drinking water problem - The Sakala

ପିଇବା ପାଣି ଟୋପାଏ ପାଇଁ ଡହଳବିକଳ ଦିନମଜୁରିଆ
ଭୁବନେଶ୍ୱର: ପାଣି ଟୋପାଏ ପାଇଁ ଡହଳବିକଳ। ଖରାଦିନ ହେଉ ଅବା ଶୀତ। ଯେଉଁମାନଙ୍କ ଉଦ୍ଦେଶ୍ୟରେ ପିଇବା ପାଣିର ବ୍ୟବସ୍ଥା କରାଯାଇଥିଲା, ସେମାନେ ହିଁ ଏହି ସୁବିଧାରୁ ବଞ୍ଚିତ। ଟ୍ୟାପ୍‍ ଅଛି, ଟାଙ୍କି ଅଛି, ହେଲେ ପାଣିର ସୁବିଧା ନାହିଁ। ବକେୟା ବିଦ୍ୟୁତ୍‍ ବିଲ୍‍ ପାଇଁ ବନ୍ଦ ରହିଛି ପିଇବା ପାଣିର ସୁବିଧା। ହଇରାଣ ହେଉଛନ୍ତି ଶହ ଶହ ଦିନମଜୁରିଆ। ପିଇବା ପାଣି ଟୋପାଏ ପାଇଁ ପଥଚାରୀଙ୍କଠାରୁ ଆରମ୍ଭ କରି ଦିନମଜୁରିଆ ଏ ଗଳିରୁ ସେ ଗଳିକୁ ଘୂରି ବୁଲୁଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କ ସମସ୍ୟାର ସମାଧାନ ହୋଇପାରିନାହିଁ।

ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବିଭିନ୍ନ ସମୟରେ ବିଭିନ୍ନ ଯୋଜନା କରାଯାଉଥିଲେ ବି ସେ ସବୁ କେତେ ଫଳପ୍ରଦ ହେଉଛି, ତାହା ପ୍ରତି କାହାରି ଦୃଷ୍ଟିଗୋଚର ନାହିଁ। ଏମିତି ଏକ ଚିତ୍ର ଦେଖିବାକୁ ମିଳିଛି ନୟାପଲ୍ଲୀ ଅଞ୍ଚଳରେ। ବିଏମ୍‍ସି ପକ୍ଷରୁ ୨୦୧୬ ମସିହା ସ୍ୱାୟତ୍ତ ଶାସନ ଦିବସ ଅବସରରେ ୱାର୍ଡ ନଂ ୨୭ ଅନ୍ତର୍ଗତ ନୟାପଲ୍ଲୀ ଦୁର୍ଗାପୂଜା ପଡ଼ିଆ ନିକଟରେ ଦିନମଜୁରିଆମାନଙ୍କ ପାଇଁ ଶୁଦ୍ଧ ପାନୀୟଜଳ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଥିଲା। ସେହି ସ୍ଥାନରେ ପ୍ରତ୍ୟେକ ଦିନ କାମ ଆଶାରେ ଶହ ଶହ ଶ୍ରମିକ ଅପେକ୍ଷା କରି ବସନ୍ତି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିନମଜୁରିଆମାନେ ସେହିଠାରେ ରହିଥାନ୍ତି। ଏମିତିକି କିଛି ଲୋକ ସେହି ସ୍ଥାନରେ କାମ ମଧ୍ୟ କରୁଥାନ୍ତି। ମାତ୍ର ପିଇବା ପାଣି ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟା ସେମାନଙ୍କର ଆଜିକାଲିର ନୁହେଁ। ଦୀର୍ଘ ୬-୭ ମାସରୁ ଊର୍ଦ୍ଧ୍ବ ହେବ ଏଭଳି ଦଶା ଭୋଗୁଛନ୍ତି। ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ପରିଷଦ ସୌଜନ୍ୟରେ ବିଶୁଦ୍ଧ ଏବଂ ଥଣ୍ଡା ପାନୀୟଜଳ ପାଇଁ ୧୬ଲକ୍ଷ ଟଙ୍କା ଅର୍ଥ ବ୍ୟୟ ଅଟକଳ କରାଯାଇଥିଲା। କିନ୍ତୁ ଏବେ ତାହା ଅକାମୀ ହୋଇପଡ଼ିରହିଛି। କାମ କରିବା ସମୟରେ ଶୋଷ ମେଣ୍ଟାଇବା ଲାଗି ପାଣି ଟୋପାଏ ପାଇଁ ବୋତଲ ଧରି ବୁଲୁଛନ୍ତି ଶ୍ରମିକମାନେ। ଏମିତିକି କାମ କରୁଥିବାବେଳେ ଉଭୟ ମହିଳା ପୁରୁଷ ଓ ଛୋଟ ପିଲାମାନେ ପାଣି ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ନିକଟରେ କେଉଁଠି ପିଇବା ପାଣିର ସୁବିଧା ବି ନାହିଁ। ଗୋଟିଏ ବର୍ଷରେ ଏଭଳି ୪-୫ ଥର ସମସ୍ୟା ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ବିଏମ୍‍ସି ପକ୍ଷରୁ ବିଦ୍ୟୁତ୍‍ ବିଲ୍‍ ପୈଠ କରାଯାଇ ନ ଥିବାରୁ ଏବେ ପାଣି ବନ୍ଦ ହୋଇଯାଇଛି। ସେଠାରେ କାମ କରୁଥିବା ଲୋକଙ୍କ କହିବାନୁଯାୟୀ ବିଏମ୍‍ସି ପକ୍ଷରୁ ଅନେକ ଦିନ ଧରି ଅଚଳ ହୋଇ ପଡ଼ିଥିବା ଏହି ପାନୀୟଜଳର ସୁବିଧା ମିଳୁନି। ଏ ସମ୍ପର୍କରେ ବିଏମ୍‍ସି ଯନ୍ତ୍ରୀ ସରୋଜ ମହାପାତ୍ର କହିଛନ୍ତି ପିଇବା ପାଣିର ସମସ୍ୟା ନେଇ ଆମେ ଅବଗତ ଅଛୁ। ସମସ୍ୟାର ସମାଧାନ ପାଇଁ ଫାଇଲ୍‍ ଯାଇଛି। ୨-୩ ଦିନ ଭିତରେ ଏହି ସମସ୍ୟାର ସମାଧାନ କରାଯିବ।

