bangladesh protests - The Sakala

ବାଂଲାଦେଶରେ ଅଶାନ୍ତି: ଓସମାନ ହାଦି ହତ୍ୟା ଘଟଣାରେ ୟୁନୁସ ସରକାରଙ୍କୁ ଦାୟୀ କଲେ ପରିବାର
ନୂଆଦିଲ୍ଲୀ: ବାଂଲାଦେଶର ରାଜଧାନୀ ଢାକାରେ 'ଇନକିଲାବ ମଞ୍ଚ'ର ଆବାହକ ତଥା ଛାତ୍ର ନେତା ଶରିଫ ଓସମାନ ହାଦିଙ୍କ ହତ୍ୟାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଛି। ଏହି ଘଟଣାର ପ୍ରତିବାଦରେ ଶାହବାଗ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅନ୍ୟପକ୍ଷରେ, ହାଦିଙ୍କ ଭାଇ ଶରିଫ ଓମାର ହାଦି ବର୍ତ୍ତମାନର ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାରଙ୍କୁ ଏହି ହତ୍ୟାକାଣ୍ଡ ପାଇଁ ଦାୟୀ କରିଛନ୍ତି। ସେ ଅଭିଯୋଗ ଆଣିଛନ୍ତି ଯେ ସାଧାରଣ ନିର୍ବାଚନକୁ ବାଧାପ୍ରାପ୍ତ କରିବା ପାଇଁ ଏଭଳି ଷଡଯନ୍ତ୍ର କରାଯାଇଛି।

ଶରିଫ ଓମାର ବିନ୍ ହାଦି ଦାବି କରିଛନ୍ତି ଯେ ଯେହେତୁ ବର୍ତ୍ତମାନର ପ୍ରଶାସନ କ୍ଷମତାରେ ଥିବା ସମୟରେ ଏହି ହତ୍ୟାକାଣ୍ଡ ଘଟିଛି, ତେଣୁ ଅନ୍ତରୀଣ ସରକାର ନିଜ ଦାୟିତ୍ୱରୁ ଖସି ପାରିବେ ନାହିଁ। ଆଜି ହେଉ କିମ୍ବା ଦଶନ୍ଧି ପରେ, ସରକାରଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବାରୁ ବିଚାରର ସାମ୍ନା କରିବାକୁ ପଡ଼ିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ କର୍ତ୍ତୃପକ୍ଷ ଏହି ହତ୍ୟାକୁ ବ୍ୟବହାର କରି ନିର୍ବାଚନ ପ୍ରକ୍ରିୟାକୁ 'ସାବୋଟେଜ୍' (sabotage) ବା ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଏହା କଦାପି ସଫଳ ହେବ ନାହିଁ। ହାଦି ଫେବୃଆରୀରେ ନିର୍ବାଚନ କରିବାକୁ ଜିଦ୍ ଧରିଥିଲେ ଏବଂ ଏଥିପାଇଁ ପ୍ରସ୍ତୁତି ଚଳାଇଥିଲେ, ଯାହାକୁ ରୋକିବା ପାଇଁ ତାଙ୍କୁ ହତ୍ୟା କରାଯାଇଛି।

ଏହି ଘଟଣା ଏପରି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ବାଂଲାଦେଶ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଫେବୃଆରୀ ୧୨ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଘୋଷଣା କରିଛନ୍ତି। ଏହି ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ବାଂଲାଦେଶର ଆଇନ ପରାମର୍ଶଦାତା ଆସିଫ ନଜରୁଲ କହିଛନ୍ତି ଯେ ଓସମାନ ହାଦିଙ୍କ ହତ୍ୟା ମାମଲାକୁ ଦ୍ରୁତ ବିଚାର ଅଦାଲତ ଜରିଆରେ ପରିଚାଳନା କରାଯିବ। ସେ ଏକ ଫେସବୁକ ପୋଷ୍ଟରେ ସ୍ପଷ୍ଟ କରିଛନ୍ତି ଯେ 'ସ୍ପିଡି ଟ୍ରାଏଲ୍ ଟ୍ରିବ୍ୟୁନାଲ୍ ଆକ୍ଟ, ୨୦୦୨' ଅଧୀନରେ ପୋଲିସ ରିପୋର୍ଟ ଦାଖଲ କରିବାର ୯୦ ଦିନ ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ କରାଯିବ।

