White tigress - The Sakala

ନନ୍ଦନକାନନ ପାଇଁ ଖୁସି ଖବର: ମାଆ ହେବାକୁ ଯାଉଛି ଧଳା ବାଘୁଣୀ ମୌସୁମୀ
ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଧଳା ବାଘୁଣୀ ମୌସୁମୀ ପ୍ରଥମଥର ମା’ ହେବାକୁ ଯାଉଛି। ସେ ଗର୍ଭଧାରଣ କରିଥିବା ବେଳେ ଆଉ ମାତ୍ର ୪୦ ଦିନ ପରେ ଶାବକ ଜନ୍ମ ଦେବ ବୋଲି ସୂଚନା ମିଳିଛି। କିନ୍ତୁ ମୌସୁମୀ ମା’ ହେବାର ସୂଚନା ମିଳିବା ପରେ କର୍ତ୍ତୃପକ୍ଷ ଯେତିକି ଖୁସି ଅଛନ୍ତି, ତା’ଠାରୁ ଦୁଇଗୁଣ ଚିନ୍ତାରେ। କାରଣ ପୂର୍ବରୁ ଦୁଇ ଦୁଇଥର ଗର୍ଭବତୀ ହୋଇ ମଧ୍ୟ ମା’ ହେବାରୁ ବଞ୍ଚିତ ହୋଇଛି ମୌସୁମୀ।

ସୂଚନାଯୋଗ୍ୟ ଯେ, ଧଳା ବାଘୁଣୀ ସେହ୍ନା ଓ ମହାବଳ ବାଘ ମନୀସର ମିଳନରୁ ୨୦୧୬ ମସିହା ଅଗଷ୍ଟ ମାସ ୫ ତାରିଖ ଦିନ ମୌସୁମୀ ଜନ୍ମ ହୋଇଥିଲା। କର୍ତ୍ତୃପକ୍ଷ ପ୍ରଥମ କରି ୨୦୨୨ ମସିହା ନଭେମ୍ୱରରେ ମୌସୁମୀ ସହ ହାଇଦ୍ରାବାଦରୁ ଆସିଥିବା ଧଳା ବାଘ ସାହିଲର ମିଳନ କରାଇଥିଲେ। ମୌସୁମୀ ଗର୍ଭବତୀ ହୋଇଥିଲା କିନ୍ତୁ ଶେଷ ସମୟରେ ପେଟରେ ଗର୍ଭ ନ ଥିଲା। ସେହିପରି ୨୦୨୩ ମସିହାରେ ମଧ୍ୟ ସାଧାରଣ ବାଘ ସେଫ୍‌‌ ସହିତ ମୌସୁମୀର ମିଳନ କରାଯାଇଥିଲେ ମଧ୍ୟ ମା’ ହେବାରୁ ବଞ୍ଚିତ ରହିଥିଲା ମୌସୁମୀ। ଚଳିତ ବର୍ଷ କର୍ତ୍ତୃପକ୍ଷ ପୁଣି ମୌସୁମୀ ସହିତ ବାଘ ରାଜେଶକୁ ମିଳନ କରାଇଥିଲେ। ସୋମବାର ଦିନ ଓୟୁଏଟିର ସ୍ୱାସ୍ଥ୍ୟ କମିଟି ଏବଂ ପ୍ରାଣୀ ଉଦ୍ୟାନ ଚିକିତ୍ସକ ମୌସୁମୀ ରହୁଥିବା ୨୨ ନମ୍ୱର ଖୁଆଡ଼କୁ ଯାଇ ମୌସୁମୀକୁ ନିଶା ଇଞ୍ଜେକସନ ଦିଆଯାଇ ଅଲଟ୍ରାସାଉଣ୍ଡ କରାଯାଇଥିଲା। ଜଣାପଡ଼ିଥିଲା ଯେ ମୌସୁମୀ ଗର୍ଭବତୀ ଅଛି ଓ ସେ ମା’ ହେବାକୁ ଯାଉଛି। ଆଉ ୪୦ ଦିନ ପରେ ସେ ଶାବକ ଜନ୍ମ ଦେବ ବୋଲି ଆଶା ବାନ୍ଧିଛନ୍ତି କର୍ତ୍ତୃପକ୍ଷ। ଏହି ଖବର ଜଣାପଡ଼ିବା ପରେ କର୍ତ୍ତୃପକ୍ଷ ମୌସୁମୀ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି। ଅନ୍ୟପଟେ ଏହି ସପ୍ତାହରେ ଜନ୍ତୁ ଅଦଳବଦଳ ପକ୍ରିୟାରେ ରାଞ୍ଚି ଚିଡ଼ିଆଖାନାରୁ କିଛି ଜୀବଜନ୍ତୁ ଆଣିବାକୁ ଯୋଜନା କରିଥିବା ବେଳେ ନନ୍ଦନକାନନରୁ ଗୋଟିଏ ଧଳା ବାଘୁଣୀ ଦେବାର ଅଛି। ତେବେ ଏହି ଧଳା ବାଘୁଣୀ ମୌସୁମୀକୁ ରାଞ୍ଚି ଚିଡ଼ିଆଖାନାକୁ ଦେବା ପାଇଁ ଯୋଜନା କରୁଥିବା ମଧ୍ୟ ଶୁଣିବାକୁ ମିଳୁଛି।