Delhi Airport - The Sakala
ଦିଲ୍ଲୀ ବିମାନବନ୍ଦରରେ ଟଳିଲା ବଡ଼ ଦୁର୍ଘଟଣା: ସ୍ପାଇସ୍ ଜେଟ୍ ଏବଂ ଆକାଶା ଏୟାର ବିମାନ ମଧ୍ୟରେ ଧକ୍କା
ଗୁରୁବାର ଦିନ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ (IGI) ବିମାନବନ୍ଦରରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ଟ୍ୟାକ୍ସିଂ କରୁଥିବା ଏକ ସ୍ପାଇସ୍ ଜେଟ୍ (SpiceJet) ବିମାନ ରନୱେରେ ସ୍ଥିର ଥିବା ଏକ ଆକାଶା ଏୟାର (Akasa Air) ବିମାନ ସହ ଧକ୍କା ହୋଇଛି। ଏହି ଘଟଣାରେ ଉଭୟ ବିମାନର କ୍ଷତି ଘଟିଥିଲେ ମଧ୍ୟ ସୌଭାଗ୍ୟବଶତଃ ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଥିବା ସୂଚନା ମିଳିଛି।
କିପରି ଘଟିଲା ଦୁର୍ଘଟଣା?
ସୂଚନା ଅନୁଯାୟୀ, ୧୬ ଏପ୍ରିଲ ୨୦୨୬ ତାରିଖ ଅପରାହ୍ନ ପ୍ରାୟ ୨:୧୫ ସମୟରେ ଏହି ଘଟଣା ଘଟିଥିଲା। ଲେହରୁ ଆସୁଥିବା ସ୍ପାଇସ୍ ଜେଟ୍ ର B737-700 ବିମାନଟି ଅବତରଣ ପରେ ପାର୍କିଂ ବେ’ (bay) ଆଡ଼କୁ ଟ୍ୟାକ୍ସିଂ କରୁଥିବା ବେଳେ ସେଠାରେ ପୂର୍ବରୁ ଛିଡ଼ା ହୋଇଥିବା ଆକାଶା ଏୟାରର ବିମାନ ସହ ଧକ୍କା ହୋଇଥିଲା। ଏହି ଧକ୍କା ଫଳରେ ସ୍ପାଇସ୍ ଜେଟ୍ ବିମାନର ଡାହାଣ ପାର୍ଶ୍ୱର ୱିଙ୍ଗଲେଟ୍ (right winglet) ଏବଂ ଆକାଶା ଏୟାର ବିମାନର ବାମ ପାର୍ଶ୍ୱର ହୋରିଜେଣ୍ଟାଲ୍ ଷ୍ଟାବିଲାଇଜର୍ (left-hand horizontal stabiliser) କ୍ଷତିଗ୍ରସ୍ତ ହୋଇଛି।
ଯାତ୍ରୀମାନେ ସୁରକ୍ଷିତ
ଆକାଶା ଏୟାରର ବିମାନଟି ଦିଲ୍ଲୀରୁ ହାଇଦ୍ରାବାଦ ଯିବା ପାଇଁ ପ୍ରସ୍ତୁତ ହେଉଥିଲା (ଫ୍ଲାଇଟ୍ ନମ୍ବର QP 1406)। ଦୁର୍ଘଟଣା ପରେ ବିମାନଟିକୁ ତୁରନ୍ତ ବେ’ କୁ ଫେରାଇ ନିଆଯାଇଥିଲା। ଆକାଶା ଏୟାରର ମୁଖପାତ୍ର ସୂଚନା ଦେଇଛନ୍ତି ଯେ, ଧକ୍କା ହେବା ବେଳେ ସେମାନଙ୍କ ବିମାନଟି ସ୍ଥିର ଥିଲା। ତେବେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା ଏବଂ ସେମାନଙ୍କୁ ହାଇଦ୍ରାବାଦ ପଠାଇବା ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେହିପରି ଦୁର୍ଘଟଣାଗ୍ରସ୍ତ ସ୍ପାଇସ୍ ଜେଟ୍ ବିମାନଟିକୁ ମଧ୍ୟ ସାମୟିକ ଭାବେ ଉଡ଼ାଣରୁ ବାଦ୍ ଦିଆଯାଇଛି ବା ଗ୍ରାଉଣ୍ଡେଡ୍ କରାଯାଇଛି।
ତଦନ୍ତ ନିର୍ଦ୍ଦେଶ
