Puri RathYatra - The Sakala

ଆଜି ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଅନୁକୂଳ ହେବ ରଥକାଠ, ୩ଟି ଧଉରା କାଠ ରଖାଯାଇ ହେବ ପୂଜାର୍ଚ୍ଚନା
ପୁରୀ: ଆଜି ରଥକାଠ ଅନୁକୂଳ । ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ପାଇଁ ଆଜି ହେବ ରଥକାଠ ଅନୁକୂଳ । ୩ଟି ଧଉରା କାଠ ରଖାଯାଇ ହେବ ପୂଜାର୍ଚ୍ଚନା । ବସନ୍ତ ପଞ୍ଚମୀରେ ରହିଛି ରଥକାଠ ପୂଜା ପରମ୍ପରା । ବିଶ୍ୱ ବ୍ରହ୍ମାଣ୍ଡନାଥ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ପ୍ରସ୍ତୁତିର ଆଜି ହେଉଛି ପ୍ରଥମ ପର୍ବ । ପରମ୍ପରା ମୁତାବକ ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ଆସିଥିବା କାଠ ରଥଖଳାରେ ଆଜି ଅନୁକୁଳ ହେବ । ଏଥିଲାଗି ରଥଖଳାକୁ ପରିସ୍କାର କରାଯିବା ସହ ତିନି ରଥର ତିନୋଟି ଧଉରା କାଠକୁ ରଖାଯାଇଛି।

ଆଜି ସ୍ୱତ୍ରୀୟ ବ୍ରାହ୍ମଣ ଓ ରାଜଗୁରୁ ବନଜାଗ ପଦ୍ଧତିରେ ମନ୍ତ୍ର ଉଚ୍ଚାରଣ କରି ପୂଜା କରିବେ। ଚଳିତବର୍ଷ ରଥଯାତ୍ରା କିଭଳି ଶାନ୍ତିଶୃଙ୍ଖଳାର ସହିତ ସମାପନ ହେବ ସେନେଇ ଶ୍ରୀଜୀଉଙ୍କ ନିକଟରେ ପ୍ରାର୍ଥନା କରାଯିବ । ତେବେ ଆସନ୍ତା ରାମନବମୀ ତିଥିରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବା ସହ ଆସନ୍ତା ଅକ୍ଷୟ ତୃତୀୟା ଦିନ ରଥନିର୍ମାଣ କାର୍ଯ୍ୟ ଅନୁକୂଳ ହେବ।

ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ସିଂହଦ୍ୱାରରେ ଶ୍ରୀଜୀଉଙ୍କ ଅପେକ୍ଷାରେ ତିନିରଥ
ପୁରୀ: ଅଣସର ପରେ ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀକୁ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି ମହାବାହୁ। ପବିତ୍ର ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ରଥାରୂଢ଼ ହୋଇ ଚତୁର୍ଦ୍ଧାବିଗ୍ରହ ଯିବେ ଗୁଣ୍ଡିଚା ମନ୍ଦିର। ନୀଳକନ୍ଦରରୁ ବଡ଼ାଦାଣ୍ଡକୁ ଓହ୍ଲାଇ ଆସିବେ ନୀଳାଦ୍ରିନାଥ। ଦାରୁଦିଅଁଙ୍କ ଆଗମନକୁ ସିଂହଦ୍ୱାରରେ ଅପେକ୍ଷା କରି ରହିଛନ୍ତି ତିନିରଥ। ରଥ ଉପରେ ଶ୍ରୀଜୀଉଙ୍କୁ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଲାଗିଛି ଗହଳଚହଳ।

୫୩ ବର୍ଷ ପରେ ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ଯୋଗ ପଡ଼ିଛି । ଗୋଟିଏ ଦିନରେ ନେତ୍ର ଉତ୍ସବ, ନବଯୌବନ ଓ ଶ୍ରୀଗୁଣ୍ଡିଚା  । ଏଥିପାଇଁ ସ୍ବତନ୍ତ୍ର ନୀତିକାନ୍ତି କରାଯାଇଛି । ରାତ୍ର ୨ ଟାରୁ ଦ୍ୱାର ଫିଟାଯାଇ  ୨ ଟା ୪୦ ରେ ଦଶବତାର ଠାକୁର ବାହୁଡା଼ ବିଜେ, ୩ ଟାରେ ତାଟି ପିଠାଯାଇଥିଲା, ପ୍ରତ୍ୟୁଷ ୪ଟା ରେ ନେତ୍ରଉତ୍ସବ ବନ୍ଦାପନା, ୪ଟା ୪୫ରେ ଯାତ୍ରାଙ୍ଗୀ ମହାସ୍ନାନ କରାଯାଇଛି ।

