double murder - The Sakala

ଗୁଣି ଗାରେଡି ସନ୍ଦେହରେ ମା-ଝିଅଙ୍କୁ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ଭାବେ ହତ୍ୟା କଲେ ପଡୋଶୀ
ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଗିରିପାଲି ଖଡ଼ିଆପଡ଼ାରେ ଡବଲ୍ ମର୍ଡର୍ । ଘର ଅଗଣାରେ ଶୋଇଥିବା ବେଳେ ମା-ଝିଅଙ୍କୁ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ଭାବେ ହତ୍ୟା କଲେ ପଡୋଶୀ । ମୃତକ ହେଲେ ୬୦ ବର୍ଷୀୟା ଉର୍ମିଳା ପାତ୍ର ଏବଂ ୩୫ ବର୍ଷୀୟା ଲିଲିମା କୁଦେଇ । ପୂର୍ବ ଶତ୍ରୁତା କିମ୍ବା ଗୁଣି ଗାରେଡି ସନ୍ଦେହରେ ଉଭୟଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ଶାସନ ପୋଲିସ ପହଞ୍ଚି ହତ୍ୟାକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରଖିଛି ।

ଛତିଶଗଡ଼ରେ ଚାଞ୍ଚଲ୍ୟକର ଘଟଣା: ଏସଟିଏଫ୍ ଯବାନଙ୍କ ପତ୍ନୀ ଓ ପୁଅକୁ ୩୨ ଥର ଛୁରୀ ଭୁସି ହତ୍ୟା କଲା ପ୍ରେମିକା
ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ଏକ ହୃଦୟ ବିଦାରକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଜଣେ ଏସଟିଏଫ୍ (ସ୍ପେଶାଲ ଟାସ୍କ ଫୋର୍ସ) ଯବାନଙ୍କ ପ୍ରେମିକା ତାଙ୍କ ଘରେ ପଶି ପତ୍ନୀ ଓ ୮ ବର୍ଷର ପୁଅକୁ ଅତି ନିର୍ମମ ଭାବେ ଛୁରୀ ଭୁସି ହତ୍ୟା କରିଛି। ଅଭିଯୁକ୍ତ ମହିଳା ଜଣକ ଉଭୟଙ୍କୁ ମୋଟ ୩୨ ଥର ଛୁରୀରେ ଆକ୍ରମଣ କରିଥିବା ପୋଲିସ ସୂତ୍ରରୁ ଜଣାପଡିଛି। ଏହି ଆକ୍ରମଣରେ ଯବାନଙ୍କ ଦୁଇ ଝିଅ ମଧ୍ୟ ଆହତ ହୋଇଛନ୍ତି। ପୋଲିସ ଅଭିଯୁକ୍ତ ମହିଳାକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

ପ୍ରେମ ପାଇଁ ରକ୍ତପାତ

ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଗ ସ୍ଥିତ ସ୍ମୃତି ନଗର ଥାନା ଅନ୍ତର୍ଗତ ଏସଟିଏଫ୍ କଲୋନୀରେ ଏହି ଅଭାବନୀୟ ଘଟଣା ଘଟିଛି। ଏସଟିଏଫ୍ କନେଷ୍ଟବଳ ଲଲିତେଶ ଯାଦବଙ୍କ ପ୍ରେମିକା ସରୋଜିନୀ ଭାରଦ୍ୱାଜ (୨୫ ବର୍ଷ) ଶନିବାର ସକାଳେ ତାଙ୍କ ଘରେ ପହଞ୍ଚିଥିଲା। ସେଠାରେ ଲଲିତେଶଙ୍କ ପତ୍ନୀ ରୀନା ଯାଦବ (୩୨ ବର୍ଷ)ଙ୍କ ସହ ତାର ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସରୋଜିନୀ ପରିବା କଟା ଛୁରୀରେ ରୀନାଙ୍କ ଉପରେ ଆକ୍ରମଣ କରିଥିଲା। ମା'କୁ ବଞ୍ଚାଇବାକୁ ଆସିଥିବା ୮ ବର୍ଷର ପୁଅ ଆଦିତ୍ୟକୁ ମଧ୍ୟ ସେ ଛାଡି ନଥିଲା। ଅଭିଯୁକ୍ତ ମହିଳା ଜଣକ ରୀନାଙ୍କୁ ୧୮ ଥର ଓ ପୁଅ ଆଦିତ୍ୟକୁ ୧୪ ଥର ଛୁରୀ ଭୁସି ଥିଲା। ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ଘଟିଥିଲା। ଏହି ସମୟରେ ଘରେ ଥିବା ୧୨ ବର୍ଷୀୟା ଝିଅ ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଥିବା ବେଳେ, ଅନ୍ୟ ଜଣେ ଝିଅ ବାଥରୁମରେ ଲୁଚି ନିଜ ଜୀବନ ବଞ୍ଚାଇଥିଲା।

କିପରି ଘଟିଲା ଘଟଣା?

