Union Budget 2024 - The Sakala

ବଜେଟ ୨୦୨୪-୨୫: ୧୦ଲକ୍ଷରୁ ୨୦ଲକ୍ଷକୁ ବୃଦ୍ଧି ହେଲା ମୁଦ୍ରା ଋଣ
ନୂଆଦିଲ୍ଲୀ: ସଂସଦରେ ୨୦୨୪-୨୫ ବଜେଟ ଉପସ୍ଥାପିତ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟରେ ମୁଦ୍ରା ଋଣ ୨୦ଲକ୍ଷକୁ ବୃଦ୍ଧି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ମୁଦ୍ରା ଋଣ ସୀମା ୧୦ଲକ୍ଷରୁ ୨୦ଲକ୍ଷକୁ ବୃଦ୍ଧି ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଏହି ଲୋନ୍‌ ପାଇବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ଛୋଟ ଉଦ୍ୟୋଗୀ ଏବଂ ବ୍ୟବସାୟୀଙ୍କ ପାଇଁ ୨୦୧୫ରେ ଆରମ୍ଭ କରାଯାଇଥିବା ଏହି ଯୋଜନାରେ ବିନା ଗ୍ୟାରେଣ୍ଟିରେ ୧୦ ଲକ୍ଷ ଟଙ୍କାର ଋଣ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଥିଲା। ଶିଶୁ,କିଶୋର ଏବଂ ତରୁଣ ଭଳି ତିନୋଟି ଶ୍ରେଣୀରେ ଏହି ଋଣ ଯୋଗାଇ ଦିଅଯାଉଥିଲା ବେଳେ ଶିଶୁ ଶ୍ରେଣୀକୁ ୫୦ ହଜାର, କିଶୋର ଶ୍ରେଣୀରେ ୫୦ ହଜାରରୁ ୫ ଲକ୍ଷ ଏବଂ ତରୁଣ ଶ୍ରେଣୀରେ ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବାକୁ ବ୍ୟବସ୍ଥା ରହିଥିଲା। ବର୍ତ୍ତମାନ ଏହାକୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

ବଜେଟ ୨୦୨୪-୨୫: କୃଷି କ୍ଷେତ୍ର ପାଇଁ ୧ ଲକ୍ଷ ୫୨ ହଜାର କୋଟି ଟଙ୍କାର ପ୍ରାବଧାନ
ନୂଆଦିଲ୍ଲୀ: ସଂସଦରେ ୨୦୨୪-୨୫ ବଜେଟ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟରେ କୃଷି କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି।  କୃଷି ଉପରେ ଅଧିକ ଗବେଷଣା କରାଯିବ । ଘରୋଇ କ୍ଷେତ୍ରକୁ ମଧ୍ୟ କୃଷି କ୍ଷେତ୍ର ପାଇଁ ପ୍ରୋତ୍ସାହିତ କରାଯିବ। ପ୍ରାକୃତିକ ଚାଷ ଉପରେ ଗୁରୁତ୍ବ ଦିଆଯିବ। ଡାଲି ଜାତୀୟ ଚାଷକୁ ପ୍ରୋତ୍ସାହନ ଦିଆଯିବ। ତୈଳ ବିହନ ଉତ୍ପାଦନ ଉପରେ ଗୁରୁତ୍ବ ଦିଆଯିବ। ମାଛ ଚାଷ ଉପରେ ଗୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି। ୩୨ ଫସଲର ୧୦୯ ଉନ୍ନତ ଅମଳକ୍ଷମ ବିହନ ଚାଷୀଙ୍କୁ ମିଳିବ। ୧ କୋଟି ଚାଷୀଙ୍କୁ ପ୍ରାକୃତିକ ଉପାୟରେ ଚାଷ ପାଇଁ ପ୍ରୋତ୍ସାହନ । ଚାଷୀଙ୍କ ଉତ୍ପାଦର ଷ୍ଟୋରେଜ ଓ ମାର୍କେଟିଂ ପାଇଁ ବିଶେଷ ବ୍ୟବସ୍ଥା ହେବ । ଚାଷୀଙ୍କ ପାଇଁ ୧୦ ହଜାର ବାୟୋ ରିସର୍ଚ୍ଚ କେନ୍ଦ୍ର ପ୍ରତିଷ୍ଠା ହେବ । କୃଷି କ୍ଷେତ୍ର ପାଇଁ ବଜେଟରେ ୧ ଲକ୍ଷ ୫୨ ହଜାର କୋଟି ଟଙ୍କାର ପ୍ରାବଧାନ ହୋଇଛି।

