'Subhadra' - The Sakala
ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ରାଜ୍ୟରେ ‘ସୁଭଦ୍ରା’ମାନଙ୍କୁ ଅସୁରକ୍ଷିତ କରି ଦେଇଛି, ୮ ମାସରେ ୧୬୦୦ ମହିଳା ବିରୋଧୀ ହିଂସା
ଭୁବନେଶ୍ୱର: ରାଜ୍ୟ ସରକାର ମହିଳାମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିଥିବା ‘ମିଶନ ଶକ୍ତି’କୁ କବର ଦେଇଛନ୍ତି। ‘ସୁଭଦ୍ରା’ ଯୋଜନାରେ ବର୍ଷକୁ ଦୁଇଟି କିସ୍ତିରେ ମହିଳାମାନଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦେଇ ସେମାନଙ୍କୁ ଲକ୍ଷପତି କରିବାକୁ ସ୍ୱପ୍ନ ଦେଖୁଛନ୍ତି । ମାତ୍ର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ରାଜ୍ୟର କୋଣ ଅନୁକୋଣରେ ‘ସୁଭଦ୍ରା’ମାନଙ୍କୁ ଅସୁରକ୍ଷିତ କରି ଦେଇଛି। ମହିଳା ବିରୋଧୀ ହିଂସା ଦୃଷ୍ଟାନ୍ତମୂଳକ ଭାବରେ ବୃଦ୍ଧି ପାଇଛି ଓ ୮ ମାସରେ ୧୬୦୦ ମହିଳା ବିରୋଧୀ ହିଂସାର ଲିଖିତ ଅଭିଯୋଗ ଆସିଛି। ଏହାମଧ୍ୟରେ ରହିଛି ଦୁଷ୍କର୍ମ, ଗଣଦୁଷ୍କର୍ମ, ହତ୍ୟା ପରି ସଙ୍ଗୀନ ଅପରାଧ। ଏହାବ୍ୟତୀତ ସାରା ରାଜ୍ୟରେ ପ୍ରତିଦିନ ଏମିତି ଶହଶହ ମହିଳା ବିରୋଧୀ ହିଂସା ଲୋକଲୋଚନକୁ ଆସି ନ ପାରି ଭିତରେ ଭିତରେ ଚପି ଯାଉଛି।
କିଛି ବର୍ଷ ପୂର୍ବେ ଓଡ଼ିଶାରେ ଆଇନ ଶୃଙ୍ଖଳା ଭୁଷୁଡ଼ି ପଡିଛି କହି ସାରା ରାଜ୍ୟରେ ବିଜେପି ସତ୍ୟାଗ୍ରହ କରିଥିଲା। ଦଳର ନେତାମାନେ ରାଜରାସ୍ତାରେ ବୁକୁ ଫଟା ଚିକ୍ରାର କରୁଥିଲେ। ମାତ୍ର ବିଜେପି ସରକାରରେ ପୂର୍ବାପେକ୍ଷା ରାଜ୍ୟରେ ମହିଳା ବିରୋଧୀ ହିଂସା ବୃଦ୍ଧି ପାଇଛି। ଗତ ୮ମାସର ବିଜେପି ଶାସନରେ ୧୬୦୦ ମହିଳାଙ୍କ ଉପରେ ଅତ୍ୟାଚାର ମାମଲା ରୁଜୁ ହୋଇଛି। ବାଲେଶ୍ୱରରୁ ବଲାଙ୍ଗିର, କେନ୍ଦ୍ରାପଡ଼ାରୁ ନେଇ ରାଉରକେଲା ପର୍ଯ୍ୟନ୍ତ ସବୁଠି ଅପରାଧୀ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ଦଳିମନ୍ଥି ସରକାରଙ୍କୁ ଚାଲେଞ୍ଜ ଦେଇଛନ୍ତି ।
ବାଲେଶ୍ୱରର ସୋର ବ୍ଲକ୍‌ରେ ମହିଳାଙ୍କୁ ବଳାକ୍ରାର କରାଯାଇଛି। ଜଳେଶ୍ୱରରେ ୬୫ ବର୍ଷିୟ ମହିଳା ଦୁଷ୍କର୍ମ ପରେ ହତ୍ୟାର ଶିକାର ହୋଇଛନ୍ତି। ନୀଳଗିରି ନିର୍ବାଚନମଣ୍ଡଳୀରେ ଦୁଇଜଣ ଆଦିବାସୀ ମହିଳାଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଭିଡିଓ ସାରା ଦେଶରେ ଭାଇରାଲ ହୋଇଛି।