Zimbabwe vs India - The Sakala

ସିରିଜ ବିଜୟ ଲକ୍ଷ୍ୟରେ ଭାରତ: ଆଜି ଚତୁର୍ଥ ଟି-୨୦, ମୁହାଁମୁହିଁ ହେବେ ଭାରତ-ଜିମ୍ବାୱେ
ହରାରେ: ଶୁବମାନ ଗିଲ୍‌ଙ୍କ ନେତୃତ୍ୱରେ ଭାରତ ଶୁକ୍ରବାର ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଘରୋଇ ଜିମ୍ବାୱେକୁ ଭେଟିବ। ସ୍ଥାନୀୟ ହରାରେ ସ୍ପୋର୍ଟ୍ସ କ୍ଲବ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଜିତି ଭାରତ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି। ପ୍ରଥମ ମ୍ୟାଚ୍‌ରେ ୧୩ ରନରେ ପରାସ୍ତ ହୋଇଥିବା ଭାରତ ଦ୍ୱିତୀୟ ମ୍ୟାଚ୍‌ରେ ୧୦୦ ଓ ତୃତୀୟରେ ୨୩ ରନରେ ବିଜୟୀ ହୋଇ ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଯୁବ ଖେଳାଳିଙ୍କୁ ନେଇ ଗଠିତ ଭାରତୀୟ ଦଳ ପାଇଁ ଏହି ସିରିଜରେ ବିଶେଷ ଗୁରୁତ୍ୱ ବହନ କରୁଛି। ଟି-୨୦ ବିଶ୍ୱକପ୍‌ ବିଜୟ ପରେ ଅଭିଜ୍ଞ ତଥା ତାରକା ଖେଳାଳିମାନେ ଏହି ସିରିଜ ନଖେଳି ବିଶ୍ରାମ ନେଇଛନ୍ତି। ଏପର୍ଯ୍ୟନ୍ତ ସିରିଜରେ ଯୁବ ଓପନର ଅଭିଷେକ ଶର୍ମା ଓ ସ୍ପିନ ଅଲରାଉଣ୍ଡର ୱାସିଂଟନ ସୁନ୍ଦର ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଟି-୨୦ରୁ ରବୀନ୍ଦ୍ର ଜାଡେଜା ଅବସର ନେବା ପରେ ତାଙ୍କ ସ୍ଥାନ ନେବାକୁ ସୁନ୍ଦର ପ୍ରୟାସ କରିବେ। ଦ୍ୱିତୀୟ ମ୍ୟାଚ୍‌ରେ ଅଭିଷେକ ୪୭ ବଲରୁ ଶତକ ହାସଲ କରିଥିଲେ। ଶିବମ ଦୁବେ, ସଞ୍ଜୁ ସାମସନ ଓ ୟଶସ୍ୱୀ ଜୟସ୍ୱାଲ ଦଳରେ ସାମିଲ ହେବା ପରେ ଭାରତୀୟ ଦଳ ଅଧିକ ଶକ୍ତିଶାଳୀ ଓ ସନ୍ତୁଳିତ ମନେ ହେଉଛି।

ତେଣୁ ଏହି ମ୍ୟାଚ୍‌ରେ ଭାରତ ଫେବରାଇଟ ବିବେଚିତ ହେଉଛି। ଏହି ୩ ଖେଳାଳି ପ୍ରଥମ ଦୁଇଟି ମ୍ୟାଚ୍‌ ଖେଳିପାରି ନଥିଲେ। ଅପରପକ୍ଷରେ ଜିମ୍ବାୱେ ଘରୋଇ ପରିବେଶରୁ ଫାଇଦା ଉଠାଇ ସିରିଜକୁ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରୟାସ କରିବ। ଅଧିନାୟକ ସିକନ୍ଦର ରାଜା, ବ୍ଲେସିଂ ମୁଜାରବାନୀ, ଡିଅନ ମେୟର୍ସ ପୁଣି କମାଲ କରିବେ ବୋଲି ଆଶା କରାଯାଉଛି। ପାଗ ସଫା ରହିବ ଓ ଟସ ଜିତିବା ଦଳ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେବ ବୋଲି ଆଶା କରାଯାଉଛି। ଉଭୟ ଦଳ ଏପର୍ଯ୍ୟନ୍ତ ୧୧ଟି ମ୍ୟାଚ୍‌ ଖେଳିଛନ୍ତି। ଏଥିରେ ଭାରତ ୮ ଓ ଜିମ୍ବାୱେ ୩ଟିରେ ବିଜୟୀ ହୋଇଛି।

