bhanja kala mandap - The Sakala

ଭଞ୍ଜକଳା ମଣ୍ଡପରେ ‘ସେପ୍ଟେମ୍ବରର ତିରିଶ ଦିନ’ ମଞ୍ଚସ୍ଥ, ନାଟକରେ ଶିଶୁ ଯୌନ ନିର୍ଯାତନାର କଥା
ଭୁବନେଶ୍ୱର: ଶିଶୁ ଯୌନ ନିର୍ଯାତନା ଉପରେ ଆଧାରିତ ଭିନ୍ନ ସ୍ୱାଦର ନାଟକ ‘ସେପ୍ଟେମ୍ୱରର ତିରିଶ ଦିନ’ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରର ଭଞ୍ଜକଳା ମଣ୍ଡପଠାରେ ମଞ୍ଚସ୍ଥ ହୋଇଯାଇଛି। ଇନଷ୍ଟିଚ୍ୟୁଟ୍‌‌ ଅଫ୍‌‌ ନଲେଜ୍‌‌ ସୋସାଇଟିଜ୍‌‌ ବ୍ୟାନରରେ ପ୍ରସ୍ତୁତ ‘ସେପ୍ଟେମ୍ୱରର ତିରିଶ ଦିନ’ ନାଟକ ଶିଶୁ ଯୌନ ନିର୍ଯାତନା ବିରୋଧରେ ସ୍ୱର ଉଠାଇବା ଲାଗି ସମାଜକୁ ଏକ ଶକ୍ତ ବାର୍ତ୍ତା ଦେଉଛି। ଏହା ମହେଶ ଦତ୍ତାନିଙ୍କର ମୂଳ ଇଂରାଜୀ ନାଟକ ‘ଥାର୍ଟି ଡେଜ୍‌‌ ଇନ ସେପ୍ଟେମ୍ୱର’ର ଓଡ଼ିଆ ରୂପାନ୍ତର। ଡ. ସତ୍ୟବ୍ରତ ରାଉତ ଏହାକୁ ଓଡ଼ିଆ ଭାଷାରେ ରୂପାନ୍ତର କରିବା ସହ ଏହାର ନିର୍ଦ୍ଦେଶନା ଦେଇଛନ୍ତି।

ନାଟକ ମଞ୍ଚସ୍ଥ ହେବା ପୂର୍ବରୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ମନ୍ଦାକିନୀ କର ଏବଂ ସାମାଜିକ କର୍ମୀ ରୋଜାଲିନ ପାଟ୍ଟଶାଣୀ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଘରେ ଘରେ ଘଟୁଥିବା ସତ୍ୟ ଘଟଣାରୁ ଅନୁପ୍ରାଣିତ ‘ସେପ୍ଟେମ୍ୱରର ତିରିଶ ଦିନ’ ଯୌନ ନିର୍ଯାତନାର ଶିକାର ହୋଇଥିବା ଜଣେ ଶିଶୁକନ୍ୟା ପ୍ରତି ମା’ର ଭୂମିକା ଓ ଦାୟିତ୍ୱବୋଧକୁ ନାଟକରେ ଚିତ୍ରଣ କରାଯାଇଛି ବୋଲି କହିଛନ୍ତି ନାଟକର ସହପ୍ରଯୋଜକ ତଥା କଳାକାର ସଂଯୋଗିତା ମିଶ୍ର। ଶନିବାର ସନ୍ଧ୍ୟାରେ ଭଞ୍ଜକଳା ମଣ୍ଡପଠାରେ ଏହି ନାଟକ ପୁନର୍ବାର ମଞ୍ଚସ୍ଥ ହେବାକୁ ଯାଉଛି। ‘ସେପ୍ଟେମ୍ୱରର ତିରିଶ ଦିନ’ ଥିଏଟର ପ୍ରଡକ୍ସନର କମ୍ୟୁନିକେସନ ପାର୍ଟନର ରହିଛି ଓଡ଼ିଶାଲାଇଭ୍‌‌। ଏହି ଅବସରରେ ନାଟକର ପ୍ରଯୋଜନା ସଂସ୍ଥା ଇନଷ୍ଟିଚ୍ୟୁଟ୍‌‌ ଅଫ୍‌‌ ନଲେଜ୍‌‌ ସୋସାଇଟିଜ୍‌‌ ପକ୍ଷରୁ ସହପ୍ରଯୋଜକ ଚନ୍ଦ୍ରଭାନୁ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।