Gundicha Temple - The Sakala

ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଆଜି ହେବ ତିନି ରଥର ଦକ୍ଷିଣ ମୋଡ଼
ପୁରୀ: ଭାଇଭଉଣୀଙ୍କୁ ସାଥୀରେ ଧରି ନବଦିନାତ୍ମକ ଯାତ୍ରାରେ ଆସିଥିବା ମହାପ୍ରଭୁ ଏବେ ଜନ୍ମବେଦୀରେ ଲୀଳା କରୁଛନ୍ତି। ଗୁଣ୍ଡିଚା ମନ୍ଦିର ମୁଖ୍ୟ ଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ଅଛନ୍ତି ତିନିରଥ। ଆସନ୍ତା ୨୪ ତାରିଖରେ ବାହୁଡ଼ା ଯାତ୍ରା। ଏଥିପାଇଁ ଆଜି ତିନିରଥର ହେବ ଦକ୍ଷିଣ ମୋଡ଼। ଅର୍ଥାତ୍‌ ତିନିରଥଙ୍କୁ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିକୁ ନିଆଯିବ। ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବୈଷୟିକ ଟିମ୍‌ ଦ୍ୱାରା ସୋମବାର ତିନିରଥର ଯାଞ୍ଚ କରାଯାଇଛି। ଯାହା ବି କିଛି ମରାମତି ଦରକାର ଥିଲା ତାହା ଶେଷ ହୋଇଛି।

ତେବେ ରଥ ଦକ୍ଷିଣ ମୋଡ଼ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବାଲି ବି ପକାଯାଇଛି ବଡ଼ଦାଣ୍ଡରେ। ପ୍ରଥମେ ସୁଭଦ୍ରାଙ୍କ ରଥ ଏବଂ ପରେ ଅନ୍ୟ ଦୁଇରଥ ମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ରହିବ। ଦକ୍ଷିଣ ମୋଡ଼ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ଭୋର୍‌ ୪ଟାରୁ ଗୁଣ୍ଡିଚା ମନ୍ଦିର ଦ୍ୱାରଫିଟି ୫ଟାରେ ମଙ୍ଗଳ ଆଳତି ହୋଇଛି । ଏହାପରେ ଅନ୍ୟାନ୍ୟ ନୀତି ଚାଲିବ। ସକାଳ ଧୂପ ସରିବା ପରେ ମଧ୍ୟାହ୍ନ ସାଢେ଼ ୧୨ଟାରେ ରଥ ଆଜ୍ଞାମାଳ ବିଜେ ପରେ ଦକ୍ଷିଣ ମୋଡ଼ ହେବ ବୋଲି ସ୍ଥିର କରାଯାଇଛି।

ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ଦିନଠାରୁ ଚତୁର୍ଦ୍ଧାମୂର୍ତ୍ତି ଆଡ଼ପ ମଣ୍ଡପରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ରଥର ଦକ୍ଷିଣ ମୋଡ଼ ନୀତି ସମ୍ପନ୍ନ ହେବା ପରେ ଆଡ଼ପ ମଣ୍ଡପରେ ଏକ ସ୍ୱତନ୍ତ୍ର ରାହାସ ନୀତି ଅନୁଷ୍ଠିତ ହେବ।

ଆଜି ସନ୍ଧ୍ୟାରେ ଆଡ଼ପ ମଣ୍ଡପ ବିଜେ କରିବେ ଶ୍ରୀଜିଉ: ଗୁଣ୍ଡିଚା ମନ୍ଦିରରେ ହେବ ଗୋଟି ପହଣ୍ଡି
ପୁରୀ: ଆଜି ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା। ଶରଧାବାଲିରେ ନିଜ ନିଜର ଭବ୍ୟ ରଥ ଉପରେ ଥିବା ଦେବଦେବୀମାନଙ୍କୁ ସେବାୟତମାନେ ଗୋଟି ପହଣ୍ଡିରେ ମନ୍ଦିର ଭିତରକୁ ନେବେ। ପରମ୍ପରା ଅନୁଯାୟୀ, ଦେବଦେବୀମାନଙ୍କୁ ସେମାନଙ୍କର ଜନ୍ମସ୍ଥାନ ଭାବରେ ପରିଚିତ ଆଡ଼ପ ମଣ୍ଡପକୁ ନିଆଯିବ। ଆଜି ସନ୍ଧ୍ୟା ପ୍ରାୟ ୫ ପରେ ମହାପ୍ରଭୁଙ୍କର ଆଡ଼ପ ବିଜେ ନୀତି ଆରମ୍ଭ ହେବ। ନବଦିନାତ୍ମକ ରଥଯାତ୍ରା ଉତ୍ସବରେ ଶ୍ରୀଜିଉମାନେ ଗୁଣ୍ଡିଚା ମନ୍ଦିରରେ ସପ୍ତାହେ ବ୍ୟାପୀ ଅବସ୍ଥାନ କରିବେ।

