Ratnabhandara - The Sakala

୩ ମାସ ମଧ୍ୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ: ଆସନ୍ତା ୩ ମାସ ମଧ୍ୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ସମ୍ପୂର୍ଣ୍ଣ କର । ଏ ନେଇ କଡା ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ୧୯୭୮ ଗଣତି ମଣତି ସହିତ ବର୍ତ୍ତମାନର ଗଣତି ମଣତି ମେଳ କରିବାକୁ ନିର୍ଦ୍ଦେଶ ରହିଛି । ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଜଷ୍ଟିସ ରଘୁବୀର ଦାସ କମିଶନ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପରବର୍ତ୍ତୀ ବିଧାନସଭା ଅଧିବେଶନରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ରହିଛି । ୩ ମାସ ପରେ ଏ ନେଇ ହାଇକୋର୍ଟରେ କମ୍ପ୍ଲାଏନ୍ସ ରିପୋର୍ଟ ଦାଖଲ କରିବେ ରାଜ୍ୟ ସରକାର ।

ଆଜି ବସିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟି ବୈଠକ, ଗଣତିମଣତି ନେଇ ପ୍ରସ୍ତୁତ ହେବ ରୂପରେଖ
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟିର ବୈଠକ ଆଜି ଅନୁଷ୍ଠିତ ହେବ। ଅପରାହ୍‌ଣରେ ନୀଳାଦ୍ରି ଭକ୍ତନିବାସ ପରିସରର କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ କମିଟିର ସଦସ୍ୟମାନେ ଯୋଗଦେବେ। ଏଥିରେ ରତ୍ନଭଣ୍ଡାରକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯିବ। ବିଶେଷକରି ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି ମଣତି ମୁଖ୍ୟ ପ୍ରସଙ୍ଗ ରହିବ। ଜାନୁଆରୀ ମାସରେ ଭିତର ରତ୍ନଭଣ୍ଡାରରେ ଥିବା ସମସ୍ତ ଅଳଙ୍କାରର ଗଣତି କାର୍ଯ୍ୟ ଆରମ୍ଭ ହୋଇପାରେ। ବୈଠକରେ ଗଣତି ପ୍ରକ୍ରିୟା ପାଇଁ ଏସ୍‌ଓପି ଚୂଡ଼ାନ୍ତ କରାଯିବା ସହ କେଉଁମାନେ ଏହି କାର୍ଯ୍ୟରେ ସାମିଲ ହେବେ, ସେନେଇ ନିଷ୍ପତ୍ତି ନିଆଯିବ। ଭିତର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ସରିଛି ଏବଂ ସମସ୍ତ ରତ୍ନ ଅଳଙ୍କାରକୁ ପୁଣିଥରେ ସୁରକ୍ଷିତ ଭାବେ ରତ୍ନଭଣ୍ଡାର ମଧ୍ୟରେ ରଖାଯାଇଛି। ଅଳଙ୍କାରର ଗୁଣବତ୍ତା ପରୀକ୍ଷା ପାଇଁ ରିଜର୍ଭ ବ୍ୟାଙ୍କର ସହାୟତା ଲୋଡ଼ାଯାଇଛି। ଏହି କାର୍ଯ୍ୟରେ ଦୁଇଜଣ ବିଶେଷଜ୍ଞ ମଧ୍ୟ ସାମିଲ ହେବେ। ୧୯୫୪ ମସିହାର ରେକର୍ଡ ଏବଂ ୧୯୭୮ ମସିହାରେ ହୋଇଥିବା ଗଣତି ତାଲିକାକୁ ଆଧାର କରି ବର୍ତ୍ତମାନର ଅଳଙ୍କାର ସହ ମେଳ କରାଯିବ ବୋଲି ଜଣାପଡ଼ିଛି।

