chatisgarh - The Sakala

ଡବଲ ଇଞ୍ଜିନ୍‌, ଡବଲ ଧୋକା: ପାଣି ବନ୍ଦ କଲା ଛତିଶଗଡ଼, ଉପରମୁଣ୍ଡରେ ଛତିଶଗଡ଼ ନିର୍ମାଣ କରୁଛିି ୨୦ରୁ ଊର୍ଦ୍ଧ୍ବ ଜଳ ପ୍ରକଳ୍ପ
ସମ୍ୱଲପୁର: ମାଘ ଅଧା ହୋଇ ନାହିଁ, କଲମା ବ୍ୟାରେଜର ସବୁ ଫାଟକ ବନ୍ଦ କରିଛି ଛତିଶଗଡ଼ । ଫଳରେ ମହାନଦୀର ଜଳଧାର ସୂତା ପରି ହୋଇ ଯାଇଛି ଓ ହୀରାକୁଦକୁ ଜଳ ପ୍ରବାହ କ୍ଷୀଣ ହୋଇଛି । ଖରା ଆରମ୍ଭ ପୂର୍ବରୁ ମହାନଦୀର ଏପରି ସ୍ଥିତି ଆଗାମୀ ଦିନର ଚିତ୍ରକୁ ସ୍ପଷ୍ଟ କରି ଦେଇଛି। ଏହି ଅବସ୍ଥା ଲାଗି ରହିଲେ ଆଗାମୀ ବୈଶାଖ ଓ ଜ୍ୟେଷ୍ଠ ମାସ ବେଳକୁ କି ଅବସ୍ଥା ହେବ ତାହା କଳ୍ପନା କରି ହେଉନାହିଁ । ଏକପକ୍ଷରେ ମହାନଦୀ ଉପରମୁଣ୍ଡରେ କଲମାରେ ସବୁ ଫାଟକ ବନ୍ଦ କରି ଛତିଶଗଡ଼ ବେଆଇନ ଭାବରେ ୨୦ଟି ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ଚଳାଇଥିବା ବେଳେ ଓଡ଼ିଶାର ଡବଲ ଇଞ୍ଜିନ୍‌ ସରକାର ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରୁଛନ୍ତି। ଯାହାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଡବଲ ଇଞ୍ଜିନ୍‌ ସରକାର ଓଡ଼ିଶାକୁ ଡବଲ ଧୋକା ଦେଇଛି ବୋଲି ବିରୋଧୀମାନେ ଅଭିଯୋଗ କରିଛନ୍ତି ।

ମହାନଦୀ ପ୍ରସଙ୍ଗରେ ତତ୍‌କାଳୀନ ନବୀନ ସରକାର ବାରମ୍ବାର କେନ୍ଦ୍ର ସରକାର, ଜାତୀୟ ଜଳ ଆୟୋଗ ନିକଟରେ ଅଭିଯୋଗ କରିବା ସତ୍ତ୍ବେ ଓଡ଼ିଶା ସ୍ୱାର୍ଥକୁ ଉପେକ୍ଷା କରାଯାଇଛି। ଶେଷରେ ତତ୍‌କାଳୀନ ସରକାର ଅଦାଲତର ଦ୍ୱାରସ୍ଥ ହେବା ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଟ୍ରିବ୍ୟୁନାଲ ମଧ୍ୟ ଏ ଦିଗରେ କୌଣସି ନିଷ୍କର୍ଷ ବାହାର କରିପାରି ନାହିଁ। ବୈଠକ ପରେ ବୈଠକ ବସୁଥିଲେ ବି ଓଡ଼ିଶାର ନ୍ୟାୟସଙ୍ଗତ ଦାବି ପୂରଣ ହୋଇ ପାରିନାହିଁ। ଏହି ସମୟରେ କଲମାର ଫାଟକ ବନ୍ଦ କରି ବେଆଇନ ଭାବରେ ଛତିଶଗଡ଼ ସରକାର ୨୦ଟି ନୂଆ ଜଳ ପ୍ରକଳ୍ପ କାର୍ଯ୍ୟ ଚଳାଇଥିବା ବେଳେ ଓଡ଼ିଶାର ଡବଲ ଇଞ୍ଜିନ୍‌ ସରକାରଙ୍କ ରହସ୍ୟମୟ ନିରବତା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ରାଜ୍ୟର ହିତ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ସହ ସାଲିସ କରାଯିବ ନାହିଁ ବୋଲି ନିର୍ବାଚନ ସମୟରେ ଗର୍ଜନ କରୁଥିବା ବିଜେପି ନେତାଙ୍କ ଏବେ ରହସ୍ୟଜନକ ନିରବତା ଅବଲମ୍ବନ କରୁଛନ୍ତି।

