Arabinda Padhee - The Sakala

ମାର୍ଚ୍ଚ ୨୫ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି: ଜାଣନ୍ତୁ ସମୟ ଓ ନିୟମାବଳୀ
ପୁରୀ ଶ୍ରୀମନ୍ଦିରର ବହୁ ପ୍ରତୀକ୍ଷିତ ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଆସନ୍ତା ମାର୍ଚ୍ଚ ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ସୋମବାର ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଦୀର୍ଘ ଦଶନ୍ଧି ପରେ ମହାପ୍ରଭୁଙ୍କ ଅମୂଲ୍ୟ ସମ୍ପଦର ତାଲିକା ପ୍ରସ୍ତୁତ ହେବାକୁ ଥିବାରୁ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

ଶୁଭ ମୁହୂର୍ତ୍ତ ଓ ସମୟ ନିର୍ଘଣ୍ଟ

ମାର୍ଚ୍ଚ ୨୫ ତାରିଖ, ଚୈତ୍ର ଶୁକ୍ଳ ସପ୍ତମୀ ତିଥିରେ ଏହି ଗଣତି କାର୍ଯ୍ୟ ଆରମ୍ଭ ହେବ। ମଧ୍ୟାହ୍ନ ୧୨ଟା ୧୨ ମିନିଟରୁ ୧ଟା ୪୫ ମିନିଟ୍ ମଧ୍ୟରେ ଶୁଭ 'ମହେନ୍ଦ୍ର ବେଳା'ରେ ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ଗଣତି ଆରମ୍ଭ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି।

କିପରି ହେବ ଗଣତି କାର୍ଯ୍ୟ?

ରତ୍ନଭଣ୍ଡାର ଗଣତି ପାଇଁ ଦୁଇଟି ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି। ଏଥିରେ ଏକ ୩ ଜଣିଆ 'ତଦାରଖ କମିଟି' ଏବଂ ଅଳଙ୍କାର ଯାଞ୍ଚ ପାଇଁ ଏକ ୧୦ ଜଣିଆ 'ହ୍ୟାଣ୍ଡଲିଂ ଟିମ୍' ରହିବେ।

* ଶ୍ରଦ୍ଧାଳୁଙ୍କ ଦର୍ଶନକୁ ଦୃଷ୍ଟିରେ ରଖି ଶନିବାର, ରବିବାର ଏବଂ ଅନ୍ୟ ବଡ଼ ପର୍ବପର୍ବାଣି ଦିନମାନଙ୍କରେ ଗଣତି କାର୍ଯ୍ୟ ବନ୍ଦ ରହିବ।

* ସ୍ୱଚ୍ଛତା ବଜାୟ ରଖିବା ପାଇଁ ସମସ୍ତ ଅଳଙ୍କାରର ଡିଜିଟାଲ ଡକ୍ୟୁମେଣ୍ଟେସନ୍ ସହ ଭିଡିଓଗ୍ରାଫି କରାଯିବ।

* ଏଥିରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ପ୍ରତିନିଧି, ବିଶେଷଜ୍ଞ ଏବଂ ବରିଷ୍ଠ ସେବାୟତମାନେ ସାମିଲ ହେବେ।

ଐତିହାସିକ ପଦକ୍ଷେପ

ଦୀର୍ଘ ୪୮ ବର୍ଷ ପରେ ରତ୍ନଭଣ୍ଡାରର ପୁଙ୍ଖାନୁପୁଙ୍ଖ ଗଣତି କରାଯାଉଛି। ଏହା ପୂର୍ବରୁ ୧୯୭୮ ମସିହାରେ ଶେଷ ଥର ପାଇଁ ରତ୍ନଭଣ୍ଡାରର ଗଣତି ହୋଇଥିଲା, ଯାହାକୁ ସମ୍ପୂର୍ଣ୍ଣ କରିବାକୁ ସେତେବେଳେ ୭୨ ଦିନ ସମୟ ଲାଗିଥିଲା। ଚଳିତ ଥର ପ୍ରଥମେ 'ବାହାର ଭଣ୍ଡାର' ଏବଂ ପରେ 'ଭିତର ଭଣ୍ଡାର'ର ଗଣତି କରାଯିବ।

ରଥ ଉପରୁ ଅଣସେବାୟତଙ୍କୁ ବାହାର କଲେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ
ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ୩ ରଥରେ ଥିବା ଅଣସେବାୟତଙ୍କୁ ବାହାରକୁ କାଢ଼ିଲେ ନିଜେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଆଜି ବାହୁଡା଼ ଯାତ୍ରା ଅବସରରେ ପହଣ୍ଡି ବିଜେ ପୂର୍ବରୁ ରଥ ଉପରେ ଅଣ ସେବାୟତ ବସିଥିବାର ନଜରକୁ ଆସିଥିଲା। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ରଥରେ ଅଣ ସେବାୟତ ଚଢିବାକୁ ମନା କରାଯାଇଥିଲା। ଏହାର ବ୍ୟତିକ୍ରମ ଦେଖିବାକୁ ଆଜି ମିଳିଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ନିଜେ ତଦାରଖ କରି ଆଜି ପୂର୍ବାହ୍ନ ସମୟରେ କେତେକ ଅଣ ସେବାୟତଙ୍କୁ ରଥରୁ ବାହାରକୁ କାଢ଼ିଥିଲେ। ଏହି ସମୟରେ କେତେକ ସେବାୟତଙ୍କ ସହ ଯୁକ୍ତିତର୍କ ହୋଇଥିବାର ନଜରକୁ ଆସିଥିଲା ।