ଏହି ସମ୍ବେଦନଶୀଳ ଘଟଣା ପରେ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭାରତୀୟ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA) ଏବଂ ସମ୍ପୃକ୍ତ ବିମାନ କର୍ତ୍ତୃପକ୍ଷଙ୍କୁ ଏହି ଘଟଣା ସମ୍ପର୍କରେ ଅବଗତ କରାଯାଇଛି। କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା, ତାହାର ଏକ ବିଧିବଦ୍ଧ ତଦନ୍ତ ଆରମ୍ଭ କରାଯାଇଛି।
ଇଞ୍ଜିନରେ ତ୍ରୁଟି ସନ୍ଦେହ, ଦିଲ୍ଲୀ ବିମାନବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ
ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦର (IGI Airport) ଠାରେ ଶନିବାର ସକାଳେ ଏକ ଇଣ୍ଡିଗୋ (IndiGo) ବିମାନର ଜରୁରୀକାଳୀନ ଅବତରଣ କରାଯାଇଛି। ଇଞ୍ଜିନରେ ତ୍ରୁଟି ଦେଖାଦେବା କାରଣରୁ କର୍ତ୍ତୃପକ୍ଷ ବିମାନବନ୍ଦରରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ତେବେ ବିମାନରେ ଥିବା ସମସ୍ତ ୧୬୧ ଜଣ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ, ଏହି ବିମାନଟି ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲା। ସକାଳ ପ୍ରାୟ ୧୦ଟା ୫୪ ମିନିଟ୍ ସମୟରେ ବିମାନବନ୍ଦରର ଅଗ୍ନିଶମ ବିଭାଗକୁ ଜରୁରୀକାଳୀନ ଅବତରଣ ସମ୍ପର୍କରେ ସୂଚନା ମିଳିଥିଲା। ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବିଭାଗର କହିବା ଅନୁଯାୟୀ, ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ଏବଂ କୌଣସି କ୍ଷୟକ୍ଷତିର ଖବର ନାହିଁ।
ଏହି ଘଟଣାର ସମ୍ମୁଖୀନ ହୋଇଥିବା ବିମାନଟି ହେଉଛି ବୋଇଂ ୭୩୭ (Boeing 737) ୬ଇ ୫୭୯ (6E 579)। ଏହାକୁ ଇଣ୍ଡିଗୋ ପକ୍ଷରୁ ତୁର୍କୀର କୋରେଣ୍ଡନ୍ ଏୟାରଲାଇନ୍ସ (Corendon Airlines) ଠାରୁ 'ୱେଟ୍-ଲିଜ୍' ସୂତ୍ରରେ ଅଣାଯାଇଥିଲା। ସୂଚନାଯୋଗ୍ୟ ଯେ, ଇଣ୍ଡିଗୋ ପାଖରେ ସ୍ୱଳ୍ପ ମିଆଦି ପରିଚାଳନା ପାଇଁ ଏଭଳି ୫ଟି ବିମାନ ରହିଛି।
