Budget Seassion - The Sakala

୫ଟି କାର୍ଯ୍ୟଦିବସ ପୂର୍ବରୁ ସରିଲା ବଜେଟ ଅଧିବେଶନ, ସରକାରୀ ବିଶ୍ୱବିଦ୍ୟାଳୟ ଶିକ୍ଷକ କ୍ୟାଡର ସଂରକ୍ଷଣ ବିଲ୍‌ ଗୃହୀତ
ଭୁବନେଶ୍ୱର: ମଙ୍ଗଳବାର ମଧ୍ୟରାତ୍ରିରେ ଶେଷ ହୋଇଛି ବିଧାନସଭାର ବଜେଟ୍‌ ଅଧିବେଶନ । ନିର୍ଦ୍ଧାରିତ ୫ଟିି କାର୍ଯ୍ୟ ଦିବସ ପୂର୍ବରୁ ବାଚସ୍ପତି ସୁରମା ପାଢୀ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ଶେଷ ଦିନରେ ଦୀର୍ଘ ତର୍କବିତର୍କ ପରେ ଓଡ଼ିଶାର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଶିକ୍ଷକ (କ୍ୟାଡର ସଂରକ୍ଷଣ) ବିଧେୟକ-୨୦୨୬ ପାରିତ ହୋଇଛି। ଅନୁରୂପ ଭାବରେ ମନ୍ତ୍ରୀ, ବାଚସ୍ପତି, ଉପବାଚସ୍ପତି, ବିଧାୟକଙ୍କ ଦରମା ଓ ଭତ୍ତା, ପୂର୍ବତନ ବିଧାୟକମାନଙ୍କ ପେନସନ ବୃଦ୍ଧି ସଂକ୍ରାନ୍ତ  ୪ଟି ବିଲକୁ ସରକାର ପ୍ରତ୍ୟାହାର କରିନେଇଛନ୍ତି।

ମଙ୍ଗଳବାର ବ୍ୟୟ ମଞ୍ଜୁରୀ ବିଲ୍‌ ପାରିତ ପରେ  ଗୃହରେ ଉପସ୍ଥାପିତ ହୋଇଥିବା ଓଡ଼ିଶାର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଶିକ୍ଷକ (କ୍ୟାଡର ସଂରକ୍ଷଣ) ବିଧେୟକ-୨୦୨୬ ଉପରେ ଦୀର୍ଘ ଆଲୋଚନା ଆରମ୍ଭ ହୋଇଥିଲା। ରାତି ପ୍ରାୟ ସାଢେ ୧୨ ପର୍ଯ୍ୟନ୍ତ ଏହି ବିଲ୍‌ ଉପରେ ସରଗରମ ଆଲୋଚନା ହୋଇଥିଲା। ଉଭୟ ଶାସକ ଓ ବିରୋଧୀ ସଦସ୍ୟମାନେ ଏହି ବିଲ୍‌ ଉପରେ ଆଲୋଚନା କରିବା ପରେ ଧ୍ୱନୀମତରେ ଗୃହର ଅନୁମୋଦନ ଲାଭ କରିଛି। ଏହାପରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି।

ବିଧାନସଭାର ବଜେଟ ଅଧିବେଶନ ପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ବଜେଟ ଅଧିବେଶନ । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୋଲିସ କମିଶନର୍ ଏସ୍ ଦେବଦତ୍ତ ସିଂ ଏ ନେଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ଅଧିବେଶନ ସମୟରେ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା ରହିବ। ଏଥିପାଇଁ ୩୪ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଷ୍ଟ୍ରାଇକିଂ ଫୋର୍ସ, ଏସ୍‌ଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍ପାଇ‌ଡ୍ ଓ ଅଗ୍ନିଶମ ବିଭାଗ ମଧ୍ୟ ଦାୟିତ୍ଵରେ ରହିବେ । ଡିସିପି ସୁରକ୍ଷା ତଦାରଖ ଦାୟିତ୍ବରେ ଥିବା ବେଳେ ତାଙ୍କ ଅଧୀନରେ ୮ ଜଣ ଅତିରିକ୍ତ ଡିସିପି, ୨୪ ଜଣ ଏସିପି, ୨୭ ଜଣ ଇନ୍ସପେକ୍ଟର, ୧୧୦ ଜଣ ଏସଆଇ ଓ ଏଏସଆଇ ଦାୟିତ୍ୱରେ ରହିବେ ।

