Gujarat Building Collapse - The Sakala

ସୁରଟରେ ୬ ମହଲା କୋଠା ଭୁଶୁଡିବା ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି, ଏକାଧିକ ଆହତ
ସୁରଟ: ଗୁଜରାଟ ସୁରଟର ସଚ୍ଚିନ ପାଲି ଗ୍ରାମରେ ଥିବା ଏକ ୬ ମହଲା କୋଠା ଶନିବାର ଦ୍ବିପହରେ ଭୁଶୁଡ଼ି ଯାଇଛି। ଏହି ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି ପାଇଥିବାବେଳେ ୧୫ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ଦମକଳ ବାହିନୀ, ପୁଲିସ,ଏନ୍‌ଡିଆରଏଫ, ଏସ୍‌ଡିଆରଏଫ ଟିମ୍‌ ଉଦ୍ଧାରକାର୍ଯ୍ୟ ଜାରି ରଖିଛି। ଅବଶେଷ ଭିତରୁ ଜୀବନର ସନ୍ଧାନ କରାଯାଉଛି।

ମେୟର, ଡେପୁଟି ମେୟର, ଜିଲ୍ଲାପାଳ, ପୁଲିସ କମିଶନର ଏବଂ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଏହି କୋଠାରେ ୬ଟି ପରିବାର ରହୁଥିଲେ। କିନ୍ତୁ ଅଘଟଣ ସମୟରେ କେତେ ଜଣ ଥିଲେ ତାହା ଜଣାପଡ଼ି ନାହିଁ। ଘଟଣାସ୍ଥଳର ଭୟାନକ ଭିଡିଓ ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି। ମାତ୍ର ୭ବର୍ଷ ତଳେ (୨୦୧୭) ଏହି କୋଠା ନିର୍ମାଣ କରାଯାଇଥିଲା। ଏବେ ଏହା କଂକ୍ରିଟ ପାହାଡ଼ ପରି ଦୃଷ୍ଟିଗୋଚର ହେଉଛି। କୋଠାଟି ଭୁଶୁଡିଯିବା ପରେ ନିର୍ମାଣର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠୁଛି। କୋଠା ଜରାଜୀର୍ଣ୍ଣ ଥିବାବେଳେ କେମିତି ଏହା ଅଧିକାରୀଙ୍କ ଦୃଷ୍ଟିଗୋଚର ହେଲା ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ସେହିପରି ଗତ କିଛି ଦିନ ହେଲା ଏହି ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଥିଲା ବୋଲି ସୂଚନା ମିଳିଛି।