ପରେ ରୁନ୍ଧା ନୀତି ବଢି ବଡ ସିଂହାର ବେଶ କରି ପହୁଡ କରିବା ସୂଚନା ରହିଛି । ମହାପ୍ରଭୁଙ୍କ ଆଡପ ବିଜେ ସରିବା ପରେ ଆସନ୍ତା କାଲି ଠାରୁ ଜନ୍ମ ବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ସୂତ୍ରରୁ ପ୍ରକାଶ ଯେ, ରବିବାରଠାରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢ଼ା (ମହାପ୍ରସାଦ) ଉପଲବ୍ଧ ହେବ। ଗୁଣ୍ଡିଚା ମନ୍ଦିରରେ ଆଡ଼ପ ମଣ୍ଡପରେ ବିଜେ କରିଥିବା ଦେବଦେବୀଙ୍କ ଦର୍ଶନ ପାଇଁ ତୀର୍ଥ ନଗରୀ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି।

ପୁରୀ ରଥଯାତ୍ରା: ଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲିରେ ପହଞ୍ଚିଲା ତାଳଧ୍ୱଜ ଓ ଦର୍ପଦଳନ ରଥ
ପୁରୀ: ପବିତ୍ର ରଥଯାତ୍ରା ଅବସରରେ ଶ୍ରୀକ୍ଷେତ୍ରରେ ଲାଗିଛି ଭକ୍ତଙ୍କ ଭିଡ଼। ଇତିମଧ୍ୟରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ରଥ ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନ ଯାଇ ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ପହଞ୍ଚିଛି। ଏହି ଦୁଇ ରଥର ଆଗମନ ସହିତ ଶରଧାବାଲିରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।

ଦୁଇ ରଥ ଶରଧାବାଲିରେ ପହଞ୍ଚିବା ମାତ୍ରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା। ଉପସ୍ଥିତ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ‘ଜୟ ଜଗନ୍ନାଥ’, ‘ହରି ବୋଲ’ ଏବଂ ମହିଳାମାନଙ୍କ ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଶରଧାବାଲି। ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବା ସହ ଲକ୍ଷାଧିକ ଭକ୍ତ ନିଜ ଆରାଧ୍ୟ ଦେବତାଙ୍କ ଦର୍ଶନ କରି କୃତାର୍ଥ ହୋଇଛନ୍ତି। ବଡ଼ଭାଇ ଓ ଭଉଣୀଙ୍କ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ଭକ୍ତଙ୍କ ଉତ୍ସାହ ବହୁଗୁଣିତ ହୋଇଛି। ବର୍ତ୍ତମାନ ସମସ୍ତଙ୍କ ନଜର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଉପରେ ରହିଛି। ଅଗଣିତ ଭକ୍ତ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଶରଧାବାଲିରେ ପହଞ୍ଚିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି।