କନେଷ୍ଟବଳ ଲଲିତେଶ ଯାଦବ ବର୍ତ୍ତମାନ ବିଜାପୁରରେ କାର୍ଯ୍ୟରତ ଥିବା ବେଳେ ୧୫ ଦିନିଆ ଛୁଟିରେ ଘରକୁ ଆସିଥିଲେ। ଶନିବାର ସକାଳ ପ୍ରାୟ ୮ଟା ସମୟରେ ସେ ଟ୍ରେନ୍ ଟିକେଟ୍ ରିଜର୍ଭେସନ କରିବା ପାଇଁ ରେଳ ଷ୍ଟେସନ ଯାଇଥିଲେ। ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ସରୋଜିନୀ ଘରେ ପଶି ଏହି ନାରକୀୟ କାଣ୍ଡ ଘଟାଇଥିଲା। ପୋଲିସ ତଦନ୍ତରୁ ଜଣାପଡିଛି ଯେ, ଲଲିତେଶ ଏବଂ ସରୋଜିନୀଙ୍କ ମଧ୍ୟରେ ଫେସବୁକ୍ ମାଧ୍ୟମରେ ପରିଚୟ ହୋଇଥିଲା ଏବଂ ଗତ କିଛି ବର୍ଷ ଧରି ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ଶୁକ୍ରବାର ଦିନ ମଧ୍ୟ ସରୋଜିନୀ ତାଙ୍କ ଘରକୁ ଆସି ପାଟିତୁଣ୍ଡ କରିଥିଲା, କିନ୍ତୁ ସେତେବେଳେ ଲଲିତେଶ ତାକୁ ବୁଝାସୁଝା କରି ଫେରାଇ ଦେଇଥିଲେ।

ପୋଲିସର କାର୍ଯ୍ୟାନୁଷ୍ଠାନ

ପାଟିତୁଣ୍ଡ ଶୁଣି ପଡୋଶୀମାନେ ଘଟଣାସ୍ଥଳକୁ ଦୌଡି ଆସିଥିଲେ ଏବଂ ଅଭିଯୁକ୍ତ ମହିଳାକୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ଦୁର୍ଗ ପୋଲିସ ଅଧୀକ୍ଷକ ବିଜୟ ଅଗ୍ରୱାଲ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପୋଲିସ ଅଭିଯୁକ୍ତ ସରୋଜିନୀ ଭାରଦ୍ୱାଜକୁ ଗିରଫ କରିଛି। ଗୁରୁତର ଆହତ ଝିଅକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ତାର ଚିକିତ୍ସା ଜାରି ରହିଛି। ଏହି ବିଭତ୍ସ ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ବରେଲୀ ଏନକାଉଣ୍ଟର: ଭରା ପଞ୍ଚାୟତରେ ଶାଶୁ ଓ ଶଳାଙ୍କୁ ହତ୍ୟା କରିଥିବା ଅଫସର ଓରଫ ବୌରା ପୋଲିସ ଗୁଳିରେ ନିହତ
ଉତ୍ତରପ୍ରଦେଶର ବରେଲୀ ଜିଲ୍ଲାରେ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଏକ ବଡ଼ ଏନକାଉଣ୍ଟର ଦେଖିବାକୁ ମିଳିଛି। ଭରା ପଞ୍ଚାୟତରେ ନିଜ ଶାଶୁ ଓ ଶଳାଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୁକ୍ତ ଅଫସର ଓରଫ ବୌରାକୁ ପୋଲିସ ଏକ ଏନକାଉଣ୍ଟରରେ ନିହତ କରିଛି। ଘଟଣାର ୨୪ ଘଣ୍ଟା ନପୁରୁଣୁ ବରେଲୀ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହି ସଫଳତା ହାସଲ କରିଛି।

ପଞ୍ଚାୟତ ବୈଠକରେ ଖେଳିଥିଲା ରକ୍ତାକ୍ତ ଖେଳ

ସୂଚନା ଅନୁଯାୟୀ, ଇଜ୍ଜତନଗର ଥାନା ଅନ୍ତର୍ଗତ ରହପୁରା ଚୌଧୁରୀ ଅଞ୍ଚଳରେ ଅଭିଯୁକ୍ତ ଅଫସରର ନିଜ ପତ୍ନୀ ସାଇମାଙ୍କ ସହ ପାରିବାରିକ ବିବାଦ ଲାଗିରହିଥିଲା। ସୋମବାର ଦିନ ଏହି ବିବାଦର ସମାଧାନ ପାଇଁ ଏକ ପଞ୍ଚାୟତ ଡକାଯାଇଥିଲା। ବୈଠକ ଚାଲିଥିବା ବେଳେ ହଠାତ୍ ଅଫସର ଉତକ୍ଷିପ୍ତ ହୋଇ ନିଜ ଶାଶୁ ଆସମା ଏବଂ ଶଳା ଆଦିଲଙ୍କ ଉପରେ ଛୁରୀରେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ମାଆ ଓ ପୁଅଙ୍କର ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣରେ ଅଫସରର ପତ୍ନୀ ସାଇମା ମଧ୍ୟ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ଏନକାଉଣ୍ଟରରେ କିପରି ନିହତ ହେଲା ଅଭିଯୁକ୍ତ?

