Bangladesh Violence - The Sakala

ବାଂଲାଦେଶରେ ଥମିବାର ନାଁ ଧରୁନି ହିନ୍ଦୁ ବିରୋଧୀ ହିଂସା: ଆଉଜଣେ ହିନ୍ଦୁଙ୍କୁ ଗୁଳି କରି ହତ୍ୟା, ବିଧବାଙ୍କୁ ଗଣଦୁଷ୍କର୍ମ
ଢାକା: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ବିରୋଧୀ ହିଂସା ଥମିବାର ନା ଧରୁନି। ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା କରିଛନ୍ତି ଦୁର୍ବୁତ୍ତ । ମହମ୍ମଦ ୟୁନୁସଙ୍କ ନେତୃତ୍ବାଧୀନ ସରକାର ଚୁପ ହୋଇ ବସିଥିବାବେଲେ ଚରମପନ୍ଥୀ ମାନେ ଆଉ ଜଣେ ହିନ୍ଦୁ ବ୍ୟବସାୟୀ ତଥା ଖବରକାଗଜର କାର୍ଯ୍ୟନିର୍ବାହୀ ସମ୍ପାଦକଙ୍କୁ ହତ୍ୟା କରିଥିବାବେଳେ ଅନ୍ୟ ଜଣେ ବିଧବାଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ସୂଚନା ଅନୁଯାୟୀ, ମଣିପାରମପୁରର କୋପାଲିଆ ବଜାରରେ ରାଣା ପ୍ରତାପଙ୍କ ବରଫ କାରଖାନା ରହିଛି। ସନ୍ଧ୍ୟାରେ ତାଙ୍କୁ କିଛି ଲୋକ କାରଖାନା ବାହାରକୁ ଡାକି ଆଣି ଗୁଳି କରି ହତ୍ୟା କରିଛନ୍ତି। ରାଣାଙ୍କ ଶରୀରରୁ ୭ ବୁଲେଟ ଉଦ୍ଧାର ହୋଇଛି। କିଛି ଚରମପନ୍ଥୀଙ୍କ ବିରୋଧରେ ରାଣା ପ୍ରତାପ ଅନେକ ମାମଲା ରୁଜୁ କରିଥିଲେ।

ଜଣେ ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଅନୁସାରେ, ଆକ୍ରମଣକାରୀମାନେ ଏକ ମୋଟରସାଇକେଲରେ ଆସିଥିଲେ ଏବଂ ପ୍ରତାପଙ୍କ ସହ ଯୁକ୍ତିତର୍କ କରିଥିଲେ, ତାଙ୍କ ମୁଣ୍ଡକୁ ଅନେକ ରାଉଣ୍ଡ ଗୁଳି କରି ପଳାଇ ଯାଇଥିଲେ। ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ପ୍ରତାପଙ୍କ ମୁଣ୍ଡରେ ତିନିଟି ଗୁଳି ବାଜିଥିଲା। ତେବେ କିଏ ଏଥିରେ ସମ୍ପୃକ୍ତ ତାହାର ତଦନ୍ତ ଆମେ କରୁଛୁ ବୋଲି ପୁଲିସ କହିଛି ।

ଅନ୍ୟପଟେ ଜଣେ ୪୫ ବର୍ଷୀୟା ହିନ୍ଦୁ ବିଧବା ମହିଳାଙ୍କୁ ଦୁଇଜଣ ଦୁଷ୍କର୍ମ କରିବା ପରେ ଗଛରେ ବାନ୍ଧି ବାଡ଼େଇଥିଲେ। ଏହି ଘଟଣା ଝେନାଇଦାହ ଜିଲ୍ଲାର କାଲିଗଞ୍ଜରେ ଘଟିଛି। ପୁଲିସ ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ଓ ବାକି ଅଭିଯୁକ୍ତଙ୍କୁ ଖୋଜିବା ଜାରି ରଖିଛି। ପୀଡିତା ସୋମବାର ଦ୍ୱିପହରରେ କାଲିଗଞ୍ଜ ଥାନାରେ ୪ ଜଣ ଲୋକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୁକ୍ତମାନେ ପୀଡିତାଙ୍କ ଚୁଟି ମଧ୍ୟ କାଟିଥିଲେ ଓ ପୂରା ଘଟଣାର ଭିଡିଓ ରେକର୍ଡିଂ କରିଥିଲେ। ମହିଳାଙ୍କ ସମ୍ପର୍କୀୟଙ୍କୁ ଗୋଟିଏ ଘରେ ବନ୍ଦ କରି ଅଭିଯୁକ୍ତମାନେ ତାଙ୍କୁ ଅନ୍ୟ ଏକ ଘରେ ଦୁଷ୍କର୍ମ କରିଥିଲେ। ମହିଳା ଜଣକ ନିଜର ୧୦ ବର୍ଷର ପୁଅ ସହ ସେହି ଗାଁରେ ରୁହନ୍ତି। ଶନିବାର ରାତିରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ପାଇ ସ୍ଥାନୀୟ ଲୋକ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କ ଉପରେ ବର୍ବର ଆକ୍ରମଣ: ବ୍ୟକ୍ତିଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ
ନୂଆଦିଲ୍ଲୀ: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣ ଘଟଣା ଥମିବାର ନାଁ ନେଉନାହିଁ। ନିକଟରେ ଡିସେମ୍ବର ୩୧ ତାରିଖ ଦିନ ଶରିୟତପୁର ଜିଲ୍ଲାରେ ଖୋକନ୍ ଦାସ (୫୦) ନାମକ ଜଣେ ହିନ୍ଦୁ ବ୍ୟକ୍ତିଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ରିପୋର୍ଟ ଅନୁଯାୟୀ, ଏକ ଉତ୍ତ୍ୟକ୍ତ ଜନତା ତାଙ୍କୁ ଘେରିଯାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ନିଆଁ ଲଗାଇ ଦେଇଥିଲେ। ଗତ ଦୁଇ ସପ୍ତାହ ମଧ୍ୟରେ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଏହା ଚତୁର୍ଥ ବଡ଼ ଆକ୍ରମଣ, ଯାହା ସମଗ୍ର ବିଶ୍ୱରେ ଚିନ୍ତାର ବିଷୟ ପାଲଟିଛି।

ଏହି ଘଟଣା ପୂର୍ବରୁ ମଧ୍ୟ ଅନେକ ବର୍ବର କାଣ୍ଡ ଘଟିସାରିଛି। ଗତ ଡିସେମ୍ବର ୨୪ ତାରିଖରେ ହୋସେନଡାଙ୍ଗା ଅଞ୍ଚଳରେ ଅମୃତ ମଣ୍ଡଳ (୨୯) ନାମକ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ସେହିପରି ଡିସେମ୍ବର ୧୮ ତାରିଖରେ ମୟମନସିଂହ ଜିଲ୍ଲାରେ ଦୀପୁ ଚନ୍ଦ୍ର ଦାସ (୨୫) ନାମକ ଯୁବକଙ୍କୁ ଧର୍ମନିନ୍ଦା ଅଭିଯୋଗରେ ହତ୍ୟା କରି ତାଙ୍କ ମୃତଦେହକୁ ଗଛରେ ଝୁଲାଇ ପୋଡ଼ି ଦିଆଯାଇଥିଲା। ମାନବାଧିକାର ସଂଗଠନଗୁଡ଼ିକ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଏହି ଘଟଣାକୁ ନେଇ ଭାରତ ସରକାର ଚିନ୍ତା ପ୍ରକଟ କରିବା ସହ ସଂଖ୍ୟାଲଘୁଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି। ତେବେ ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ ଭାରତର ଅଭିଯୋଗକୁ ଖଣ୍ଡନ କରି ଏହାକୁ "ଅତିରଞ୍ଜିତ" ବୋଲି ଦର୍ଶାଇଛି। ଅନ୍ୟପକ୍ଷରେ, ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ବର୍ତ୍ତମାନର ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ସରକାରକୁ ସମାଲୋଚନା କରି କହିଛନ୍ତି ଯେ, ସରକାର ଉଗ୍ରବାଦୀଙ୍କୁ ପ୍ରଶ୍ରୟ ଦେଉଛନ୍ତି, ଯାହାଦ୍ୱାରା ସଂଖ୍ୟାଲଘୁମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି।

ବାଂଲାଦେଶରେ ସୀମା ଅତିକ୍ରମ କରୁଛି ଚରମପନ୍ଥୀଙ୍କ ଅରାଜକତା: ଆଉ ଜଣେ ହିନ୍ଦୁ ଯୁବକଙ୍କୁ ଗୁଳି କରି ହତ୍ୟା
ଢାକା: ବାଂଲାଦେଶରେ ଗତ କିଛି ସପ୍ତାହ ଧରି ଅରାଜକତା ଚଳାଇଛନ୍ତି ବିଭିନ୍ନ ଚରମପନ୍ଥୀ ସଂଗଠନ । ସେମାନଙ୍କ ଟାର୍ଗେଟରେ ରହିଛନ୍ତି ବିତାଡ଼ିତ ପ୍ରଧାନମନ୍ତ୍ରୀ ହସିନାଙ୍କ ସମର୍ଥକ ଏବଂ ହିନ୍ଦୁ ସଂପ୍ରଦାୟ । ଦେଶବ୍ୟାପୀ ଏହାକୁ ନେଇ ବିରୋଧ କରାଯାଉଛି । ଭାରତ ମଧ୍ୟ ଏହାର ପ୍ରତିବାଦ କଲାଣି । ଏହାସତ୍ତ୍ବେ ବାଂଲାଦେଶରେ ହିନ୍ଦୁମାନଙ୍କ ବିରୋଧରେ ହିଂସା ବୃଦ୍ଧି ପାଇବାରେ ଲାଗିଛି । ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା ହେଉଛି ଏହାର ଆଉ ଏକ ପ୍ରମାଣ । ହତ୍ୟାକାରୀ ଧରାପଡ଼ିଥିଲେ ମଧ୍ୟ ୟୁନୁସ ସରକାରଙ୍କ ଅପରାଗତାକୁ ନେଇ ବାଂଲା ହିନ୍ଦୁ ସଂପ୍ରଦାୟ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ସେମାନେ ଅଭିଯୋଗ କରିଛନ୍ତି ଯେ ସରକାରଙ୍କ ଅପରାଗତାର ସୁଯୋଗ ନେଇ ଚରମପନ୍ଥୀଙ୍କ ଅତ୍ୟାଚାର ସମସ୍ତ ସୀମା ଅତିକ୍ରମ କଲାଣି ।