ସେହି ଜିଲ୍ଲାରେ ଜଣେ ୧୦ ବର୍ଷିୟ ଝିଅକୁ ଧର୍ଷଣ ପରେ ହତ୍ୟା କରାଯାଇଛି। ଢେ଼ଙ୍କାନାଳ ଜିଲ୍ଲାରେ ଜଣେ ବିବାହିତା ମହିଳାଙ୍କୁ ଓ ବଲାଙ୍ଗିର ଜିଲ୍ଲାର ଖଇରାପଲ୍ଲୀରେ ଜଣେ ମହିଳାଙ୍କୁ ଗଣଧର୍ଷଣ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଭଦ୍ରକ ଜିଲ୍ଲା ବେତଡ଼ାରେ ମହିଳାଙ୍କୁ ଗଣଧର୍ଷଣ କରାଯିବା ସହ ତାଙ୍କ ୭ ବର୍ଷ ଝିଅକୁ ଅପରାଧୀମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହି ଅପରାଧରେ ବିଜେପି ମଣ୍ଡଳ ସଭାପତି ଓ ତାଙ୍କର ଦୁଇ ସହଯୋଗୀ ସାମିଲ ଥିବା ଅଭିଯୋଗ ହୋଇଛି। ି ନଭେମ୍ବର ୬ ତାରିଖରେ ବଲାଙ୍ଗିରରେ ଜଣେ ମହିଳାଙ୍କୁ ବଳାକ୍ରାର କରିବା ପରେ ତାଙ୍କୁ ବିଷ୍ଠା ଖୁଆଯାଇଛି ଓ ଅନୁଗୁଳ ଜିଲ୍ଲାର ପାଲଲହଡ଼ାରେ ମହିଳାଙ୍କୁ ବଳାକ୍ରାର ପରେ ହତ୍ୟା କରାଯାଇଛି। ଏହାସହିତ ଲକ୍ଷ୍ମୀପୁରରେ ଆଦିବାସୀ ନାବାଳିକା, ରାଉରକେଲାରେ ମହିଳାଙ୍କୁ ଦୀର୍ଘଦିନ ଧରି ଗଣବଳାକ୍ରାର , ମୟୂରଭଞ୍ଜ ଜିଲ୍ଲାରେ ରାଷ୍ଟ୍ରପତିଙ୍କ ଗାଁରେ ନାବାଳିକାକୁ ବଳାକ୍ରାର, କଟକ ଜିଲ୍ଲାର ଇଟାଭାଟିରେ ନାବାଳିକାଙ୍କୁ ଗଣବଳାକ୍ରାର, ପିପିଲିରେ ମହିଳାଙ୍କୁ ବଳାକ୍ରାର ପରେ ହତ୍ୟା ରାଜ୍ୟର ଆଇନ୍‌ ଶୃଙ୍ଖଳା ପ୍ରତି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୮ ମାସ ଭିତରେ ୫୪ଟି ଧର୍ଷଣ, ହତ୍ୟା ମାମଲା ରୁଜୁ ହୋଇଛି।
ଯାଜପୁର ଓ ମାଲକାନଗିରି ଜିଲ୍ଲାରେ ମାଟ୍ରିକ୍‌ ପରୀକ୍ଷା ଦେଉଥିବା ଛାତ୍ରୀ ସନ୍ତାନ ପ୍ରସବ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ମଧ୍ୟ ଏଥିରୁ ବାଦ୍‌ ପଡି ନାହିଁ। ଚମ୍ପୁଆରେ ଜଣେ ୬ଷ୍ଠ ଶ୍ରେଣୀର କନ୍ୟାଶ୍ରମ ଛାତ୍ରୀ ଓ ତେଲକୋଇର ଆଶ୍ରମ ବିଦ୍ୟାଳୟରେ ୯ମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହୋଇଛନ୍ତି। କିଛି ଦିନ ପୂର୍ବେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କଲେଜରେ ଜଣେ ଯୁକ୍ତ ୨ ଛାତ୍ରୀ ଶିକ୍ଷକଙ୍କ ଅସଦାଚରଣରେ ମ୍ରିୟମାଣ ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଅନେକ ଘଟଣାର ଉଦାହରଣ ଅଛି ଯେଉଁଠାରେ ଅତି ଜଘନ୍ୟ ଅପରାଧ ମାମଲା ଥାନାରେ ରୁଜୁ ହୋଇନାହିଁ। ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାରେ ମହିଳାମାନଙ୍କୁ ୫ ହଜାର ଟଙ୍କା ବାଣ୍ଟି ଆତ୍ମତୃପ୍ତି ଲାଭ କରୁଛନ୍ତି । ଦଳର ନେତାମାନେ ‘ସୁଭଦ୍ରା’ ଯୋଜନା ସହାୟତାକୁ ଗେମ୍‌ ଚେଞ୍ଜର ବୋଲି ବାହୁନୁଛନ୍ତି । ମାତ୍ର ରାଜ୍ୟର କୋଣ ଅନୁକୋଣରେ ନିର୍ଯାତିତା, ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ହତ୍ୟାର ଶିକାର ମହିଳାମାନଙ୍କୁ ନ୍ୟାୟ ଦେବାକୁ ସରକାର କେତେ ତତ୍ପର ତାହା ରାଜ୍ୟର ଅପରାଧ ସୂଚୀ ବର୍ଣ୍ଣନା କରିଛି ।
ଭୁବନେଶ୍ୱର: ‘ସୁଭଦ୍ରା’ ଯୋଜନାକୁ ନେଇ ଆସିଲା ବଡ ଖବର । ଫେବ୍ରୁଆରୀ ୮ରେ ମିଳିବ ‘ସୁଭଦ୍ରା’ର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଫେବୃଆରୀ ୮ରେ ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ଯାଜପୁରରୁ ଏହାର ଶୁଭାରମ୍ଭ ହେବ । ୩ ଓ ୪ ତାରିଖରେ ବ୍ୟାଙ୍କକୁ ଯାଇ ଏନ ପି ସି ଆଇ ଚେକ କରିପାରିବେ । ଛୋଟ ଛୋଟ ଯାହା ଅସୁବିଧା କିମ୍ବା ସମସ୍ୟା ରହିଛି ବ୍ୟାଙ୍କକୁ ଯାଇ ଆପଣ ସମାଧାନ କରିପାରିବେ । ଏହି ପର୍ଯ୍ୟାୟରେ ୨୦ ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।
ଚତୁର୍ଥ ପର୍ଯ୍ୟାୟରେ ହିତାଧିକାରୀଙ୍କ ସଂଖ୍ୟା ୧ କୋଟି ଟପିପାରେ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏବେ ବି ଅଢେଇ ଲକ୍ଷ ହିତାଧିକାରୀଙ୍କ ଏନପିସିଆଇ ସମସ୍ୟା ଅଛି। ଏକ ଲକ୍ଷରୁ ଅଧିକ ମହିଳାଙ୍କ ଇ କେୱାଇସି ସମସ୍ୟା ରହିଛି। ୮ ତାରିଖ ପୂର୍ବରୁ ଏହାର ସମାଧାନ କଲେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରାରେ ସାମିଲ ହୋଇପାରିବେ।
ସୁଭଦ୍ରା ଫର୍ମ ପାଇଁ ଅଙ୍ଗନବାଡ଼ି କର୍ମୀ ଟଙ୍କା ମାଗୁଥିବା ଅଭିଯୋଗ, ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ
ଭୁବନେଶ୍ବର : ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ବର୍ତ୍ତମାନ କ୍ରେଜ୍‌ ଜାରି ରହିଛି। ସୁଭଦ୍ରା ଆବେଦନ ହେଉ ଅବା ଅଧାରରେ ମୋବାଇଲ ନମ୍ବର ଲିଙ୍କ୍‌ ପାଇଁ ହେଉ ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ପ୍ରବଳ ଗହଳି ଲାଗିରହିଛି। ତେବେ ଏହାରି ମଧ୍ୟରେ ରାଜ୍ୟର କିଛି ସ୍ଥାନରୁ ସୁଭଦ୍ରା ଫର୍ମ ପାଇଁ ଅଙ୍ଗନବାଡ଼ି କର୍ମୀ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ରାଜ୍ୟ ସରକାର ଅଙ୍ଗନବାଡ଼ି କେନ୍ଦ୍ରରେ ମାଗଣା ସୁଭଦ୍ରା ଫର୍ମ ଯୋଗାଇବା ବ୍ୟବସ୍ଥା କରିଥିଲେ ମଧ୍ୟ କିଛି ସ୍ଥାନରେ ମାଗଣା ଫର୍ମ ନଦେଇ ଅଙ୍ଗନବାଡ଼ି କର୍ମୀ ଟଙ୍କା ମାଗୁଥିବା ଜଣାପଡିଛି। ଯାହାକୁ ନେଇ ଏବେ ଆକ୍ସନ ମୋଡକୁ ଆସିଛି ପ୍ରଶାସନ।