ଡବଲ ମର୍ଡର ଘଟଣା ପରେ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ଏସଏସପି ଅନୁରାଗ ଆର୍ଯ୍ୟଙ୍କ ନିର୍ଦ୍ଦେଶକ୍ରମେ ଅଭିଯୁକ୍ତକୁ ଧରିବା ପାଇଁ ୩ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ମଙ୍ଗଳବାର ଭୋର ସମୟରେ ଇଜ୍ଜତନଗରର ସାହାରା ଗ୍ରାଉଣ୍ଡ ନିକଟରେ ଅଭିଯୁକ୍ତ ଲୁଚି ରହିଥିବା ନେଇ ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା। ପୋଲିସ ତାକୁ ଆତ୍ମସମର୍ପଣ କରିବାକୁ କହିବା କ୍ଷଣି ସେ ପୋଲିସ ଟିମ୍ ଉପରକୁ ଗୁଳିମାଡ଼ କରିଥିଲା। ପୋଲିସର ପାଲଟା ଜବାବରେ ଅଭିଯୁକ୍ତ ଗୁରୁତର ଆହତ ହୋଇଥିଲା। ତାକୁ ତୁରନ୍ତ ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏହି ଗୁଳିବିନିମୟରେ ଦୁଇ ଜଣ ପୋଲିସ କନଷ୍ଟେବଳ ମଧ୍ୟ ଆହତ ହୋଇଛନ୍ତି।

ପୂର୍ବରୁ ଆଜୀବନ କାରାଦଣ୍ଡ ଭୋଗୁଥିଲା ଅଭିଯୁକ୍ତ

ପୋଲିସ ରେକର୍ଡ ଅନୁଯାୟୀ ଅଭିଯୁକ୍ତ ଅଫସର ଓରଫ ବୌରା ଜଣେ ପେସାଦାର ଅପରାଧୀ ଥିଲା। ପୂର୍ବରୁ ମଧ୍ୟ ସେ ନିଜ ମାମୁଁଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲା। ଏହି ମାମଲାରେ ତାକୁ ଆଜୀବନ କାରାଦଣ୍ଡ ଶୁଣାଯାଇଥିଲା, କିନ୍ତୁ ବର୍ତ୍ତମାନ ସେ ଜାମିନରେ ବାହାରେ ଥିଲା। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ବେଙ୍ଗାଲୁରୁରେ ରକ୍ତର ସମ୍ପର୍କରେ ଲାଗିଲା ଦାଗ: ବାପା-ମା’ଙ୍କୁ ବିଭତ୍ସ ଭାବେ ହତ୍ୟା କଲା ସଫ୍ଟୱେୟାର ଇଞ୍ଜିନିୟର ପୁଅ
ବେଙ୍ଗାଲୁରୁ: ରକ୍ତର ସମ୍ପର୍କରେ ଲାଗିଲା ରକ୍ତର ଛିଟା। ଯେଉଁ ବାପା ମା’ ପିଲାଟି ଦିନରୁ କଷ୍ଟ କରି ପାଠ ପଢ଼ାଇ ମଣିଷ କଲେ, ଶେଷରେ ସେହି ପୁଅ ହାତରେ ସେମାନଙ୍କ ଜୀବନ ଯାଇଛି। ବେଙ୍ଗାଲୁରୁରେ ଏକ ଅତ୍ୟନ୍ତ ଦୁଃଖଦ ତଥା ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ୩୩ ବର୍ଷୀୟ ସଫ୍ଟୱେୟାର ଇଞ୍ଜିନିୟର ପୁଅ ନିଜର ବାପା ଏବଂ ମା’ଙ୍କୁ ନିର୍ମମ ଭାବେ ହତ୍ୟା କରିଛି। ମୃତକମାନେ ହେଲେ ଅବସରପ୍ରାପ୍ତ ନୌସେନା ଅଧିକାରୀ ନବୀନ ଚନ୍ଦ୍ର ଭଟ୍ଟ (୬୦) ଏବଂ ତାଙ୍କ ପତ୍ନୀ ଦାନ୍ତ ଡାକ୍ତର ଶ୍ୟାମଳା ଭଟ୍ଟ (୫୫)।

