Shree Mandira Ratna Bhandara - The Sakala

ଆଜି ରତ୍ନଭଣ୍ଡାରକୁ ଫେରିବ ମହାପ୍ରଭୁଙ୍କ ଅଳଙ୍କାର; ପୂର୍ବାହ୍ନ ୧୦ଟାରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ପୁରୀ: ଦୀର୍ଘ ୧୪ ମାସ ପରେ ମଙ୍ଗଳବାର ସ୍ଥାନାନ୍ତର ହେବ ମହାପ୍ରଭୁଙ୍କ ଦୁର୍ମୂଲ୍ୟ ରତ୍ନଅଳଙ୍କାର। ଅସ୍ଥାୟୀ ରତ୍ନଭଣ୍ଡାରରୁ ସ୍ଥାୟୀ ରତ୍ନଭଣ୍ଡାରକୁ ନିଆଯିବ। ଏଥିପାଇଁ ପୂର୍ବାହ୍ନ ୧୦ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏଥିସହ ଶ୍ରୀମନ୍ଦିର ନାଟମଣ୍ଡପ ଏବଂ ଜଗମୋହନ ଶୋଧ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ଦେଉଳ ତଥା ଝୁଲଣ ମଣ୍ଡପ ପରିସରକୁ ଭକ୍ତଙ୍କ ପ୍ରବେଶ ବାରଣ ରହିବ। ସ୍ଥାନାନ୍ତର ସମୟରେ ଆନନ୍ଦବଜାର କିନ୍ତୁ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱାଭାବିକ ରହିବ। ମହାପ୍ରସାଦ ପାଇବାକୁ ଇଚ୍ଛୁକ ଭକ୍ତମାନେ ଆନନ୍ଦ ବଜାରକୁ ଯାଇ ମହାପ୍ରସାଦ ନେଇପାରିବେ। ରତ୍ନଭଣ୍ଡାର ସ୍ଥାନାନ୍ତର କାର୍ଯ୍ୟ ସମାପନ ପରେ ପ୍ରବେଶ କଟକଣା ପ୍ରତ୍ୟାହାର ତଥା ଦର୍ଶନ ସ୍ୱାଭାବିକ ହେବ।

ଅନ୍ୟପକ୍ଷରେ ରତ୍ନ ଅଳଙ୍କାର ସ୍ଥାନାନ୍ତର ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ଏହି ମାର୍ଗଦର୍ଶିକାକୁ ଅନୁପାଳନ କରିବା ନେଇ ସୋମବାର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଅସ୍ଥାୟୀ ଷ୍ଟ୍ରଙ୍ଗ୍‌ରୁମ୍‌ରୁ (ଖଟଶେଯ ଓ ଚାଙ୍ଗଡ଼ା ଘର) ରତ୍ନ ଅଳଙ୍କାରଗୁଡ଼ିକ ସୁରକ୍ଷିତ ଭାବେ ସ୍ଥାନାନ୍ତର ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରାଧିକୃତ ୧୧ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍‌ପି, ଏଏସ୍‌ଆଇ ଅଧିକାରୀ, ରତ୍ନଭଣ୍ଡାର ସବ୍‌-କମିଟି ସଦସ୍ୟ ଗଣେଶ ଦାସମହାପାତ୍ର, ଦେଉଳକରଣ, ତଢ଼ଉକରଣ, ଭଣ୍ଡାର ମେକାପ, ରତ୍ନଭଣ୍ଡାର ତଦାରଖ କମିଟିର ଦୁଇଜଣ ସଦସ୍ୟ ଜଷ୍ଟିସ ବିଶ୍ୱନାଥ ରଥ ଓ ସୁଦର୍ଶନ ପଟ୍ଟନାୟକ, ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ରହିଛନ୍ତି। ଏତଦ୍‌ବ୍ୟତୀତ ଗଜପତି ମହାରାଜାଙ୍କ ପ୍ରତିନିଧିଙ୍କ ସମେତ ଶ୍ରୀମନ୍ଦିର ନୀତି ଓ ଉନ୍ନୟନ ପ୍ରଶାସକ, ଅତରିକ୍ତ ମୁଖ୍ୟଯନ୍ତ୍ରୀ ସାମିଲ ହେବେ। ମାର୍ଗଦର୍ଶିକା ଆଧାରରେ ପୂର୍ବାହ୍ଣ ୧୦ଟାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବା ସହ ଅମୃତ ବେଳା ଅନୁସାରେ ସକାଳ ୭ଟା ୧୭ରୁ ପୂର୍ବାହ୍ଣ ୧୧ଟା ୧୭ ମଧ୍ୟରେ କମିଟିର ସଦସ୍ୟମାନେ ଶ୍ରୀମନ୍ଦିର ଭିତରକୁ ଯାଇ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିବେ।

