Arrests - The Sakala

ଗୁଜରାଟରେ ହନିଟ୍ରାପ୍ ଗ୍ୟାଙ୍ଗର ପର୍ଦ୍ଦାଫାଶ: 'ଅଙ୍କିତା ପଟେଲ' ସାଜି ଫସାଉଥିଲେ, ୨ ମହିଳାଙ୍କ ସମେତ ୧୦ ଗିରଫ
ଗୁଜରାଟର ସାବରକାଣ୍ଠା ପୋଲିସ ଏକ ସୁସଂଗଠିତ ହନିଟ୍ରାପ୍ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି। ଏହି ଗ୍ୟାଙ୍ଗ ସୋସିଆଲ ମିଡିଆ ମାଧ୍ୟମରେ ବିଶେଷ କରି ବୟସ୍କ ଲୋକଙ୍କୁ ପ୍ରେମ ଜାଲରେ ଫସାଇ ସେମାନଙ୍କଠାରୁ ଲୁଟପାଟ କରୁଥିଲା। ଏହି ଘଟଣାରେ ପୋଲିସ ଦୁଇ ଜଣ ଯୁବତୀଙ୍କ ସମେତ ମୋଟ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

କିଭଳି କରୁଥିଲେ ଠକେଇ?

ପୋଲିସର ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ 'ଅଙ୍କିତା ପଟେଲ' ନାମରେ ଏକ ନକଲି (ଫେକ୍) ଆକାଉଣ୍ଟ ଖୋଲିଥିଲେ। ଏହି ନକଲି ଆକାଉଣ୍ଟ ଜରିଆରେ ସେମାନେ ଲୋକଙ୍କ ସହ ବନ୍ଧୁତା ସ୍ଥାପନ କରୁଥିଲେ। ପରେ ସେମାନଙ୍କୁ ଦେଖା କରିବା ବାହାନାରେ ହୋଟେଲ କିମ୍ବା କୌଣସି ନିର୍ଜନ ସ୍ଥାନକୁ ଡାକୁଥିଲେ ଏବଂ ସେଠାରେ ପହଞ୍ଚିବା ପରେ ସେମାନଙ୍କୁ ଭୟଭୀତ କରି ଟଙ୍କା, ମୋବାଇଲ୍ ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଉଥିଲେ।

ବୃଦ୍ଧଙ୍କ ମୃତ୍ୟୁ ପରେ ସାମ୍ନାକୁ ଆସିଲା ସତ

ଏହି ଗ୍ୟାଙ୍ଗର କଳା କାରନାମା ସେତେବେଳେ ପଦାକୁ ଆସିଲା, ଯେତେବେଳେ ଡେରୋଲ-ହିମ୍ମତନଗର ହାଇୱେରେ ଏକ ଲୁଟପାଟ ଘଟଣା ଘଟିଥିଲା। ଗ୍ୟାଙ୍ଗର ସଦସ୍ୟମାନେ ଜଗଦୀଶ ପ୍ରଜାପତି ନାମକ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଆକ୍ରମଣ କରିବା ସହ ତାଙ୍କ ମୋବାଇଲ୍ ଲୁଟି ନେଇଥିଲେ। ଏହି ଆକ୍ରମଣ ପରେ ସଦମା (ଶକ୍) କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ମାମଲାର ତଦନ୍ତ କରୁ କରୁ ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ଏହି ବିରାଟ ହନିଟ୍ରାପ୍ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି ଏବଂ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ରାୟଗଡ଼ା ଭିଡ଼ ହିଂସା ଓ ବର୍ବରତା: ଏନ୍‌ଜିଓ କର୍ମୀଙ୍କୁ ମାଡ଼ ଘଟଣାରେ ଆଉ ୪ଜଣଙ୍କୁ ବାନ୍ଧିଲା ପୋଲିସ, ଗିରଫ ସଂଖ୍ୟା ୨୦କୁ ବୃଦ୍ଧି
ରାୟଗଡ଼ା: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଠାରେ ଘଟିଥିବା ଭିଡ଼ ହିଂସା ଓ ବର୍ବରତା ଘଟଣାରେ ପୋଲିସ ନିଜର କାର୍ଯ୍ୟାନୁଷ୍ଠାନକୁ କଡ଼ାକଡ଼ି କରିଛି। ଏନ୍‌ଜିଓ କର୍ମୀଙ୍କୁ ମାଡ଼ ଅଭିଯୋଗରେ ପୋଲିସ ଆହୁରି ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଗିରଫଦାରୀକୁ ମିଶାଇ ଘଟଣାରେ ବର୍ତ୍ତମାନ ସୁଦ୍ଧା ମୋଟ ୨୦ଜଣଙ୍କୁ ଗିରଫ କରିଛି ପୋଲିସ । ଆଗାମୀ ଦିନରେ ଏହି ଘଟଣାରେ ଗିରଫଦାରୀ ସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଗିରଫଦାରୀ ଭୟରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। କଲ୍ୟାଣସିଂହପୁର ବ୍ଲକ ଅଧୀନରେ ଥିବା ତେନ୍ତୁଳିଗୁଡ଼ା ସମେତ ଆଖପାଖର ଅନେକ ଗାଁରୁ ପୁରୁଷମାନେ ପୋଲିସ ଭୟରେ ଗାଁ ଛାଡ଼ି ପଳାୟନ କରିଥିବା ଖବର ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ ଯେ, ଗତ ମଙ୍ଗଳବାର ଦିନ କନ୍ଧମାଳ ଜିଲ୍ଲାରେ କାମ କରୁଥିବା ନୂଆଦିଲ୍ଲୀର ଜଣେ ଯୁବତୀ ଏବଂ ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ ପିଲାଚୋର ସନ୍ଦେହରେ ଆକ୍ରମଣ କରିଥିଲେ। ଉତ୍ତ୍ୟକ୍ତ ଲୋକେ ସମ୍ପୃକ୍ତ ଯୁବତୀଙ୍କୁ ବିବସ୍ତ୍ର କରିବା ସହ ତାଙ୍କ ଉପରେ ଅମାନବୀୟ ଭାବେ ଆକ୍ରମଣ କରିଥିଲେ। ଏହି ଘଟଣା ସମଗ୍ର ଓଡ଼ିଶା ତଥା ରାଜ୍ୟ ବାହାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା।

