Odisha CM Mohan Majhi - The Sakala
ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ୧୫ ସୂତ୍ରୀ ନିର୍ଦ୍ଦେଶାବଳୀ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଆଭିମୁଖ୍ୟ । ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ୧୫ ସୂତ୍ରୀ ନିର୍ଦ୍ଦେଶାବଳୀ ଦେଲେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ । ନୂଆ ବର୍ଷରେ ଶାସନ-ପ୍ରଶାସନକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଜନା କରିଛନ୍ତି । ଶାସନ-ପ୍ରଶାସନକୁ ଚଳଚଞ୍ଚଳ ଓ ଲୋକାଭିମୁଖୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ଏକ ୧୫ଟି ନିର୍ଦ୍ଦେଶାବଳି ପ୍ରଦାନ କରିଛନ୍ତି । ଏହି ଦିଶା ନିର୍ଦ୍ଦେଶରେ ଓଡିଶା ଭିଜନ ଡକ୍ୟୁମେଣ୍ଟରେ ଆସନ୍ତା ଦୁଇବର୍ଷ ପାଇଁ ସରକାରଙ୍କ ଧାର୍ଯ୍ୟ ଲକ୍ଷ୍ୟକୁ ହାସଲ କରିବା ପାଇଁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
୨୦୩୬ ସୁଦ୍ଧା ୫୦୦ ବିଲିଅନ ଆମେରିକୀୟ ଡଲାର ଅର୍ଥନୀତି ସହିତ ସମୃଦ୍ଧ ଓଡିଶା ଗଠନ ଏବଂ ଓଡିଶାକୁ ଶ୍ରେଷ୍ଠ ପାଞ୍ଚଗୋଟି ବିକଶିତ ରାଜ୍ୟ ମଧ୍ୟରେ ଆଣିବାକୁ ରାଜ୍ୟକୁ ଏକ ‘ମିଶ୍ରିତ ଅର୍ଥନୀତି’ ଆଡକୁ ନେବାପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହାସହ ନଲେଜ୍ ଡ୍ରିଭେନ୍ ତଥା ସେବା କ୍ଷେତ୍ରକୁ ଅଧିକ ଗୁରୁତ୍ଵ ଦେଇ ଏହାର ଦ୍ରୁତ ବିକାଶ ପାଇଁ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଶିଳ୍ପାୟନର ଦୃତ ବିକାଶ ପାଇଁ ସବୁ ଜିଲ୍ଲାପାଳଙ୍କୁ ବିଭିନ୍ନ ପ୍ରକ୍ରିୟାକୁ ଫାଷ୍ଟଟ୍ରାକ କରିବାକୁ ଏହି ନିର୍ଦ୍ଦେଶାବଳୀରେ ଗୁରୁତ୍ଵ ଆରୋପ କରାଯାଇଛି। ସେହିପରି ଆସନ୍ତା ଦୁଇବର୍ଷ ମଧ୍ୟରେ ସବୁ ଖାଲିଥିବା ସରକାରୀ ପଦ ପଦବୀକୁ ପୂରଣ କରିବା ପାଇଁ ପଦକ୍ଷେପ ନେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, କଟକ ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି...
ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ କଟକ ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏହାଦ୍ବାରା ବାଲିଯାତ୍ରା ଆଜି ୧୨ ତାରିଖ ପରିବର୍ତ୍ତେ ଆସନ୍ତା କାଲି ୧୩ ତାରିଖ ଦିନ ଉଦ୍‌ଯାପିତ ହେବ। ବାଲିଯାତ୍ରା ପ୍ରତି ସାଧାରଣ ଲୋକଙ୍କ ଆକର୍ଷଣ ଓ ଆଗ୍ରହ ତଥା ମେଳାରେ ବ୍ୟବସାୟୀ ମାନଙ୍କ କାରବାରକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଏହାର ଅବଧି ବୃଦ୍ଧି କରିଛନ୍ତି।
ବାତ୍ୟା 'ମୋନ୍ଥା' ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି, ଜିରୋ କାଜୁଆଲିଟି ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ବାତ୍ୟା 'ମୋନ୍ଥା' ମୁକାବିଲା ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। କୌଣସି ବି ଜୀବନ ହାନି ହେବ ନାହିଁ। ସରକାରଙ୍କ ଲକ୍ଷ୍ୟ ଜିରୋ କାଜୁଆଲିଟି। ଆଜି ସନ୍ଧ୍ୟାରୁ ରାତି ମଧ୍ୟରେ ଆନ୍ଧ୍ର ମଛଲିପଟନମ କଳିଙ୍ଗପଟନମ କାକିନାଡ଼ା ଠାରେ ଲ୍ୟାଣ୍ଡ ଫଲ କରିବ।  ଓଡ଼ିଶାରେ ଲ୍ୟାଣ୍ଡଫଲ ନ କଲେ ବି ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲାରେ ବର୍ଷା ପବନ ରହିବ। କିଛି ଜିଲ୍ଲାରେ ବର୍ଷ ଆରମ୍ଭ ହୋଇଛି। ଗଜପତି, ଗଞ୍ଜାମ, ରାୟଗଡା, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, କନ୍ଧମାଳରେ ପ୍ରଭାବ ରହିବ। ଓଡିଶା ସରକାର ଗତ ୩ ଦିନ ଧରି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସରକାରଙ୍କ ଲକ୍ଷ୍ୟ ଜିରୋ କାଜୁଆଲିଟି।
ସ୍ଥାନରିତ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ୨୦୪୮ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି। ୮  ଜିଲ୍ଲାରେ ୧୧୩୯୬ ଜଣ ସ୍ଥାନାନ୍ତରିତ ହେଲେଣି। ୧୮୭୧ ଗର୍ଭବତୀ ମହିଳା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି। ଆଉ ୮୨୨ ଜଣ ସ୍ଥାନାନ୍ତର ହେବେ। ୩୦ ଓଡ୍ରାଫ ୧୨୩ ଅଗ୍ନିଶମ ୫ ଏନଡିଆରଫ ଟିମ ମୁତୟନ ହୋଇଛନ୍ତି। ପର୍ଯ୍ୟଟନ କ୍ଷେତ୍ର ଗୁଡିକୁ ନ ଯିବାକୁ ସତର୍କ କରାଯାଇଛି। ଶୁଖିଲା ଖାଦ୍ୟ ପ୍ରସ୍ତୁତ କରି ରଖାଯାଇଛି.। ଅଭିଜ୍ଞା ଡାକ୍ତରୀ ଟିମ ମୁତୟନ ହୋଇଛନ୍ତି। ସମସ୍ତ ପୁକାବିଲା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ବିଭିନ୍ନ ବିଭାଗ ନିଜ ନିଜର କାର୍ଯ୍ୟ ସୂଚାର ରୂପେ ସମ୍ପାଦନ କରିବେ। ସରକାର ବାତ୍ୟାର ସଫଳ ମୁକାବିଲା କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି.
