NEET-UG 2024 - The Sakala

ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା: ପୁନଃ ପରୀକ୍ଷା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା ଓ ପୁନଃ ପରୀକ୍ଷାକୁ ନେଇ ଶୁକ୍ରବାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ପୁଣି ପରୀକ୍ଷା ହେବ ନାହିଁ ବୋଲି ରୋକ୍ ଠୋକ୍ ଶୁଣାଇ ଦେଇଛନ୍ତି । ପୁନଃ- ପରୀକ୍ଷା ପାଇଁ ଦିଆଯାଇଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ତେବେ ଏନେଇ ପୂର୍ବରୁ ସୁପ୍ରିମକୋର୍ଟ ମନା କରିଥିବା ବେଳେ ଏହାସହିତ ପୁନର୍ବାର କାହିଁକି ନିଟ୍ ପରୀକ୍ଷା କରାଯିବ ନାହିଁ ସେନେଇ କାରଣ ଦର୍ଶାଇଛନ୍ତି।

ମାମଲାରେ ପ୍ରଥମ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ। ଚାର୍ଜସିଟରେ ୧୩ ଅଭିଯୁକ୍ତଙ୍କ ନାଁ ରହିଛି। ଅଭିଯୁକ୍ତମାନେ ପେପର ଲିକ୍ ସହ ଅନ୍ୟ ଅନିୟମିତତାରେ ସାମିଲ ଥିଲେ। ଅଭିଯୁକ୍ତ ନୀତୀଶ କୁମାର, ଅମିତ ଆନନ୍ଦ, ଶିକନ୍ଦର ୟାଦବେନ୍ଦୁ, ଆଶୁତୋଷ କୁମାର ୱାନ, ଆଶୁତୋଷ କୁମାର ଟୁ, ରୋଶନ କୁମାର ମନୀଷ ପ୍ରକାଶ, ଅଖିଳେଖ କୁମାର, ଅଭଦେଶ କୁମାର, ଅନୁରାଦ ଯାଦବ, ଅଭିଷେକ କୁମାର, ଶିବାନନ୍ଦ କୁମାର, ଆୟୂଷ ରାଜ ପ୍ରଶ୍ନପତ୍ର ପ୍ରଘଟ ଓ ଅନ୍ଯ ଅନିୟମିତତାରେ ସାମିଲ ହୋଇଥିଲେ ।

ସିବିଆଇ କହିଛି ଫରେନସିକ୍ ଟେକ୍ନୋଲୋଜି, ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ, ସିସିଟିଭି ଫୁଟେଜ ଏବଂ ଟାୱାର ଲୋକେସନ୍ ଆନାଲିସିସର ବ୍ୟବହାର କରି ଅଭିଯୁକ୍ତଙ୍କ ବିରୋଧରେ ତଥ୍ୟ ଓ ପ୍ରମାଣ ଯୋଗାଡ କରାଯାଇଛି । ମାମଲାରେ ଏଯାଏଁ ୪୦ ଜଣ ଗିରଫ ହୋଇଛନ୍ତି । ବିହାର ପୋଲିସ ୧୫ ଜଣଙ୍କୁ ଗିରଫ କରିଛି । ସିବିଆଇ ୫୮ଟି ସ୍ଥାନରେ ଯାଞ୍ଚ କରିଥିବାବେଳେ ୬ଟି ମାମଲା ରୁଜୁ କରିଛି।

ଜୁଲାଇ ୧୮ ତାରିଖକୁ ଘୁଞ୍ଚିଲା NEET-UG ମାମଲାର ଶୁଣାଣି
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଘୁଞ୍ଚିଲା ନିଟ୍ ୟୁଜି ମାମଲାର ଶୁଣାଣି । ନିଟ୍ ୟୁଜି ମାମଲାର ଶୁଣାଣି ଜୁଲାଇ ୧୮ ତାରିଖକୁ ଘୁଞ୍ଚିଲା । କିଛି ପ୍ରତିପକ୍ଷ ସତ୍ୟପାଠ ପାଇନଥିବାରୁ ଶୁଣାଣି ଘୁଞ୍ଚିଥିବା ଜଣାପଡ଼ିଛି। କେନ୍ଦ୍ର ଓ ନିଟ୍‌ ଦେଇଥିବା ସତ୍ୟପାଠ ପାଇନାହାନ୍ତି ପ୍ରତିପକ୍ଷ ।

ସୂଚନା ଅନୁଯାୟୀ, ମେ ୫ରେ ଦେଶର ୪,୭୫୦ କେନ୍ଦ୍ରରେ ନିଟ-ୟୁଜି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରାୟ ୨୪ ଲକ୍ଷ ପ୍ରାର୍ଥୀ ହାଜର ହୋଇଥିଲେ। ଜୁନ୍ ୧୪ରେ ରେଜଲ୍ଟ ଘୋଷଣା ହେବା ନେଇ ଆଶା କରାଯାଉଥିଲା, କିନ୍ତୁ ମୂଲ୍ୟାୟନ ଶେଷ ହୋଇଯିବାରୁ ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇଥିଲା। ୬୭ ଜଣ ପରୀକ୍ଷାର୍ଥୀ ଫୁଲ୍ ମାର୍କ ରଖି ପାସ୍ ହେବା ପରେ ପ୍ରଶ୍ନପତ୍ର ଲିକ୍ ବିବାଦ ମୁଣ୍ଡ ଟେକିଥିଲା। ଏପରିକି ବାହାର ରାଜ୍ୟର କିଛି ଛାତ୍ରଛାତ୍ରୀ ଗୁଜରାଟର ନିର୍ଦ୍ଦିଷ୍ଟ ସେଣ୍ଟର ଚୟନ କରିବା ଏବଂ କିଛି ପିଲାଙ୍କୁ ଗ୍ରେସ୍ ମାର୍କ ମିଳିବାକୁ ନେଇ ବିରୋଧ ହୋଇଥିଲା। ଏହାପରେ ଏନଟିଏ ପକ୍ଷରୁ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦିଆ ଯାଇଥିଲା।