ଏହି ଘଟଣା ସମ୍ପର୍କରେ ଇଣ୍ଡିଗୋ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। କମ୍ପାନୀର ମୁଖପାତ୍ର କହିଛନ୍ତି ଯେ, 'ଅବତରଣ କରିବାର କିଛି ସମୟ ପୂର୍ବରୁ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପାଇଲଟ୍ ପ୍ରାଥମିକତା ଭିତ୍ତିରେ ଅବତରଣ କରିବାକୁ ଅନୁରୋଧ କରିଥିଲେ ଏବଂ ବିମାନଟି ଦିଲ୍ଲୀ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଥିଲା।' ସମସ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି ଏବଂ ବର୍ତ୍ତମାନ ବିମାନର ଆବଶ୍ୟକୀୟ ଯାଞ୍ଚ ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ ଜାରି ରହିଛି ବୋଲି ସଂସ୍ଥା ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଋଷରେ ଚାକିରିର ମିଥ୍ୟା ପ୍ରତିଶ୍ରୁତି: ଦିଲ୍ଲୀ ବିମାନବନ୍ଦରରେ ଫସିଲେ ୨୦୦ ଯୁବକ, ୧.୫ କୋଟି ଟଙ୍କାର ଠକେଇ
ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ ବିଦେଶରେ ଚାକିରି କରାଇଦେବା ନାଁରେ ଏକ ବଡ଼ ଧରଣର ଠକେଇ ସାମ୍ନାକୁ ଆସିଛି। ଋଷରେ ଚାକିରି ଦେବା ବାହାନାରେ ପ୍ରାୟ ୨୦୦ ଯୁବକଙ୍କଠାରୁ ଦେଢ଼ କୋଟିରୁ ଊର୍ଦ୍ଧ୍ଵ ଟଙ୍କା ଲୁଟି ନେଇଛନ୍ତି ଦଲାଲ। ଚାକିରି ଆଶାରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ଯୁବକମାନେ ଜାଣିବାକୁ ପାଇଥିଲେ ଯେ ସେମାନେ ପ୍ରତାରଣାର ଶିକାର ହୋଇଛନ୍ତି।
କିପରି ହେଲା ଠକେଇ?
ଗୋଣ୍ଡା ସହରର ଉତ୍ରୌଲା ରୋଡ ସ୍ଥିତ ନବୀନ ପରିବା ମଣ୍ଡି ନିକଟରେ 'ମଲ୍ଟି ଇଣ୍ଟରନ୍ୟାସନାଲ ଇମିଗ୍ରେସନ କାଉନସେଲିଂ' ନାମକ ଏକ ସଂସ୍ଥା ଖୋଲାଯାଇଥିଲା। ଏହି ସଂସ୍ଥା ଯୁବକମାନଙ୍କୁ ଋଷରେ ଡ୍ରାଇଭର, ହେଲପର ଏବଂ କାର୍ପେଣ୍ଟର ଭଳି ପଦବୀରେ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ଏଥିପାଇଁ ମାସିକ ୮୦,୦୦୦ ରୁବଲ (ଋଷୀୟ ମୁଦ୍ରା) ଦରମା ମିଳିବ ବୋଲି କୁହାଯାଇଥିଲା। ଏହି ପ୍ରଲୋଭନରେ ପଡ଼ି ଗୋଣ୍ଡା, ବଳରାମପୁର, ବହରାଇଚ ଏବଂ ଶ୍ରାବସ୍ତୀ ଭଳି ଜିଲ୍ଲାର ଶତାଧିକ ଯୁବକ ପ୍ରତ୍ୟେକେ ୧ ରୁ ୨ ଲକ୍ଷ ଟଙ୍କା ସଂସ୍ଥାକୁ ଦେଇଥିଲେ।
ଦିଲ୍ଲୀ ବିମାନବନ୍ଦରରେ ନିରାଶା
ଟଙ୍କା ନେବା ପରେ ସଂସ୍ଥା ପକ୍ଷରୁ ଯୁବକମାନଙ୍କୁ ନକଲି ଅଫର ଲେଟର ଦିଆଯାଇଥିଲା ଏବଂ ଫେବୃଆରୀ ୨୪ ତାରିଖରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବାକୁ କୁହାଯାଇଥିଲା। ସେଠାରେ ଭିସା ଓ ଟିକେଟ ହସ୍ତାନ୍ତର କରାଯିବ ବୋଲି ଦଲାଲମାନେ କହିଥିଲେ। କିନ୍ତୁ ଯେତେବେଳେ ପ୍ରାୟ ୨୦୦ ଯୁବକ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଲେ, ସେଠାରେ କମ୍ପାନୀର କୌଣସି ପ୍ରତିନିଧି ନଥିଲେ କି କାହାର ଫୋନ୍ ଲାଗିନଥିଲା।
