Jharkhand Assembly - The Sakala

ବିଧାନସଭାରେ ବହୁମତର ପ୍ରମାଣ ଦେଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ
ରାଞ୍ଚି: ବିଧାନସଭାରେ ବହୁମତର ପ୍ରମାଣ ଦେଲ‌େ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ସୋମବାର ଦିନ ଝାଡ଼ଖଣ୍ଡ ବିଧାନସଭାରେ ହୋଇଥିବା ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି ହେମନ୍ତ ସୋରେନ।

ସୂଚନା ଅନୁଯାୟୀ, ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ହେମନ୍ତ ସୋରେନ ୪୫ ଜଣ ସଦସ୍ୟଙ୍କ ସମର୍ଥନ ସହ ଆସ୍ଥା ଭୋଟରେ ବିଜୟୀ ଲାଭ କରିଛନ୍ତି। ତାଙ୍କୁ ସମର୍ଥନ ଜଣାଇଥିବା ନେତାଙ୍କ ମଧ୍ୟରେ ଜେଏମଏମର ୨୭ ଜଣ, କଂଗ୍ରେସର ୧୭ ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ଜଣେ ବିଧାୟକ ରହିଥିବା ଜଣାପଡିଛି।

ଉଲ୍ଲେଖଯୋଗ୍ୟ, ଜମି ଦୁର୍ନୀତି ମାମଲା ତଥା ଅର୍ଥ ହେରଫେର୍ ଅଭିଯୋଗରେ ଜାନୁଆରୀ ୩୧ରେ ଇଡି ତାଙ୍କୁ ଦିଲ୍ଲୀ ସ୍ଥିତ ବାସଭବନରୁ ଗିରଫ କରିଥିଲା। ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲ‌େ ଜୁଲାଇ ୩ରେ ଚମ୍ପାଇ ସୋରେନ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଭେଟି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ହେମନ୍ତ ଗିରଫ ହେବାର ପାଞ୍ଚ ମାସ ପରେ ଝାଡଖଣ୍ଡ ହାଇକୋର୍ଟ ତାଙ୍କୁ ଜୁନ୍ ୨୮ ତାରିଖରେ ଜାମିନ ପ୍ରଦାନ କରିଥିଲେ। ଝାଡ଼ଖଣ୍ଡ ହାଇକୋର୍ଟ ହେମନ୍ତ ସୋରେନଙ୍କୁ ଜାମିନ ମଂଜୁର କରିବାପରେ ସେ ଜେଲ୍‌ରୁ ବାହାରିଥିଲେ। ତେବେ ଜାମିନରୁ ଆସିବା ପରେ ଜୁଲାଇ ୪ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ହେମନ୍ତ।