କାଲିଠୁ ୪ଦିନ ବନ୍ଦ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି
ପୁରୀ: ଚାଲିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି। ଏଏସ୍‌ଆଇ ପକ୍ଷରୁ ଚାଲିଥିବା ଏହି ମରାମତି କାମ ପାଇଁ ପର୍ଯ୍ୟାପ୍ତ ସମୟ ମିଳୁ ନ ଥିବାବେଳେ ସ୍ୱତନ୍ତ୍ର ନୀତିକାନ୍ତି ଲାଗି ବି ପ୍ରଭାବିତ ହେଉଛି କାମ। ପୁଣି ୪ ଦିନ ବନ୍ଦ ରହିବ ମରାମତି। ଆସନ୍ତା ୩୧ ତାରିଖରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଖସାପଡାଲାଗି ନୀତି ଏବଂ ଆସନ୍ତା ଏପ୍ରିଲ ୨ ତାରିଖରେ ବନକଲାଗି ନୀତି ସମ୍ପାଦନ ଦୃଷ୍ଟିରୁ ଆସନ୍ତା ୩୧ ତାରିଖଠାରୁ ଏପ୍ରିଲ ୩ ତାରିଖ ପାଇଁ ରତ୍ନଭଣ୍ଡାର ମରାମତି ତଥା ସଂରକ୍ଷଣ କାର୍ଯ୍ୟ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ଗୋଟାଏରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ପୁରୀ : ଆଜି ପୁଣିଥରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରା, ସିନ୍ଦୁକଗୁଡ଼ିକୁ  ସ୍ଥାନାନ୍ତରଣ କରାଯିବ । ଏହାକୁ ନେଇ ଶ୍ରୀମନ୍ଦିର ପରିସରରେ ଥିବା ନୀଳାଦ୍ରିବିହାର ମ୍ୟୁଜିୟମ୍ ନିକଟ ଗୃହରେ ସଂରକ୍ଷିତ ରଖାଯିବ । ଆଲମିରା, ସିନ୍ଦୁକଗୁଡ଼ିକୁ  ସ୍ଥାନାନ୍ତର କରିବା ପରେ  ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ କରାଯାଇ ମରାମତି କାର୍ଯ୍ୟ କରାଯିବ । ରାଜ୍ଯସରକାର ଧାର୍ଯ୍ଯ କରିଥିବା ଏସଓପି ମାଧ୍ଯମରେ ଦିନ ଗୋଟାଏରୁ ଏହି କାର୍ଯ୍ଯ କରାଯିବ। ମହାପ୍ରଭୁଙ୍କ ନୀତିକାନ୍ତିରେ ଯେପରି ବାଧା ନଉପୁଯିବ ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ବିଶେଷ ନୀତିନିର୍ଘଣ୍ଟ ପ୍ରସ୍ତୁତ କରିଛି । ଦିନ ଗୋଟାଏରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ତେବେ ଭକ୍ତମାନେ ମହାପ୍ରସାଦ ପାଇବାରେ କୌଣସି ସମସ୍ୟା ହେବନି । ଆନନ୍ଦ ବଜାରରୁ ମହାପ୍ରସାଦ କିଣିବା ପାଇଁ ଶ୍ରଦ୍ଧାଳୁମାନେ ସିଂହଦ୍ବାରରେ ପ୍ରବେଶ କରି ଉତ୍ତର ଦ୍ବାରରେ ପ୍ରସ୍ଥାନ କରିପାରିବେ।

ଗତ ଜୁଲାଇ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲାଯାଇଥିଲା। ୧୧ଜଣିଆ ପ୍ରତିନିଧି ଦଳ ଭିତରକୁ ଯାଇଥିଲେ ହେଁ ସିନ୍ଦୁକ ଓ ଆଲମିରା ଖୋଲିନଥିଲେ। ତେଣୁ ଜୁଲାଇ ୧୮ ତାରିଖରେ ପୁନର୍ବାର ଭିତର ରତ୍ନଭଣ୍ଡାର ଖୋଲାଯାଇ ୩ଟି ସିନ୍ଦୁକ ଓ ୪ଟି ଆଲମାରିରେ ଥିବା ଅଳଙ୍କାର ସ୍ଥାନାନ୍ତର କରାଯାଇଥିଲା। ଏହା ମଧ୍ୟରେ ତିନିଟି କାଠ ଆଲମିରା, ଗୋଟିଏ ଷ୍ଟିଲ ଆଲମିରା, ୨ଟି କାଠ ସିନ୍ଦୁକ ଓ ଗୋଟିଏ ଲୁହା ସିନ୍ଦୁକ ରହିଛି। ରତ୍ନଭଣ୍ଡାରର ଅଳଙ୍କାର ଖଟଶେଜ ଘର ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଇ ସୁରକ୍ଷାବଳୟ ମଧ୍ୟରେ ରଖାଯାଇଛି।