ମିଳିଥିବା ସୂଚନା ଅନୁଯାୟୀ ଏକ କପଡ଼ା କାରଖାନାରେ ଜଣେ ହିନ୍ଦୁ ଶ୍ରମିକଙ୍କୁ ତାଙ୍କର ଜଣେ ସହଯୋଗୀ ଗୁଳି କରି ହତ୍ୟା କରିଛି । ମୃତ ଶ୍ରମିକ ହେଉଛନ୍ତି ବଜେନ୍ଦ୍ର ବିଶ୍ବାସ (୪୨) ଏବଂ ହତ୍ୟା ଅଭିଯୁକ୍ତ ହେଲା ନୋମାନ । ଦୁହେଁ ଏହି କାରଖାନାରେ ସିକୁରିଟି ଗାର୍ଡ ରୂପେ କାମ କରୁଥିଲେ । ଦୁହେଁ ଏକୁଟିଆ ବସିଥିବା ବେଳେ ନୋମାନ ତା ବନ୍ଧୁକରୁ ବଜେନ୍ଦ୍ରଙ୍କୁ ଗୁଳିମାଡ଼ କରିଥିଲା । ଡାକ୍ତରଖାନା ନିଅଯିବା ସମୟରେ ବଜେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ନୋମାନକୁ ଗିରଫ କରିବା ସହିତ ତା ଠାରୁ ବନ୍ଧୁକ ଜବତ କରିଛି । ତେେବ ହତ୍ୟାର କାରଣ ଜଣାପଡ଼ିନାହିଁ । ଗତ ଦୁଇ ସପ୍ତାହ ମଧ୍ୟରେ ଏହାକୁ ମିଶାଇ ହିନ୍ଦୁ ସଂପ୍ରଦାୟର ତିନି ଜଣଙ୍କୁ ହତ୍ୟା କରାଗଳାଣି । ଗତ ୧୮ ତାରିଖରେ ଦୀପୁ ଦାସ ନାମକ ଜଣେ ଯୁବକଙ୍କୁ କେତେକ ଲୋକ ପିଟିପିଟି ହତ୍ୟା କରିବା ପରେ ତାଙ୍କ ଦେହରେ ନିଆଁ ଲଗାଇଦେଇଥିେଲ । ଏହାକୁ ନେଇ ଦେଶ ଭିତରେ ଓ ବାହାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାର କିଛି ଦିନ ପରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ମଧ୍ୟ ପିଟିପିଟି ହତ୍ୟା କରାଯାଇଥିଲା । ଏହି ଘଟଣାରେ କିଛି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଭାରତଏହି ଘଟଣା ନେଇ ପ୍ରତିବାଦ ଜଣାଇଥିଲା ।  ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ସଂପ୍ରଦାୟର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଲାଗି ଭାରତ ସରକାର ପରାମର୍ଶ ଦେଇଥିଲା । ତଥାପି ଗତକାଲି ପୁଣି କିଛି ହିନ୍ଦୁ ସଂପ୍ରଦାୟର ଲୋକଙ୍କ ଘରେ ମଧ୍ୟ ନିଆଁ ଲଗାଇ ଦିଆଯାଇଥିଲା ।

ଏହିସବୁ ଘଟଣା ନେଇ ଭାରତ ଓ ବାଂଲାଦେଶ ମଧ୍ୟରେ ସଂପର୍କ ତିକ୍ତ ହୋଇଛି । ବାଂଲାଦେଶରେ ହିଂସା ନେଇ ଭାରତ ଉଦ୍‌ବେଗ ପ୍ରକାଶ କରୁଥିବା ବେଳେ ବାଂଲାଦେଶ ସରକାର ଓଲଟା ଭାରତ ବିରୋଧରେ ଅଭିଯୋଗ କରୁଛି । ଢାକାରେ ଭାରତର ହାଇକମିସନ ଅଫିସ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ ବିଭିନ୍ନ ଚରମପନ୍ଥୀ ସଂଗଠନ । ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣର ବିରୋଧ କରି ଦିଲ୍ଲୀରେ ମଧ୍ୟ ବାଂଲା ହାଇକମିସନ ସମ୍ମୁଖରେ ବିକ୍ଷୋଭ କରିଛନ୍ତି ବିଭିନ୍ନ ସଂଗଠନ । ଏଥିପାଇଁ ଉଭୟ ଭାରତ ଓ ବାଂଲାଦେଶ  ପରସ୍ପର ଦେଶର ହାଇ କମିସନରଙ୍କୁ ସମନ୍ କରି ନିଜ ନିଜର ଉଦବେଗ ଜଣାଇଛନ୍ତି । ଏଭଳି ପରିସ୍ଥିତି ମଧ୍ୟରେ ବାଂଲାଦେଶ ସରକାର ନୂଆଦିଲ୍ଳୀ ସ୍ଥିତ ଏହାର ହାଇକମିସନରଙ୍କୁ ଗତକାଲି ଡାକିନେଇଛି । ଦୁଇ ଦେଶ ମଧ୍ୟରେ ବିଗୁଡ଼ୁଥିବା ସଂପର୍କ ନେଇ ବିଚାର ଆଲୋଚନା ପାଇଁ ବାଂଲାଦେଶ ଏହାର କମିସନର ରିଆଜ ହମିଦୁଲ୍ଲାଙ୍କୁ ଡାକିଥିବା ଜଣାପଡ଼ିଛି । ଡକରା ପାଇଁ ରିଆଜ ଗତକାଲି ସନ୍ଧ୍ୟାରେ ଢାକା ଯାଇଛନ୍ତି ।

ହିନ୍ଦୁଙ୍କ ପାଇଁ ନର୍କ ପାଲଟିଛି ବାଂଲାଦେଶ: ୩୦ ବର୍ଷୀୟ ଯୁବକ ଅମୃତ ମଣ୍ଡଳଙ୍କୁ ପିଟି ପିଟି ହତ୍ୟା କଲେ ବାଂଲାଦେଶୀ
ଢାକା: କାମଚଳା ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସଙ୍କ ସରକାରରେ ସଂଖ୍ୟାଲଘୁ ହିନ୍ଦୁଙ୍କ ପାଇଁ ବାଂଲାଦେଶ ନର୍କ ପାଲଟି ଯାଇଛି। ଉପଦ୍ରବୀ, ଦଙ୍ଗାକାରୀ, ଅପରାଧୀଙ୍କୁ ସରକାର ସମ୍ପୂର୍ଣ୍ଣ ସ୍ବାଧୀନତା ଦେଇଛନ୍ତି। ଏବେ ଆଉ ଜଣେ ହିନ୍ଦୁଙ୍କୁ ବାଂଲାଦେଶରେ ପିଟି ପିଟି ଅତି ନୃଶଂସ ଭାବେ ହତ୍ୟା କରାଯାଇଛି। ବୁଧବାର ରାତି ପ୍ରାୟ ୧୧ଟାରେ ରାଜବାଡୀ ଜିଲ୍ଲା ହୋସେନଡାଙ୍ଗା ଗ୍ରାମରେ ଏହି ହୃଦୟ ବିଦାରକ ଘଟଣା ଘଟିଥିଲା। ମୃତକର ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ (୨୯) ବୋଲି ପୁଲିସ କହିଛି।

ଏହା ପୂର୍ବରୁ ଗତ ୧୮ ତାରିଖରେ ହିନ୍ଦୁ ଯୁବକ ଦୀପୁଙ୍କ ବିରୋଧରେ ଈଶ ନିନ୍ଦାର ମିଥ୍ୟା ଅଭିଯୋଗ ଲଗା ଯାଇଥିଲା। ପୁଲିସ ତାଙ୍କୁ ଚରମପନ୍ଥୀଙ୍କ ହାତରେ ଟେକି ଦେଇଥିଲା। ପରେ ଦୀପୁଙ୍କୁ ପିଟି ପିଟି ଜିଅନ୍ତା ଜାଳି ଦିଆ ଯାଇଥିଲା। ଏହି ଆକ୍ରମଣ ପଛରେ ଦୀପୁଙ୍କ ମୁସଲମାନ ବନ୍ଧୁ ମଧ୍ୟ ସାମିଲ ଥିଲେ। ସେମାନେ ଏକାଠି ଏକ କମ୍ପାନୀରେ କାମ କରୁଥିଲେ। ଏକ କାର୍ଯ୍ୟକ୍ରମରେ ସବୁ ଧର୍ମ ସମାନ କହିବା କେବଳ ଦୀପୁଙ୍କ ଭୁଲ ଥିଲା। ଏଥିପାଇଁ ଷଡ଼ଯନ୍ତ୍ର କରି ତାଙ୍କୁ ମାରି ଦିଆଯାଇଥିଲା।