ଅଶାନ୍ତ ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ନିର୍ମମ ହତ୍ୟା; ପିଟିପିଟି ମାରିଦେବା ପରେ ଗଛରେ ଟାଙ୍ଗି ନିଆଁ ଲଗାଇ ଦେଲେ
ନୂଆଦିଲ୍ଲୀ: ଜଳୁଛି ବାଂଲାଦେଶ । ବାଂଲାଦେଶର ପୁଣି ତେଜିଲା ହିଂସାକାଣ୍ଡ। ଯୁବନେତା ଶରିଫ ଉସମାନ ହାଦିଙ୍କ ମୃତ୍ୟୁ ନେଇ ଜଳୁଛି ବାଂଲାଦେଶର ରାଜଧାନୀ ଢାକା। ଢାକା ସମେତ ଅନେକ ସହରରେ ପୋଡ଼ାଜଳା, ଭଙ୍ଗାରୁଜା ଏବଂ ଆକ୍ରମଣ କରିଛନ୍ତି ପ୍ରଦର୍ଶନକାରୀ । ପୂର୍ବ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୋଧୀ ଉସମାନ ହାତୀଙ୍କ ହତ୍ୟା ପରେ ଜଳୁଛି ଭାରତର ପଡ଼ୋଶୀ ଦେଶ ବାଂଲାଦେଶ । ଏହାରି ମଧ୍ୟରେ ବାଂଲାଦେଶର ମୈମନସିଂ ଜିଲ୍ଲାରେ  ଜଣେ ହିନ୍ଦୁ ଯୁବକକୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଛି  । ପ୍ରଥମେ ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । ଏହାପରେ ମୃତଦେହକୁ ଗଛରେ ଟଙ୍କି ନିଆଁ ଲଗାଇ ଦେଇଛନ୍ତି ପ୍ରଦର୍ଶନକାରୀ । ୩୦ ବର୍ଷୀୟ ଦୀପୁ ଚନ୍ଦ୍ର ଦାସ ନାମକ ଜଣେ ହିନ୍ଦୁ ଯୁବକଙ୍କୁ  ପିଟି ପିଟି ହତ୍ୟା କରିଯାଇଛି ।​​​​​​​ ଘଟଣାକୁ ନିନ୍ଦା କରିବା ସହିତ ଉସମାନ ହାଦୀକୁ ସମ୍ମାନ କର ହିଂସା ନୁହେଁ ବୋଲି କହିଛନ୍ତି ବାଂଲାଦେଶ ଅନ୍ତରୀଣ ସରକାର ।

ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ଉପଦେଷ୍ଟା ମହମ୍ମଦ ୟୁନୁସ୍ ହିନ୍ଦୁ ବ୍ୟକ୍ତିଙ୍କୁ ହତ୍ୟା କରାଯିବା ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି। ଯୁବ ନେତା ଓସମାନ ହାଦିଙ୍କ ମୃତ୍ୟୁ ପରେ ଦେଶରେ ଦେଖାଦେଇଥିବା ଅଶାନ୍ତି ମଧ୍ୟରେ ଏହି ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ପ୍ରଶାସନ ପକ୍ଷରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି ଯେ, "ମୈମନସିଂହରେ ଯେଉଁଭଳି ଭାବରେ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି, ତାହା ଅତ୍ୟନ୍ତ ନିନ୍ଦନୀୟ। ନୂତନ ବାଂଲାଦେଶରେ ଏଭଳି ହିଂସାର କୌଣସି ସ୍ଥାନ ନାହିଁ। ଏହି ବର୍ବର ଅପରାଧରେ ସମ୍ପୃକ୍ତ କାହାରିକୁ ମଧ୍ୟ ଛଡ଼ାଯିବ ନାହିଁ।"

ୟୁନୁସ୍ ଦେଶବାସୀଙ୍କୁ ଶାନ୍ତି ଓ ସଂଯମ ରକ୍ଷା କରିବାକୁ ଅନୁରୋଧ କରି କହିଛନ୍ତି, "ଆଇନ ଶୃଙ୍ଖଳା ରକ୍ଷାକାରୀ ସଂସ୍ଥାକୁ ନିରପେକ୍ଷ ଭାବରେ ତଦନ୍ତ କରିବାକୁ ସୁଯୋଗ ଦିଅନ୍ତୁ। ରାଜ୍ୟ ଆଇନର ଶାସନ ପ୍ରତିଷ୍ଠା ପାଇଁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ।"

