NHAI - The Sakala

ଏପ୍ରିଲ୍ ୧ରୁ ମହଙ୍ଗା ହେବ ଫାସଟ୍ୟାଗ୍ (FASTag) ବାର୍ଷିକ ପାସ୍, ଏତିକି ଟଙ୍କା ବୃଦ୍ଧି କଲା NHAI
ଯଦି ଆପଣ ନିୟମିତ ଭାବରେ ଜାତୀୟ ରାଜପଥରେ ଯାତ୍ରା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ପକ୍ଷରୁ ଫାସଟ୍ୟାଗ୍ ବାର୍ଷିକ ପାସ୍ (FASTag Annual Pass) ର ଦର ବୃଦ୍ଧି କରାଯାଇଛି। ଆସନ୍ତା ଏପ୍ରିଲ୍ ୧, ୨୦୨୬ ରୁ ଏହି ନୂଆ ଦର ଲାଗୁ ହେବ। ଫଳରେ ଏଣିକି ରାଜପଥରେ ଯାତ୍ରା କରିବା ଆଗପେକ୍ଷା ସାମାନ୍ୟ ମହଙ୍ଗା ହେବ।

କେତେ ବଢ଼ିଲା ଦର?

ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ NHAI ଏହି ବାର୍ଷିକ ପାସର ମୂଲ୍ୟରେ ୨.୫ ପ୍ରତିଶତ ଅର୍ଥାତ୍ ୭୫ ଟଙ୍କା ବୃଦ୍ଧି କରିଛି। ପୂର୍ବରୁ ଗାଡ଼ି ଚାଳକମାନଙ୍କୁ ଏହି ବାର୍ଷିକ ପାସ୍ ପାଇଁ ୩,୦୦୦ ଟଙ୍କା ଦେବାକୁ ପଡ଼ୁଥିଲା। କିନ୍ତୁ ଏପ୍ରିଲ୍ ୧ ତାରିଖରୁ ନୂଆ ପାସ୍ କିଣିଲେ ବା ରିନ୍ୟୁ କଲେ ଗ୍ରାହକଙ୍କୁ ୩,୦୭୫ ଟଙ୍କା ଦେବାକୁ ପଡ଼ିବ। ମୁଦ୍ରାସ୍ଫୀତି ଏବଂ ରକ୍ଷଣାବେକ୍ଷଣ ଖର୍ଚ୍ଚକୁ ଦୃଷ୍ଟିରେ ରଖି ନିୟମ ଅନୁଯାୟୀ ପ୍ରତିବର୍ଷ ଏହି ଟୋଲ୍ ଦର ସଂଶୋଧନ କରାଯାଇଥାଏ।

କାହା ପାଇଁ ଉଦ୍ଦିଷ୍ଟ ଏହି ପାସ୍?

ଏହି ଫାସଟ୍ୟାଗ୍ ବାର୍ଷିକ ପାସ୍ କେବଳ ବ୍ୟକ୍ତିଗତ ବା ପ୍ରାଇଭେଟ୍ ଗାଡ଼ି (ଯେପରିକି- କାର୍, ଜିପ୍ ଏବଂ ଭ୍ୟାନ୍) ପାଇଁ ଉପଲବ୍ଧ। କୌଣସି ବ୍ୟବସାୟିକ ବା କମର୍ସିଆଲ୍ ଗାଡ଼ି ଏହି ଯୋଜନାର ଲାଭ ଉଠାଇପାରିବେ ନାହିଁ। ଏହି ପାସ୍ ଆକ୍ଟିଭ୍ କରିବାକୁ ହେଲେ ଗାଡ଼ିର ୱିଣ୍ଡସିଲ୍ଡରେ ଏକ ବୈଧ ଏବଂ ସକ୍ରିୟ ଫାସଟ୍ୟାଗ୍ (FASTag) ଲାଗିଥିବା ବାଧ୍ୟତାମୂଳକ।

କ'ଣ ରହିଛି ନିୟମ ଓ ସୁବିଧା?