କଲମା ବ୍ୟାରେଜର ଉପରମୁଣ୍ଡରେ ଛତିଶଗଡ଼ ବେଆଇନ ଭାବରେ ଆରମ୍ଭ କରିଥିବା ୨୦ଟି ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ କେତେକ ପ୍ରକଳ୍ପ ପ୍ରାୟ ଶେଷ ହେବାକୁ ବସିଛି, ଆଉ କିଛି ପ୍ରକଳ୍ପ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି। କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନ ଆଧାରରେ ୭୦୨ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି କାମ କରାଯାଉଥିବା ସୂଚନା ମିଳିଛି। ଏଥିପାଇଁ ବଡ ବଡ ଇନଟାକ ୱେଲ୍‌ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ଚାଲିଛି। ଯାହା ଓଡିଶାକୁ କଲମାରୁ ଆସିବାକୁ ଥିବା ପାଣିରୁ ପାଣି ଶୋଷିବେ। ଏଥିରେ ଜାଞ୍ଜଗିର- ଚାମ୍ପା ସମେତ ସାରଙ୍ଗଗଡ ଜିଲ୍ଲାର ୫୦୦ରୁ ଊର୍ଦ୍ଧ୍ବ ଗ୍ରାମକୁ ଜଳ ଯୋଗାଣ ହେବ। ପ୍ରକଳ୍ପ କାର୍ଯ୍ୟ ପାଇଁ ବର୍ତ୍ତମାନ କଲମାର ସମସ୍ତ ଗେଟ ବନ୍ଦ ରଖାଯାଇଛି।

ବୁର୍ଲା ଓ ଚିପିଲିମା ଜଳ ବିଦ୍ୟୁତ୍‌ କେନ୍ଦ୍ରକୁ କାର୍ଯ୍ୟକ୍ଷମ ପାଇଁ ୫୦୦୦୦ କ୍ୟୁସେକ୍‌ ଜଳ ଆବଶ୍ୟକ ଥିବାବେଳେ ବର୍ତ୍ତମାନ ହୀରାକୁଦକୁ ମାତ୍ର ୩୭୮ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି। ଫଳରେ ପାୱାର ଚ୍ୟାନେଲ୍‌କୁ ହୀରାକୁଦ କର୍ତ୍ତୃପକ୍ଷ ମାତ୍ର ୩୬୪୫ କ୍ୟୁସେକ୍‌ ଜଳ ଛାଡ଼ୁଛନ୍ତି। ୫୦୦୦୦ କ୍ୟୁସେକ୍‌ ବଦଳରେ ୩୬୪୫ କ୍ୟୁସେକ୍‌ ଜଳ ଛାଡ଼ିବା ଦ୍ୱାରା ଜଳ ବିଦ୍ୟୁତ୍‌ ଉତ୍ପାଦନ ବ୍ୟାହତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ପାଣି ଉପରମୁଣ୍ଡରୁ ନ ଆସିବା ଫଳରେ ପାୱାର ଚ୍ୟାନେଲ୍‌କୁ ଛଡ଼ାଯାଇ ପାରୁନାହିଁ। ଏହି ପରିପ୍ରେକ୍ଷୀରେ ନିର୍ମାଣାଧୀନ ୨୦ଟି ଜଳ ପ୍ରକଳ୍ପ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ବର୍ଷାଦିନ ବ୍ୟତୀତ ଅନ୍ୟ ସମୟରେ ଓଡ଼ିଶାକୁ ପାଣି ମୁନ୍ଦାଏ ବି ଆସିବ ନାହିଁ ବୋଲି ସ୍ପଷ୍ଟ ହୋଇଛି।

ପୂର୍ବରୁ ଛତିଶଗଡରେ ବିଜେପିର ରମଣ ସିଂ ସରକାର ଶିଳ୍ପ ସଂସ୍ଥାକୁ ଜଳ ଯୋଗାଣ ନିମନ୍ତେ ମହାନଦୀ ଉପରମୁଣ୍ଡରେ ଅନେକଗୁଡ଼ିଏ ବ୍ୟାରେଜ୍‌ ନିର୍ମାଣ କରିଥିଲେ। ଯାହା ଦ୍ୱାରା ମହାନଦୀକୁ ଜଳ ପ୍ରବାହ ହ୍ରାସ ପାଇଥିଲା। ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଓଡିଶା ସରକାର ଏହାର ତୀବ୍ର ବିରୋଧ କରିବା ଫଳରେ କଥା କେନ୍ଦ୍ର ପାଖରେ ପହଞ୍ଚିଥିଲା। ମାତ୍ର ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଏ କ୍ଷେତ୍ରରେ ପ୍ରାୟ ନିରବ ରହିିଥିଲେ। ଟ୍ରିବ୍ୟୁନାଲ ଗଠନ ପରେ ମଧ୍ୟ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ବିଶେଷ ପରିବର୍ତ୍ତନ ହୋଇଥିବା ମନେ ହେଉନାହିଁ, ଯାହା ଫଳରେ ଓଡ଼ିଶାର ସ୍ୱାର୍ଥ ହାନି ହୋଇଛି ଓ ମହାନଦୀ କ୍ରମଶଃ ମୃତ ନଦୀରେ ପରିଣତ ହେବା ଆଶଙ୍କା ସୃଷ୍ଟି ହୋଇଛି।

