'Subhadra' scheme - The Sakala
୨୧ ବର୍ଷ ବୟସ ହୋଇଥିଲେ କାଲିଠୁ ସୁଭଦ୍ରା ଯୋଜନା ପାଇଁ ଆବେଦନ, ଜାଣନ୍ତୁ କେମିତି ପୂରଣ କରିବେ ‘ସୁଭଦ୍ରା’ ଫର୍ମ...
ଭୁବନେଶ୍ବର: କାଲିଠୁ ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ।। ୨୧ ବର୍ଷ ବୟସ ହୋଇଥିଲେ କାଲିଠୁ ସୁଭଦ୍ରା ଆବେଦନ କରିପାରିବେ। ସୁଭଦ୍ରା ପୋର୍ଟାଲରେ ଅନଲାଇନ୍ ଆବେଦନ କରିପାରିବେ।ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଯେଉଁମାନେ ୨୦ରୁ ୨୧ ବର୍ଷରେ ପହଞ୍ଚିଲେ ସେମାନେ ଆବେଦନ କରିପାରିବେ। ୨୧ ବର୍ଷ ହୋଇଥିଲେ ସୁଭଦ୍ରା ହିତାଧିକାରୀ ଭାବେ ଯୋଡ଼ି ହୋଇପାରିବେ। ଯେଉଁଠି ଆଚରଣ ବିଧି ଲାଗିଛି ସେ ଅଂଚଳକୁ ଛାଡ଼ି ଅନ୍ୟ ସମସ୍ତେ ପୋର୍ଟାଲ ବ୍ୟବହାର କରିପାରିବେ।
କେମିତି ପୂରଣ କରିବେ ‘ସୁଭଦ୍ରା’ ଫର୍ମ?
ପ୍ରଥମେ ଆଧାର କାର୍ଡରେ ଥିବା ନାମ ଲେଖି, ଆଧାର ନମ୍ବର ଲେଖିବାକୁ ପଡ଼ିବ।
ପରେ ସ୍ୱାମୀ କିମ୍ବା ବାପାଙ୍କ ନାମ ଲେଖିବେ
ଜନ୍ମ ତାରିଖ ସ୍ଥାନରେ ଆଧାର କାର୍ଡରେ ଥିବା ଜନ୍ମ ତାରିଖ ଲେଖିବେ
ପରେ ଜାତି ସଂପର୍କରେ ଥିବା ବକ୍ସରେ ଟିକ୍‌ ମାରିବାକୁ ହେବ
ମୋବାଇଲ ନମ୍ବର ବକ୍ସରେ ଆଧାର କାର୍ଡ ଲିଙ୍କ ହୋଇଥିବା ନମ୍ବର ଦେବାକୁ ହେବ
ବିକଳ୍ପ ଭାବେ ଆପଣ ଅନ୍ୟ ନମ୍ବର ମଧ୍ୟ ଦେଇପାରିବେ
ତା’ପରେ ଠିକଣା ଲେଖି, ଆଧାର ଲିଙ୍କ ଥିବା ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେବାକୁ ହେବ
ପର ପୃଷ୍ଠାରେ ଥବା ଯୋଗ୍ୟତା ମାନଦଣ୍ଡ ଆଧାରିତ ଏକ ଘୋଷଣା ପତ୍ରକୁ ନିଜେ ଆବେଦନକାରୀ ଦସ୍ତଖତ କରି ଆବେଦନ କରିବେ
ଫର୍ମ ଫିଲଅପ୍ ପରେ ଏହା ସହ ନିଜର ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍‌ ଓ ରାସନ କାର୍ଡର ଫଟୋକପି ଦେଇ ଅନଲାଇନରେ ସୁଭଦ୍ରା ପୋର୍ଟାଲରେ ଆବେଦନ କରିବେ
ଆବେଦନ କରିବା ପରେ ଗ୍ରହଣ ପତ୍ର ଆଣିବାକୁ ଯେମିତ ନ ଭୁଲନ୍ତି, ଯେଉଁଥିରେ ଆପଣଙ୍କ ଆବେଦନ ପତ୍ରର ନମ୍ବର ରହିଥିବ
ୱେବ୍‌ ପୋର୍ଟଲ www.subhadra.odisha.gov.in ରେ ସମସ୍ତ ତଥ୍ୟ ଉପଲବ୍ଧ ରହିବ। ସୁଭଦ୍ରା ଯୋଜନା ସମ୍ୱନ୍ଧରେ ଜାଣିବା ପାଇଁ ଏହି ୱେବ ପୋର୍ଟାଲରେ ସମସ୍ତ ପ୍ରକାର ସୂଚନା ପ୍ରଦାନ କରାଯାଇଛି। ହିତାଧିକାରୀଙ୍କ ଯୋଗ୍ୟତା, ସେମାନଙ୍କ ଅଧିକାର, ଦାୟିତ୍ୱ ସହ ବାରମ୍ୱାର ପଚରାଯାଉଥିବା ପ୍ରଶ୍ନ ଓ ଏହାର ଉତ୍ତର ଏହି ୱେବ ପୋର୍ଟାଲରେ ଉପଲବ୍ଧ ଅଛି । ସୁଭଦ୍ରା ଯୋଜନା ସମ୍ୱନ୍ଧୀୟ କୌଣସି ନୂଆ ଘୋଷଣା ମଧ୍ୟ ମହିଳାମାନେ ଏହି ୱେବ ପୋର୍ଟାଲରେ ପାଇପାରିବେ ଅନ୍ୟ କିଛି ଜାଣିବାକୁ ହେଲେ ମହିଳମାନେ ଟୋଲ ଫ୍ରୀ ନମ୍ୱର -୧୪୬୭୮ ରେ କଲ କରିପାରିବେ।
ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ରାଜ୍ୟରେ ‘ସୁଭଦ୍ରା’ମାନଙ୍କୁ ଅସୁରକ୍ଷିତ କରି ଦେଇଛି, ୮ ମାସରେ ୧୬୦୦ ମହିଳା ବିରୋଧୀ ହିଂସା
ଭୁବନେଶ୍ୱର: ରାଜ୍ୟ ସରକାର ମହିଳାମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିଥିବା ‘ମିଶନ ଶକ୍ତି’କୁ କବର ଦେଇଛନ୍ତି। ‘ସୁଭଦ୍ରା’ ଯୋଜନାରେ ବର୍ଷକୁ ଦୁଇଟି କିସ୍ତିରେ ମହିଳାମାନଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦେଇ ସେମାନଙ୍କୁ ଲକ୍ଷପତି କରିବାକୁ ସ୍ୱପ୍ନ ଦେଖୁଛନ୍ତି । ମାତ୍ର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ରାଜ୍ୟର କୋଣ ଅନୁକୋଣରେ ‘ସୁଭଦ୍ରା’ମାନଙ୍କୁ ଅସୁରକ୍ଷିତ କରି ଦେଇଛି। ମହିଳା ବିରୋଧୀ ହିଂସା ଦୃଷ୍ଟାନ୍ତମୂଳକ ଭାବରେ ବୃଦ୍ଧି ପାଇଛି ଓ ୮ ମାସରେ ୧୬୦୦ ମହିଳା ବିରୋଧୀ ହିଂସାର ଲିଖିତ ଅଭିଯୋଗ ଆସିଛି। ଏହାମଧ୍ୟରେ ରହିଛି ଦୁଷ୍କର୍ମ, ଗଣଦୁଷ୍କର୍ମ, ହତ୍ୟା ପରି ସଙ୍ଗୀନ ଅପରାଧ। ଏହାବ୍ୟତୀତ ସାରା ରାଜ୍ୟରେ ପ୍ରତିଦିନ ଏମିତି ଶହଶହ ମହିଳା ବିରୋଧୀ ହିଂସା ଲୋକଲୋଚନକୁ ଆସି ନ ପାରି ଭିତରେ ଭିତରେ ଚପି ଯାଉଛି।