ପୁଲିସ ସୂଚନା ଅନୁଯାୟୀ, ଜୋର ଜବରଦସ୍ତି ଟଙ୍କା ଆଦାୟ ଅଭିଯୋଗ ଲଗାଇ ଲୋକେ ଅମୃତଙ୍କୁ ପିଟି ପିଟି ମାରି ଦେଇଛନ୍ତି। ମୃତକ ହୋସେନଡାଙ୍ଗା ଗ୍ରାମର ବାସିନ୍ଦା ଥିଲେ। ଏହି ମାମଲାରେ ଅମୃତଙ୍କ ସହଯୋଗୀ ମହମ୍ମଦ ସଲିମକୁ ଗିରଫ କରାଯାଇଛି। ତା’ ନିକଟରୁ ଦୁଇଟି ବନ୍ଧୁକ ଜବତ କରାଯାଇଛି। ପୁଲିସ ଏସଏସପି କହିଛନ୍ତି ଯେ ସମ୍ରାଟ ବିରୋଧରେ ପାଙ୍ଗସା ଥାନାରେ ୨ଟି ମାମଲା ରହିଥିଲା। ଏଥିରେ ହତ୍ୟା ମାମଲା ସାମିଲ ରହିଛି। ରିପୋର୍ଟ ଅନୁଯାୟୀ, ସମ୍ରାଟ ଏକ ଗ୍ୟାଙ୍ଗ ଚଳାଇ ଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ସେ ଦୀର୍ଘ ଦିନ ହେଲା ବଟି ଆଦାୟ ଏବଂ ଅନ୍ୟ ଆପରାଧିକ ମାମଲାରେ ସାମିଲ ଥିଲା। ସେ ଦୀର୍ଘ ଦିନ ହେଲା ଭାରତରେ ଲୁଚି ରହିଥିଲା। ନିକଟରେ ଅମୃତ ବାଂଲାଦେଶ ଫେରିଥିଲା। ସେ ବୁଧବାର ରାତିରେ ଗାଁର ସାହିଦୁଲ ଇସଲାମଙ୍କୁ ଟଙ୍କା ମାଗିବାକୁ ନିଜ ଗ୍ୟାଙ୍ଗ ସହ  ଯାଇଥିଲେ। ମାତ୍ର ସାହିବୁଲ ଚିଲାଇ ଚୋର ଚୋର କହିବାରୁ ଗାଁ ଲୋକେ ଧାଇଁ ଆସିଥିଲେ। ସମସ୍ତେ ଇସଲାମଙ୍କ କଥା ଶୁଣି ସମ୍ରାଟକୁ ଧରିଥିଲେ। ପରେ ପିଟି ପିଟି ମାରି ଦେଇଥିଲେ। ସମ୍ରାଟଙ୍କ ଅନ୍ୟ ସହଯୋଗୀ ଫେରାର ହେବାରେ ସଫଳ ହୋଇଥିବାବେଳେ ସଲିମ ଧରା ପଡ଼ିଥିଲା। ଦେଶରେ ହାଦିଙ୍କ ହତ୍ୟାକୁ ନେଇ ଉତ୍ତେଜନା ଜାରି ରହିଥିବାବେଳେ ପୁଣି ଏଭଳି ଏକ ଜଘନ୍ୟ କାଣ୍ଡ ହୋଇଛି।

ବାଂଲାଦେଶରେ ଅଶାନ୍ତି: ଓସମାନ ହାଦି ହତ୍ୟା ଘଟଣାରେ ୟୁନୁସ ସରକାରଙ୍କୁ ଦାୟୀ କଲେ ପରିବାର
ନୂଆଦିଲ୍ଲୀ: ବାଂଲାଦେଶର ରାଜଧାନୀ ଢାକାରେ 'ଇନକିଲାବ ମଞ୍ଚ'ର ଆବାହକ ତଥା ଛାତ୍ର ନେତା ଶରିଫ ଓସମାନ ହାଦିଙ୍କ ହତ୍ୟାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଛି। ଏହି ଘଟଣାର ପ୍ରତିବାଦରେ ଶାହବାଗ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅନ୍ୟପକ୍ଷରେ, ହାଦିଙ୍କ ଭାଇ ଶରିଫ ଓମାର ହାଦି ବର୍ତ୍ତମାନର ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାରଙ୍କୁ ଏହି ହତ୍ୟାକାଣ୍ଡ ପାଇଁ ଦାୟୀ କରିଛନ୍ତି। ସେ ଅଭିଯୋଗ ଆଣିଛନ୍ତି ଯେ ସାଧାରଣ ନିର୍ବାଚନକୁ ବାଧାପ୍ରାପ୍ତ କରିବା ପାଇଁ ଏଭଳି ଷଡଯନ୍ତ୍ର କରାଯାଇଛି।

ଶରିଫ ଓମାର ବିନ୍ ହାଦି ଦାବି କରିଛନ୍ତି ଯେ ଯେହେତୁ ବର୍ତ୍ତମାନର ପ୍ରଶାସନ କ୍ଷମତାରେ ଥିବା ସମୟରେ ଏହି ହତ୍ୟାକାଣ୍ଡ ଘଟିଛି, ତେଣୁ ଅନ୍ତରୀଣ ସରକାର ନିଜ ଦାୟିତ୍ୱରୁ ଖସି ପାରିବେ ନାହିଁ। ଆଜି ହେଉ କିମ୍ବା ଦଶନ୍ଧି ପରେ, ସରକାରଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବାରୁ ବିଚାରର ସାମ୍ନା କରିବାକୁ ପଡ଼ିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ କର୍ତ୍ତୃପକ୍ଷ ଏହି ହତ୍ୟାକୁ ବ୍ୟବହାର କରି ନିର୍ବାଚନ ପ୍ରକ୍ରିୟାକୁ 'ସାବୋଟେଜ୍' (sabotage) ବା ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଏହା କଦାପି ସଫଳ ହେବ ନାହିଁ। ହାଦି ଫେବୃଆରୀରେ ନିର୍ବାଚନ କରିବାକୁ ଜିଦ୍ ଧରିଥିଲେ ଏବଂ ଏଥିପାଇଁ ପ୍ରସ୍ତୁତି ଚଳାଇଥିଲେ, ଯାହାକୁ ରୋକିବା ପାଇଁ ତାଙ୍କୁ ହତ୍ୟା କରାଯାଇଛି।

ଏହି ଘଟଣା ଏପରି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ବାଂଲାଦେଶ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଫେବୃଆରୀ ୧୨ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଘୋଷଣା କରିଛନ୍ତି। ଏହି ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ବାଂଲାଦେଶର ଆଇନ ପରାମର୍ଶଦାତା ଆସିଫ ନଜରୁଲ କହିଛନ୍ତି ଯେ ଓସମାନ ହାଦିଙ୍କ ହତ୍ୟା ମାମଲାକୁ ଦ୍ରୁତ ବିଚାର ଅଦାଲତ ଜରିଆରେ ପରିଚାଳନା କରାଯିବ। ସେ ଏକ ଫେସବୁକ ପୋଷ୍ଟରେ ସ୍ପଷ୍ଟ କରିଛନ୍ତି ଯେ 'ସ୍ପିଡି ଟ୍ରାଏଲ୍ ଟ୍ରିବ୍ୟୁନାଲ୍ ଆକ୍ଟ, ୨୦୦୨' ଅଧୀନରେ ପୋଲିସ ରିପୋର୍ଟ ଦାଖଲ କରିବାର ୯୦ ଦିନ ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ କରାଯିବ।

ବାଂଲାଦେଶରେ ହିନ୍ଦୁ ହତ୍ୟା ପ୍ରତିବାଦ: ଦିଲ୍ଲୀରେ ବାଂଲାଦେଶ ହାଇକମିଶନ ଆଗରେ ବିଶ୍ୱ ହିନ୍ଦୁ ପରିଷଦର ଜୋରଦାର ବିକ୍ଷୋଭ
ନୂଆଦିଲ୍ଲୀ: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ସ୍ଥିତି ଏବଂ ସାମ୍ପ୍ରତିକ ହିଂସାକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ମଙ୍ଗଳବାର ଅପରାହ୍ନରେ ନୂଆଦିଲ୍ଲୀ ସ୍ଥିତ ବାଂଲାଦେଶ ହାଇକମିଶନ ବାହାରେ ବିଶ୍ୱ ହିନ୍ଦୁ ପରିଷଦ (VHP) ଏବଂ ଅନ୍ୟାନ୍ୟ ହିନ୍ଦୁ ସଂଗଠନ ପକ୍ଷରୁ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନିକଟରେ ବାଂଲାଦେଶର ମୈମନସିଂହ ଜିଲ୍ଲାରେ ଇଶ୍ୱରନିନ୍ଦା ଅଭିଯୋଗରେ ଦୀପୁ ଚନ୍ଦ୍ର ଦାସ ନାମକ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯାଇଥିଲା, ଯାହା ବିରୋଧରେ ବିକ୍ଷୋଭକାରୀମାନେ ନ୍ୟାୟ ଦାବି କରିଛନ୍ତି।