ଭାରତ-ଜିମ୍ବାୱେ ତୃତୀୟ ଟି-୨୦: ୨୩ ରନରେ ଜିତିଲା ଟିମ୍ ଇଣ୍ଡିଆ
ହରାରେ: ହରାରେର ହରାରେ ସ୍ପୋର୍ଟସ୍ କ୍ଲବ୍‌ରେ ଭାରତ-ଜିମ୍ବାୱେ ମଧ୍ୟରେ ଖେଳାଯାଉଥିବା ଆଜି ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତ ଜିମ୍ବାୱେକୁ ପରାଜିତ କରିଛି। ୧୮୩ ରନ୍‌ର ପିଛା କରି ଜିମ୍ବାୱେ ଦଳ ୨୦ ଓଭରରେ ୬ ୱି‌କେଟ ହରାଇ ୧୫୯ ରନ୍ କରିଥିଲା। ଏହି ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ଶୁଭମାନ ଗିଲ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।  ଟିମ୍ ଇଣ୍ଡିଆ ୪ ୱିକେଟ ହରାଇ ୧୮୨ ରନ୍ କରିଥିଲା। ଫଳରେ ଜିମ୍ବାଓେ ପାଇଁ ବିଜୟ ଲକ୍ଷ୍ୟ ୧୮୩ ରନ୍ ରହିଥିଲା।

ଜିମ୍ବାୱେ ପକ୍ଷରୁ ୱେସଲି ମାଡେଭେରେ ୧ ରନ୍ କରିଥିବାବେଳେ ତାଡିୱାନାସେ ମାରୁମାନି ୧୩ ରନ୍ କରିଥିଲେ। ସେହିପରି ବ୍ରିୟାନ ବେନଫିଟ୍ ୪ ରନ୍, ଡିଅନ ମାୟର୍ସ ୬୫ ରନ୍, ସିକନ୍ଦର ରଜା ୧୫ ରନ୍ , ଜୋନାଥନ କ୍ୟାମ୍ପବେଲ ୧ ରନ୍ , କ୍ଲିଭ ମାଡାଣ୍ଡେ ୩୭ ରନ୍, ୱେଲିଙ୍ଗଟନ ମାସାକଡା ୧୮ ରନ୍ କରିଥିଲେ।

ଟିମ୍ ଇଣ୍ଡିଆ ପକ୍ଷରୁ ଯଶସ୍ବୀ ଜୈୟସ୍ବାଲ ୩୬ ରନ୍ କରିଥିବାବେଳେ ଶୁଭମାନ ଗିଲ ରନ୍ ୬୬ କରିଥିଲେ। ସେହିପରି ଅଭିଷେକ ଶର୍ମା ୧୦ , ଋତୁରାଜ ଗାଇକୱାଡ ୪୯ , ସଞ୍ଜୁ ସାମସନ ୧୨ ଏବଂ ରିଙ୍କୁ ସିଂ ୧ ରନ୍ କରିଥିଲେ।