କିଛି ବର୍ଷ ପୂର୍ବେ ଓଡ଼ିଶାରେ ଆଇନ ଶୃଙ୍ଖଳା ଭୁଷୁଡ଼ି ପଡିଛି କହି ସାରା ରାଜ୍ୟରେ ବିଜେପି ସତ୍ୟାଗ୍ରହ କରିଥିଲା। ଦଳର ନେତାମାନେ ରାଜରାସ୍ତାରେ ବୁକୁ ଫଟା ଚିକ୍ରାର କରୁଥିଲେ। ମାତ୍ର ବିଜେପି ସରକାରରେ ପୂର୍ବାପେକ୍ଷା ରାଜ୍ୟରେ ମହିଳା ବିରୋଧୀ ହିଂସା ବୃଦ୍ଧି ପାଇଛି। ଗତ ୮ମାସର ବିଜେପି ଶାସନରେ ୧୬୦୦ ମହିଳାଙ୍କ ଉପରେ ଅତ୍ୟାଚାର ମାମଲା ରୁଜୁ ହୋଇଛି। ବାଲେଶ୍ୱରରୁ ବଲାଙ୍ଗିର, କେନ୍ଦ୍ରାପଡ଼ାରୁ ନେଇ ରାଉରକେଲା ପର୍ଯ୍ୟନ୍ତ ସବୁଠି ଅପରାଧୀ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ଦଳିମନ୍ଥି ସରକାରଙ୍କୁ ଚାଲେଞ୍ଜ ଦେଇଛନ୍ତି ।
ବାଲେଶ୍ୱରର ସୋର ବ୍ଲକ୍‌ରେ ମହିଳାଙ୍କୁ ବଳାକ୍ରାର କରାଯାଇଛି। ଜଳେଶ୍ୱରରେ ୬୫ ବର୍ଷିୟ ମହିଳା ଦୁଷ୍କର୍ମ ପରେ ହତ୍ୟାର ଶିକାର ହୋଇଛନ୍ତି। ନୀଳଗିରି ନିର୍ବାଚନମଣ୍ଡଳୀରେ ଦୁଇଜଣ ଆଦିବାସୀ ମହିଳାଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଭିଡିଓ ସାରା ଦେଶରେ ଭାଇରାଲ ହୋଇଛି।ସେହି ଜିଲ୍ଲାରେ ଜଣେ ୧୦ ବର୍ଷିୟ ଝିଅକୁ ଧର୍ଷଣ ପରେ ହତ୍ୟା କରାଯାଇଛି। ଢେ଼ଙ୍କାନାଳ ଜିଲ୍ଲାରେ ଜଣେ ବିବାହିତା ମହିଳାଙ୍କୁ ଓ ବଲାଙ୍ଗିର ଜିଲ୍ଲାର ଖଇରାପଲ୍ଲୀରେ ଜଣେ ମହିଳାଙ୍କୁ ଗଣଧର୍ଷଣ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଭଦ୍ରକ ଜିଲ୍ଲା ବେତଡ଼ାରେ ମହିଳାଙ୍କୁ ଗଣଧର୍ଷଣ କରାଯିବା ସହ ତାଙ୍କ ୭ ବର୍ଷ ଝିଅକୁ ଅପରାଧୀମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହି ଅପରାଧରେ ବିଜେପି ମଣ୍ଡଳ ସଭାପତି ଓ ତାଙ୍କର ଦୁଇ ସହଯୋଗୀ ସାମିଲ ଥିବା ଅଭିଯୋଗ ହୋଇଛି। ି ନଭେମ୍ବର ୬ ତାରିଖରେ ବଲାଙ୍ଗିରରେ ଜଣେ ମହିଳାଙ୍କୁ ବଳାକ୍ରାର କରିବା ପରେ ତାଙ୍କୁ ବିଷ୍ଠା ଖୁଆଯାଇଛି ଓ ଅନୁଗୁଳ ଜିଲ୍ଲାର ପାଲଲହଡ଼ାରେ ମହିଳାଙ୍କୁ ବଳାକ୍ରାର ପରେ ହତ୍ୟା କରାଯାଇଛି। ଏହାସହିତ ଲକ୍ଷ୍ମୀପୁରରେ ଆଦିବାସୀ ନାବାଳିକା, ରାଉରକେଲାରେ ମହିଳାଙ୍କୁ ଦୀର୍ଘଦିନ ଧରି ଗଣବଳାକ୍ରାର , ମୟୂରଭଞ୍ଜ ଜିଲ୍ଲାରେ ରାଷ୍ଟ୍ରପତିଙ୍କ ଗାଁରେ ନାବାଳିକାକୁ ବଳାକ୍ରାର, କଟକ ଜିଲ୍ଲାର ଇଟାଭାଟିରେ ନାବାଳିକାଙ୍କୁ ଗଣବଳାକ୍ରାର, ପିପିଲିରେ ମହିଳାଙ୍କୁ ବଳାକ୍ରାର ପରେ ହତ୍ୟା ରାଜ୍ୟର ଆଇନ୍‌ ଶୃଙ୍ଖଳା ପ୍ରତି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୮ ମାସ ଭିତରେ ୫୪ଟି ଧର୍ଷଣ, ହତ୍ୟା ମାମଲା ରୁଜୁ ହୋଇଛି।
ଯାଜପୁର ଓ ମାଲକାନଗିରି ଜିଲ୍ଲାରେ ମାଟ୍ରିକ୍‌ ପରୀକ୍ଷା ଦେଉଥିବା ଛାତ୍ରୀ ସନ୍ତାନ ପ୍ରସବ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ମଧ୍ୟ ଏଥିରୁ ବାଦ୍‌ ପଡି ନାହିଁ। ଚମ୍ପୁଆରେ ଜଣେ ୬ଷ୍ଠ ଶ୍ରେଣୀର କନ୍ୟାଶ୍ରମ ଛାତ୍ରୀ ଓ ତେଲକୋଇର ଆଶ୍ରମ ବିଦ୍ୟାଳୟରେ ୯ମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହୋଇଛନ୍ତି। କିଛି ଦିନ ପୂର୍ବେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କଲେଜରେ ଜଣେ ଯୁକ୍ତ ୨ ଛାତ୍ରୀ ଶିକ୍ଷକଙ୍କ ଅସଦାଚରଣରେ ମ୍ରିୟମାଣ ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଅନେକ ଘଟଣାର ଉଦାହରଣ ଅଛି ଯେଉଁଠାରେ ଅତି ଜଘନ୍ୟ ଅପରାଧ ମାମଲା ଥାନାରେ ରୁଜୁ ହୋଇନାହିଁ। ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାରେ ମହିଳାମାନଙ୍କୁ ୫ ହଜାର ଟଙ୍କା ବାଣ୍ଟି ଆତ୍ମତୃପ୍ତି ଲାଭ କରୁଛନ୍ତି । ଦଳର ନେତାମାନେ ‘ସୁଭଦ୍ରା’ ଯୋଜନା ସହାୟତାକୁ ଗେମ୍‌ ଚେଞ୍ଜର ବୋଲି ବାହୁନୁଛନ୍ତି । ମାତ୍ର ରାଜ୍ୟର କୋଣ ଅନୁକୋଣରେ ନିର୍ଯାତିତା, ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ହତ୍ୟାର ଶିକାର ମହିଳାମାନଙ୍କୁ ନ୍ୟାୟ ଦେବାକୁ ସରକାର କେତେ ତତ୍ପର ତାହା ରାଜ୍ୟର ଅପରାଧ ସୂଚୀ ବର୍ଣ୍ଣନା କରିଛି ।
ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ବଡ ଖବର । ଆସନ୍ତାକାଲି ମିଳିବ ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା । ସୁଭଦ୍ରା ଟଙ୍କା ମିଳିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ ସୂଚନା । ଆସନ୍ତାକାଲି ଯାଜପୁରରେ ସ୍ବତନ୍ତ୍ର ଉତ୍ସବରେ ଟଙ୍କା ପ୍ରଦାନ କରାଯିବ । ୧୮ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କ ବ୍ୟାଙ୍କ ଖାତାକୁ ଯିବ ଏହି ଟଙ୍କା । ଉପମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି କି, ୩.୩୮ ଲକ୍ଷ ହିତାଧିକାରୀଙ୍କ NPCI କ୍ଲିୟରାନ୍ସ ସମସ୍ୟା ଥିଲା । ସେମାନଙ୍କ ମଧ୍ୟରୁ ୫୯ ହଜାର ମହିଳାଙ୍କର ସମସ୍ୟା ସମାଧାନ ହୋଇଛି । ବାକି ଯେଉଁମାନଙ୍କର ସମସ୍ୟା ରହିଛି, ସେମାନଙ୍କୁ ବ୍ୟାଙ୍କ ଯିବାକୁ ପଡ଼ିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ମାର୍ଚ୍ଚ ୮ରେ ଯେଉଁମାନେ ଯୋଡି ହେବେ ସେମାନେ ପ୍ରଥମ କିସ୍ତି ଓ ଉଭୟ ୨ୟ କିସ୍ତିର ବି ପଇସା ପାଇବେ।
ଭୁବନେଶ୍ୱର: ‘ସୁଭଦ୍ରା’ ଯୋଜନାକୁ ନେଇ ଆସିଲା ବଡ ଖବର । ଫେବ୍ରୁଆରୀ ୮ରେ ମିଳିବ ‘ସୁଭଦ୍ରା’ର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଫେବୃଆରୀ ୮ରେ ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ଯାଜପୁରରୁ ଏହାର ଶୁଭାରମ୍ଭ ହେବ । ୩ ଓ ୪ ତାରିଖରେ ବ୍ୟାଙ୍କକୁ ଯାଇ ଏନ ପି ସି ଆଇ ଚେକ କରିପାରିବେ । ଛୋଟ ଛୋଟ ଯାହା ଅସୁବିଧା କିମ୍ବା ସମସ୍ୟା ରହିଛି ବ୍ୟାଙ୍କକୁ ଯାଇ ଆପଣ ସମାଧାନ କରିପାରିବେ । ଏହି ପର୍ଯ୍ୟାୟରେ ୨୦ ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।
ଚତୁର୍ଥ ପର୍ଯ୍ୟାୟରେ ହିତାଧିକାରୀଙ୍କ ସଂଖ୍ୟା ୧ କୋଟି ଟପିପାରେ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏବେ ବି ଅଢେଇ ଲକ୍ଷ ହିତାଧିକାରୀଙ୍କ ଏନପିସିଆଇ ସମସ୍ୟା ଅଛି। ଏକ ଲକ୍ଷରୁ ଅଧିକ ମହିଳାଙ୍କ ଇ କେୱାଇସି ସମସ୍ୟା ରହିଛି। ୮ ତାରିଖ ପୂର୍ବରୁ ଏହାର ସମାଧାନ କଲେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରାରେ ସାମିଲ ହୋଇପାରିବେ।
ଭୁବନେଶ୍ୱର: ‘ସୁଭଦ୍ରା’କୁ ନେଇ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏକ ବଡ ଘୋଷଣା କରିଛନ୍ତି। ଜାନୁଆରୀ ଶେଷରେ ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ ଇ-କେୱାଇସି ଅପଡେଟ୍‌ କରିବାକୁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଯାବତ୍‌ ସୁଭଦ୍ରାରେ ୧୭ ହଜାର ମହିଳା ପୁଣି ସାମିଲ ହୋଇଛନ୍ତି । ‘ଅପଟ୍‌ ଆଉଟ୍‌ ହୋଇଥିବା ୧୭ ହଜାର ମହିଳା ପୁଣି ଯୋଡି ହୋଇଛନ୍ତି । ୩୧ ହଜାର ଅପଟ୍‌ ଆଉଟ୍‌ ହୋଇଥିଲେ, ୧୭ ହଜାର ମିଶିଛନ୍ତି । ବାକି ଥିବା ୧୪ ହଜାର ମହିଳା ଅପଟ୍‌ ଇନ୍‌ ନ କରିପାରନ୍ତି । ସେମାନେ ଆୟକର ବର୍ଗର ହୋଇଥାଇ ପାରନ୍ତି । ୨ ଲକ୍ଷରୁ ଅଧିକ ଇ-କେୱାଇସି ଅପ୍‌ଡେଟ୍‌ କରି ନାହାନ୍ତି। ଜାନୁଆରୀ ଶେଷରେ ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ ଇ-କେୱାଇସି ଅପଡେଟ୍‌ କରିବାକୁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