୧.୫ କୋଟି ଟଙ୍କାର ଚୁନା
ଠକେଇର ଶିକାର ହୋଇଥିବା ଯୁବକମାନେ ନିରାଶ ହୋଇ ଗୋଣ୍ଡା ଫେରିବା ପରେ ସ୍ଥାନୀୟ କୋତୱାଲି ଥାନାରେ ଅଭିଯୋଗ କରିଛନ୍ତି। ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଅଫିସ ବନ୍ଦ କରି ଫେରାର ହୋଇଯାଇଛନ୍ତି। ପ୍ରାୟ ୧.୫ କୋଟି ଟଙ୍କାର ଏହି ଠକେଇ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି ଏବଂ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।
ମଝି ଆକାଶରେ ବିମାନ ଇଞ୍ଜିନରେ ଦେଖାଦେଲା ଯାନ୍ତ୍ରିକ ତ୍ରୁଟି: ଅଧା ବାଟରୁ ଦିଲ୍ଲୀ ଫେରିଆସିଲା ଏୟାର ଇଣ୍ଡିଆ
ନୂଆଦିଲ୍ଲୀ: ମଝି ଆକାଶରେ ଅଚଳ ହେଲା ବିମାନର ଗୋଟିଏ  ଇଞ୍ଜିନ୍ । ଏୟାର ଇଣ୍ଡିଆର ଏକ ବୋଇଂ ୭୭୭ (Boeing 777) ବିମାନ ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ଏହାର ଗୋଟିଏ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ମଝି ଆକାଶରେ ବିମାନର ନିରାପତ୍ତା ବିପନ୍ନ ହେବା ଆଶଙ୍କା କରି ତୁରନ୍ତ ବିମାନଟିକୁ ପୁନର୍ବାର ଦିଲ୍ଲୀ ବିମାନବନ୍ଦରକୁ ଫେରାଇ ଅଣାଯାଇଥିଲା। ବିମାନଟି ସୁରକ୍ଷିତ ଭାବରେ ଅବତରଣ କରିଥିଲା ଏବଂ କୌଣସି ଯାତ୍ରୀ କିମ୍ବା କ୍ରୁ ସଦସ୍ୟଙ୍କ କିଛି କ୍ଷତି ହୋଇନାହିଁ।
ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆର ବିମାନ ନମ୍ବର AI 887 ସୋମବାର ସକାଳ ସମୟରେ ଦିଲ୍ଲୀରୁ ମୁମ୍ବାଇ ଯିବା ପାଇଁ ଉଡ଼ାଣ ଆରମ୍ଭ କରିଥିଲା। ତେବେ ଉଡ଼ାଣର କିଛି ସମୟ ପରେ ବିମାନର ଡାହାଣ ପାର୍ଶ୍ୱରେ ଥିବା ଇଞ୍ଜିନ୍‌ରେ ଅଏଲ ପ୍ରେସର କମ୍ ଥିବା ଦେଖିଥିଲେ ପାଇଲଟ। ସଂଗେସଂଗେ ଅଏଲ ପ୍ରେସର ଜିରୋକୁ ଖସିଯିବାରୁ ଏମର୍ଜେନ୍ସି ଅବସ୍ଥା ସୃଷ୍ଟି ହୋଇଥିଲା।  ଦୁଇଟି ଇଞ୍ଜିନ୍ ବିଶିଷ୍ଟ ବିମାନ ଗୋଟିଏ ଇଞ୍ଜିନ୍ ସହାୟତାରେ ସୁରକ୍ଷିତ ଭାବେ ଅବତରଣ କରିବାର କ୍ଷମତା ରଖିଥାଏ। ତେଣୁ ପାଇଲଟ୍ ତୁରନ୍ତ ନିଷ୍ପତ୍ତି ନେଇ ବିମାନଟିକୁ ଦିଲ୍ଲୀ ଫେରାଇ ଆଣିଥିଲେ ଏବଂ ଏହା ସୁରକ୍ଷିତ ଭାବେ ଦିଲ୍ଲୀ ବିମାନବନ୍ଦରରେ ଲ୍ୟାଣ୍ଡିଂ କରିଥିଲା।