ଓଡିଶାରେ ଡବଲ ଇଞ୍ଜିନ ସରକାର ହେଲେ ମହାନଦୀ ପାଣିକୁ କେହି ଅଟକାଇ ପାରିବେ ନାହିଁ ବୋଲି ବିଜେପି ନେତାମାନେ କହୁଥିଲେ। ମାତ୍ର ଏବେ ଓଡିଶା, ଛତିଶଗଡ଼ ଓ କେନ୍ଦ୍ରକୁ ମିଶାଇଲେ ଟ୍ରିପଲ ଇଞ୍ଜିନ ସରକାର ଚାଲିଛି। ବିଡ଼ମ୍ବନା ହେଉଛି ଓଡିଶା ଓ କେନ୍ଦ୍ରରେ ଡବଲ ଇଞ୍ଜିନ ସରକାର କଲମା ବ୍ୟାରେଜ ଓ ବର୍ତ୍ତମାନ ୨୦ଟି ଜଳ ଯୋଗାଣ ପ୍ରକଳ୍ପ ଆକାରରେ ଦେଇଛନ୍ତି ଡ଼ବଲ ଧୋକ୍କା। ଯାହା ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ବିଡ଼ମ୍ବନା ହେଉଛି ଓଡ଼ିଶାକୁ ଡ଼ବଲ ଇଞ୍ଜିନ୍‌ ଦଳର ୨୦ ସାଂସଦ ଦିଲ୍ଲୀରେ ଏଥିନେଇ ତୁଣ୍ଡ ଖୋଲୁ ନାହାନ୍ତି। ଯାହା ପରୋକ୍ଷରେ ଛତିଶଗଡ଼ ପାଇଁ ଆଶୀର୍ବାଦ ପାଲଟିଛି। କଲମା ନିକଟରେ ନିର୍ମାଣାଧୀନ ୨୦ ପ୍ରକଳ୍ପ ଶେଷ ପରେ ହୀରାକୁଦ ଜଳଭଣ୍ଡାର ହୁଏତ ଇତିହାସ ହୋଇଯିବ ଓ ମହାନଦୀ ଏକ ମୃତ ନଦୀରେ ପରିଣତ ହୋଇଯିବ ବୋଲି ପରିବେଶବିତ୍‌ମାନେ ଆଶଙ୍କା ପ୍ରକାଶ କରିଛନ୍ତି ।

ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଏନକାଉଣ୍ଟରରେ ନିପାତ ହେଲେ ୭ ନକ୍ସଲ
ନୂଆଦିଲ୍ଲୀ: ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। ଏନକାଉଣ୍ଟରରେ ୭ ନକ୍ସଲ ନିପାତ ହୋଇଛନ୍ତି । ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଦୀର୍ଘସମୟ ଧରି ହୋଇଥିବା ଗୁଳିବିନିମୟରେ ପୁଲିସକୁ ସଫଳତା ମିଳିଛି।

ସୂଚନା ଅନୁଯାୟୀ, ଛତିଶଗଡ଼ର ଦନ୍ତେୱାଡ଼ା ଏବଂ ନାରାୟଣପୁର ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ନିହତ ହୋଇଥିବା ସମସ୍ତ ନକ୍ସଲଙ୍କ ମୃତଦେହ ଜବତ କରାଯାଇଛି। ଏଥିସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ଛତିଶଗଡ଼ର ଆଉ ଏକ ଭୟଙ୍କର ଷଡ଼ଯନ୍ତ୍ର: ବିପଦରେ ହୀରାକୁଦ, ଛତିଶଗଡ଼ର ଦାଦାଗିରିକୁ ବୁଦ୍ଧିଜୀବୀଙ୍କ ନାପସନ୍ଦ
ଭୁବନେଶ୍ବର: ମହାନଦୀକୁ ନେଇ ଛତିଶଗଡ଼ର ଆଉ ଏକ ଭୟଙ୍କର ଖେଳ। ଉପରମୁଣ୍ଡରେ କଲମା ବ୍ୟାରେଜକୁ ଲାଗି ଆରମ୍ଭ କରିଛି ୨୦ରୁ ଅଧିକ ଜଳ ଯୋଗାଣ ପ୍ରକଳ୍ପ । ଯାହା ଓଡିଶାର ଜନ ଜୀବନ ମହାନଦୀ ଉପରେ ସୃଷ୍ଟଇ କରିବାକୁ ଯାଉଛି ଘୋର ବିପଦ । ମହାନଦୀ ଉପରେ ଓଡ଼ିଶାର ବି ଅଧିକାର ରହିଛି । ମହାନଦୀ ମାମଲା ଟ୍ରିବୁନାଲରେ ଚାଲିଛି । ହେଲେ ଏଥିପ୍ରତି ଛତିଶଗଡ଼ର ନାହିଁ ଖାତିର । ଉପରମୁଣ୍ଡରେ ଛତିଶଗଡ଼ର ଏପରି ଦାଦାଗିରିକୁ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି ।