ରାଜ୍ୟର କିଛି ଜିଲ୍ଲାରୁ ସୁଭଦ୍ରା ଫର୍ମ ପାଇଁ ଅଙ୍ଗନବାଡ଼ି କର୍ମୀ ଟଙ୍କା ମାଗୁଥିବା ଅଭିଯୋଗ ଆସିବା ପରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି। ସୁଭଦ୍ରା ଫର୍ମ ମାଗଣା ବୋଲି ସରକାର ଘୋଷଣା କରିଛନ୍ତି। ଏଣୁ ଏଥି ପାଇଁ ଅଙ୍ଗନବାଡ଼ି କର୍ମୀ ଟଙ୍କା ମାଗିଲେ କାର୍ଯ୍ୟାନୁଷ୍ଠାନ ହେବ। ଏହାକୁ ନେଇ ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ମହିଳା ଓ ଶିଶୁ ବିକାଶ ବିଭାଗ ଅତିରିକ୍ତ ସଚିବ। ବାଲେଶ୍ଵର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଓ ପୁରୀ ଜିଲ୍ଲା ପ୍ଲାଙ୍କୁ ସୁଭଦ୍ରା ଯୋଜନାରେ କିଛି ଲୋକ ଅଙ୍ଗନବାଡ଼ି କର୍ମୀ ଫର୍ମ ଓ ଏହାର ପୂରଣ ପାଇଁ ଟଙ୍କା ମାଗିଥିବା ଅଭିଯୋଗ ଉପରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ ରହିଛି।
ସେପଟେ ସୁଭଦ୍ରା ଯୋଜନା ଫର୍ମ ପାଇଁ ଟଙ୍କା ମାଗିବା ଅଭିଯୋଗରେ କେନ୍ଦ୍ରାପଡାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଟଙ୍କା ମାଗିବା ଅଭିଯୋଗରେ ୩ ଜଣ ଅଙ୍ଗନବାଡ଼ି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ। ହିତାଧିକାରୀଙ୍କୁ ଦୁର୍ବ୍ୟବହାର ଓ ଫର୍ମ ନଦେବା ଅଭିଯୋଗରେ ଅଙ୍ଗନବାଡ଼ି କର୍ମୀ ପୁଷ୍ପଲତା ପଣ୍ଡାଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଡେରାବିଶ ସରଦେଇପୁର ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀଙ୍କର ମଧ୍ୟ ଦରମା ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ଟଙ୍କା ମାଗିଥିବାରୁ ଡେରାବିଶର ୨ଜନସେବା କେନ୍ଦ୍ର ଉପରେ ବି କାର୍ଯ୍ୟାନୁଷ୍ଠାନ ହୋଇଛି।
କାଲିଠୁ ଗଡ଼ିବ ‘ସୁଭଦ୍ରା’ ସଚେତନତା ରଥ
ସୁଭଦ୍ରା ଯୋଜନା ସଂପର୍କିତ ସୂଚନା ପାଇଁ କାଲିଠୁ ଗଡ଼ିବ ସଚେତନତା ରଥ। ହିତାଧିକାରୀଙ୍କୁ ସୂଚନା ପ୍ରଦାନ ଓ ସଚେତନ କରିବା ପାଇଁ କାଲିଠାରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଗଡିବ ସଚେତନତା ରଥ। ରଥ କେଉଁ ରାସ୍ତାରେ ପରିଭ୍ରମଣ କରିବ, ତାହାର ନକ୍ସା ଅଂଚଳର ଜନପ୍ରତିନିଧି ଏବଂ ଅଂଶଗ୍ରହଣକାରୀଙ୍କୁ ଜଣାଯିବ। ଫଳରେ ଜନପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ।