ମୋହନ ସରକାରଙ୍କୁ ହୋର୍ଡିଂ ନିଶା: ‘ସୁଭଦ୍ରା’ ଯୋଜନାର ପ୍ରଚାର ଖର୍ଚ୍ଚ ୭ କୋଟି
ବଲାଙ୍ଗିର: ମୋଦୀ ସରକାରଙ୍କ ଭଳି ମୋହନ ସରକାରଙ୍କୁ ବି ଲାଗିଛି ବିଜ୍ଞାପନ ନିଶା। ବିଜେପି ସରକାର କେବଳ ‘ସୁଭଦ୍ରା’ ଯୋଜନା ହୋର୍ଡିଂ ପାଇଁ ୭ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଏହା ଜଣାପଡ଼ିଛି।
ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ରାଜ୍ୟରେ ‘ସୁଭଦ୍ରା’ ଯୋଜନା ପାଇଁ ଲଗାଯାଇଥିବା ହୋର୍ଡିଂ ଖର୍ଚ୍ଚ ବିଷୟରେ ସୂଚନା ପ୍ରଦାନ କରିବା ପାଇଁ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଥିଲେ। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି ଯେ, ରାଜ୍ୟ ସରକାରଙ୍କ ଫ୍ଲାଗସିପ୍‌‌ କାର୍ଯ୍ୟକ୍ରମ ‘ସୁଭଦ୍ରା’ ଯୋଜନା ପାଇଁ ହୋର୍ଡିଂ ବିଜ୍ଞାପନ ବାବଦକୁ ୭ କୋଟି ଟଙ୍କା ଖର୍ଚ୍ଚ କରିବାକୁ ରାଜ୍ୟ ସରକାର ବ୍ୟୟ ଅଟକଳ କରିଛନ୍ତି। ବିଭିନ୍ନ ଟ୍ୟାକ୍ସକୁ ବାଦ୍‌‌ ଦେଇ ଏହି ବ୍ୟୟ ଅଟକଳ କରାଯାଇଥିବା ସୂଚନା ଦିଆଯାଇଛି। ଟ୍ୟାକ୍ସ ଖର୍ଚ୍ଚ ମିଶିଲେ ଏହି ଖର୍ଚ୍ଚ ଆହୁରି ଅଧିକ ହେବ। ସରକାରଙ୍କ ଜନମଙ୍ଗଳକାରୀ ସିଧାସଳଖ କ୍ୟାସ୍‌‌ ଟ୍ରାନ୍ସଫର ଭଳି ଆର୍ଥିକ ସହାୟତା ଯୋଜନାରେ ହୋର୍ଡିଂ ବିଜ୍ଞାପନ ପାଇଁ ଏହିଭଳି ଅଜସ୍ର ଟଙ୍କା ଖର୍ଚ୍ଚ କରିବା କେବଳ ଦଳୀୟ ପ୍ରଚାର ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି।
ଭୁବନେଶ୍ବର: ରାଜ୍ୟରେ ହିତାଧିକାରୀଙ୍କୁ ଖୁବଶୀଘ୍ର ମିଳିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୂଚନା ଦେଇଛନ୍ତି।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,  ବର୍ତ୍ତମାନସୁଦ୍ଧା ୧ କୋଟି ୫୦ହଜାର ମହିଳା ରେଜିଷ୍ଟ୍ରେସନ କରିସାରିଲେଣି। ୨ଟି ପର୍ଯ୍ୟାୟରେ ମୋଟ ୬୦ଲକ୍ଷ ମହିଳାଙ୍କୁ ସହାୟତା ପ୍ରଦାନ କରାଯାଇଛି। ଖୁବଶୀଘ୍ର ତୃତୀୟ ପର୍ଯ୍ୟାୟରେ ବାକି ରହିଥିବା ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯିବ। ଏନସିପିଆଇ କ୍ଲିୟରାନ୍ସ ପରେ ଆଜି ୩୫ଲକ୍ଷ ମହିଳାଙ୍କୁ ଟଙ୍କା ଦିଆଯାଇଛି। କୌଣସି ଯୋଗ୍ୟ ହିତାଧିକାରୀଙ୍କ ଆବେଦନପତ୍ର ଖାରଜ କରାଯିବନି। ଯେଉଁ ହିତାଧିକାରୀଙ୍କ ଆବେଦନରେ ତ୍ରୁଟି ଥିବ ଘରକୁ ଘର ଯାଇ, ବ୍ଲକ ବା ଜିଲା ପ୍ରଶାସନ ଜରିଆରେ ସଂଶୋଧନ କରାଯିବ। ଯେଉଁମାନେ ଟଙ୍କା ପାଇନାହାଁନ୍ତି ବାରମ୍ବାର ଆବେଦନ କରିବା ଅନାବଶ୍ୟକ। ଆଉ ଆବେଦନ ନକରି ତ୍ରୁଟି କଣ ରହିଛି ତାକୁ ସଂଶୋଧନ କରିବାକୁ ପରାମର୍ଶ ଦେଇଛନ୍ତି।
ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ବଡ ଖବର । ଆସନ୍ତା ୯ରେ ମିଳିବ ସୁଭଦ୍ରା ଟଙ୍କା । ଆସନ୍ତା ଅକ୍ଟୋବର ୯ ତାରିଖରେ ଯୋଗ୍ୟ ମହିଳାଙ୍କ ଆକାଉଣ୍ଟକୁ ଆସିବ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ବାରିପଦାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ପ୍ରଦାନ କରିବେ ଟଙ୍କା । ଏହି ପର୍ଯ୍ୟାୟରେ ୪୦ ଲକ୍ଷରୁ ଅଧିକ ହିତାଧିକାରୀ ପାଇବେ ଟଙ୍କା ।
ରାଜ୍ୟର ମହିଳାଙ୍କ ପାଇଁ ଓଡିଶାର ନୂଆ ସରକାର ଆରମ୍ଭ କରିଛନ୍ତି ସୁଭଦ୍ରା ଯୋଜନା । ଆଉ ଏଥି ପାଇଁ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା । ଯାହାକୁ ଆଧାର କରି ସେପ୍ଟେମ୍ବର ୧୭ ତାରିଖରେ ପ୍ରଥମ କିସ୍ତି ମିଳିଥିଲା । ହେଲେ ପ୍ରଥମ ପର୍ଯ୍ୟାୟର ୨ୟ କିସ୍ତି ଟଙ୍କା କେବେ ମିଳିବ ନେଇ ଚର୍ଚ୍ଚା ଆଲୋଚନା ଚାଲିଥିଲା । ଏସବୁ ଭିତରେ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନାର ୨ୟ କିସ୍ତି ନେଇ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ମାସ ଅର୍ଥାତ ଅକ୍ଟୋବର ୯ ତାରିଖ ଦିନ ସୁଭଦ୍ରା ଯୋଜନାର ୨ୟ କିସ୍ତି ମହିଳାଙ୍କ ଆକାଉଣ୍ଟକୁ ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ୯୭ ଲକ୍ଷରୁ ଉର୍ଦ୍ଧ୍ବ ମହିଳା ‘ସୁଭଦ୍ରା’ ପାଇଁ ଆବେଦନ କରିଛନ୍ତି।ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ଟଙ୍କା ମିଳିଛି।ମାର୍ଚ୍ଚ ୮ ପୂର୍ବରୁ ସମସ୍ତ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ‘ସୁଭଦ୍ରା’ ଟଙ୍କା ମିଳିବ ବୋଲି କହିଛନ୍ତି। ଗତ ୧୭ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା।
‘ସୁଭଦ୍ରା’ ଯୋଜନାରେ ଆକାଉଣ୍ଟକୁ ଟଙ୍କା ନ ଆସିବାରୁ କଙ୍ଗାରୁକୋର୍ଟରେ ଅଙ୍ଗନବାଡ଼ି କର୍ମୀଙ୍କୁ ଗଛରେ ବାନ୍ଧି ପିଟିଲେ
ବାଲେଶ୍ୱର: ‘ସୁଭଦ୍ରା’ ଯୋଜନାରେ ଆକାଉଣ୍ଟକୁ ଟଙ୍କା ନ ଆସିବାରୁ କଙ୍ଗାରୁ କୋର୍ଟ‌‌ରେ ଜଣେ ଅଙ୍ଗନବାଡ଼ି ମହିଳାଙ୍କୁ ଗଛରେ ବାନ୍ଧି ମାଡ଼ ମରାଯିବା ଭଳି ଅଭାବନୀୟ ଘଟଣା ବାଲେଶ୍ବର ଜିଲ୍ଲା ସମେତ ପୂରା ରାଜ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ବାଲେଶ୍ୱର ଜିଲ୍ଲା ସିିଂଲା ଥାନା କୁଣ୍ଡୁଳି ପଞ୍ଚାୟତ ମହାପଦା ଗ୍ରାମରେ ଏହି ଅମାନବୀୟ କାଣ୍ଡ ଘଟିଛି। ପଞ୍ଚାୟତର କିଛି ମହିଳା ଓ ପୁରୁଷ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ଉର୍ମିଳା ସାମଲଙ୍କୁ ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି। ସବୁଠୁ ବଡ଼ ଓ ଆଶ୍ଚର୍ଯ୍ୟର କଥା ହେଲା, ଖବର ପାଇ ସିଂଲା ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଏହି ବର୍ବରତାର ସବୁ ଦୃଶ୍ୟ ଦେଖିଥିଲେ ହେଁ ମହିଳାଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ଘଟଣାସ୍ଥଳ ଛାଡ଼ି ପଳାଇଥିଲା। ତେବେ ଉର୍ମିଳାଙ୍କ ପରିବାରଲୋକ କୌଣସି ପ୍ରକାରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। କିନ୍ତୁ ସେଠା‌ରେ ଅବସ୍ଥା ଉଦ୍‌ବେଗଜନକ ରହିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ଉର୍ମିଳା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି।
ଗତକାଲି ସଂଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସଂପୃକ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ଫୋନ୍‌ କରି ଘଟଣା ସଂପର୍କରେ ପଚାରି ବୁଝିଛନ୍ତି। ଏହି ଘଟଣାରେ ପୀଡିତାଙ୍କୁ ନିଶ୍ଚିତ ନ୍ୟାୟ ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।
ସୂଚନାନୁଯାୟୀ, ଗତ ୧୯ ତାରିଖ ଦିନ ୧୧ଟାରେ ଉର୍ମିଳା ଅଙ୍ଗନବାଡ଼ି କେନ୍ଦ୍ରରେ ଥିଲା ବେଳେ ହଠାତ ମହାପଦା ଗ୍ରାମର ୧୫ରୁ ୨୦ଜଣ ମହିଳା ଓ ପୁରୁଷ ସେଠାରେ ପହଞ୍ଚିଥିଲେ। ଆମ ଆକାଉଣ୍ଟକୁ କାହିଁକି ‘ସୁଭଦ୍ରା’ ଟଙ୍କା ଆସିଲାନି ବୋଲି ପ୍ରଶ୍ନ କରିବା ସହ ତାଙ୍କୁ ଘୋଷାଡ଼ି ଆଣି ଏକ ଗଛରେ ବାନ୍ଧି ପକାଇ ନିସ୍ତୁକ ମାଡ଼ ମାରିଥିଲେ। ସେଠାରେ ଉପସ୍ଥିତ ଥିବା ଶିକ୍ଷକ ଓ ଗ୍ରାମବାସୀମାନଙ୍କ ମଧ୍ୟରୁ କେହି ଜଣେ ହେଲେ ଅଙ୍ଗନବାଡ଼ି କର୍ମୀଙ୍କୁ ଉଦ୍ଧାର କରିବାକୁ ଆସିନଥିଲେ। ତେବେ କିଛି ଭଦ୍ରଲୋକ ଏ ସଂପର୍କରେ ସିଂଲା ଥାନା ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ପହଞ୍ଚି ଆଖି ଆଗରେ ସବୁ ଘଟଣା ଦେଖିଥିଲେ ହେଁ ଉର୍ମିଳାଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ଘଟଣାସ୍ଥଳ ଛାଡ଼ି ପଳାଇଥିଲେ। ଖବର ପାଇ ସଡିପିଓ ଓ ଅଙ୍ଗନବାଡ଼ି ସୁପରଭାଇଜର ଘଟଣାସ୍ଥଳରେ ପହଞ୍ଚି ମହିଳାମାନଙ୍କୁ ବୁଝାସୁଝା କରି ଉର୍ମିଳାଙ୍କୁ ଛାଡ଼ିଦେବା ପାଇଁ କହିଥିଲେ। ହେଲେ ଉତ୍ତ୍ୟକ୍ତ ମହିଳାମାନେ ସିଡିପିଓ ଓ ସୁପରଭାଇଜର୍‌ଙ୍କୁ ବି ଗାଳିଗୁଲଜ କରିଥିଲେ। ପରେ ଉର୍ମିଳାଙ୍କ ପରିବାରଲୋକ କୌଣସି ପ୍ରକାରେ ତାଙ୍କୁ ଉଦ୍ଧାର କରିଥିଲେ।