ସାମ୍ନାକୁ ଆସିଲା ଛତିଶଗଡ଼ର ଆଉ ଏକ ଭୟଙ୍କର ଖେଳ । ଉପର ମୁଣ୍ଡରେ ୭୦୦ କୋଟି ଟଙ୍କାରେ ନିର୍ମାଣ ଚାଲିଛି ୨୦ରୁ ଅଧିକ ମେଗା ଜଳ ପ୍ରକଳ୍ପ । ସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଘନେଇ ଆସିବ ହୀରାକୁଦ ପ୍ରତି ବିପଦ । ଅଣମୌସୁମୀ ସମୟରେ ଶୁଖିଯିବ ହୀରାକୁଦ । ପ୍ରଭାବିତ ହେବ ଜଳସେଚନ, ପାନୀୟ ଜଳ ପ୍ରକଳ୍ପ ଓ ଚାଷ । ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ବିଚାରାଧୀନ ଥିବା ବେଳେ ଛତିଶଗଡ଼ର ମନମୁଖି କାର୍ଯ୍ୟଧାରାକୁ ନେଇ ସବୁଠି ଅସନ୍ତୋଷ । ଝାରୁସୁଗୁଡ଼ାରେ ଓଡ଼ିଶାକୁ ଲାଗି ମହାନଦୀର ଉପରେ ଥିବା କଲମା ବ୍ୟାରେଜ ପାଖରେ ଜଳ ଜୀବନ ମିଶନ ଅଧୀନରେ ୨୦ରୁ ଅଧିକ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ଚାଲିଛି । ପଡ଼ୋଶୀ ଛତିଶଗଡ଼ର ଏପରି ଦାଦାଗିରିକୁ ସ୍ଥାନୀୟ ବାସିନ୍ଦା ନିନ୍ଦା କରିଥିବା ବେଳେ ଆପୋସ ସମାଧାନ ପାଇଁ ଉଭୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

୨୦୧୬ ପରେ ମହାନଦୀ ଉପରେ ଛତିଶଗଡ଼ ୧୨ରୁ ଅଧିକ ବ୍ୟାରେଜ କରିବା ବିଷୟ ସାମ୍ନାକୁ ଆସିବା ପରେ ଆରମ୍ଭ ହୋଇଥିଲା ବିବାଦ । ଆପୋସ ବୁଝାମଣା ନହେବାରୁ ମାମଲା ଯାଇଥିଲା କୋର୍ଟକୁ । ୨୦୧୮ରୁ ଟ୍ରିବ୍ୟୁନାଲରେ ମାମଲାର ବିଚାର ଚାଲିଥିଲେ ମଧ୍ୟ ଏଯାଏଁ କିଛି ବାଟ ବାହାରିନାହିଁ । ଏଭଳି ସ୍ଥିତିରେ ଛତିଶଗଡ଼ର ଏକପାଖିଆ ନିଷ୍ପତ୍ତିକୁ ବୁଦ୍ଧିଜୀବୀ ଓ ବିଶେଷଜ୍ଞ ସହଜରେ ଗ୍ରହଣ କରିପାରୁନାହାନ୍ତି । ପାନୀୟ ଜଳ ପ୍ରକଳ୍ପ ବାହାନାରେ ମହାନଦୀ ପାଣିକୁ ନିଜ କବଜାରେ ଛତିଶଗଡ଼ ରଖିବାକୁ ଚାହୁଁଥିବାରୁ ସମସ୍ୟା ବଢି ଚାଲିଛି । ଝାରସୁଗୁଡ଼ାରୁ ଜଗତସିଂହପୁର ଯାଏଁ ମହାନଦୀ କୂଳରେ ଥିବା ପ୍ରାୟ ୧୬ଟି ଜିଲ୍ଲାର ଲୋକେ ଭୀଷଣ ପ୍ରଭାବିତ ହେବେ । କେନ୍ଦ୍ର-ଛତିଶଗଡ଼-ଓଡ଼ିଶାରେ ବିଜେପିର ଟ୍ରିପଲ ଇଞ୍ଜିନ ସରକାର ଥିବାରୁ ସମସ୍ତେ ମିଳିମିଶି ମହାନଦୀ ବିବାଦର ସମାଧାନ ପାଇଁ ବାଟ ବାହାର କରିବାକୁ ବିଶେଷଜ୍ଞ ମତ ରଖିଛନ୍ତି ।

