Chief Minister Mohan Yadav - The Sakala

ଋଣ ଜାଲରେ ମଧ୍ୟପ୍ରଦେଶର ମୋହନ ସରକାର, ମୁଣ୍ଡବିନ୍ଧାର କାରଣ ପାଲଟିଛି ମାଗଣା ଯୋଜନା
ଇନ୍ଦୋର: ଋଣରେ ମଧ୍ୟପ୍ରଦେଶ ସରକାର । ଋଣ ଭାରରେ ଫସିଫସି ଯାଉଛନ୍ତି ମଧ୍ୟପ୍ରଦେଶର ମୋହନ ଯାଦବ ସରକାର । ମାଗଣା ଯୋଜନା ଏହି ଋଣର କରାଣ ପାଲଟିଛି। ମଧ୍ୟପ୍ରଦେଶର ମୋହନ ଯାଦବ ସରକାର ପୂର୍ବରୁ ବହୁତ ଋଣରେ ଅଛନ୍ତି। ବର୍ତ୍ତମାନ ସରକାର ପୁଣି ଥରେ ଋଣ ନେବାକୁ ଯାଉଛନ୍ତି। ଏଥର ରାଜ୍ୟ ସରକାର ପ୍ରାୟ ୮୮  ହଜାର ୪୫୦ କୋଟି ଟଙ୍କାର ଋଣ ନେବେ। ମାଗଣା ଯୋଜନା ଚଳାଇବା ପାଇଁ ସରକାର ଏହି ବଡ଼ ଋଣ ନେଇପାରନ୍ତି ବୋଲି କୁହାଯାଉଛି। ଏହି ଋଣ କାରଣରୁ ସରକାରୀ କର୍ମଚାରୀଙ୍କ ଦରମା ବନ୍ଦ କରିପାରେ। କାରଣ ବର୍ତ୍ତମାନ ମଧ୍ୟପ୍ରଦେଶର ମୋଟ ବଜେଟର ଏକ ଅଷ୍ଟମ ଭାଗ ଋଣ ଏବଂ କିସ୍ତିରେ ଯାଉଛି। ଆଉ ଥରେ ଋଣ ନିଆଗଲେ ଏହି ପରିମାଣ ଆହୁରି ବୃଦ୍ଧି ପାଇବ।

ମୋହନ ସରକାରଙ୍କ ପାଖରେ ୩ ଲକ୍ଷ ୫୦ ହଜାର କୋଟି ଋଣ ରହିଛି। ଏହା ପରେ ପୁଣି ଥରେ ରାଜ୍ୟ ସରକାର ୮୮  ହଜାର ୪୫୦ କୋଟି ଟଙ୍କା ଋଣ ନେବାକୁ ଯାଉଛନ୍ତି। ସେଥିମଧ୍ୟରୁ ବଜାରରୁ ୭୩ ହଜାର ୫୪୦ କୋଟି ଟଙ୍କା ଏବଂ କେନ୍ଦ୍ର ସରକାରଙ୍କ ଠାରୁ ୧୫ ହାଜର କୋଟି ଟଙ୍କା ଋଣ ନିଆଯିବ। ୨୦୨୪  ମସିହା ୨୩  ଜାନୁଆରୀରେ ୨୫୦ କୋଟି ଟଙ୍କା, ୬ ଫେବ୍ରୁଆରୀରେ ୩ ହଜାର କୋଟି, ୨୦ ଫେବ୍ରୁଆରୀରେ ୫ହଜାର କୋଟି ଏବଂ ୨୭ ଫେବ୍ରୁଆରୀରେ ୫ହଜାର କୋଟି ଟଙ୍କା ଋଣ ନିଆଯାଇଛି।