ଏହି ବର୍ବୋରଚିତ ଘଟଣାରେ ଏଆଇଟିୟୁସି ସଂଯୁକ୍ତ ନିଖିଳ ଓଡ଼ିଶା ଅଙ୍ଗନବାଡି କର୍ମୀ ସଂଘର ଜିଲ୍ଲା ସଭାପତି ପ୍ରତିଭା ପାଲ, ଜିଲ୍ଲା ସମ୍ପାଦକ ଲକ୍ଷ୍ମୀପ୍ରିୟା ଦାସ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ବାଲିଆପାଳ ସିଡିପିଓ, ସିିଂଲା ଥାନା ଅଧିକାରୀ, ଉପଜିଲ୍ଲାପାଳ, ଏସପି, ଜିଲ୍ଲାପାଳଙ୍କୁ ଜଣାଇଥିଲେ ବି ଏପର୍ଯ୍ୟନ୍ତ କେହି ଜଣେ ହେଲେ ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ।
ଏ ସଂପର୍କରେ ବାଲେଶ୍ୱର ଏସ୍‌‌ପି ସାଗରିକା ନାଥଙ୍କୁ ଯୋଗାଯୋଗ କରାଯାଇଥିଲା। କିନ୍ତୁ ତାଙ୍କ ପ୍ରତିକ୍ରିୟା ମିଳିପାରିନି। ଉକ୍ତ ଘଟଣାରେ ଏଆଇଟିୟୁସି ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା, ରାଜ୍ୟ ସମ୍ପାଦକ ଜୟନ୍ତ ଦାସ ପ୍ରମୁଖ ସମସ୍ତ ଅପରାଧୀଙ୍କୁ ତୁରନ୍ତ ଗିରଫ ସହ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ନଚେତ୍‌ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
ନିଖିଳ ଓଡ଼ିଶା ଅଙ୍ଗନବାଡି କର୍ମୀ ସଂଘର କର୍ମକର୍ତ୍ତାମାନେ କହିଛନ୍ତି, ଜୀବିକା ମିଶନ୍‌ ଅଧୀନରେ ଜିଲ୍ଲାର ପ୍ରତି ପଞ୍ଚାୟତରେ ୨୦ରୁ ୨୫ ଇସି ସଦସ୍ୟା ଏବଂ ଏମ୍‌ବିକେ ସଦସ୍ୟା ଥିଲା ବେଳେ ସେମାନଙ୍କ ଦ୍ୱାରା ‘ସୁଭଦ୍ରା’ ଯୋଜନାରେ ଫର୍ମ ପୂରଣ କରାନଯାଇ ଅଙ୍ଗନବାଡି କର୍ମୀଙ୍କ ଦ୍ୱାରା କାହିଁକି କରାଯାଉଛି ବୋଲି ପ୍ରଶ୍ନ ଉଠାଇଛନ୍ତି। ସୁଭଦ୍ରା ଯୋଜନାରେ ଟଙ୍କା ଆସିବା ବିଳମ୍ୱ ହେବାନେଇ ଅଙ୍ଗନବାଡି କର୍ମୀଙ୍କୁ ଆକ୍ରମଣ କରାଯିବା, ମହିଳାମାନଙ୍କୁ ବିଭାଜନ କରିବା ପାଇଁ ସରକାରଙ୍କର ଏକ ସୁପରିକଳ୍ପିତ ଯୋଜନା ବୋଲି ସଂଘର କର୍ମକର୍ତ୍ତାମାନେ କହିଛନ୍ତି।
ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ, ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନାର କରିବେ ଶୁଭାରମ୍ଭ
ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ନିଜ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ଯୋଜନା ଅଧୀନରେ ୫୦୦୦ ଟଙ୍କାର ପ୍ରଥମ କିସ୍ତି ହିତାଧିକାରୀଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ପ୍ରେରଣ କରାଯିବ। ଏହାସହ ପ୍ରଧାନମନ୍ତ୍ରୀ ୨୬ ଲକ୍ଷ ପିଏମ ଆବାସ ଗ୍ରାମୀଣ ଏବଂ ସହରାଞ୍ଚଳ ହିତାଧିକାରୀଙ୍କ ଗୃହ ପ୍ରବେଶ କରାଇବାର କାର୍ଯ୍ୟକ୍ରମ ରହିଛି।
ଆଜି ୧୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ସେ ସିଧାସଳଖ ମଞ୍ଚେଶ୍ୱର ନିକଟସ୍ଥ ଗାଢ଼କଣ ଯାଇ ସେଠାରେ ପିଏମ ଆବାସ ଯୋଜନା ହିତାଧିକାରୀଙ୍କ ସହ ଆଲୋଚନା କରିବେ। ସେଠାରୁ ପ୍ରଧାନମନ୍ତ୍ରୀ ୧୧ ଟା ୫୦ରେ ବାହାରି ୧୨ଟାରେ ଜନତା ମଇଦାନରେ ପହଞ୍ଚିବେ। ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ସହ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ପ୍ରାୟ ୨୮୦୦ କୋଟିର ରେଳ ପ୍ରକଳ୍ପ ଏବଂ ୧୦୦୦ କୋଟିର ଜାତୀୟ ରାଜପଥ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ୧୦ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ହିତାଧିକାରୀଙ୍କୁ ଯୋଜନାର ପ୍ରଥମ କିସ୍ତି ଦେବା ସହ ୨୬ ଲକ୍ଷ ପିଏମ ଆବାସ ଗ୍ରାମୀଣ ଏବଂ ସହରାଞ୍ଚଳ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଗୃହ ପ୍ରବେଶ କରାଇବେ। ଏହାସହ ସେ ଆବାସ ପ୍ଲସ୍‌ ୨୦୨୪ ଆପ୍‌କୁ ମଧ୍ୟ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱରରେ ପ୍ରାୟ ଅଢେଇ ଘଣ୍ଟା ରହିବା ପରେ ପ୍ରଧାନମନ୍ତ୍ରୀ ୧.