କ'ଣ ପାଇଁ ବାଂଲାଦେଶ ଏପରି ହିଂସା
ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ କ୍ଷମତା ବିରୋଧରେ ଆନ୍ଦୋଳନରେ ପ୍ରମୁଖ ଭୂମିକା ତୁଲାଇଥିଲେ ଉସମାନ୍ ହାଦୀ । ୨୦୨୪ ଜୁଲାଇ- ଅଗଷ୍ଟ ବିଦ୍ରୋହରେ ପ୍ରମୁଖ ଭୂମିକା ତୁଲାଇଥିଲା ଉସମାନ୍ ହାଦୀ । ଯାହା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ଆବାମୀ ଲିଗ୍ ସରକାରଙ୍କ ପତନ କରାଇଥିଲା ।ଏହା ସହିତ ଭାରତ ବିରୋଧୀ ନାରାବାଜି ଦେଇଥିବା ଉସମାନ୍‌ ହାଦୀଙ୍କର ମୃତ୍ୟୁ ପରେ ଅଶାନ୍ତ ହୋଇଛି ବାଂଲାଦେଶ ।  ସିଙ୍ଗାପୁରରେ ଇନକିଲାବ୍ ମଞ୍ଚର ସଂଯୋଜକ ଶରିଫଙ୍କ ମୃତ୍ୟୁ ପରେ ଗୁରୁବାର ରାତିରୁ ଢାକାରେ ନିଆଁ ଜଳୁଛି । ବିରୋଧ ପ୍ରଦର୍ଶନ ସହିତ ହିଂସା ଦେଖିବାକୁ ମିଳିଛି ।

ବାଂଲାଦେଶରେ ପୁଣି ହିଂସା: ସରିଫ ଉସ୍ମାନ ହାଦିଙ୍କ ମୃତ୍ୟୁ ପରେ ରଣକ୍ଷେତ୍ର ପାଲଟିଛି ବାଂଲାଦେଶ, ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି
ନୂଆଦିଲ୍ଲୀ: ବାଂଲାଦେଶରେ ପୁଣି ହିଂସା । ସରିଫ ଉସ୍ମାନ ହାଦିଙ୍କ ମୃତ୍ୟୁ ପରେ ରଣକ୍ଷେତ୍ର ପାଲଟିଛି ବାଂଲାଦେଶ । ପୂର୍ବତନ ପ୍ରଧାନମନ୍ତ୍ରୀ ସେଖ ହସିନା ବିରୋଧୀ ଆନ୍ଦୋଳନର ମୁଖ୍ୟ ଶରିଫ ଉସମାନ୍ ହାଦିଙ୍କ ମୃତ୍ୟୁ ପରେ ଅଶାନ୍ତ ହୋଇଯାଇଛି ବାଂଲାଦେଶ । ସିଙ୍ଗାପୁରରେ ଇନକିଲାବ୍ ମଞ୍ଚର ସଂଯୋଜକ ଶରିଫଙ୍କ ମୃତ୍ୟୁ ପରେ ଗୁରୁବାର ରାତ୍ରରେ ଢାକାରେ ନିଆଁ ଜଳିଛି । ବାଂଲାଦେଶରେ ହିଂସା ଘଟି ଅନେକ ସ୍ଥାନରେ ପୋଡ଼ାଜଳା ସହିତ ପଥରମାଡ଼ ହୋଇଛି । ଚଟଗାଓଁରେ ଭାରତୀୟ ହାଇକମିଶନ ବାହାରେ ହିଂସା ଯୋଗୁଁ ୨ ପୋଲିସ କର୍ମୀଙ୍କ ସମେତ ୨ ଜଣ ଆହତ ହୋଇଛନ୍ତି । ଘଟଣାରେ ଜଣେ ସାମ୍ବାଦିକକୁ ଗୁଳି କରି ହତ୍ୟା କରାଯାଇଛି ।

ବାଂଲାଦେଶ ହିଂସାକୁ ନେଇ ଭାରତୀୟ ହାଇକମିଶନ ଏକ ନୋଟିସ ଜାରି କରିଛି । ବାଂଲାଦେଶରେ ରହୁଥିବା ଭାରତୀୟ ସମୁଦାୟ ସଦସ୍ୟ ଏବଂ ଭାରତୀୟ ଛାତ୍ରଙ୍କୁ ଯାତ୍ରା ନ କରିବାକୁ ଅପିଲ କରିଛି ।