ଏହି ଘଟଣା ପରେ ଡିଜିସିଏ (DGCA) ସ୍ଥିତି ଉପରେ ନଜର ରଖିଥିଲା। ଯାତ୍ରୀମାନଙ୍କୁ ଯେପରି କୌଣସି ଅସୁବିଧା ନ ହୁଏ, ସେଥିପାଇଁ ଏୟାର ଇଣ୍ଡିଆ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା। ଏକ ବିକଳ୍ପ ବିମାନ ମାଧ୍ୟମରେ ଯାତ୍ରୀମାନଙ୍କୁ ମୁମ୍ବାଇ ପଠାଇବାର ବ୍ୟବସ୍ଥା କରାଯାଇଥିଲା। ଏହି ଘଟଣା ନେଇ ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି ଯେ, ''ଯାତ୍ରୀମାନଙ୍କର ଅସୁବିଧା ପାଇଁ ଆମେ ଦୁଃଖିତ। ବର୍ତ୍ତମାନ ଉକ୍ତ ବିମାନର ଆବଶ୍ୟକୀୟ ଯାଞ୍ଚ କରାଯାଉଛି। ଏୟାର ଇଣ୍ଡିଆ ପାଇଁ ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷା ସର୍ବଦା ପ୍ରାଥମିକତା ଅଟେ।"
ଘନ କୁହୁଡ଼ିରୁ ଦିଲ୍ଲୀକୁ ନାହିଁ ନିସ୍ତାର: ଆଜି ପୁଣି ବାତିଲ ହେଲା ୧୦୦ରୁ ଉର୍ଦ୍ଧ୍ୱ ବିମାନ
ନୂଆଦିଲ୍ଲୀ: ଘନ କୁହୁଡ଼ିରୁ ଦିଲ୍ଲୀକୁ ନାହିଁ ନିସ୍ତାର । ଆଜି ପୁଣି ବାତିଲ ହେଲା ୧୦୦ରୁ ଉର୍ଦ୍ଧ୍ୱ ବିମାନ । ଉତ୍ତର ଭାରତରେ ଘନ କୁହୁଡ଼ି ଯୋଗୁଁ ଜନଜୀବନ ସହ ବିମାନ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଶନିବାର ଦିନ ଦିଲ୍ଲୀ ବିମାନବନ୍ଦରରେ ୧୦୦ରୁ ଅଧିକ ବିମାନ ବାତିଲ କରାଯାଇଛି। ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ (IGI) ବିମାନବନ୍ଦରରେ ପ୍ରତିକୂଳ ପାଗ ଯୋଗୁଁ ଅନ୍ତତଃ ୬୬ଟି ଆଗମନ (Arrival) ଏବଂ ୬୩ଟି ପ୍ରସ୍ଥାନ (Departure) ବିମାନ ବାତିଲ କରାଯାଇଛି।
ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଅନୁସାରେ, ଶନିବାର ସକାଳ ସମୟରେ ଦିଲ୍ଲୀ ବିମାନବନ୍ଦରରେ ଦୃଶ୍ୟମାନ କ୍ଷମତା (Visibility) ବହୁତ କମ ରହିଥିଲା। ଦିନ ୧୧ଟା ସମୟରେ ବିମାନବନ୍ଦରରେ ସାଧାରଣ ଦୃଶ୍ୟମାନ ଦୂରତା ମାତ୍ର ୫୦୦ ମିଟର ରେକର୍ଡ କରାଯାଇଥିଲା। ପାଣିପାଗ ବିଭାଗ ଆହୁରି ମଧ୍ୟ କହିଛି ଯେ, ଆଗାମୀ ଦିନରେ ରାତି ଏବଂ ସକାଳ ସମୟରେ ଆକାଶ ଆଂଶିକ ମେଘୁଆ ରହିବା ସହ ସାଧାରଣରୁ ଘନ କୁହୁଡ଼ି ଦେଖାଯାଇପାରେ।
ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (AAI) ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଡଭାଇଜରୀ ଜାରି କରାଯାଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ AAI କହିଛି ଯେ, ଉତ୍ତର ଭାରତର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଯୋଗୁଁ ବିମାନ ସେବାରେ ବିଳମ୍ବ କିମ୍ବା ବାଧା ସୃଷ୍ଟି ହୋଇପାରେ। ଯାତ୍ରୀମାନଙ୍କୁ ସେମାନଙ୍କ ବିମାନ ସମ୍ପର୍କିତ ସଦ୍ୟତମ ସୂଚନା ପାଇଁ ଏୟାରଲାଇନ୍ସ ସହିତ ନିୟମିତ ଯୋଗାଯୋଗରେ ରହିବାକୁ ଏବଂ ଯାତ୍ରା ପାଇଁ ହାତରେ ଅଧିକ ସମୟ ରଖି ବିମାନବନ୍ଦର ଆସିବାକୁ ପରାମର୍ଶ ଦିଆଯାଇଛି। ଯାତ୍ରୀମାନଙ୍କ ସୁବିଧା ପାଇଁ ବିମାନବନ୍ଦରଗୁଡ଼ିକରେ ସ୍ୱତନ୍ତ୍ର ସହାୟତା ଟିମ୍ ମୁତୟନ କରାଯାଇଛି।
ଥାଇଲାଣ୍ଡରେ ଅଟକ ପରେ ଭାରତ ଫେରୁଛନ୍ତି ଲୁଥ୍ରା ବ୍ରଦର୍ସ, ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ଗିରଫ କରିବ ଗୋଆ ପୋଲିସ
ନୂଆଦିଲ୍ଲୀ: ଥାଇଲାଣ୍ଡରେ ଅଟକ ପରେ ଭାରତ ଫେରୁଛନ୍ତି ଲୁଥ୍ରା ବ୍ରଦର୍ସ । ଗୋଆର 'ବର୍ଚ୍ଚ ବାଏ ରୋମିଓ ଲେନ୍' (Birch by Romeo Lane) ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଲୁଥ୍ରା ଭ୍ରାତାଙ୍କୁ ଶେଷରେ ଭାରତ ଅଣାଯାଉଛି। ଥାଇଲ୍ୟାଣ୍ଡରେ ଅଟକ ରହିବା ପରେ କ୍ଲବ୍ ମାଲିକ ସୌରଭ ଲୁଥ୍ରା ଏବଂ ଗୌରବ ଲୁଥ୍ରାଙ୍କୁ ଭାରତକୁ ଡିପୋର୍ଟ କରାଯାଇଛି। ଏହି ନାଇଟ୍ କ୍ଲବରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡରେ ୨୫ ଜଣଙ୍କର ମୃତ୍ୟୁ ଘଟିଥିଲା।
ଭାରତରେ ପହଞ୍ଚିବା ପରେ କେନ୍ଦ୍ରୀୟ ସଂସ୍ଥାର ଅଧିକାରୀମାନେ ଉଭୟଙ୍କୁ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ହାଜର କରିବେ। ଏହା ପରେ ଗୋଆ ପୋଲିସ ସେମାନଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେବ ବୋଲି ଜଣାପଡିଛି। ଭାରତ ସରକାର ଲୁଥ୍ରା ଭାଇଙ୍କ ପାସପୋର୍ଟ ବାତିଲ କରିବା ସହ ଥାଇଲ୍ୟାଣ୍ଡ କର୍ତ୍ତୃପକ୍ଷଙ୍କୁ ସେମାନଙ୍କୁ ଡିପୋର୍ଟ କରିବାକୁ ଅନୁରୋଧ କରିଥିଲେ। ଏହା ପରେ ଥାଇ ପୋଲିସ ଗୁରୁବାର ଦିନ ଫୁକେଟର ଏକ ରିସର୍ଟରୁ ଉଭୟଙ୍କୁ ଅଟକ ରଖିଥିଲା। ଭାରତୀୟ ଅଧିକାରୀମାନେ ଥାଇଲ୍ୟାଣ୍ଡକୁ ଆବଶ୍ୟକୀୟ ଜରୁରୀକାଳୀନ ପ୍ରମାଣପତ୍ର (ECs) ଏବଂ ଅନ୍ୟାନ୍ୟ ଦସ୍ତାବିଜ ପ୍ରଦାନ କରିବା ପରେ ଏହି ଡିପୋର୍ଟେସନ୍ ସମ୍ଭବ ହୋଇଛି।