ଆଜିଠାରୁ ୫ ମ୍ୟାଚ୍‌ ବିଶିଷ୍ଟ ଭାରତ-ଜିମ୍ବାୱେ ଟି-୨୦ ସିରିଜ୍‌ , ଅଧିନାୟକ ଗିଲ୍‌ଙ୍କ ଲାଗି ଅଗ୍ନିପରୀକ୍ଷା
ହରାରେ: ଭାରତ ଓ ଜିମ୍ବାୱେ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଆଜିଠାରୁ ସ୍ଥାନୀୟ ସ୍ପୋର୍ଟ୍ସ କ୍ଲବ୍‌ ପରିସରରେ ଅନୁଷ୍ଠିତ ହେବ। ଆସନ୍ତା ୧୪ ତାରିଖଯାଏ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଲାଗି ଶୁବମାନ ଗିଲ୍‌ଙ୍କୁ ଭାରତୀୟ ଦଳର ନେତୃତ୍ୱ ପ୍ରଦାନ କରାଯାଇଛି। ଭାରତ ଟି-୨୦ ବିଶ୍ୱକପ୍‌ ଚାମ୍ପିଅନ ହେବା ପରେ ବରିଷ୍ଠ ଖେଳାଳି ତଥା ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜା ଟି-୨୦ ଅନ୍ତର୍ଜତୀୟ କ୍ରିକେଟରୁ ଅବସର ନେଇଛନ୍ତି। ଅନ୍ୟ ବରିଷ୍ଠ ଖେଳାଳିମାନଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି। ଗିଲ୍‌ଙ୍କ ନତୃତ୍ୱ ଏକ ଯୁବ ଦଳ ଘୋଷଣା କରାଯାଇଛି। ଭାରତୀୟ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇଥିବା ଯଶସ୍ୱୀ ଜୟସ୍ୱାଲ, ୱିକେଟରକ୍ଷକ ସଞ୍ଜୁ ସାମସନ ଓ ଶିବମ ଦୁବେ ମନୋନୀତ ହୋଇଥିଲେ ମଧ୍ୟ ପ୍ରଥମ ଦୁଇଟି ମ୍ୟାଚ୍‌ରେ ଖେଳିବେ ନାହିଁ। ସେମାନଙ୍କ ସ୍ଥାନରେ ସାଇ ସୁଦର୍ଶନ, ୱିକେଟ ରକ୍ଷକ ଜିତେଶ ଶର୍ମା, ହର୍ଷିତ ରାଣାଙ୍କୁ ପ୍ରଥମ ଦୁଇଟି ମ୍ୟାଚ୍‌ ଲାଗି ଦଳରେ ସାମିଲ କରାଯାଇଛି। ଘୂର୍ଣ୍ଣିଝଡ ବେରିଲ ଯୋଗୁ ଚାମ୍ପିଅନ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍‌ରୁ ଫେରିବାରେ ବିଳମ୍ବ ହେବାରୁ ଉପରୋକ୍ତ ୩ ଜଣ ନିର୍ଦ୍ଧାରିତ ସମୟରେ ହରାରେ ଯାଇ ପାରି ନାହାନ୍ତି। ଏମାନେ ଶେଷ ୩ଟି ମ୍ୟାଚ୍‌ ଲାଗି ଉପଲବ୍ଧ ହେବେ। କିନ୍ତୁ ବିଶ୍ୱକପ୍‌ ଦଳରେ ଥିବା ୩ ରିଜର୍ଭ ଖେଳାଳି ରିଙ୍କୁ ସିଂ, ଖଲୀଲ ଅହମ୍ମଦ୍‌ ଓ ଆଭେଷ ଖାନ ଦଳ ସହ ଅଭ୍ୟାସ କରିଛନ୍ତି। ନବାଗତ ଖେଳାଳିଙ୍କ ମଧ୍ୟରୁ ୨୩ ବର୍ଷୀୟ ଅଭିଷେକ ଶର୍ମା, ଧ୍ରୁବ ଜୁରେଲ, ରିଆନ ପରାଗ, ତୁଷାର ଦେଶପାଣ୍ଡେ ଓ ହର୍ଷିତ ରାଣା ଅନ୍ୟତମ। ଭାରତୀୟ ଦଳର ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଏବେ ଅବସର ନେଇଯାଇଛନ୍ତି। ତାଙ୍କ ସ୍ଥାନରେ ନ୍ୟାଶନାଲ କ୍ରିକେଟ ଏକାଡେମୀର ଅଧ୍ୟକ୍ଷ ଭିଭିଏସ୍‌ ଲକ୍ଷ୍ମଣଙ୍କୁ ଦଳର ପ୍ରଶିକ୍ଷକ ମନୋନୀତ କରାଯାଇଛି।