ରିପୋର୍ଟ ଅନୁଯାୟୀ, ବିଶ୍ୱ ହିନ୍ଦୁ ପରିଷଦ ଏବଂ ଅନ୍ୟାନ୍ୟ ସଂଗଠନର କର୍ମକର୍ତ୍ତାମାନେ ହାଇକମିଶନ ନିକଟରେ ଏକାଠି ହୋଇ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣକୁ ନିନ୍ଦା କରିଥିଲେ। ବିକ୍ଷୋଭକାରୀମାନେ ଦୀପୁ ଚନ୍ଦ୍ର ଦାସଙ୍କ ପାଇଁ ନ୍ୟାୟ ଦାବି କରିବା ସହ ବାଂଲାଦେଶ କର୍ତ୍ତୃପକ୍ଷ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି।

ଏହି ବିକ୍ଷୋଭ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବାଂଲାଦେଶ ସରକାର ଭାରତୀୟ ହାଇକମିଶନର ପ୍ରଣୟ ବର୍ମାଙ୍କୁ ତଲବ କରିଛନ୍ତି। ବାଂଲାଦେଶ ଏହି ବିକ୍ଷୋଭକୁ ଅଯୌକ୍ତିକ ବୋଲି କହିବା ସହ ଅଭିଯୋଗ କରିଛି ଯେ, ହାଇକମିଶନ ପରିସର ବାହାରେ ବିକ୍ଷୋଭକାରୀଙ୍କ କାର୍ଯ୍ୟକଳାପ ଭିତରେ ଥିବା କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ଏହି ସଂଗଠିତ ବିକ୍ଷୋଭ ସମ୍ପର୍କରେ ପୂର୍ବରୁ ସୂଚନା ଦିଆଯାଇ ନଥିବା ମଧ୍ୟ ବାଂଲାଦେଶ ଦାବି କରିଛି। ତେବେ ଭାରତରେ ଥିବା ସମସ୍ତ ବାଂଲାଦେଶୀ କୂଟନୈତିକ ମିଶନର ସୁରକ୍ଷା ନିଶ୍ଚିତ କରିବାକୁ ଭାରତ ସରକାରଙ୍କ ପ୍ରତିଶ୍ରୁତିକୁ ସେମାନେ ସ୍ୱୀକାର କରିଛନ୍ତି।

କେବଳ ଦିଲ୍ଲୀ ନୁହେଁ, ମଙ୍ଗଳବାର ଦିନ ହାଇଦ୍ରାବାଦର କୋଠାପେଟରେ ମଧ୍ୟ VHP ଏବଂ ଅନ୍ୟ ହିନ୍ଦୁ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। VHPର ଜାତୀୟ ମୁଖପାତ୍ର ଶଶିଧର ଅଭିଯୋଗ କରିଛନ୍ତି ଯେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କରାଯାଉଛି। ସେ ଭାରତ ସରକାରଙ୍କୁ ହିନ୍ଦୁମାନଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଅନୁରୋଧ କରିବା ସହ ବେଆଇନ ଅନୁପ୍ରବେଶ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ଅନ୍ୟପଟେ ଛାତ୍ର ନେତା ଶରିଫ ଓସମାନ ହାଦିଙ୍କ ସହ ଜଡିତ 'ଇନକିଲାବ ମଞ୍ଚ' ଚେତାବନୀ ଦେଇଛି ଯେ ଯଦି ଏହି ଘଟଣାରେ ନ୍ୟାୟ ନ ମିଳେ, ତେବେ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ସରକାରକୁ ହଟାଇବା ପାଇଁ ଆନ୍ଦୋଳନ କରାଯିବ।

ବାଂଲାଦେଶରେ ନିର୍ବାଚନ ସର୍ଭେ ପାଇଁ ଅସ୍ଥିରତା; ଟାର୍ଗେଟରେ ଭାରତ, ଢାକାରେ ଆମେରିକା ବନାମ ଚୀନ...
ଢାକା: ନିର୍ବାଚନ ପୂର୍ବରୁ ବାଂଲାଦେଶରେ ପୁଣି ହିଂସା ହୋଇଛି।ଏହି  ହିଂସା ପଛରେ ବିଦେଶୀ ଶକ୍ତିଙ୍କ ହାତରେ  ରହିଛି। କାରଣ ବାଂଲାଦେଶ  ଏବେ ପାକିସ୍ତାନ, ଚୀନ୍‌, ଆମେରିକାର ଖେଳ ପଡ଼ିଆ ପାଲଟି ଯାଇଛି। ଆଗକୁ ହେବାକୁ ଥିବା ନିର୍ବାଚନରେ ନିଜ ସମର୍ଥକ ପାର୍ଟିର ପରାଜୟ ଆଶଙ୍କାରେ ଏହି ହିଂସା ଆରମ୍ଭ କରାଯାଇଥିବା କୁହାଯାଉଛି।  ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ  ହସିନାଙ୍କ ପୁଅ  କାମଚଳା ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି। ସେ ଜାଲିଆତି କରି ଚରମପନ୍ଥୀଙ୍କୁ କ୍ଷମତାରେ ବସାଇବାକୁ ଚାହୁଁଛନ୍ତି ଏବଂ ଭାରତ ପ୍ରତି ବିପଦ ସୃଷ୍ଟି କରିଥିବା କହିଛନ୍ତି।

ଭାରତ ବିରୋଧୀ ନେତା ଭାବେ ପରିଚିତ ଇନ୍‌କିଲାବ ମଞ୍ଚର ନେତା ସରିଫ ଓସମାନ ବିନ୍‌ ହାଦିଙ୍କ ହତ୍ୟା ପରେ ରାଜଧାନୀ ଢାକା ସହିତ ଅନ୍ୟ ଅଞ୍ଚଳରେ ନିଆଁ ଲାଗିଛି। ତେବେ ବିକ୍ଷୋଭକାରୀଙ୍କ ଟାେର୍ଗଟରେ ଭାରତ ରହିଛି। ଏହି ହତ୍ୟାକାଣ୍ଡ ପଛରେ ଭାରତର ହାତ ଥିବା ଆନ୍ଦୋଳନକାରୀ ଅଭିଯୋଗ କରୁଛନ୍ତି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଫୈସଲ କରିମ ଭାରତ ପଳାଇଥିବା କୁହାଯାଉଛି। ମାତ୍ର ପୁଲିସ ଏହି ଦାବିକୁ ଖଣ୍ଡନ କରୁଛି।  ହତ୍ୟା ପଛରେ ଭାରତର  ହାତ ଥିବା ନେଇ କୌଣସି ସୂଚନା ନାହିଁ ବୋଲି କୁହାଯାଇଛି। ଭାରତ ମଧ୍ୟ ଅଭିଯୋଗକୁ ଖଣ୍ଡନ କରିଦେଇଛି। ବାଂଲାଦେଶରେ ହିଂସାରେ ଦେଶର କୌଣସି ଭୂମିକା ନାହିଁ ବୋଲି କୁହାଯାଇଛି। ତେବେ ସୀମାରେ କୌଣସି ଅପ୍ରୀତିକର ସ୍ଥିତିକୁ ଏଡ଼ାଇବା ପାଇଁ ଭାରତ ସୁରକ୍ଷାକୁ କଡ଼ାକଡ଼ି କରିଦେଇଛି। ବାଂଲାଦେଶ ସୁରକ୍ଷା ବାହିନୀ ଅନୁଯାୟୀ, ଫୈସଲଙ୍କୁ ହତ୍ୟା କରିବାର ଦିନକ ପୂର୍ବରୁ ଅଭିଯୁକ୍ତ ନିଜ ପ୍ରେମିକାକୁ ରିସୋର୍ଟରେ ଭେଟିଥିଲା। କାଲି କିଛି ବଡ଼ ହେବ, ଯେଉଁଥିରେ ବାଂଲାଦେଶ ଦୋହଲିଯିବ ବୋଲି କହିଥିଲା। ଏହା ସହିତ ସେ ପ୍ରେମିକାକୁ ହାଦିର ଭିଡିଓ ଦେଖାଇ ଥିଲା।

ଅନ୍ୟପଟେ ବାଂଲାଦେଶ ହିଂସାକୁ ନେଇ ବଡ଼ ସୂଚନା ସାମ୍‌ନାକୁ ଆସୁଛି। ଆମେରିକା ମାର୍ଟିନ ଆଇଲ୍ୟାଣ୍ଡ ଚାହୁଁଥିବା ବେଳେ ଚୀନ୍‌ ୱାସିଂଟନକୁ କାଉଣ୍ଟର କରିବା ପାଇଁ ଢାକାକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛି। କିନ୍ତୁ ଫେବୃଆରୀରେ ହେବାକୁ ଥିବା ନିର୍ବାଚନକୁ ନେଇ ହୋଇଥିବା ଅନ୍ତରୀଣ ସର୍ଭେରେ କାହାର ଉଦ୍ଦେଶ୍ୟ ପୂରଣ ହେଉନାହିଁ। କାରଣ ଖାଲେଦା ଜିଆଙ୍କ ବାଂଲାଦେଶ ନେସନାଲ ପାର୍ଟି (ବିଏନ୍‌ପି) ବିଜୟୀ ହେବ ବୋଲି ଜଣାପଡ଼ିଛି। ଏହାକୁ ନେଇ କାମଚଳା ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସଙ୍କ ମଧ୍ୟରେ ଛନକା ପଶିଛି। ଆମେରିକାର କାଠ କଣ୍ଢେଇ ସାଜିଥିବା ୟୁନୁସ ଏହାକୁ ସହ୍ୟ କରିପାରୁ ନାହାନ୍ତି। ଆମେରିକା ସହିତ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଆଇଏସ୍‌ଆଇ ମଧ୍ୟ ବିଏନପି କ୍ଷମତାସୀନ ହେଉ ବୋଲି ଚାହୁଁନି। ଆଇଏସଆଇ ଚରମପନ୍ଥୀ ଜମାତେ  ଇସଲାମୀକୁ ସମର୍ଥନ ଦେଉଛି। ତେବେ ଚୀନ ବିଏନ୍‌ପିକୁ ଲୁଚିଛପି ସମର୍ଥନ କରୁଛି।