ସେହିପରି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ବିଭିନ୍ନ ସ୍ଥାନରେ ସିଟିଟିଭି ଖଞ୍ଜା ଯାଇଛି । ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ୍ ରୁମ୍ ମଧ୍ୟ ଖୋଲାଯାଇଛି । କଣ୍ଟ୍ରୋଲ୍‌ରୁମ୍‌ରେ ପ୍ରତିଟି ଦିଗ ଉପରେ ନଜର ରଖାଯାଇ ସ୍ଥିତି ନିୟନ୍ତ୍ରଣ କରାଯିବ । ଅଧିବେଶନ ଆରମ୍ଭ ପୂର୍ବରୁ ଏବେଠାରୁ ବିଧାନସଭା ଓ ଆଖପାଖ ଅଞ୍ଚଳକୁ ପୋଲିସ ଛାଉଣି କରାଯିବା ସହ ବ୍ୟାରିକେଡିଂ କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରହିବ ବିଧାନସଭା ।  ଲୋୟର ପିଏମଜି ରେ ୧୪୪ ଧାରା ଜାରି କରାଯିବ । ସିସିଟିଭି ସରଭେଲାନସ ଦ୍ବାରା ବିଧାନସଭା ଓ ତାକୁ ଲାଗି ରହିଥିବା ସଂଲଗ୍ନ ସ୍ଥାନଗୁଡିକୁ ରଖାଯିବ । ଏହା ସହିତ ସମ୍ପୁର୍ଣ୍ଣ ପୋଲିସ୍ ପ୍ରଶାସନର କଡ଼ା ନଜରରେ ରହିବ ବିଧାନସଭା।

ଆଜିଠାରୁ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ: ସରକାରଙ୍କୁ ଅଠାକାଠିରେ ଛନ୍ଦିବାକୁ ବିରୋଧୀ ପ୍ରସ୍ତୁତ
ଭୁବନେଶ୍ୱର: ପ୍ରଥମଥର ପାଇଁ ରାଜ୍ୟରେ ସରକାର ଗଠନ କରିଥିବା ବିଜେପି ସରକାର ଆଜିଠାରୁ ବିଧାନସଭାରେ ଦେେବ ଅସଲ ପରୀକ୍ଷା । ବଜେଟ୍‌‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ସରକାରଙ୍କୁ ଅଠାକାଠିରେ ଛନ୍ଦିବାକୁ ପ୍ରସ୍ତୁତ ହୋଇଛନ୍ତି ବିରୋଧୀ। ଉଭୟ ବିଜେଡି ଓ କଂଗ୍ରେସ ଭିନ୍ନଭିନ୍ନ ପ୍ରସଙ୍ଗରେ ସରକାରଙ୍କଠାରୁ ଜବାବ ତଲବ କରିବାକୁ ଯୋଜନା କରିଛନ୍ତି। ସମ୍ପ୍ରତି ରାଜ୍ୟରେ ସୃଷ୍ଟି ହୋଇଥିବା ଆଳୁ ସମସ୍ୟା ସାଙ୍ଗକୁ ପିଆଜ, ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି, ଭତ୍ତା ପ୍ରତାରଣା, ସୁଭଦ୍ରା ଯୋଜନାରେ ଚଞ୍ଚକତାକୁ ନେଇ ସରକାରଙ୍କୁ ବିରୋଧୀ ଘେରିବାକୁ ଯୋଜନା କରିଛନ୍ତି। ପୁନଶ୍ଚ ଓଡ଼ିଆ ଅସ୍ମିତା ଗାଉଣା ଗାଉଥିବା ବିଜେପି ସରକାରଙ୍କ ଜଣେ ଅଧିକାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ମଧ୍ୟ ବିଧାନସଭାରେ ପୁଣି ଉଠିବ। ଏହାବ୍ୟତୀତ ପୋଲାଭରମ୍‌‌ ଯୋଗୁଁ ଓଡ଼ିଶା କ୍ଷତିଗ୍ରସ୍ତ ହେଉଥିବା ଓ ଓଡ଼ିଶାକୁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରା ନ ଯିବା ମଧ୍ୟ ବିଧାନସଭାରେ ବିରୋଧୀ ଉଠାଇବେ ବୋଲି ସୂଚନା ମିଳିଛି।

