Pakistan Prime Minister Imran Khan - The Sakala
ଭାଙ୍ଗିବ ଇମ୍ରାନ ସରକାର : ଅନାସ୍ଥା ଭୋଟ୍‌ ଆଗରୁ ହାତ ଛାଡ଼ିଲା ପ୍ରମୁଖ ସହଯୋଗୀ ରାଜନୈତିକ ଦଳ
ଇସ୍‌ଲାମାବାଦ୍‌: ଅନାସ୍ଥା ଭୋଟ୍‌ ଆଗରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଲାଗିଛି ବଡ ଝଟକା। ନିଜ ଗାଦି ବଞ୍ଚାଇବାକୁ ଇମ୍ରାନ ଚେଷ୍ଟା କରୁଥିବା ବେଳେ ଇମ୍ରାନ ସରକାରଙ୍କ ହାତ ଛାଡ଼ିଛି ପ୍ରମୁଖ ସହଯୋଗୀ ରାଜନୈତିକ ଦଳ ‘ମୁତ୍ତାହିଦା କ୍ବାଉମି ମୁଭ୍‌ମେଣ୍ଟ୍‌-ପାକିସ୍ତାନ୍‌’ (ଏମ୍‌କ୍ୟୁଏମ୍‌ପି)। ଆସ୍ଥା ଭୋଟ ପୂର୍ବରୁ ଇମ୍ରାନଙ୍କ ସହଯୋଗୀ ପାର୍ଟି ଏମ୍‌କ୍ୟୁଏମ୍‌ପି ବିରୋଧୀ ଦଳଙ୍କୁ ସମର୍ଥନ କରିବାରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଖୁବ୍‌ ଜଟିଳ ପରିସ୍ଥିତିରେ ପଡ଼ିଯାଇଛନ୍ତି। ଏଭଳି ହେବା ଯୋଗୁଁ ସଂସଦରେ ଇମ୍ରାନ୍‌ ଖାଁ ସଂଖ୍ୟାଗରିଷ୍ଠତା ହରାଇଛନ୍ତି। ସମ୍ପ୍ରତି ୧୭୫ ସଦସ୍ୟ ହାସଲ କରି ପାକିସ୍ତାନର ବିରୋଧୀ ଦଳ ସଦସ୍ୟ ସମର୍ଥନ ସଂଖ୍ୟାରେ ଆଗୁଆ ଥିବା କଥା ‘ଦି ନିଉଜ୍‌’ ରିପୋର୍ଟ କରିଛି। ବିରୋଧୀ ଦଳରେ ଯୋଗ ଦେବ ବୋଲି ମଙ୍ଗଳବାର ରାତିରେ ‘ଏମ୍‌କ୍ୟୁଏମ୍‌ପି’ ରାଜିନାମାରେ ଉପନୀତ ହୋଇଥିଲା।
ପିପିପି ମୁଖ୍ୟ ବିଲାୱଲ ଭୁଟ୍ଟୋ ଜରଦାରୀ ଟ୍ୱିଟ୍ କରି ଏମ୍‌କ୍ୟୁଏମ୍‌ପି ଏବଂ ପିପିପି  ମଧ୍ୟରେ ଚୁକ୍ତି ହୋଇଥିବା ସୂଚନା ଦେଇଛନ୍ତି । ଟ୍ଵିଟରରେ ଲେଖାଯାଇଛି, ରାବତା ସମିତି ଏମ୍‌କ୍ୟୁଏମ୍‌ପି ଏବଂ ପିପିପି ସିଇସି ଚୁକ୍ତିନାମାକୁ ଅନୁମୋଦନ କରିବ । ଏହା ପରେ ଆସନ୍ତାକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦିଆଯିବ ବୋଲି ସେ କହିଛନ୍ତି । ଅନ୍ୟପଟେ ଏମ୍‌କ୍ୟୁଏମ୍‌ପି  ବିରୋଧୀଙ୍କ ସହ ଯୋଗ ଦେଇଥିବା କଥା ‘ଏମ୍‌କ୍ୟୁଏମ୍‌-ପି’ ସିନେଟର୍‌ ଫୈସାଲ୍‌ ସବ୍‌ଜ୍‌ୱାରି ସୁନିଶ୍ଚିତ କରି କହିଛନ୍ତି। ତେବେ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି ବିରୋଧୀ । ଏହା ଉପରେ ଆଜିଠାରୁ ଆଲୋଚନା ହେବ ।
