ଏକଜୁଟ ହୋଇ “ତାରିଣୀ ସ୍ୱୟଂ ସହାୟିକା ଗୋଷ୍ଠୀ ଗଢ଼ି ଥିଲେ। ପ୍ରତ୍ୟେକ ମହିଳା ମାସିକ ୧୦୦ଟଙ୍କା ମେମ୍ବର ଫି ଜମା କରି ନିକଟସ୍ଥ ବ୍ୟାଙ୍କରେ ଖାତା ଖୋଲି ଜମା କରୁଥିଲେ। ଯାହା ଏବେ ତାଙ୍କର ଜମା ଟଙ୍କା ବଢି ୧ଲକ୍ଷ ୬୦ହଜାର ଟଙ୍କାରେ ପହଁଚିଲାଣି। କିଛିଦିନ ପରେ ସେଥିରୁ ଟଙ୍କା ଉଠାଇ ପ୍ରତ୍ୟେକେ କୁକୁଡ଼ା ଚାଷ ସହିତ ଛୋଟ ବ୍ୟବସାୟ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ବ୍ୟାଙ୍କରୁ ଋଣ ଏବଂ ଜି ପି ଏଲ ଏଫ ମାଧ୍ୟମରେ ଋଣ ଆଣି ନିଜ ବ୍ୟବସାୟକୁ ବୃଦ୍ଧି କରିଥିଲେ। ତେବେ ୨୦୨୧ ମସିହା ନଭେମ୍ବର ମାସରେ ମିଶନ ଶକ୍ତି ଓ ଜୀବିକା ମିଶନ ମିଳିତ ପ୍ରୟାସରେ ଏହି ଗୋଷ୍ଠୀ କୁ ଛେଳି ପାଳନ ନିମନ୍ତେ ଯେତେବେଳେ ପ୍ରସ୍ତାବ ଆସିଲା ଏହାକୁ ହାତଛଡ଼ା କରିନଥିଲେ ଗୋଷ୍ଠୀର ସଭାନେତ୍ରୀ ଜୟିତା ଭଞ୍ଜ ଓ ସମ୍ପାଦିକା କାଜଲ ଭଞ୍ଜ । ସଙ୍ଗେ ସଙ୍ଗେ ଗୋଷ୍ଠୀ ର ସଦସ୍ୟ ମାନେ ମିଟିଂ ଡକାଇ ଦରଖାସ୍ତ ଜରିଆରେ ଉକ୍ତ ପ୍ରକଳ୍ପକୁ ହାତକୁ ନେଇଥିଲେ।ପ୍ରଥମ ପର୍ଯ୍ୟାୟରେ ୪୬ହଜାର ଟଙ୍କା ସେମାନଙ୍କୁ ଋଣ ମିଳିଥିଲା ଏବଂ ସେହି ଟଙ୍କାରେ ସେମାନେ ୩୨ ଟି ଛେଳି କିଣି ତାର ପାଳନ କରିଥିଲେ।ମାତ୍ର ୭ମାସ ମଧ୍ୟରେ ସେମାନେ ସେଥିରୁ ଛେଳିକୁ ବିକ୍ରୀ କରି ୨୫ହଜାର ଟଙ୍କା ଲାଭ ପାଇଛନ୍ତି। ସେମାନଙ୍କ ନିକଟରେ ଆହୁରି ୨୮ଟି ଛେଳି ରହିଥିବା ବେଳେ ୪୫୦ ବର୍ଗ ଫୁଟର ଏକ ଗୁହାଳ ଘର ନିର୍ମାଣ କରିଛନ୍ତି। ଆଗକୁ ୧୦୦ଟି ଛେଳି ରଖାଯିବ ବୋଲି ଗୋଷ୍ଠୀର ସଭାନେତ୍ରୀ ଜୟିତା କହିଛନ୍ତି।
