junior teacher recruitment - The Sakala
ଭୁବନେଶ୍ୱର: ସମଗ୍ର ଶିକ୍ଷା କାର୍ଯ୍ୟକ୍ରମରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ସ୍କିମାଟିକ୍ କନିଷ୍ଠ ଶିକ୍ଷକମାନେ [Junior Teacher ( Schematic)] ନିୟୋଜିତ ହୋଇଛନ୍ତି। ସେମାନଙ୍କୁ ମାସିକ ୧୧ ହଜାର ୧୦୦ ଟଙ୍କା ପାରିଶ୍ରମିକ ଦିଆଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବର୍ଗର ଶିକ୍ଷକ ମାନଙ୍କର ମାସିକ ପାରିଶ୍ରମିକକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇ ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ, ଏହି ଶିକ୍ଷକ ମାନଙ୍କ ମାସିକ ପାରିଶ୍ରମିକ ୧୧ ,୧୦୦ ଟଙ୍କାରୁ ବୃଦ୍ଧି ପାଇ ୧୬,୦୦୦ ଟଙ୍କା କରାଯାଇଛି। ଏହାସହିତ ଏହି ବର୍ଗର ଶିକ୍ଷକ ମାନଙ୍କ ଇପିଏଫ ପରିମାଣ ମଧ୍ୟ ୧୪୪୩ ଟଙ୍କାରୁ ୧୯୫୦ ଟଙ୍କାକୁ ବୃଦ୍ଧି ପାଇଛି । ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟ ସରକାର ପ୍ରତ୍ୟେକ ସ୍କିମାଟିକ କନିଷ୍ଠ ଶିକ୍ଷକଙ୍କ ପାଇଁ ପୂର୍ବରୁ ୧୨ ,୫୪୩ ଟଙ୍କା ପ୍ରଦାନ କରୁଥିବା ବେଳେ, ଏବେ ମାସକୁ ୧୭,୯୫୦ ଟଙ୍କା ପ୍ରଦାନ କରିବେ।
ସୂଚନାଯୋଗ୍ୟ ଯେ. ରାଜ୍ୟରେ ବର୍ତ୍ତମାନ ୧୩, ୭୪୦ ଜଣ ସ୍କିମାଟିକ କନିଷ୍ଠ ଶିକ୍ଷକ କାର୍ଯ୍ୟରତ ଅଛନ୍ତି। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୮୯.୧୫ କୋଟି ଟଙ୍କା ବହନ କରିବେ ।
ରାଜ୍ୟରେ ପ୍ରାଥମିକ ଶିକ୍ଷାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ୧ ୬ ହଜାରରୁ ଅଧିକ କନିଷ୍ଠ ଶିକ୍ଷକ ନିଯୁକ୍ତି କରାଯାଇଛି। ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହାଦ୍ୱାରା ଏହି ବର୍ଗର କନିଷ୍ଠ ଶିକ୍ଷକମାନେ ଉପକୃତ ହେବେ ଏବଂ ଏହାଦ୍ୱାରା ପ୍ରାଥମିକ ଶିକ୍ଷାରେ ଗୁଣାତ୍ମକ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।
ଆଗେଇଲା କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା, ୨୦ ଓ ୨୨ରେ ଡକ୍ୟୁମେଣ୍ଟ ଯାଞ୍ଚ
ଭୁବନେଶ୍ୱର: ରାଜ୍ୟରେ କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌‌) ନିଯୁକ୍ତି ପ୍ରକ୍ରିୟା। ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ଏହି କ୍ରମରେ ଆସନ୍ତା ୨୦ ଏବଂ ୨୨ ତାରିଖରେ ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ସୂଚନା ଅନୁଯାୟୀ, ୨୦ ତାରିଖରେ କ୍ୟାଟାଗୋରୀ-୧ ଏବଂ ୨୨ ତାରିଖରେ କ୍ୟାଟାଗୋରୀ-୨ର ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ। ୩୦ ଜିଲ୍ଲାରେ ହେବାକୁ ଥିବା ଯାଞ୍ଚର ସ୍ଥାନ ମଧ୍ୟ ପ୍ରକାଶ କରାଯାଇଛି। ଏନେଇ ଆଜି ଓଡ଼ିଶା ବିଦ୍ୟାଳୟ କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ସ୍ୱତନ୍ତ୍ର ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ୨୦୨୩ ଅଗଷ୍ଟ ୨୨ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଂକଳ୍ପ ପତ୍ର ନମ୍ବର ୨୦୩୩୬ରେ ଜାରି ହୋଇଥିବା ପ୍ରୋଭିଜିନାଲ ମେରିଟ୍‌‌ ଲିଷ୍ଟ ଆଧାରରେ ନିଯୁକ୍ତ କରାଯିବ। ଦିଆଯାଇଥିବା ଧାର୍ଯ୍ୟ ତାରିଖ ମଧ୍ୟରେ ପିଲାମାନେ ନିଜର ଡକ୍ୟୁମେଣ୍ଟ ଯାଞ୍ଚ କରାଇବେ। ନଚେତ୍‌‌ ଆଉ ସୁଯୋଗ ଦିଆଯିବ ନାହିଁ। ନିଜର କୌଣସି ତଥ୍ୟ ପ୍ରଦାନରେ ଭୁଲ୍‌‌ କରିଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।