ଗତ ୧୨ ଡିସେମ୍ବରରେ ଦାହିଙ୍କ ଉପରେ ଢାକାରେ ଗୁଳିମାଡ଼ ହୋଇଥିଲା । ହାଦିଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗତକାଲିଠୁ ସାରା ବାଂଲାଦେଶରେ ହିଂସାତ୍ମକ ପ୍ରଦର୍ଶନ ଦେଖିବାକୁ ମିଳିଛି । ପ୍ରଦର୍ଶନକାରୀମାନେ ଢାକା ବିଶ୍ୱବିଦ୍ୟାଳୟ ଓ ଶାହାବାଗ୍ ଅଞ୍ଚଳରେ ହଜାର ହଜାର ସଂଖ୍ୟାରେ ଏକାଠି ହୋଇ ହଙ୍ଗାମା କରିଛନ୍ତି । ପ୍ରଦର୍ଶନକାରୀ ଭାରତୀୟ ପ୍ରତିଷ୍ଠାନକୁ ଟାର୍ଗେଟ କରିଛନ୍ତି । ଭାରତ ବିରୋଧୀ ନାରା ଦେବା ସହ ଚଟଗାଓଁରେ ଥିବା ଭାରତୀୟ ହାଇକମିଶନଙ୍କ କାର୍ଯ୍ୟାଳୟ ଉପରକୁ ଢେଲାମାଡ଼ କରିଛନ୍ତି ପ୍ରଦର୍ଶନକାରୀ । ଓସମାନଙ୍କ କିଲର ଭାରତରେ ଲୁଚିଥିବା ବାଂଲାଦେଶର ଅଭିଯୋଗ । ସୁରକ୍ଷା ଦୃଷ୍ଟିରୁ ବନ୍ଦ ରହିଛି ୨ଟି ଭିସା ଆବେଦନ କେନ୍ଦ୍ର ।

ଅସ୍ଥିର ବାଂଲାଦେଶ: ସଙ୍କଟରେ ଭାରତର ବାଣିଜ୍ୟ କାରବାର, ଚିନ୍ତାରେ ରପ୍ତାନିକାରୀ
ନୂଆଦିଲ୍ଲୀ: ବାଂଲାଦେଶରେ ସୃଷ୍ଟି ହୋଇଥିବା ଅସ୍ଥିରତା ଏବେ ଭାରତର ବାଣିଜ୍ୟ କାରବାର ପ୍ରତି ବଡ଼ ସଙ୍କଟ ସୃଷ୍ଟି କରିଛି। କାରଣ ଦକ୍ଷିଣ ଏସିଆରେ ଭାରତ ହେଉଛି ବାଂଲାଦେଶର ବୃହତ୍ ବାଣିଜ୍ୟିକ ସହଯୋଗୀ। ଏସିଆ ମହାଦେଶରେ ଭାରତ ହେଉଛି ବାଂଲାଦେଶର ଦ୍ୱିତୀୟ ବୃହତ୍ତମ ବ୍ୟବସାୟିକ ଭାଗିଦାର। ଭାରତ-ବାଲାଂଦେଶ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ୧୨.୯ ବିଲିୟନ୍ ଡଲାର। ରପ୍ତାନି ଦୃଷ୍ଟିରୁ ବାଂଲାଦେଶ ଭାରତର ୮ମ ରପ୍ତାନୀ ସହଯୋଗୀ। ବାଲାଂଦେଶକୁ ଭାରତର ରପ୍ତାନି ୯.୫ ବିଲିୟନ୍ ଡଲାର ରହିଛି। ଏହାଛଡା ଭାରତ ବାଂଲାଦେଶକୁ କପା, ଯନ୍ତ୍ରପାତି, ଅଟୋ ମୋବାଇଲ ଏବଂ ଖାଦ୍ୟ ପଦାର୍ଥ ସମେତ ବିଭିନ୍ନ ସାମଗ୍ରୀ ରପ୍ତାନି କରୁଥିବାବେଳେ ଝୋଟ ଏବଂ ମାଛ ଭଳି ସାମଗ୍ରୀ ଆମଦାନୀ କରିଥାଏ। ପଡୋଶୀ ଦେଶରେ ଏହି ଅସ୍ଥିରତା ବ୍ୟାବସାୟିକ କାରବାର ଦୃଷ୍ଟିରୁ ଭାରତ ପାଇଁ ଶୁଭଙ୍କର ନୁହେଁ।