ବାରମ୍ବାର ଟୋଲ୍ ପ୍ଲାଜା ଦେଇ ଯାତାୟାତ କରୁଥିବା ଲୋକଙ୍କୁ ଆର୍ଥିକ ଆଶ୍ୱସ୍ତି ଦେବା ଉଦ୍ଦେଶ୍ୟରେ ଗତ ୧୫ ଅଗଷ୍ଟ ୨୦୨୫ ରେ NHAI ପକ୍ଷରୁ ଏହି ସ୍ୱତନ୍ତ୍ର ପାସ୍ ଆରମ୍ଭ କରାଯାଇଥିଲା। ଗୋଟିଏ ଥର ପାସ୍ କିଣିବା ପରେ ଏହା ୧ ବର୍ଷ ପର୍ଯ୍ୟନ୍ତ କିମ୍ବା ସର୍ବାଧିକ ୨୦୦ ଥର ଟୋଲ୍ କ୍ରସିଂ ପାଇଁ ବୈଧ ରହିବ। ଯଦି ଗୋଟିଏ ବର୍ଷ ପୂର୍ବରୁ ୨୦୦ ଥର ଯାତ୍ରା ପୂରଣ ହୋଇଯାଏ, ତେବେ ପାସ୍ ସ୍ୱୟଂଚାଳିତ ଭାବେ ଅବୈଧ ହୋଇଯିବ। ଦେଶର ପ୍ରାୟ ୧୧୫୦ ଜାତୀୟ ରାଜପଥ ଓ ଏକ୍ସପ୍ରେସୱେ ଟୋଲ୍ ପ୍ଲାଜାରେ ଏହି ପାସ୍ ଗ୍ରହଣଯୋଗ୍ୟ। ଗ୍ରାହକମାନେ 'ରାଜମାର୍ଗ ଯାତ୍ରା' (Rajmarg Yatra) ଆପ୍ କିମ୍ବା NHAI ୱେବସାଇଟ୍ ଜରିଆରେ ଏହି ପାସ୍ ଆକ୍ଟିଭ୍ କରିପାରିବେ।

ବାର୍ଷିକ ପାସର ଲୋକପ୍ରିୟତା

ଆରମ୍ଭ ହେବାର ମାତ୍ର କିଛି ମାସ ମଧ୍ୟରେ ଏହି ଯୋଜନା ବେଶ୍ ଲୋକପ୍ରିୟ ହୋଇପାରିଛି। ସରକାରୀ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଦେଶର ୫୦ ଲକ୍ଷରୁ ଅଧିକ ଲୋକ ଏହି ବାର୍ଷିକ ପାସ୍ ବ୍ୟବହାର କରୁଛନ୍ତି। ମୋଟ କାର୍ ଟ୍ରାଞ୍ଜାକ୍ସନର ପ୍ରାୟ ୨୮ ପ୍ରତିଶତ କେବଳ ଏହି ପାସ୍ ମାଧ୍ୟମରେ ହେଉଛି। ରିପୋର୍ଟ ଅନୁସାରେ, ଏହି ପାସର ସର୍ବାଧିକ ବ୍ୟବହାର ଚଣ୍ଡିଗଡ଼ (୧୪%) ରେ ଦେଖିବାକୁ ମିଳିଥିବା ବେଳେ ଏହା ପଛକୁ ତାମିଲନାଡୁ (୧୨.୩%) ଓ ଦିଲ୍ଲୀ (୧୧.୫%) ରହିଛନ୍ତି।

