Jagannath Rath Yatra 2024 - The Sakala
ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ; ରଥାରୁଢ଼ ହୋଇ ଭାଇଭଉଣୀଙ୍କ ସହ ଜନ୍ମବେଦୀକୁ ଯାତ୍ରା କରିବେ ମହାବାହୁ
ପୁରୀ: ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ । ଭକ୍ତଙ୍କ ଗହଳିରେ ଉଛୁଳୁଛି ଶ୍ରୀକ୍ଷେତ୍ର । ଆଜି ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଘୋଷଯାତ୍ରାରେ ଯିବେ ମହାପ୍ରଭୁ । ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯାତ୍ରା କରିବେ ଚତୁର୍ଦ୍ଧାମୂର୍ତ୍ତି ।ଏକାକାର ହେବେ ଭକ୍ତ ଓ ଭଗବାନ । ଏଥିପାଇଁ ପୂର୍ବରୁ ସିଂହଦ୍ବାର ଆଗରେ ପ୍ରସ୍ତୁତ ହୋଇ ରହିଛନ୍ତି ୩ ରଥ । ୧୩ ଦିନ ଅନବସର ପରେ ରଥ ଉପରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ ।
ବର୍ଷକ ପରେ ବଡ଼ଦାଣ୍ଡରେ ହେବ ଭକ୍ତ-ଭଗବାନଙ୍କର ଅପୂର୍ବ ମିଳନ। ଏଥିପାଇଁ ମହାବାହୁଙ୍କ ଆସିବା ବାଟକୁ ଅନାଇ ରହିଛନ୍ତି ଅଗଣିତ ଭକ୍ତ। ସ୍ବାଗତ ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି ରଥ-ପଥ-ଭକ୍ତ। ୧୯୭୧ ମସିହା ପରେ ଏଭଳି ବିରଳ ରଥଯାତ୍ରା ଅନୁଷ୍ଠିତ ହେଉଛି। ୫୩ ବର୍ଷ ପରେ ଚଳିତ ବର୍ଷ ବିରଳ ରଥଯାତ୍ରା ଦେଖିବାକୁ ଯାଉଛନ୍ତି ଭକ୍ତ। ୧୫ ଦିନ ଅଣସର ବଦଳରେ ୧୩ ଦିନ ଅଣସର ନୀତି ଥିବାରୁ ଗୋଟିଏ ଦିନରେ ଅନୁଷ୍ଠିତ ହେବ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ଦୁଇଦିନ ଧରି ଭକ୍ତ ଦେଖିବେ ରଥଯାତ୍ରା।
ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ସରକାର, ଜିଲ୍ଲା ପ୍ରଶାସନ, ପୁଲିସ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ପବିତ୍ର ଆଷାଢ ଶୁକ୍ଳ ଦ୍ୱିତୀୟାରେ ରଥାରୁଢ ହୋଇ ଚତୁର୍ଦ୍ଧାବିଗ୍ରହ ଯିବେ ଗୁଣ୍ଡିଚା ମନ୍ଦିର। ଅଣସର ପରେ ନବଦିନାତ୍ମକ ଯାତ୍ରାରେ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି ମହାବାହୁ। ଆଉ ଦାରୁଦିଅଁଙ୍କ ଆଗମନକୁ ସିଂହଦ୍ୱାରରେ ଅପକ୍ଷୋର କରି ରହିଛନ୍ତି ତିନିରଥ। ରବିବାର ଅପରାହ୍ନ ୧ଟା ୧୦ରୁ ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି ଆରମ୍ଭ ହୋଇ ଅପରାହ୍ନ ୫ଟାରେ ରଥ ଟାଣିବା ଲାଗି ନୀତି ନିର୍ଘଣ୍ଟ କରାଯାଇଛି ।
ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ବିଶ୍ୱ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ଆସନ୍ତା ରବିବାର ଦିନ ଆରମ୍ଭ ହେବାକୁ ଯାଉଛି। ଏହି ଅବସରରେ ଶ୍ରୀକ୍ଷେତ୍ର ଧାମକୁ ଶ୍ରଦ୍ଧାଳୁଙ୍କ ସୁବିଧା ଯାତାୟତ ପାଇଁ କ୍ରୁଟ୍ ପକ୍ଷରୁ ସ୍ୱତନ୍ତ୍ର ବସ୍ ସେବାର ଆରମ୍ଭ ହେବ। ୭ଟି ଆନ୍ତଃ ସହର ରୁଟ୍ ଥିବାବେଳେ ୭ ରୁ ୯ ଜୁଲାଇ ଏବଂ ୧୫ରୁ ୧୭ ଜୁଲାଇ, ୨୦୨୪ ପର୍ଯ୍ୟନ୍ତ ଏହି ସେବା ଜାରି ରହିବ । ନିୟମିତ ଭାବରେ ଏହି ରୁଟ୍ ବସ୍ ଗୁଡ଼ିକ କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, କାକଟପୁରରୁ ତାଳବଣିଆ ବସ୍ ଷ୍ଟାଣ୍ଡ୍ ପର୍ଯ୍ୟନ୍ତ ଚଳାଚଳ କରିବ । ରଥଯାତ୍ରା ସ୍ୱତନ୍ତ୍ର ବସ୍ ଏବଂ ଏହାର ସମୟ ସାରଣୀ ନିମ୍ନରେ ପ୍ରଦାନ କରାଯାଇଛି ।
ରୁଟ୍ ୫୦ ଏକ୍ସପ୍ରେସ୍‌: ଭୁବନେଶ୍ୱର ରେଳ ଷ୍ଟେସନ୍‌- ତାଳବଣିଆ ବସ୍ ଷ୍ଟାଣ୍ଡ୍‌
ରୁଟ୍ ୫୧ ଏକ୍ସପ୍ରେସ୍‌: ବରମୁଣ୍ଡା ବିଏସ୍‌ଏବିଟି – ତାଳବଣିଆ ବସ୍ ଷ୍ଟାଣ୍ଡ୍‌
ରୁଟ୍ ୫୩ ଏକ୍ସପ୍ରେସ୍ (ସଟଲ୍ ସର୍ଭିସ): ମାଳତିପାଟପୁର ବସ୍ ଷ୍ଟାଣ୍ଡ୍ – ତାଳବଣିଆ ବସ୍ ଷ୍ଟାଣ୍ଡ୍‌
ରୁଟ୍ ୫୪ ଏକ୍ସପ୍ରେସ: ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ (ଏନ୍‌ଏଲ୍‌ୟୁ) କଟକ- ତାଳବଣିଆ ବସ୍ ଷ୍ଟାଣ୍ଡ୍‌
ରୁଟ୍ ୫୬ ଏକ୍ସପ୍ରେସ: ଖୋର୍ଦ୍ଧା – ତାଳବଣିଆ ବସ୍ ଷ୍ଟାଣ୍ଡ୍ (ଭାୟା ଜଟଣୀ)
ରୁଟ୍ ୫୭ ଏକ୍ସପ୍ରେସ: ତାଳବଣିଆ ବସ୍ ଷ୍ଟାଣ୍ଡ୍ – କାକଟପୁର,ପୁରୀ (ଭାୟା ନିୟୁ ମେରାଇନ୍ ଡ଼୍ରାଇଭ୍‌, କୋଣାର୍କ)
ରୁଟ୍ ୫୮ ଏକ୍ସପ୍ରେସ: ଜଗତପୁର, କଟକ – ତାଳବଣିଆ ବସ୍ ଷ୍ଟାଣ୍ଡ୍‌
ରୁଟ୍ ୫୯ ଏକ୍ସପ୍ରେସ: ମହାନଦୀ ବିହାର, କଟକ – ତାଳବଣିଆ ବସ୍ ଷ୍ଟାଣ୍ଡ୍‌
ଶ୍ରଦ୍ଧାଳୁମାନେ ପ୍ରଭୁ ଜଗନ୍ନାଥ ଧାମକୁ ଏସି ବସ୍ ଫ୍ଲାଟ୍ ୧୦୦ ଟଙ୍କା, ନନ୍ ଏସି ୮୦ ଟଙ୍କା, ସଟଲ୍ ବସ୍ ସେବା ଫ୍ଲାଟ୍ ୨୦ ଟଙ୍କା ଟିକେଟ୍ ମୂଲ୍ୟରେ ଯାତାଯତ କରିପାରିବେ ।
ଏଇ(ଏୟାର୍‌ପୋର୍ଟ ଏକ୍ସପେସ୍‌)୧, ଏଇ୨, ୫୨, ୬୦ ଏବଂ ୬୧ ନମ୍ବର ରୁଟ୍ ଗୁଡ଼ିକରେ ୭ ରୁ ୯ ଜୁଲାଇ ଏବଂ ୧୫ରୁ ୧୭ ଜୁଲାଇ ପର୍ଯ୍ୟନ୍ତ କ୍ରୁଟ୍ ବସ୍ ସେବା ସ୍ଥଗିତ ରହିବ । କିନ୍ତୁ ୧୦ରୁ ୧୪ ତାରିଖ ମଧ୍ୟରେ ପୂର୍ବଭଳି ରୁଟ୍ ଗୁଡ଼ିକରେ ବସ୍ ଚାଲୁ ରହିବ ।
ଏହାଦ୍ୱାରା ଶ୍ରଦ୍ଧାଳୁମାନେ ସୁବିଧାରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବେ । ଯାତ୍ରୀମାନଙ୍କ ଯାତାୟତ ନିମନ୍ତେ କ୍ରୁଟ୍ ବସ୍ ନିୟମିତ ବ୍ୟବଧାନରେ ଦିନ ତମାମ ଚାଲୁ ରହିବ । ଏହି ସ୍ୱତନ୍ତ୍ର ବସ୍ ସେବା ଏବଂ ସମୟ ସୂଚୀ ବିଷୟରେ କ୍ରୁଟ୍ ସାମାଜିକ ଗଣମାଧ୍ୟମରୁ ଅଧିକ ସୂଚନା ପାଇପାରିବେ