Kaudia - The Sakala

ପାଣି ଉଠାଇଲା ବେଳେ ମହାନଦୀରେ ଭାସିଗଲେ କାଉଡ଼ିଆ, ଉଦ୍ଧାର କାର୍ଯ୍ୟ ଜାରି
କଟକ: ମହାନଦୀରେ ଭାସିଗଲେ କାଉଡ଼ିଆ । ତାଳଦଣ୍ଡା କେନାଲ ଭଦିମୂଳ ଘାଟରେ ଅଘଟଣ । ମହାନଦୀରେ ଭାସିଯାଇ ଜଣେ କାଉଡ଼ିଆ ନିଖୋଜ ହୋଇଯାଇଛନ୍ତି । ଭଦିମୂଳ ଘାଟରେ ପାଣି ଉଠାଇଲା ବେଳେ ମହାନଦୀରେ ଭାସିଗଲେ କାଉଡ଼ିଆ । ଶ୍ରାବଣ ମାସ ସୋମବାର ପାଇଁ ରବିବାର କାଉଡିଆମାନେ ମହାନଦୀରୁ ପାଣି ଉଠାଉଥିଲେ। ଏହି ସମୟରେ ଜଣେ କାଉଡିଆ ପାଣିରେ ବୁଡିଯାଇ ନିଖୋଜ ଅଛନ୍ତି। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜାଖୋଜି ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ଗତ ରବିବାର ମଧ୍ୟ ଗଡଗଡିଆ ଘାଟରେ କାଉଡିଆ ପାଣି ଉଠାଇବା ବେଳେ ଅଘଟଣ ଘଟିଥିଲା। ପାଣି ଉଠାଇବା ବେଳେ ୨ ଜଣ ପାଣିରେ ଭାସିଯାଇଥିଲେ। ଜଣକୁ ସେଠାରେ ଥିବା କାଉଡିଆ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ଭାସି ଯାଇଥିଲେ। ଅଗ୍ନିଶମବାହିନୀ ଖୋଜାଖୋଜି କରି ଉକ୍ତ କାଉଡିଆର ମୃତଦେହ ଉଦ୍ଧାର କରିଥିଲେ।

କେଦାରନାଥରେ ଫସିଥିବା କେନ୍ଦୁଝର ଜିଲ୍ଲାର ୪ କାଉଡିଆଙ୍କୁ ସୁରକ୍ଷିତ ଉଦ୍ଧାର କଲେ ଭାରତୀୟ ସେନା
କେନ୍ଦୁଝର: କେଦାରନାଥରୁ ସୁରକ୍ଷିତ ଉଦ୍ଧାର ହେଲେ କେନ୍ଦୁଝର ଜିଲ୍ଲାର ୪ ଜଣ କାଉଡିଆ । ଫସିଥିବା କେନ୍ଦୁଝର ଜିଲ୍ଲାର ୪ ଜଣ କାଉଡିଆ ଆଜି ସୁରକ୍ଷିତ ସ୍ଥାନରେ ପହଞ୍ଚି ମଧ୍ୟାହ୍ନଭୋଜନ କରିଛନ୍ତି । ଏହି ୪ ଜଣ ଶିବଭକ୍ତଙ୍କୁ ଭୀମତାଲରୁ ହେଲିକପ୍ଟର ଯୋଗେ ସେନାର ଯବାନମାନେ ଉଦ୍ଧାର କରିଛନ୍ତି। ଉଦ୍ଧାର ବ୍ୟକ୍ତିମାନେ ହେଲେ କାର୍ତ୍ତିକେଶ୍ବର ଖିଲାର, ସଦାନନ୍ଦ ସାହୁ, ମହେଶ୍ୱର ପ୍ରଧାନ ଓ ଋଷିନାଥ ମହାନ୍ତ। ସେମାନେ ଟାକ୍ସି ମାଧ୍ୟମରେ ହରିଦ୍ୱାର ରେଳଷ୍ଟେସନ ଯାଇ ନିଜ ମୂଳ ଯୋଜନା ଅନୁଯାୟୀ ନିଜର ଯାତ୍ରା ଜାରି ରଖିବେ। ଜିଲ୍ଲାପାଳ ଏବଂ ଜିଲ୍ଲା ଶ୍ରମ ଅଧିକାରୀ ସେମାନଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଥିବା ଜିଲ୍ଲା ପ୍ରଶାସନର ସୂଚନା ।