ସଂଯୁକ୍ତ ବିରୋଧ ତରଫରୁ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ପୂର୍ବରୁ ଏମ୍‌କ୍ୟୁଏମ୍‌-ପି ଇମ୍ରାନ୍ ଖାନ ବିରୋଧରେ ଭୋଟ ଦେବାକୁ ଘୋଷଣା କରିଛି । ଏମ୍‌କ୍ୟୁଏମ୍ ସହିତ ସଂପର୍କ ଶେଷ ହେବା ପରେ ଇମ୍ରାନ୍ ସମର୍ଥକଙ୍କ ସାଂସଦଙ୍କ ସଂଖ୍ୟା ୧୬୪ରେ ପହଞ୍ଚିଛି । ବିରୋଧୀ ଦଳର ସାଂସଦଙ୍କ ସଂଖ୍ୟା ୧୭୭ ହୋଇଛି । ଏମ୍‌କ୍ୟୁଏମ୍‌-ପିର ମୋଟ ୭ ଜଣ ସାଂସଦ ଅଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ, ଏବେ ବିରୋଧୀ ଦଳକୁ ଇମ୍ରାନଙ୍କ ପାର୍ଟିଙ୍କ ବିଦ୍ରୋହୀ ସାଂସଦଙ୍କ ମଧ୍ୟ ଆବଶ୍ୟକତା ନାହିଁ ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଇମ୍ରାନ ଖାନ ସରକାର ସଂସଦର ନିମ୍ନ ଗୃହରେ ନିଜର ବହୁମତ ହରାଇଛନ୍ତି । ଅନାସ୍ଥା ପ୍ରସ୍ତାବ ଉପରେ ଆସନ୍ତା ଏପ୍ରିଲ ୩ ତାରିଖରେ ଭୋଟ ଗ୍ରହଣ କରାଯାଇପାରେ । ଏଥିରେ ଇମ୍ରାନ ସରକାର ଚାଲିଯିବାର ସମ୍ଭାବନା ଦେଖାଯାଉଛି । ବିରୋଧୀ ଦଳ ସହିତ ଏକ ପ୍ରସଙ୍ଗ ଉପରେ ଦସ୍ତଖତ ପରେ ଏମକ୍ୟୁଏମ୍‌-ପିର ନିଷ୍ପତ୍ତି ଆସିଥିବା ଚର୍ଚ୍ଚା ହେଉଛି । ସୂତ୍ର ଅନୁସାରେ ଏହି ବୁଝାମଣା ଉପରେ ନ୍ୟାଶନାଲ ଆସେମ୍ବଲିରେ ବିରୋଧୀ ଦଳର ନେତା ଶାହବାଜ ଶରୀଫ, ପିଡିଏମର ମୁଖ୍ୟ ମୌଲାନା ଫଜଲୁର ରହମାନ ଓ ଆସିଫ ଅଲି ଜର୍ଦ୍ଦାରୀ ଦସ୍ତଖତ କରିଛନ୍ତି ।
ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏବଂ ସେନାମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କ ମଧ୍ୟରେ ବିବାଦ ଜାରି ରହିଛି। ଏହି ବିବାଦ ପଛରେ ତାଲିବାନ ରହିଛି। ତାଲିବାନ ପ୍ରିତିନିଧିଙ୍କୁ ଭେଟ କରିବା ଯୋଗୁଁ ବାଜଓ୍ବା ଗୁଇନ୍ଦା ଏଜେନ୍ସି ଆଇଏସଆଇ ମୁଖ୍ୟଙ୍କୁ ବଦଳେଇ ଦେଇଥିଲେ। ସେ ଗତ ସପ୍ତାହରେ ଆଇଏସଆଇ ମୁଖ୍ୟ ଜେନେରାଲ ଫୈଜ ହମିଦଙ୍କୁ ହଟାଇ ଲେପ୍ଟନାଣ୍ଟ ଜେନେରାଲ ନଦିମ ଅହମ୍ମଦ ଅଞ୍ଜୁମଙ୍କୁ ନିଯୁକ୍ତ କରିଥିଲେ। କିନ୍ତୁ ଇମ୍ରାନଙ୍କ କାର୍ଯ୍ୟାଳୟ ଏହାର ବିଜ୍ଞପ୍ତି ଜାରି କରିନଥିଲା। ଏହାକୁ ନେଇ ଇମ୍ରାନ ଏବଂ ବାଜୱାଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି।
