History of Suna Besha - The Sakala
ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ। ଏହି ପବିତ୍ର ତିଥିରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କର ଦୁର୍ଲଭ ସୁନାବେଶ। ମହଣ ମହଣ ସୁନା ଅଳଙ୍କାରରେ ସଜେଇ ହୋଇ ଝଟକୁଛନ୍ତି ମହାବାହୁ। ସୁନାର କିରୀଟ, କୁଣ୍ଡଳ, ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ା ମାଳି, ତାବିଜ ମାଳି, ହରିଡ଼ା ମାଳି, କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ହଳମୂଷଳ, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ତଡ଼ଗି ଆଦି ଅଳଙ୍କାର ପିନ୍ଧି ଶ୍ରୀଜିଉ ଦର୍ଶନ ଦେଉଛନ୍ତି। ସିଂହଦ୍ବାର ସମ୍ମୁଖରେ ତିନି ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଦର୍ଶନ କରି ଲକ୍ଷ ଲକ୍ଷ ଭକ୍ତମାନେ ନିଜକୁ ଧନ୍ୟ ମନେ କରୁଛନ୍ତି।  ମହାପ୍ରଭୁଙ୍କର ଏହି ଦିବ୍ୟ ବେଶ ରାତି ୧୧ଟା ଯାଏଁ ରହିବ।
ବର୍ଷକୁ ୫ ଥର ହୁଏ ମହାପ୍ରଭୁଙ୍କ ସୁନାବେଶ
ବର୍ଷକୁ ପାଞ୍ଚ ଥର ମହାପ୍ରଭୁଙ୍କ ସୁନା ବେଶ କରାଯାଏ। ସୁନାବେଶ (ବା ରାଜବେଶ ବା ବଡ଼ତଢାଉ ବେଶ) ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏକ ବିଶେଷ ବେଶ, ଯହିଁରେ ଦିଅଙ୍କୁ ସୁବର୍ଣ୍ଣ ଆଭୂଷଣରେ ସାଜ କରାଯାଏ । ଏହା ପୌଷ ପୂର୍ଣ୍ଣିମା (ପୁଷ୍ୟାଭିଷେକ), ଫାଲଗୁନ ପୂର୍ଣ୍ଣିମା (ଦୋଳ ପୂର୍ଣ୍ଣିମା), ହରିଶୟନ ଏକାଦଶୀ (ବାହୁଡ଼ା ଏକାଦଶୀ), କାର୍ତ୍ତିକ ପୂର୍ଣ୍ଣିମା (ରାଜରାଜେଶ୍ୱର ବେଶ) ଓ ବିଜୟାଦଶମୀ (ଦଶହରା), ଦିନ ଅନୁଷ୍ଠିତ ହୋଇଥାଏ ।
ଏଥିମଧ୍ୟରୁ ଶ୍ରୀମନ୍ଦିର ଭିତରେ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନେ କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ତିଥି ଗୁଡ଼ିକରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି ଓ କେବଳ ଥରେ ମାତ୍ର ସମସ୍ତବର୍ଗର ଜନତାଙ୍କ ପାଇଁ ଆଷାଢ଼ ଶୁକ୍ଲ ଏକାଦଶୀଦିନ ସିଂହଦ୍ୱାରଠାରେ ରଖାଯାଇଥିବା ତିନିରଥ ଉପରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି । । ଶ୍ରୀଜୀଉମାନଙ୍କର ମଧ୍ୟାହ୍ନ ଧୂପ ଶେଷ ହେବା ପରେ, ପ୍ରାୟ ୨ଘଣ୍ଟା ସମୟ ବିନିମୟରେ ତିନିରଥ ଉପରେ ସୁନାବେଶ ଅନୁଷ୍ଠିତ ହୋଇଥାଏ । ଶ୍ରୀଜୀଉମାନେ ସୁନାବେଶରେ ପ୍ରାୟ ୬ଘଣ୍ଟା ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ଭିତିରଚ୍ଛ ମହାପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ, ତଳିଚ୍ଛ ମହାପାତ୍ର ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ବାଡ଼ରେ ଓ ପୁଷ୍ପାଳକ ସେବାୟତ ଦେବୀ ସୁଭଦ୍ରାଙ୍କ ବାଡ଼ରେ ଯଥାକ୍ରମେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥରେ ଶ୍ରୀବିଗ୍ରହମାନଙ୍କୁ ସୁନାବେଶରେ ସଜ୍ଜିତ କରିବାର ପରମ୍ପରା ରହିଛି।
କେବେଠୁ ଆରମ୍ଭ ହୋଇଛି ସୁନାବେଶ
ସୁନାବେଶକୁ ନେଇ ଅନେକ ଲୋକକଥା ରହିଛି । ଲୋକ କଥା ଦେଖିଲେ ସୁନାବେଶ ପ୍ରଚଳନର ଇତିହାସ ସମ୍ପର୍କରେ ଜଣାଯାଏ ଯେ, ଓଡ଼ିଆ ଜାତିର ପରମାରାଧ୍ୟ ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ର ଦେବତା ରୂପେ ସ୍ୱୀକାର କରି ଏ ରାଜ୍ୟର ରାଜା ମହାରାଜାମାନେ ସ୍ୱୟଂ ରାଉତ ବା ଆଦେଶ ବାହକ ରୂପେ ମହାପ୍ରଭୁଙ୍କ ସେବା ନିର୍ବାହ କରିଥିବା ପ୍ରମାଣ ଶିଳାଲେଖରୁ ମିଳେ। ଶିଳାଲେଖରେ ଉଲ୍ଲେଖ ରହିଛି ରାଜା ଅନଙ୍ଗଭୀମ ଦେବ ୩ୟ(୧୨୧୧-୧୨୩୮) ଓଡ଼ିଆଙ୍କ ପରମାଧ୍ୟ ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ରଦେବତାରୂପେ ଘୋଷଣା କରିଥିଲେ । ଉତ୍କଳର ରାଜା ମହାରାଜା ମାନେ ପ୍ରଭୁଙ୍କ ଆଦେଶ ବାହକ ସେବକ ରୂପେ ସେବା କରୁଥିଲେ । କିଛି ରାଜା ମହାପ୍ରଭୁଙ୍କୁ ଓଡ଼ିଶାର ରାଜା ରୂପେ ଘୋଷଣାକରି ରାଜଭିଷେକ ମଧ୍ୟ କରିଥିଲେ ।
ରଥ ଉପରେ ସୁନାବେଶ
ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କୁହନ୍ତି, ମହାପ୍ରଭୁଙ୍କର ଏହି ଲାବଣ୍ୟମୟ ସୁବର୍ଣ୍ଣ ବେଶ କେବେଠାରୁ ଆରମ୍ଭ ହେଲା ତାହା ଠିକ୍‌‌ ଭାବେ କହିବା କଷ୍ଟକର। ଏ ସମ୍ପର୍କରେ ସ୍କନ୍ଦ ପୁରାଣ କିମ୍ବା ନୀଳାଦ୍ରି ମହୋଦୟ ଭଳି ଗ୍ରନ୍ଥମାନଙ୍କରେ କିଛି ଉଲ୍ଲେଖ ନାହିଁ। ତେବେ ମହାପ୍ରଭୁଙ୍କର ଏହି ଦିବ୍ୟ ବେଶକୁ ସର୍ବଧର୍ମ, ସର୍ବମତବାଦର ଜନସାଧାରଣ ଓ ଭକ୍ତଗଣ ଆନନ୍ଦରେ ଦର୍ଶନ କରିଥାନ୍ତି। ଏହିଦିନ ଶ୍ରୀକ୍ଷେତ୍ରରେ ପ୍ରବଳ ଗହଳି ଲାଗିଥାଏ। ରଥ ଉପରେ ହେଉଥିବା ସୁନାବେଶର ନାମ ହେଉଛି ବଡ଼ତଢାଉ ବେଶ। ବଡ଼ତଢାଉ ବେଶ ସମ୍ପର୍କରେ ଜଣାଯାଏ ୧୪୬୦ ଖ୍ରୀଷ୍ଟାବ୍ଦରେ ରାଜା କପିଳେନ୍ଦ୍ର ଦେବ ଦେବୀ ଜୟଦୁର୍ଗାଙ୍କ କୃପାରୁ ଦକ୍ଷିଣ ଭାରତ ବିଜୟ କରି ୧୬ଟି ହସ୍ତୀ ପୃଷ୍ଠରେ ବିପୁଳ ଧନରତ୍ନ ଲଦି ନିଜ ରାଜ୍ୟକୁ ଆଣି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଅର୍ପଣ କରିଥିଲେ।