୨୭ତାରିଖରେ ବସିବ ରତ୍ନଭଣ୍ଡାର ସଂପର୍କିତ ବୈଠକ, ଜାନୁଆରୀ ମାସରେ ହେବ ଗଣତିମଣତି: ଜଷ୍ଟିସ ବିଶ୍ବନାଥ ରଥ
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତି ଓ ମଣତି ପ୍ରକ୍ରିୟାକୁ ନେଇ ଆସିଛି ବଡ଼ ଅପଡେଟ୍। ଆସନ୍ତା ୨୭ତାରିଖରେ ବସିବ ରତ୍ନଭଣ୍ଡାର ସଂପର୍କିତ ବୈଠକ । ଜାନୁଆରୀ ମାସ ମଧ୍ୟରେ ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାରରେ ଥିବା ସମସ୍ତ ଅଳଙ୍କାରର ଗଣତି କାର୍ଯ୍ୟ ଆରମ୍ଭ ହୋଇପାରେ। ଏ ସମ୍ପର୍କରେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

ଆସନ୍ତା ୨୭ ତାରିଖରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଗଣତି ପ୍ରକ୍ରିୟା ପାଇଁ ଏସଓପି (SOP) ଚୂଡ଼ାନ୍ତ କରାଯିବା ସହ କେଉଁମାନେ ଏହି କାର୍ଯ୍ୟରେ ସାମିଲ ହେବେ, ସେ ନେଇ ନିଷ୍ପତ୍ତି ନିଆଯିବ। ଭିତର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ସରିଛି ଏବଂ ସମସ୍ତ ରତ୍ନ ଅଳଙ୍କାରକୁ ପୁଣି ଥରେ ସୁରକ୍ଷିତ ଭାବେ ରତ୍ନଭଣ୍ଡାର ମଧ୍ୟରେ ରଖାଯାଇଛି। ଅଳଙ୍କାରର ଗୁଣବତ୍ତା ପରୀକ୍ଷା ପାଇଁ ରିଜର୍ଭ ବ୍ୟାଙ୍କର ସହାୟତା ଲୋଡ଼ାଯାଇଛି। ଏହି କାର୍ଯ୍ୟରେ ଦୁଇ ଜଣ ବିଶେଷଜ୍ଞ ମଧ୍ୟ ସାମିଲ ହେବେ।

୧୯୫୪ ମସିହାର ରେକର୍ଡ ଏବଂ ୧୯୭୮ ମସିହାରେ ହୋଇଥିବା ଗଣତି ତାଲିକାକୁ ଆଧାର କରି ବର୍ତ୍ତମାନର ଅଳଙ୍କାର ସହ ମେଳ କରାଯିବ। ଗଣତି ସମୟରେ ମହାପ୍ରଭୁଙ୍କ ଦର୍ଶନରେ କିଛିଟା ବ୍ୟାଘାତ ସୃଷ୍ଟି ହୋଇପାରେ, ତେଣୁ ଶ୍ରଦ୍ଧାଳୁମାନଙ୍କ ସହଯୋଗ ପାଇଁ ଅନୁରୋଧ କରାଯାଇଛି। ଏହି ସମ୍ବେଦନଶୀଳ ପ୍ରକ୍ରିୟା ପାଇଁ ମୁକ୍ତି ମଣ୍ଡପର ପରାମର୍ଶ ମଧ୍ୟ ନିଆଯିବ ବୋଲି ଜଷ୍ଟିସ ରଥ ସ୍ପଷ୍ଟ କରିଛନ୍ତି।

