Mausi Maa Temple - The Sakala
ପୁରୀ: ଭାଦ୍ରବ ମାସ ଅମାବାସ୍ୟା ପୂର୍ବଦିନ ମହାପ୍ରଭୁ ଦେବୀ ଦକ୍ଷିଣକାଳୀଙ୍କୁ ଆଜ୍ଞାମାଳ ଦେଇ ସାତପୁରୀ ପିଠା କରିବା ପାଇଁ ଆଜ୍ଞା ଦେଇଥାନ୍ତି। ତାଙ୍କ ଆଜ୍ଞାକୁ ପାଳନ କରି ମା’ ଦକ୍ଷିଣକାଳୀ ଆମାବାସ୍ୟା ଦିନ ତିନୋଟି ତାଡ଼ରେ ୭ ପ୍ରକାର ପୁରଦିଆ ସୁଆଦିଆ ପିଠା ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଖୁଆଇଥାନ୍ତି। ସେହିପରି ମକର ସଂକ୍ରାନ୍ତି ଦିନ ସ୍ୱୟଂ ମହାଲକ୍ଷ୍ମୀ ୮୪ ପ୍ରକାରର ପିଠା ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ମଣୋହି କରାଇଥାନ୍ତି। ଏହାବ୍ୟତୀତ ପ୍ରତିଦିନ ବିଭିନ୍ନ ପ୍ରକାର ପିଠା ଠାକୁରଙ୍କୁ ଭୋଗ ଲାଗିଥାଏ। ଏହା ସତ୍ତ୍ବେ ମାଉସୀ ମା’ଙ୍କଠାରୁ ପୋଡ଼ପିଠା ଖାଇବା ପାଇଁ ଅପେକ୍ଷା କରିଥାନ୍ତି ମହାପ୍ରଭୁ। ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ତିନିରଥରେ ନବଦିନାତ୍ମକ ଯାତ୍ରାରେ ଆସି ଜନ୍ମବେଦୀରେ ୭ ଦିନ ରହିବା ପରେ ନବମ ଦିନ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଥାନ୍ତି। ଏପଟେ ମାଉସୀ ମା’ ମଧ୍ୟ ପିଲାମାନଙ୍କ ଫେରିବା ବାଟକୁ ଚାହିଁ ରହିଥାନ୍ତି। ବଡ଼ଦେଉଳକୁ ତିନିରଥ ବଡ଼ଦାଣ୍ଡ ଦେଇ ଗଡ଼ି ଯାଉଥିବା ବେଳେ ମାଉସୀ ମା’ ମନ୍ଦିର ସମ୍ମୁଖରେ ଅଟକିଥାନ୍ତି। ମାଉସୀ ମା’ଙ୍କ ପକ୍ଷରୁ ସେଠାରେ ଛେନା ପୋଡ଼ପିଠା ଭୋଗ ଲାଗେ। ଏହି ଭୋଗର ପ୍ରସ୍ତୁତି ହେରାପଞ୍ଚମୀଠାରୁ ଆରମ୍ଭ ହୋଇଥାଏ। ଏଥିପାଇଁ ଶନିବାରଠାରୁ ମାଉସୀ ମା’ ମନ୍ଦିରରେ ବେଶ୍‌‌ ନିଷ୍ଠା ଓ ଭକ୍ତିର ସହିତ ପୋଡ଼ପିଠା ପ୍ରସ୍ତୁତ କରାଯାଉଛି।