ଗଜପତି ମହାରାଜାଙ୍କର ମହାପ୍ରଭୁଙ୍କ ପ୍ରତି ଭକ୍ତି ଓ ଆଗ୍ରହ ଲକ୍ଷ୍ୟ କରି ବଡ଼ତଢାଉ ସେବକ (ଅଳଙ୍କାରଗୁଡ଼ିକୁ ଭଣ୍ଡାରରୁ ଆଣି ବେଶ ଶେଷ ହେବା ପରେ ପୁଣି ଭଣ୍ଡାର ମଧ୍ୟରେ ଗଣି କରି ରଖନ୍ତି) ଶ୍ରୀଛାମୁରେ ଜଣାଇଥିଲେ ଯେ, ଶ୍ରୀମନ୍ଦିରର ରତ୍ନସିଂହାସନ ଉପରେ ବର୍ଷ ମଧ୍ୟରେ ହେଉଥିବା ସକଳ ବେଶକୁ ସମସ୍ତ ବର୍ଗର ଲୋକେ ଦର୍ଶନ କରିପାରୁ ନାହାନ୍ତି। ତେଣୁ ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ବାହୁଡ଼ା ଦିନ ରଥତ୍ରୟ ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ତା’ ପରଦିନ ରଥ ଉପରେ ଠାକୁରମାନଙ୍କ ସର୍ବସମ୍ମୁଖରେ ସୁନାବେଶରେ ସୁସଜ୍ଜିତ କରାଗଲେ ସମସ୍ତେ ଉପକୃତ ହୋଇପାରନ୍ତେ। ବଡ଼ତଢାଉ ସେବକଙ୍କ ଅନୁରୋଧକ୍ରମେ ସେହି ଦିନଠାରୁ ରାଜା କପିଳେନ୍ଦ୍ର ଦେବ ୧୩୮ ପ୍ରକାର ରତ୍ନଖଚିତ ସ୍ୱର୍ଣ୍ଣ ଅଳଙ୍କାର ନିର୍ମାଣ କରି ପ୍ରଥମେ ଠାକୁରମାନଙ୍କୁ ରଥ ଉପରେ ବଡ଼ ଏକାଦଶୀଦିନ ଚିତ୍ତାକର୍ଷକ ସୁନାବେଶ କରାଇଥିଲେ। ତେଣୁ ଏହି ସୁନାବେଶ ବଡ଼ତଢାଉ ବେଶ ନାମରେ ପ୍ରସିଦ୍ଧ ଲାଭ କରିଛି। ମହାପ୍ରଭୁଙ୍କର ମଧ୍ୟାହ୍ନ ଧୂପ ନୀତି ସରିବା ପରେ ଦୁର୍ଲ୍ଲଭ ସୁନାବେଶ ଆରମ୍ଭ ହୋଇଥାଏ। ଏହି ବେଶରେ ମେକାପ, ପୁଷ୍ପାଳକ ଓ ଖୁଣ୍ଟିଆ ସେବକ ପ୍ରମୁଖ ସାହାଯ୍ୟ କରିଥାନ୍ତି। ରଥ ଉପରେ ଏମାନଙ୍କ ସହିତ ଦଇତାପତି ସେବକମାନେ ମଧ୍ୟ ଅଂଶଗ୍ରହଣ କରିଥାନ୍ତି। ଏହିଦିନ ଦ୍ୱିପ୍ରହର ଧୂପ (ଖଇ, କୋରା, ଧୁଆମୁଗ, ଆମ୍ବ, ପଣସ, ନଡ଼ିଆ ଇତ୍ୟାଦି ଶୁଖିଲି ଭୋଗ) ପରେ ଠାକୁରମାନେ ମଇଲମ ହୁଅନ୍ତି। ଏହାପରେ ଖଣ୍ଡେ ଖଣ୍ଡେ ଶାଢ଼ି ଓ ଖଣ୍ଡୁଆ ଲାଗି ହୁଅନ୍ତି। ପରେ ଫୁଟାଲାଗି (ଟାଇଟ ବସ୍ତ୍ର ପରିଧାନ କରନ୍ତି) ହୁଅନ୍ତି। ଅଧର ବଳା ଓ ଦୁଇ ଭୁଜରେ ବଳା ଲାଗି ହେବା ପରେ ଅଳଙ୍କାରମାନ ଲାଗି ହୋଇଥାନ୍ତି।
ଓଡ଼ିଶାର କେଉଁ ରାଜାଙ୍କ ଶାସନ କାଳରେ ରାଜବେଶର ପ୍ରଚଳନ କରାଯାଇଥିଲା ତାହା ନିର୍ଦ୍ଦିଷ୍ଟ ଭାବରେ ଜଣାପଡ଼ୁନଥିବା ବେଳେ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ହିଁ ଓଡ଼ିଶା ରାଜ୍ୟର ରାଜା ବୋଲି ଗଙ୍ଗବଂଶର ରାଜା ଅନଙ୍ଗଭୀମ ଦେବ-୩ୟ(ଖ୍ରୀଷ୍ଟାବ୍ଦ୧୨୧୧-୧୨୩୮) ଘୋଷଣା କରିଥିଲେ। ହୁଏତ ତାଙ୍କ ସମୟରେ ଏହି ବେଶ ପ୍ରଚଳନ ହୋଇଥିବା ଅନୁମାନ କରାଯାଏ। କିଛି ବିଶେଷଜ୍ଞଙ୍କ ମତରେ ସମ୍ରାଟ କପିଳେନ୍ଦ୍ର ଦେବ(ଖ୍ରୀଷ୍ଟାବ୍ଦ ୧୪୩୫-୧୪୬୮) ଓଡ଼ିଶାର ରାଷ୍ଟ୍ରଦେବତା ଶ୍ରୀଜଗନ୍ନାଥଙ୍କ ପାଇଁ ଏହି ରାଜବେଶର ପ୍ରଚଳନ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରାଜକୀୟତା ତାଙ୍କ ରାଜବେଶରେ ପ୍ରତିଫଳିତ ହୁଏ।