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଫୋନ୍‌ କରି ଜନ୍ମଦିନର ଶୁଭେଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଫୋନ୍‌ କରି ଜନ୍ମଦିନର ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହାସହ ନବୀନଙ୍କ ଦୀର୍ଘ ନିରାମୟ ଜୀବନ ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।
https://twitter.com/MohanMOdisha/status/1978678517110833382
ସେ କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କୁ ଜନ୍ବଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆପଣଙ୍କର ଉତ୍ତମ ସ୍ବାସ୍ଥ୍ୟ, ଦୀର୍ଘ ଏବଂ ସୁଖମୟ ଜୀବନ କାମନା କରୁଛି।
ରାଜ୍ୟ କ୍ୟାବିନେଟ୍‌ରେ ୧୫ ପ୍ରସ୍ତାବକୁ ମୋହର
ଭୁବନେଶ୍ୱର: ଏବର୍ଷ ରାଜ୍ୟରେ ୬୩ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ସଂଗ୍ରହ ହେବ। ଧାନ ହିସାବରେ ଏହା ପ୍ରାୟ ୯୩ ଲକ୍ଷ ମେଟ୍ରିକ୍‌ ଟନ୍‌ ହେବ। ଖରିଫ ଓ ରବିରେ ଧାନ ସଂଗ୍ରହର ଧାର୍ଯ୍ୟ ଲକ୍ଷ୍ୟ ଯଥାକ୍ରମେ ୭୩ ଓ ୨୦ ଲକ୍ଷ ମେଟ୍ରିକ୍‌ ଟନ୍‌ ରହିବ। ଏହାଠାରୁ ଯଦି ପଞ୍ଜିକୃତ ଚାଷୀଙ୍କଠାରୁ ମଣ୍ଡିକୁ ଅଧିକ ଧାନ ଆସେ ତେବେ ତାହା ମଧ୍ୟ ରାଜ୍ୟ ସରକାର ଗ୍ରହଣ କରିବେ ବୋଲି ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨୮ ତମ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନାଦେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇଛନ୍ତି। ଏହି ବୈଠକରେ ମୋଟ ୧୦ ଟ ବିଭାଗର ୧୫ ଟି ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି। ଏଥିରେ ଖରିଫ ଧାନ ସଂଗ୍ରହ ନୀତି ସମ୍ପର୍କରେ ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁଯାୟୀ ଆସନ୍ତା ନଭେମ୍ବର ମାସରୁ ଖରିଫ ଧାନ ସଂଗ୍ରହ କରାଯିବ। ରବି ଧାନ ମେ ୨୦୨୬ରୁ ସଂଗ୍ରହ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ସେହିପରି ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବେ କ୍ୟାବିନେଟ୍‌ ବୈଠକରେ ‘ଓଡ଼ିଶା ଜନ ବିଶ୍ୱାସ’ ଅଧ୍ୟାଦେଶକୁ ଅନୁମୋଦନ ମିଳିଛି।  ଏହି ଅଧ୍ୟାଦେଶ ବଳରେ ଏଣିକି ରାଜ୍ୟରେ ଛୋଟ ଅପରାଧକୁ ଅପରାଧମୁକ୍ତ କରିବା ଏବଂ ବିଶ୍ୱାସଭିତ୍ତିକ ଶାସନ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଅର୍ଥାତ ଅଣ-ଗୁରୁତର ଖିଲାପ ପାଇଁ ଜେଲ୍‌ ଦଣ୍ଡ ବଦଳରେ ଦେୱାନୀ ଦଣ୍ଡ ସହିତ, ବ୍ୟବସାୟ ଏବଂ ବ୍ୟକ୍ତିବେଶ। ଉଭୟଙ୍କ ଉପରେ ନିୟାମକ ବୋଝ ଯଥେଷ୍ଟ ହ୍ରାସ ପାଇବ ବୋଲି ରାଜ୍ୟ ସରକାର କହିଛନ୍ତି। ସେହିପରି ରାଜ୍ୟ ସରକାର ‘ଓଡ଼ିଶା ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ନିୟମ-୨୦୨୫’ ପ୍ରଣୟନ ପାଇଁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଓଡ଼ିଶା ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ନିୟମ-୨୦୦୧ ଅନୁଯାୟୀ କରାଯାଉଛି। ଏହି ନିୟମ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ଅଧିନିୟମ, ୧୯୬୯ ଉପରେ ପର୍ଯ୍ୟବେସିତ ରହିଛି।