ଆଜି ପୁଣି ଖୋଲିିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର, ଭିତରକୁ ଯିବେ ୧୧ଜଣିଆ କମିଟି
ପୁରୀ : ଆଜି ପୁଣି ଖୋଲିିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର। ସକାଳ ୯ଟା ୫୧ରୁ ୧୨ଟା ୧୫ ମଧ୍ୟରେ ଖୋଲାଯିବା ନେଇ ସୂଚନା ରହିଛି। ତେବେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ସରଞ୍ଜାମ ସହ ଶ୍ରୀମନ୍ଦିର ଭିତରକୁ ଯାଇଛନ୍ତି ଓଡ୍ରାଫ୍ ଟିମ୍। ତାଙ୍କ ସହ ସ୍ନେକ୍ ହେଲ୍ପଲାଇନ୍ ଟିମ୍ ମଧ୍ୟ ଉପସ୍ଥିତ ରହିଛନ୍ତି।

ଏସଓପି ମୂତାବକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ନେତୃତ୍ବରେ ଗଠିତ ୧୧ଜଣିଆ କମିଟି ରତ୍ନଭଣ୍ଡାର ଭିତରକୁ ଯିବେ। କେହି କୌଣସି ଧାତବ ପଦାର୍ଥ କିମ୍ବା ସୁନା ଅଳଙ୍କାର ପିନ୍ଧି ଯିବେ ନାହିଁ। ସେଠାରେ ଥିବା ସିନ୍ଦୂକ ଏବଂ ଆଲମିରା ଖୋଲାଯାଇ ଅସ୍ଥାୟୀ ରତ୍ନଭଣ୍ଡାରକୁ ମୂଲ୍ୟବାନ ଅଳଙ୍କାରଗୁଡ଼ିକୁ ସ୍ଥାନାନ୍ତର କରାଯିବ। ଏହାପରେ ଭିତର ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାକୁ ହସ୍ତାନ୍ତର କରାଯିବ।

ରତ୍ନଭଣ୍ଡାର ଖୋଲିବା ପାଇଁ ଲୋକନାଥ ମନ୍ଦିରରୁ ଶ୍ରୀମନ୍ଦିରକୁ ଆସିଲା ଆଜ୍ଞାମାଳ
ପୁରୀ: ରତ୍ନଭଣ୍ଡାର ଖୋଲିବା ପାଇଁ ପ୍ରଭୁ ଶ୍ରୀଲୋକନାଥ ମନ୍ଦିରରୁ ଶ୍ରୀମନ୍ଦିରକୁ ଆସିଲା ଆଜ୍ଞାମାଳ। ରତ୍ନଭଣ୍ଡାରର ରକ୍ଷକ ହେଉଛନ୍ତି ପ୍ରଭୁ ଶ୍ରୀଲୋକନାଥ । ତାଙ୍କ ବିନା ଅନୁମତି ବିନା ରତ୍ନଭଣ୍ଡାର ମଧ୍ୟରେ ପ୍ରବେଶ କରିବାର କାହାକୁ ଅନୁମତି ନାହିଁ । ତେଣୁ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ବାବା ଲୋକନାଥଙ୍କ ଅନୁମତି ଆବଶ୍ୟକ ଥିଲା । ପ୍ରଥମେ ତାଙ୍କ ପାଖରେ ପୂଜାର୍ଚ୍ଚନା କରାଯିବା ପରେ ରତ୍ନଭଣ୍ଡାର ଖୋଲିବା ପାଇଁ ସେବାୟତମାନେ ଆଜ୍ଞାମାଳ ଆଣିଛନ୍ତି।

ରବିବାର ଅପରାହ୍ନ ପ୍ରାୟ ୧୦ଟା ମଧ୍ୟରେ ଲୋକନାଥଙ୍କ ପୂଜା ସମ୍ପନ୍ନ ହୋଇଥିଲା। ଶ୍ରୀଲୋକନାଥଙ୍କ ଆଜ୍ଞା ନେଇ ସେବାୟତ ଆଣିବା ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଖୋଲାଯିବ ବୋଲି ଜଣାପଡିଛି। ସେପଟେ ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟି ବୈଠକ ଆରମ୍ଭ ହୋଇଥିବା ଜଣାପଡିଛି।