ଅଭିଯୋଗର ଘଣ୍ଟାଏ ପରେ ଦୂରହେଲା ପାନୀୟ ଜଳ ସମସ୍ୟା
ପୁରୀ : ପାନୀୟ ଜଳ ସମସ୍ୟା ସଂପର୍କିତ ଅଭିଯୋଗର ମାତ୍ର ଏକ ଘଣ୍ଟା ମଧ୍ୟରେ ସମାଧାନ ହୋଇଛି। ଏଭଳି ଘଟଣା ପୁରୀ ଜିଲା ଗୋପ ବ୍ଲକ୍‍ ନାଗପୁର ପଞ୍ଚାୟତରେ ଦେଖିବାକୁ ମିଳିଛି। ସରକାରୀ ଦପ୍ତରରେ ବାରମ୍ବାର ଅଭିଯୋଗ ସତ୍ତ୍ବେ ବର୍ଷ ବର୍ଷ ପରେ ବି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁ ନ ଥିବାବେଳେ ଏକ ଘଣ୍ଟା ମଧ୍ୟରେ ସମସ୍ୟାର ସମାଧାନ କରି ନାଗପୁର ସରପଞ୍ଚ ଅକ୍ଷୟ କୁମାର ନିଶଙ୍କ ଚର୍ଚ୍ଚାରେ ରହିଛନ୍ତି। ପ୍ରକାଶ ଯେ, ନାଗପୁର ପଞ୍ଚାୟତ ସ୍ଥିତ ୱାର୍ଡ଼ ନଂ ୧୬ ବାଙ୍କିପୁର ଗ୍ରାମରେ ଦୀର୍ଘଦିନ ଧରି ପାନୀୟ ଜଳ ସମସ୍ୟା ରହିଆସିଥିଲା। ଏ ନେଇ ଗ୍ରାମବାସୀ ୱାର୍ଡ଼ସଭ୍ୟଙ୍କୁ ଅଭିଯୋଗ କରିଥିଲେ; ହେଲେ ସେ ଗୁରୁତ୍ୱ ଦେଇ ନ ଥିଲେ। ଗରୁବାର ସରପଞ୍ଚ ଶ୍ରୀ ନିଶଙ୍କ ଜନସାଧାରଣଙ୍କ ସମସ୍ୟା ସମାଧାନ ଲାଗି ବିଭିନ୍ନ ଗ୍ରାମ ପରିଦର୍ଶନ କରିବାବେଳେ ବାଙ୍କିପୁର ଗ୍ରାମକୁ ଯାଇଥିଲେ। ପରେ କିଛି ମହିଳା ସରପଞ୍ଚଙ୍କୁ ସମସ୍ୟା ସଂପର୍କରେ ଅବଗତ କରିଥିଲେ। ପରେ ସରପଞ୍ଚ ମହିଳାମାନଙ୍କ ସହ ବସି ଆଲୋଚନା କରିଥିଲେ। ଗାଁର ସମସ୍ୟାକୁ ଉପଲବ୍ଧି କରି ସଙ୍ଗେ ସଙ୍ଗେ ଏସିଏମ୍‍ଙ୍କୁ ଡ଼କାଇ ନଳକୂପ ଏବଂ କେତେକ ଷ୍ଟାଣ୍ଡପୋଷ୍ଟ ମରାମତି କରିଥିଲେ। ନଳକୂପରେ ପାଣି ଆସିବା ପରେ ମହିଳାମାନେ ସରପଞ୍ଚଙ୍କୁ ସାଧୁବାଦ ଜଣାଇଥିଲେ। ଏହି ପଞ୍ଚାୟତରେ ଜନସାଧାରଣଙ୍କ ସମସ୍ୟା ସଂପର୍କରେ ପଞ୍ଚାୟତରେ ଅଭିଯୋଗ ହେବା ମାତ୍ରେ ତତ୍‍କ୍ଷଣାତ୍‍ ସମାଧାନ ହେଉଥିବା ସ୍ଥାନୀୟ ଜନସାଧାରଣ କହିଛନ୍ତି। ତେବେ ଜନସାଧାରଣଙ୍କ ସେବା ମୋର କର୍ତ୍ତବ୍ୟ ଓ ଦାୟିତ୍ୱ ବୋଲି ସରପଞ୍ଚ ଶ୍ରୀ ନିଶଙ୍କ କହିଛନ୍ତି।