ସକାଳ ୬ ରୁ ୭ ଟା ଗୋପାଳ ବଲ୍ଳଭ ଓ ସକାଳ ଧୂପ, ୭. ୩୦ରୁ ୧୨ ଟା ସେନାପଟା ଲାଗି, ଦିନ ୧୧ ଟାରେ ରଥ ପ୍ରତିଷ୍ଠା, ଦିନ ୧ ଟାରେ ମଙ୍ଗଳା ଅର୍ପଣ, ଗୋଟାଏ ୧୦ରେ ରେ ପହଣ୍ଡି ଆରମ୍ଭ ହୋଇ ୨ ଟା ୩୦ରେ ଶେଷ ହେବ । ୩ଟାରେ ଶ୍ରୀମଦନ ମୋହନ, ରାମକୃଷ୍ଣ ବିଜେ, ୪ ଟାରେ ଗଜପତି ମହାରାଜାଙ୍କ ଦ୍ୱାରା ଛେରାପହଁରା ପରେ ଚାରମାଳ ପିଟାହେବା ସହ ସାରଥୀ, ଘୋଡା ଲଗାଯିବ । ସନ୍ଧ୍ୟା ୫ ଟାରେ ରଥ ଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ  । ଚଳିତ ବର୍ଷ ଦୁଇଦିନ ହେବ ରଥଟଣା ।

ଅନ୍ୟପକ୍ଷରେ ମହାପ୍ରଭୁଙ୍କ ଘୋଷଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ କରିବା ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କଡ଼ା ସୁରକ୍ଷା ବଳୟରେ ରହିଛି ପୁରୀ। ଅତ୍ୟାଧୁନିକ ସିସିଟିଭି କ୍ୟାମେରା ଲାଗିଥିବାବେଳେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ସହାୟତା ନିଆଯାଇଛି। ଓଡ଼ିଶା ପୁଲିସ ଚଳିତବର୍ଷ ପ୍ରଥମଥର ଟ୍ରାଫିକ ସୁପରିଚାଳନା ନିମନ୍ତେ ପବ୍ଲିକ ଆନାଉନ୍ସମେଣ୍ଟ ଡ୍ରୋନ(ପିଏଡି)ର ସହାୟତା ନେଇଛି। ଏଥିସହ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ୧୮୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।