ଗତ ଡିସେମ୍ବର ୬ ତାରିଖରେ କ୍ଲବରେ ଏକ 'ଫାୟାର ସୋ' ଚାଲିଥିବା ବେଳେ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। କ୍ଲବରେ ଜରୁରୀକାଳୀନ ପ୍ରସ୍ଥାନ ଦ୍ୱାର ନଥିବା ସତ୍ତ୍ୱେ ମାଲିକମାନେ ଏଭଳି ବିପଜ୍ଜନକ ସୋ ଆୟୋଜନ କରିଥିଲେ, ଯାହା ଅନେକ ନିରୀହ ଜୀବନ ନେଇଥିଲା।
ଦିଲ୍ଲୀରେ ଘନ କୁହୁଡ଼ିର ଚାଦର: ୬୧ ବିମାନ ବାତିଲ୍, ୪୦୦ରୁ ଅଧିକ ବିଳମ୍ବିତ
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଶୀତର ପ୍ରଥମ ଘନ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ବିଶେଷକରି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ (ଆଇଜିଆଇ) ବିମାନବନ୍ଦରରେ ବିମାନ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ସୋମବାର ସକାଳେ ଘନ କୁହୁଡ଼ି ଏବଂ ସ୍ମଗ୍ ଯୋଗୁଁ ଭିଜିବିଲିଟି ବା ଦୃଶ୍ୟମାନ କ୍ଷମତା ହ୍ରାସ ପାଇଥିଲା, ଯାହାଫଳରେ ବିମାନ ଉଡ଼ାଣ ଏବଂ ଅବତରଣରେ ବାଧା ସୃଷ୍ଟି ହୋଇଥିଲା।
ରିପୋର୍ଟ ଅନୁଯାୟୀ, ଖରାପ ପାଗ ଯୋଗୁଁ ଦିଲ୍ଲୀ ବିମାନବନ୍ଦରରୁ ପ୍ରାୟ ୬୧ଟି ବିମାନ ବାତିଲ କରାଯାଇଛି ଏବଂ ୪୦୦ରୁ ଅଧିକ ବିମାନ ବିଳମ୍ବିତ ହୋଇଛି। ସକାଳ ସମୟରେ ରନୱେରେ ଦୃଶ୍ୟମାନ କ୍ଷମତା କମିଯିବାରୁ ଏୟାରଲାଇନ୍ସଗୁଡ଼ିକ ବିମାନ ଚଳାଚଳ ଧୀର କରିବାକୁ ବାଧ୍ୟ ହୋଇଥିଲେ। ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅନେକ ବିମାନର ସମୟସାରଣୀ ପରିବର୍ତ୍ତନ କରାଯାଇଥିଲା, ଯାହା ଫଳରେ ଟର୍ମିନାଲରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ପାଇଲଟ୍ ଏବଂ ଗ୍ରାଉଣ୍ଡ ଷ୍ଟାଫ୍ ଏହି କଠିନ ପରିସ୍ଥିତିର ମୁକାବିଲା ପାଇଁ ‘ଲୋ-ଭିଜିବିଲିଟି ପ୍ରୋସିଜିଓର’ (Low Visibility Procedures) ଅନୁସରଣ କରିଥିଲେ।
ଏହି ଘନ କୁହୁଡ଼ିର ପ୍ରଭାବ କେବଳ ସାଧାରଣ ଯାତ୍ରୀଙ୍କ ଉପରେ ନୁହେଁ, ବରଂ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟବଲ ତାରକା ଲିଓନେଲ ମେସିଙ୍କ ଯାତ୍ରା ଉପରେ ମଧ୍ୟ ପଡ଼ିଥିଲା। ତିନି ଦିନିଆ ଭାରତ ଗସ୍ତରେ ଆସିଥିବା ମେସି ମୁମ୍ବାଇରୁ ଦିଲ୍ଲୀ ଆସୁଥିବା ବେଳେ ତାଙ୍କ ଚାର୍ଟାର୍ଡ ବିମାନ ବିଳମ୍ବିତ ହୋଇଥିବା ସୂଚନା ମିଳିଛି। ସେ ଏହି ସମୟରେ ନିଜ ଗସ୍ତର ଦ୍ୱିତୀୟ ଦିନରେ ଥିଲେ ଏବଂ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ତାଙ୍କର ସକାଳେ ଦିଲ୍ଲୀ ପହଞ୍ଚିବାର କାର୍ଯ୍ୟକ୍ରମ ରହିଥିଲା।