ସଂସଦରେ ଆଜି ଉପସ୍ଥାପନ ହେବ ବଜେଟ: ଉଚ୍ଚ ମୁଦ୍ରାସ୍ଫୀତି ନିୟନ୍ତ୍ରଣ, ନିଯୁକ୍ତି ସୃଷ୍ଟି ବଡ଼ ଆହ୍ବାନ
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଆର୍ଥିକବର୍ଷ ୨୦୨୪-୨୫ ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିବେ। ଚଳିତବର୍ଷ ସାଧାରଣ ନିର୍ବାଚନ ଥିବାରୁ ଏକ ପୂର୍ଣ୍ଣାଙ୍ଗ ବଜେଟ ସ୍ଥାନରେ ଫେବୃଆରୀରେ ସରକାର ଏକ ଅନ୍ତରୀଣ ବଜେଟ ଆଗତ କରିଥିଲେ। ଆସନ୍ତାକାଲି ଅର୍ଥମନ୍ତ୍ରୀ ସଂସଦରେ ପୂର୍ବାହ୍ନ ୧୧ଟାରେ ବଜେଟ ଆଗତ କରିବେ। ଅର୍ଥମନ୍ତ୍ରୀ ଭାବେ ନିର୍ମଳାଙ୍କର କ୍ରମାଗତ ଭାବେ ଏହା ହେବ ୭ମ ବଜେଟ। ଏହି ବଜେଟରୁ ଜନସାଧାରଣଙ୍କଠାରୁ ଆରମ୍ଭ କରି କରଦାତା, ଉଦ୍ୟୋଗୀ, ଉଭୟ ସରକାରୀ ଓ ବେସରକାରୀ କର୍ମଚାରୀ ସମସ୍ତେ ଅନେକ କିଛି ଆଶା ରଖୁଛନ୍ତି। ଚାକିରିଆମାନେ ଏଥିରୁ ବଡ ଧରଣର ଟିକସ ରିଆତି ଆଶା ରଖୁଥିବାେବଳେ ଗୃହିଣୀ ଦରଦାମ୍ ହ୍ରାସ ଏବଂ ଯୁବବର୍ଗ ନିଯୁକ୍ତି ସୃଷ୍ଟି ନେଇ ଆଶାବାଦୀ। ମୁଦ୍ରାସ୍ଫୀତି ବୃଦ୍ଧି ମଧ୍ୟରେ ବଜେଟରେ ବୃତ୍ତିଧାରୀ କରଦାତା ଟିକସ ସ୍ଲାବ୍ ଏବଂ ଷ୍ଟାଣ୍ଡାର୍ଡ ଡିଡକ୍ସନ୍ରେ ବୃଦ୍ଧି ଆଶା ରଖିଛନ୍ତି। ଆହୁରିମଧ୍ୟ ୨୦୨୪-୨୫ ଆର୍ଥିକବର୍ଷର ସାଧାରଣ ବଜେଟ ଆଗତ କରିବା ସରକାରଙ୍କ ପାଇଁ ଏତେ ସହଜ ହେବନାହିଁ। ଏଥିରେ ସରକାରଙ୍କୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ। ଉଚ୍ଚ ମୁଦ୍ରାସ୍ଫୀତି ଯୋଗୁ ଘରୋଇ ଚାହିଦା ସହ ନିଯୁକ୍ତିରେ ହ୍ରାସ ସରକାରଙ୍କ ପାଇଁ ବିଶେଷ ଚିନ୍ତାର ବିଷୟ ପାଲଟିବ। ବିଶେଷଜ୍ଞମାନେ ସରକାରଙ୍କୁ ଟିକସ ହ୍ରାସ ସହ ଗ୍ରାମାଞ୍ଚଳର ଭିତ୍ତିଭୂମି ବୃଦ୍ଧି ଭଳି ଗ୍ରାହକଙ୍କ ଖର୍ଚ୍ଚରେ ଉନ୍ନତି ଆଣିବା ଏବଂ ଦୀର୍ଘକାଳୀନ ନିଯୁକ୍ତି ଅଭିବୃଦ୍ଧିକୁ ବଢ଼ାଇବା କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ଆଜିଠୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଏହି ଅଧିବେଶନ ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନା କରିଛନ୍ତି।