ରାସ୍ତାରୁ ଟୋଲ୍‌ ଟ୍ୟାକ୍ସ ଅସୁଲ କରିବ ବ୍ୟାଙ୍କ, ଟେଣ୍ଡର ଆହ୍ବାନ କଲା ଏନ୍‌ଏଚ୍‌ଏଆଇ
ନୂଆଦିଲ୍ଲୀ: ଏଣିକି ଜାତୀୟ ରାଜପଥ ଦେଇ ଯାଉଥିବା ଗାଡ଼ିଗୁଡିକରୁ ଟୋଲ ଟ୍ୟାକ୍ସ ଅସୁଲ କରିବେ ବ୍ୟାଙ୍କ। ଏଥିପାଇଁ ଦେଶର ଯେକୌଣସି ଜାତୀୟ ରାଜପଥରେ ଯାନବାହନଗୁଡିକଠାରୁ ଟୋଲ୍‌ ଆଦାୟ କରିବାରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ବ୍ୟାଙ୍କଗୁଡ଼ିକୁ ସହାୟତା କରିବ। ଏହି ନୂଆ ବ୍ୟବସ୍ଥା ଦ୍ୱାରକା ଏକ୍ସପ୍ରେସୱେରୁ କାର୍ଯ୍ୟକାରୀ ହେବ। ଦେଶର ପ୍ରଥମ ମଲ୍ଟି ଲେନ୍ ଫ୍ରି ଫ୍ଲୋ (ଏମ୍‌ଏଲ୍‌ଏଫ୍‌ଏଫ୍‌) ଟୋଲ୍ ସଂଗ୍ରହ କର୍ତ୍ତୃପକ୍ଷ ବ୍ୟାଙ୍କଗୁଡିକଠାରୁ ଏହି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ନିମନ୍ତେ ଟେଣ୍ଡର ଆହ୍ବାନ କରିଛନ୍ତି। ଏଥିରେ ସର୍ବାଧିକ ରାଜସ୍ୱ ଅଂଶ ପ୍ରଦାନ କରୁଥିବା ବ୍ୟାଙ୍କଗୁଡିକ ଟୋଲ୍ ଅଧିକାର ପାଇବେ। ଏହି ଅଧିକାର ୩ ବର୍ଷ ପାଇଁ ହେବ। ଚୁକ୍ତିନାମା କରିବା ପରେ ବ୍ୟାଙ୍କଗୁଡିକୁ ତିନିମାସ ମଧ୍ୟରେ ଏହି ବ୍ୟବସ୍ଥାକୁ ଲାଗୁ କରିବାକୁ ପଡିବ। ଏହି ନୂତନ ଟୋଲ୍‌ ସଂଗ୍ରହ ବ୍ୟବସ୍ଥାରେ ଗାଣ୍ଟ୍ରିରେ ସ୍ଥାପିତ ଫିଲ୍ଡ ଉପକରଣ ଏବଂ ସେନ୍‌ସର ଅନ୍ତର୍ଭୁକ୍ତ ହେବ, ଯାହା ଏହା ଦେଇ ଯାଉଥିବା ଯାନଗୁଡିକ ବିଷୟରେ ସୂଚନା ସଂଗ୍ରହ କରିବ ଏବଂ ଦେୟ ପରିମାଣ ଇଲେକ୍ଟ୍ରୋନିକ୍ ଟୋଲ୍ ପେମେଣ୍ଟ ସିଷ୍ଟମକୁ ପଠାଇବ। ଏହି ସିଷ୍ଟମ ଫାସ୍‌ଟ୍ୟାଗ ୱାଲେଟ୍‌ରୁ ଟୋଲ୍‌ ରାଶି କାଟିବ। ଯେହେତୁ ବ୍ୟାଙ୍କଗୁଡିକର ସିଧାସଳଖ ଭାବେ ଟୋଲ୍ ସଂଗ୍ରହରେ କୌଣସି ଅଭିଜ୍ଞତା ନାହିଁ, ସେଥିପାଇଁ ଏନ୍‌ଏଚ୍‌ଏଆଇର ସହାୟକ କମ୍ପାନୀ ଆଇଏଚ୍‌ଏମ୍‌ସିଏଲ୍‌ ସେମାନଙ୍କୁ ଏହି କାର୍ଯ୍ୟ କରିବାକୁ ସବ୍-କଣ୍ଟ୍ରାକ୍ଟରମାନଙ୍କୁ ନିଯୁକ୍ତ କରିବାକୁ ଅନୁମତି ଦେଇଛି।

ଏନ୍‌ଏଚ୍‌ଏଆଇର କଡ଼ା ନିର୍ଦ୍ଦେଶ: ୱିଣ୍ଡ୍‌ଶିଲ୍ଡରେ ଫାସ୍‌ଟ୍ୟାଗ୍‌ ନ ଥିଲେ ଦୁଇଗୁଣା ଟୋଲ୍‌
ନୂଆଦିଲ୍ଲୀ: ଅନେକ ଜାତୀୟ ରାଜପଥ ବ୍ୟବହାରକାରୀ ନିଜ ଇଚ୍ଛା ମୁତାବକ ୱିଣ୍ଡସ୍କ୍ରିନରେ ଫାସ୍‌ଟ୍ୟାଗ୍‌ ନ ଲଗାଇ ଟୋଲ ଲେନରେ ଲେନରେ ପ୍ରବେଶ କରଛନ୍ତି। ଏହି ଘଟଣାକୁ ବଡ଼ ଗମ୍ଭୀରତାର ଗ୍ରହଣ କରିଛି ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ)। ବଡ଼ ପଦକ୍ଷେପ ସ୍ବରୂପ ଏଣିକି ଏନ୍‌ଏଚ୍‌ଏଆଇ ଗାଡ଼ିର ୱିଣ୍ଡ୍‌ଶିଲ୍ଡରେ ଫାସ୍‌ଟ୍ୟାଗ୍‌ ଲଗାଇ ନ ଥିଲେ ୟୁଜରଙ୍କଠାରୁ ଦୁଇଗୁଣା ଟୋଲ୍‌ ନେବ ବୋଲି କହିଛି।

ଏନ୍‌ଏଚ୍‌ଏଆଇ କହିଛି ଯେ ୱିଣ୍ଡସ୍କ୍ରିନ୍‌ରେ ଫାସ୍‌ଟ୍ୟାଗ୍‌ ସୁଚିନ୍ତିତ ଭାବେ ନ ଲଗାଇବା ଦ୍ବାରା ଟୋଲ ପ୍ଲାଜା କାମରେ ଅନାବଶ୍ୟକ ବିଳମ୍ବ ଘଟାଇଥାଏ। ଯେଉଁଥିପାଇଁ ଜାତୀୟ ରାଜପଥରେ ଯାତ୍ରା କରୁଥିବା ଅନ୍ୟ ଯାତ୍ରୀମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି। ଗୁରୁବାର ଏକ ସରକାରୀ ବିଜ୍ଞପ୍ତିରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହା କୁହାଯାଇଛି।