ନୂଆଦିଲ୍ଲୀ: ସାଉଦି ଆରବରୁ ଭାରତ ଫେରିଆସିଲେ ପ୍ରଧାନମନ୍ତ୍ରୀ । ପହଲଗାମ୍ ଆତଙ୍କୀ ହମଲା ପରେ ଅଧାରୁ ବାତିଲ କଲେ ଗସ୍ତ । ୨ ଦିନିଆ ସାଉଦି ଗସ୍ତରେ ଯାଇଥିବା ମୋଦୀ ବିଭିନ୍ନ କାର୍ଯ୍ଯକ୍ରମରେ ଯୋଗ ଦେବାର ଥିବା । ମାତ୍ର ଦେଶର ସଙ୍କଟ ସ୍ଥିତି ସେ ଗସ୍ତ ଅଧରୁ ଫେରି ଆସିଛନ୍ତି ଆଉ ଆସୁ ଆସୁ ଆକ୍ସନ ମୋଡରେ ବୈଠକ କରିଛନ୍ତି । ଦିଲ୍ଲୀ ବିମାନବନ୍ଦରରେ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ । ଏନଏସଏ ବୈଦେଶିକ ମନ୍ତ୍ରୀ, ବୈଦେଶିକ ସଚିବଙ୍କ ସହ ବୈଠକରେ ବଡ ବଡ଼ ଅଧିକାରୀମାନେ ସାମିଲ । ପହଲଗାମ୍ ଆତଙ୍କୀ ହମଲା ନେଇ ଆଲୋଚନା ହେଉଛି ।
ଲଗାଣ ବର୍ଷାରେ ଭୁଶୁଡ଼ିଲା ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ-୧ର ଛାତ; ଜଣେ ମୃତ, ୬ଜଣ ଆହତ
ନୂଆଦିଲ୍ଲୀ: ଦିଲ୍ଲୀ ଏୟାରପୋର୍ଟରେ ଅଘଟଣ। ଲଗାଣ ବର୍ଷାରେ ଭୁଶୁଡ଼ିଲା ଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ । ଏଥିରେ ଜଣେ ମୃତ୍ୟୁବରଣ କରିଥିବାବେଳେ ୬ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଗାଡ଼ି ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଲୁହା ସ୍ତମ୍ଭ ଦ୍ୱାରା ନିର୍ମିତ ଟର୍ମିନାଲ ଓ୍ୱାନର ଛାତ ଅଚାନକ ଖସିପଡିଛି । ହଠାତ ଛାତ ଖସିପଡିବାରୁ ଏହା ତଳେ ଚାପି ହୋଇ ରହିଛି ଅନେକ ଗାଡି ।
ସୂଚନା ଅନୁସାରେ ଆଜି ଭୋର ପ୍ରାୟ ସାଢ଼େ ୫ଟା ସମୟରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତଟି ଭୁଶୁଡ଼ି ପଡ଼ିଥିଲା। ଼ଛାତ ଭଗ୍ନାଂବଶେଷ ଗୁଡ଼ିକ ଟର୍ମିନାଲ-୧ରେ ଥିବା କିଛି କାର୍‌ ଉପରେ ପଡ଼ିଥିଲା। ଛାତ ଭଗ୍ନାଂବଶେଷ ତଳେ କିଛି କାର୍ ଭିତରେ ଚାପି ହୋଇଯାଇଥିଲା। ସେହି ସମୟରେ କାର୍‌ରେ ଲୋକ ମଧ୍ୟ ଥିଲେ। ଘଟଣାର ସୂଚନା ପାଇ ସିଏସିଏଫ୍, ଦିଲ୍ଲୀ ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଉଦ୍ଧାର କାର୍ଯ୍ୟରେ ୩ଟି ଦମ କଳବାହିନୀ ନିୟୋଜିତ ହୋଇଛନ୍ତି।