ବାଂଲାଦେଶରେ ଏଭଳି ସ୍ଥିତି ଯୋଗୁ ଭାରତର ବାଣିଜ୍ୟ କାରବାର ଏବେ ସଙ୍କଟରେ ପଡିଛି। ବିଶେଷକରି ଭାରତର ସୁନା କାରବାର ଗୁରୁତର ଭାେବ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ଅପରପକ୍ଷେ ବର୍ତ୍ତମାନର ପରିସ୍ଥିତିରେ ବାଂଲାଦେଶର ତିସ୍ତା ନଦୀ ଜଳ ପ୍ରକଳ୍ପରେ ଚାଇନା ଏହି ସୁଯୋଗର ଫାଇଦା ନେବାକୁ ଚେଷ୍ଟା କରିବ। କାରଣ ବାଲାଂଦେଶ ରାଷ୍ଟ୍ରପତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳର ନେତ୍ରୀ ଖଲିଦା ଜିଆଙ୍କ ଜେଲ୍ରୁ ମୁକ୍ତ କରିଛନ୍ତି। ଖଲିଦା ହେଉଛନ୍ତି ବାଲାଂଦେଶ ନ୍ୟାସନାଲ ପାର୍ଟି(ବିଏନ୍ପି)ର ଅଧ୍ୟକ୍ଷା। ଅପରପକ୍ଷେ ଶେଖ୍ ହସିନାଙ୍କ ଦଳ ଭାରତକୁ ସମର୍ଥନ କରୁଥିବାବେଳେ ଖଲିଦାଙ୍କ ଦଳ ଏବେ ଭାରତ ପ୍ରତି ସେହି ସମର୍ଥନ ଜାରି ରଖିବା ସମ୍ଭାବନା କମ୍। ଅପରପକ୍ଷେ ୧ ବିଲିୟନ୍ ଡଲାରର ତିସ୍ତା ନଦୀ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ଚାଇନା ପ୍ରସ୍ତୁତ ରହିଛି କିନ୍ତୁ ବାଲାଂଦେଶ ଚାହୁଁଛି ଭାରତ ଏହି ପ୍ରକଳ୍ପ ନିର୍ମାଣ କରୁ, ଯାହା ହସିନା କହିଥିଲେ। ହେଲେ ବର୍ତ୍ତମାନ ଦେଶରେ ଯାହା ସ୍ଥିତି ସେ କ୍ଷେତ୍ରରେ ଚାଇନା ଏହି ସୁଯୋଗର ଫାଇଦା ନେଇ ପ୍ରକଳ୍ପ ହାତେଇବାକୁ ଚେଷ୍ଟା କରିବ।

ଏଠାରେ ସୂଚନାଯୋଗ୍ୟ ଯେ, ବ୍ରାଜିଲ ପରେ ଭାରତ ହେଉଛି ବାଂଲାଦେଶକୁ ଦ୍ୱିତୀୟ ବୃହତ୍ତମ କପା ଯୋଗାଣକାରୀ। ବିଗତ ଏକ ଦଶନ୍ଧି ମଧ୍ୟରେ ଭାରତୀୟ ବୟନଶିଳ୍ପ କମ୍ପାନୀଗୁଡିକ ବାଂଲାଦେଶ ବଜାରର ସମ୍ପୂର୍ଣ୍ଣ ବ୍ୟବହାର କରିଛନ୍ତି; କିନ୍ତୁ ବର୍ତ୍ତମାନର ସ୍ଥିତି ଏହି ଆଶାକୁ ମଉଳାଇ ଦେଇଛି। ଗତ ମାସରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତ ଗସ୍ତରେ ଆସିଥିଲେ। ସେ ସମୟରେ କେତେକ ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର କରିଥିଲେ। ସେଥିରେ କେବଳ ପ୍ରତିରକ୍ଷା କ୍ଷେତ୍ରରେ ୧୦ଟି ଏମ୍ଓୟୁ ରହିଥିଲା। ଏହି ଏମ୍ଓୟୁଗୁଡିକ ବ୍ଲୁ ଇକୋନୋମି ଏବଂ ସାମୁଦ୍ରିକ କ୍ଷେତ୍ରରେ ସହଯୋଗ, ସାମୁଦ୍ରିକ କ୍ଷେତ୍ରରେ ଯୁଗ୍ମ ଗବେଷଣା, ସଷ୍ଟେନେବଲ ଡେଭଲପମେଣ୍ଟ ପାଇଁ ସବୁଜ ସହଯୋଗିତା,ମହାକାଶ ଟେକ୍ନୋଲୋଜି ବିପର୍ଯ୍ୟୟ ପ୍ରଶମନ ଏବଂ ପ୍ରତିରକ୍ଷା ଆଦି କ୍ଷେତ୍ରରେ ସ୍ବାକ୍ଷର କରାଯାଇଥିଲା। ଉଭୟ ଦେଶ ଭିତ୍ତିଭୂମି, ସୁଯୋଗ ଏବଂ ଶକ୍ତି କ୍ଷେତ୍ରରେ ପରସ୍ପରର ସହଯୋଗିତା ବଢ଼ାଇବାକୁ ସମ୍ମତି ରଖିଛନ୍ତି। ଏବେ ବାଲାଂଦେଶରେ ଦେଖାଦେଇଥିବା ସ୍ଥିତି ଏହି ପ୍ରସ୍ତାବିତ ପ୍ରକଳ୍ପଗୁଡିକୁ ଆଶଙ୍କା ମଧ୍ୟକୁ ଠେଲିଦେଇଛି।