ସଚେତନତା ଭ୍ୟାନ ପରିକ୍ରମା ପାଇଁ ବ୍ଲକ, ଜିଲ୍ଲା ସହିତ କେବଳ ଭ୍ୟାନ ପାଇଁ ଜଣେ ଜଣେ ନୋଡାଲ ଅଧିକାରୀ ଦାୟିତ୍ୱରେ ରହିବେ। ନକଲି ୱେବ୍‌ ସାଇଟରେ ଯେପରି ଆବେଦନକାରୀ ଆବେଦନ ନକରନ୍ତି, ତାହାକୁ ନିଶ୍ଚିତ କରିବା ସହ, ଏହା ଜଣା ପଡିଲେ ତୁରନ୍ତ ରାଜ୍ୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
‘ସୁଭଦ୍ରା’ ଯୋଜନା ଟଙ୍କା ପାଇବାକୁ ଭିନେ ହେଉଛନ୍ତି ଭାଇ, ବାପାଠୁ ଅଲଗା ହେଉଛି ପୁଅ
ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୧୭ ତାରିଖରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଓଡ଼ିଶାରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ହେବ। ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁର ଭାଉଚର୍‌ ମିଳିବ। ନିର୍ବାଚନୀ ଇସ୍ତାହାରରେ ବିଜେପି ଏହି ପ୍ରତିଶ୍ରୁତି ଦେଇଥିବା ବେଳେ ରାଜ୍ୟରେ ସରକାର ଗଢ଼ିବା ପରେ ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଯୋଜନାର ଶୁଭାରମ୍ଭ ତାରିଖ ସଂପର୍କରେ ଘୋଷଣା କରିଛନ୍ତି।
ଏହାକୁ ନେଇ ରାଜ୍ୟର ପ୍ରତ୍ୟେକ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଉତ୍କଣ୍ଠା ବଢ଼଼ୁଥିବା ଦେଖିବାକୁ ମିଳୁଛି। କିନ୍ତୁ ଯୋଜନାର ରୂପରେଖ, ହିତାଧିକାରୀ ହେବା ପାଇଁ ଯୋଗ୍ୟତା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବିଷୟରେ ସରକାରୀସ୍ତରରେ କୌଣସି ଘୋଷଣା କିମ୍ବା ବିଜ୍ଞପ୍ତି ପ୍ରକାଶ ପାଇନଥିବା ବେଳେ ବିଭିନ୍ନ ସାମାଜିକ ଗଣମାଧ୍ୟମ, କିଛି ବେନାମୀ ୱେବ୍‌-ଚ୍ୟାନେଲ୍‌ରେ ହେଉଥିବା ଭ୍ରାନ୍ତି ପ୍ରଚାର ଆଧାରରେ ହିତାଧିକାରୀ ହେବା ପାଇଁ ବହୁ ମହିଳା ଏବେଠାରୁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଫଳରେ ଆର୍ଆଇ ଅଫିସ୍‌ଠାରୁ ଆରମ୍ଭ କରି ଜନସେବା କେନ୍ଦ୍ରଗୁଡ଼ିକରେ ଭିଡ଼ ବଢ଼ିବାରେ ଲାଗିଛି। ଏହାର ସୁଯୋଗ ନେଇ କିଛି ଦଲାଲ ଏବେ ସକ୍ରିୟ ହୋଇଉଠିଛନ୍ତି। ଜଲ୍‌‌ଦି ଆୟ ପ୍ରମାଣପତ୍ର କରିଦେବା ଓ ଆବେଦନ କରିବା ପାଇଁ ସେମାନେ ମହିଳାଙ୍କଠାରୁ ୫ଶହରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଅଗ୍ରିମ ନେଇ ଯାଉଛନ୍ତି।