ସେହିପରି ଜଳସମ୍ପଦ ବିଭାଗ ପକ୍ଷରୁ ଆଗତ ପ୍ରସ୍ତାବରେ ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ନିର୍ମାଣ, ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନା, ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା ଆଦିରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ କ୍ୟାବିନେଟ୍‌ ମୋହର ବାଜିଛି।
ଖୁବ୍ ଶୀଘ୍ର ଦୋଷୀଙ୍କୁ ଖୋଜି ବାହାର କରାଯିବ ଓ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଗତ କାଲି ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡ ଙ୍କ ଜଘନ୍ୟ ଓ ଅମାନୁଷିକ ହତ୍ୟାକାଣ୍ଡରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହିତ ଘଟଣାରେ ସଂପୃକ୍ତ ଅପରାଧୀ ମାନଙ୍କୁ ଖୋଜି ବାହାର କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ପୋଲିସ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ । ଏଭଳି ଜଘନ୍ୟ ଓ ଅମାନୁଷିକ ଘଟଣାକୁ କୌଣସି ପରିସ୍ଥିତି ରେ ମଧ୍ଯ ବରଦାସ୍ତ କରାଯିବ ନାହିଁ ।ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପଣ୍ଡ ଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।
୩ଟି ବିଭାଗର ୪ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର
ଭୁବନେଶ୍ବର: ତିନୋଟି ବିଭାଗର ଚାରୋଟି ପ୍ରସ୍ତାବକୁ କ୍ୟାବିନେଟ ମୋହର। ରାଜ୍ୟରେ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇଁ ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ୧୯୫୬ ଆଇନରେ ସଂଶୋଧନ ପାଇଁ କ୍ୟାବିନେଟ ମଞ୍ଜୁରୀ। ସଂସ୍ଥାରେ ୨୦ ରୁ ଅଧିକ କର୍ମଚାରୀ ଥିଲେ ଲାଗୁ ହେବ ଏହି ନିୟମ। ଓଡ଼ିଆରେ ସାଇନ ବୋର୍ଡ ରହିବ। କାର୍ଯ୍ୟ ସମୟ ୯ ଘଣ୍ଟାରୁ ୧୦ ଘଣ୍ଟାକୁ ବୃଦ୍ଧି। ୩୦ ମିନିଟ ରେଷ୍ଟ ନେବେ କର୍ମଚାରୀ। ୩ ମାସ ଓଭର ଟାଇମ ୧୪୪ ଘଣ୍ଟା ଯାଏ ବୃଦ୍ଧି। ସପ୍ତାହରୁ ୪୮ ଘଣ୍ଟାରୁ ଅଧିକ କାମ କଲେ ଦ୍ବିଗୁଣିତ ମଜୁରୀ ପାଇଁ ହକଦାର ହେବେ କର୍ମଚାରୀ।