୨୦୧୮ରୁ ଆନ୍ତଃରାଜ୍ୟ ନଦୀ ବିବାଦର ସମାଧାନ ପାଇଁ ମହାନଦୀ ଟ୍ରିବ୍ୟୁନାଲ କାମ କରୁଥିଲେ ମଧ୍ୟ କେହି ଏଥିରେ ଅଧ୍ୟକ୍ଷ ନଥିବାରୁ ଏହା ସ୍ଥାଣୁ ହୋଇଛି । କୋର୍ଟଙ୍କ ଅନୁମତି ନେଇ କେନ୍ଦ୍ର ସରକାରଙ୍କ ନେତୃତ୍ବରେ ଉଭୟ ରାଜ୍ୟ ମହାନଦୀ ଜଳ ବଣ୍ଟନକୁ ନେଇ ପୁଣି ଥରେ ଆଲୋଚନା କରିବାର ସମୟ ଆସିଛି ।

ସିଡବ୍ଲ୍ୟୁସି ନିୟମକୁ ବେଖାତିର: ପାଣି ଛାଡୁନିି ଛତିଶଗଡ଼, ଆଷାଢ଼ରେ ଶୁଖିଲା ପଡ଼ିଛି ମହାନଦୀ
ଝାରସୁଗୁଡା଼: ସରକାର ବଦଳିଲା; ଛତିଶଗଡ଼ ସହ କେନ୍ଦ୍ର ଓ ଓଡ଼ିଶାରେ ବିଜେପି ସରକାର ଗଢ଼ିଲା। ହେଲେ ମହାନଦୀ ଭାଗ୍ୟ ବଦଳିଲା ନାହିଁ। ଏବେ ଆଷାଢ଼ ମାସରେ ବି ମହାନଦୀରେ ପାଣିମୁନ୍ଦେ ନାହିଁ। ଓଡ଼ିଶା-ଛତିଶଗଡ଼ର ସୀମାନ୍ତ ସୁଖାସୋଡ଼ା ଶୁଖିଲା ପଡ଼ିଛି। ଛତିଶଗଡ଼ ପାଣି ଛାଡୁ ନ ଥିବାରୁ ସୁଖାସୋଡ଼ା ଦେଇ ପ୍ରବାହିତ ମହାନଦୀରେ ବର୍ଷା ଦିନେ ବି ବାଲି ଆଉ ବାଲି। ଜୁଲାଇ ପହିଲାରେ ହୀରାକୁଦ ଜଳଭଣ୍ଡାରରେ ଯେତିକି ପାଣି ସଂରକ୍ଷିତ ରହିବା କଥା ତାହାନାହିଁ। କେନ୍ଦ୍ରୀୟ ଜଳ କମିଶନର ନିର୍ଦ୍ଦେଶ ଅନୁସାରେ ଅଣ ମୌସୁମୀ ସମୟରେ କଲମା ବ୍ୟାରେଜର ଅନ୍ୟୂନ ୨ରୁ ୫ଟି ଫାଟକ ଖୋଲିବାକୁ ଛତିଶଗଡ଼ ବାଧ୍ୟ; ସେହିପରି ମୌସୁମୀରେ ସବୁ ଫାଟକ ଖୋଲାଯିବାକୁ ନିୟମ ରହିଛି। ମାତ୍ର ନିୟମକୁ ଛତିଶଗଡ଼ ଆଖି ବୁଜି ଦେଇଛି। ଓଡ଼ିଶା ସରକାର ଏ ସମ୍ପର୍କରେ ସମ୍ପୂର୍ଣ୍ଣ ନିରବ, କେନ୍ଦ୍ର ସରକାର ଆଖିମୁଦି ବସିଛନ୍ତି। ଜୁଲୁମ ସହୁଛି ମହାନଦୀ ଓ ଓଡ଼ିଶାରେ ଏହାର ତଟବର୍ତ୍ତୀ ଅଞ୍ଚଳ ଅଧିବାସୀ।