ଦ୍ଵିତୀୟ ଦିନରେ ପୁଣି ଗଡ଼ିଲା ମହାପ୍ରଭୁଙ୍କ ରଥ: ଶ୍ରୀଗୁଣ୍ଡିଚା ଅଭିମୁଖେ ଅଗ୍ରସର ତିନି ଠାକୁର
ପୁରୀ: ଶୁକ୍ରବାର ସକାଳେ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ରଥଟଣା ପୁନର୍ବାର ଆରମ୍ଭ ହୋଇଛି। ଗତକାଲି ରାତିରେ ବଡ଼ଦାଣ୍ଡରେ ଅଟକି ରହିଥିବା ତିନି ରଥ — ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ଆଜି ସକାଳର ନୀତିକାନ୍ତି ସମ୍ପନ୍ନ ହେବା ପରେ ପୂର୍ବାହ୍ନ ପ୍ରାୟ ୯:୩୦ ମିନିଟ୍‌ରେ ପୁଣି ଗଡ଼ିବା ଆରମ୍ଭ କରିଛି। ଏହା ଲକ୍ଷ ଲକ୍ଷ ଭକ୍ତଙ୍କ ମଧ୍ୟରେ ଆନନ୍ଦ ଖେଳାଇ ଦେଇଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଫାୟାର ଷ୍ଟେସନ ଛକରେ ଅଟକି ଥିବା ବେଳେ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ମାର୍ଚ୍ଚିକୋଟ ଛକ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀମନ୍ଦିରର ସିଂହଦ୍ୱାର ନିକଟରେ ଅଟକି ରହିଥିଲା। ଆଜି ରଥଟଣା ଆରମ୍ଭ ହେବା ମାତ୍ରେ ସମଗ୍ର ପରିବେଶ ‘ଜୟ ଜଗନ୍ନାଥ’ ଧ୍ୱନି, ଘଣ୍ଟଘଣ୍ଟା ଓ ଶଙ୍ଖ ନାଦରେ ପ୍ରକମ୍ପିତ ହୋଇଥିଲା।

ଗତକାଲି ରାତିରେ ବଡ଼ଦାଣ୍ଡରେ ରାତ୍ରିଯାପନ କରିଥିବା ହଜାର ହଜାର ଶ୍ରଦ୍ଧାଳୁ ଆଜି ଅତ୍ୟନ୍ତ ଉତ୍ସାହର ସହିତ ରଥଦଉଡ଼ି ଟାଣିବାରେ ସାମିଲ ହୋଇଥିଲେ। ବର୍ତ୍ତମାନ ତିନି ରଥ ଶ୍ରୀମନ୍ଦିରଠାରୁ ପ୍ରାୟ ୨.୬ କିଲୋମିଟର ଦୂରରେ ଅବସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଅଗ୍ରସର ହେଉଛି। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମ୍ମିଳିତ ପ୍ରୟାସରେ ତାଳଧ୍ୱଜ ରଥ ଧୀରେ ଧୀରେ ଶରଧାବାଲି ଅଭିମୁଖେ ଅଗ୍ରସର ହେଉଛି । ପ୍ରଭୁଙ୍କ ଏହି ଦିବ୍ୟ ଯାତ୍ରା କେବଳ ଏକ ପରମ୍ପରା ନୁହେଁ, ବରଂ କୋଟି କୋଟି ଭକ୍ତଙ୍କ ବିଶ୍ୱାସ, ଭକ୍ତି ଓ ଆଧ୍ୟାତ୍ମିକତାର ମହାମିଳନ ।

ଶ୍ରୀକ୍ଷେତ୍ରରେ ପହଣ୍ଡି ବିଜେ ସମ୍ପନ୍ନ: ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି, କିଛି ସମୟ ପରେ ଗଡ଼ିବ ରଥ
ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପବିତ୍ର ନଗରୀ ପୁରୀରେ ଭବ୍ୟ ଆୟୋଜନ। ଶ୍ରୀମନ୍ଦିରରୁ ବଡଦାଣ୍ଡକୁ ପହଣ୍ଡି ବିଜେ ନୀତି ସମ୍ପନ୍ନ ହୋଇଛି । ଝୁଲି ଝୁଲି ଧାଡି ପହଣ୍ଡିରେ ଆସି ରଥାରୁଢ ହୋଇଛନ୍ତି କଳା ଠାକୁର। ଧାଡ଼ି ପହଣ୍ଡିରେ ଭକ୍ତଙ୍କ ମେଳରେ ରତ୍ନବେଦୀରୁ ବାହାରି ଆସି ନିଜ ନିଜ ରଥରେ ବିରାଜମାନ ହୋଇଛନ୍ତି ତିନିଠାକୁର ଓ ସୁଦର୍ଶନ । ତାଳଧ୍ୱଜ ରଥରେ ବଡ଼ଠାକୁର ବଳଭଦ୍ର, ଦର୍ପଦଳନ ରଥରେ ଦେବୀ ସୁଭଦ୍ରା ଓ ନନ୍ଦିଘୋଷ ରଥରେ କାଳିଆ ସାଆନ୍ତ ଶ୍ରୀଜଗନ୍ନାଥ ବିରାଜମାନ ହୋଇଛନ୍ତି । ଘଣ୍ଟ ଓ କାହାଳୀର ତାଳେ ତାଳେ ନିର୍ଦ୍ଧାରିତ ସମୟର ସାମାନ୍ୟ ପୂର୍ବରୁ ଆରମ୍ଭ ହୋଇଥିଲା ଏହି ପବିତ୍ର ପହଣ୍ଡି ନୀତି।