ରାତିରେ ମହିଳା କର୍ମଚାରୀଙ୍କ ପ୍ରତିବନ୍ଧକ ହଟିବ। ମହିଳା କର୍ମଚାରୀ ରାତିରେ କାମ କରିବାକୁ ଚାହିଁଲେ ଲିଖିତ ସମ୍ମତି ଦେଇ ସର୍ତ୍ତାବଳି ଅନୁଯାୟୀ କାମ କରିପାରିବେ। ସେମାନଙ୍କ ସୁରକ୍ଷା ଓ ଯିବା ଆସିବା ପାଇଁ ଧ୍ୟାନ ଦିଆଯିବ। ବ୍ୟାପକ ଶିଳ୍ପାୟନ ପାଇଁ ଏହି ସଂସ୍କାରର ଆବଶ୍ୟକତା ପଡିଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ମୋଦି ଯେଉଁ ଶିଳ୍ପାୟନ କଥା କହୁଛନ୍ତି ଓ ଇଜ ଅଫ ଡୁଇଙ୍ଗ ବିଜନେସ ରେ ସେମାନଙ୍କ ସହଜ କରିବା ପାଇଁ ସମୟ ଅନୁଯାୟୀ ଆବଶ୍ୟକତା ଅନୁଯାୟୀ ପରିବର୍ତ୍ତନ ହେଉଛି। ପିଏମଙ୍କ ପ୍ରସ୍ତାବ ଅନୁଯାୟୀ ହେଉଛି। ଆଜି ଏ ସମ୍ବନ୍ଧୀୟ ୨ ଟି ପ୍ରସ୍ତାବ ଅନୁମୋଦିତ ହେଲା। ପୂର୍ବରୁ ୧୫ ଟି ସଂଶୋଧନ ହୋଇଛି। ନୂତନ ଶିଳ୍ପସଂସ୍ଥା ମାନେ ଯେଉଁ ଆସିବେ ସେମାନଙ୍କ ପାଇଁ ସହଜ ଓ ସୁବିଧା କରିବାର ପ୍ରୟାସ। ୧୩ ଲକ୍ଷ କୋଟି ପୁଞ୍ଜିନିବେଶ ଓ ୧୩ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ୨ ଲକ୍ଷ କୋଟି ଗ୍ରାଉଣ୍ଡ ବ୍ରେକିଙ୍ଗ ହୋଇଛି ଏକ ଲକ୍ଷ ଲୋକ ନିଯୁକ୍ତି ପାଇଛନ୍ତି। ଦ୍ରୁତ ବ୍ୟବସାୟିକାରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ।
ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ପ୍ରତି ପଂଚାୟତରେ ଆଦର୍ଶ ବିଦ୍ୟାଳୟ ଯୋଜନାକୁ ମୋହର। ରାଜ୍ୟରେ ଜାତୀୟ ଶିକ୍ଷା ନୀତି ପ୍ରଚଳନ ହୋଇଛି। ଆରଟିଇ ୨୦୦୯ ର ଉଦେଶ୍ୟକୁ ପୂରଣ କରିବା ସହ ଗୁଣାତ୍ମକ ଶିକ୍ଷା ପାଇଁ ପ୍ରତି ପଂଚାୟତ ସ୍ତରରେ ପ୍ରଥମ ଫେଜରେ ଆଦର୍ଶ ବିଦ୍ୟାଳୟ ହେବ। ମୌଳିକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ। ୩ ବର୍ଷ ପର୍ଯ୍ୟନ୍ତ ପ୍ରଥମ ୨୨୦୦ ଆଦର୍ଶ ବିଦ୍ୟାଳୟ ନିର୍ମାଣ ହେବ। ୧୨ ହଜାର କୋଟି ଖର୍ଚ୍ଚ ହେବ। ୫ କୋଟିରୁ ଅଧିକ ଖର୍ଚ୍ଚ ହେବ ପ୍ରତି ବିଦ୍ୟାଳୟ ପାଇଁ। ଗୁଣାତ୍ମକ ଶିକ୍ଷା, ଭିତ୍ତିଭୂମି, ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି କରାଯିବ। ପରବର୍ତ୍ତୀ ଫେଜରେ ସବୁ ପଂଚାୟତ କଭର ହେବ। ସରକାରୀ ବିଦ୍ୟାଳୟରେ ପାଠ ପଢା ହେଉ ନାହିଁ ବୋଲି ଯେଉଁ ପ୍ରଶ୍ନ ହେଉଛି ଏହି ପଦକ୍ଷେପ ତାର ପରିବର୍ତ୍ତନ କରିବ।
କେନ୍ଦୁଝର ଜିଲ୍ଲା ଘଟଗାଁ ତାରିଣୀ ପରିସର ମନ୍ଦିର ଓ ପାରିପାର୍ଶ୍ଵକ ବିକାଶ ଉପରେ ଗୁରୁତ୍ୱ। ଭକ୍ତ ସଂଖ୍ୟା ବଢୁଛି, ଲୋକେ ହଇରାଣ ହେଉଛନ୍ତି। ସେଥିପାଇଁ ପାର୍କୀଙ୍ଗ, ଓ ଅନ୍ୟ ବ୍ୟବସ୍ଥା ପାଇଁ ଡିପିଆର ପ୍ରସ୍ତୁତ ହୋଇଛି। ୫୯ ଏକରରୁ ଅଧିକ ଜାଗା ରଖାଯାଇଛି ବିକାଶ ପାଇଁ। ଏଥିରେ ୨୨୬ କୋଟି ଖର୍ଚ୍ଚ ହେବ। ୮୦ କୋଟି ଲାଣ୍ଡ ଆକୁଜିସନ ପାଇଁ ଦିଆଯିବ। ଟେଣ୍ଡର ସରିଛି। ୨୪୬ ଶଯ୍ୟା ବିଶିଷ୍ଟ ଯାତ୍ରୀ ନିବାସ, ମାର୍କେଟ କମ୍ପ୍ଲେସ୍କ, ନଡ଼ିଆ ଭଣ୍ଡାର ହେବ।
ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ; ଗୃହରେ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ
ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ୧୭ ତମ ବିଧାନସଭାର ଚତୁର୍ଥ ଅଧିବେଶନ ଆସନ୍ତା ୨୫ତାରିଖ ଯାଏ ଚାଲିବ। ଅଧିବେଶନରେ ମୋଟ ୭ଟି କାର୍ଯ୍ୟ ଦିବସ ରହିଛି। ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ  ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆ, ଆସୀନ ସଦସ୍ୟ ଓ ପୂର୍ବତନ ମନ୍ତ୍ରୀ ସ୍ବର୍ଗତଃ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ, ପୂର୍ବତନ ଉପ ବାଚସ୍ପତି ଓ ରାଷ୍ଟ୍ରମନ୍ତ୍ରୀ ସ୍ବର୍ଗତଃ ପ୍ରସନ୍ନ କୁମାର ପଟ୍ଟନାୟକ, ପୂର୍ବତନ ସଦସ୍ୟ ସ୍ବର୍ଗତଃ କରେନ୍ଦ୍ର ମାଝୀ, ପୂର୍ବତନ ସଦସ୍ୟ ସ୍ବର୍ଗତଃ ନିରଞ୍ଜନ ହେମ୍ବୁ ମ, ପୂର୍ବତନ ସଦସ୍ୟ ସ୍ବର୍ଗତଃ ପ୍ରଫୁଲ୍ଲ କୁମାର ଭଞ୍ଜ, ପୂର୍ବତନ ସଦସ୍ୟ ସ୍ବର୍ଗତଃ ମହମ୍ମଦ ରଫିକ୍, ପୂର୍ବତନ ସଦସ୍ୟ ସ୍ବର୍ଗତଃ ଲୋକନାଥ ଶବର, ପୂର୍ବତନ ଓ.ଏ.ପି.ଏଫ/353, ଓଡ଼ିଶା ପୋଲିସ ସ୍ବର୍ଗତଃ ଲକ୍ଷ୍ମଣ ମାଝୀ, ପୂର୍ବତନ କନେଷ୍ଟବଳ/475, ଦ୍ଵିତୀୟ ଆଇ.ଆର. ବାଟାଲିଆନ, ରାୟଗଡା. ଏ ସମସ୍ତ ଦିବଂଗତଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରିଥିଲ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶୋକ ପ୍ରସ୍ତାବକୁ ସମର୍ଥନ କଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ ଓ CPI-M ବିଧାୟକ ଲକ୍ଷ୍ମଣ ମୁଣ୍ଡା।
ଭୁବନେଶ୍ୱର: ଖୁବ୍‌ଶୀଘ୍ର ହେବ ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ। ଦିନକ ତଳେ ପୁନର୍ବାର ରାଜ୍ୟ ସଭାପତି ନିର୍ବାଚିତ ହୋଇଥିବା ମନମୋହନ ସାମଲଙ୍କ ଏହି ପଦକ ଇଙ୍ଗିତ ଆଶାୟୀଙ୍କୁ ଅସ୍ଥିର କରିଛି। ଅନ୍ୟପକ୍ଷରେ ମନ୍ତ୍ରିମଣ୍ଡଳରୁ ବାଦ ଆଶଙ୍କାରେ ଥିବା ତିନି ଚାରିଜଣ ମନ୍ତ୍ରୀ ଅସ୍ଥିର ଅନୁଭବ କରୁଛନ୍ତି। ଚଳିତ ମାସ ମୋହନ ମନ୍ତ୍ରିମଣ୍ଡଳର ପ୍ରଥମ ସମ୍ପ୍ରସାରଣ ହୋଇପାରେ ଓ ସମ୍ଭବତଃ ୨୪ ତାରିଖରୁ ୩୧ ତାରିଖ ମଧ୍ୟରେ ଯେ କୌଣସି ମୁହୂର୍ତ୍ତରେ ନୂଆ ମନ୍ତ୍ରୀମାନେ ଶପଥ ନେଇପାରନ୍ତି। ଆସନ୍ତାକାଲିଠାରୁ କୃଷ୍ଣପକ୍ଷ, ତେଣୁ ୨୪ ତାରିଖରେ ଅମାବାସ୍ୟା ପରେ ନୂଆ ମନ୍ତ୍ରୀ ପରିଷଦ ଶପଥ ନେଇ ପାରନ୍ତି ବୋଲି ସୂଚନା ମିଳିଛି।
ରାଜ୍ୟରେ ବର୍ତ୍ତମାନ ୬ଟି ମନ୍ତ୍ରୀପଦ ଖାଲି ପଡ଼ିଛି। ସେହିପରି ଅଧିକାଂଶ ମନ୍ତ୍ରୀମାନଙ୍କ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସନ୍ତୁଷ୍ଟ କରିପାରି ନାହିଁ। ସ୍ୱାସ୍ଥ୍ୟ, ଆଇନ, ଯୋଗାଣ, ଉଚ୍ଚଶିକ୍ଷା ଆଦି ବିଭାଗ ବର୍ଷକ ମଧ୍ୟରେ ଅନେକ ବିବାଦର ସମ୍ମୁଖୀନ ହୋଇଛି। ପୁନଶ୍ଚ ଏକାଧିକ ମନ୍ତ୍ରୀଙ୍କ ନିକଟରେ ଦୁଇ ତିନିଟି