ସ୍ପର୍ଶକାତର ପୋଲାଭରମ୍‌‌ ପ୍ରସଙ୍ଗ ଏବେ ସରକାରଙ୍କ ପାଇଁ ବଡ଼ ସମସ୍ୟା ଭାବରେ ଉଭା ହୋଇଛି। ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ଓ ଆନ୍ଧ୍ରପ୍ରଦେଶକୁ ବିଶେଷ ଅନୁଗ୍ରହ ଯୋଗୁଁ ମାଲକାନଗିରି ଜିଲ୍ଲାର ୨୦ଟି ଗାଁ ପ୍ରକଳ୍ପ ଦ୍ୱାରା ଜଳମଗ୍ନ ହେବାକୁ ଯାଉଛି। ଓଡ଼ିଶା ପ୍ରତି ଡବଲ ଇଞ୍ଜିନ ସରକାରଙ୍କ ଏପରି ଅବିଚାରକୁ ଗୃହରେ ବିରୋଧୀ ଦୃଢ଼ ଭାବେ ଉପସ୍ଥାପନ କରିବେ ବୋଲି ଜଣେ ନେତା କହିଛନ୍ତି। ଏହାସହ ଭତ୍ତା ଯୋଜନାରେ ରାଜ୍ୟ ସରକାରଙ୍କ ଛଳନା, ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ଘଟଣାକୁ ଲୁଚାଇବା ଉଦ୍ୟମ, ଜ୍ଞାନସଂସ୍କାର କାର୍ଯ୍ୟକ୍ରମକୁ ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରିବା, ଆଳୁ ସଙ୍କଟ, ଆଦିବାସୀଙ୍କ ପାଇଁ ପେଶା ଆଇନ ଲାଗୁ ଦାବି ଆଦି ପ୍ରସଙ୍ଗକୁ ନେଇ ବିଧାନସଭାରେ ଗର୍ଜନ କରିବାକୁ ନିଷ୍ପ୍‌‌ତ୍ତି ନେଇଛନ୍ତି ବିରୋଧୀ।

ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ଶାସକ ବିଜେପିକୁ ଷଣ୍ଡୁଆସୀ ଆକ୍ରମଣ କରିଥିଲେ। ଆସନ୍ତାକାଲିଠାରୁ ରାଜ୍ୟସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡି ବିଧାନସଭାରେ ନିଜ ସ୍ୱର ଶାଣିତ କରିବ ବୋଲି ବିଜେଡି ଉପମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ କହିଛନ୍ତି। ଦଳର ଆଭିମୁଖ୍ୟ ସମ୍ପର୍କରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ କହିଛନ୍ତି ଯେ ପୋଲାଭରମ୍‌‌, ସୁଭଦ୍ରା ଯୋଜନାରେ ଟାଳଟୁଳ ଏବଂ ଅସ୍ପଷ୍ଟ ନୀତି, ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ଘଟଣାରେ କାହିଁକି କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ ହେଉଛି ସେନେଇ ବିଜେଡି ପ୍ରଶ୍ନ କରିବ। ପୁନଶ୍ଚ ଦରଦାମ ବୃଦ୍ଧି, ଆଳୁ ସଙ୍କଟ ପ୍ରସଙ୍ଗ ସହ ରାଜ୍ୟସ୍ୱାର୍ଥ ସମ୍ବଳିତ ଗୁଡ଼ିଏ ପ୍ରସଙ୍ଗକୁ ନେଇ ବିଜେଡି ଅଧିବେଶନରେ ଦୃଷ୍ଟି ଆକର୍ଷଣ କରିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।