ପାରିବାରିକ କଳହର କରୁଣ ପରିଣତି

ପୁଲିସ ସୂଚନା ଅନୁଯାୟୀ, ହାଲ୍‌ ପୁଲିସ୍‌ ଷ୍ଟେସନ ଅଧୀନରେ ଥିବା ବିଜ୍ଞାନ ନଗର ସ୍ଥିତ ଏକ ଆପାର୍ଟମେଣ୍ଟରେ ବୁଧବାର ସକାଳେ ଏହି ଘଟଣା ଘଟିଛି। ଅଭିଯୁକ୍ତ ପୁଅ ରୋହନ ଚନ୍ଦ୍ର ଭଟ୍ଟ (୩୩) ପାରିବାରିକ ବିବାଦକୁ କେନ୍ଦ୍ର କରି ଉତକ୍ଷିପ୍ତ ହୋଇ ଘର ଭିତରେ ବାପା-ମା’ଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ପୁଅର ଛୁରାମାଡ଼ରେ ଉଭୟ ଗୁରୁତର ଆହତ ହୋଇପଡିଥିଲେ। ପଡ଼ୋଶୀଙ୍କ ସହାୟତାରେ ସେମାନଙ୍କୁ ତୁରନ୍ତ ମଣିପାଲ ହସ୍ପିଟାଲ ନିଆଯାଇଥିଲା, କିନ୍ତୁ ସକାଳ ୮.୧୫ରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ଅଭିଯୁକ୍ତ ଗିରଫ, ତଦନ୍ତ ଜାରି

ସେହି ଆପାର୍ଟମେଣ୍ଟରେ ରହୁଥିବା ଡାକ୍ତର ମାଧବୀ ନାଏରଙ୍କ ଅଭିଯୋଗ ଆଧାରରେ ପୁଲିସ ହତ୍ୟା ମାମଲା ରୁଜୁ କରିବା ସହ ଅଭିଯୁକ୍ତ ରୋହନକୁ ଗିରଫ କରିଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ସମ୍ପର୍କରେ ପୁଲିସ ତଦନ୍ତ ଚଳାଇଥିବା ବେଳେ ପ୍ରାରମ୍ଭିକ ତଦନ୍ତରୁ ଏହା ପାରିବାରିକ କଳହର ପରିଣାମ ବୋଲି ଅନୁମାନ କରାଯାଉଛି।

ଆମେରିକାରୁ ଝିଅ ଆସିବା ପରେ ହେବ ଶବ ବ୍ୟବଚ୍ଛେଦ

ମୃତ ଦମ୍ପତିଙ୍କ ଝିଅ ଆମେରିକାରେ ବସବାସ କରନ୍ତି। ବର୍ତ୍ତମାନ ପୁଲିସ ମୃତଦେହ ଦୁଇଟିକୁ ଜବତ କରି ବୋୱରିଙ୍ଗ ହସ୍ପିଟାଲର ଶବାଗାରରେ ରଖିଛି। ଝିଅ ବେଙ୍ଗାଲୁରୁରେ ପହଞ୍ଚିବା ପରେ ଏବଂ ତାଙ୍କ ଅନୁମତି ମିଳିବା ପରେ ମୃତଦେହର ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ତ୍ରିକୋଣୀୟ ପ୍ରେମରୁ ଡବଲ ମର୍ଡର: ଛୁରାମାଡ଼ରେ ଯୁବକ ଓ ଯୁବତୀ ମୃତ
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ତୁନାମରା ପଞ୍ଚାୟତ କାଶୀପଡାରେ ଡବଲ ମର୍ଡର। ତ୍ରିକୋଣୀୟ ପ୍ରେମରୁ ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ଡ୍ରାଇଭରର ଛୁରା ମାଡ଼ରେ ଯୁବକ ଓ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ରୁମାବାହାଲ ଗ୍ରାମର ପ୍ରତାପ ଲାକ୍ରା (୨୬) ଏବଂ ଯୁବତୀ ଜଣକ କୁତ୍ରା ଥାନା କାଶୀପଡା ଗ୍ରାମର ଲିପ୍ସା କେର୍କେଟା (୨୪)। ଗତକାଲି ରାତ୍ରିରେ ଏହି ଅଭାବନୀୟ ଘଟଣା ଘଟିଛି । ଘଟଣା ପରେ ହତ୍ୟାକାଣ୍ଡ ଭିଆଇଥିବା ଅଭିଯୁକ୍ତ ଫେରାର ଥିବା ଜଣାପଡିଛି। ଖବର ପାଇ କୁତ୍ରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ଡ୍ରାଇଭର ଜଣକ ରାଜଗାଙ୍ଗପୁର ଜଅରୁମାଲ ଅଞ୍ଚଳର ରାଜୁ ନାଗ ବୋଲି ଜଣାପଡିଛି।