୨୫ ମିନିଟରେ ଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ। ଅପରପକ୍ଷେ ବୈଠକରେ ରାଜ୍ୟର କୋଣ ଅନୁକୋଣରୁ ମହିଳା ଅଂଶଗ୍ରହଣ କରିବାକୁ ଥିବାବେଳେ ୪ ଜଣ କେନ୍ଦ୍ରମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ସୁଭଦ୍ରା ଯୋଜନାରେ ସରକାର ବର୍ଷକୁ ଦୁଇଟି କିସ୍ତିରେ ୫ ହଜାର ଟଙ୍କା ଲେଖାଏ ମୋଟ ୫ ବର୍ଷରେ ୫୦ ହଜାର ଟଙ୍କା ପ୍ରଦାନ କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ସଜେଇ ହୋଇଛି ଜନତା ମଇଦାନ । ପ୍ରାୟ ୪୦ହଜାର ଲୋକଙ୍କ ପାଇଁ ବସିବାର ବ୍ୟବସ୍ଥା କରାଯାଇଛି । ଏହା ସହିତ କଳିଙ୍ଗ ଷ୍ଟାଡ଼ିୟମରେ ନବ ନିର୍ମିତ ବ୍ୟାଡ଼ମିଣ୍ଟନ ହାଇ ପରଫର୍ମାନ୍ସ ସେଣ୍ଟର ମଧ୍ୟ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ସହରରେ ୮୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ରହିବେ। ବିମାନବନ୍ଦର, ଜନତା ମଇଦାନ ଓ ଗାଡ଼କଣ କାର୍ଯ୍ୟକ୍ରମ ପାଇଁ ୩ ଆଇଜିଙ୍କୁ ଦାୟିତ୍ବ ଦିଆଯାଇଛି । ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବାକୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି ।
ସୁଭଦ୍ରା ଫର୍ମ ପାଇଁ ଅଙ୍ଗନବାଡ଼ି କର୍ମୀ ଟଙ୍କା ମାଗୁଥିବା ଅଭିଯୋଗ, ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ
ଭୁବନେଶ୍ବର : ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ବର୍ତ୍ତମାନ କ୍ରେଜ୍‌ ଜାରି ରହିଛି। ସୁଭଦ୍ରା ଆବେଦନ ହେଉ ଅବା ଅଧାରରେ ମୋବାଇଲ ନମ୍ବର ଲିଙ୍କ୍‌ ପାଇଁ ହେଉ ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ପ୍ରବଳ ଗହଳି ଲାଗିରହିଛି। ତେବେ ଏହାରି ମଧ୍ୟରେ ରାଜ୍ୟର କିଛି ସ୍ଥାନରୁ ସୁଭଦ୍ରା ଫର୍ମ ପାଇଁ ଅଙ୍ଗନବାଡ଼ି କର୍ମୀ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ରାଜ୍ୟ ସରକାର ଅଙ୍ଗନବାଡ଼ି କେନ୍ଦ୍ରରେ ମାଗଣା ସୁଭଦ୍ରା ଫର୍ମ ଯୋଗାଇବା ବ୍ୟବସ୍ଥା କରିଥିଲେ ମଧ୍ୟ କିଛି ସ୍ଥାନରେ ମାଗଣା ଫର୍ମ ନଦେଇ ଅଙ୍ଗନବାଡ଼ି କର୍ମୀ ଟଙ୍କା ମାଗୁଥିବା ଜଣାପଡିଛି। ଯାହାକୁ ନେଇ ଏବେ ଆକ୍ସନ ମୋଡକୁ ଆସିଛି ପ୍ରଶାସନ।
ରାଜ୍ୟର କିଛି ଜିଲ୍ଲାରୁ ସୁଭଦ୍ରା ଫର୍ମ ପାଇଁ ଅଙ୍ଗନବାଡ଼ି କର୍ମୀ ଟଙ୍କା ମାଗୁଥିବା ଅଭିଯୋଗ ଆସିବା ପରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି। ସୁଭଦ୍ରା ଫର୍ମ ମାଗଣା ବୋଲି ସରକାର ଘୋଷଣା କରିଛନ୍ତି। ଏଣୁ ଏଥି ପାଇଁ ଅଙ୍ଗନବାଡ଼ି କର୍ମୀ ଟଙ୍କା ମାଗିଲେ କାର୍ଯ୍ୟାନୁଷ୍ଠାନ ହେବ। ଏହାକୁ ନେଇ ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ମହିଳା ଓ ଶିଶୁ ବିକାଶ ବିଭାଗ ଅତିରିକ୍ତ ସଚିବ। ବାଲେଶ୍ଵର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଓ ପୁରୀ ଜିଲ୍ଲା ପ୍ଲାଙ୍କୁ ସୁଭଦ୍ରା ଯୋଜନାରେ କିଛି ଲୋକ ଅଙ୍ଗନବାଡ଼ି କର୍ମୀ ଫର୍ମ ଓ ଏହାର ପୂରଣ ପାଇଁ ଟଙ୍କା ମାଗିଥିବା ଅଭିଯୋଗ ଉପରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ ରହିଛି।