ରିପୋର୍ଟ ଅନୁଯାୟୀ, ଫୌଜ ଅହମ୍ମଦଙ୍କୁ ହଟାଇବା ପାଇଁ ଇମ୍ରାନ ଚାହୁଁନଥିଲେ। କିନ୍ତୁ ସେନାମୁଖ୍ୟ ଚେତାବନୀ ଦେଇଥିଲେ ଯେ ଇମ୍ରାନ ସେନା ମାମଲାରେ ଦଖଲ ଦେଇ ନିଜ ସୀମା ଲଙ୍ଘନ ନ କରନ୍ତୁ। ସେ ଚାହିଁଲେ ନଭେମ୍ବର ୧୫ ପର୍ଯ୍ୟନ୍ତ ହମିଦଙ୍କ କାର୍ଯ୍ୟକାଳକୁ ବଢାଇ ପାରିବେ। କିନ୍ତୁ ଏହା ପରେ ତାଙ୍କୁ ପଦବୀରେ ରଖାଯିବ ନାହିଁ । ପାକିସ୍ତାନର ବରିଷ୍ଠ ସାମ୍ବାଦିକ ନଜିମ ସେଠ ଏକ ସାକ୍ଷାତକାରରେ ଇମ୍ରାନଙ୍କ ଆଭିମୁଖ୍ୟ ଯୋଗୁଁ ବିବାଦ ସୃଷ୍ଟି ହୋଇଥିବା କହିଥିଲେ ।
ଏଥିଯୋଗୁଁ ଏ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ନିଯୁକ୍ତି ନେଇ କୌଣସି ବିଜ୍ଞପ୍ତି ଜାରି କରାଯାଇ ନାହିଁ। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଇମ୍ରାନ ଏବଂ ସେନାମୁଖ୍ୟଙ୍କ ମଧ୍ୟରେ କୌଣସି ବିବାଦ ନାହିଁ । ପାକିସ୍ତାନ ସୂଚନା ମନ୍ତ୍ରୀ ଫୱାଦ ଚୌଧୁରୀ ଗତ ସପ୍ତାହରେ କହିଥିଲେ ଯେ ଆଇଏସଆଇ ମୁଖ୍ୟଙ୍କୁ ବଦଳାଇବାକୁ ନେଇ ପ୍ରଧାନମନ୍ତ୍ରୀ ଏବଂ ବାଜୱାଙ୍କ ମଧ୍ୟରେ ଚର୍ଚ୍ଚା ହୋଇଥିଲା। ବାଜୱା ଏହି ମାମଲାରେ ସରକାରଙ୍କୁ ଭରଷା ଦେଇଥିଲେ। ସେନାମୁଖ୍ୟଙ୍କ ସହ ଚର୍ଚ୍ଚା କରି ଆଇଏସଆଇ ମୁଖ୍ୟଙ୍କୁ ନିଯୁକ୍ତି କରିବାର ଅଧିକାର ପ୍ରଧାନମନ୍ତ୍ରୀଙ୍କ ରହିଛି।
ସୂଚନାଯୋଗ୍ୟ ଯେ,  ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ପୂର୍ବରୁ ହମିଦ କାବୁଲ ଯାଇଥିଲେ ଏବଂ ତାଙ୍କ ଦଖଲରେ ତାଲିବାନ ସରକାର ପ୍ରତିଷ୍ଠା ହୋଇଥିଲା। ମିଡିଆ ରିପୋର୍ଟ ଅନୁଯାୟୀ ହମିଦ ସେନାମୁଖ୍ୟଙ୍କ ଅନୁମତି ନ ନେଇ କାବୁଲ ଯାଇଥିଲେ। ଏହାକୁ ନେଇ ବାଜୱା ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ହମିଦଙ୍କୁ ପଦରୁ ହଟାଇ ଦେଇଥିଲେ।
ଅନ୍ୟ ରିପୋର୍ଟ ଅନୁଯାୟୀ, ହମିଦ ପାକିସ୍ତାନର ନୂଆ ସେନାମୁଖ୍ୟ ହେବାକୁ ଚାହୁଁଥିଲେ। ଏଥିଯୋଗୁଁ ହମିଦ ଏବଂ ବାଜୱା ଅନେକ ସମୟରେ ମୁହାଁମୁହିଁ ମଧ୍ୟ ହୋଇଥିଲେ। ତିନି ବର୍ଷ ପୂର୍ବେ ରାୱଲପିଣ୍ଡରେ ଏକ ହାଉସିଂ ପ୍ରକଳ୍ପକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ପରେ ଇମ୍ରାନ ବାଜୱାଙ୍କ କାର୍ଯ୍ୟକାଳକୁ ୩ ବର୍ଷ ପାଇଁ ବୃଦ୍ଧି କରିଥିଲେ। ଏଥିରୁ ବିବାଦ ସାମ୍ନାକୁ ଆସିଥିଲା। ହମିଦ ଅନେକ ସମୟରେ ବାଜୱାଙ୍କ ନ ଜଣାଇ ନିଷ୍ପତ୍ତି ନେଇଥାନ୍ତି।