ଘଟଣାସ୍ଥଳରୁ ପୋଲିସ ତୁରନ୍ତ ପୀଡ଼ିତମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ତେବେ ଉତ୍ତ୍ୟକ୍ତ ଲୋକଙ୍କ ମଧ୍ୟରୁ କିଛି ବ୍ୟକ୍ତି ଡାକ୍ତରଖାନା ପରିସରରେ ମଧ୍ୟ ହଙ୍ଗାମା ସୃଷ୍ଟି କରିଥିବା ଅଭିଯୋଗ ହୋଇଥିଲା। ଏହି ବର୍ବରକାଣ୍ଡକୁ ସବୁ ମହଲରୁ ଦୃଢ଼ ନିନ୍ଦା କରାଯିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ସାମାଜିକ ସଙ୍ଗଠନ ଓ ସାଧାରଣ ନାଗରିକ ଦାବି କରିଆସୁଛନ୍ତି।

ସିବିଆଇ ଜାଲରେ କେନ୍ଦ୍ରୀୟ ଜିଏସଟି ଅଧିକାର, ଜିଏସଟି ରିଫଣ୍ଡ ମୂଲ୍ୟ ବିଲ ପାସ କରିବାକୁ ନେଉଥିଲେ ଲାଞ୍ଚ
ଭୁବନେଶ୍ବର: ସିବିଆଇ ଜାଲରେ ଜଣେ କେନ୍ଦ୍ରୀୟ ଜିଏସଟି ଅଧିକାରୀ। ଜଣେ ଠିକାଦାରଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରା ପଡ଼ିଛନ୍ତି ବ୍ରହ୍ମପୁର ସ୍ଥିତ କେନ୍ଦ୍ରୀୟ ଜିଏସଟି କାର୍ଯ୍ୟାଳୟର ଅଧିକ୍ଷକ ମନୋଜ କୁମାର ସୁବୁଦ୍ଧି। ଲାଞ୍ଚ ନେବା ବେଳେ ସିଜିଏସଟିର ସୁପରିଟେଣ୍ଡେଣ୍ଟ ମନୋଜ କୁମାର ସୁବୁଦ୍ଧିଙ୍କୁ ଧରିଛି ସିବିଆଇ ଟିମ । ବ୍ରହ୍ମପୁର ଏବଂ କେନ୍ଦ୍ରୀୟ ଉତ୍ପାଦ ଶୁକ୍ଳ ବ୍ରହ୍ମପୁର ମଣ୍ଡଳ କାର୍ଯ୍ୟାଳୟରେ ସିବିଆଇ ରେଡ କରିଛି। ବର୍ତ୍ତମାନ ସିବିଆଇ ତାଙ୍କୁ ରିମାଣ୍ଡରେ ନେଇଛି ।

ସୂଚନା ଅନୁସାରେ, ମନୋଜ କୁମାର ଜଣେ ଠିକାଦାରଙ୍କ ଜିଏସଟି ରିଫଣ୍ଡ ମୂଲ୍ୟ ବିଲ ପାସ କରିବାକୁ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ତେବେ କିସ୍ତିରେ ଏହି ଟଙ୍କା ଡିଲ୍ ହୋଇଥିଲା। ଜଣେ ଠିକାଦାରଙ୍କଠାରୁ ୧ ଲକ୍ଷ ୭୭ ହଜାର ଟଙ୍କାର ଜିଏସଟି ବିଲ୍ ରିଫଣ୍ଡ ନେଇ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିବା ବେଳେ ୧୫ ହଜାର ଟଙ୍କା ସେ ଦେଇଥିଲେ। ଏ ଟଙ୍କା ନେବା ବେଳେ ଅଧୀକ୍ଷକଙ୍କୁ ସିବିଆଇ ଅଧିକାରୀ ମାଡ଼ି ବସିଥିଲେ।