ସୂଚନାଯୋଗ୍ୟ, କେନ୍ଦୁଝର ଜିଲ୍ଲାରୁ କାଉଡ଼ିଯାତ୍ରାରେ କେଦାରନାଥ ଯାଇଥିବା ୪ ଜଣ ଲୋକ ଭୁ ସ୍କଳନ ଫଳରେ ବାଟରେ ତିନିଚାରିଦିନ ହେବ ଫସି ରହିଥିଲେ । ଶନିବାର ଏବାଦରେ ପରିବାର ଲୋକଙ୍କୁ ସେମାନେ ଜଣାଇବାପରେ ଜିଲ୍ଲା ପ୍ରଶାସନଙ୍କୁ ଅବଗତ କରାଯାଇଥିଲା । ନିଜେ କେନ୍ଦୁଝର ଜିଲ୍ଲାପାଳ ରୁଦ୍ର ପ୍ରୟାଗ ଜିଲ୍ଲାର ଜିଲ୍ଲାପାଙ୍କ ସହିତ କଥା ହୋଇ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରରେ ସହଯୋଗ କରିବାକୁ ନିବେଦନ କରିଥିଲେ । ସେମାନେ ସୋମବାରଦିନ ଜଙ୍ଗଲଦେଇ କିଛିବାଟ ଚାଲିଚାଲି ଆସିବାପରେ ତାଙ୍କୁ ରବିବାର ସେନାର ଯବାନମାନେ ହେଲିକପଟର ଯୋଗେ ଗୁପ୍ତେଶ୍ୱର ପର୍ଯ୍ୟନ୍ତ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇ ଦେଇଥିବା ସୂଚନା ମିଳିଛି । ସେଠାରେ ଭଲରେ ଖାଦ୍ୟପେୟ ନେଲାପରେ ସେଠାରୁ ଟ୍ୟାକ୍ସି ଯୋଗେ ସେମାନେ ଋଷିକେଶ ଆସି ସେଠାରୁ ଟ୍ରେନରେ ଆସି ପୁରୀରେ ୮ ତାରିଖରେ ପହଁଚିବେବୋଲି ଜଣାପଡିଛି ।

ସେମାନେ ୨୭ ତାରିଖରୁ କେନ୍ଦୁଝରରୁ ବସରେ ଯାଇ ରାଉରକେଲାରୁ ଟ୍ରେନରେ କେଦାରନାଥ ଯାତ୍ରା କରିଥିଲେ। ସେଠାରେ ବଡ଼ ଧରଣର ଭୁ ସ୍କଳନ ହେବା ଫଳରେ ଫେରିବା ବାଟରେ ୪ଦିନ ହେବ ଫସି ରହିଥିଲେ । କଥା ଜଣା ପଡିବାପରେ ଚିନ୍ତା ପ୍ରକଟ କରିବା ସହିତ ପ୍ରଶାସନର ସହଯୋଗ ଲୋଡ଼ିଥିଲେ । ଜିଲ୍ଲା ପ୍ରଶାସନ ସେମାନଙ୍କ ସହିତ ଯୋଗାଯୋଗରେ ରହିଥିବାବେଳେ ସେମାନେ ସୁରକ୍ଷିତ ସ୍ଥାନରେ ପହଁଚି ସାରିଥିବାରୁ ପରିବାର ଲୋକେ ଖୁସି ପ୍ରକଟ କରିଛନ୍ତି ।