କାଲିଠୁ ୪ଦିନ ବନ୍ଦ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି
ପୁରୀ: ଚାଲିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି। ଏଏସ୍‌ଆଇ ପକ୍ଷରୁ ଚାଲିଥିବା ଏହି ମରାମତି କାମ ପାଇଁ ପର୍ଯ୍ୟାପ୍ତ ସମୟ ମିଳୁ ନ ଥିବାବେଳେ ସ୍ୱତନ୍ତ୍ର ନୀତିକାନ୍ତି ଲାଗି ବି ପ୍ରଭାବିତ ହେଉଛି କାମ। ପୁଣି ୪ ଦିନ ବନ୍ଦ ରହିବ ମରାମତି। ଆସନ୍ତା ୩୧ ତାରିଖରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଖସାପଡାଲାଗି ନୀତି ଏବଂ ଆସନ୍ତା ଏପ୍ରିଲ ୨ ତାରିଖରେ ବନକଲାଗି ନୀତି ସମ୍ପାଦନ ଦୃଷ୍ଟିରୁ ଆସନ୍ତା ୩୧ ତାରିଖଠାରୁ ଏପ୍ରିଲ ୩ ତାରିଖ ପାଇଁ ରତ୍ନଭଣ୍ଡାର ମରାମତି ତଥା ସଂରକ୍ଷଣ କାର୍ଯ୍ୟ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

୨୧ରୁ ୩ ଦିନ ଧରି ଚାଲିବ ରତ୍ନଭଣ୍ଡାର ବୈଷୟିକ ସର୍ଭେ
ପୁରୀ: ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ASI) ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୨୧ , ୨୨  ଏବଂ ୨୩ ତାରିଖ ତିନି ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ ଅନୁଷ୍ଠିତ ହେବ। ଦିନ ୨ଟାରୁ ସନ୍ଧ୍ୟା ୬ଟା ଯାଏଁ ସର୍ଭେ ପାଇଁ ସମୟ ସ୍ଥିର ହୋଇଛି। ଆସନ୍ତା ସେପଟେମ୍ବର ୨୪ ତାରିଖ ସୁଦ୍ଧା ଶ୍ରୀମନ୍ଦିର ରତ୍ନଭଣ୍ଡାରର ବାକି ଥିବା ବୈଷୟିକ ସର୍ଭେ ଶେଷ କରିବାକୁ ଏ.ଏସ୍.ଆଇ ମହାନିର୍ଦ୍ଦେଶକଙ୍କୁ ପତ୍ର ଲେଖି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ଅନୁରୋଧ କରିବା ପରେ ଏ.ଏସ୍ ଆଇ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ତାରିଖ ସ୍ଥିର ହୋଇଛି।

ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା (SOP) ଅନୁସାରେ ଏହା କରାଯିବ। ତେଣୁ ଏହି ତିନି ଦିନ ପାଇଁ ଶ୍ରୀଜୀଉଙ୍କ ନୀତିକାନ୍ତି ବା ସେବାପୂଜାରେ ବ୍ୟାଘାତ ନକରି ନିରୀକ୍ଷଣ ପ୍ରକ୍ରିୟା ପାଇଁ ଆବଶ୍ୟକ ସମୟ ଦେବା ଲାଗି ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଏହି ଦିନ ପାଇଁ ହୋଇଥିବା ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ ଦିନ ୧ଟା ଠାରୁ ନିରୀକ୍ଷଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ମହାପ୍ରସାଦ କ୍ରୟ କରିବାକୁ ଇଚ୍ଛୁକ ଭକ୍ତ ସିଂହଦ୍ଵାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କ୍ରୟ କରି ଉତ୍ତର ଦ୍ୱାର ପଟେ ଉକ୍ତ ସମୟରେ ପ୍ରସ୍ଥାନ କରିପାରିବେ।

ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରୁ ସ୍ଥାନାନ୍ତର ହେଲା ସମସ୍ତ ଅଳଙ୍କାର
ପୁରୀ: ସୁରୁଖୁରୁରେ ସମ୍ପନ୍ନ ହେଲା ଭିତର ଭଣ୍ଡାର ଅଳଙ୍କାର ସ୍ଥାନାନ୍ତର । ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାର ସ୍ଥାନାନ୍ତର ପାଇଁ ପ୍ରାୟ ସାଢ଼େ ୭ ଘଣ୍ଟା ସମୟ ଲାଗିଛି। ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଗୁରୁବାର ସନ୍ଧ୍ୟାରେ ଗଣମାଧ୍ୟମକୁ ଏହି ପ୍ରତିକ୍ରିୟା ଦେଇଛନ୍ତି। ଭଣ୍ଡାର ଘରୁ ସମସ୍ତ ଅଳଙ୍କାର ଖଟଶେଯ ଗୃହରେ ହୋଇଥିବା ଅସ୍ଥାୟୀ ଭଣ୍ଡାର ଘରକୁ ସ୍ଥାନାନ୍ତର କରାଯାଇଛି । ସମସ୍ତ ଅଳଙ୍କାର ସ୍ଥାନାନ୍ତର ପରେ ତଦାରଖ ଟିମ୍ ଭଣ୍ଡାର ଘରୁ ବାହାରିବା ପରେ ଉଭୟ ଭିତର ଓ ବାହାର ରତ୍ନଭଣ୍ଡାରକୁ ଲକ୍ କରାଯାଇଛି । ଅଳଙ୍କାର ସ୍ଥାନାନ୍ତରର ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଛି ।

ଅଳଙ୍କାର ସ୍ଥାନାନ୍ତର ପରେ ତଦାରଖ କମିଟି ମୁଖ୍ୟ ଜଷ୍ଟିସ୍ ବିଶ୍ବନାଥ ରଥ ସବିଶେଷ ସୂଚନା ଦେଇଛନ୍ତି । ସେ କହିଛନ୍ତି, ‘ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହୋଇଛି । ଖଟଶେଯ ଗୃହକୁ ସମସ୍ତ ଅଳଙ୍କାର ସ୍ଥାନାନ୍ତରିତ ହୋଇଛି । ରତ୍ନଭଣ୍ଡାରରେ ଥିଲା ୪ଟି ଆଲମିରା ଓ ୩ଟି ସିନ୍ଦୁକ । ଏଥିରୁ ୩ଟି କାଠ ଆଲମିରା ହୋଇଥିବା ବେଳେ ଗୋଟିଏ ଷ୍ଟିଲ ଆଲମିରା ଥିଲା । ଯାହାକୁ ସ୍ଥାନାନ୍ତର କରାଯାଇଛି ।’

ଆଗକୁ ସେ କହିଛନ୍ତି, ‘୩ଟି ସିନ୍ଦୁକ ମଧ୍ୟରୁ ଦୁଇଟି କାଠ ଆଲମିରା ଥିବା ବେଳେ ଗୋଟିଏ ଲୁହାରେ ଥିଲା । ୩ଟି ଯାକ ସିନ୍ଦୁକରେ ଥିବା ସମସ୍ତ ଅଳଙ୍କାରକୁ ଆଲମିରାକୁ ସ୍ଥାନାନ୍ତର କରାଯାଇଛି ।’

ରତ୍ନଭଣ୍ଡାରରେ ଗୁପ୍ତ କୋଠରୀ ଥିବା ଖବରକୁ ଗୁଜବ କହିଛନ୍ତି ଜଷ୍ଟିସ ରଥ । ସେ କହିଛନ୍ତି, ଆମେ ଖାଲି ଆଖିରେ ସେମିତି କିଛି ଗୁପ୍ତ କୋଠରୀ ଦେଖିବାକୁ ପାଇଲୁନି । ଏହା ଏକ ଗୁଜବ । ଭିତର ରତ୍ନଭଣ୍ଡାର ମଧ୍ୟରେ ସାପ କି ଅନ୍ୟ କିଛଇ ଯନ୍ତୁ ନଥିଲେ । ଏହାସହ ଅଳଙ୍କାର ସ୍ଥାନାନ୍ତର ବେଳେ କୌଣସି ଅଘଟଣ ଘଟି ନଥିଲା । ତେଣୁ ଅଗ୍ନିଶମ ଓ ସ୍ନେକ ହେଲପ୍ ଲାଇନ୍ ସଦସ୍ୟଙ୍କ ଆବଶ୍ୟକତା ପଡି ନଥିଲା ।