ଏବେ ଓଡ଼ିଶା, ଛତିଶଗଡ଼ ଓ କେନ୍ଦ୍ରକୁ ମିଶାଇ ଟ୍ରିପଲ ଇଞ୍ଜିନ୍‌ ସରକାର ଚାଲିିଛି। ମହାନଦୀ ଜଳ ବିବାଦର ସମାଧାନ କରିବାକୁ ଓଡ଼ିଶାର ଜନସାଧାରଣ ଦାବି କରିଛନ୍ତି। ମାତ୍ର କେନ୍ଦ୍ରୀୟ ଜଳ କମିଶନଙ୍କ ଦ୍ୱାରା ନିର୍ଦ୍ଧାରିତ ନିୟମକୁ ଛତିଶଗଡ଼ ସରକାର ଉଲ୍ଲଂଘନ କରି ପୂରା ଗେଟ୍‌ ନ ଖୋଲି ଆଂଶିକ ଭାବେ ଉପରକୁ ମାତ୍ର ଏକ ଫୁଟ୍‌ ଖୋଲିଥିବାରୁ ହୀରାକୁଦକୁ ଯଥେଷ୍ଟ ପାଣି ଆସିପାରୁନାହିଁ। ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀଙ୍କ ସୂଚନା ଅନୁସାରେ ହୀରାକୁଦର ଜଳସ୍ତର ଏବେ ୬୦୦.୦୨ ଫୁଟ୍‌ ରହିଛି। ଏହି ସମୟରେ ଗତ ବର୍ଷ ହୀରାକୁଦର ଜଳସ୍ତର ଥିଲା ୬୦୭.୫୨ ଫୁଟ । ଅର୍ଥାତ ଗତ ବର୍ଷଠାରୁ ଏ ବର୍ଷ ପ୍ରାୟ ୭ ଫୁଟ କମ୍‌ ପାଣି ଅଛି। ବିଶେଷ ଭାବରେ କଲମା ବ୍ୟାରେଜରୁ କେବଳ ଆଂଶିକ ଭାବରେ ଛତିଶଗଡ଼ ସରକାର ପାଣି ଛାଡୁଥିବାରୁ ଏବେ ସୁଖାସୋଡ଼ା ଶୁଖିଲା ରହିଥିବା ବେଳେ ହୀରାକୁଦ ଜଳଭଣ୍ଡାର ସ୍ତର ମଧ୍ୟ ନୈରାଶ୍ୟଜନକ। ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ନିର୍ମାଣ କରିଥିବା ୬ଟି ବ୍ୟାରେଜକୁ ନେଇ ଅତୀତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାଧିକବାର ପ୍ରତିବାଦ କରି ଆସିଛନ୍ତି। ୨୦୧୮ ମେ ୧୭ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏବର ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ମହାନଦୀର ପ୍ରବେଶପଥ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ସୁଖାସୋଢ଼ାରେ ମହାନଦୀ ସୁରକ୍ଷା ଯାତ୍ରା ଶୁଭାରମ୍ଭ କରିଥିଲେ। ଏହି ମାମଲା ଏବେ ଟ୍ରିବ୍ୟୁନାଲରେ ବିଚାରାଧିନ ରହିଥିବାରୁ ଏହାକୁ ନେଇ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ହୁଏତ କିଛି ମତ ଦେଇନାହାନ୍ତି। କିନ୍ତୁ ରାଜ୍ୟବାସୀଙ୍କ ସ୍ୱାର୍ଥର୍ ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ନିରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ମହାନଦୀ ଓ ଏହାର ଉପନଦୀମାନଙ୍କରେ ଛତିଶଗଡ଼ ସରକାର ଶହଶହ ପ୍ରକଳ୍ପ ନିର୍ମାଣ କରିଛନ୍ତି ଏବଂ ଏହାମଧ୍ୟରେ ରହିଛି ୯ଟି ବଡ଼ ବ୍ୟାରେଜ୍‌। ସାରାଡ଼ିହି ବ୍ୟାରେଜ୍‌, ଶିବରିନାରାୟଣ ବ୍ୟାରେଜ, ବସନ୍ତପୁର ବ୍ୟାରେଜ୍‌, ମିରୋନୀ ବ୍ୟାରେଜ୍‌, କଲମା ବ୍ୟାରେଜ, ସମୋଡ଼ା ବ୍ୟାରେଜ, ଛିଚ୍‌ପୋଲ ବ୍ୟାରେଜ, ମହାନଦୀର ଉପନଦୀ ହଁସଦେଓ ନଦୀରେ କୁଦାରୀ ବ୍ୟାରେଜ ଓ କୁଦୁରମାଲ ଆନ୍ନିକଟର ସମସ୍ତ ପାଣିକୁ ଶିଳ୍ପ ସଂସ୍ଥାମାନଙ୍କ ହାତରେ ଟେକି ଦେବାକୁ ଛତିଶଗଡ଼ ସରକାର ଚୁକ୍ତି କରିସାରିଛନ୍ତି। ଛତିଶଗଡ଼ ଜଳସଂପଦ ବିଭାଗ ପକ୍ଷରୁ ଗତ ୨୦୧୨ ଏପ୍ରିଲ ୩ରେ ମେମୋ ନଂ ୨୩୧୫ ଜରିଆରେ କେନ୍ଦ୍ରୀୟ ଜଳସେଚନ ଓ ବିଦ୍ୟୁତ ବୋଡର଼୍ ନୂଆଦିଲ୍ଲୀର ସଚିବ ଭିକେ କାଞ୍ଜଲିଆଙ୍କୁ ଏକ ତଥ୍ୟ ଦିଆଯାଇଥିଲଶ। ଏହି ତଥ୍ୟ ଅନୁସାରେ ସମସ୍ତ ବ୍ୟାରେଜ ଓ ଡ୍ୟାମରୁ ପାନୀୟ ଜଳ ବାବଦକୁ ୩୧୫.୭୦ ମେଟ୍ରିକ ଘନ ମିଟର ଛତିଶଗଡ଼ର ୧୧ଟି ସହରକୁ ଯୋଗାଇବା ସହିତ ବିଭିନ୍ନ ଜଳ ବିଦ୍ୟୁତ କେନ୍ଦ୍ର ଯଥା ମିନିମାତା ବାଙ୍ଗୋ ଜଳ ଭଣ୍ଡାରରୁ ୧୨୦ ମେଗାୱାଟ, ରବିଶଙ୍କର ଡ୍ୟାମରୁ ୧୦ ମେଗାୱାଟ ଓ ଶିକାଶର ବିଦ୍ୟୁତ ପ୍ରକଳ୍ପରୁ ୭ ମେଗାୱାଟ ବିଦ୍ୟୁତ ଉତ୍ପାଦନ ଚାଲିଛି।