ଶହ ଶହ ବର୍ଷର ପରମ୍ପରା ଅନୁଯାୟୀ ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ପହଣ୍ଡି କରାଯାଇ ଦେବୀ ସୁଭଦ୍ରାଙ୍କ ରଥରେ ବିଜେ କରାଯାଇଥିଲା। ଏହା ପରେ ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରା ଆସିଥିଲେ। ସର୍ବଶେଷରେ ଧାଡ଼ି ପହଣ୍ଡିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଝୁଲି ଝୁଲି ଆସି ରଥାରୂଢ଼ ହୋଇଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥ ନନ୍ଦିଘୋଷ, ପ୍ରଭୁ ବଳଭଦ୍ର ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରା ଦର୍ପଦଳନ ରଥରେ ବିରାଜମାନ କରିଛନ୍ତି।

ଏହାପରେ ମହାପ୍ରଭୁଙ୍କ ଆଦ୍ୟ ସେବକ ତଥା ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ରଥ ଉପରେ ପୂଜାର୍ଚ୍ଚନା କରିବା ସହ ସୁନା ଝାଡ଼ୁରେ ରଥ ପରିଷ୍କାର କରିବେ, ଯାହାକୁ ଛେରାପହଁରା ନୀତି କୁହାଯାଏ। ଗଜପତି ମହାରାଜାଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ସେବା ପରେ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ରଥଟଣା ଆରମ୍ଭ ହେବ। ଲକ୍ଷ ଲକ୍ଷ ଭକ୍ତ ବଡ଼ଦାଣ୍ଡରେ ତିନି ରଥକୁ ଟାଣି ଟାଣି ମୁଖ୍ୟ ମନ୍ଦିରଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ପ୍ରଭୁଙ୍କ ଜନ୍ମସ୍ଥାନ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଘେନିଯିବେ। ଦେଶବିଦେଶରୁ ଆସିଥିବା ଲକ୍ଷାଧିକ ଭକ୍ତ ଏହି ଅପୂର୍ବ ଦୃଶ୍ୟର ସାକ୍ଷୀ ହେବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

ଡିସେମ୍ବର ୧ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର, ଦୀର୍ଘ ୬ ବର୍ଷ ହେଲା ବନ୍ଦ ରହିଛି
ପୁରୀ: ଆସନ୍ତା ଡିସେମ୍ବର ୧ ତାରିଖରୁ ଖୋଲିବ ଗୁଣ୍ଡିଚା ମନ୍ଦିର । ସର୍ବସାଧାରଣଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର । ସୂଚନା ଦେଲେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା । ଦୀର୍ଘ ପ୍ରାୟ ୬ ବର୍ଷ ହେଲା ବନ୍ଦ ରହିଛି ଗୁଣ୍ଡିଚା ମନ୍ଦିର । ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଟେଣ୍ଡର ଦିଆନଯାଇ ଶ୍ରୀମନ୍ଦିର ପ୍ରଶାସନ ନିଜେ ଏହାକୁ ପରିଚାଳନା କରିବ । ଦର୍ଶନ ପାଇଁ କିଭଳି ବ୍ୟବସ୍ଥା ରହିବ ସେନେଇ ଚାଲିଛି ଆଲୋଚନା । ତେବେ ଭକ୍ତମାନଙ୍କ ପାଇଁ ଟିକେଟ ଦର୍ଶନ ହେବ କି ନାହିଁ ତାହା ପରବର୍ତୀ ସମୟରେ ନିଷ୍ପତି ନିଆଯିବ । ଗୁଣ୍ଡିଚା ମନ୍ଦିରର ସୌନ୍ଦର୍ଯ୍ୟକରଣ କାମ ଶେଷ ହୋଇଥିବାବେଳେ ଗୁଣ୍ଡିଚା ମନ୍ଦିର ସମ୍ମୁଖରୁ ସମସ୍ତ ଅବରୋଧକୁ ହଟା ଯାଇଅଛି । ଏ ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ।

ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା
ପୁରୀ: ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା। ସୋମବାର ମହାପ୍ରଭୁଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ କରିବା ସହ ମହାପ୍ରସାଦ ପାଇ ଭକ୍ତମାନେ ଆନନ୍ଦରେ ବିଭୋର ହୋଇପଡ଼ିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ରଥାରୂଢ଼ ହୋଇ କର୍ମବେଦି ଶ୍ରୀମନ୍ଦିର ଛାଡ଼ି ନବଦିନ ଯାତ୍ରାରେ ଆସି ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛନ୍ତି। ରଥତ୍ରୟ ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ରହିଛି। ରବିବାର ରଥ ଉପରେ ନୀତିକାନ୍ତି ସରି ଚାରମାଳ ବନ୍ଧାହେବା ପରେ ଗୋଟିପହଣ୍ଡିରେ ଶ୍ରୀବିଗ୍ରହମାନେ ଆଡ଼ପମଣ୍ଡପକୁ ବିଜେ କରିଥିଲେ।

ଆଜି ଦିନରେ ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କ ନବମୀ ସନ୍ଧ୍ୟା ଦର୍ଶନ; ଅପରାହ୍ଣ ୫ଟା ଯାଏ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ
ପୁରୀ: ଗୁଣ୍ଡିଚା ମନ୍ଦିର ଆଡପମଣ୍ଡପରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା। ଆଉ ଦିନକ ପରେ ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଯିବେ ଚତୁର୍ଦ୍ଧାମୂର୍ତ୍ତି। ରବିବାର ନବମୀ ସନ୍ଧ୍ୟା ଦର୍ଶନ। ସକାଳ ୭ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ୫ଟା ପରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ତେବେ ଭକ୍ତମାନେ କିପରି ଶୃଙ୍ଖଳିତ ଭାବେ ଦର୍ଶନ କରିବେ ସେଥିଲାଗି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଆରମ୍ଭ ହୋଇଯାଇଛି ବାହୁଡା ପ୍ରସ୍ତୁତି। ଶୁକ୍ରବାର ତାଳଧ୍ୱଜ ଏବଂ ଦେବଦଳନ ରଥ ରଥ ଦକ୍ଷିଣ ମୋଡ଼ ହୋଇ ନାକଚଣା ଦ୍ୱାରରେ ଲାଗିଥିଲା। ମାତ୍ର ନୀତି ବିଳମ୍ବ ଯୋଗୁ ନନ୍ଦିଘୋଷ ରଥ ଦକ୍ଷିଣ ମୋଡ଼ ହୋଇ ନ ଥିଲା। ଶନିବାର ସକାଳେ ନନ୍ଦିଘୋଷ ରଥ ନାକଚଣା ଦ୍ୱାରରେ ଲାଗିଛି। ଅପରପକ୍ଷେ ରବିବାର ନବମୀ ସନ୍ଧ୍ୟା ଦର୍ଶନ। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ସକାଳ ୭ଟାରୁ ଦର୍ଶନ ଆରମ୍ଭ ହେବ। ପ୍ରାୟ ଲକ୍ଷାଧିକ ଭକ୍ତ ସନ୍ଧ୍ୟା ଦର୍ଶନ କରିବେ ବୋଲି ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି। ଅପରାହ୍ନ ୫ଟା ପର୍ଯ୍ୟନ୍ତ ହିଁ ସନ୍ଧ୍ୟା ଦର୍ଶନ ଚାଲିବ। ଏହାପରେ ଦର୍ଶନ ବନ୍ଦ ହୋଇ ବାହୁଡ଼ା ଯାତ୍ରା ପାଇଁ ସ୍ୱତନ୍ତ୍ର ନୀତିକାନ୍ତି କରାଯିବ। ସନ୍ଧ୍ୟା ଦର୍ଶନରେ ଭକ୍ତଙ୍କ ଭିଡ଼କୁ ନଜରରେ ରଖି ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ହୋଇଥିବା ବ୍ୟାରିକେଡ ସମ୍ପ୍ରସାରଣ କରାଯିବ। ସନ୍ଧ୍ୟା ଦର୍ଶନ ବ୍ୟବସ୍ଥା କିପରି ଶୃଙ୍ଖଳିତ ଏବଂ ସୁରକ୍ଷିତ ଭାବେ ସମ୍ପନ୍ନ ହେବ ସେ ନେଇ ଶନିବାର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସ୍‌‌ପି ପିନାକ ମିଶ୍ର ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେହିପରି ମହାପ୍ରଭୁଙ୍କ ନୀତିକାନ୍ତିକୁ ଶୃଙ୍ଖଳିତ କରାଯିବ। ସନ୍ଧ୍ୟା ଦର୍ଶନ ପରେ ରାତିରେ ସେନାପଟା ଲାଗି, ବାହୁଟ କଣ୍ଟ, କୁସୁମୀ ଲାଗି ପରି ସ୍ୱତନ୍ତ୍ର ନୀତି ହେବ ବୋଲି ସୂଚନା ଦିଆଯାଇଛି।