ବିଭାଗ ରହିଛି। ତେଣୁ ଏକ ସମତୁଲ ମନ୍ତ୍ରିମଣ୍ଡଳ ଗଠନ ପାଇଁ ଉଭୟ ରାଜ୍ୟ ସଭାପତି ଓ ମୁଖ୍ୟମନ୍ତ୍ରୀ ପ୍ରାଥମିକ ଆଲୋଚନା କରିଛନ୍ତି। ପ୍ରତି ଲୋକସଭା କ୍ଷେତ୍ରରୁ ଅନ୍ୟୂନ ଜଣକୁ ମନ୍ତ୍ରୀ ପରିଷଦରେ ସ୍ଥାନ ଦେବାକୁ ବିଚାରବିମର୍ଶ କରାଯାଇଛି। ମହିଳା ଭାଗିଦାରୀ ବୃଦ୍ଧି କରିବାକୁ ଦଳୀୟ ନେତୃତ୍ୱ ଆପାତତଃ ସ୍ଥିର କରିସାରିଛନ୍ତି। ମନ୍ତ୍ରୀ ପରିଷଦରେ ୬ଟି ପଦ ଖାଲି ପଡ଼ିଥିବା ବେଳେ ବୋର୍ଡ, ନିଗମ, ଅକାଦେମୀ ଓ କମିସନରେ ସରକାର ଏଯାବତ୍‌ ନିଯୁକ୍ତି ଦେଇପାରି ନାହାନ୍ତି। ଦଳର ଛାମୁଆ ନେତାଙ୍କ ମଧ୍ୟରେ ଛକାପଞ୍ଝା, ଗୋଷ୍ଠୀକନ୍ଦଳ ଏବଂ ଲବି ରାଜନୀତି କାରଣରୁ ସମ୍ପ୍ରସାରଣ ଓ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହେବାରେ ଲାଗିଛି। ତେବେ ମନମୋହନ ଦଳରେ ପୁନର୍ବାର ଦାୟିତ୍ୱ ନେବା ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସହ ନିଗମ ନିଯୁକ୍ତି ଶୀଘ୍ର କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଅନ୍ୟ ଏକ ସୂଚନା ଅନୁଯାୟୀ ସମ୍ପ୍ରସାରିତ ମନ୍ତ୍ରିମଣ୍ଡଳର ସ୍ୱରୂପ ପୂର୍ବରୁ ନିର୍ଦ୍ଧାରିତ ହୋଇ ରହିଛି। ଦଳରେ ଲୋକସଭା ଆସନୱାରୀ ପ୍ରତିନିଧିତ୍ୱକୁ ଗୁରୁତ୍ୱ ମିଳିବାକୁ ଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତି ମନ୍ତ୍ରିମଣ୍ଡଳର ଚୂଡ଼ାନ୍ତ ସ୍ୱରୂପ ନେଇ ଏକ କବାଟକିଳା ବୈଠକ କରିପାରନ୍ତି। ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ପରେ ଆସନ୍ତା ସପ୍ତାହରେ ସମ୍ପ୍ରସାରଣ କରାଯିବ। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ ନିଗମ, ବୋର୍ଡ, ଅକାଦେମୀ ଏବଂ ଅନ୍ୟାନ୍ୟ ନିଯୁକ୍ତି ନେଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ଜଣାପଡ଼ିଛି।
ଭୁବନେଶ୍ୱର:ଗୋପାଳପୁରରେ ଘଟିଥିବା ଗଣଦୁଷ୍କର୍ମ ଘଟଣାରେ ଅପରାଧୀମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ କହିଛନ୍ତି।
ଘଟଣାର ଦୃଢ ନିନ୍ଦା କରି, ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଭଳି ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ମାନବତା ବିରୁଦ୍ଧରେ ଏକ ଅପରାଧ। ଏ ଘଟଣାରେ ସମ୍ପୃକ୍ତ କୌଣସି ଅପରାଧୀଙ୍କୁ ଛଡା ଯିବ ନାହିଁ। ଆଇନ ଅନୁମୋଦିତ ସବୁଠାରୁ କଠୋର ଦଣ୍ଡବିଧାନ କରାଯିବ।
ଏ ଘଟଣାରେ ମୁଖ୍ୟମନ୍ତ୍ରୀ ପୁଲିସକୁ ସମସ୍ତ ସନ୍ଦିଗ୍ଧ ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ, ସ୍ଥାନୀୟ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି। ଏ ଘଟଣାରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସମ୍ପୃକ୍ତ ଥିବା ସମସ୍ତ ଅପରାଧୀଙ୍କୁ ଧରାଯାଇ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ବଢ଼ିଲା ସ୍ଵାଧୀନତା ସଂଗ୍ରାମୀଙ୍କ ଭତ୍ତା