ସେହିପରି ଶିଳ୍ପ ସଂସ୍ଥାମାନଙ୍କୁ ୨୭୬୪ ମେଟ୍ରିକ କ୍ୟୁବିକ ମିଟର ପାଣି ଆବଣ୍ଟନ କରଯାଇଛି। ଏହି ଶିଳ୍ପମାନଙ୍କୁ ଛତିଶଗଡ଼ ସରକାର ପାଣି ବିକ୍ରି କରି ୮୧୦ କୋଟି ଟଙ୍କା ରାଜସ୍ୱ ଆଦାୟ ମଧ୍ୟ କରିଛନ୍ତି। ଛତିଶଗଡ଼ ଯୋଜନା ଆୟୋଗର ୧୫ ବର୍ଷିଆ ଯୋଜନା ଅନୁସାରେ ୨୦୨୨-୨୩ ଠାରୁ ୨୦୨୩-୨୪ ବର୍ଷରେ ୩ ଲକ୍ଷ ୩୦ ହଜାର ହେକ୍ଟର ଚାଷ ଜମିକୁ ଛତିଶଗଡ଼ ସରକାର ଜଳସେଚନ କରିବାକୁ ଯୋଜନା ରଖିଛି।

ପୁନଶ୍ଚ କଲମା, ସାରାଡ଼ିହି, ଶିବିରିନାରାୟଣ, ବସନ୍ତପୁର, ମିରୋନି ଓ ସମୋଡ଼ା ତେବେ ଏହି ବ୍ୟାରେଜମାନଙ୍କୁ ବିଭିନ୍ନ ଶିଳ୍ପ ସଂସ୍ଥାକୁ ୯୮୮ ଏମସିଏମ ପାଣି ଛତିଶଗଡ଼ ଯୋଗାଇଦେବ। ଛତିଶଗଡ଼ ସରକାର କେନ୍ଦ୍ର ଜଳ ଆୟୋଗ ଅଧିନରେ ଥିବା କେନ୍ଦ୍ରୀୟ ଜଳସେଚନ ଓ ବିଦ୍ୟୁତ ବୋଡର଼୍କୁ ଦେଇଥିବା ରିପୋର୍ଟ ଅନୁସାରେ ଛତିଶଗଡ଼ ଜଳସେଚନ ପାଇଁ (ଇରିଗେସନ୍‌ ପୋଟାନସିଏଲ୍‌)୧,୩୨୮ ନିୟୁତ ହେକ୍ଟର ସୃଷ୍ଟି କରିବାକୁ ନିଷ୍ପତ୍ତିି ନେଇଛି। କେବଳ ଉକ୍ତ ବ୍ୟାରେଜମାନଙ୍କରୁ ଗତ ୨୦୧୯ ରୁ ୨୦୨୪ ପାଞ୍ଚ ବର୍ଷୀୟ ଯୋଜନା ଅନୁସାରେ ୪,୮୧,୦୦୦ ହେକ୍ଟର ଅଞ୍ଚଳ ଜଳସେଚନ ୨୦୨୪ ରୁ ୨୦୨୯ ପାଞ୍ଚବର୍ଷୀୟ ଯୋଜନା ଅନୁସାରେ ଆଉ ୩,୩୦,୦୦୦ ହେକ୍ଟର ଅଞ୍ଚଳ ଜଳସେଚନ କରିବାକୁ ଯୋଜନା କରିଛି। ଛତିଶଗଡ଼ ସରକାର ୮୯୮ଟି ଆନ୍ନିକଟ ମହାନଦୀ ଅବବାହିକାରେ ନିର୍ମାଣ କରିବାକୁ କେନ୍ଦ୍ର ଜଳ ଆୟୋଗ ପାଖରେ ଆବେଦନ କରିସାରିଥିବା ବେଳେ ତନ୍ମଧ୍ୟରୁ ୧୫୪ଟି ଆନ୍ନିକଟ ନିର୍ମାଣ କରସାରିଥିବା ବେଳେ ବାକି ୧୨୯ଟି ଆନ୍ନିକଟର