ସେପଟେ ସୁଭଦ୍ରା ଯୋଜନା ଫର୍ମ ପାଇଁ ଟଙ୍କା ମାଗିବା ଅଭିଯୋଗରେ କେନ୍ଦ୍ରାପଡାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଟଙ୍କା ମାଗିବା ଅଭିଯୋଗରେ ୩ ଜଣ ଅଙ୍ଗନବାଡ଼ି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ। ହିତାଧିକାରୀଙ୍କୁ ଦୁର୍ବ୍ୟବହାର ଓ ଫର୍ମ ନଦେବା ଅଭିଯୋଗରେ ଅଙ୍ଗନବାଡ଼ି କର୍ମୀ ପୁଷ୍ପଲତା ପଣ୍ଡାଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଡେରାବିଶ ସରଦେଇପୁର ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀଙ୍କର ମଧ୍ୟ ଦରମା ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ଟଙ୍କା ମାଗିଥିବାରୁ ଡେରାବିଶର ୨ଜନସେବା କେନ୍ଦ୍ର ଉପରେ ବି କାର୍ଯ୍ୟାନୁଷ୍ଠାନ ହୋଇଛି।
କାଲିଠୁ ଗଡ଼ିବ ‘ସୁଭଦ୍ରା’ ସଚେତନତା ରଥ
ସୁଭଦ୍ରା ଯୋଜନା ସଂପର୍କିତ ସୂଚନା ପାଇଁ କାଲିଠୁ ଗଡ଼ିବ ସଚେତନତା ରଥ। ହିତାଧିକାରୀଙ୍କୁ ସୂଚନା ପ୍ରଦାନ ଓ ସଚେତନ କରିବା ପାଇଁ କାଲିଠାରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଗଡିବ ସଚେତନତା ରଥ। ରଥ କେଉଁ ରାସ୍ତାରେ ପରିଭ୍ରମଣ କରିବ, ତାହାର ନକ୍ସା ଅଂଚଳର ଜନପ୍ରତିନିଧି ଏବଂ ଅଂଶଗ୍ରହଣକାରୀଙ୍କୁ ଜଣାଯିବ। ଫଳରେ ଜନପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ।
ସଚେତନତା ଭ୍ୟାନ ପରିକ୍ରମା ପାଇଁ ବ୍ଲକ, ଜିଲ୍ଲା ସହିତ କେବଳ ଭ୍ୟାନ ପାଇଁ ଜଣେ ଜଣେ ନୋଡାଲ ଅଧିକାରୀ ଦାୟିତ୍ୱରେ ରହିବେ। ନକଲି ୱେବ୍‌ ସାଇଟରେ ଯେପରି ଆବେଦନକାରୀ ଆବେଦନ ନକରନ୍ତି, ତାହାକୁ ନିଶ୍ଚିତ କରିବା ସହ, ଏହା ଜଣା ପଡିଲେ ତୁରନ୍ତ ରାଜ୍ୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଆଜିଠୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ ପାଇଁ ପ୍ରକ୍ରିୟା ଆରମ୍ଭ, ଜାଣନ୍ତୁ କିପରି ଓ କେମିତି କରିବେ ଆବେଦନ
ଭୁବନେଶ୍ୱର: ଆଜିଠୁ ‘ସୁଭଦ୍ରା’ ଯୋଜନା ପାଇଁ ଆରମ୍ଭ ହେଉଛି ପଞ୍ଜୀକରଣ। ଏ ନେଇ ଗତକାଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାକୁ ପର୍ଯ୍ୟାପ୍ତ ପରିମାଣର ‘ସୁଭଦ୍ରା’ ଯୋଜନା ଆବେଦନ ଫର୍ମ ପଠାଯାଇଛି । ସମସ୍ତ ଜିଲ୍ଲାରେ ହିତାଧିକାରୀଙ୍କ ନିମନ୍ତେ ଆଜି ଠାରୁ ଏହି ଫର୍ମ ଉପଲବ୍ଧ ହେବା ସହ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ । ଏ ସମସ୍ତ ପ୍ରକ୍ରିୟା ଦେୟମୁକ୍ତ ବା ମାଗଣା ହେବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ୍‌ କାର୍ଯ୍ୟାଳୟ, ପୌରାଞ୍ଚଳ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର ଓ ସାଧାରଣ ସେବା କେନ୍ଦ୍ରରେ ଏହି ଆବେଦନ ଫର୍ମ ପର୍ଯ୍ୟାପ୍ତ ପରିମାଣରେ ମିଳିବ । ଆବେଦନକାରୀମାନେ ଫର୍ମ ପୂରଣ କରି ଏହାକୁ ନିକଟସ୍ଥ ମୋ ସେବା କେନ୍ଦ୍ର କିମ୍ବା ସାଧାରଣ ସେବା କେନ୍ଦ୍ରରେ ଦାଖଲ କରିପାରିବେ । ମହିଳାମାନଙ୍କୁ ଫର୍ମ ପୁରଣ ଓ ଦାଖଲରେ ଅଙ୍ଗନୱାଡି କର୍ମୀ, ସିଆରପି, ଏମବିସି, ବ୍ୟାଙ୍କ ମିତ୍ର, କୃଷିମିତ୍ରମାନେ ସହଯୋଗ କରିବେ।
ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପ୍ରଥମ କିସ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଭଦ୍ରା ଯୋଜନାର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ। ସେହି ଅବସରରେ ମିଳିବ ପ୍ରଥମ କିସ୍ତି ସହାୟତା। ବର୍ଷକୁ ଦୁଇ ଥର ମିଳିବ ସୁଭଦ୍ରା କିସ୍ତି। ମାର୍ଚ୍ଚ ଅନ୍ତର୍ଜାତିକ ମହିଳା ଦିବସ ଓ ରାଖୀ ପୂର୍ଣ୍ଣିମାରେ ମିଳିବ ୫ହଜାର ଟଙ୍କା ଲେଖାଏଁ କିସ୍ତି। ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ସରିଯାଇଥିବାରୁ ସେପ୍ଟେମ୍ବର ୧୭ ତାରିଖରେ ପ୍ରଥମ କିସ୍ତି ଦିଆଯିବ। ରାଜ୍ୟର ପ୍ରାଯ ୧ କୋଟି ୩୦ ଲକ୍ଷ ହିତାଧିକାରୀ ସୁଭଦ୍ରା ଯୋଜନାରେ ସାମିଲ ହେବେ ବୋଲି କହିଛନ୍ତି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦାୟିତ୍ବରେ ଥିବା ଉପମୁଖମନ୍ତ୍ରୀ ପ୍ରଭାତୀ ପରିଡା।