ବିଶେଷକରି ଆୟ ପ୍ରମାଣପତ୍ର ପାଇଁ ରାଜସ୍ୱ ନିରୀକ୍ଷକ ଅଫିସ୍‌‌ରେ ଭିଡ଼ ଜମୁଛି। ସେହିପରି ଯୋଜନାରେ ଆବେଦନ କରିବା ପାଇଁ ମୋ ସେବା କେନ୍ଦ୍ର ଓ ଗ୍ରାହକ ସେବା କେନ୍ଦ୍ରଗୁଡ଼ିକରେ ଭିଡ଼ ପରିଲକ୍ଷିତ ହେଉଛି। ମହିଳାଙ୍କ ସ୍ବାମୀମାନେ ରାସନ୍‌କାର୍ଡ, ବ୍ୟାଙ୍କ ଖାତା, ଆଧାର କାର୍ଡ, ଠିକଣା ପ୍ରମାଣପତ୍ର, ଫଟୋ ଓ ଆୟ ପ୍ରମାଣପତ୍ର ଧରି ଏହି କେନ୍ଦ୍ରଗୁଡ଼ିକରେ ପହଞ୍ଚି ଯାଉଛନ୍ତି। ଗରିବଙ୍କଠାରୁ ଆରମ୍ଭ କରି ମଧ୍ୟବିତ୍ତ ମହିଳାମାନଙ୍କ ମଧ୍ୟରେ ସତେଯେମିତି ଏହାକୁ ନେଇ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ତେବେ ଏହାର ଫାଇଦା ନେଇ କିଛି ଅସାଧୁ ବ୍ୟବସାୟୀ ଲୋକଙ୍କୁ ଲୁଟିବା ଆରମ୍ଭ କରିଦେଇଥିବା ପରିଲକ୍ଷିତ ହେଉଛି। ସେମାନଙ୍କଠାରୁ ୫ଶହରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଅଗ୍ରିମ ନେଇଯାଉଛନ୍ତି।
ଏ ସମ୍ପର୍କରେ ଜଣେ ଗ୍ରାହକ ସେବା କେନ୍ଦ୍ରର ମାଲିକ କହିଛନ୍ତି, ଆବେଦନ ପାଇଁ ଆରମ୍ଭ ହୋଇନି ବୋଲି ଆମେ ମନା କରୁଥିଲେ ମଧ୍ୟ ଲୋକମାନେ ଆମ କଥାକୁ ଗ୍ରହଣ କରୁନାହାନ୍ତି। ଗୋଟିଏ କେନ୍ଦ୍ରରେ ମନା କଲେ ଆଉ ଗୋଟେ କେନ୍ଦ୍ରକୁ ଚାଲି ଯାଉଛନ୍ତି। ତେଣୁ ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ କରିବା ସହ ଲୋକଙ୍କ ଭିତରୁ ଦ୍ୱନ୍ଦ୍ୱ ଦୂର କରାଯାଉ ବୋଲି ସାଧାରଣରେ ଦାବି ହେଉଛି।
ଭିନେ ହେଉଛନ୍ତି ଭାଇ; ବାପାଠୁ ଅଲଗା ହେଉଛି ପୁଅ
‘ସୁଭଦ୍ରା’ ଯୋଜନାରେ ପରିବାରର ଜଣେ ମାତ୍ର ମହିଳା ଲାଭାର୍ଥୀ ହୋଇପାରିବ ବୋଲି ବିଭିନ୍ନ ମାଧ୍ୟମରେ ପ୍ରଚାର କରାଯାଉଥିବାରୁ ପରିବାରଗୁଡ଼ିକରେ ଏବେ ଭିନ୍ନ ଏକ ସମୀକରଣ ଦେଖିବାକୁ ମିଳୁଛି। ଯୋଜନାରେ ଅଧିକ ଲାଭ ପାଇବା ପାଇଁ ଭାଇ-ଭାଇ ଭିନେ ହେଉଥିବା ବେଳେ ବାପାଠୁ ପୁଅ ଅଲଗା ହେଉଛି। ପରିବାରରେ କୌଣସି ମନୋମାଳିନ୍ୟ ନଥିଲେ ମଧ୍ୟ ଯୋଜନାର ଲାଭ ପାଇବା ପାଇଁ ସରକାରୀସ୍ତରରେ ସେମାନେ ନିଜକୁ ଅଲଗା ପରିବାର ଭାବେ ଦେଖାଇବାକୁ ଜୋରସୋର୍‌ରେ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଏପରିକି ଯଦି ଭବିଷ୍ୟତରେ ଏହାର ଯାଞ୍ଚ ପାଇଁ ଅଧିକାରୀମାନେ ଘରକୁ ଆସନ୍ତି, ଏହାକୁ ପ୍ରମାଣିତ କରିବା ପାଇଁ ସେମାନେ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଅଲଗା ରୋଷେଇଘର, ଜମିପଟ୍ଟା‌ରେ ନାମ ପରିବର୍ତ୍ତନ କରିବା ପାଇଁ ବହୁ ଲୋକ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି।