ଏହି ଛେଳି ଚାଷ ଗୋଷ୍ଠୀର ୧୦ଜଣ ମହିଳାଙ୍କ ଏକ ପ୍ରମୁଖ ରୋଜଗାରର ମାଧ୍ୟମ ହୋଇଥିବାବେଳେ ଏହା ଦ୍ୱାରା ସମସ୍ତ ମହିଳା ସ୍ୱାବଲମ୍ବୀ ହୋଇପାରିଥିବା ସଦସ୍ୟା ସରିତା ଭଞ୍ଜ, ଗୀତାଞ୍ଜଳୀ ଭଞ୍ଜ, ଛବିରାଣୀ ସେନାପତି, ମିନତୀ ଜେନା କହିଛନ୍ତି ଏବଂ ଏହାର ଶ୍ରେୟ ଓଡିଶା ସରକାରଙ୍କ ମିଶନ ଶକ୍ତି ଯୋଗୁଁ ହୋଇପାରିଛି ବୋଲି କହିଛନ୍ତି। ଉକ୍ତ ପଞ୍ଚାୟତରେ ଆହୁରି ଅନେକ ଗୋଷ୍ଠୀ ମାନଙ୍କୁ ମିଶନ ଶକ୍ତି ଓ ଓଡିଶା ଜୀବିକା ମିଶନ ଜରିଆରେ ପ୍ରୋତ୍ସାହନ ଦିଆଯାଉଛି।ସେମାନେ ମଧ୍ୟ ବିଭିନ୍ନ ପ୍ରକଳ୍ପ କୁ କାର୍ଯ୍ୟକରି ରୋଜଗାରକ୍ଷମ ହୋଇପାରିଛନ୍ତି ବୋଲି ଜି ପି ଏଲ ଏଫ ର ଏମ ବି କେ ସବିତା ରାଣୀ ସାହୁ ସୂଚନା ଦେଇଛନ୍ତି।
ଏସିଆ ବୁକ୍‍ ଅଫ ରେକର୍ଡରେ ଅଢ଼େଇ ବର୍ଷର ବାଳକ ଆୟୁଷ
ନୀଳଗିରି:  ବାଲେଶ୍ୱର ଜିଲ୍ଲା ରସାଲପୁର ପଞ୍ଚାୟତର ଚଣ୍ଡିପୁର ଗ୍ରାମର ହରିଶଚନ୍ଦ୍ର ଜେନା ଓ ସସ୍ମିତା ଜେନାଙ୍କ ଅଢ଼େଇବର୍ଷର ପୁଅ ଆୟୁଷ ୨୦୨୨ ମସିହା ଏପ୍ରିଲ ମାସରେ ଏସିଆ ବୁକ୍‍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି। ଏହା ପୂର୍ବରୁ କୁନିପୁଅ ଆୟୁଷ ଇଣ୍ଡିଆ ବୁକ୍‍ ଅଫ୍‍ ରେକର୍ଡରେ ମଧ୍ୟ ସ୍ଥାନ ପାଇ ଜିଲ୍ଲା ପାଇଁ ଗର୍ବ ଗୌରବ ଆଣିଥିଲେ। କୁନିପିଲା ଆୟୁଷର ମାମୁଁ ଘର ନୀଳଗିରି ବେଗୁନିଆ ତୋଟାପଡ଼ା ଗ୍ରାମର ହୋଇଥିବା ବେଳେ ମାଆ ଜଣେ ଗୃହିଣୀ , ବାପା ହରିଶ ଏକ ଘରୋଇ କମ୍ପାନୀରେ ଚାକିରି କରିଛନ୍ତି। ଅଢ଼େଇ ବର୍ଷର ଆୟୁଷ ୧୮ଟି ମହାମୃତ୍ୟୁଞ୍ଜୟ ମନ୍ତ୍ର, ଜାତୀୟ ସଂଗୀତ, ୧୮ଟି ପୌରାଣିକ ବହି, ୧୬ଟି ପ୍ରାଣୀଙ୍କ ନାମ, ଏ ରୁ ଜେଡ୍‍ ପର୍ଯ୍ରନ୍ତ ୨୬ଟି ୱାର୍ଡ କହିବା ଆଦି ପ୍ରତିଯୋଗିତାରେ ସୀମିତ ସମୟ ଭିତରେ ନିଜ ପ୍ରତିଭାର ରେକର୍ଡ କରିଛନ୍ତି।୨୧ ସେକେଣ୍ଡରେ ୨୮ଟି ରାଜ୍ୟର ରାଜଧାନୀ କହିଥିବା ବେଳେ ଏସିଆ ବୁକ୍‍ ଅଫ ରେକର୍ଡରେ ଗତ ଏପ୍ରିଲ ମାସରେ ସ୍ଥାନ ପାଇ ଅଚଂଳରଗୌରବ ଆଣିଥିବା ବେଳେ କୁନି ପୁଅ ଆୟୁଷର ଉତରତର କାମନା କରିଛନ୍ତି।