ଭାରତ ଏବେ ଟି-୨୦ରେ ବିଶ୍ୱଚାମ୍ପିଅନ ହୋଇଥିଲାବେଳେ ଜିମ୍ବାୱେ ଏହି ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିପାରି ନ ଥିଲା। ଏହା ମଧ୍ୟରେ ଭାରତର ୩ଜଣ ବରିଷ୍ଠ ଖେଳାଳି ଅବସର ନେଇଥିଲାବେଳେ ଏହି ଦଳରୁ ଆଉ ୩ଜଣ ଖେଳାଳି ସେମାନଙ୍କ ସ୍ଥାନ ପୂରଣ କରିବା ଲାଗି ଦାବି ଉପସ୍ଥାପନ କରିବେ। ଅନ୍ୟ ପକ୍ଷରେ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ପରବର୍ତ୍ତୀ ବିଶ୍ୱକପ୍‌ ଲାଗି ଏହି ଟୁର୍‌ରୁ ଭାରତ ପ୍ରସ୍ତୁତି ଆରମ୍ଭ କରିବ। ଯୁବ ଖେଳାଳିଙ୍କର ନେତୃତ୍ୱ ନେଇ ଗିଲ ଏକ ନୂଆ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି। ବ୍ୟାଟ୍ସମ୍ୟାନ ଗିଲ ଏହି ସିରିଜ୍‌ରେ ବିଶେଷ ଅସୁବିଧାର ସମ୍ମୁଖୀନ ହେବେ ନାହିଁ। କିନ୍ତୁ ଅଧିନାୟକ ଗିଲଙ୍କ ଲାଗି ଏହି ସିରିଜ୍‌ ଅଗ୍ନିପରୀକ୍ଷା ସଦୃଶ। ଏଥିରେ ସେ କେତେଦୂର ସଫଳ ହେଉଛନ୍ତି ତାହା ଦେଖିବାକୁ ବାକି ରହିଛି।

ଜିମ୍ବାୱେ ଦଳରୁ ବରିଷ୍ଠଙ୍କୁ ବାଦ୍‌

ବାଂଲାଦେଶଠାରୁ ୧-୪ ବ୍ୟବଧାନରେ ଟି-୨୦ ସିରିଜ୍‌ ହାରିଥିବା ଜିମ୍ବାୱେ ଦଳରୁ ଦୁଇ ବରିଷ୍ଠ ଖେଳାଳି କ୍ରେଗ୍‌ ଇର୍ଭିନ ଓ ସିନ୍‌ ୱିଲିୟମ୍ସଙ୍କୁ ବାଦ୍‌ ଦିଆଯାଇଛି। ଦଳ ମଧ୍ୟ ଉଗାଣ୍ଡା ଓ ନାମିବ୍ୟାକୁ ହଟାଇ ବିଶ୍ୱକପ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିପାରି ନାହିଁ। ଏଣୁ ଅଧିନାୟକ ସିକନ୍ଦର ରାଜାଙ୍କ ଲାଗି ଏହି ସିରିଜ୍‌ ବେଶ ଗୁରୁତ୍ୱପୂର୍ଣ୍ଣ। କିଛି ଯୁବ ଖେଳାଳିଙ୍କୁ ଦଳରେ ନିଆଯାଇଥିଲାବେଳେ ଆଉ କିଛି ଖେଳାଳି ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଭଳି ସ୍ଥିତିରେ ରାଜା କିପରି ଦଳର ମଙ୍ଗ ଧରିବେ ତାହାକୁ ନେଇ ଅନେକ ସନ୍ଦିହାନ। ଭାରତରେ ଯୁବ ଖେଳାଳି ଥିଲେ ମଧ୍ୟ ଏମାନେ ଆଇପିଏଲ୍‌ ଖେଳି ନିଜର ଦକ୍ଷତା ପ୍ରତିପାଦିତ କରିସାରିଛନ୍ତି। ଏଣୁ ମ୍ୟାଚ୍‌ ଜିତିବା ଲାଗି ଭାରତ ଉପରେ ଅଧିକ ଚାପ ପଡ଼ି ନ ପାରେ, କିନ୍ତୁ ନଜରରେ ଗିଲ ରହିବେ। ସେହିପରି ପାକିସ୍ତାନ ବଂଶୋଦ୍ଭବ ୨୫ ବର୍ଷୀୟ ଅଲରାଉଣ୍ଡର ଅନ୍ତୁମ ନକ୍‌ଭିଙ୍କୁ ଜିମ୍ବାୱେ ନାଗରିକତ୍ୱ ମିଳିବା ପରେ ତାଙ୍କୁ ପ୍ରଥମଥର ଦଳରେ ନିଆଯାଇଛି। ତାଙ୍କ ସଫଳତା ଜିମ୍ବାୱେକୁ ଫାଇଦାରେ ରଖିବ। ନକ୍‌ଭି ପ୍ରଥମ ଶ୍ରେଣୀ କ୍ରିକେଟରେ ସର୍ବାଧିକ ସ୍କୋର ଅପରାଜିତ ୩୦୦ ରନ୍‌ କରି ନଜରରେ ରହିଛନ୍ତି। ଘରୋଇ କ୍ରିକେଟରେ ସେ ୭୩.୪୨ ହାରରେ ରନ୍‌ ସଂଗ୍ରହ କରି ବେଶ ଚର୍ଚ୍ଚାରେ ରହିଛନ୍ତି।