ସୁଭଦ୍ରା ଯୋଜନା ନାମରେ ଜନସେବା କେନ୍ଦ୍ର ଲୁଟିବାରେ ବ୍ୟସ୍ତ
ବିଜେପି ସରକାର ନିର୍ବାଚନୀ ଇସ୍ତାହାରରେ ଦେଇଥିବା ସୁଭଦ୍ରା ଯୋଜନା ପାଇଁ କୌଣସି ବିଜ୍ଞପ୍ତି ନ ବାହାରିଥିଲେ ସୁଦ୍ଧା ଜନ ସେବା କେନ୍ଦ୍ର ଗୁଡିକରେ ଭିଡ ଜମାଉଛନ୍ତି ଗ୍ରାମ ଅଞ୍ଚଳ ଓ ସହରା ଅଞ୍ଚଳ ଲୋକ । ଆଉ ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖ୍ ଜନସେବା କେନ୍ଦ୍ର ମାଲିକ ମାନେ ସଧାରଣ ଜନତାଙ୍କୁ ମନଇଛା ଲୁଟୁଛନ୍ତି। ବର୍ତ୍ତମାନ ସୁଦ୍ଧା ସରକାରଙ୍କ ତରଫରୁ ଏହି ଯୋଜନାର କୌଣସି ସଠିକ ରୂପରେଖ ଜାରି ହୋଇନଥିବା ବେଳେ କିଛି ବିଭ୍ରାନ୍ତିକର ଖବର ଦେଖି ସଧାରଣ ଲୋକେ ଖର୍ଚ୍ଚାନ୍ତ ହେଉଥ‌ିବା ଦେଖିବାକୁ ମିଳୁଛି।
ଏହି ଯୋଜନାରେ କଣ କାଗଜ ପତ୍ର ଆବଶ୍ୟକ ରହିଛି ତାହା ସରକାରଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା ନକରି ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳର ଲୋକେ ଜନସେବା କେନ୍ଦ୍ର ଗୁଡ଼ିକରେ ଭିଡ଼ ଜମାଉଛନ୍ତି। ସରକାରଙ୍କ ତରଫରୁ ଆୟ ପ୍ରମାଣ ପତ୍ର, ବାସ ସ୍ଥାନ ପ୍ରମାଣ ପତ୍ର ବାହାର କରିବା ପାଇଁ କୌଣସି ଦେୟ ପୈଠ ସର୍ତ୍ତାବଳି ନିୟମ ନଥିବା ବେଳେ ଜନ ସେବା କେନ୍ଦ୍ର ଗୁଡିକ ପ୍ରମାଣ ପତ୍ର ଗୋଟିକ ପାଇଁ ୨୦୦ରୁ ୩୦୦ ଶହ ନେଉଛନ୍ତି। ଜନସେବା କେନ୍ଦ୍ରଗୁଡିକ ଏଥି ପାଇଁ ତାଙ୍କ ଇଣ୍ଟରନେଟ ଓ ମଜୁରୀ ବାବଦକୁ କିଛି ଟଙ୍କା ନେବା କଥା ହେଲେ ସେମାନେ ବହୁ ଅଧିକ ଟଙ୍କା ନେଇଛନ୍ତି।
ଏନେଇ ଜଣେ ଜନ ସେବା କେନ୍ଦ୍ର ମାଲିକ ମଧ୍ୟ କହିଛନ୍ତି ସେ ସେମାନଙ୍କ ନିକଟରୁ ସେକ୍ସନ ଅଫିସର ପ୍ରତି ଆୟ ପ୍ରମାଣ ପତ୍ର  ଓ ବାସ ସ୍ଥାନ ପ୍ରମାଣ ପତ୍ର ପାଇଁ ମଧ୍ୟ ୩୦ରୁ ୪୦ ଟଙ୍କା ନେଉଛନ୍ତି। ଏଣୁ ସେମାନେ ଅଧିକ ଟଙ୍କା ନେଉଛନ୍ତି। ସେପଟେ ବିଜେପି ସରକାରଙ୍କ ଏହି ଇସ୍ତାହାରରେ ମହିଳା ମାନେ କେତେ ଲାଭବାନ ହେବେ ତାହା ଆଗକୁ ସମୟ କହିବ । କିନ୍ତୁ ବର୍ତ୍ତମାନ ଗୁଜବ ପ୍ରଚାରକୁ ନେଇ ସଧାରଣ ଜନତା ଖର୍ଚ୍ଚାନ୍ତ ହେଉଥିବାରୁ ସରକାର ଏନେଇ କିଛି ସ୍ପଷ୍ଟ ନିର୍ଦ୍ଦେଶ ଦେବାକୁ ବୁଦ୍ଧିଜିବୀ ମହଲରେ ଦାବି ହୋଇଛି।