ଏବେ ଭାରତ ବାଂଲାଦେଶ ସ୍ଥିତିକୁ ନେଇ ‘ୱେଟ ଆଣ୍ଡ ୱାଚ’ ସ୍ଥିତିରେ ରହିଛି। ସୁରକ୍ଷା ବିଶେଷଜ୍ଞମାନେ ଏବେ ନିରବ ରହିବାକୁ ଭାରତକୁ ପରାମର୍ଶ ଦେଇଛନ୍ତି୤ କିନ୍ତୁ ବାଂଲାଦେଶର ଏହି ସ୍ଥିତି ଭାରତର ସୁରକ୍ଷା ପ୍ରତି ବଡ଼ ବିପଦ ସୃଷ୍ଟି କରିଛି। ବାଂଲାଦେଶ ଆନ୍ଦୋଳନ ଭାରତୀୟ ସୀମାକୁ ବ୍ୟାପିଛି। ଆନ୍ଦୋଳନକାରୀ ସୀମାରେ ପହଞ୍ଚି ଭାରତ ବିରୋଧୀ ସ୍ଲୋଗାନ ଦେଉଛନ୍ତି। ଏହାଦ୍ବାରା ଅନୁପ୍ରବେଶ ବିପଦ ମଧ୍ୟ ରହିଛି। ଗତବର୍ଷ ପଶ୍ଚିମବଙ୍ଗ, ଆସାମ ଆଦିରେ ନିର୍ବାଚନ ହେବାକୁ ଯାଉଛି। ଏହି ସମୟରେ ବାଂଲାଦେଶରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ। ଏପରି ସମୟରେ ସୁରକ୍ଷା ହ୍ରାସ କଲେ ଭାରତ ପ୍ରତି ବିପଦ ବୃଦ୍ଧି ପାଇବ୤ ଭାରତ କରିଥିବା ନିବେଶ ମଧ୍ୟ କ୍ଷତିଗ୍ରସ୍ତ ହେବ। ବାଂଲାଦେଶ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟରେ ଭାରତ ହଜାର ହଜାର କୋଟି ଟଙ୍କା ନିବେଶ କରିଛି୤ ବୟନ ଶିଳ୍ପଠାରୁ ଆରମ୍ଭ କରି ବିଦ୍ୟୁତ ଯୋଗାଣ ଆଦି ଭାରତରୁ ହେଉଛି। ଏଭଳି ସ୍ଥଳେ ବାଂଲାଦେଶରେ ଅସ୍ଥିରତା ରହିଲେ ଭାରତର ନିବେଶ ଡୁବିଯିବ ବୋଲି ଆଶଙ୍କା ରହିଛି। ତେଣୁ ଭାରତ ବାଂଲାଦେଶରେ ସ୍ଥିରତା ଚାହୁଁଛି।

ଅନ୍ୟପଟେ ମହମ୍ମଦ ୟୁନୁସ କ୍ଷମତା ନିଜ ହାତରେ ରଖିବାକୁ ଚାହୁଁଛନ୍ତି। ସେ ଦେଶରେ ଏକଛତ୍ରଶାସନ ଚଳାଇବା ଯୋଜନାରେ ଅଛନ୍ତି। ଭାରତର ବିରୋଧୀ ମହମ୍ମଦ ୟୁନୁସ ଆମେରିକା ଇଙ୍ଗିତରେ କାର୍ଯ୍ୟ କରୁଛନ୍ତି। ଏହି ଦେଶରେ ଆମେରିକାର ଡିପ୍‌ ଷ୍ଟେଟର ମଧ୍ୟ ପ୍ରଭାବ ରହିଛି। ବାଂଲାଦେଶରେ ସ୍ଥିରତା ଆସୁ ବୋଲି ଏହି ଦେଶ ଚାହୁଁନାହିଁ। ସ୍ଥିତିକୁ ଦେଖି ଭାରତ ଚିକେନ ନେକ୍‌ ତଥା ସିଲିଗୁଡ଼ି କରିଡରର ସୁରକ୍ଷାକୁ ବୃଦ୍ଧି କରିଦେଇଛି। ଅଧିକ କମ୍ପାନୀ ସୁରକ୍ଷା ବାହିନୀ ମୁତୟନ କରିଛି। ଚିକେନ ନେକକୁ ସମ୍ପ୍ରସାରଣ କରାଯାଇଛି। ସୀମାରେ ଲଢୁଆ ବିମାନ ଏବଂ ହେଲିକପ୍ଟର ମୁତୟନ କରାଯାଇଛି।

ଉସ୍‌‌ମାନ ହାଦି କିଏ?
ଛାତ୍ରନେତା ଉସ୍‌‌ମାନ ହାଦିଙ୍କ ହତ୍ୟା ନେଇ ବାଂଲାଦେଶରେ ଲଙ୍କାକାଣ୍ଡ ଚାଲିଛି। ହାଦିଙ୍କ ହତ୍ୟାକୁ ବିରୋଧର କରି ସାରା ଦେଶରେ ହିଂସା ସୃଷ୍ଟି ହୋଇଛି। ଏବେ ପ୍ରଶ୍ନ ଉଠୁଛି ଯେ, ହାଦି କିଏ? ଯାହାଙ୍କ ମୃତ୍ୟୁରେ ଏବେ ପଡୋଶୀ ଦେଶ ହିଂସାର ନିଆଁରେ ଜଳି ଉଠିଛି। ହାଦି ଛାତ୍ର ସଂଗଠନ ‘ଇନକିଲାବ ମଞ୍ଚ’ର ଜଣେ ପ୍ରତିଷ୍ଠାତା ନେତା ଥିଲେ। ନିକଟରେ ହୋଇଥିବା ଛାତ୍ର ଆନ୍ଦୋଳନ ଜରିଆରେ ସେ ବାଂଲା ରାଜନୀତିରେ ଜଣେ ଉଦୀୟମାନ ନେତା ଭାବେ ଉଭା ହୋଇଥିଲେ। ସେ ଆଗାମୀ ସାଧାରଣ ନିର୍ବାଚନରେ ଢାକା-୮ ଆସନରୁ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହେବେ ବୋଲି ବାଂଲାଦେଶ ଗଣମାଧ୍ୟମଗୁଡିକ ଖବର ପ୍ରଚାର କରିଥିଲେ। ସେ ଭାରତ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ କଡ଼ା ସମାଲୋଚକ ଭାବେ ପରିଚିତ ଥିଲେ।  ଭାରତର ମାନଚିତ୍ରକୁ ବିକୃତ କରି ବୃହତ୍ତ ବାଂଲାଦେଶ ଚିତ୍ର ଆଙ୍କି ସେ ବିବାଦରେ ଥିଲେ।   ଦେଶର ଅନ୍ତରୀଣ ସରକାରଙ୍କ ଉପଦେଷ୍ଟା ମହମ୍ମଦ ୟୁନୁସ ମଧ୍ୟ ହାଦିଙ୍କୁ ପସନ୍ଦ କରୁଥିଲେ ବୋଲି କୁହାଯାଉଛି।

ତାଙ୍କ ପୂରା ନାମ ହେଉଛି ସରିଫ ଉସମାନ ବିନ୍‌‌ ହାଦି। ସେ ୧୯୯୩ ଜୁନ୍‌‌ ୩୦ରେ ଝାଲାକାଠି ଜିଲ୍ଳାର ନାଲଚିଟିରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଜଣେ ମାଦ୍ରାସା ଶିକ୍ଷକ ଓ ଇମାମ ଭାବେ ପରିଚିତ। ସେ ଢାକା ବିଶ୍ୱବିଦ୍ୟାଳୟରୁ ପାସ୍‌‌ କରି ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରୁଥିଲେ। ଜାତୀୟ ରାଜନୀତିରେ ସେ ନୂଆ ସମ୍ଭାବନା ସୃଷ୍ଟି କରିବାକୁ ଯାଉଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ଅଶାନ୍ତ ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ନିର୍ମମ ହତ୍ୟା; ପିଟିପିଟି ମାରିଦେବା ପରେ ଗଛରେ ଟାଙ୍ଗି ନିଆଁ ଲଗାଇ ଦେଲେ
ନୂଆଦିଲ୍ଲୀ: ଜଳୁଛି ବାଂଲାଦେଶ । ବାଂଲାଦେଶର ପୁଣି ତେଜିଲା ହିଂସାକାଣ୍ଡ। ଯୁବନେତା ଶରିଫ ଉସମାନ ହାଦିଙ୍କ ମୃତ୍ୟୁ ନେଇ ଜଳୁଛି ବାଂଲାଦେଶର ରାଜଧାନୀ ଢାକା। ଢାକା ସମେତ ଅନେକ ସହରରେ ପୋଡ଼ାଜଳା, ଭଙ୍ଗାରୁଜା ଏବଂ ଆକ୍ରମଣ କରିଛନ୍ତି ପ୍ରଦର୍ଶନକାରୀ । ପୂର୍ବ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୋଧୀ ଉସମାନ ହାତୀଙ୍କ ହତ୍ୟା ପରେ ଜଳୁଛି ଭାରତର ପଡ଼ୋଶୀ ଦେଶ ବାଂଲାଦେଶ । ଏହାରି ମଧ୍ୟରେ ବାଂଲାଦେଶର ମୈମନସିଂ ଜିଲ୍ଲାରେ  ଜଣେ ହିନ୍ଦୁ ଯୁବକକୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଛି  । ପ୍ରଥମେ ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । ଏହାପରେ ମୃତଦେହକୁ ଗଛରେ ଟଙ୍କି ନିଆଁ ଲଗାଇ ଦେଇଛନ୍ତି ପ୍ରଦର୍ଶନକାରୀ । ୩୦ ବର୍ଷୀୟ ଦୀପୁ ଚନ୍ଦ୍ର ଦାସ ନାମକ ଜଣେ ହିନ୍ଦୁ ଯୁବକଙ୍କୁ  ପିଟି ପିଟି ହତ୍ୟା କରିଯାଇଛି ।​​​​​​​ ଘଟଣାକୁ ନିନ୍ଦା କରିବା ସହିତ ଉସମାନ ହାଦୀକୁ ସମ୍ମାନ କର ହିଂସା ନୁହେଁ ବୋଲି କହିଛନ୍ତି ବାଂଲାଦେଶ ଅନ୍ତରୀଣ ସରକାର ।

ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ଉପଦେଷ୍ଟା ମହମ୍ମଦ ୟୁନୁସ୍ ହିନ୍ଦୁ ବ୍ୟକ୍ତିଙ୍କୁ ହତ୍ୟା କରାଯିବା ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି। ଯୁବ ନେତା ଓସମାନ ହାଦିଙ୍କ ମୃତ୍ୟୁ ପରେ ଦେଶରେ ଦେଖାଦେଇଥିବା ଅଶାନ୍ତି ମଧ୍ୟରେ ଏହି ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ପ୍ରଶାସନ ପକ୍ଷରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି ଯେ, "ମୈମନସିଂହରେ ଯେଉଁଭଳି ଭାବରେ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି, ତାହା ଅତ୍ୟନ୍ତ ନିନ୍ଦନୀୟ। ନୂତନ ବାଂଲାଦେଶରେ ଏଭଳି ହିଂସାର କୌଣସି ସ୍ଥାନ ନାହିଁ। ଏହି ବର୍ବର ଅପରାଧରେ ସମ୍ପୃକ୍ତ କାହାରିକୁ ମଧ୍ୟ ଛଡ଼ାଯିବ ନାହିଁ।"

ୟୁନୁସ୍ ଦେଶବାସୀଙ୍କୁ ଶାନ୍ତି ଓ ସଂଯମ ରକ୍ଷା କରିବାକୁ ଅନୁରୋଧ କରି କହିଛନ୍ତି, "ଆଇନ ଶୃଙ୍ଖଳା ରକ୍ଷାକାରୀ ସଂସ୍ଥାକୁ ନିରପେକ୍ଷ ଭାବରେ ତଦନ୍ତ କରିବାକୁ ସୁଯୋଗ ଦିଅନ୍ତୁ। ରାଜ୍ୟ ଆଇନର ଶାସନ ପ୍ରତିଷ୍ଠା ପାଇଁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ।"

କ'ଣ ପାଇଁ ବାଂଲାଦେଶ ଏପରି ହିଂସା
ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ କ୍ଷମତା ବିରୋଧରେ ଆନ୍ଦୋଳନରେ ପ୍ରମୁଖ ଭୂମିକା ତୁଲାଇଥିଲେ ଉସମାନ୍ ହାଦୀ । ୨୦୨୪ ଜୁଲାଇ- ଅଗଷ୍ଟ ବିଦ୍ରୋହରେ ପ୍ରମୁଖ ଭୂମିକା ତୁଲାଇଥିଲା ଉସମାନ୍ ହାଦୀ । ଯାହା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ଆବାମୀ ଲିଗ୍ ସରକାରଙ୍କ ପତନ କରାଇଥିଲା ।ଏହା ସହିତ ଭାରତ ବିରୋଧୀ ନାରାବାଜି ଦେଇଥିବା ଉସମାନ୍‌ ହାଦୀଙ୍କର ମୃତ୍ୟୁ ପରେ ଅଶାନ୍ତ ହୋଇଛି ବାଂଲାଦେଶ ।  ସିଙ୍ଗାପୁରରେ ଇନକିଲାବ୍ ମଞ୍ଚର ସଂଯୋଜକ ଶରିଫଙ୍କ ମୃତ୍ୟୁ ପରେ ଗୁରୁବାର ରାତିରୁ ଢାକାରେ ନିଆଁ ଜଳୁଛି । ବିରୋଧ ପ୍ରଦର୍ଶନ ସହିତ ହିଂସା ଦେଖିବାକୁ ମିଳିଛି ।

ବାଂଲାଦେଶରେ ପୁଣି ହିଂସା: ସରିଫ ଉସ୍ମାନ ହାଦିଙ୍କ ମୃତ୍ୟୁ ପରେ ରଣକ୍ଷେତ୍ର ପାଲଟିଛି ବାଂଲାଦେଶ, ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି
ନୂଆଦିଲ୍ଲୀ: ବାଂଲାଦେଶରେ ପୁଣି ହିଂସା । ସରିଫ ଉସ୍ମାନ ହାଦିଙ୍କ ମୃତ୍ୟୁ ପରେ ରଣକ୍ଷେତ୍ର ପାଲଟିଛି ବାଂଲାଦେଶ । ପୂର୍ବତନ ପ୍ରଧାନମନ୍ତ୍ରୀ ସେଖ ହସିନା ବିରୋଧୀ ଆନ୍ଦୋଳନର ମୁଖ୍ୟ ଶରିଫ ଉସମାନ୍ ହାଦିଙ୍କ ମୃତ୍ୟୁ ପରେ ଅଶାନ୍ତ ହୋଇଯାଇଛି ବାଂଲାଦେଶ । ସିଙ୍ଗାପୁରରେ ଇନକିଲାବ୍ ମଞ୍ଚର ସଂଯୋଜକ ଶରିଫଙ୍କ ମୃତ୍ୟୁ ପରେ ଗୁରୁବାର ରାତ୍ରରେ ଢାକାରେ ନିଆଁ ଜଳିଛି । ବାଂଲାଦେଶରେ ହିଂସା ଘଟି ଅନେକ ସ୍ଥାନରେ ପୋଡ଼ାଜଳା ସହିତ ପଥରମାଡ଼ ହୋଇଛି । ଚଟଗାଓଁରେ ଭାରତୀୟ ହାଇକମିଶନ ବାହାରେ ହିଂସା ଯୋଗୁଁ ୨ ପୋଲିସ କର୍ମୀଙ୍କ ସମେତ ୨ ଜଣ ଆହତ ହୋଇଛନ୍ତି । ଘଟଣାରେ ଜଣେ ସାମ୍ବାଦିକକୁ ଗୁଳି କରି ହତ୍ୟା କରାଯାଇଛି ।

ବାଂଲାଦେଶ ହିଂସାକୁ ନେଇ ଭାରତୀୟ ହାଇକମିଶନ ଏକ ନୋଟିସ ଜାରି କରିଛି । ବାଂଲାଦେଶରେ ରହୁଥିବା ଭାରତୀୟ ସମୁଦାୟ ସଦସ୍ୟ ଏବଂ ଭାରତୀୟ ଛାତ୍ରଙ୍କୁ ଯାତ୍ରା ନ କରିବାକୁ ଅପିଲ କରିଛି ।

ଗତ ୧୨ ଡିସେମ୍ବରରେ ଦାହିଙ୍କ ଉପରେ ଢାକାରେ ଗୁଳିମାଡ଼ ହୋଇଥିଲା । ହାଦିଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗତକାଲିଠୁ ସାରା ବାଂଲାଦେଶରେ ହିଂସାତ୍ମକ ପ୍ରଦର୍ଶନ ଦେଖିବାକୁ ମିଳିଛି । ପ୍ରଦର୍ଶନକାରୀମାନେ ଢାକା ବିଶ୍ୱବିଦ୍ୟାଳୟ ଓ ଶାହାବାଗ୍ ଅଞ୍ଚଳରେ ହଜାର ହଜାର ସଂଖ୍ୟାରେ ଏକାଠି ହୋଇ ହଙ୍ଗାମା କରିଛନ୍ତି । ପ୍ରଦର୍ଶନକାରୀ ଭାରତୀୟ ପ୍ରତିଷ୍ଠାନକୁ ଟାର୍ଗେଟ କରିଛନ୍ତି । ଭାରତ ବିରୋଧୀ ନାରା ଦେବା ସହ ଚଟଗାଓଁରେ ଥିବା ଭାରତୀୟ ହାଇକମିଶନଙ୍କ କାର୍ଯ୍ୟାଳୟ ଉପରକୁ ଢେଲାମାଡ଼ କରିଛନ୍ତି ପ୍ରଦର୍ଶନକାରୀ । ଓସମାନଙ୍କ କିଲର ଭାରତରେ ଲୁଚିଥିବା ବାଂଲାଦେଶର ଅଭିଯୋଗ । ସୁରକ୍ଷା ଦୃଷ୍ଟିରୁ ବନ୍ଦ ରହିଛି ୨ଟି ଭିସା ଆବେଦନ କେନ୍ଦ୍ର ।