ବିବୃତ୍ତିରେ କୁହାଯାଇଛି ଯେ ୱିଣ୍ଡ ସ୍କ୍ରିନରେ ଫାସ୍‌ଟ୍ୟାଗ୍‌ ଲଗା ନ ଯାଇ ଥିବେ ଯାନବାହାନଠାରୁ ଦୁଇ ଗୁଣ ୟୁଜର୍ ଫି ସଂଗ୍ରହ କରିବାକୁ ଏଜେନ୍ସିଗୁଡିକୁ କୁହାଯାଇଛି। ଏହି ସୂଚନା ସମସ୍ତ ୟୁଜର୍ ଫି ପ୍ଲାଜାରେ ମୁଖ୍ୟତଃ ପ୍ରଦର୍ଶିତ ହେବ, ଯାହାକି ଜାତୀୟ ୱିଣ୍ଡ ସ୍କ୍ରିନରେ ସ୍ଥିର ଫାସ୍‌ଟ୍ୟାଗ୍‌ ବିନା ଟୋଲ୍ ଗାଡ଼ିରେ ପ୍ରବେଶ କରିବାର ଦଣ୍ଡ ବିଷୟରେ ଜାତୀୟ ରାଜପଥ ବ୍ୟବହାରକାରୀଙ୍କୁ ସୂଚନା ଦେବ। ଏଥିସହ ବିବୃତ୍ତିରେ ଆହୁରିମଧ୍ୟ କୁହାଯାଇଛି ଯେ ଯେଉଁମାନଙ୍କର ଗାଡିରେ ଫାସ୍‌ଟ୍ୟାଗ୍ ନାହିଁ, ସେମାନଙ୍କ ସିସିଟିଭି ଫୁଟେଜ୍ ଫି ପ୍ଲାଜାରେ ଯାନ ପଞ୍ଜିକରଣ ନମ୍ବର (ଭିଆର୍‌ଏନ୍‌) ସହିତ ରେକର୍ଡ ହେବ। ସଂଗୃହିତ ଶୁଳ୍କ ଏବଂ ଟୋଲ୍ ଗାଡ଼ିରେ ଗାଡିର ଉପସ୍ଥିତି ସମ୍ବନ୍ଧରେ ଏହା ସଠିକ୍ ରେକର୍ଡ ବଜାୟ ରଖିବାରେ ସହାୟକ ହେବ। ବିବୃତ୍ତି ଅନୁଯାୟୀ, ଯେ କୌଣସି ଫାସ୍‌ଟ୍ୟାଗ୍‌ ଯାହା ମାନକ ପ୍ରଣାଳୀ ଅନୁଯାୟୀ ନିର୍ଦ୍ଦିଷ୍ଟ ଗାଡିରେ ଲଗାଯାଇନାହିଁ, ସେହି ବ୍ୟବହାରକାରୀଙ୍କର ଫି ପ୍ଲାଜାରେ ଇଲେକ୍ଟ୍ରୋନିକ୍ ଟୋଲ୍ କଲେକ୍ସନ୍ (ଇଟିସି) କାରବାର କରିବାର ଅଧିକାର ନାହିଁ। ତାଙ୍କୁ ଟୋଲ୍ ଚାର୍ଜକୁ ଦୁଇଗୁଣ ଦେବାକୁ ପଡିବ। ଏପରିକି କଳା ତାଲିକାଭୁକ୍ତ କରାଟାପାରେ ବୋଲି ବିବୃତ୍ତିରେ କୁହାଯାଇଛି। ବିଭିନ୍ନ ପଏଣ୍ଟ ଅଫ୍ ସେଲ୍‌ (ପିଓଏସ୍‌) ଫାସ୍ଟ୍ୟାଗରୁ ଦିଆଯାଇଥିବା ପାଣ୍ଠିକୁ ଆଗରେ ଲଗାଇବା ପାଇଁ ପ୍ରଦାନକାରୀ ବ୍ୟାଙ୍କଗୁଡିକ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ, ଜାତୀୟ ରାଜପଥରେ ପ୍ରାୟ ୧୦୦୦ ଟୋଲ୍ ପ୍ଲାଜାରେ ପ୍ରାୟ ୪୫,୦୦୦ କିଲୋମିଟର ଜାତୀୟ ରାଜପଥ ଏବଂ ଏକ୍ସପ୍ରେସୱେ ପାଇଁ ଉପଭୋକ୍ତା ଶୁଳ୍କ ସଂଗ୍ରହ କରାଯାଇଛି।