ରତ୍ନଭଣ୍ଡାର ଖୋଲିବା ପାଇଁ ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, କିନ୍ତୁ ଆଜି ହେବନି ଗଣତି
ପୁରୀ: ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ହେଲେ ହେବନି ରତ୍ନଭଣ୍ଡାରର ଗଣତି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ସେ କହିଛନ୍ତି ଭିତର ରତ୍ନଭଣ୍ଡାରର ସୁରକ୍ଷା ଆମର ପ୍ରାଥମିକତା । ତେଣୁ ଆଜି ଗଣତି ହେବନି, ଭିତର ଓ ବାହାରର ଚାବି ଖୋଲାଯିବ । ରତ୍ନଭଣ୍ଡାରରୁ ସୁନା ଅଳଙ୍କାର ଷ୍ଟ୍ରଙ୍ଗରୁମକୁ ଟ୍ରାନ୍ସଫର ହେବା ପରେ, ଭିତର ରତ୍ନଭଣ୍ଡାରର ମରାମତି ହେବ । ଏଥିପାଇଁ ଲାଇଟ୍ ଏବଂ ସିସିଟିଭିର ବ୍ୟବସ୍ଥା କରାଯାଇଛି ।

ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଭିତର ରତ୍ନଭଣ୍ଡାରର ମରାମତି ହେବା ପରେ ଯାଇ ରତ୍ନ ଅଳଙ୍କାରର ଗଣତି ମଣତି ହେବ । ତେବେ ଏ ସବୁ କାମ କେତେ ଦିନରେ ସରିବ, ସେନେଇ ସ୍ପଷ୍ଟ ଭାବେ କହିହେବନି ବୋଲି ସେ କହିଛନ୍ତି । ଅନ୍ୟପଟେ ରତ୍ନଭଣ୍ଡାର ମରାମତି, ଗଣତି ମଣତି ସମୟରେ ଦର୍ଶନରେ କୌଣସି ବି ଅସୁବିଧା ହେବନି ବୋଲି ସେ ସୂଚନା ଦେଇଛନ୍ତି ।

ଅନ୍ୟପଟେ ରତ୍ନଭଣ୍ଡାରର ସମସ୍ତ ରତ୍ନକୁ ରଖିବା ପାଇଁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛି ୬ଟି ଅସ୍ଥାୟୀ ସିନ୍ଦୁକ । ଏହି ୬ଟି ଅସ୍ଥାୟୀ କାଠ ସିନ୍ଦୁକରେ ରଖାଯିବ ସମସ୍ତ ଅଳଙ୍କାର । ଅଳଙ୍କାରକୁ ସିନ୍ଦୁକରେ ରଖି ସ୍ଥାନାନ୍ତର କରାଯିବ । ଅସ୍ଥାୟୀ ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତର ହେବ ।

ରତ୍ନଭଣ୍ଡାର ଖୋଲିବା ପାଇଁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି ୧୧ ଜଣ ସଦସ୍ୟ । ସେମାନେ ହେଲେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ASI ଅଧିକ୍ଷକ, ରତ୍ନଭଣ୍ଡାର ସବ୍‌ କମିଟିର ଜଣେ, ଯାଞ୍ଚ କମିଟିର ୨ ସଦସ୍ୟ । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମୂଲ୍ୟବାନ ଅଳଙ୍କାରଗୁଡ଼ିକ ଗଣତି ମଣତି କରାଯିବ । ୧୯୭୮ର ଗଣତି ରିପୋର୍ଟକୁ ଭିତ୍ତିକରି ରତ୍ନ ଅଳଙ୍କାରଗୁଡ଼ିକୁ ମେଳକ କରାଯିବ । ରତ୍ନ ଅଳଙ୍କାରଗୁଡ଼ିକର ମାନ ପରୀକ୍ଷା ପାଇଁ ଧାତୁ ବିଶେଷଜ୍ଞ ଏବଂ ଅଭିଜ୍ଞ ବଣିଆଙ୍କୁ ନିୟୋଜିତ କରାଯାଇଛି ।