ସାଇବର ଠକଙ୍କ ଟାର୍ଗେଟ୍‌‌ରେ ରଥଯାତ୍ରା, ଅନ୍‌‌ଲାଇନରେ ରୁମ୍‌‌ ବୁକ୍‌‌ କଲେ ଠକାମିର ଶିକାର ହେଉଛନ୍ତି ପର୍ଯ୍ୟଟକ
ଭୁବନେଶ୍ୱର: ସାଇବର୍‌ ଠକଙ୍କ ଟାର୍ଗେଟ୍‌‌ରେ ରଥଯାତ୍ରା। ରଥଯାତ୍ରା ପାଇଁ ଏବେ ପୁରୀକୁ ଦେଶ ବିଦେଶରୁ ଲୋକଙ୍କ ସୁଅ ଛୁଟିବ। ତେଣୁ ଏହି ମୌକାରେ ଯାତ୍ରୀ ଓ ପର୍ଯ୍ୟଟକଙ୍କୁ ଠକିବା ପାଇଁ ସାଇବର୍‌ ଠକମାନେ ବଡ଼ଧରଣର ଯୋଜନା କରିଛନ୍ତି। ବିଶେଷକରି ପୁରୀରେ ଥିବା‌ ବଡ଼ବଡ଼ ହୋଟେଲ, ଲଜ୍‌ ଉପରେ ସେମା‌ନେ ଆଖି ପକାଇଛନ୍ତି। ପର୍ଯ୍ୟଟକମାନେ ପୁରୀରେ ରହିବା ପାଇଁ ଅନ୍‌ଲାଇନ୍‌ରେ ହୋଟେଲ ବୁକ୍‌ କରୁଥିବାରୁ ସାଇବର୍‌ ଠକ ଏବେ ବିଭିନ୍ନ ହୋଟେଲ ନାଁରେ ନକଲି ୱେବ୍‌ସାଇଟ୍‌ ଖୋଲି ଠକେଇ ପାଇଁ ଜାଲ ବଛାଇଛନ୍ତି। ଯିଏ ସଠିକ୍‌ ଅନୁସନ୍ଧାନ ନ କରି ହୋଟେଲ ବୁକ୍‌ କରିବେ, ସେମାନେ ଏହି ଠକଙ୍କ ଦ୍ବାରା ଶିକାର ହେବେ। କେବଳ ଗତ ୧୧ମାସରେ ଏଭଳି ୨ଶହରୁ ଅଧିକ ମାମଲା ଦେଖିବାକୁ ମିଳିଛି। ଆଗକୁ ଏଭଳି ରଥଯାତ୍ରା ଥିବାରୁ ଠକେଇ ବଢ଼ିବ। ତେଣୁ ଗତବର୍ଷ ଭଳି ଓଡ଼ିଶା ପୁଲିସ ହୋଟେଲ କର୍ମଚାରୀ ଏବଂ ପର୍ଯ୍ୟଟକଙ୍କୁ ସଚେତନ କରିଛନ୍ତି। ଏଭଳି ନକଲି ୱେବ୍‌‌ସାଇଟ୍‌‌ ହୋଟେଲ ନାମରେ ଖୋଲା ହୋଇଥିବା ଜାଣିବା ପରେ ପୁଲିସକୁ ଜଣାଇବାକୁ କୁହାଯାଇଛି।

ଅପରପକ୍ଷେ, ପର୍ଯ୍ୟଟକଙ୍କ ମଧ୍ୟ ପୁଲିସ ସଚେତନ କରିଛି। ୱେବ୍‌‌ସାଇଟ୍‌‌ରେ ରୁମ୍‌‌ ଦେଖିବା ପରେ ହୋଟେଲ କର୍ମଚାରୀଙ୍କ ସହ ଯୋଗାଯୋଗ କରିବେ। ବିନା ଯୋଗାଯୋଗରେ କୌଣସି ଅନ୍‌‌ଲାଇନ୍‌‌ ଟ୍ରାଞ୍ଜାକ୍‌‌ସନ କରିବାକୁ ପୁଲିସ ମନା କରିଛି।

ପୁରୀକୁ ପ୍ରତିଦିନ ହଜାର ହଜାର ଦର୍ଶକ ଆସୁଥିବା ସାଇବର ଠକ ପୁରୀର ଏକାଧିକ ହୋଟେଲ୍‌‌ ନାମରେ ନକଲି ୱେବ୍‌‌ସାଇଟ୍‌‌ ଖୋଲି ଠକୁଛନ୍ତି। ତେଣୁ ଏଭଳି ଠକେଇ ପୁରୀରେ ସର୍ବାଧିକ ହେବା ପରେ ଏବେ ଭୁବନେଶ୍ୱରରେ ହେଉଛି। ଏଭଳି ଠକେଇ ଅଧିକ ମାତ୍ରାରେ ହେଉଥିବାରୁ ପୁଲିସର ଚିନ୍ତା ବଢ଼ିଛି। ତେଣୁ ପୁଲିସ ଲୋକଙ୍କୁ ସଚେତନ କରିବା ସହ ନକଲି ୱେବ୍‌‌ସାଇଟ୍‌‌ ବନ୍ଦ କରିବା ପାଇଁ ପ୍ରୟାସ କରିଛି। ଏନେଇ କ୍ରାଇମ୍‌‌ବ୍ରାଞ୍ଚ ପକ୍ଷରୁ ସାଇବର ଏକ୍ସପର୍ଟ ସହ ଆଲୋଚନା କରିଛନ୍ତି। ସେମାନଙ୍କ ମତ ଅନୁସାରେ ନକଲି ୱେବ୍‌‌ସାଇଟ୍‌‌ ବନ୍ଦ କରିବା ପାଇଁ ପ୍ରୟାସ କରାଯିବ ବୋଲି ପୁଲିସ କହିଛି।