ଅସ୍ଥିର ବାଂଲାଦେଶ: ସଙ୍କଟରେ ଭାରତର ବାଣିଜ୍ୟ କାରବାର, ଚିନ୍ତାରେ ରପ୍ତାନିକାରୀ
ନୂଆଦିଲ୍ଲୀ: ବାଂଲାଦେଶରେ ସୃଷ୍ଟି ହୋଇଥିବା ଅସ୍ଥିରତା ଏବେ ଭାରତର ବାଣିଜ୍ୟ କାରବାର ପ୍ରତି ବଡ଼ ସଙ୍କଟ ସୃଷ୍ଟି କରିଛି। କାରଣ ଦକ୍ଷିଣ ଏସିଆରେ ଭାରତ ହେଉଛି ବାଂଲାଦେଶର ବୃହତ୍ ବାଣିଜ୍ୟିକ ସହଯୋଗୀ। ଏସିଆ ମହାଦେଶରେ ଭାରତ ହେଉଛି ବାଂଲାଦେଶର ଦ୍ୱିତୀୟ ବୃହତ୍ତମ ବ୍ୟବସାୟିକ ଭାଗିଦାର। ଭାରତ-ବାଲାଂଦେଶ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ୧୨.୯ ବିଲିୟନ୍ ଡଲାର। ରପ୍ତାନି ଦୃଷ୍ଟିରୁ ବାଂଲାଦେଶ ଭାରତର ୮ମ ରପ୍ତାନୀ ସହଯୋଗୀ। ବାଲାଂଦେଶକୁ ଭାରତର ରପ୍ତାନି ୯.୫ ବିଲିୟନ୍ ଡଲାର ରହିଛି। ଏହାଛଡା ଭାରତ ବାଂଲାଦେଶକୁ କପା, ଯନ୍ତ୍ରପାତି, ଅଟୋ ମୋବାଇଲ ଏବଂ ଖାଦ୍ୟ ପଦାର୍ଥ ସମେତ ବିଭିନ୍ନ ସାମଗ୍ରୀ ରପ୍ତାନି କରୁଥିବାବେଳେ ଝୋଟ ଏବଂ ମାଛ ଭଳି ସାମଗ୍ରୀ ଆମଦାନୀ କରିଥାଏ। ପଡୋଶୀ ଦେଶରେ ଏହି ଅସ୍ଥିରତା ବ୍ୟାବସାୟିକ କାରବାର ଦୃଷ୍ଟିରୁ ଭାରତ ପାଇଁ ଶୁଭଙ୍କର ନୁହେଁ।

ବାଂଲାଦେଶରେ ଏଭଳି ସ୍ଥିତି ଯୋଗୁ ଭାରତର ବାଣିଜ୍ୟ କାରବାର ଏବେ ସଙ୍କଟରେ ପଡିଛି। ବିଶେଷକରି ଭାରତର ସୁନା କାରବାର ଗୁରୁତର ଭାେବ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ଅପରପକ୍ଷେ ବର୍ତ୍ତମାନର ପରିସ୍ଥିତିରେ ବାଂଲାଦେଶର ତିସ୍ତା ନଦୀ ଜଳ ପ୍ରକଳ୍ପରେ ଚାଇନା ଏହି ସୁଯୋଗର ଫାଇଦା ନେବାକୁ ଚେଷ୍ଟା କରିବ। କାରଣ ବାଲାଂଦେଶ ରାଷ୍ଟ୍ରପତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳର ନେତ୍ରୀ ଖଲିଦା ଜିଆଙ୍କ ଜେଲ୍ରୁ ମୁକ୍ତ କରିଛନ୍ତି। ଖଲିଦା ହେଉଛନ୍ତି ବାଲାଂଦେଶ ନ୍ୟାସନାଲ ପାର୍ଟି(ବିଏନ୍ପି)ର ଅଧ୍ୟକ୍ଷା। ଅପରପକ୍ଷେ ଶେଖ୍ ହସିନାଙ୍କ ଦଳ ଭାରତକୁ ସମର୍ଥନ କରୁଥିବାବେଳେ ଖଲିଦାଙ୍କ ଦଳ ଏବେ ଭାରତ ପ୍ରତି ସେହି ସମର୍ଥନ ଜାରି ରଖିବା ସମ୍ଭାବନା କମ୍। ଅପରପକ୍ଷେ ୧ ବିଲିୟନ୍ ଡଲାରର ତିସ୍ତା ନଦୀ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ଚାଇନା ପ୍ରସ୍ତୁତ ରହିଛି କିନ୍ତୁ ବାଲାଂଦେଶ ଚାହୁଁଛି ଭାରତ ଏହି ପ୍ରକଳ୍ପ ନିର୍ମାଣ କରୁ, ଯାହା ହସିନା କହିଥିଲେ। ହେଲେ ବର୍ତ୍ତମାନ ଦେଶରେ ଯାହା ସ୍ଥିତି ସେ କ୍ଷେତ୍ରରେ ଚାଇନା ଏହି ସୁଯୋଗର ଫାଇଦା ନେଇ ପ୍ରକଳ୍ପ ହାତେଇବାକୁ ଚେଷ୍ଟା କରିବ।

ଏଠାରେ ସୂଚନାଯୋଗ୍ୟ ଯେ, ବ୍ରାଜିଲ ପରେ ଭାରତ ହେଉଛି ବାଂଲାଦେଶକୁ ଦ୍ୱିତୀୟ ବୃହତ୍ତମ କପା ଯୋଗାଣକାରୀ। ବିଗତ ଏକ ଦଶନ୍ଧି ମଧ୍ୟରେ ଭାରତୀୟ ବୟନଶିଳ୍ପ କମ୍ପାନୀଗୁଡିକ ବାଂଲାଦେଶ ବଜାରର ସମ୍ପୂର୍ଣ୍ଣ ବ୍ୟବହାର କରିଛନ୍ତି; କିନ୍ତୁ ବର୍ତ୍ତମାନର ସ୍ଥିତି ଏହି ଆଶାକୁ ମଉଳାଇ ଦେଇଛି। ଗତ ମାସରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତ ଗସ୍ତରେ ଆସିଥିଲେ। ସେ ସମୟରେ କେତେକ ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର କରିଥିଲେ। ସେଥିରେ କେବଳ ପ୍ରତିରକ୍ଷା କ୍ଷେତ୍ରରେ ୧୦ଟି ଏମ୍ଓୟୁ ରହିଥିଲା। ଏହି ଏମ୍ଓୟୁଗୁଡିକ ବ୍ଲୁ ଇକୋନୋମି ଏବଂ ସାମୁଦ୍ରିକ କ୍ଷେତ୍ରରେ ସହଯୋଗ, ସାମୁଦ୍ରିକ କ୍ଷେତ୍ରରେ ଯୁଗ୍ମ ଗବେଷଣା, ସଷ୍ଟେନେବଲ ଡେଭଲପମେଣ୍ଟ ପାଇଁ ସବୁଜ ସହଯୋଗିତା,ମହାକାଶ ଟେକ୍ନୋଲୋଜି ବିପର୍ଯ୍ୟୟ ପ୍ରଶମନ ଏବଂ ପ୍ରତିରକ୍ଷା ଆଦି କ୍ଷେତ୍ରରେ ସ୍ବାକ୍ଷର କରାଯାଇଥିଲା। ଉଭୟ ଦେଶ ଭିତ୍ତିଭୂମି, ସୁଯୋଗ ଏବଂ ଶକ୍ତି କ୍ଷେତ୍ରରେ ପରସ୍ପରର ସହଯୋଗିତା ବଢ଼ାଇବାକୁ ସମ୍ମତି ରଖିଛନ୍ତି। ଏବେ ବାଲାଂଦେଶରେ ଦେଖାଦେଇଥିବା ସ୍ଥିତି ଏହି ପ୍ରସ୍ତାବିତ ପ୍ରକଳ୍ପଗୁଡିକୁ ଆଶଙ୍କା ମଧ୍ୟକୁ ଠେଲିଦେଇଛି।

ଘରୋଇ ରପ୍ତାନିକାରୀମାନେ ସୋମବାର ବାଂଲାଦେଶରେ ହୋଇଥିବା ସଙ୍କଟକୁ ନେଇ ଉଦ୍ବେଗ ପ୍ରକାଶ କରି କହିଛନ୍ତି ଯେ ଏହି ଘଟଣା ଦ୍ୱିପାକ୍ଷିକ ବାଣିଜ୍ୟ ଉପରେ ପ୍ରଭାବ ପକାଇବ। ରପ୍ତାନିକାରୀମାନେ ଆଶା କରୁଛନ୍ତି ଯେ ପରିସ୍ଥିତି ଶୀଘ୍ର ସ୍ୱାଭାବିକ ହୋଇପାରେ। ରପ୍ତାନିକାରୀଙ୍କ ଅନୁଯାୟୀ, ବୈଦେଶିକ ମୁଦ୍ରା ଅଭାବ ହେତୁ ସେମାନେ ବାଂଲାଦେଶକୁ ରପ୍ତାନିରେ ବାଧାର ସମ୍ମୁଖୀନ ହେଉଛନ୍ତି। ଅପରପକ୍ଷେ ଭାରତୀୟ ରପ୍ତାନିକାରୀ ସଂଗଠନ (ଏଫ୍ଆଇଇଓ) ମହାନିର୍ଦ୍ଦେଶକ ଅଜୟ ସାହା କହିଛନ୍ତି, ବାଂଲାଦେଶରେ ସଙ୍କଟ ହେତୁ ଆମେ କିଛି ବ୍ୟାଘାତର ସମ୍ମୁଖୀନ ହେଉଛୁ, କିନ୍ତୁ ଆଶା କରୁଛୁ ଯେ ପରିସ୍ଥିତି ଶୀଘ୍ର ସମାଧାନ ହେବ ଏବଂ ବାଣିଜ୍ୟ ନେଇ କୌଣସି ସମସ୍ୟା ରହିବନାହିଁ।