ପୋଡ଼ପିଠାର ପ୍ରସ୍ତୁତି ସମ୍ପର୍କରେ ପୂଜକ ବିଶ୍ୱନାଥ ମିଶ୍ର କୁହନ୍ତି, ଛେନା, ଅଟା, ଚିନି, ଲବଙ୍ଗ, ପିସ୍ତାବାଦାମ ଏବଂ ଦେଶୀ ଗାଈ ଘିଅ ମିଶାଯାଇ ଏକ ମିଶ୍ରଣ ପ୍ରସ୍ତୁତ କରାଯାଇଥାଏ। ଇଟାରେ ଚୁଲି ପ୍ରସ୍ତୁତ ହୁଏ। ଚୁଲିରେ ପାଣିହାଣ୍ଡି ବସାଯାଇ ଗରମ କରାଯାଏ। ହାଣ୍ଡି ଉପରେ ଏକ ଜାଲି ପଡ଼ିଥାଏ। ଜାଲିରେ ଏକ ପତ୍ର ପକାଯାଇ ଅଟାମିଶ୍ରଣକୁ ରଖାଯାଏ। ଗରମ ପାଣିରୁ ନିର୍ଗତ ବାମ୍ଫରେ ୭ରୁ ୮ ଘଣ୍ଟା ଏହି ମିଶ୍ରଣ ଶିଝିଯାଏ। ଏହା ସମ୍ପୂର୍ଣ୍ଣ ଶିଝି ପାଗ ହୋଇଯିବା ପରେ ତାହାକୁ ଓହ୍ଳାଇ ଥଣ୍ଡା କରାଯାଏ। ଥଣ୍ଡା ହେବା ପରେ ତାହାକୁ ସାଇଜ କରି ଶୁଦ୍ଧ ଘିଅରେ ଛଣାଯାଏ। ତିନୋଟି କୁଡୁଆରେ ଏହା ରଖାଯାଇଥାଏ। ବାହୁଡ଼ା ଦିନ ରଥ ମାଉସୀ ମା’ ମନ୍ଦିର ନିକଟରେ ଅଟକିଥାଏ। ପୂଜାପଣ୍ଡା ସାମନ୍ତ ଆସି ମାଉସୀ ମା’ ନିକଟରେ ଭୋଗ କରିବା ପରେ ରଥାରୂଢ଼ ଠାକୁରଙ୍କୁ ସମର୍ପଣ କରିଥାନ୍ତି। ଏହାକୁ ସର୍ପମଣୋହୀ ଭୋଗ କୁହାଯାଏ। ଠାକୁରଙ୍କ ପାଖରେ ଯେଉଁ ଭୋଗ କରାଯାଏ ତାହାକୁ ଭକ୍ତମାନଙ୍କ ମଧ୍ୟରେ ବାଣ୍ଟିଦିଆଯାଏ।
ପୋଡ଼ପିଠା କାହିଁକି ତାକୁ ନେଇ ବି ଏକ କିମ୍ବଦନ୍ତି ରହିଛି। ବହୁ ବର୍ଷ ପୂର୍ବରୁ ବଡ଼ଦାଣ୍ଡ ମାଳିନୀ ନଦୀ ଦ୍ୱାରା ଦୁଇ ଭାଗରେ ଥିଲା। ସେତେବେଳେ ରଥଯାତ୍ରା ସମୟରେ ୬ଟି ରଥ ହେଉଥିଲା। ଶ୍ରୀମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତି ଆସି ନଦୀ ଆରପଟେ ଓହ୍ଲାଉଥିଲେ। ଚାପରେ ନଦୀ ପାର କରାଯାଇ ପୁନଶ୍ଚ ଅପର ପାର୍ଶ୍ବରେ ଥିବା ରଥରେ ବିଜେ କରାଯାଉଥିଲା। ଏହି ନବଦିନାତ୍ମକ ଯାତ୍ରା ଅବସରରେ ରଥ ଅଦଳ ବଦଳରେ ଏକାଧିକ ଦିନ ଚାଲିଯାଉଥିଲା। ଏହି ଅସୁବିଧା ଦେଖି ମହାପ୍ରଭୁଙ୍କ ମାଉସୀ ମାଳିନୀ ନଦୀ ଜଳକୁ ଶୋଷି ଦେଇଥିଲେ, ଯେଉଁଥିପାଇଁ ତାଙ୍କୁ ଅର୍ଦ୍ଧଶୋଷିନୀ ବା ଅର୍ଦ୍ଧାଶିନୀ କୁହାଯାଏ। ପରେ ଏହି ନଦୀ ପୋତାଯିବା ଫଳରେ ରଥଯାତ୍ରା ସହଜ ହୋଇଥିଲା। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅସୁବିଧା ଦୂର ପାଇଁ ମାଉସୀ ନଦୀ ଜଳ ଶୋଷି ଦେଇଥିବାରୁ ମହାପ୍ରଭୁ ଜଗନ୍ନାଥ କଥା ରକ୍ଷା କରି ବାହୁଡ଼ିବା ବେଳେ ମାଉସୀ ମା’ ମନ୍ଦିରରେ ପୋଡ଼ପିଠା ଖାଇ ଯାଇଥାନ୍ତି ବୋଲି କିମ୍ବଦନ୍ତି ରହିଛି।