ଘରୋଇ ରପ୍ତାନିକାରୀମାନେ ସୋମବାର ବାଂଲାଦେଶରେ ହୋଇଥିବା ସଙ୍କଟକୁ ନେଇ ଉଦ୍ବେଗ ପ୍ରକାଶ କରି କହିଛନ୍ତି ଯେ ଏହି ଘଟଣା ଦ୍ୱିପାକ୍ଷିକ ବାଣିଜ୍ୟ ଉପରେ ପ୍ରଭାବ ପକାଇବ। ରପ୍ତାନିକାରୀମାନେ ଆଶା କରୁଛନ୍ତି ଯେ ପରିସ୍ଥିତି ଶୀଘ୍ର ସ୍ୱାଭାବିକ ହୋଇପାରେ। ରପ୍ତାନିକାରୀଙ୍କ ଅନୁଯାୟୀ, ବୈଦେଶିକ ମୁଦ୍ରା ଅଭାବ ହେତୁ ସେମାନେ ବାଂଲାଦେଶକୁ ରପ୍ତାନିରେ ବାଧାର ସମ୍ମୁଖୀନ ହେଉଛନ୍ତି। ଅପରପକ୍ଷେ ଭାରତୀୟ ରପ୍ତାନିକାରୀ ସଂଗଠନ (ଏଫ୍ଆଇଇଓ) ମହାନିର୍ଦ୍ଦେଶକ ଅଜୟ ସାହା କହିଛନ୍ତି, ବାଂଲାଦେଶରେ ସଙ୍କଟ ହେତୁ ଆମେ କିଛି ବ୍ୟାଘାତର ସମ୍ମୁଖୀନ ହେଉଛୁ, କିନ୍ତୁ ଆଶା କରୁଛୁ ଯେ ପରିସ୍ଥିତି ଶୀଘ୍ର ସମାଧାନ ହେବ ଏବଂ ବାଣିଜ୍ୟ ନେଇ କୌଣସି ସମସ୍ୟା ରହିବନାହିଁ।