ପୁଣି ଅଶାନ୍ତ ବାଂଲାଦେଶ, ହିଂସାକାଣ୍ଡରେ ୫୦ରୁ ଉର୍ଦ୍ଧ୍ବ ମୃତ; ସାରା ଦେଶରେ କର୍ଫ୍ୟୁ ଜାରି
ନୂଆଦିଲ୍ଲୀ: ପୁଣିଥରେ ଅଶାନ୍ତ ହୋଇଛି ବାଂଲାଦେଶ। ଦେଶର ରାଜଧାନୀ ଢାକା ସମେତ ବିଭିନ୍ନ ସ୍ଥାନରେ ଆଜି ବ୍ୟାପକ ହିଂସାକାଣ୍ଡ ଘଟିଛି। ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବିରେ ଏକାଧିକ ଛାତ୍ର ସଂଗଠନ ଓ ସାଧାରଣ ଲୋକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଆନ୍ଦୋଳନକାରୀ ଏବଂ ପୋଲିସଙ୍କ ମଧ୍ୟରେ ସଂଘର୍ଷ ଘଟି ବର୍ତ୍ତମାନ ସୁଦ୍ଧା ୫୦ରୁ ଉର୍ଦ୍ଧ୍ବ ଲୋକ ମୃତ୍ୟୁବରଣ କରିଥିବାବେଳେ ଶତାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି ।

ବିକ୍ଷୋକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସ୍‌ ଲୁହ ବୁହା ଗ୍ୟାସ ଓ ଷ୍ଟନ ଗ୍ରେନେଡ ମାଡ଼ କରିଛି। ତଥାପି ଆନ୍ଦୋଳନକାରୀ ବିଭିନ୍ନ ସ୍ଥାନରେ ପୋଡ଼ା ଜଳା କରି ପ୍ରଧାନମନ୍ତ୍ରୀ ହସିନାରଙ୍କ ଇସ୍ତଫା ଦାବିରେ ଅଟଳ ରହିଛନ୍ତି। ହିଂସାତ୍ମକ ପ୍ରଦର୍ଶନ ଯୋଗୁଁ ସ୍ଥିତି ଅଣାୟାତ୍ତ ହେଉଥିବାରୁ ସରକାର ଦେଶବ୍ୟାପୀ ଆଜି ସନ୍ଧ୍ୟା ୬ଟାରୁ କର୍ଫ୍ୟୁ ଲାଗୁ କରିଛନ୍ତି। ବାଂଲାଦେଶ ସ୍ଥିତି ବେକାବୁ ହେଉଥିବାରୁ ସେଠାରେ ଥିବା ଭାରତୀୟଙ୍କୁ ସତର୍କ ରହିବାକୁ ନୂଆଦିଲ୍ଲୀ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ଗତମାସରେ ଚାକିରୀ ସଂରକ୍ଷଣକୁ ବିରୋଧ କରି ସରକାରଙ୍କ ବିରୋଧରେ ଆନ୍ଦୋଳନ ଯୋଗୁଁ ବାଂଲାଦେଶରେ ପ୍ରବଳ ହିଂସାକାଣ୍ଡ ଘଟିଥିଲା। ଏଥିରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଏଥିସହ ବିକ୍ଷୋଭକରି ଅନେକ ଗିରଫ ହୋଇଛନ୍ତି। ସେମାନଙ୍କୁ ଜେଲରୁ ମୁକ୍ତ କରିବା ହିଁ ବିକ୍ଷୋଭକାରୀଙ୍କ ପ୍ରମୁଖ ଦାବି ରହିଛି। ସେମାନଙ୍କୁ ମୁକ୍ତ କରାଯିବାକୁ ପ୍ରଧାନମନ୍ତ୍ରୀ ହସିନ ନିଷ୍ପତ୍ତି ନେଇ ସାରିଥିବା ହାସିନଙ୍କ ଦଳ ପକ୍ଷରୁ କୁହାଯାଇଛି। କିନ୍ତୁ ବିକ୍ଷୋଭକାରୀ ୨୦୦ ଲୋକଙ୍କ ମୃତ୍ୟୁ ପାଇଁ କିଏ ଉତ୍ତରଦାୟୀ ରହିବ ବୋଲି ପ୍ରଶ୍ନ କରାଯାଇଛି। ଏଥିସହ ହସିନା ଇସ୍ତଫା ଦିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି।

ବାଂଲାଦେଶରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ଅଣାୟତ୍ତ, ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ
ଢାକା: ବାଂଲାଦେଶରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ଏବେ ବି ତୀବ୍ର ରହିଛି। ଏଠାକାର ମୋଟ ୬୪ ଜିଲ୍ଲା ମଧ୍ୟରୁ ୪୭ ଜିଲ୍ଲା ସମ୍ପୂର୍ଣ୍ଣ ଦଙ୍ଗା କବଳିତ ହୋଇପଡ଼ିବା ସହିତ ଶନିବାର ସୁଦ୍ଧା ୧୧୫ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୧୫୦୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ବାଂଲାଦେଶ ସରକାରଙ୍କୁ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଥିଲେ ମଧ୍ୟ ଅନେକ ସ୍ଥାନରେ ଦଙ୍ଗା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ବିକ୍ଷୋଭକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏଠାକାର ସ୍ଥିତିକୁ ନେଇ ବହୁ ଭାରତୀୟ ନାଗରିକ ସ୍ବଦେଶ ଫେରି ଆସିଛନ୍ତି। ସେମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ରଛାତ୍ରୀ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦୦୦ ଭାରତୀୟ ନାଗରିକ ସ୍ଥଳପଥ ଏବଂ ବିମାନ ଯୋଗେ ଭାରତ ଫେରିଆସିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଆନ୍ତର୍ଜାତିକ ସୀମା ପାର୍‌ କରି ସ୍ଥଳପଥରେ କେବଳ ୭୭୮ ଛାତ୍ରଛାତ୍ରୀ ଭାରତ ଫେରିଥିବା କୁହାଯାଇଛି। ସେହିପରି ନେପାଳ ଏବଂ ଭୁଟ୍ଟାନ ସୀମା ଦେଇ ଭାରତ ଫେରୁଥିବା ଛାତ୍ରଛାତ୍ରୀଙ୍କୁ ସହଯୋଗ କରିବାକୁ ଉଭୟ ଦେଶକୁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏବେ ମଧ୍ୟ ବାଂଳାଦେଶରେ ଆହୁରି ୪ ହଜାରରୁ ଅଧିକ ଛାତ୍ରଛାତ୍ରୀ ରହିଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ଢାକାସ୍ଥିତ ଭାରତୀୟ ରାଷ୍ଟ୍ରଦୂତ କାର୍ଯ୍ୟାଳୟ ବ୍ୟତୀତ ଚିଟ୍ଟାଗଙ୍ଗ,ଖୁଲନା, ରାଜଶାହୀ ଏବଂ ସିଲେଟ୍‌ସ୍ଥିତ ଭାରତୀୟ ଉପାୟୁକ୍ତଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ବାଂଲାଦେଶରେ ୮୫୦୦ ଛାତ୍ରଛାତ୍ରୀଙ୍କ ସମେତ ପ୍ରାୟ ୧୫୦୦୦ ଭାରତୀୟ ରହିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ସବୁ ଭାରତୀୟ ସୁରକ୍ଷିତ ରହିଛନ୍ତି ବୋଲି ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ କରାଯାଇଥିବା ଏକ ବିବୃତିରେ କୁହାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ୧୯୭୧ରେ ବାଂଲାଦେଶ ମୁକ୍ତି ସଂଗ୍ରାମରେ ଯେଉଁ ଯୋଦ୍ଧାମାନେ ଲଢି ପ୍ରାଣବଳି ଦେଇଥିଲେ ସେମାନଙ୍କ ପରିବାର କିମ୍ବା ଜ୍ଞାତି କୁଟୁମ୍ବଙ୍କ ପାଇଁ ସରକାରୀ ନିଯୁକ୍ତିରେ ୩୦ ପ୍ରତିଶତ ସଂରକ୍ଷଣ ଦେବାକୁ ବ୍ୟବସ୍ଥା ରହିଛି। କିନ୍ତୁ ଏହାକୁ ଏବେ ଏଠାକାର ଛାତ୍ରଛାତ୍ରୀ ବିରୋଧ କରୁଛନ୍ତି। ଏଭଳି ସ୍ଥିତିରେ ବିକ୍ଷୋଭକାରୀଙ୍କୁ ପ୍ରଧାନମନ୍ତ୍ରୀ ଶେଖ ହସିନା ‘ରଜାକାର୍‌’ ବୋଲି ଅଭିହିତ କରିବା ପରେ ଆନ୍ଦୋଳନକାରୀ ଆହୁରି ହିଂସାମୁଖୀ ହୋଇପଡ଼ିଛନ୍ତି।