RathYatra 2024 - The Sakala

ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ; ରଥାରୁଢ଼ ହୋଇ ଭାଇଭଉଣୀଙ୍କ ସହ ଜନ୍ମବେଦୀକୁ ଯାତ୍ରା କରିବେ ମହାବାହୁ
ପୁରୀ: ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ । ଭକ୍ତଙ୍କ ଗହଳିରେ ଉଛୁଳୁଛି ଶ୍ରୀକ୍ଷେତ୍ର । ଆଜି ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଘୋଷଯାତ୍ରାରେ ଯିବେ ମହାପ୍ରଭୁ । ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯାତ୍ରା କରିବେ ଚତୁର୍ଦ୍ଧାମୂର୍ତ୍ତି ।ଏକାକାର ହେବେ ଭକ୍ତ ଓ ଭଗବାନ । ଏଥିପାଇଁ ପୂର୍ବରୁ ସିଂହଦ୍ବାର ଆଗରେ ପ୍ରସ୍ତୁତ ହୋଇ ରହିଛନ୍ତି ୩ ରଥ । ୧୩ ଦିନ ଅନବସର ପରେ ରଥ ଉପରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ ।

ବର୍ଷକ ପରେ ବଡ଼ଦାଣ୍ଡରେ ହେବ ଭକ୍ତ-ଭଗବାନଙ୍କର ଅପୂର୍ବ ମିଳନ। ଏଥିପାଇଁ ମହାବାହୁଙ୍କ ଆସିବା ବାଟକୁ ଅନାଇ ରହିଛନ୍ତି ଅଗଣିତ ଭକ୍ତ। ସ୍ବାଗତ ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି ରଥ-ପଥ-ଭକ୍ତ। ୧୯୭୧ ମସିହା ପରେ ଏଭଳି ବିରଳ ରଥଯାତ୍ରା ଅନୁଷ୍ଠିତ ହେଉଛି। ୫୩ ବର୍ଷ ପରେ ଚଳିତ ବର୍ଷ ବିରଳ ରଥଯାତ୍ରା ଦେଖିବାକୁ ଯାଉଛନ୍ତି ଭକ୍ତ। ୧୫ ଦିନ ଅଣସର ବଦଳରେ ୧୩ ଦିନ ଅଣସର ନୀତି ଥିବାରୁ ଗୋଟିଏ ଦିନରେ ଅନୁଷ୍ଠିତ ହେବ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ଦୁଇଦିନ ଧରି ଭକ୍ତ ଦେଖିବେ ରଥଯାତ୍ରା।

ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ସରକାର, ଜିଲ୍ଲା ପ୍ରଶାସନ, ପୁଲିସ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ପବିତ୍ର ଆଷାଢ ଶୁକ୍ଳ ଦ୍ୱିତୀୟାରେ ରଥାରୁଢ ହୋଇ ଚତୁର୍ଦ୍ଧାବିଗ୍ରହ ଯିବେ ଗୁଣ୍ଡିଚା ମନ୍ଦିର। ଅଣସର ପରେ ନବଦିନାତ୍ମକ ଯାତ୍ରାରେ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି ମହାବାହୁ। ଆଉ ଦାରୁଦିଅଁଙ୍କ ଆଗମନକୁ ସିଂହଦ୍ୱାରରେ ଅପକ୍ଷୋର କରି ରହିଛନ୍ତି ତିନିରଥ। ରବିବାର ଅପରାହ୍ନ ୧ଟା ୧୦ରୁ ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି ଆରମ୍ଭ ହୋଇ ଅପରାହ୍ନ ୫ଟାରେ ରଥ ଟାଣିବା ଲାଗି ନୀତି ନିର୍ଘଣ୍ଟ କରାଯାଇଛି ।

ଆଜି ରାଜ୍ୟର ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ରଥଯାତ୍ରାରେ ଭିଜିବ ଶ୍ରୀକ୍ଷେତ୍ର
ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ସକ୍ରିୟ ଥିବାରୁ ଆଜି ୧୨ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ୧୦ଟି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ଏବଂ ୨ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ରାୟଗଡ଼ା, ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସେହିପରି କୋରାପୁଟ ଓ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ସେଥିପାଇଁ ଉପରୋକ୍ତ ଜିଲ୍ଲାଗୁଡ଼ିକୁ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି। ସେହିପରି ୮ ତାରିଖ ବେଳକୁ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି କେନ୍ଦ୍ର ଆକଳନ କରିଛି।

ଅପରପକ୍ଷେ ବରିଷ୍ଠ ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ର ନାଥ ପଶୁପାଳକ ଏନେଇ କହିଛନ୍ତି ଯେ ଆସନ୍ତା ୭ ଓ ୮ ତାରିଖରେ ରାଜ୍ୟରେ ଭାରୀ ବର୍ଷା ହେବାର ସମ୍ଭାବନା ନାହିଁ। ଶନିବାର ସୁଦ୍ଧା ବଙ୍ଗୋପସାଗରରେ କୌଣସି ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସୃଷ୍ଟି ହୋଇନାହିଁ। ବିଭିନ୍ନ ଆନ୍ତର୍ଜାତିକ ସଂସ୍ଥାର ତଥ୍ୟ ଏବଂ ସାଟେଲାଇଟ ତଥ୍ୟ ଅନୁଶୀଳନରୁ ଏହା ଜଣାପଡ଼ିଛି। ତେବେ ଆଗରୁ ଆକଳନ କରାଯାଇଥିବା ଘୂର୍ଣ୍ଣିବଳୟ ରବିବାର ଦକ୍ଷିଣ ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ସୃଷ୍ଟି ହୋଇ ୮ ତାରିଖରେ ସ୍ଥଳଭାଗ ଛୁଇଁବ। ଏହାକ୍ରମଶଃ ୯ ତାରିଖ ବେଳକୁ ମହାରାଷ୍ଟ୍ରକୁ ଯାଇ ଲଘୁଚାପ ସୃଷ୍ଟି କରିବ। ଫଳସ୍ୱରୂପ ୭ ଓ ୮ ତାରିଖରେ ରାଜ୍ୟରେ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ। ୭ ତାରିଖରେ ପୁରୀର ପାଗ ମେଘୁଆ ସହ ହାଲୁକା ବର୍ଷା ଅଥବା ଶୁଖିଲା ରହିପାରେ। ରାଜ୍ୟର ଦକ୍ଷିଣ ଆଭ୍ୟନ୍ତର ଏବଂ ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହାବ୍ୟତୀତ ଆଉ କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ୮ ତାରିଖରେ ଭୁବନେଶ୍ୱରରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିିଛି। ଆସନ୍ତା ୧୪ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଡ. ପଶୁପାଳକ ଆକଳନ କରିଛନ୍ତି।

ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ସିଂହଦ୍ୱାରରେ ଶ୍ରୀଜୀଉଙ୍କ ଅପେକ୍ଷାରେ ତିନିରଥ
ପୁରୀ: ଅଣସର ପରେ ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀକୁ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି ମହାବାହୁ। ପବିତ୍ର ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ରଥାରୂଢ଼ ହୋଇ ଚତୁର୍ଦ୍ଧାବିଗ୍ରହ ଯିବେ ଗୁଣ୍ଡିଚା ମନ୍ଦିର। ନୀଳକନ୍ଦରରୁ ବଡ଼ାଦାଣ୍ଡକୁ ଓହ୍ଲାଇ ଆସିବେ ନୀଳାଦ୍ରିନାଥ। ଦାରୁଦିଅଁଙ୍କ ଆଗମନକୁ ସିଂହଦ୍ୱାରରେ ଅପେକ୍ଷା କରି ରହିଛନ୍ତି ତିନିରଥ। ରଥ ଉପରେ ଶ୍ରୀଜୀଉଙ୍କୁ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଲାଗିଛି ଗହଳଚହଳ।

୫୩ ବର୍ଷ ପରେ ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ଯୋଗ ପଡ଼ିଛି । ଗୋଟିଏ ଦିନରେ ନେତ୍ର ଉତ୍ସବ, ନବଯୌବନ ଓ ଶ୍ରୀଗୁଣ୍ଡିଚା  । ଏଥିପାଇଁ ସ୍ବତନ୍ତ୍ର ନୀତିକାନ୍ତି କରାଯାଇଛି । ରାତ୍ର ୨ ଟାରୁ ଦ୍ୱାର ଫିଟାଯାଇ  ୨ ଟା ୪୦ ରେ ଦଶବତାର ଠାକୁର ବାହୁଡା଼ ବିଜେ, ୩ ଟାରେ ତାଟି ପିଠାଯାଇଥିଲା, ପ୍ରତ୍ୟୁଷ ୪ଟା ରେ ନେତ୍ରଉତ୍ସବ ବନ୍ଦାପନା, ୪ଟା ୪୫ରେ ଯାତ୍ରାଙ୍ଗୀ ମହାସ୍ନାନ କରାଯାଇଛି ।

ସକାଳ ୬ ରୁ ୭ ଟା ଗୋପାଳ ବଲ୍ଳଭ ଓ ସକାଳ ଧୂପ, ୭. ୩୦ରୁ ୧୨ ଟା ସେନାପଟା ଲାଗି, ଦିନ ୧୧ ଟାରେ ରଥ ପ୍ରତିଷ୍ଠା, ଦିନ ୧ ଟାରେ ମଙ୍ଗଳା ଅର୍ପଣ, ଗୋଟାଏ ୧୦ରେ ରେ ପହଣ୍ଡି ଆରମ୍ଭ ହୋଇ ୨ ଟା ୩୦ରେ ଶେଷ ହେବ । ୩ଟାରେ ଶ୍ରୀମଦନ ମୋହନ, ରାମକୃଷ୍ଣ ବିଜେ, ୪ ଟାରେ ଗଜପତି ମହାରାଜାଙ୍କ ଦ୍ୱାରା ଛେରାପହଁରା ପରେ ଚାରମାଳ ପିଟାହେବା ସହ ସାରଥୀ, ଘୋଡା ଲଗାଯିବ । ସନ୍ଧ୍ୟା ୫ ଟାରେ ରଥ ଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ  । ଚଳିତ ବର୍ଷ ଦୁଇଦିନ ହେବ ରଥଟଣା ।

ଅନ୍ୟପକ୍ଷରେ ମହାପ୍ରଭୁଙ୍କ ଘୋଷଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ କରିବା ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କଡ଼ା ସୁରକ୍ଷା ବଳୟରେ ରହିଛି ପୁରୀ। ଅତ୍ୟାଧୁନିକ ସିସିଟିଭି କ୍ୟାମେରା ଲାଗିଥିବାବେଳେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ସହାୟତା ନିଆଯାଇଛି। ଓଡ଼ିଶା ପୁଲିସ ଚଳିତବର୍ଷ ପ୍ରଥମଥର ଟ୍ରାଫିକ ସୁପରିଚାଳନା ନିମନ୍ତେ ପବ୍ଲିକ ଆନାଉନ୍ସମେଣ୍ଟ ଡ୍ରୋନ(ପିଏଡି)ର ସହାୟତା ନେଇଛି। ଏଥିସହ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ୧୮୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।