ଅପରପକ୍ଷେ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ କଂଗ୍ରେସ ବିଧାୟକମାନେ ଆଉଥରେ ଏକାଠି ହୋଇ ଦଳୀୟ ରଣନୀତି ସ୍ଥିର କରିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ଯେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ପୂରଣ ହେଲାନାହିଁ। ପୋଲାଭରମ୍‌‌ ଯୋଗୁଁ ମାଲକାନଗିରି ଜିଲ୍ଲାର ଅନେକ ଗାଁ ଜଳମଗ୍ନ ହେବାକୁ ଯାଉଛି। ସେହିପରି ବୈଠକରେ ଆଦିବାସୀଙ୍କ ହକ୍‌‌ ପାଇଁ ପେଶା ଆଇନ କେବେ ଲାଗୁ ହେବ ସେନେଇ ଗୃହରେ କଂଗ୍ରେସ ପ୍ରଶ୍ନ କରିବ। ଅନ୍ୟତମ ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ରାଜ୍ୟରେ ଆଳୁ ସଙ୍କଟ ଓ ସ୍ଥାନୀୟ ନିଯୁକ୍ତି ପ୍ରସଙ୍ଗକୁ ଗୃହରେ ଉଠାଇ॥େବ ବୋଲି କହିଛନ୍ତି। ତେବେ ସଂସଦୀୟ ବ୍ୟାପର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି ଯେ ସରକାରୀ ଦଳ ସମସ୍ତ ଆଲୋଚନାକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିଛନ୍ତି। ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ଆମେ ଯାହା ଯାହା ପଦକ୍ଷେପ ଗ୍ରହଣ କରିଛୁ, ତାହା ଗୃହକୁ ଅବଗତ କରିବୁ। ସମସ୍ତ ଗଠନମୂଳକ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ ଏହି ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ୨୧ ତାରିଖରୁ ସେପ୍ଟେମ୍ବର ୯ ତାରିଖ ଯାଏଁ ବିଭିନ୍ନ ବିଭାଗର ଖର୍ଚ୍ଚଦାବୀ ଆଗତ ହେବ। ଏହାପରେ ୧୦ ତାରିଖରେ ବ୍ୟୟ ମଞ୍ଜୁରୀ ବିଧେୟକ ଆଗତ ହେବାର କାର୍ଯ୍ୟକ୍ରମ ରହିଛି।

ଆସନ୍ତାକାଲିଠୁ ବିଧାନସଭା ଅଧିବେଶନ; ବାଚସ୍ପତି ସୁରମା ପାଢୀଙ୍କ ଅଧ୍ଯକ୍ଷତାରେ ଆଜି ବସିବ ସର୍ବଦଳୀୟ ବୈଠକ
ଭୁବନେଶ୍ବର: ଆସନ୍ତାକାଲିଠୁ ବିଧାନସଭା ଅଧିବେଶନ । ଏହାପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ । ଦିନ ୧୧ଟାରେ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ଯକ୍ଷତାରେ ବୈଠକ ବସିବ । ବଜେଟ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା ଲାଗି ସମସ୍ତଙ୍କର ସହଯୋଗ ଲୋଡ଼ିବେ ବାଚସ୍ପତି ।

ବୈଠକ ପୂର୍ବରୁ ନିଯୁକ୍ତ ହେବେ ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ । ଏହି ଦୁଇ ଗୁରୁତ୍ବପୂର୍ଣ୍ଣ ପଦବୀ କାହାକୁ ମିଳୁଛି ତାହା ଉପରେ ନଜର ରହିଛି । ଅନ୍ଯପଟେ ଆସନ୍ତା ୨୩ ତାରିଖରେ ଉପବାଚସ୍ପତି ପଦ ଲାଗି ନାମାଙ୍କନ ଦାଖଲ ହେବ । ସେହିଦିନ ୧୨ଟା ସୁଦ୍ଧା ନାମାଙ୍କନ ଦାଖଲ ସହ ୨୪ ତାରିଖରେ ଫଳାଫଳ ଘୋଷଣା କରାଯିବ ।

ଅନ୍ୟପଟେ ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଆଜି ବସିବ ସର୍ବଦଳୀୟ ବୈଠକ। ସଂସଦୀୟ ବ୍ୟାପାର ମନ୍ତ୍ରୀ ଡାକିଥିବା ବୈଠକ ଆଜି ଦିନ ୧୧ଟା ବେଳେ ବସିବ। ବିରୋଧୀ ଦଳ ନେତା ଭାବରେ ରାହୁଲ ଗାନ୍ଧୀ ପ୍ରଥମ ସର୍ବଦଳୀୟ ବୈଠକରେ ଯୋଗଦେବେ।