କାର୍ଯ୍ୟ ଯୁଦ୍ଧ ଭିତ୍ତିରେ ଚାଲୁ ରହିଛି। ଯାହାକି ୨୦୨୪ ଶେଷ ସୁଦ୍ଧା ସାରିବାର ଲକ୍ଷ୍ୟ ରଖାଯାଇଛି। ବିଡ଼ମ୍ବନା ହେଉଛି ଛତିଶଗଡ଼ର ଏହି ବ୍ୟାରେଜ ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗରେ ବିଶ୍ୱବ୍ୟାଙ୍କ ଅର୍ଥ ମଞ୍ଜୁର କରିଛି। ବିଶ୍ୱ ବ୍ୟାଙ୍କ ସମେତ କେନ୍ଦ୍ରୀୟ ଏଆଇବିପି (ତ୍ୱରାନ୍ନିତ ଲାଭ ଜଳସେଚନ ପ୍ରକଳ୍ପ) ନାବାର୍ଡର ଆରଆଇଡିଏଫ୍‌ (ଗ୍ରାମୀଣ ଅନ୍ତନିର୍ମିତ ନିଧି ଯୋଜନା) ତଥା କେନ୍ଦ୍ରର ଏଡିବି ସହାୟତାରେ ଏହି ବ୍ୟାରେଜ ସବୁ ନିର୍ମାଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଛତିଶଗଡ଼ ସରକାରଙ୍କ ଏକପାଖିଆ ନୀତି, କେନ୍ଦ୍ର ସରକାରଙ୍କ ଅଦୂରଦର୍ଶିତା ଓ ରାଜ୍ୟ ସରକାରଙ୍କ ନିରବତା ଆଗାମୀ ଦିନରେ ମହାନଦୀର ଅସ୍ତିତ୍ୱକୁ ସଙ୍କଟରେ ପକାଇଛି ।

ଛତିଶଗଡ଼ର ଚାଲାକି: ଖୋଲିଛି କଲମା, ହେଲେ ଭରୁନି ହୀରାକୁଦ
ସମ୍ବଲପୁର: ଛତିଶଗଡ଼ର ଚାଲାକି। କଲମା ଗେଟ୍ ଖୋଲିବା ନାଁରେ କରୁଛି ପ୍ରହସନ । ଗେଟ୍ ଖୋଲିଥିଲେ ବି ପ୍ରତି ଗେଟକୁ ଆଶିଂକ ଭାବେ ଖୋଲାଯାଇଛି । ଫଳରେ  ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଭରୁନି। କଲମାର ୧୭ ଗେଟ୍ ଖୋଲା ହୋଇଛି। ହେଲେ ମଧ୍ୟ ମହାନଦୀରେ ପାଣି ନାହିଁ। ଦେଢ ମିଟର ଲେଖାଏଁ ଖୋଲି ଛାଡ଼ି ଦେଇଛି ଛତିଶଗଡ଼। ଫଳରେ ଶୁଖିଲା ପଡ଼ିଛି ମହାନଦୀ। କଲମା ବ୍ୟାରେଜ୍ ଗେଟ୍ ଖୋଲିବା ପରେ ବି ବଢୁନି ହୀରାକୁଦ ଜଳଭଣ୍ଡାର ଜଳସ୍ତର। ୬୦୦ ଫୁଟରୁ ଉପରକୁ ବଢ଼ୁନି ଜଳସ୍ତର।