ବାଂଲାଦେଶରେ ଉଗ୍ର ହେଉଛି ସଂରକ୍ଷଣ ବିରୋଧୀ ହିଂସା: ୧୦୫ ମୃତ; ୨୫୦୦ରୁ ଅଧିକ ଆହତ
ନୂଆଦିଲ୍ଲୀ: ବାଂଲାଦେଶ ସରକାରୀ ଚାକିରିରେ ସଂରକ୍ଷଣକୁ ବିରୋଧ କରି ଆରମ୍ଭ ହୋଇଥିବା ଆନ୍ଦୋଳନ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି। ସ୍ଥିତିକୁ ଦେଖି ସେନା ମୁତୟନ କରାଯାଇଛି। ଦେଶର ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟଗୁଡ଼ିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଛି। ଢାକାରୁ ବାହାରକୁ ଯିବା ପାଇଁ କୌଣସି ସାଧନ ଉପଲବ୍ଧ ହେଉନାହିଁ। ରାସ୍ତାରେ ଯାନବାହାନ ଚଳାଚଳ ପ୍ରାୟତଃ ହେଉନାହିଁ। ଏହା ମଧ୍ୟରେ ଆନ୍ଦୋଳନକାରୀ ଶୁକ୍ରବାର ବାଂଲାଦେଶ ବନ୍ଦ ଡ଼ାକରା ଦେଇଛନ୍ତି। ଆଜି ପ୍ରଦର୍ଶନକାରୀ ନରସିଂଗଡି ଜିଲ୍ଲାର ଏକ ଜେଲ୍ ଉପରେ ଆକ୍ରମଣ କରିଛନ୍ତି। ଏଠାରୁ ଶହ ଶହ କଏଦୀଙ୍କୁ ଜେଲ୍ରୁ ମୁକୁଳେଇ ଦେଇ ନିଆଁ ଲଗାଇ ଦେଇଛନ୍ତି। ଏହା ପୂର୍ବରୁ ଗୁରୁବାର ଦେଶର ମୁଖ୍ୟ ସରକାରୀ ଟିଭି ଚ୍ୟାନେଲ ବିଟିଭି ମୁଖ୍ୟାଳୟରେ ପ୍ରଦର୍ଶନକାରୀ ନିଆଁ ଲଗାଇ ଦେଇଥିଲେ। ୬୦ରୁ ଅଧିକ ଗାଡ଼ି ଜାଳି ଦେଇଥିଲେ। ଏହି ଚ୍ୟାନେଲକୁ ପ୍ରଧାନମନ୍ତ୍ରୀ ଶେଖ ହସିନା ସାକ୍ଷାତକାର ଦେଇଥିଲେ। ଏ ପର୍ଯ୍ୟନ୍ତ ଏହି ବିକ୍ଷୋଭ ପ୍ରଦର୍ଶନରେ ୧୦୫ ଲୋକ ପ୍ରାଣ ହରାଇଲେଣି। ୨୫୦୦ରୁ ଅଧିକ ଆହତ ହେଲେଣି। ଗୁରୁବାର ସବୁଠାରୁ ଅଧିକ ହିଂସା ହୋଇଥିଲା। ଏହି ଦିନ କେବଳ ୩୨ ଜଣ ଲୋକଙ୍କ ଜୀବନ ଯାଇଥିଲା।

ଅନ୍ୟପକ୍ଷରେ ହିଂସାକୁ ଦେଖି ବାଂଲାଦେଶରୁ ଭାରତୀୟଙ୍କ ପଳାୟନ ଆରମ୍ଭ ହୋଇଛି। ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ଅନେକ ଛାତ୍ର ବାଂଲାଦେଶରେ ଡାକ୍ତରୀ ଓ ଇଞ୍ଜିନିୟରିଂ ପଢୁଛନ୍ତି। ରିପୋର୍ଟ ଅନୁସାରେ ସେଠାରେ ଫସିଥିବା ୪ଶହରୁ ଅଧିକ ଭାରତୀୟ, ନେପାଳୀ ଏବଂ ଭୁଟାନ ବାସୀ ମେଘାଳୟରେ ପହଞ୍ଚିଛନ୍ତି । ସେମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ରହିଛନ୍ତି ।ଭାରତୀୟଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ ବାଂଲାଦେଶ ହାଇକମିଶନ ଓ ଲ୍ୟାଣ୍ଡ ପୋର୍ଟ ଅଥରିଟି ସହ ମେଘାଳୟ ସରକାର ଯୋଗାଯୋଗରେ ଅଛନ୍ତି। ଭାରତୀୟଙ୍କ ପାଇଁ ହେଲ୍ପଲାଇନ ନମ୍ବର ଖୋଲାଯାଇଛି। ତେବେ ବାଂଲାଦେଶ ପ୍ରଶାସନ ଗତକାଲିଠାରୁ ଇଣ୍ଟରନେଟ୍ ସେବା ଓ ରେଳ ସେବା ବନ୍ଦ କରିଦେଇଛନ୍ତି। ତେଣୁ ବାଂଲାଦେଶ ପୁଲିସର ଓ୍ବେବ୍ସାଇଟ୍ ଖୋଲୁନାହିଁ। ଏଥିପାଇଁ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।