ଭୁବନେଶ୍ବର: ବଢ଼ିଲା ସ୍ଵାଧୀନତା ସଂଗ୍ରାମୀଙ୍କ ଭତ୍ତା। ସ୍ୱାଧୀନତା ସଂଗ୍ରାମୀ ଦିବସ ସମାରୋହରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଯଥୋଚିତ ସମ୍ମାନ ଦେବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର।  କାରାବରଣ କରିଥିବା ସବୁ ସ୍ଵାଧୀନତା ସଂଗ୍ରାମୀ ମାନଙ୍କର ପେନସନକୁ ୧୦ ହଜାରରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । କାରାବରଣ କରି ନ ଥିବା ସ୍ଵାଧୀନତା ସଂଗ୍ରାମୀମାନଙ୍କ ପେନସନକୁ ୯ ହଜାରରୁ ୧୫ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର । ସେହିପରି ଜାତୀୟ ପେନସନ ପାଉଥିବା ସ୍ଵାଧୀନତା ସଂଗ୍ରାମୀଙ୍କ ପେନସନକୁ ମାସକୁ ୮ ହାଜର ପରିବର୍ତ୍ତେ ୧୦ ହାଜର ଟଙ୍କା କରିଛନ୍ତି ସରକାର। ଜରୁରୀ କାଳୀନ ପରିସ୍ଥିତିରେ MISA ଆଇନରେ ଗିରଫ ହୋଇଥିବା ସଂଗ୍ରାମୀମାନଙ୍କୁ ମାସକୁ ୨୦ ହାଜର ଟଙ୍କା ପେନସନ ଦେବା ପାଇଁ ସରକାର ନିଷ୍ପତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସକାଳେ ପୁଣି ବାତ୍ୟାର ସମୀକ୍ଷା କରିଛନ୍ତି। ଏନେଇ ସେ ଏକ ବୈଠକ କରିଥିଲେ। ଏଥିରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ ଡିଜି ଓ୍ବାଇ ବି ଖୁରାନିଆ ଓ ସ୍ବତନ୍ତ୍ର ରିଲିଫ୍ କମିସନର୍ ପ୍ରମୁଖ ଉପସ୍ଥିତ ଅଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହୋଇଥିଲେ।
ବାତ୍ୟା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜିରୋ କାଜୁଆଲିଟିରେ ସଫଳ ହୋଇଛୁ। ସଫଳ ମୁକାବିଲା ପାଇଁ ସବୁ ବିଭାଗକୁ ସେ ପ୍ରଶଂସା କରିଛନ୍ତି। କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦିନ ୧ଟା ସୁଦ୍ଧା ରାସ୍ତା ସଫା କାମ ସରିବ। ସନ୍ଧ୍ୟା ୬ଟା ସୁଦ୍ଧା ବିଦ୍ୟୁତସେବା ସ୍ବାଭାବିକ ହେବ।୬ ହଜାର ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଥିଲା । ବାତ୍ୟା କାଳରେ ୧୬ ଶହ ଶିଶୁ ଜନ୍ମ ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ବାତ୍ୟା ‘ଦାନା’ ଦ୍ବାରା ପ୍ରଭାବିତ ହେବାକୁ ଥିବା ୧୧ଟି ଜିଲ୍ଲା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, କଟକ, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲାପାଳଙ୍କ ସହିତ ବାତ୍ୟା ମୁକାବିଲା ପ୍ରସ୍ତୁତିର ଅଗ୍ରଗତି ସଂପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆଲୋଚନା କରିଥିଲ।