ଯେତେବେଳେ ଶିବରାଜ ସିଂହ ଚୌହାନଙ୍କ ସରକାର କ୍ଷମତାରେ ଥିଲା ମଧ୍ୟପ୍ରଦେଶର ପ୍ରାୟ ୪୪ ହଜାର କୋଟି ଟଙ୍କା ଋଣ ଥିଲା । ଯାହାକି ଦିଗବିଜୟ ଶାସନ ସମୟରେ ନିଆଯାଇଥିଲା । ଶିବରାଜ ସିଂହ ଚୌହାନଙ୍କ ଶାସନ କାଳରେ ମଧ୍ୟପ୍ରଦେଶର ଋଣ ୩ ଲକ୍ଷ ୫୦ କୋଟିରେ ପହଞ୍ଚିଥିଲା। ତାଙ୍କ ସରକାରର ଶେଷ ପର୍ଯ୍ୟାୟରେ ମଧ୍ୟ ଚୌହାନଙ୍କୁ ପ୍ରତିମାସରେ ଋଣ ନେବାକୁ ପଡୁଥିଲା । ବର୍ତ୍ତମାନ ମୋହନ ସରକାରରେ ମଧ୍ୟ ସମାନସ୍ଥିତି ଜାରି ରହିଛି।

ମଧ୍ୟପ୍ରଦେଶ ୨୦୨୨ ଏବଂ ୨୩ ରେ ପ୍ରାୟ ୨ ଲକ୍ଷ ୭୧ ହଜାର ୧୪୮ କୋଟି ଟଙ୍କା ପାଇଥିଲା। ଏଥିରୁ ୨ ଲକ୍ଷ ୪୧ ହଜାର ୧୧୪କୋଟି ଟଙ୍କା ପୁରୁଣା ଋଣର କିସ୍ତି ଭାବରେ ପରିଶୋଧ କରାଯାଇଥିଲା । ଏହା ବ୍ୟତୀତ ମଧ୍ୟପ୍ରଦେଶର ମୋଟ ଖର୍ଚ୍ଚ ୨ ଲକ୍ଷ ୭୧ ହଜାର ୮୩୦ କୋଟି ଟଙ୍କା । ସରକାରଙ୍କୁ ପ୍ରାୟ ୭୫ ହଜାର ୯୪୩ କୋଟି ଟଙ୍କା ଋଣ ପରିଶୋଧ କରିବାକୁ ପଡିବ। ଏହିପରି ଭାବରେ ୨୦୨୨-୨୩ ମସିହାରେ ମଧ୍ୟପ୍ରଦେଶର ଆର୍ଥିକ ନିଅଣ୍ଟ ୫୨ ହଜାର ୫୧୧ କୋଟି ଟଙ୍କା ରହି ଥିଲା।

ମାଗଣା ଯୋଜନା ଋଣ ବୃଦ୍ଧିର କାରଣ-

ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଲାଡଲି ବେହନା ଯୋଜନା ଘୋଷଣା କରିଥିଲେ। ଏହା ପରେ ନିର୍ବାଚନ ସମୟରେ ​​ଅନେକ ଯୋଜନା ଘୋଷଣା କରାଯାଇଥିଲା। ଯେଉଁଥିରେ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ଶସ୍ତା ବିଦ୍ୟୁତ୍ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା। ଯଦି ଏହି ଦୁଇଟି ଘୋଷଣା ଯୋଡାଯାଏ, ତେବେ ଲାଡଲି ବେହନା ଯୋଜନା ପାଇଁ ପ୍ରାୟ ୧୮ ହଜାର କୋଟି ଟଙ୍କା ଏବଂ ଶସ୍ତା ବିଦ୍ୟୁତ ପାଇଁ ୫ ହଜାର ୫୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହା ବ୍ୟତୀତ ଅନ୍ୟାନ୍ୟ ଯୋଜନା ସହିତ ଆର୍ଥିକ ନିଅଣ୍ଟ ପ୍ରାୟ ୧ ଲକ୍ଷ କୋଟି ଟଙ୍କାକୁ ଆସିଛି।