ଏହି ସିରିଜ୍‌ର ସମସ୍ତ ମ୍ୟାଚ୍‌ ହରାରେ ସ୍ଥିତ ସ୍ପୋର୍ଟ୍ସ କ୍ଲବ୍‌ରେ ଖେଳାଯିବ। ମ୍ୟାଚ୍‌ ଗୁଡିକ ଜୁଲାଇ ୫, ୬, ୧୦, ୧୩ ଓ ୧୪ରେ ଅନୁଷ୍ଠିତ ହେବ। ଭାରତରେ ଏହି ମ୍ୟାଚ୍‌ର ସିଧା ପ୍ରସାରଣ ସୋନି ସ୍ପୋର୍ଟ୍ସ ଚ୍ୟାନେଲରେ ସିଧାସଳଖ ପ୍ରସାରଣ କରାଯିବ। ଏହା ବ୍ୟତୀତ ସୋନି ଲିଭ ଆପ୍‌ ଓ ୱେବ୍‌ସାଇଟ୍‌ରେ ମଧ୍ୟ ମ୍ୟାଚ୍‌ର ପ୍ରସାରଣ ଉପଲବ୍ଧ ହେବ।

ଖେଳାଳି ଦଳ

ଭାରତ: ଶୁବମାନ ଗିଲ୍‌ (ଅଧିନାୟକ), ଋତୁରାଜ ଗାଏକୱାଡ, ସାଇ ସୁଦର୍ଶନ, ଅଭିଷେକ ଶର୍ମା, ରିଙ୍କୁ ସିଂ, ଜିତେଶ ଶର୍ମା ଓ ଧ୍ରୁବ ଜୁରେଲ (ୱିକେଟରକ୍ଷକ), ହର୍ଷିତ ରାଣା, ରିଆନ ପରାଗ, ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, ଆଭେଷ ଖାନ୍‌, ଖଲୀଲ ଅହମ୍ମଦ୍‌, ମୁକେଶ କୁମାର ଓ ତୁଷାର ଦେଶପାଣ୍ଡେ।

(ପ୍ରଥମ ୨ଟି ମ୍ୟାଚ୍‌ ପାଇଁ) ପ୍ରଶିକ୍ଷକ: ଭିଭିଏସ୍‌ ଲକ୍ଷ୍ମଣ।

ଜିମ୍ବାୱେ : ସିକନ୍ଦର ରାଜା (ଅଧିନାୟକ), ଖରାଗ ଆକ୍ରମ, ଅନ୍ତୁମ ନକ୍‌ଭୀ, ବ୍ରିଆନ ବେନେଟ୍ଟ, ଜୋନାଥନ କ୍ୟାମ୍ପବେଲ, ତେଣ୍ଡାଇ ଚାଟରା, ଲ୍ୟୁକ ଜୋଙ୍ଗୱେ, ଇନୋସେଣ୍ଟ କାଇଆ, କ୍ଲାଇଭ୍‌ ମାଦାଣ୍ଡେ, ୱେସ୍‌ଲୀ ମାଧେଭେରେ, ଟି. ମାରୁମନି, ୱେଲିଂଟନ ମାସକାଦ୍‌ଜା, ବ୍ରାଣ୍ଡନ ମାଭୂତା, ବ୍ଲେସିଙ୍ଗ ମୁଜରବାନି, ଡିଓନ ମାୟର୍ସ, ରିଚାର୍ଡ ଏନ୍‌ଗାରଭା ଓ ମିଲଟନ ଶୁମ୍ବା।