ତେବେ ସନ୍ଧ୍ୟା ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ଚୂଡ଼ାନ୍ତ ହୋଇଥିବା ନୀତି ଅନୁଯାୟୀ, ଭୋର ୪ଟାରେ ଦ୍ୱାରଫିଟା, ମଙ୍ଗଳ ଆଳତି ୪ଟା ୩୦, ମଇଲମ-ତଡ଼ପଲାଗି ଭୋର ୫ଟା, ଅବକାଶ ସକାଳ ୬ଟା, ରୋଷହୋମ ୬ଟା ୧୫, ସୂର୍ଯ୍ୟପୂଜା ୬ଟା ୩୦, ଦ୍ୱାରପାଳ ପୂଜା ୬ଟା ୪୫, ବେଶ ଶେଷ ୭ଟା, ଗୋପାଳ ବଲ୍ଲଭ ୭ଟା ୩୦, ସକାଳ ଧୂପ ୮ଟାରୁ ୯ଟା ୩୦, ଭୋଗମଣ୍ଡପ ୮ଟା ୩୦ରୁ ପୂର୍ବାହ୍ନ ୧୦ଟା ୩୦, ମଇଲମ ୧୦ଟା ୪୫, ଯାତ୍ରାଙ୍ଗୀ ମହାସ୍ନାନ ୧୧ଟା ୩୦, ସର୍ବାଙ୍ଗ ମଧ୍ୟାହ୍ନ ୧୨ଟା, ନୂଆ ଲୁଗାଲାଗି ଓ ବେଶ ଅପରାହ୍ନ ୧ଟା, ମଧ୍ୟାହ୍ନ ଧୂପ ୧ଟା ୩୦ରୁ ୩ଟା, ଦ୍ୱିତୀୟ ଭୋଗମଣ୍ଡପ ୨ଟାରୁ ୩ଟା ୩୦, ମଇଲମ, ବେଶ ୩ଟା ୪୫ରୁ ୪ଟା ୪୦, ସନ୍ଧ୍ୟା ଆଳତି ଅପରାହ୍ନ ୫ଟା, ସନ୍ଧ୍ୟା ଧୂପ ୫ଟା ୩୦ରୁ ସନ୍ଧ୍ୟା ୭ଟା, ତୃତୀୟ ଭୋଗମଣ୍ଡପ ୫ଟା ୪୫ରୁ ୭ଟା ୩୦, ରାହାସକୁ ଦିଅଁ ବିଜେ ରାତି ୮ଟା, ମଇଲମ ୮ଟା ୧୫, ଚନ୍ଦନଲାଗି ୮ଟା ୩୦, ବଡ଼ସିଂହାର ବେଶ ୯ଟା, ବଡ଼ସିଂହାର ଭୋଗ ୯ଟା ୩୦, ପହୁଡ଼ ଆଳତି ୧୦ଟା, ଶ୍ରୀମୁଖ ଖଣ୍ଡୁଆ ୧୦ଟା ୧୫, ବାହୁଟକଣ୍ଟ ୧୦ଟା ୩୦, ଚାରବନ୍ଧା ରାତି ୧୧ଟାରୁ ୨ଟା ଏବଂ କୁସୁମିଲାଗି ରାତି ୨ଟା ୩୦ରୁ ୪ଟା।