ଦିନକ ପରେ ଶ୍ରାବଣ ସୋମବାର, ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ କାଉଡ଼ିଆଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା
ଭୁବନେଶ୍ୱର: ଦିନକ ପରେ ଶ୍ରାବଣ ମାସ ପ୍ରଥମ ସୋମବାର। ଜଳଲାଗି କରିବାକୁ କାଉଡ଼ିଆମାନେ ପ୍ରସ୍ତୁତ ହେଲେଣି। ହଜାର ହଜାର କାଉଡ଼ିଆଙ୍କୁ ଦୃଷ୍ଟିରେ ରଖି ଏଥିପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ଓ ଏଏସ୍‌‌ଆଇ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ରାଜଧାନୀସ୍ଥିତ ଶ୍ରୀଲିଙ୍ଗରାଜ ମନ୍ଦିର, ମେଘେଶ୍ୱର ମନ୍ଦିର, ବ୍ରହ୍ମେଶ୍ୱର ମନ୍ଦିର, ଚିନ୍ତାମଣିଶ୍ୱର ମନ୍ଦିର ଲାଗି ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ପୂର୍ବରାତି ଅର୍ଥାତ୍‌‌ ରବିବାର ରାତି ୩ ଟାରେ ମନ୍ଦିର ପହଡ଼ ଖୋଲିବାପରେ ସାଢ଼େ ୩ ଟାରେ ଶ୍ରୀଲିଙ୍ଗରାଜଙ୍କ ମଙ୍ଗଳଆଳତି ଓ ଅବକାଶ ନୀତି ସମ୍ପାଦନ ପରେ ଭୋଗ ୪ ଟାରେ ଶ୍ରଦ୍ଧାଳୁଙ୍କ ଲାଗି ସାହାଣମେଲା ଦର୍ଶନ ଆରମ୍ଭ ହେବ। ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାରିକେଡ୍‌‌ର ବ୍ୟବସ୍ଥା କରାଯାଇଛି। ସ୍ୱତନ୍ତ୍ର ଧାଡ଼ିରେ କାଉଡ଼ିଆମାନେ ଛିଡ଼ା ହୋଇ କିଭଳି ଶୃଙ୍ଖଳିତ ଭାବରେ ଜଳଲାଗି କରିବେ ସେଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। କାଉଡ଼ିଆ ଶ୍ରୀଲିଙ୍ଗରାଜଙ୍କ ନିକଟରେ ଜଳ ଲାଗି କରିବାକୁ ଗଙ୍ଗାଯମୁନା ମନ୍ଦିର ରାସ୍ତାଦେଇ ଲିଙ୍ଗରାଜ ପ୍ଲାଜା ଭିତରେ ପଶି ସିଂହଦ୍ୱାର, ସିଂହଦ୍ୱାର ପାଖରୁ ଆଡ଼କାଠ ନିକଟକୁ ଯିବାର ବ୍ୟବସ୍ଥା ହୋଇଛି। ଗର୍ଭଗୃହ ମଧ୍ୟକୁ ପ୍ରବେଶ ନିଷେଧ ଥିବାବେଳେ ଆଡ଼କାଠ ନିକଟରେ ରହିଥିବା ଲୋଧାରେ ପାଣି ଢାଳିବେ।

କାଉଡ଼ିଆମାନେ ଜଳଲାଗି କରିବା ପରେ ଲିଙ୍ଗରାଜଙ୍କ ଦର୍ଶନ କରି ପାରିବେ। ଶାନ୍ତଶୃଙ୍ଖଳା ନିମନ୍ତେ ମନ୍ଦିର ବାହାରେ ପୁଲିସ୍‌‌ ଫୋର୍ସ ମୁତୟନ ହେବା ସାଙ୍ଗକୁ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ପରିଚାଳନା କରିବେ। ସେହିପରି ମନ୍ଦିର ଭିତରେ ପତ୍ର, ଫୁଲ, କଳସୀ ଆଦି ସଫା କରିବା ପାଇଁ ଏଏସ୍‌‌ଆଇ ପକ୍ଷରୁ କର୍ମଚାରୀ ଓ ସ୍ୱେଚ୍ଛାସେବୀଙ୍କୁ ମୁତୟନ କରାଯିବ। ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ ମନ୍ଦିରକୁ ଛୁରି, ପଲିଥିନ୍‌‌ ଓ ପ୍ଲାଷ୍ଟିକ୍‌‌ ସାମଗ୍ରୀ ବାରଣ କରାଯିବା ସାଙ୍ଗକୁ ଜଳଲାଗି ସମୟରେ ପାନ, ଗୁଟ୍‌‌ଖା, ମାଦକ ଦ୍ରବ୍ୟ ସେବନକରି ମନ୍ଦିର ଭିତରକୁ ଯିବା ଉପରେ କଟକଣା ରହିଛି। ଜଳଲାଗି ସରିବା ପରେ ଉତ୍ତରଦ୍ୱାର ଦେଇ ମନ୍ଦିର ବାହାରକୁ ପ୍ରସ୍ଥାନ କରିବାର ବ୍ୟବସ୍ଥା ହୋଇଛି। ତେବେ କାଉଡ଼ିଆଙ୍କ ପାଇଁ ମନ୍ଦିର ନିକଟରେ ଅସ୍ଥାୟୀ ରହଣିସ୍ଥଳର ବ୍ୟବସ୍ଥା କରାଯାଇଛି। ସେହିପରି ମେଘେଶ୍ୱର, ବ୍ରହ୍ମେଶ୍ୱର ମନ୍ଦିରକୁ ମଧ୍ୟ ଭକ୍ତ ଦର୍ଶନ ପାଇଁ ଯାଇପାରିବେ। କାଉଡ଼ିଆମାନେ କଟକ ଗଡ଼ଗଡ଼ିଆ ଘାଟ, ଦୟା ନଦୀ ଘାଟ, ମେଘେଶ୍ୱର ପୁଷ୍କରିଣୀ ଓ ବିନ୍ଦୁସାଗରରୁ ପାଣି ନେଇ ଜଳଲାଗି କରିଥାନ୍ତି। ରାଜଧାନୀର ଅନ୍ୟ ଶୈବ ପୀଠରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।