James Anderson - The Sakala

କ୍ରିକେଟକୁ ବିଦାୟ କହିଛନ୍ତି ଇଂଲଣ୍ଡର କିମ୍ବଦନ୍ତୀ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ
ଲଣ୍ଡନ:  ଇଂଲଣ୍ଡର ମହାନ ବୋଲର ଜେମ୍ସ ଆଣ୍ଡରସନଙ୍କ ସ୍ୱର୍ଣ୍ଣିମ କ୍ୟାରିୟର ଶେଷ ହୋଇଛି । କ୍ୟାରିୟରର ଅନ୍ତିମ ଟେଷ୍ଟରେ ଏହି ମହାନ ବୋଲର ୪ଟି ୱିକେଟ ହାସଲ କରିଥିଲେ। ଓଭରାଲ ୭୦୪ ୱିକେଟ ସହ ସେ ତାଙ୍କ କ୍ୟାରିୟର ଶେଷ କରିଛନ୍ତି। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ଅନ୍ୟ ପ୍ରତିଷ୍ଠିତ ଖେଳାଳିମାନେ ତାଙ୍କ କ୍ରିକେଟ କ୍ୟାରିୟରକୁ ପ୍ରଶଂସା କରିଛନ୍ତି।

Hey Jimmy!

You've bowled the fans over with that incredible 22-year spell. Here's a little wish as you bid goodbye.

It has been a joy to watch you bowl – with that action, speed, accuracy, swing and fitness. You've inspired generations with your game.

Wish you a wonderful life… pic.twitter.com/ETp2e6qIQ1

— Sachin Tendulkar (@sachin_rt) July 12, 2024

ସଚିନ ଲେଖିଛନ୍ତି, ଜିମ୍ମି ୨୨ ବର୍ଷର କ୍ୟାରିୟରରେ ତୁମେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛ । ଆକ୍ସନ, ଗତି, ସ୍ୱିଙ୍ଗ ଓ ଫିଟନେସ ସହ ତୁମକୁ ବୋଲିଂ କରୁଥିବା ଦେଖିବା ବେଳେ ଆତ୍ମ ସନ୍ତୁଷ୍ଟି ମିଳୁଥିଲା । ଆଣ୍ଡରସନ ମଧ୍ୟ ପୂର୍ବରୁ ସଚିନଙ୍କ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବୋଲି କହିଥିଲେ। ଆଣ୍ଡରସନ ୧୮୮ ଟେଷ୍ଟରେ ୭୦୪ ୱିକେଟ ଅକ୍ତିଆର କରିଛନ୍ତି । ୪୨ ରନରେ ୭ୱିକେଟ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ । ସେ ୩୨ ଥର ୪ଟି ଏବଂ ୩୨ ଥର ୫ଟି ୱିକେଟ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି ।

ସେହିପରି ଦିନିକିଆରେ ୧୯୪ ମ୍ୟାଚ ଖେଳି ୨୬୯ ୱିକେଟ ନେଇଛନ୍ତି । ଆନ୍ତର୍ଜାତୀୟ ଟି୨୦ରେ ୧୯ ମ୍ୟାଚରୁ ୧୮ ଏବଂ ପ୍ରଥମ ଶ୍ରେଣୀ କ୍ରିଟେରେ ୨୯୭ ମ୍ୟାଚରୁ ୧୧୨୨ ୱିକେଟ ନେଇଛନ୍ତି । ଲିଷ୍ଟ ଏରେ ୨୬୧ ମ୍ୟାଚରୁ ୩୫୮ ଓ ଟି୨୦ରେ ୪୪ ମ୍ୟାଚରୁ ୪୧ ୱିକେଟ ହାସଲ କରିଛନ୍ତି ।